ଉପକୂଳ ଓଡିଶା

ମଳୟ ପବନ ପାଇଁ ମାଛ ଉତ୍ପାଦନ ହ୍ରାସ

 ମଳୟ ପବନ ପାଇଁ ମାଛ ଉତ୍ପାଦନ ହ୍ରାସ

ପାରାଦୀପ,୬।୩(ସ୍ବ.ପ୍ର.)

ପାରାଦୀପ ମାଛଧରା ବନ୍ଦରରେ ଏବେ ମାଛ ଉତ୍ପାଦନ ଆଶାତିତ ଭାବେ ହ୍ରାସ ପାଇଛି। ଏଥିପାଇଁ ଏହି ବୃହତ ମତ୍ସ୍ୟଶିଳ୍ପ ବିଶେଷ ଭାବେ ପ୍ରଭାବିତ ହେଲାଣି। ଅର୍ଦ୍ଧାଧିକ ମାଛଧରା ଟ୍ରଲର, କ୍ୟାରେଟ୍‌ ବୋଟ୍‌ ଓ ନୋଳିଆ ଡଙ୍ଗା ମାଛ ଧରିବାକୁ ଯାଉନାହାନ୍ତି। କାରଣ ମାଛ ଧରିବା ପାଇଁ ସେମାନଙ୍କୁ ଯେତିକି ବାଟ ଯିବାକୁ ପଡୁଛି, ସେଥିପାଇଁ ତେଲ, ବରଫ ଓ ଖାଦ୍ୟ ସାମଗ୍ରୀ ବାବଦରେ ଯେତିକି ଖର୍ଚ୍ଚ ହେଉଛି ତାହା ଭରଣା ହୋଇପାରୁନାହିଁ। ସବୁଠୁ ରୋଚକ କଥା ହେଉଛି, ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବସନ୍ତ ଋତୁର ମଳୟ ପବନ ପାଇଁ ଓ ଖରା ପାଇଁ। ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ଏହା ବିପଜ୍ଜନକ ସାଜିଥାଏ। ଦକ୍ଷିଣା ପବନ ଓ ଖରା ଯୋଗୁ କୂଳ ଅଞ୍ଚଳରେ ଥିବା ମାଛ ଗଭୀର ସମୁଦ୍ରକୁ ପଳାଇଥାନ୍ତି। ତେଣୁ ମାଛ ଉତ୍ପାଦନ ହ୍ରାସ ପାଇଥାଏ ବୋଲି ମତ୍ସ୍ୟଜୀବୀମାନେ କହୁଛନ୍ତି। ଏମିତିରେ ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା କଟକଣା ଜାରି କରାଯାଇଥାଏ। ମାଛ ବଂଶ ବୃଦ୍ଧି ପାଇଁ ସରକାର ଏହି ନିୟମ କରିଛନ୍ତି। ଏଥିପାଇଁ ମତ୍ସ୍ୟ ଶିଳ୍ପ ଉପରେ ନିର୍ଭରଶୀଳ ପ୍ରାୟ ୫୦ହଜାର ଲୋକ ୨ ମାସ ଜୀବିକା ହରାଇଥାନ୍ତି। ଅପରପକ୍ଷରେ ଏହି ଖରା ୪ମାସ ଟୁନା-ଲଙ୍ଗ୍‌ଲାଇନର ମତ୍ସ୍ୟଜୀବୀଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଟୁନା ମାଛକୁ ଲଙ୍ଗଲାଇନର (ଏକପ୍ରକାର ସୂତୀ କଣ୍ଟା) ଦ୍ୱାରା ଗଭୀର ସମୁଦ୍ରରେ ଡିପ୍‌ ସି ଟ୍ରଲର ଯୋଗେ ଧରାଯାଏ। ଡିପ୍‌ ସି ଟ୍ରଲର ମାଲିକମାନେ ବିଦେଶୀ ହୋଇଥିଲେ ହେଁ ସେମାନେ ଭାରତୀୟ ଜଳସୀମାରେ ବର୍ଷତମାମ ମାଛ ଧରିବାର ସୁଯୋଗ ପାଇଥାନ୍ତି। ସେମାନଙ୍କୁ ଭାରତ ସରକାର ଏଲ୍‌ଓପି (ଲେଟର ଅଫ୍‌ ପରମିଟ୍‌) ନ୍ୟାୟରେ ସମୁଦ୍ରରେ ମାଛ ଧରିବାର ସୁଯୋଗ ଦେଇଛନ୍ତି। ଡିପ୍‌ ସି ଟ୍ରଲର ଏକ କ୍ଷୁଦ୍ର ଜାହାଜ ଭଳି। ସର୍ବଦା ଉକ୍ତ ଟ୍ରଲର ସମୁଦ୍ର ଭିତରେ ଥାଏ। ସେମାନଙ୍କୁ ଟ୍ରଲର