ଉପକୂଳ ଓଡିଶା

ବାପା ରହୁଥିବା ଘରେ ନିଆଁ ଲଗାଇଲା ପୁଅ

ରାଜନଗର,୬।୩(ଡି.ଏନ୍‌.ଏ.)- ପାରିବାରିକ ବିବାଦର ପରିଣତି ବେଳେ ବେଳେ କିଭଳି ଭୟଙ୍କର ହୁଏ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡାର ରାଜନଗର ବ୍ଲକରେ। ଏହି ବ୍ଲକର ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ନାରାୟଣପୁର ଗାଁର ବଙ୍ଗୀୟ ଅଧ୍ୟୁସିତ ଅଞ୍ଚଳରେ ପାରିବାରିକ ବିବାଦ କେନ୍ଦ୍ରକରି ମଙ୍ଗଳବାର ମା’ବାପା ରହୁଥିବା ଘରେ ପୁଅ ନିଅଁ। ଲଗେଇ ଦେଇଛନ୍ତି। ନିଆଁରେ ୨ ବଖରା ପୋଡିଯାଇଛି। ଏନେଇ ବାପା କାଳପଦ ଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସମ୍ପତ୍ତିକୁ କେନ୍ଦ୍ରକରି କାଳିପଦ ଓ ପୁଅ ଚନ୍ଦନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ବାପ ପୁଅ ୮ ବର୍ଷ ହେବ ପରସ୍ପରଠାରୁ ଅଲଗା ହୋଇ ରହୁଥିଲେ। ମଙ୍ଗଳବାର ପୂର୍ବାହ୍ନ ସମୟରେ ମା’ବାପା ରହୁଥିବା ଘରେ ଚନ୍ଦନ ନିଆଁ ଲଗେଇଦେଇଥିଲେ। ନିଆଁ ଦେଖି କାଳିପଦ ଓ ତାଙ୍କ ସ୍ତ୍ରୀ ତୁରନ୍ତ ଘର ବାହାରକୁ ଚାଲି ଆସିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ କେସ ନଂ ୧୦/୧୮ରେ ଏକ ମାମଲା ରୁଜୁ ହୋଇଛି। ଆଇଆଇସି.ଶୀତିକଣ୍ଠ କାନୁନ୍‌ଗୋ ଖବରପାଇ ଘଟଣାସ୍ଥଳରେ ପହଁଞ୍ଚତ୍ ତଦନ୍ତ କରିବା ସହ ଅଭିଯୁକ୍ତ ଚନ୍ଦନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
All Right Reserved By

ଉପକୂଳ ଓଡିଶା

ପୋଖରୀରେ ବୁଡ଼ି ନାବାଳକ ମୃତ

ପୋଖରୀରେ ବୁଡ଼ି ନାବାଳକ ମୃତ

ଆଳି,୨୪ା୩(ଡି.ଏନ୍‌.ଏ): ଆଳି ଥାନା ଅନ୍ତର୍ଗତ ଦେମାଳ ଗ୍ରାମର ମଙ୍ଗୁଳି ମଳିକଙ୍କ ୭ ବର୍ଷର ପୁଅ ରବିବାର ସକାଳେ ଗାଁ ପୋଖରୀକୁ ଗାଧୋଇ ଯାଇଥିବାବେଳେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ିଯାଇଥିଲା।

ମାର୍ଚ୍ଚ ୨୫ରୁ ମ୍ୟାଟ୍ରିିକ ଖାତା ମୂଲ୍ୟାୟନ : କେନ୍ଦ୍ରାପଡାରେ ୨ଟି କେନ୍ଦ୍ର

ମାର୍ଚ୍ଚ ୨୫ରୁ ମ୍ୟାଟ୍ରିିକ ଖାତା ମୂଲ୍ୟାୟନ : କେନ୍ଦ୍ରାପଡାରେ ୨ଟି କେନ୍ଦ୍ର

କେନ୍ଦ୍ରାପଡା ଅଫିସ, ୨୩ା୩- ମାର୍ଚ୍ଚ ୮ରେ ଚଳିତ ଶିକ୍ଷାବର୍ଷର ମ୍ୟାଟ୍ରିକ ପରୀକ୍ଷା ଶେଷ ହୋଇଥିଲା ା ଏହି ପରୀକ୍ଷାର  ଖାତା ମୂଲ୍ୟାୟନ ପାଇଁ ମାର୍ଚ୍ଚ୨୫ ତାରିଖ ଧାର୍ଯ୍ୟ ହୋଇଛି।  

