ଉପକୂଳ ଓଡିଶା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା

ଜଗତ୍‌ସିଂହପୁର ଅଫିସ, ୬।୩ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) କେନ୍ଦ୍ର ସରକାରଙ୍କ ଏକ ମହତ ଯୋଜନା। ସହରାଞ୍ଚଳର ଗରିବ ହିତାଧିକାରୀଙ୍କୁ ନିଶ୍ଚିତ ଗୃହ ଯୋଗାଇ ଦେବା ଯୋଜନାର ଉଦ୍ଦେଶ୍ୟ। ଯେଉଁମାନେ ଏଲ୍‌ଆଇଜି (ଲୋ ଇନ୍‌କମ୍‌ ଗ୍ରୁପ୍‌) ଏବଂ ଇଡବ୍ଲ୍ୟୁଏସ୍‌ (ଇକୋନୋମିକାଲି ୱିକର ସେକ୍ସନ୍ସ) ଅନ୍ତର୍ଭୁକ୍ତ ଏବଂ ପକ୍କା ଘର ଖଣ୍ଡେ କରିବା କଷ୍ଟକର, ସେମାନଙ୍କ ସ୍ବପ୍ନ ସାକାର କରିବା ପାଇଁ ଯୋଜନା ରୂପାୟନ କରାଯାଇଛି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ଏହି ଯୋଜନା ବାସ୍ତବ ଲକ୍ଷ୍ୟଠାରୁ ଦୂରେଇ ଯାଉଛି। ବିଶେଷକରି ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳର ଗରିବ ହିତାଧିକାରୀଙ୍କୁ ନିରାଶ କରାଯାଉଛି। ଏଥିମଧ୍ୟରେ ଜଗତ୍‌ସିଂହପୁର ସହରର ୭୧୭ ଗରିବ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି ସତ, କିନ୍ତୁ ସେମାନଙ୍କ ମଧ୍ୟରୁ ପାଖାପାଖି ୫୦୦ ହିତାଧିକାରୀଙ୍କୁ ମାସାଧିକ କାଳ ହେବ କିସ୍ତି ଟଙ୍କା ଦିଆଯାଇନାହିଁ । ହିତାଧିକାରୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଯେଉଁମାନେ କାର୍ଯ୍ୟାଦେଶ ପାଇବାର ୪ କିମ୍ବା ୬ ମାସ ଭିତରେ ଗୃହ ନିର୍ମାଣ ସାରିବେ ସେମାନଙ୍କୁ ଯଥାକ୍ରମେ ୨୦ ଓ ୧୦ ହଜାର ଟଙ୍କା ହିସାବରେ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କୁହାଯାଉଛି। ଏଥିରେ ଉତ୍ସାହିତ ହୋଇ ହିତାଧିକାରୀ ଧାର, କରଜ କରି ଯୁଦ୍ଧକାଳୀନ ଭିତ୍ତିରେ ଗୃହ ନିର୍ମାଣ କରୁଛନ୍ତି। କିନ୍ତୁ ସରକାର ପୁରସ୍କାର କ’ଣ, କିସ୍ତି ଟଙ୍କା ଦେଉ ନ ଥିବାରୁ ହିତାଧିକାରୀଙ୍କ ମୁଣ୍ଡରେ ଚଡକ ପଡିଛି। ଏଣେ ଧାର, କରଜ ଦେଇଥିବା ଲୋକ ହିତାଧିକାରୀଙ୍କ ଘର କବାଟ ବାଡେଇଲେଣି। କେତେକଙ୍କ କ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଲାଣି। କିନ୍ତୁ ସରକାର ନୀରବ। ସରକାରଙ୍କ ଏହି ଘୋଷଣା ପରୋକ୍ଷରେ କେବଳ ଯେ ପୁରସ୍କାର ପାଇବାରୁ ବଞ୍ଚତ୍ତଙ୍କ ପାଇଁ ଚକ୍ରାନ୍ତ ତାହା ନୁହେଁ, ହିତାଧିକାରୀଙ୍କ ଭାବାବେଗ ସହ ଖେଳ ଖେଳାଯାଉଛି। ଏଭଳି ସଙ୍ଗୀନ ଅଭିଯୋଗ କରି ଶତାଧିକ ହିତାଧିକାରୀ ମଙ୍ଗଳବାର ଜଗତ୍‌ସିଂହପୁର ପୌର ପରିଷଦ କାର୍ଯ୍ୟାଳୟରେ ହୋହଲ୍ଲା କରିଥିଲେ। ଜିଲାପାଳ ଏହା ଉପରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି। ଜଗତ୍‌ସିଂହପୁର ସହରରେ ପିଏମ୍‌ଏୱାଇରେ ମୋଟ ୭୧୭ କାର୍ଯ୍ୟାଦେଶ ଦିଆଯାଇଛି। ସେଥିମଧ୍ୟରୁ ପ୍ରଥମ କିସ୍ତିରେ ୧୫୦, ୨ୟ ୭୬ ଓ ୩ୟ କିସ୍ତିରେ ୪୯୧ଟି କାର୍ଯ୍ୟଦେଶ ପ୍ରଦାନ କରାଯାଇଛି। କିନ୍ତୁ ପାଖାପାଖି ୫୦୦ ଜଣ କିସ୍ତି ଟଙ୍କା ପାଇବାକୁ ଯୋଗ୍ୟ ହୋଇଥିଲେ ସୁଦ୍ଧା ଦିଆଯିବାରେ ଘୋର ବିଳମ୍ବ କରାଯାଉଛି। ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧ମ କିସ୍ତି ପାଇବାକୁ ୩୮୦, ୨ୟ ୯, ୩ୟ ୧୦ ଓ ୪ର୍ଥ କିସ୍ତି ପାଇବାକୁ ୨୫ ଜଣ ଯୋଗ୍ୟ ହୋଇଛନ୍ତି। ହେଲେ ଏହି ଅର୍ଥରାଶି ଦେବାକୁ ଡୁଡା (ଡିଷ୍ଟ୍ରିକ୍ଟ ଅର୍ବାନ୍‌ ଡେଭଲପମେଣ୍ଟ ଏଜେନ୍ସି) ଘୋର ବିଳମ୍ବ କରୁଛି। ଡୁଡା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଏପିଡି) ସୁମିତ୍ରା ସରକାରଙ୍କ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେ ନିଜ ପଦୋନ୍ନତି କାରଣ ଦର୍ଶାଇ ଏଥିରୁ ନିବୃତ ରହୁଛନ୍ତି। ଏହା ଉପରେ ଡୁଡା ପିଡି ବିଶ୍ୱଜିତ ଦାସ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି । ବାସ୍ତବରେ କିନ୍ତୁ ଡିୟୁଏଚ୍‌ଏସ୍‌ (ଡିଷ୍ଟ୍ରିକ୍ଟ ଅର୍ବାନ୍‌ ହାଉସିଂ ସୋସାଇଟି) ଅଧୀନରେ ଡୁଡା କାମ କରୁଛି। ଡିୟୁଏଚ୍‌ଏସ୍‌ ଅଧ୍ୟକ୍ଷ ହେଉଛନ୍ତି ନିଜେ ଜିଲାପାଳ। ହିତାଧିକାରୀଙ୍କୁ ୧ ସପ୍ତାହ ମଧ୍ୟରେ ସେମାନଙ୍କ କିସ୍ତି ଟଙ୍କା ଦେବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ଏହାସତ୍ତ୍ବେ ହିତାଧିକାରୀଙ୍କ ସ୍ବାର୍ଥକୁ ଗୌଣ କରାଯିବା ଅସନ୍ତୋଷର କାରଣ ହୋଇଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ ଅସନ୍ତୋଷ ବ୍ୟକ୍ତ କରିବା ସହ ମଙ୍ଗଳବାର ଜିଲାପାଳଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ଉଲ୍ଲେଖ ଅଛି ୫୦୦ରୁ ଅଧିକ ହିତାଧିକାରୀ କିସ୍ତି ଟଙ୍କା ନ ପାଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ଡିୟୁଏଚ୍‌ଏସ୍‌। ଡିୟୁଏଚ୍‌ଏସ୍‌ ଅନୁମୋଦନ ଲାଭ କରୁ ନ ଥିବାରୁ ହିତାଧିକାରୀ ପାଖାପାଖି ଦେଢ ମାସ ହେବ ସେମାନଙ୍କ କିସ୍ତି ଟଙ୍କା ପାଇବା ନେଇ ଅନିଶ୍ଚିତତା ଭିତରେ ଅଛନ୍ତି। ଯେହେତୁ ସେମାନେ ଗରିବ ଓ ଧାର, କରଜ କରି ଘର କରୁଛନ୍ତି ତେଣୁ ଯଥାଶୀଘ୍ର ଏହାର ପ୍ରତିକାର ନ ହେଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । ଯୋଜନା ଅନୁଯାୟୀ, ପ୍ରତି ହିତାଧିକାରୀଙ୍କୁ ୨,୭୫,୦୦୦ ଟଙ୍କା ବ୍ୟୟରେ ଘର ନିର୍ମାଣ କରିବାକୁ ପଡିବ । ସେଥିମଧ୍ୟରୁ ହିତାଧିକାରୀ ନିଜସ୍ବ ପାଣ୍ଠିରୁ ୭୫ ହଜାର ଟଙ୍କା ଖର୍ଚ୍ଚ କରିବେ। କେନ୍ଦ୍ର ୧,୫୦,୦୦୦ ଓ ରାଜ୍ୟ ସରକାର ୫୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିବେ। ଗୃହ ନିର୍ମାଣର ଆକାର ୨୫ରୁ ୩୦ ବର୍ଗ ମିଟର ମଧ୍ୟରେ କରାଯିବ। କାର୍ଯ୍ୟାଦେଶ ପାଇବାର ୯୦ଦିନ ମଧ୍ୟରେ ଭିତ୍ତିମୂଳ (ପ୍ଲିନ୍ଥ) ପର୍ଯ୍ୟନ୍ତ ଗୃହ ନିର୍ମାଣ କରି ନ ପାରିଲେ କାର୍ଯ୍ୟାଦେଶ ରଦ୍ଦ କରାଯିବ। ଗୃହ ନିର୍ମାଣ ସମୟର ବିଭିନ୍ନ ପର୍ଯ୍ୟାୟକୁ ଅଧିକାରୀମାନେ ପରିଦର୍ଶନ କରି ମୋବାଇଲରେ ଚିତ୍ର୍ର ଉତ୍ତୋଳନ କରିବେ। ଏହି ଚିତ୍ରକୁ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ। ପରେ ଯାଇ କିସ୍ତି ଅନୁଯାୟୀ ସହାୟତା ରାଶି ସରକାରଙ୍କ ଠାରୁ ପ୍ରଦାନ ପାଇଁ ବ୍ୟବସ୍ଥା ହେବ। ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବରକୁ ଡିବିଟି (ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର)ରେ ସିଧାସଳଖ ଯାଇପାରିବ। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ୨ ଲକ୍ଷ ଟଙ୍କା ସହାୟତା ରାଶିକୁ ୪ଟି ପର୍ଯ୍ୟାୟ ଯଥା ୧ମ କିସ୍ତିରେ ୭୦,୦୦୦, ୨ୟରେ ୬୦,୦୦୦, ୩ୟରେ ୫୦,୦୦୦ ଏବଂ ୪ର୍ଥ କିସ୍ତିିରେ ୨୦,୦୦୦ ଟଙ୍କା ଦିଆଯାଉଥିଲା। କାର୍ଯ୍ୟାଦେଶ ପାଇବାର ୪ ଓ ୬ ମାସ ଭିତରେ ଗୃହ କାର୍ଯ୍ୟ ଶେଷ କଲେ ରାଜ୍ୟ ସରକାରଙ୍କ ତରଫରୁ ଯଥାକ୍ରମେ ୨୦ ଓ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ ବୋଲି ଘୋଷଣା ହୋଇଥିଲା। କିନ୍ତୁ ନିକଟରେ ସରକାର ସହାୟତା ରାଶି ପ୍ରଦାନ କରିବାରେ କେତେକ ପରିବର୍ତ୍ତନ କରିଛନ୍ତି। ୧ମ କିସ୍ତିରେ ୪୦,୦୦୦, ୨ୟ ୬୦,୦୦୦, ୩ୟରେ ୬୦,୦୦୦ ଓ ୪ର୍ଥ କିସ୍ତିରେ ୪୦,୦୦୦ ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି।
All Right Reserved By

