ଉପକୂଳ ଓଡିଶା

ଚାଷୀ ସଙ୍ଗଠନରୁ ପୁଣି ଦୂରେଇଲେ ଦାମ

କୁଜଙ୍ଗ,୬।୩(ସ୍ବ.ପ୍ର.) ବିଜୁ ଜନତା ଦଳର ବରିଷ୍ଠ ନେତା ବିଧାୟକ ଡା. ଦାମୋଦର ରାଉତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ହେବା ପରେ ନିଜ ନିର୍ବାଚନମଣ୍ଡଳି ପାରାଦୀପରେ ଅଧିକ ସମୟ ଦେଉଥିବା ପରିଲକ୍ଷିତ ହେଉଛି। ବିଭିନ୍ନ ପଞ୍ଚାୟତ ଗସ୍ତ କରି ସେ କର୍ମୀମାନଙ୍କୁ ଭେଟୁଛନ୍ତି। ମାତ୍ର ଦୁର୍ଭାଗ୍ୟର କଥା ତୈଳ ବିଶୋଧନାଗାର ପାଇଁ ଜମି ହରାଇଥିବା ୧୭୫୨ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ଚାଷୀ ସଂଗଠନର ହାତ ଧରିବାକୁ ସେ ଯେଉଁ ଘୋଷଣା କରିଥିଲେ ଏବେ ସେଥିରୁ ଦୂରେଇ ଯାଇଥିବା ଜଣାପଡିଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଜମିହରା ଚାଷୀମାନଙ୍କୁ ବ୍ୟଥିତ କରିଛି। ସୂଚନା ଅନୁଯାୟୀ, ଦାମବାବୁଙ୍କ ନିର୍ବାଚନମଣ୍ଡଳି ଅନ୍ତର୍ଗତ କୁଜଙ୍ଗର ୧୭୫୨ ପରିବାର ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ପାଇଁ ଜମି ହରାଇ ହତାଶ ହୋଇଛନ୍ତି। ବିଶୋଧନାଗାର କର୍ତ୍ତୃପକ୍ଷ ସେମାନଙ୍କୁ ଥଇଥାନ ପ୍ରତିଶ୍ରୁତି ଦେଇ ଧୋକା ଦେଇ ଚାଲିଛନ୍ତି। ତେଣୁ ଚାଷୀକୂଳ ପୂର୍ବରୁ ବହୁବାର ଏନେଇ ଦାମବାବୁଙ୍କ ଶରଣ ନେଇ ନ୍ୟାୟ ମାଗିଥିଲେ। ହେଲେ ଦାମବାବୁ ସର୍ବଦା ଚାଷୀ ସଙ୍ଗଠନଠାରୁ ନିଜକୁ ଦୂରେଇ ରଖିଆସୁଥିଲେ। ଫଳରେ ବିଶୋଧନାଗାର କର୍ତ୍ତୃପକ୍ଷଙ୍କ ସହିତ ତାଙ୍କ ସମ୍ପର୍କ ନେଇ ନାନା କଥା ଶୁଣାଯାଉଥିଲା। କିନ୍ତୁ ଦାମବାବୁ ମନ୍ତ୍ରୀପଦରୁ ଯିବା ପରେ ଅଚାନକ ୧୭୫୨ ଜମିହରା ପରିବାରକୁ ସମର୍ଥନ କରି ସଙ୍ଗଠନର ମଙ୍ଗ ଧରିବେ ବୋଲି ଘୋଷଣା କରିଥିଲେ। ଦାମଙ୍କ ସମର୍ଥନ ପାଇ ବିଶୋଧନାଗାରଠାରୁ ନ୍ୟାୟ ପାଇ ଥଇଥାନ ହେବାକୁ ଚାଷୀକୂଳ ଆଶାବାଦୀ ହୋଇପଡିଥିଲେ। ସଙ୍ଗଠନର ଅନ୍ୟ ନେତୃବୃନ୍ଦ ଓ ଦାମଙ୍କ ପାରମ୍ପରିକ ବିରୋଧୀମାନେ ଯଦିଓ ଏହି ପ୍ରସଙ୍ଗକୁ ସମର୍ଥନ କରିଥିଲେ, ତେବେ ସହଜରେ ଗ୍ରହଣ କରିପାରି ନ ଥିଲେ। ଚାଷୀ ସଙ୍ଗଠନ ସହ ଦାମଙ୍କ ସମ୍ପୃକ୍ତି ନେଇ ମାସେ ହେଲା ମନ୍ଥନ ଚାଲିଥିବାବେଳେ ଅଚାନକ ପୁଣି ଦାମବାବୁ ସଂଗଠନଠାରୁ ଦୂରେଇ ଯାଇଥିବା ଜଣାପଡିଛି। ଚାଷୀ ସଂଗଠନର ନେତୃତ୍ୱ ନେଉଥିବା ହୃଷି କେଶନାଥ, ଜିନ୍ମୟୀ ସାହାଣୀ ଓ ସାରଦା ମହାପାତ୍ର କହିଛନ୍ତି ଯେ, ଦାମବାବୁ ବିଶୋଧନାଗାର କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିଛନ୍ତି ଓ ବିଶୋଧନାଗାର ଚାପରେ ଚାଷୀଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇ ପୁଣି ହଟି ଯାଇଛନ୍ତି। ସୂଚନାଯୋଗ୍ୟ, ଦେଶର ବୃହତ୍‌ ପ୍ରକଳ୍ପ ପାରାଦୀପ ତୈଳ ବିଶୋଧନାଗାର ପାଇଁ ଜମି ହରାଇଥିବା ୧୭୫୨ ପରିବାର ଅଦ୍ୟାବଧି ବିଶୋଧନାଗାର କର୍ତ୍ତୃପକ୍ଷଙ୍କଠାରୁ ନିଯୁକ୍ତି ଓ ଥଇଥାନ ହେବାକୁ ୭ଟି ଲିଖିତ ପ୍ରତିଶ୍ରୁତି ପାଇଛନ୍ତି। ସ୍ଥାନୀୟ ବିଧାୟକ ଭାବେ ଦାମବାବୁ ଚାଷୀ ସଙ୍ଗଠନଠାରୁ ଦୂରେଇ ରହୁଥିବାରୁ ଗତ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିଥିଲା। ତାଙ୍କ ଦଳ ଏହି ଅଞ୍ଚଳରୁ ୨ଟି ଜିଲା ପରିଷଦ ସିଟ୍‌ ହରାଇଥିଲା। ମନ୍ତ୍ରୀପଦ ଯିବା ପରେ ଦାମବାବୁ ଚାଷୀଙ୍କୁ ସମର୍ଥନ ଦେବାକୁ ମନ ବଳାଇଛନ୍ତି ବୋଲି କୁଜଙ୍ଗ ବ୍ଲକ ଚେୟାରମ୍ୟାନ୍‌ ସ୍ମୃତିରଞ୍ଜନ ବେହେରା, କୁଜଙ୍ଗ ବିଜେଡି ସଭାପତି ଚିତ୍ତରଞ୍ଜନ ମିଶ୍ର ଚାଷୀ ସଙ୍ଗଠନ ସହିତ ସଭା କରି ଖବରଦାତାଙ୍କୁ ସୂଚନା ଦେଇଥିଲେ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଦାମବାବୁ କେଉଁ କାରଣରୁ ପୁଣି ଚାଷୀ ସଙ୍ଗଠନକୁ ଛାଡିଛନ୍ତି ତାହା ବୁଝାପଡୁନି। ଏହାକୁ ନେଇ ନାନା କଥା ଶୁଣାଯାଉଛି। ଏ ସମ୍ପର୍କରେ ଚାଷୀ ସଙ୍ଗଠନର ଅନ୍ୟତମ ଯୁବନେତା ପ୍ରକାଶ ଚନ୍ଦ୍ର ତ୍ରପାଠୀ କୁହନ୍ତି ଯେ, ଚାଷୀଙ୍କୁ ଦାମବାବୁଙ୍କ ସମର୍ଥନ ଓ ପୁଣି ପ୍ରତ୍ୟାଖ୍ୟାନ ସମସ୍ତଙ୍କୁ ଆଚାର୍ଯ୍ୟ କରିଛି। ତେବେ ଏଥିନେଇ ସଙ୍ଗଠନ ଆଦୌ ବିବ୍ରତ ନୁହେଁ। ଆସନ୍ତା ମାର୍ଚ୍ଚ ୧୫ରେ ସଙ୍ଗଠନର କାର୍ଯ୍ୟକାରିଣୀ ବୈଠକ ସଂଘ ସଭାପତି ନବୀନ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ଖୁବ୍‌ଶୀଘ୍ର ବିଶୋଧନାଗାର କର୍ତ୍ତପକ୍ଷଙ୍କଠାରୁ ନାର୍ଯ୍ୟ ଦାବି ହାସଲ ନିମନ୍ତେ ଏକ ବଡ଼ ଆନ୍ଦୋଳନ କରିବୁ। ଏହି ଆନ୍ଦୋଳନ ନିର୍ଣ୍ଣାୟକ ହେବ ବୋଲି ତ୍ରିପାଠୀ ଖବରଦାତାଙ୍କୁ କହିଛନ୍ତି। ଏ ସମ୍ପର୍କରେ କୁଜଙ୍ଗ ବିଜେଡି ସଭାପତି ଚିତ୍ତରଞ୍ଜନ ମିଶ୍ର କହିଛନ୍ତି ସେଭଳି କୌଣସି ନିଷ୍ପତ୍ତି ସମ୍ପର୍କରେ ସେ ଜାଣିନାହାନ୍ତି। ଦାମବାବୁ ଲୋକଙ୍କ ସହ ଅଛନ୍ତି ଓ ଖୁବ୍‌ଶୀଘ୍ର ଚାଷୀଙ୍କ ପାଇଁ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।
All Right Reserved By