 ପ୍ରାଣକିଶୋର ଜୀଉଙ୍କ ମେଲଣ ଯାତ୍ରା

ପ୍ରାଣକିଶୋର ଜୀଉଙ୍କ ମେଲଣ ଯାତ୍ରା

ମାର୍ଶାଘାଇ,୨୩। ୩ (ଡିଏନଏ) ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତ ଗିରଙ୍ଗ ଗ୍ରାମର ଶ୍ରୀ ପ୍ରାଣକିଶୋର ଜୀଉଙ୍କ ମେଲଣ ଯାତ୍ରା ଧୁମ୍‌ଧାମରେ ପାଳିତ ହୋଇଯାଇଛି ।

ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ:କେନ୍ଦ୍ର ସରକାରଙ୍କୁ ବିଜେଡିର ସମାଲୋଚନା

ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ:କେନ୍ଦ୍ର ସରକାରଙ୍କୁ ବିଜେଡିର ସମାଲୋଚନା

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.)-  ବଡ଼ଚଣା ଯୁବ ଓ ଛାତ୍ର ବିଜେଡି ତରଫରୁ ତରଫରୁ ଗୁରୁବାର ଚଣ୍ଡିଖୋଲ ଛକଠାରେ ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାଳିଆ ଯୋଜନା ଅର୍ଥ ନ ମିଳିବା ପ୍ରତିବାଦ: ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

କାଳିଆ ଯୋଜନା ଅର୍ଥ ନ ମିଳିବା ପ୍ରତିବାଦ: ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.)- ରାଜ୍ୟ ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଥିଲା ବେଳେ ଏହା ଲୋକଙ୍କ ନିକଟରେ ପହଞ୍ଚିପାରୁନାହଁି। ସେହିପରି ଚାଷୀଙ୍କ ଉନ୍ନତି ତଥା ଆର୍ଥତ୍କ ସହାୟତା ପାଇଁ କାଳିଆ ଯୋଜନା ପ୍ରଣୟନ କରିଥିବା ବେଳେ ଏଥିରୁ ବହୁ ଚାଷୀ ବଞ୍ଚିତ ହୋଇଛନ୍ତି। 

ମା’ ହେଲେ ନାବାଳିକା, ପ୍ରେମିକ ଫେରାର:ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ମା’ ହେଲେ ନାବାଳିକା, ପ୍ରେମିକ ଫେରାର:ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.)-  ଜଣେ ନାବାଳିିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଗର୍ଭବତୀ କରିବା ପରେ ପ୍ରେମିକ ଫେରାର ହୋଇଯାଇଥିଲେ। 

ନୟନବାଳା ଦାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ:ହାଣ୍ଡିଭଙ୍ଗା ଚାମ୍ପିୟନ

ନୟନବାଳା ଦାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ:ହାଣ୍ଡିଭଙ୍ଗା ଚାମ୍ପିୟନ

ପାଟକୁରା,୨୩ା୩(ଡି.ଏନ୍‌.ଏ.)-  ତେଣ୍ଡାକୁଡ଼ା ପଞ୍ଚାୟତ ଅନ୍ତର୍ଗତ ଜୟତଳଙ୍ଗ ଗ୍ରାମରେ ପ୍ରତିଷ୍ଠିତ ହରିହର ପାଠାଗାର ଓ ଜୟତଳଙ୍ଗ କ୍ରିକେଟ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ୫ମ ବାର୍ଷିକ ନୟନବାଳା ଦାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ା  