ମାଲିକମାନେ ଛୋଟ ବୋଟ୍‌ ଯୋଗେ ବାଟା ପଠାଇଥାନ୍ତି। ଉକ୍ତ ଟ୍ରଲରରେ ଥିବା ମାଛକୁ ଏହି ବୋଟ୍‌ ଯୋଗେ କୂଳକୁ ଅଣାଯାଏ। ଡିପ୍‌ ଟ୍ରଲର ଲଙ୍ଗ୍‌ଲାଇନରରେ ଏକପ୍ରକାର ଚିକ୍‌ଚିକ୍‌ କଲା ଭଳି ବସ୍ତୁ ବାନ୍ଧିଥାନ୍ତି। ଏହାକୁ ତାଙ୍କ ଭାଷାରେ ଚର୍ମିଂ କୁହାଯାଏ। ଏହି ଚର୍ମିଂ ଦ୍ୱାରା ଗଭୀର ଜଳରେ ଥିବା ଟୁନା, କାଉ ଭଳି ମାଛ ଧରାଯାଏ। ସେହି ମାଛର ବିଦେଶରେ ଅଧିକ ଚାହିଦା ରହିଛି। ଏହି ମାଛ ଧରିବା କୌଶଳ ବର୍ମା, ଥାଇଲାଣ୍ଡ, ମ୍ୟାନ୍‌ମାର ମତ୍ସ୍ୟଜୀବୀଙ୍କୁ ଜଣା। ଏହି ପ୍ରଜାତିର ମାଛ ଭାରତୀୟ ଜଳ ସୀମାରେ ଅଧିକ ପରିମାଣରେ ମିଳୁଥିବାରୁ ୨୦୦୯ଠାରୁ ସେମାନେ ଏଲ୍‌ଓପି ଦ୍ୱାରା ଫାଇଦା ନେଉଛନ୍ତି। ପାରାଦୀପ ମାଛଧରା ବନ୍ଦରରେ ୬୩୦ ବୋଟ୍‌ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ଡିପ୍‌ ସି ଟ୍ରଲର କରିନାହାନ୍ତି। ଗତ ବର୍ଷେ ହେଲା ସୋନା ଟ୍ରଲର ବଦଳରେ ୧୦୦ରୁ ଊର୍ଦ୍ଧ୍ୱ ବଡ଼ ବୋଟ୍‌ (କ୍ୟାରେଟ୍‌ ବୋଟ୍‌) ପ୍ରଚଳିତ ହେଲାଣି। ଏସବୁ ଟ୍ରଲର ଗ୍ରୀଷ୍ମ ୪ମାସ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛି। କିନ୍ତୁ ଡିପ୍‌ ସି ଟ୍ରଲର ପାଇଁ ସେହି କଟକଣା ନ ଥିବାରୁ ଭାରତୀୟ ଟ୍ରଲର ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ସର୍ବ ଭାରତୀୟ ମତ୍ସ୍ୟ ମହାସଂଘ ପକ୍ଷରୁ ଏନେଇ କେତେକ ରାଜ୍ୟରେ ବୈଠକ କରାଯାଇଥିବା ଜଣାଯାଇଛି। ସମ୍ଭବତଃ ସେମାନେ ଏନେଇ ବଡ଼ଧରଣର ଆନ୍ଦୋଳନ କରିବାର ସମ୍ଭାବନା ଅଛି। ପାରାଦୀପ ମାଛଧରା ବନ୍ଦରରୁ ଏବେ ପ୍ରାୟ ବାର୍ଷିକ ୧୫୦ କୋଟି ଟଙ୍କାର ମାଛ ବିଦେଶକୁ ରପ୍ତାନୀ ହେଉଛି। ଗତ ଫେବୃୟାରୀ ମାସଠାରୁ ମାଛ ଉତ୍ପାଦନ ହ୍ରାସ ପାଇବା ଯୋଗୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ନୈରାଶ୍ୟ ଖେଳାଇ ଦେଇଛି। ଜାଗତିକ ପରିବର୍ତ୍ତନ, ଅଧିକ ପରିମାଣରେ ସମୁଦ୍ରରୁ ମାଛ ଉତ୍ପାଦନ, ସାମୁଦ୍ରିକ ପ୍ରଦୂଷଣ ଯୋଗୁ ଏହି ଧାରା ଗତ ୨ରୁ ୩ବର୍ଷ ହେଲା ଚାଲିଛି। ବର୍ତ୍ତମାନ ଯେଭଳି ମାଛ ଉତ୍ପାଦନ ହ୍ରାସ ପାଉଛି ଏହି ଧାରା ବଳବତ୍ତର ରହିଲେ ଆଉ ଏକ ଦଶନ୍ଧି ମଧ୍ୟରେ ସାମୁଦ୍ରିକ ମାଛଧରା ଆପଣାଛାଏଁ ବନ୍ଦ ହେବାର ଆଶଙ୍କା ରହିଛି।

All Right Reserved By

ଉପକୂଳ ଓଡିଶା

ଯୌତୁକ ଆଣିଲେ ଚାରା

ରାଜନଗର,୨୩ା୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ଗ୍ରାମର ଯୁବ ସମାଜସେବୀ ତଥା ଚଉଦକୁଲାଟ ଶ୍ରୀଜଗନ୍ନାଥ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସରୋଜ ବିଶ୍ୱାଳ ଶୁକ୍ରବାର ନିଆରା ଢଙ୍ଗରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଲୁଟିନେଲେ ୪୯ହଜାର ଟଙ୍କା

ଦଶପଲ୍ଲା,୨୩।୬(ଡି.ଏନ.ଏ.)- ଶୁକ୍ରବାର ୨ ଦୁର୍ବୃତ୍ତ କଳା ପଲସର୍‌ରେ ଆସି ଜଣେ ବ୍ୟକ୍ତିଙ୍କଠାରୁ ୪୯ ହଜାର ଟଙ୍କା ଲୁଟିନେଇଛନ୍ତି। ଦଶପଲ୍ଲା ଥାନାଠାରୁ ମାତ୍ର ୫ଶହ ମିଟର ବ୍ୟବଧାନରେ ଏଭଳି ଘଟଣା ଘଟିଛି।

ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ଦଶପଲ୍ଲା,୨୩।୬(ଡି.ଏନ.ଏ.)- ଶୁକ୍ରବାର ସ୍ଥାନୀୟ ରାଧାମୋହନ ଜୀଉ ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ଦଶପଲ୍ଲା,୨୩।୬(ଡି.ଏନ.ଏ.)- ଶୁକ୍ରବାର ସ୍ଥାନୀୟ ଜଗଦେବ ପାଟଣା ସେବା ସମବାୟ ସମିତି ପକ୍ଷରୁ ଜଗଦେବ ପାଟଣା ପଞ୍ଚାୟତ କାର୍ଯ୍ୟାଳୟଠାରେ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସିଲାବସ୍‌ ବାହାରୁ ଆସିଲା ପ୍ରଶ୍ନ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ସମୟରେ ସିଲାବସ୍‌ ବାହାରୁ ପ୍ରଶ୍ନ ଆସୁଥିବାରୁ ପରୀକ୍ଷା ପରିଚାଳନା ନେଇ ପ୍ରଶ୍ନ ଉଠିଛି। ପ୍ରକାଶ ଯେ, ଶୁକ୍ରବାର ଯୁକ୍ତ ୩ ଦ୍ୱିତୀୟବର୍ଷ ଓଡ଼ିଆ ସମ୍ମାନର ପେପର ୯ ପରୀକ୍ଷା ଥିଲା।

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ନୟାଗଡ଼ ଅଫିସ,୨୩ା୬- ଶୁକ୍ରବାର ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ସାରା ରାଜ୍ୟରେ ଆରମ୍ଭ ହୋଇଛି। ନୟାଗଡ଼ ଜିଲାରେ ୩ଟି ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିନରେ ୭୫୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଜିଲା ରାଜସ୍ବ ସେବା ସଂଘର ଅଧିବେଶନ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ଜିଲା ଓଡ଼ିଶା ରାଜସ୍ବ ସେବା କ୍ୟାଡ଼ର ଅଧିକାରୀଙ୍କ ପ୍ରଥମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଭିନ୍ନ ପ୍ରାନ୍ତରୁ କାର୍ଯ୍ୟରତ ୧୬ଜଣ ଓଡ଼ିଶା ରାଜସ୍ବ ସେବା (ଓଆରଏସ୍‌) ଅଧିକାରୀ ଯୋଗ ଦେଇଥିଲେ।