ଉପକୂଳ ଓଡିଶା

 ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ପଟ୍ଟାମୁଣ୍ଡାଇ,୨୦।୯(ସ୍ବ.ପ୍ର.)-ଲଘୁଚାପଜନିତ ଗତ ଲଗାଣ ବର୍ଷାରେ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବହୁ ଚାଳଘର ଭାଗିଂ ଯାଇଛି । ଡାମରପୁର ଘେରିବନ୍ଧ ଭିତରେ ଥିବା ୮ ଶହ ଏକର ଭେଡାରେ ଧାନ ଫସଲ ବୁଡି ନଷ୍ଟ ହୋଇଯାଇଛି।

ଲଘୁଚାପ ବର୍ଷା ଯୋଗୁ ଜୀବନଯାତ୍ରା ବ୍ୟାହତ

ଲଘୁଚାପ ବର୍ଷା ଯୋଗୁ ଜୀବନଯାତ୍ରା ବ୍ୟାହତ

ମହାକାଳପଡା,୨୦।୯(ଡି.ଏନ.ଏ.)-ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା, ପବନ ବୁଧବାର ରାତି ଠାରୁ ଲାଗି ରହିଛି । ସମୁଦ୍ରର ଉଚ୍ଚ ଜୁଆର ଓ  ତୁହାକୁ ତୁହା ବର୍ଷା  ଯୋଗୁ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି ।

ମାର୍ଶାଘାଇରେ ମୁଁ  ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ

ମାର୍ଶାଘାଇରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ

ମାର୍ଶାଘାଇ,୨୦।୯(ଡିଏନଏ)-ଯୁବ ପ୍ରତିଭା ଅନ୍ବେଷଣ ନିମନ୍ତେ ମାର୍ଶାଘାଇ ବ୍ଲକ ବିଜୁ ଯୁବ ବାହିନୀ ସହଯୋଗରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାର୍ଶାଘାଇ ମହାବିଦ୍ୟାଳୟ ପରିସରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା କ୍ରୀଷ୍ଣା ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ ।

ଗୁଲନଗରରେ ଗଣେଶ ମେଲଣ

ଗୁଲନଗରରେ ଗଣେଶ ମେଲଣ

କେନ୍ଦ୍ରାପଡା ଅଫିସ, ୨୦।୯- କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତରେ ଗଣେଶ ମେଲଣ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛ। ଏଥିରେ ପଞ୍ଚାୟତର ୭ଟି ଗଣେଶଙ୍କ ମୁଣ୍ମୟ ପ୍ରତିମା ସାମିଲ ହେବା ସହିତ ଏକତ୍ର ଭୋଗ ଲାଗି ହୋଇଥିଲା ।

କୃଷିଋଣ ଛାଡ ପାଇଁ ଦାବିପତ୍ର

କୃଷିଋଣ ଛାଡ ପାଇଁ ଦାବିପତ୍ର

କେନ୍ଦ୍ରାପଡା ଅଫିସ, ୨୦।୯- ଡେରାବିଶ ବ୍ଲକ ଗଣିଆମୁହଁ ଗ୍ରାମର ପାର୍ବତୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କୃଷିଋଣ ଛାଡ ପାଇଁ ଜିଲାପାଳଙ୍କୁ ଏକ ଦାବିପତ୍ର ବୁଧବାର ପ୍ରଦାନ କରିଛନ୍ତି। 

 ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ

ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ

କେନ୍ଦ୍ରାପଡା ଅଫିସ, ୨୦।୯-ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୫୦ ଜଣ କୁଶଳୀ ଶ୍ରମିକଙ୍କୁ ବୁଧବାର ପରିଚୟ ପତ୍ର ପ୍ରଦାନ କରାଯାଇଛି। ।ଜିଲା ଶ୍ରମ ଅଧିକାରୀ କଳ୍ପନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏଥିପାଇଁ କେନ୍ଦ୍ରାପଡା ବ୍ଲକ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। 

ଶୌଚ ହେବାକୁ ଯାଇ ମହିଳା ନିଖୋଜ

ଶୌଚ ହେବାକୁ ଯାଇ ମହିଳା ନିଖୋଜ

ଆଳି,୨୦।୯(ଡି.ଏନ୍‌.ଏ.): ଆଳି ଥାନା ଅନ୍ତର୍ଗତ ଲୋକାପଡା ଗ୍ରାମର ସୁକାନ୍ତି  ଘଡେଇ (୮୦)ବର୍ଷ ବୁଧବାର ବିଳମ୍ବିତ ରାତିରେ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି।

ବାହାଡାଝୋଲା ହରିପୁରରେ ରାସ୍ତାରୋକୋ

ବାହାଡାଝୋଲା ହରିପୁରରେ ରାସ୍ତାରୋକୋ

ଓଡଗାଁ,୨୦।୯(ସ୍ବ.ପ୍ର.)-ନୂଆଗାଁ ବ୍ଲକ ହରିପୁର ପ୍ରାଥମିକ ବିଦ୍ୟାଳୟରୁ  ଚୋରି ହୋଇଥିବା ନଥିପତ୍ର ଉଦ୍ଧାର କରିବା ଦାବି ନେଇ ଗ୍ରାମବାସୀ ଗୁରୁବାର ଓଡଗାଁ-ବାହାଡାଝୋଲା ମୁଖ୍ୟ ରାସ୍ତାରେ କାଠ ପକାଇ ରାସ୍ତାରୋକୋ କରିଛନ୍ତି ।

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡା,୨୦।୯(ଡି.ଏନ.ଏ.)-ମହାକାଳପଡା ବ୍ଳକ ଅଧୀନ ବଡିହ ଗ୍ରାମର ବସନ୍ତ ନାୟକ (୨୨) ନାମକ ଜଣେ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଗୁହାଳ ପୋଡ଼ି ଗାଇ ବାଛୁରୀ ଜୀବନ୍ତ ଦଗ୍ଧ

ଡେରାବିଶ,୨୦।୯(ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ଗୋଲରାହାଟ ପଞ୍ଚାୟତର ପଣ୍ଡିତପାଟଣା ଗ୍ରାମର ବେଣୁଧର ମଲ୍ଲିକଙ୍କ ଗୁହାଳ ଘରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଗାଇ ଓ ଗୋଟିଏ ବାଛୁରୀ  ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଖବରପାଇ ସ୍ଥାନୀୟ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ । 

 ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ରଣପୁର,୨୦।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବାଉଁଶଗଡ଼ଠାରେ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଜଣେ ମାଛ ବେପାରୀଙ୍କଠାରୁ ଲୁଟ ହୋଇଛି। ୪ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ବେପାରୀ ନବ କିଶୋର ରାଉତଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଦ୍ରୁତ ଗତିରେ ପଳାଉଥିଲେ। ଏହି ସମୟରେ ସେମାନେ କୁଳାସର ଗ୍ରାମରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲେ। ଗାଡ଼ିଟି ଅଟକି ଯିବାପରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇଥିଲେ।

ଜୀବିକା ମିଶନ ପକ୍ଷରୁ ସମନ୍ବୟ କର୍ମଶାଳା

ଜୀବିକା ମିଶନ ପକ୍ଷରୁ ସମନ୍ବୟ କର୍ମଶାଳା

ରାଜନଗର,୨୦।୯(ଡିଏନଏ)-ଓଡିଶା ଜୀବିକା ମିଶନ ରାଜନଗର ଶାଖା ପକ୍ଷରୁ ଜୀବିକା ସମନ୍ବୟ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।