ଅନଗୁଳ-ଢେଙ୍କାନାଳ

ଠକିଦେଲା ସରକାରୀ ବିହନ

ଠକିଦେଲା ସରକାରୀ ବିହନ

ଢେଙ୍କାନାଳ ଅଫିସ, ୬।୩-ଠକିଦେଲା ନିମ୍ନମାନର ସରକାରୀ ବିହନ। ଗଛ ଉଠିଲା, ହେଲେ ଫଳିଲାନି ବାଦାମ। ବ୍ୟାପକ ଫସଲ ନଷ୍ଟ ହେଲା। ସରକାରୀ ବାବୁ କ୍ଷେତ୍ର ବୁଲିଲେ, କିନ୍ତୁ କ୍ଷତିପୂରଣ ପ୍ରଦାନ ଦିଗରେ ଧ୍ୟାନ ଦେଲେନାହିଁ। ଋଣ ବୋଝରେ ବୁଡ଼ି ରହିଥିବା ଚାଷୀ ଖରିଫ୍‌ ଚାଷକୁ ଆଶା ରଖିଥିବାବେଳେ ଏ ଯାଏ ରବିଚାଷ କ୍ଷତିପୂରଣ ମିଳିଲାନି। ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ମଙ୍ଗଳବାର ହକ୍‌ ଦାବିରେ ଢେଙ୍କାନାଳ ଜିଲା ସଦର ବ୍ଲକ ମଣ୍ଡାପାଳ ଗ୍ରାମରେ କ୍ଷତିଗ୍ରସ୍ତ ବାଦାମ ଚାଷୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ହକ୍‌ ଦାବି କରିଛନ୍ତି।
ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ସ୍ବଳ୍ପ ବୃଷ୍ଟି ଯୋଗୁ ଖରିଫ୍‌ ଋତୁରେ ଧାନ ଫସଲ ନଷ୍ଟ ହୋଇ ମରୁଡ଼ି ପରିସ୍ଥିତି ଉପୁଜିଥିଲା। କ୍ଷତିଭରଣା କରିବାକୁ ଚାଷୀମାନେ ରବି ଚାଷ ଉପରେ ଆଶା ବାନ୍ଧିଥିଲେ। ସରକାରୀସ୍ତରରେ ଯୋଗାଣ ହୋଇଥିବା ବାଦାମ ବିହନକୁ ଆଶ୍ରାକରି ସେମାନେ ପୁନର୍ବାର ଅଣ୍ଟା ଭିଡ଼ିଥିଲେ। ହେଲେ ମଞ୍ଜିରୁ ମାତ୍ର ୩୦% ଗଛ ହୋଇଥିଲା। ତେବେ ଉଠିଥିବା ଗଛରେ ଓହଳ ହେଲାନାହିଁ। ଏ ସମ୍ପର୍କରେ ସେମାନେ କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବି ପରେ ଅଧିକାରୀମାନେ କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ ମଧ୍ୟ କଲେ। ହେଲେ କ୍ଷତିପୂରଣ ପ୍ରଦାନ ଦିଗରେ କୌଣସି ପଦକ୍ଷେପ ନେଲେନାହିଁ। ଫଳରେ ଫସଲ ନଷ୍ଟ ପରେ କରଜ କରି ଚାଷ କରିଥିବା ଅଧିକାଂଶ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ତୁରନ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଧରଣୀଧର ବ୍ରହ୍ମ, ସର୍ବେଶ୍ୱର ବ୍ରହ୍ମ, ସୁରେଶ କୁମାର ବରାଳ, ମାନସ ରଞ୍ଜନ ବରାଳ, ଯୁଧିଷ୍ଠିର ବରାଳ, ଲକ୍ଷ୍ମଣ ବ୍ରହ୍ମ ପ୍ରମୁଖ ଲିଖିତ ଭାବେ ଜିଲାପାଳଙ୍କୁ ଜଣାଇଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ସାପ କାମୁଡ଼ାରେ ଜଣେ ମୃତ

ସାପ କାମୁଡ଼ାରେ ଜଣେ ମୃତ

ପରଜଙ୍ଗ, ୨୨ା୬(ଡି.ଏନ୍‌.ଏ.)-ପରଜଙ୍ଗ ବ୍ଲକ ପଥରଖମ୍ବ ପଞ୍ଚାୟତ କାମର୍ଦ୍ଦା ଗ୍ରାମର ବସନ୍ତ ବିଶ୍ୱାଳ (୫୮) ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଡାକ୍ତରଖାନା ଯିବା ପରିବର୍ତ୍ତେ ସେ ଏହାକୁ ଅଣଦେଖା କରି ଶୋଇଯାଇଥିଲେ। ଶୁକ୍ରବାର ସକାଳୁ ବସନ୍ତ ନ ଉଠିବାରୁ ତାଙ୍କ ସ୍ତ୍ରୀ ପାଖ ପଡ଼ୋଶୀଙ୍କୁ ଡାକିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ତାଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

କାମାକ୍ଷାନଗରରେ ଆମ ଗଁା, ଆମ ବିକାଶ କାର୍ଯ୍ୟକ୍ରମ:  ୨୧ ପଞ୍ଚାୟତକୁ ମିଳିଲା ୫.୨୮ କୋଟି

କାମାକ୍ଷାନଗରରେ ଆମ ଗଁା, ଆମ ବିକାଶ କାର୍ଯ୍ୟକ୍ରମ: ୨୧ ପଞ୍ଚାୟତକୁ ମିଳିଲା ୫.୨୮ କୋଟି

କାମାକ୍ଷାନଗର, ୨୨ା୬(ଡି.ଏନ୍‌.ଏ.)-ଦ୍ୱିତୀୟ ପର୍ଯ୍ୟାୟ ‘ଆମ ଗଁା, ଆମ ବିକାଶ’ ଯୋଜନାରେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକକୁ ମିଳିଛି ୫.୨୮ କୋଟି। ଶୁକ୍ରବାର ସ୍ଥାନୀୟ ସାରଙ୍ଗଧର ଷ୍ଟାଡିୟମରେ ଆୟୋଜିତ ଭିଡ଼ିଓ କନ୍‌ଫରେନ୍ସିଂ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ଏହି ଅବସରରେ ସେ ବ୍ଲକ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ସହ ୨୧ଟି ପଞ୍ଚାୟତରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଉକ୍ତ ଅର୍ଥ ମଞ୍ଜୁର କରିଥିଲେ। ଏଥିପୂର୍ବରୁ ଏପ୍ରିଲରେ ରାୟନରସିଂହପୁର ପଞ୍ଚାୟତ ପାଇଁ ୩୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଶାଳ ଜନସମାଗମ ଦେଖି ମୁଖ୍ୟମନ୍ତ୍ରୀ ଅଭିଭୂତ ହୋଇପଡ଼ିଥିଲେ। ଡିଜିଟାଲ ପରଦାରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଲୋକେ ବେଶ୍‌ ଉତ୍ସାହିତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ବ୍ଲକର ବିକାଶ ପାଇଁ ରାଜ୍ୟ ସରକାର ଅର୍ଥ ପ୍ରଦାନ କରିଥିବାରୁ ଅଧ୍ୟକ୍ଷା ସୁଫଳା ପ୍ରଧାନ ଧନ୍ୟବାଦ ଦେଇଛନ୍ତି। ମଞ୍ଜୁର ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମାପନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଅବକାରୀ କାର୍ଯ୍ୟାଳୟ  ନିର୍ମାଣକୁ ବିରୋଧ : ଅଧିକାରୀଙ୍କୁ ତଡ଼ିଦେଲେ ଗ୍ରାମବାସୀ

ଅବକାରୀ କାର୍ଯ୍ୟାଳୟ ନିର୍ମାଣକୁ ବିରୋଧ : ଅଧିକାରୀଙ୍କୁ ତଡ଼ିଦେଲେ ଗ୍ରାମବାସୀ

ବଇଣ୍ଡା,୨୨।୬(ଡି.ଏନ.ଏ)- କିଶୋରନଗର ବ୍ଲକ ଜାମ୍ବୁନାଳୀ ନିକଟରେ ବଇଣ୍ଡାର ଅବକାରୀ କାର୍ଯ୍ୟାଳୟ ଗୃହନିର୍ମାଣକୁ ନେଇ ଶୁକ୍ରବାର ଜାମ୍ବୁନାଳୀ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି।

ସପ୍ଲିମେଣ୍ଟାରୀ ପରୀକ୍ଷା ଦେଲେ

୨୪୮ ଛାତ୍ରୀଛାତ୍ର ବଇଣ୍ଡା,୨୨।୬(ଡି.ଏନ.ଏ)- କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି କେନ୍ଦ୍ରରେ ୨୪୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୧୦ ଜଣ ଅନୁପସ୍ଥିତ ଅଛନ୍ତି।

