ଅନଗୁଳ-ଢେଙ୍କାନାଳ

ନୟାନ୍ତ କଲାଣି ପ୍ରଦୂଷଣ

ନୟାନ୍ତ କଲାଣି ପ୍ରଦୂଷଣ

ଢେଙ୍କାନାଳ ଅଫିସ, ୬।୩-ଢେଙ୍କାନାଳ ଜିଲା ଗୁଣ୍ଡିଚାପଡ଼ା ଶିଳ୍ପାଞ୍ଚଳରେ ପ୍ରତିଷ୍ଠିତ ନର୍ଭେରାମ ପାୱାର ଆଣ୍ଡ୍‌ ଷ୍ଟିଲ କାରଖାନାର ଉଡ଼ନ୍ତା ପାଉଁଶ ଅଞ୍ଚଳ ପାଇଁ ବିପଦ ପାଲଟିଛି। ମାତ୍ରାଧିକ ପ୍ରଦୂଷଣ ଯୋଗୁ ଚାଷଜମି, ଜଳ ଉତ୍ସ କ୍ଷତିଗ୍ରସ୍ତ ହେଉଛି। ଜାତୀୟ ରାଜପଥରେ ଚଳପ୍ରଚଳ ମୁସ୍କିଲ ହୋଇଗଲାଣି। ଏହାର ପ୍ରତିକାର ଦାବି କରିଛନ୍ତି ପଞ୍ଚାୟତ ପ୍ରତିନିଧି ଏବଂ ସମ୍ପୃ୍‌କ୍ତ ଅଞ୍ଚଳର ବାସିନ୍ଦା। ଏ ସଂକ୍ରାନ୍ତରେ ସେମାନେ ମଙ୍ଗଳବାର ଜିଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।
ଅଭିଯୋଗ ଅନୁଯାୟୀ, ନର୍ଭେରାମ ପାୱାର ଓ ଷ୍ଟିଲ୍‌ କମ୍ପାନୀରୁ ନିର୍ଗତ ଦୂଷିତ ବାଷ୍ପ ଯୋଗୁ ପରିବେଶ ବ୍ୟାପକ ମାତ୍ରାରେ ପ୍ରଦୂଷିତ ହୋଇଛି। ନାଳ, ପୋଖରୀ, କୂଅପାଣି ଦୂଷିତ ହୋଇଗଲାଣି। ଚାଷଜମି ଉର୍ବରତା ହରାଇଛି। ଘରଦ୍ୱାର କଳା ଗୁଣ୍ଡରେ ପରିପୂର୍ଣ୍ଣ ହୋଇଯାଉଛି। କମ୍ପାନୀର ଦୂଷିତ ଜଳ ସଂକ୍ରାମକ ରୋଗର କାରଣ ପାଲଟିଛି। ଆଖପାଖ ଅଞ୍ଚଳବାସୀଙ୍କ ସମେତ ଗୃହପାଳିତ ପ୍ରାଣୀ ଦୁରାରୋଗ୍ୟରେ ପଡ଼ୁଛନ୍ତି। ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କାରଖାନାର ପାଉଁଶ ଗଦାରୁ ଉଡ଼ୁଥିବା ଗୁଣ୍ଡରେ ପଥଚାରୀ ପ୍ରଭାବିତ ହେଉଛନ୍ତି। କାରଖାନାରୁ ନିର୍ଗତ ବର୍ଜ୍ୟ ଗୁଣ୍ଡ ଟ୍ରକ୍‌ରେ ଖୋଲା ପରିବହନ କରାଯାଉଛି। କମ୍ପାନୀ ପକ୍ଷରୁ ବୃକ୍ଷରୋପଣ ଓ ସମାଜ କଲ୍ୟାଣମୂଳକ କାର୍ଯ୍ୟ କରାଯାଉନାହିଁ। ଏସବୁ ସମସ୍ୟାର ସମାଧାନ ଦାବିରେ ଫେବୃୟାରୀ ୮ରେ ଅଞ୍ଚଳବାସୀ ଏକାଠି ହୋଇ ଆଲୋଚନା କରିଥିଲେ। ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗୁଣ୍ଡିଚାପଡ଼ା ସରପଞ୍ଚ କାର୍ତ୍ତିକ ସାହୁ, ଗେଙ୍ଗୁଟିଆ ସରପଞ୍ଚ ଅନସୂୟା ମହାନ୍ତି, ସିମିନିଇ ସରପଞ୍ଚ ବିନୋଦିନୀ ନାୟକ, ସମିତିସଭ୍ୟ ପ୍ରମୋଦ ନାୟକ, କାଣ୍ଡବିନ୍ଧା ସମିତିସଭ୍ୟ ରଶ୍ମିତା ଦେହୁରୀ, ବଳରାମପୁର ସରପଞ୍ଚ ମମିତା ମଞ୍ଜରୀ ନାୟକ, ଗଦାଶିଳା ସରପଞ୍ଚ ଲିନା ସେଠୀ, କାଶିଆଡିହ ସରପଞ୍ଚ ମିନତି ରାଉତଙ୍କ ସମେତ ଇନ୍ଦିପୁର, ଖୁଣ୍ଟଝରୀ, ଗୋବିନ୍ଦପ୍ରସାଦ, କୋତ୍ତମ, ଘଟିପିରି ଆଦି ଅଞ୍ଚଳର ପଞ୍ଚାୟତ ପ୍ରତିନିଧି ଓ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ସେମାନେ ଏ ନେଇ ଜିଲାପାଳ, ଉପଜିଲାପାଳ, ଜିଲା ଶ୍ରମ ଅଧିକାରୀ, କମ୍ପାନୀ କର୍ତ୍ତୃପକ୍ଷଙ୍କ ସମେତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଲିଖିତ ଭାବେ ଜଣାଇଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ଅଜଣା ଗାଡି ଧକ୍କାରେ ଅଚିହ୍ନା ଯୁବକ ଗୁରୁତର