ଉପକୂଳ ଓଡିଶା

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ଘେରାଉ

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ଘେରାଉ

ଜଗତ୍‌ସିଂହପୁର ଅଫିସ, ୧୧।୧୨: ବିଭିନ୍ନ ଦାବିନେଇ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣ ଧାରଣା ଓ ଉପବାସ ମଙ୍ଗଳବାର ଶେଷ ହୋଇଛି।

ଅଗ୍ନିକାଣ୍ଡରେ ୧୨ ବଖରା ଘର ଭସ୍ମୀଭୂତ

ଅଗ୍ନିକାଣ୍ଡରେ ୧୨ ବଖରା ଘର ଭସ୍ମୀଭୂତ

ଯାଜପୁର ଅଫିସ, ୧୧।୧୨: ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ଧନତରୀ ଗ୍ରାମରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡରେ ୧୨ ବଖରା ଘର ପୋଡିଯାଇଛି। ଏଥିରେ ୩ ଭାଇ ବ୍ରଜକିଶୋର ବେହେରା, ଗଜେନ୍ଦ୍ର ବେହେରା ଓ ଉପେନ୍ଦ୍ର ବେହେରାଙ୍କ ଲକ୍ଷାଧିକ ଟଙ୍କାର ଧନ ସମ୍ପତି କ୍ଷତିଗ୍ରସ୍ତ ହୋଇଛି ।

ଗୋବରୀ ନଦୀ ନିକଟରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଗୋବରୀ ନଦୀ ନିକଟରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ମହାକାଳପଡ଼ା,୧୧।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଅଳାଇଲ ପଞ୍ଚାୟତ କୁମ୍ଭାରୁଣୀ ଗ୍ରାମସ୍ଥ ଗୋବରୀ ନଦୀ ନାଳ କଲଭର୍ଟ ନିକଟରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଚାଷୀଙ୍କୁ ଗୋପାଳନ ତାଲିମ ଓ ସଚେତନତା

ଚାଷୀଙ୍କୁ ଗୋପାଳନ ତାଲିମ ଓ ସଚେତନତା

ବୋଲଗଡ଼,୧୧ା୧୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବଡକୁମାରୀ ପଞ୍ଚାୟତସ୍ଥ ହାଟବସ୍ତ ସ୍ବପ୍ନେଶ୍ୱରଦେବଙ୍କ ମନ୍ଦିର ପରିସରରେ ସୋମବାର ଏକ ତାଲିମ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ପିଠା ଯୋଜନା ସମ୍ପର୍କିତ ସଚେତନତା କର୍ମଶାଳା: ପରିଚାଳନା ପାଇଁ ୨୫ହଜାର, ଶ୍ରେଷ୍ଠ ଶିବିରକୁ ୫ଲକ୍ଷ ଟଙ୍କା ପୁରସ୍କାର

ପିଠା ଯୋଜନା ସମ୍ପର୍କିତ ସଚେତନତା କର୍ମଶାଳା: ପରିଚାଳନା ପାଇଁ ୨୫ହଜାର, ଶ୍ରେଷ୍ଠ ଶିବିରକୁ ୫ଲକ୍ଷ ଟଙ୍କା ପୁରସ୍କାର

କୃଷ୍ଣପ୍ରସାଦ,୧୧ା୧୨(ଡି.ଏନ.ଏ.)-ଆମ ଗାଁ ଆମ ବିକାଶ ଓ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ‘ପିଠା’ ଆରମ୍ଭ ହୋଇଛି ା ସୋମବାର ଏ ନେଇ ପଞ୍ଚାୟତ ସମିତି ସଭାଗୃହରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ା