ନାକିଚିରେ ଉଚ୍ଛେଦ ଆରମ୍ଭ

ନାକିଚିରେ ଉଚ୍ଛେଦ ଆରମ୍ଭ

ବଇଣ୍ଡା,୨୨।୬(ଡି.ଏନ.ଏ)- କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥ ୪ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ହେଉଛି। ଏଥିପାଇଁ କିଶୋରନଗର ବ୍ଲକ ନାକିଚି ଅଞ୍ଚଳରେ ଶୁକ୍ରବାର ରାଜପଥ ପାର୍ଶ୍ୱରେ ଥିବା ଘର ଗୁଡ଼ିକ ଉଚ୍ଛେଦ ପକ୍ରିୟା ଆରମ୍ଭ କରାଯାଇଛି।

ବହୁମୁଖୀ ବିକାଶ ଧାରାରେ ବନ ସହାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବହୁମୁଖୀ ବିକାଶ ଧାରାରେ ବନ ସହାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ,୨୨।୬- ଢେଙ୍କାନାଳ କଳିଙ୍ଗ ଚକ୍ଷୁ ଚିକିତ୍ସାଳୟ ପରିସରରେ ଶୁକ୍ରବାର ଢେଙ୍କାନାଳ ଖଣ୍ଡିୟ ପରିଚାଳନା ଏକକ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ରୁ ୨୫ଟି ବନ ସୁରକ୍ଷା ସମିତିର ୫୦ଜଣ ଗ୍ରାମ୍ୟ ବନ ସହାୟକ ଓ ସହାୟିକାଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।

ସଂସ୍କୃତି କଳା ପରିଷଦର ପ୍ରଥମ ବାର୍ଷିକ ଉତ୍ସବ

ସଂସ୍କୃତି କଳା ପରିଷଦର ପ୍ରଥମ ବାର୍ଷିକ ଉତ୍ସବ

ଛେଣ୍ଡିପଦା,୨୨।୬(ସ୍ବପ୍ର)- ଛେଣ୍ଡିପଦା ବ୍ଲକ ବାଗଡିଆ ନୂଆହାଟପଦା ଠାରେ ଶୁକ୍ରବାର ବ୍ଲକ ସଂସ୍କୃତି ଓ କଳା ପରିଷଦର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଷଦର ଆବାହକ କମଳ ଲୋଚନ ଦାସଙ୍କ ଆବାହତ୍ୱରେ ଆୟୋଜିତ ଉତ୍ସବରେ ସିନେ କଳାକାର ମିଟୁ ମିଥୁନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

 ୫୪୪ ଜଣ ଛାତ୍ରୀଛାତ୍ର ଦେଲେ  ସପ୍ଲିମେଣ୍ଟାରୀ ପରୀକ୍ଷା

୫୪୪ ଜଣ ଛାତ୍ରୀଛାତ୍ର ଦେଲେ ସପ୍ଲିମେଣ୍ଟାରୀ ପରୀକ୍ଷା

ଅନୁଗୋଳ ଅଫିସ,୨୨।୬- ଅନୁଗୋଳ ଜିଲାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା।୨ଟି ପରୀକ୍ଷା କେନ୍ଦ୍ରରେ ୫୪୪ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି।

ପୂର୍ତ୍ତ ବିଭାଗ ରାସ୍ତାରେ ପାଉଁଶ ପାଣି

କଣିହାଁ, ୨୨ା୬(ଡି.ଏନ.ଏ.)- ଏନ୍‌ଟିପିସି ଆଶ୍‌ପଣ୍ଡ ପାର୍ଶ୍ୱ ଦେଇ ଯାଇଥିବା କଣିହାଁ-କାକୁଡିଆ ପୂର୍ତ୍ତ ରାସ୍ତାରେ ପାଉଁଶ ପାଣି ବୋହୁଛି। ଫଳରେ ଯାତାୟାତ ବେଳେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ ପ୍ରକଳ୍ପ ପକ୍ଷରୁ ଧ୍ୟାନ ଦିଆଯାଉ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି।