ଅଜଣା ଗାଡି ଧକ୍କାରେ ଅଚିହ୍ନା ଯୁବକ ଗୁରୁତର

ବଅଁରପାଳ,୧୯।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ରାସ୍ତାରେ ମଙ୍ଗଳବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ଜଣେ ଅଚିହ୍ନା ଯୁବକ ଗୁରୁତର ହୋଇଛନ୍ତି। ସେ ବାଇକ୍‌ ଯୋଗେ ନାଲ୍‌କୋ ପ୍ଲାଣ୍ଟରୁ କଲୋନୀ ଆଡକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।

୨ୟ ଦିନରେ ଗ୍ରାମବାସୀଙ୍କ ଧାରଣା

୨ୟ ଦିନରେ ଗ୍ରାମବାସୀଙ୍କ ଧାରଣା

ତାଳଚେର,୧୯।୬(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ଡଅଁର ଏବଂ ବନବାସୀପୁର ଗ୍ରାମବାସୀଙ୍କ ଧାରଣା ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ଗତ ୨ ଦିନ ହେଲା ଏମ୍‌ସିଏଲ୍‌ର ବଳରାମ ଓ ହିଙ୍ଗୁଳା ଖଣିକାର୍ଯ୍ୟ ବନ୍ଦ ରହିଛି। ଏଥିସହ କୋଇଲା ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।

ଅବକାରୀ କାର୍ଯ୍ୟାଳୟ ଘେରାଉ

ଅବକାରୀ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ ଅଫିସ,୧୯।୬ ଢେଙ୍କାନାଳ ଜିଲା ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତର ୪ଟି ଗ୍ରାମରେ ନିଶା କାରବାର ବୃଦ୍ଧିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଚିକିତ୍ସାଧୀନ ଅବସ୍ଥାରେ ନବବଧୂ ମୃତ