ଟ୍ରେନ୍‌ରେ କଟି ମହିଳାଙ୍କ ମୃତ୍ୟୁ

ଟ୍ରେନ୍‌ରେ କଟି ମହିଳାଙ୍କ ମୃତ୍ୟୁ

ନିରାକାରପୁର,୧୦ା୧୨(ଡି.ଏନ.ଏ.)-ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର ରେଳଷ୍ଟେଶନର ଉତ୍ତର ପାର୍ଶ୍ୱ ରେଳଧାରଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସୋମବାର ସକାଳ ପ୍ରାୟ ୮ଟା ବେଳେ ପଲାସା-ପାରାଦୀପ ଟ୍ରେନ୍‌ରେ ଚଢୁଥିବା ବେଳେ ଗୋଡ଼ ଖସିଯିବାରୁ ସେ ଗୁରୁତର ହୋଇଥିଲେ। ପରିବାର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଖୋର୍ଦ୍ଧା ସରକାରୀ ମେଡ଼ିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

ନବନିର୍ମାଣ କୃଷକ ସଙ୍ଗଠନର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନବନିର୍ମାଣ କୃଷକ ସଙ୍ଗଠନର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନୟାଗଡ଼ ଅଫିସ,୧୦ା୧୨- ଚାଷୀମାନଙ୍କୁ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଭୁବନେଶ୍ୱର କାର୍ଯ୍ୟାଳୟଠାରେ ୯ ଦିନ ଧରି ଅନଶନରେ ବସିଛନ୍ତି।

କୃଷକ ସଂଗଠନର ସତ୍ୟାଗ୍ରହ

କୃଷକ ସଂଗଠନର ସତ୍ୟାଗ୍ରହ

କେନ୍ଦ୍ରାପଡା ଅଫିସ, ୧୦ା୧୨- ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଂଗଠନ କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆରମ୍ଭ ହୋଇଛି।

ଅସଙ୍ଗଠିତ ଶ୍ରମିକଙ୍କ ସ୍ବାର୍ଥ ପାଇଁ ଆଇନ ଅଣାଯାଉ

ଅସଙ୍ଗଠିତ ଶ୍ରମିକଙ୍କ ସ୍ବାର୍ଥ ପାଇଁ ଆଇନ ଅଣାଯାଉ

କେନ୍ଦ୍ରାପଡା ଅଫିସ, ୧୦ା୧୨- ଘରୋଇ କାର୍ଯ୍ୟରେ ନିୟୋଜିତ ମହିଳା ଓ ପୁରୁଷ ଶ୍ରମିକ ବହୁ ସମୟରେ ମାଲିକଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି ।

କମ୍ପାନୀ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା

କମ୍ପାନୀ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା

ସୁକିନ୍ଦା,୧୦ା୧୨(ଡି.ଏନ.ଏ.)-ଆଦିବାସୀ ନାବାଳିକାଙ୍କୁ ସ୍ବାସ୍ଥ୍ୟସେବା ଅବହେଳା ଅଭିଯୋଗରେ ସୋମବାର ଗୋବରଘାଟିସ୍ଥିତ ଟାଟା ମେଡିକାଲ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଛି। 

ଜିଲାସ୍ତରୀୟ ନିଯୁକ୍ତିମେଳା ୨୪ରେ

ଜିଲାସ୍ତରୀୟ ନିଯୁକ୍ତିମେଳା ୨୪ରେ

ଜଗତ୍‌ସିଂହପୁର ଅଫିସ,୧୦ା୧୨- ଜିଲାସ୍ତରୀୟ ନିଯୁକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

ଯୁବକଙ୍କୁ ରୋଜଗାର ଦାବି

ଯୁବକଙ୍କୁ ରୋଜଗାର ଦାବି

ଜଗତସିଂହପୁର ଅଫିସ୍‌, ୧୦।୧୨: ଯୁବକଙ୍କ ରୋଜଗାର ଦାବିରେ ପିସିସି ବିରୋଧରେ ଜଗତସିଂହପୁର ଜିଲା ଭାଜପା ଶାଖା ପକ୍ଷରୁ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତରୀଙ୍କ କାର୍ଯ୍ୟାଳୟ ସମ୍ମ୍‌ୁଖରେ ବିକ୍ଷୋଭ କରାଯାଇଛି।