ଅନ୍ତର୍ଜାତୀୟ |

ପପୁଆ ନିୟୁ ଗିନିରେ ଭୂକମ୍ପ: ୧୮ ମୃତ

ପପୁଆ ନିୟୁ ଗିନିରେ ଭୂକମ୍ପ: ୧୮ ମୃତ
ସିଡ୍‌ନୀ, ୭।୩ : ପପୁଆ ନିୟୁ ଗିନିର ଦକ୍ଷିଣ ଅଞ୍ଚଳରେ ଥିବା ହାଇଡସ୍‌ଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଏହି ଘଟଣାରେ ୧୮ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ପାହାଡିଆ ଅଞ୍ଚଳ ହୋଇଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। କେତେକ ଘର ଭାଙ୍ଗିରୁଜି ଯାଇଥିବାରୁ ମାଟିତଳେ କିଛି ଲୋକ ପୋତି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।
All Right Reserved By

ଅନ୍ତର୍ଜାତୀୟ |

ଅଫୁଟା ମୋର୍ଟାର ସହ ଖେଳୁଥିବା ୮ ଶିଶୁ ମୃତ

ଅଫୁଟା ମୋର୍ଟାର ସହ ଖେଳୁଥିବା ୮ ଶିଶୁ ମୃତ

କାବୁଲ,୨୩।୯: ଆଫଗାନିସ୍ତାନରେ ହୋଇଥିବା ଏକ ମୋର୍ଟାର ବିସ୍ଫୋରଣରେ ୪ଜଣ ଭଉଣୀ ଭାଇଙ୍କ ସହ ୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଏକ ଅଫୁଟା ମୋର୍ଟାର ସହ ପିଲାମାନେ ଖେଳୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା।

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନୂଆଦିଲ୍ଲୀ, ୨୨।୯: ବଲିଉଡ୍‌ ଅଭିନେତ୍ରୀ ଜୟପ୍ରଦା ନେପାଳ ପର୍ଯ୍ୟଟନ ବିଭାଗର ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି।

ବଳାତ୍କାର ବୃଦ୍ଧିକୁ ଦେଖି ଅଶ୍ଳୀଳ ବିଷୟବସ୍ତୁକୁ ବନ୍ଦ କରିବାକୁ ଚାହୁଁଛି ନେପାଳ

ବଳାତ୍କାର ବୃଦ୍ଧିକୁ ଦେଖି ଅଶ୍ଳୀଳ ବିଷୟବସ୍ତୁକୁ ବନ୍ଦ କରିବାକୁ ଚାହୁଁଛି ନେପାଳ

କାଠମାଣ୍ଡୁ,୨୨।୯: ଦେଶରେ ଦିନକୁ ଦିନ ବଳାତ୍କାର ମାମଲା ବଢି ଚାଲିଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଇବାକୁ ଚିନ୍ତା କରିଛନ୍ତି ନେପାଳ ସରକାର। ଏଥିପାଇଁ ଅଶ୍ଳୀଳ ବିଷୟବସ୍ତୁ ସମ୍ପର୍କିତ ସମସ୍ତ ପ୍ରଚାର ପ୍ରସାରକୁ ବନ୍ଦ କରିବାକୁ ସରକାର କହିଛନ୍ତି।

ଭାରତ ସବୁଠାରୁ ଅଧିକ ଆତଙ୍କବାଦ ପ୍ରଭାବିତ ଦେଶ

ଭାରତ ସବୁଠାରୁ ଅଧିକ ଆତଙ୍କବାଦ ପ୍ରଭାବିତ ଦେଶ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୯: ଏବେ ସମଗ୍ର ବିଶ୍ୱ  ଆତଙ୍କବାଦ ସମସ୍ୟାକୁ ସାମ୍ନା କରି ଏକ ପ୍ରକାର ଅତିଷ୍ଟ ହୋଇ ପଡିଲେଣି। ତେବେ ନିକଟରେ ଆମେରିକା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ୨୦୧୭ରେ ଭାରତ ସମେତ ଏସିଆର ୫ଟି ଦେଶରେ ସବୁଠାରୁ ଅଧିକ ଆତଙ୍କବାଦୀ ଆକ୍ରମଣ ହୋଇଛି। 

ଭାରତ ସହ ପାକିସ୍ତାନର ଆଲୋଚନା ରଦ୍ଦ, ଦୁର୍ଭାଗ୍ୟଜନକ କହିଲେ ଇମ୍ରାନ୍‌

ଭାରତ ସହ ପାକିସ୍ତାନର ଆଲୋଚନା ରଦ୍ଦ, ଦୁର୍ଭାଗ୍ୟଜନକ କହିଲେ ଇମ୍ରାନ୍‌

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୨।୯: ନ୍ୟୁୟର୍କରେ ଜାତିସଂଘ ସମ୍ମିଳନୀରେ ଭାରତ-ପାକ୍‌ ବୈଦେଶୀକ ମନ୍ତ୍ରୀସ୍ତରୀୟ ଆଲୋଚନାକୁ ରଦ୍ଦ କରିଛି ଭାରତ। ଏହାପରେ କିନ୍ତୁ ଏକ ପ୍ରକାର ବିଗିଡି ଯାଇଛି ପାକିସ୍ତାନର ମିଜାଜ୍‌। 