ଚିକିତ୍ସାଧୀନ ଅବସ୍ଥାରେ ନବବଧୂ ମୃତ

କଣିହାଁ,୧୯।୬(ଡି.ଏନ.ଏ.) କଣିହାଁ ବ୍ଲକ କମରେଇ ପଞ୍ଚାୟତ ତେଲିସିଂହା ଗ୍ରାମରେ ୧୧ ତାରିଖରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନବବଧୂ ସ୍ବାଗତିକା ସାହୁ(ପିଙ୍କି)ଙ୍କ ସୋମବାର ମୃତ୍ୟୁ ଘଟିଛି।

ସେସୁ କାର୍ଯ୍ୟାଳୟ ଘେରିଲେ ଲୋକେ

ସେସୁ କାର୍ଯ୍ୟାଳୟ ଘେରିଲେ ଲୋକେ

ଅନୁଗୋଳ ଅଫିସ୍‌,୧୯।୬ ଅନୁଗୋଳ ବ୍ଲକ ବେଣାଗାଡ଼ିଆ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ କାଟ ହେଉଥିବା ବେଳେ ଲୋ ଭୋଲଟେଜ୍‌ ସମସ୍ୟା ରହିଛି। ଏହାର ପ୍ରତିବାଦରେ ଗ୍ରାମର ମହିଳା ଓ ପୁରୁଷମାନେ ସୋମବାର ଅନୁଗୋଳ ସେସୁ ଅଫିସ୍‌ ଘେରାଉ କରିଥିଲେ।

ଅଟକିଛି ଧାନବୁଣା, ତଳିପକା

ଅଟକିଛି ଧାନବୁଣା, ତଳିପକା

ଢେଙ୍କାନାଳ ଅଫିସ,୧୯।୬ରାଜ୍ୟରେ ମୌସୁମୀ ଆଗମନ ସତ୍ତ୍ୱେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ପ୍ରାୟ ସବୁ ସ୍ଥାନରେ ଅଗ୍ନିବର୍ଷା ଯୋଗୁ ଜନଜୀବନ ହନ୍ତସନ୍ତ ହେଉଛି।

ସମବାୟ ସମିତିରେ ଉତ୍ତେଜନା

ସମବାୟ ସମିତିରେ ଉତ୍ତେଜନା

ଛେଣ୍ଡିପଦା,୧୯ା୬, (ଡି.ଏନ.ଏ.)/(ସ୍ବ.ପ୍ର.)ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ପଞ୍ଚାୟତରେ ଚିନାବଦାମ ମଣ୍ଡି ଖୋଲାଯିବାରେ ବିଳମ୍ବକୁ ନେଇ ସୋମବାର ସମବାୟ ସମିତିରେ ଉତ୍ତେଜନା ଦେଖାଦେଇଛି।

ଅଣନିଃଶ୍ୱାସୀ କରୁଛି ପାଉଁଶ

ଅଣନିଃଶ୍ୱାସୀ କରୁଛି ପାଉଁଶ

କଣିହାଁ,୧୯।୬(ଡି.ଏନ.ଏ.)ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନସାଧାରଣଙ୍କୁ ଅତିଷ୍ଠ କରୁଥିବାବେଳେ ଅନୁଗୋଳ ଜିଲା କଣିହାଁ ବ୍ଲକବାସୀ ପାଉଁଶରେ ଅଣନିଃଶ୍ୱାସୀ ହେଉଛନ୍ତି। ଗତ ୨ ଦିନ ହେଲା ଏନ୍‌ଟିପିସି ପ୍ରକଳ୍ପର ପାଉଁଶ ପୋଖରୀରୁ ବହୁ ପରିମାଣର ପାଉଁଶ ଉଡ଼ୁଛି।