ଶିବିରରେ ୧୩୪ ୟୁନିଟ୍‌ ରକ୍ତ ସଂଗ୍ରହ

ଶିବିରରେ ୧୩୪ ୟୁନିଟ୍‌ ରକ୍ତ ସଂଗ୍ରହ

ଓଡ଼ାପଡ଼ା, ୨୨।୬(ଡି.ଏନ.ଏ.)- ଢେଙ୍କାନାଳ କମଳାଙ୍ଗସ୍ଥିତ ଜିଏମ୍‌ଆର ଏନର୍ଜି ଲିମିଟେଡ୍‌ କମ୍ପାନୀରେ ବୁଧବାର ଜିଏମ୍‌ଆର ଭରଲକ୍ଷ୍ମୀ ଫାଉଣ୍ଡେଶନ, ଜିକେଇଏଲ୍‌ ମାନବ ସମ୍ବଳ ବିଭାଗ ଏବଂ ଜିଲା ରେଡ୍‌କ୍ରସ୍‌ ବ୍ଲଡ୍‌ ବ୍ୟାଙ୍କ ଶାଖାର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଯୋଜନାର ଲାଭ ଉଠାନ୍ତୁ ଶିଳ୍ପୋଦ୍ୟୋଗୀ

ଯୋଜନାର ଲାଭ ଉଠାନ୍ତୁ ଶିଳ୍ପୋଦ୍ୟୋଗୀ

ଭୁବନ, ୨୨ା୬(ଡି.ଏନ୍‌.ଏ.)- ଗ୍ରାମାଞ୍ଚଳର କ୍ଷୁଦ୍ର ଶିଳ୍ପ ଉପରେ ଦେଶର ଆର୍ଥିକ ବ୍ୟବସ୍ଥା ନିର୍ଭରଶୀଳ। ଶିଳ୍ପୋଦ୍ୟୋଗୀମାନେ ସମୟୋପଯୋଗୀ ବ୍ୟବସ୍ଥାର ଲାଭ ଉଠାଇବା ଆବଶ୍ୟକ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ବ୍ୟବସ୍ଥାର ଉପଯୋଗ କରିପାରିଲେ ଏହାଦ୍ୱାରା ସେମାନେ ଆର୍ଥିକସ୍ତରରେ ସ୍ବାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ଜିଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଦେବବ୍ରତ ଜେନା।

ବଳାତ୍କାର ପୀଡ଼ିତାଙ୍କୁ ମିଳୁନି ନ୍ୟାୟ

ବଳାତ୍କାର ପୀଡ଼ିତାଙ୍କୁ ମିଳୁନି ନ୍ୟାୟ

ଓଡ଼ାପଡ଼ା, ୨୨।୬(ଡି.ଏନ.ଏ.)- ବଳାତ୍କାରର ଶିକାର ହେଲେ। ଅଭିଯୁକ୍ତଙ୍କ ସହ ଜୋରଜବରଦସ୍ତ ବିବାହ କରାଇ ଦିଆଗଲା। ୨ମାସ ଧରି ନଜରବନ୍ଦୀ କରି ରଖାଗଲା। ଏହାପରେ ଆରମ୍ଭ ହେଲା ନିର୍ଯାତନା। ଶେଷରେ ଘରୁ ତଡ଼ିଦେଲେ। ନ୍ୟାୟ ଦାବିରେ ଫାଣ୍ଡି, ଥାନାଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଭେଟିଲେ ପୀଡ଼ିତା। ହେଲେ ନ୍ୟାୟ ବଦଳରେ ପୋଲିସ ଦେଖାଇଲା ନାଲିଆଖି। ଏପରି କି ମାମଲା ରୁଜୁ କରିବା ପରିବର୍ତ୍ତେ ଅଭିଯୁକ୍ତଙ୍କ ସହ ଆପୋସ ବୁଝାମଣା କରି ଘଟଣାକୁ ରଫାଦଫା କରିଦେବାକୁ ପଡ଼ିଲା ଚାପ। ଘଟଣାର ୫ ମାସ ପରେ ବି ଥାନାରେ ମାମଲା ରୁଜୁ ହୋଇପାରୁ ନ ଥିବାବେଳେ ନ୍ୟାୟ ଦାବିରେ ବାରଦୁଆର ହେଉଛନ୍ତି ବଳାତ୍କାର ପୀଡ଼ିତା। ଏଭଳି ସଙ୍ଗିନ ଅଭିଯୋଗ ଆସିଛି ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ପୋଲିସ ଉପରେ। ଏହାପରେ ଖାକି କାର୍ଯ୍ୟକଳାପ ଉପରେ ଅଙ୍ଗୁଳି ଉଠାଇଛନ୍ତି ସଚେତନ ନାଗରିକ।

Model This Week

ପ୍ରଭାତ