ଥମୁନି ଭାରତ-ପାକ୍‌ ବିବାଦ

ଥମୁନି ଭାରତ-ପାକ୍‌ ବିବାଦ

ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଭାରତ-ପାକିସ୍ତାନ ପରସ୍ପରକୁ ୧୨ଥର ଭେଟିଛନ୍ତି। ଏଥିରୁ ଭାରତ ୭ଟି ଓ ପାକିସ୍ତାନ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି। ଥରେ ମାତ୍ର ଏସିଆକପ୍‌ ଟି୨୦ ଫର୍ମାଟରେ ଖେଳାଯାଇଥିଲା। ଏଥିରେ ଦୁଇ ଦେଶ ପରସ୍ପରକୁ ଭେଟିଥିବା ବେଳେ ଭାରତ ବିଜୟ ହାସଲ କରିଥିଲା। ଏସିଆ କପ୍‌ ଟାଇଟଲ ହାସଲରେ ଭାରତ ପାକିସ୍ତାନକୁ ବହୁ ପଛରେ ପକାଇଛି। 

ବିଶ୍ୱର ସର୍ବବୃହତ ଘଣ୍ଟି

ବିଶ୍ୱର ସର୍ବବୃହତ ଘଣ୍ଟି

ପୋଲାଣ୍ଡ, ୨୧।୯: ବିଶ୍ୱର ସର୍ବବୃହତ୍‌ ଘଣ୍ଟି ପୋଲାଣ୍ଡରେ ନିର୍ମାଣ କରାଯାଇଛି। ୫୫ ଟନ ଓଜନର ଏହି ଘଣ୍ଟିଟି ଟ୍ରାଇଡେଣ୍ଟ୍‌ ସହରସ୍ଥିତ ଏକ ଧାର୍ମିକ ସ୍ଥଳରେ ଲଗାଯାଇଛି।

ଗଣେଶଙ୍କ ବିବାଦୀୟ ବିଜ୍ଞାପନ ଦେଇ ଭୁଲ୍‌ ମାଗିଲା ରିପବ୍ଲିକାନ୍‌ ପାର୍ଟି

ଗଣେଶଙ୍କ ବିବାଦୀୟ ବିଜ୍ଞାପନ ଦେଇ ଭୁଲ୍‌ ମାଗିଲା ରିପବ୍ଲିକାନ୍‌ ପାର୍ଟି

ଓ୍ବାଶିଂଟନ,୨୧।୯: ଆମେରିକାରେ ମତଦାନ ପାଇଁ ସଂଖ୍ୟାଲଘୁଙ୍କୁ ଆକର୍ଷିତ କରିବାକୁ ଶାସକ ରିପ୍ଲିକାନ୍‌ ପାର୍ଟି ନିକଟରେ ଏକ ଖବରକାଗଜରେ ବିଜ୍ଞାପନ ଦେଇଥିଲା। ଯେଉଁଥିରେ ସେ ଭଗବାନ ଗଣେଣଙ୍କୁ ବିବାଦୀୟ ଢଙ୍ଗରେ ଉପସ୍ଥାପନ କରିଥିଲା।

ପରଲୋକରେ ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ

ପରଲୋକରେ ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ

ହାନୋଇ,୨୧।୯: ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ କ୍ୱାଙ୍ଗ୍‌ଙ୍କର ଶୁକ୍ରବାର ସକାଳ ୧୦ଟା ୫ ମିନିଟରେ ପରଲୋକ ହୋଇଛି। ତାଙ୍କୁ ୬୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ।

ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଯୋଗାଉଛି ଲାଇବ୍ରେରୀ

ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଯୋଗାଉଛି ଲାଇବ୍ରେରୀ

ନ୍ୟୁୟର୍କ,୨୧।୯: ଆମେରିକା ନ୍ୟୁୟର୍କରେ ଥିବା ପବ୍ଲିକ୍‌ ଲାଇବ୍ରେରୀ ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଓ ବ୍ୟାଗ୍‌ ଆଦି ଉପଲବ୍ଧ କରାଉଛି।

ଦେଶରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ହୋଇଛନ୍ତି ଦାରିଦ୍ର୍ୟ ମୁକ୍ତ

ଦେଶରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ହୋଇଛନ୍ତି ଦାରିଦ୍ର୍ୟ ମୁକ୍ତ

ନୂଆଦିଲ୍ଲୀ/ଜେନେଭା,୨୧।୯: ଭାରତରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି। ୨୦୧୮ ଗ୍ଲୋବାଲ ମଲ୍ଟିଡାଇମେନ୍ସନାଲ୍‌ ପୋଭର୍ଟି ଇଣ୍ଡେକ୍ସ୍‌ରେ ଏସମ୍ପର୍କରେ ସୂଚିତ ହୋଇଛି। 

ମଝି ହ୍ରଦରେ ଓଲଟିଲା ଡଙ୍ଗା: ୪୪ ମୃତ

ମଝି ହ୍ରଦରେ ଓଲଟିଲା ଡଙ୍ଗା: ୪୪ ମୃତ

ଡୋଡୋମା, ୨୧।୯: ତାଞ୍ଜାନିଆରେ ଏକ ଡଙ୍ଗା ବୁଡ଼ି ଘଟଣାରେ ୪୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଭିକ୍ଟୋରିଆ ହ୍ରଦରେ ଘଟିଛି ଏହି ଅଘଟଣ। ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ସବାର ଥିଲେ।