ସଂଗ୍ରାମ ପୃଷ୍ଟିଙ୍କୁ ଇସ୍ପାତ ସାହିତ୍ୟ ସମ୍ମାନ

ସଂଗ୍ରାମ ପୃଷ୍ଟିଙ୍କୁ ଇସ୍ପାତ ସାହିତ୍ୟ ସମ୍ମାନ

ବଇଣ୍ଡା,୧୭।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ହାଇସ୍କୁଲ ଶିକ୍ଷକ ତଥା ଶିଶୁ ସାହିତ୍ୟକ ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ରବିବାର ଇସ୍ପାତ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ରାଉରକେଲା ସ୍ଥିତ ଇସ୍ପାତ ସାହିତ୍ୟ ସଂସଦର ୪୭ ତମ ସ୍ବନକ୍ଷତ୍ର ଉତ୍ସବ ପାଳନ ଅବସରରେ ମୁଖ୍ୟଅତିଥି ସୁନ୍ଦରଗଡ଼ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ବିଧାୟକ ସୁବ୍ରତ ତରାଇ ତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆସୁ

ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆସୁ

ବଇଣ୍ଡା/ଆଠମଲ୍ଲିକ,୧୭।୬(ଡି.ଏନ.ଏ.)- ଗ୍ରାମାଞ୍ଚଳରେ ଅନେକ ସମସ୍ୟା ରହିଛି। ହେଲେ ଏହା ଲୋକଲୋଚନକୁ ଆସିପାରୁ ନ ଥିବାରୁ ବହୁ ସମସ୍ୟା ପ୍ରଶାସନ ଆଢୁଆଳରେ ରହିଯାଉଛି।

ପଞ୍ଚାୟସ୍ତରୀୟ ଗ୍ରାମ ଯୋଗାଯୋଗ ଶିବିର ଉଦ୍‌ଯାପିତ କଳାକାର ବାଣ୍ଟିଲେ ସଚେତନତା

ପଞ୍ଚାୟସ୍ତରୀୟ ଗ୍ରାମ ଯୋଗାଯୋଗ ଶିବିର ଉଦ୍‌ଯାପିତ କଳାକାର ବାଣ୍ଟିଲେ ସଚେତନତା

ଭୁବନ,୧୮।୬(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ବ୍ଲକରେ ପଞ୍ଚାୟତସ୍ତରୀୟ ଗ୍ରାମ ଯୋଗାଯୋଗ ଓ ସହଭାଗିତା କାର୍ଯ୍ୟକ୍ରମ ସୋମବାର ବାଲିବୋ ଗ୍ରାମରେ ଉଦ୍‌ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗତ ୭ରୁ ସୁରପ୍ରତାପପୁର ଗ୍ରାମରେ ଆରମ୍ଭ ହୋଇଥିଲା। ପରେ ମାର୍ଥାପୁର, ଦିଘି, ଯମୁନାକୋଟ, ଚଣ୍ଡିପାଳ ଓ ବାଲିବୋ ଗ୍ରାମରେ ଅନୁଷ୍ଠିତ ହୋଇଥିଲା।

ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ: ଆଗୁଆ ସଜାଗ ରହିବାକୁ ପରାମର୍ଶ

ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ: ଆଗୁଆ ସଜାଗ ରହିବାକୁ ପରାମର୍ଶ

ଭୁବନ,୧୮।୬(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ମକ୍‌ଡ୍ରିଲ ପାଇଁ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଡିଓ ବସନ୍ତ କୁମାର ମାଝି ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ତହସିଲଦାର ଶକ୍ତିକାନ୍ତ ରାୟ, ବ୍ଲକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ବେହେରା, ସିଡିପିଓ ପ୍ରମୋଦିନୀ ତ୍ରିପାଠୀ, ଭୁବନ ମହିଳା ମହାବିଦ୍ୟାଳୟ ସଂସ୍କୃତ ବିଭାଗ ଅଧ୍ୟକ୍ଷ ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Model This Week

ପ୍ରଭାତ