ସଙ୍ଗୀତକୁ ଭଲ ପାଉଥିବା ମଣିଷ ସୁଖୀ

ସଙ୍ଗୀତକୁ ଭଲ ପାଉଥିବା ମଣିଷ ସୁଖୀ

ନୟାଗଡ଼ ଅଫିସ,୨୩ା୬- ସଙ୍ଗୀତ ମଣିଷ ମନର ମହୋଷଧି। ଏହା ଯନ୍ତ୍ରଣା ନିବାରକ ଓ ସୁଖ ପ୍ରଦାୟକ। ସଙ୍ଗୀତକୁ ଭଲ ପାଉଥିବା ମଣିଷ ସବୁବେଳେ ସୁଖୀ ଓ ସୁସ୍ଥ ଜୀବନଯାପନ କରିଥାଏ।

ସଂକଟମୋଚନ ଶ୍ରୀ ହନୁମାନ ଜୀଉଙ୍କ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ଖଣ୍ଡପଡା,୨୩ା୬(ସ୍ବ.ପ୍ର.)-କଣ୍ଟିଲୋ ପଞ୍ଚାୟତର ଫକୀର ଅତବୁଦ୍ଧି ପାଟଣା ଓ ଛାମୁସାହି ପାଟଣାସ୍ଥିତ ସଂକଟମୋଚନ ଶ୍ରୀ ହନୁମାନ ଜୀଉଙ୍କ ମନ୍ଦିରରେ ଠାକୁରଙ୍କ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ା

ଆଜି ରୁକ୍ମିଣୀଙ୍କୁ ହରଣ କରି ବାହାହେବେ ଶ୍ରୀକୃଷ୍ଣ

ଖଣ୍ଡପଡା,୨୩ା୬(ସ୍ବ.ପ୍ର.)- କୁଣ୍ଡିନନଗର ରାଜା ଭୀଷ୍ମ ଝିଅ ରୁକ୍ମିଣୀଙ୍କ ଅନିଚ୍ଛା ସତ୍ତ୍ୱେ ଶିଶୁପାଳଙ୍କ ସହିତ ବିବାହ ସ୍ଥିର କରିଥିଲେ ା ଏହି କ୍ରମରେ ଶୁକ୍ରବାର କନ୍ୟାଘର ପକ୍ଷରୁ ନୀଳମାଧବ ପୀଠ ବରପକ୍ଷ ଶିଶୁପାଳଙ୍କ ଘରକୁ ଚିଟାଉ ଯାଇଥିଲା।

ରୁକ୍ମିଣୀ ବିବାହ ପାଇଁ ଶିଶୁପାଳଙ୍କ ଘରକୁ ଚିଟାଉ ଗଲା

ଖଣ୍ଡପଡା,୨୩ା୬(ସ୍ବ.ପ୍ର.)-ରୀତିନୀତି ଅନୁଯାୟୀ ବିବାହ ପୂର୍ବଦିନ କନ୍ୟା ଘର ପକ୍ଷରୁ ବରଘରକୁ ଚିଟାଉ ଯାଇଥାଏ। ଏହି କ୍ରମରେ କୁଣ୍ଡୀନଗର ରାଜା ଭୀଷ୍ମଙ୍କ କନ୍ୟା ରୁକ୍ମିଣୀଙ୍କର ବିବାହ ଶିଶୁପାଳଙ୍କ ସହ ସ୍ଥିର ହେବା ପରେ କନ୍ୟାଘର ତରଫରୁ ଶ୍ରୀ ନୀଳମାଧବ ପୀଠରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ଡିଅଁ।ପଡ଼ା-ବାରପଲ୍ଲା ରାସ୍ତାକାମ ଅଧାପନ୍ତରିଆ

ଡିଅଁ।ପଡ଼ା-ବାରପଲ୍ଲା ରାସ୍ତାକାମ ଅଧାପନ୍ତରିଆ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ଜିଲା ସଦର ବ୍ଲକ ଭାଟସାହି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତାକାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ସୂଚନାକର୍ମୀ ବିଭୂତି କୁମାର ରଥ।

Model This Week

ପ୍ରଭାତ