ଅନଗୁଳ-ଢେଙ୍କାନାଳ

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ
କାମାକ୍ଷାନଗର, ୬।୩(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାରେ ପୁଣିଥରେ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଏଥର ଚର୍ଚ୍ଚାର ପରିଧିକୁ ଆସିଛି କାମାକ୍ଷାନଗର। ବ୍ଲକର ଏକ ପରୀକ୍ଷା କେନ୍ଦ୍ରରେ ପୂର୍ବାହ୍ନ ୯ଟା ୨୦ରେ ହ୍ବାଟ୍‌ସ୍‌ ଆପ୍‌ ମାଧ୍ୟମରେ ଏକ ସେଟ୍‌ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଆଲୋଚନା ଜୋର୍‌ ଧରିଥିଲା। ଏ ସମ୍ପର୍କରେ ସୂଚନା ପାଇ ବିଇଓ ଅଜୟ କୁମାର ପାତ୍ର କର୍ମଚାରୀଙ୍କ ସହ ସମ୍ପୃକ୍ତ କେନ୍ଦ୍ରରେ ପହଞ୍ଚତ୍ଥିଲେ। ଉକ୍ତ ସମୟରେ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ଦୁଇଜଣ ପୋଲିସ ଅଧିକାରୀ ଏବଂ କେତେଜଣ କର୍ମଚାରୀ ଉପସ୍ଥିତ ଥିଲେ। ଯାଞ୍ଚବେଳେ କାହାପାଖରେ ଫୋନ୍‌ ନ ଥିବା ଜଣାପଡ଼ିଥିଲା। ତଦନ୍ତ ଶେଷରେ ବିଇଓ ଏହାକୁ ଗୁଜବ ବୋଲି କହିଛନ୍ତି। ଏପରି ଅନିୟମିତତା ଅନ୍ୟସ୍ଥାନରେ ହୋଇଥାଇପାରେ, କାମାକ୍ଷାନଗର ଅଞ୍ଚଳରେ ଏହା ହୋଇ ନ ଥିବା ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପଟେ ସରକାରୀସ୍ତରରେ ତ୍ରୁଟିପୂର୍ଣ୍ଣ ମାଟ୍ରିକ୍‌ ପରୀକ୍ଷା ପରିଚାଳନା ଏବଂ ବାରମ୍ବାର ପ୍ରଶ୍ନପତ୍ର ଭାଇରାଲକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
All Right Reserved By

ଅନଗୁଳ-ଢେଙ୍କାନାଳ

ସରିଲାଣି ଭାଜପା, କଂଗ୍ରେସ ପ୍ରାର୍ଥୀ ଘୋଷଣା: ବିଜେଡିରେ ଛିଣ୍ଡୁନି ଅଙ୍କ

ସରିଲାଣି ଭାଜପା, କଂଗ୍ରେସ ପ୍ରାର୍ଥୀ ଘୋଷଣା: ବିଜେଡିରେ ଛିଣ୍ଡୁନି ଅଙ୍କ

ଛେଣ୍ଡିପଦା,୨୫ା୩(ଡି.ଏନ.ଏ.)/(ସ୍ବ.ପ୍ର.) ଅନୁଗୋଳ ଜିଲାରେ ଥିବା ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଆଠମଲ୍ଲିକ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନରେ ରହିଛି।

ଥାନା ଘେରିଲେ ନାକିଚି ଗ୍ରାମବାସୀ

ଥାନା ଘେରିଲେ ନାକିଚି ଗ୍ରାମବାସୀ

ବଇଣ୍ଡା,୨୫।୩(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ନାକିଚି ଗ୍ରାମରେ ଦୋଳ ଶୋଭାଯାତ୍ରାବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ପୋଲିସ ୨ଟି ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରିଛି। 

ଲୁଟେରା ଗ୍ୟାଙ୍ଗର ୧୨ ଗିରଫ

ଲୁଟେରା ଗ୍ୟାଙ୍ଗର ୧୨ ଗିରଫ

ଅନୁଗୋଳ ଅଫିସ, ୨୫।୩: ହୋଲି ଦିନ ଅନୁଗୋଳ ପୋଲିସ ହାତରେ ଧରାପଡିଥିବା ଲୁଟେରା ଗ୍ୟାଙ୍ଗର ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କରେ ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି।