ଦଶପଲ୍ଲାରେ ମାଓବାଦୀ ପୋଷ୍ଟର: ବିଜେଡି ପ୍ରାର୍ଥୀ, ଥାନା ଆଇଆଇସିଙ୍କୁ ହତ୍ୟା ଧମକ

ଦଶପଲ୍ଲାରେ ମାଓବାଦୀ ପୋଷ୍ଟର: ବିଜେଡି ପ୍ରାର୍ଥୀ, ଥାନା ଆଇଆଇସିଙ୍କୁ ହତ୍ୟା ଧମକ

ଦଶପଲ୍ଲା,୨୩।୩(ଡି.ଏନ.ଏ.)-ନୟାଗଡ ଜିଲା ଦଶପଲ୍ଲାରେ ମାଓବାଦୀଙ୍କ ୨ଟି ଧମକପୂର୍ଣ୍ଣ ପୋଷ୍ଟର ଜବତ ହୋଇଛି। ମାଓବାଦୀମାନେ ଚଳିତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ଦଶପଲ୍ଲାର ବିଜେଡି ବିଧାୟକ ପ୍ରାର୍ଥୀ ଏବଂ ଥାନା ଆଇଆଇସିଙ୍କୁ ହତ୍ୟା ଧମକ ଦେଇଛନ୍ତି। 

ବୁଢ଼ା ନଦୀରେ ଭାସିଗଲେ ୨ ଛାତ୍ର: ଜଣେ ମୃତ, ଜଣେ ନିଖୋଜ

ବୁଢ଼ା ନଦୀରେ ଭାସିଗଲେ ୨ ଛାତ୍ର: ଜଣେ ମୃତ, ଜଣେ ନିଖୋଜ

ବିରଜାକ୍ଷେତ୍ର,୨୩।୩(ଡିଏନଏ)- ଯାଜପୁର ଟାଉନ ଥାନା ଅଧୀନରେ ଥିବା ବୁଢା ନଦୀରେ ଶନିବାର ଗାଧୋଇବା ବେଳେ ୨ଜଣ ଛାତ୍ର ଭାସିଯାଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଯାଜପୁର ଦମକଳ ବାହିନୀ ଜଣଙ୍କର ମୃତଦେହ ଉଦ୍ଧାର କରିପାରିଛନ୍ତି।

ରେଳଧାରଣା କଡ଼ରୁ ସଜ୍ଞାହୀନ ଅବସ୍ଥାରେ ମହିଳା ଉଦ୍ଧାର

ରେଳଧାରଣା କଡ଼ରୁ ସଜ୍ଞାହୀନ ଅବସ୍ଥାରେ ମହିଳା ଉଦ୍ଧାର

ଆଠଗଡ଼,୨୩।୩(ସ୍ବ.ପ୍ର.)- ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମତ୍ସ୍ୟପୁର ରେଳଧାରଣା ନିକଟରୁ ଶନିବାର ପୂର୍ବାହ୍ନରେ ସଜ୍ଞାହୀନ ଅବସ୍ଥାରେ ଅର୍ଦ୍ଧ ଉଲଗ୍ନ ହୋଇ ପଡ଼ିରହିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। 

ଦୋଳ ପୂର୍ଣ୍ଣିମାରେ ୧୦୮ ଗୋ-ପୂଜା

ଦୋଳ ପୂର୍ଣ୍ଣିମାରେ ୧୦୮ ଗୋ-ପୂଜା

ରାଜନଗର,୨୩।୩(ଡିଏନଏ)- ରାଜନଗର ବ୍ଲକ ସାନବଡ଼ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁରୁଗାଁଠାରେ ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶନିବାର ୧୦୮ ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଇ ଥିଲା। 

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ରସୁଲପୁର/ଯାଜପୁର ରୋଡ,୨୨।୩(ଡି.ଏନ.ଏ./ନି.ପ୍ର.)-ହୋଲି ଖେଳି ସାରିବା ପରେ ନଦୀରେ ଗାଧୋଉଥିବାବେଳେ ଶୁକ୍ରବାର ଅପରାହ୍ନରେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ଇଶ୍ୱରପୁର ଗ୍ରାମର ନିରଞ୍ଜନ ପରମାଣିକ(୨୦)। ସେ ସାଙ୍ଗମାନଙ୍କ ସହିତ ହୋଲି ଖେଳି ସାରି ଅପରାହ୍ନରେ ଖରସ୍ରୋତା ନଦୀର ଜଇପୁର ଘାଟରେ ଗାଧୋଉଥିଲେ।


Model This Week

ରଶ୍ମି
Why Dharitri