ରେଲଓ୍ବେ ସାଇଡ୍‌ରୁ ଚ୍ୟାନେଲ ଚୋରି: କବାଡ଼ିଆଙ୍କୁ ବାନ୍ଧିଲା ପୋଲିସ

ରେଲଓ୍ବେ ସାଇଡ୍‌ରୁ ଚ୍ୟାନେଲ ଚୋରି: କବାଡ଼ିଆଙ୍କୁ ବାନ୍ଧିଲା ପୋଲିସ

ପରଜଙ୍ଗ, ୨୫।୩(ଡି.ଏନ୍‌.ଏ.) ପରଜଙ୍ଗ ଥାନା ବାରିହାପୁର ଗ୍ରାମ ନିକଟରେ ନିର୍ମାଣାଧୀନ ରେଳପଥର ବେକେନ୍‌ ଇମ୍ଫା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ୍‌ କ୍ୟାମ୍ପ ସାଇଡ୍‌ରୁ ୭ଟି ଲୁହା ଚ୍ୟାନେଲ ଚୋରି ଅଭିଯୋଗରେ କବାଡ଼ିଆ ବିନୟ ସାହୁଙ୍କୁ ପୋଲିସ ଗିରଫ କରିଛି। 

ଆଦର୍ଶ ବିଦ୍ୟାଳୟ ପ୍ରବେଶିକା, ୮୬ ସିଟ୍‌ ପାଇଁ ୬୩୫ ଛାତ୍ରୀଛାତ୍ର

ଆଦର୍ଶ ବିଦ୍ୟାଳୟ ପ୍ରବେଶିକା, ୮୬ ସିଟ୍‌ ପାଇଁ ୬୩୫ ଛାତ୍ରୀଛାତ୍ର

କାମାକ୍ଷାନଗର,୨୪ା୩(ଡି.ଏନ୍‌.ଏ.)-କାମାକ୍ଷାନଗର ବ୍ଲକ ଜନ୍ତାରିବୋଲସ୍ଥିତ ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ରବିବାର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଷଷ୍ଠ ଶ୍ରେଣୀରେ ୮୦ ଏବଂ ନବମ ଶ୍ରେଣୀର ୬ ସିଟ୍‌ ଲାଗି ପରୀକ୍ଷା ହୋଇଥିଲା।

କୋରିଆଁ ଛକରେ ଗାଡ଼ି ଧକ୍କାରେ ବୃଦ୍ଧ ମୃତ, ରାସ୍ତା ଅବରୋଧ

କୋରିଆଁ ଛକରେ ଗାଡ଼ି ଧକ୍କାରେ ବୃଦ୍ଧ ମୃତ, ରାସ୍ତା ଅବରୋଧ

ଢେଙ୍କାନାଳ ଅଫିସ, ୨୪ା୩-ଢେଙ୍କାନାଳ ସହର ଉପକଣ୍ଠ ୫୫ନଂ. ଜାତୀୟ ରାଜପଥର କୋରିଆଁ ଛକରେ ରବିବାର ସକାଳ ପ୍ରାୟ ୬ଟାରେ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭରତ ବେହେରା(୬୫)। 

ଭଗବାନଙ୍କୁ ସ୍ମରଣ କଲେ ଅଞ୍ଚଳରେ ଶାନ୍ତି ରହିବ

ଭଗବାନଙ୍କୁ ସ୍ମରଣ କଲେ ଅଞ୍ଚଳରେ ଶାନ୍ତି ରହିବ

ବଇଣ୍ଡା,୨୪।୩(ଡି.ଏନ.ଏ.)-ବର୍ତ୍ତମାନ ଯୁଗରେ ମଣିଷ ସମାଜ ଆଧ୍ୟାତ୍ମିକତାରୁ ଦୂରେଇ ଯାଉଛି। ଫଳରେ ସମାଜରେ ଅଶାନ୍ତ ପରିବେଶ ସୃଷ୍ଟି ହେଉଛି। ସମସ୍ତେ ସମୟ ବାହାର କରି ଭଗବାନଙ୍କୁ ଶାନ୍ତି ପାଇଁ ସ୍ମରଣ କଲେ ଗ୍ରାମ ଶାନ୍ତି ରହିବ ବୋଲି ଶନିବାର  କିଶୋରନଗର ବ୍ଲକ ଆମ୍ବପାଳ ପଞ୍ଚାୟତ ଖଇରମୁଣ୍ଡା ଗ୍ରାମରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ(ବଇଣ୍ଡା ଶାଖା) ପକ୍ଷରୁ ଆୟୋଜିତ ଶାନ୍ତି ଶୋଭାଯାତ୍ରା ଓ ପ୍ରବଚନ କାର୍ଯ୍ୟକ୍ରମରେ ଅତିଥିମାନେ ଏହା କହିଛନ୍ତି। 

ଶୋଭାଯାତ୍ରାବେଳେ ଗଣ୍ଡଗୋଳ, ୧୪ ଗିରଫ: ପ୍ରତିବାଦରେ ହଣ୍ଡପା ଥାନା ଘେରାଉ

ଶୋଭାଯାତ୍ରାବେଳେ ଗଣ୍ଡଗୋଳ, ୧୪ ଗିରଫ: ପ୍ରତିବାଦରେ ହଣ୍ଡପା ଥାନା ଘେରାଉ

 ବଇଣ୍ଡା,୨୪।୩(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ନାକିଚି ଗ୍ରାମରେ ଦୋଳଯାତ୍ରା ଶୋଭାଯାତ୍ରାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ପୋଲିସ ୨ଟି ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରିଛି।

ନିଶାଦ୍ରବ୍ୟ ଗ୍ରହଣ କରୁଥିବା ଯୁବକଙ୍କୁ ଖୁଣ୍ଟରେ ବାନ୍ଧିଲେ ପରିବାର ଲୋକେ

ନିଶାଦ୍ରବ୍ୟ ଗ୍ରହଣ କରୁଥିବା ଯୁବକଙ୍କୁ ଖୁଣ୍ଟରେ ବାନ୍ଧିଲେ ପରିବାର ଲୋକେ

ଅନୁଗୋଳ ଅଫିସ, ୨୪।୩: ଅନୁଗୋଳ ସହରର ଅମଲାପଡାଠାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳୁ ଜଣେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଦିଆଯାଇଥିବା ଦେଖିବାକୁ ମିଳିଛି। 

 ପାତ୍ରପଡ଼ାରେ ଅଗ୍ନିକାଣ୍ଡ , ୧୯ ପରିବାରର ୪୨ ବଖରା ପୋଡ଼ି ପାଉଁଶ

ପାତ୍ରପଡ଼ାରେ ଅଗ୍ନିକାଣ୍ଡ , ୧୯ ପରିବାରର ୪୨ ବଖରା ପୋଡ଼ି ପାଉଁଶ

ଛେଣ୍ଡିପଦା,୨୪।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାତ୍ରପଡା କମାରସାହି ଗ୍ରାମରେ ରବିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୯ ପରିବାରର ୪୨ ବଖରା ପୋଡି ପାଉଁଶ ହୋଇଯାଇଛି । 

ପାରିବାରିକ କଳହରୁ ନିର୍ମମ ହତ୍ୟା:  ଶାଳକଙ୍କ ଯୌନାଙ୍ଗ, ବେକ କାଟିଦେଲେ ଭିଣୋଇ

ପାରିବାରିକ କଳହରୁ ନିର୍ମମ ହତ୍ୟା: ଶାଳକଙ୍କ ଯୌନାଙ୍ଗ, ବେକ କାଟିଦେଲେ ଭିଣୋଇ

ଢେଙ୍କାନାଳ ଅଫିସ, ୨୪।୩-ପାରିବାରିକ କଳହ ଏବଂ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଶାଳିଆ ନିକଟ ବିଦ୍ୟାବନ୍ଧ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଯୌନାଙ୍ଗ ଏବଂ ବେକକୁ ଅମାନୁଷିକ ଭାବେ କାଟି ସମ୍ପର୍କୀୟ ଶାଳକଙ୍କୁ ହତ୍ୟା କରିଛନ୍ତି ଭିଣୋଇ। 

୨୭ରେ ଅନୁଗୋଳ ଆସୁଛନ୍ତି ଶଙ୍କରାଚାର୍ଯ୍ୟ

୨୭ରେ ଅନୁଗୋଳ ଆସୁଛନ୍ତି ଶଙ୍କରାଚାର୍ଯ୍ୟ

ଅନୁଗୋଳ ଅଫିସ, ୨୪।୩- ଚଳିତ ମାସ ୨୭ ଓ ୨୮ ତାରିଖରେ ଅନୁଗୋଳ ଗସ୍ତରେ ଆସୁଛନ୍ତି ପୁରୀ ଗୋବର୍ଦ୍ଧନ ମଠର ପୀଠାଧୀଶ୍ୱର ସନାତନ ଧର୍ମର ଧର୍ମଗୁରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। 


Model This Week

ରଶ୍ମି
Why Dharitri