ଉପକୂଳ ଓଡିଶା

ପ୍ରଦୂଷିତ ପୁଷ୍କରିଣୀ ପ୍ରତି ପଡୁନାହିଁ ଦୃଷ୍ଟି

ପ୍ରଦୂଷିତ ପୁଷ୍କରିଣୀ ପ୍ରତି ପଡୁନାହିଁ ଦୃଷ୍ଟି

ଯାଜପୁର ରୋଡ,୬।୩(ନି.ପ୍ର.)-

ବ୍ୟାସନଗର ପାୈରପରିଷଦରେ ୫୯ଟି ପୁଷ୍କରିଣୀ ରହିଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ପୁଷ୍କରିଣୀ ଗୁଡ଼ିକ ପ୍ରଦୂଷିତ ହୋଇଛି। ପୁଷ୍କରିଣୀ ଗୁଡ଼ିକ ବ୍ୟବହାର ଯୋଗ୍ୟ ଅବସ୍ଥାରେ ନାହିଁ। ପୌରପରିଷଦ ପକ୍ଷରୁ ପୁଷ୍କରିଣୀକୁ ରକ୍ଷଣାବେକ୍ଷଣ କରିବାପାଇଁ କୌଣସି କାର୍ଯ୍ୟକ୍ରମ କରାଯାଉନାହିଁ। ବ୍ୟାସଦେବ ଟାଉନହଲଠାରେ ଥିବା ପୁଷ୍କରିଣୀଟିକୁ ପାୈରପରିଷଦ ପକ୍ଷରୁ ପୋତାଯାଇ ସେଠାରେ ଶିଶୁ ଉଦ୍ୟାନ ଓ ଅନ୍ୟାନ୍ୟ ସଭା ସମିତି କରାଯାଇଥିଲା। ମାତ୍ର ଏବେ ଶିଶୁ ଉଦ୍ୟାନଟିକୁ ନଷ୍ଟ କରାଯାଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି। ପୌର ପରିଷଦରେ ଦଳା ଗୋଶାଳା ଓ ମିଟୁଆଣି ପୋଖରୀ ଓ ଉମାପଦା ପୋଖରୀ ବ୍ୟତୀତ ଅନ୍ୟ ପୋଖରୀ ଗୁଡ଼ିକ ଥିଲେ ମଧ୍ୟ ଏହାର ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ। ପାୈରପରିଷଦ ପକ୍ଷରୁ ପୂର୍ବରୁ ପୋଖରୀ ଗୁଡ଼ିକ ପୁନରୁଦ୍ଧାର କରିବାପାଇଁ ଓ ପୋଖରୀ ଚାରିପଟରେ ସିମେଣ୍ଟ ବାଉଣ୍ଡେରୀ କରିବାପାଇଁ ବହୁ ଅର୍ଥ ବ୍ୟୟ କରାଯାଇଥିଲା। ମାତ୍ର ଏବେ ପୋଖରୀ ଗୁଡ଼ିକ ଉପଯୋଗୀ ଅବସ୍ଥାରେ ନାହିଁ। ସେହିଭଳି ପୌର ପରିଷଦରେ ଥିବା ନଟପଦା ପୋଖରୀଟିର ଅବସ୍ଥା କହିଲେ ନ ସରେ। ସେହିପରି ଚୋରଦାର କୁମାରକାଞ୍ଚିଆ ପଦ୍ମଗଡ଼ିଆ, କଣ୍ଟିଗଡ଼ିଆ, ଡ଼ିଗିସାହି ପ୍ରଭୃତି ପୋଖରୀ ଗୁଡ଼ିକର ପାଣି ବିଶୁଦ୍ଧ ହୋଇପଡ଼ିଛି। ପାଣିରେ ଦଳ ଭାସୁଛି। ଦଳ ଗୁଡ଼ିକ ପଚି ସେଥିରୁ ଦୁର୍ଗନ୍ଧ ବାହାରୁଛି। ପୋଖରୀ ଗୁଡ଼ିକରେ ଗାଧୋଇବା ଦ୍ୱାରା ଚର୍ମ ରୋଗ ହେଉଥିବା ଅଭିଯୋଗ ହେଉଛି। ଏପରିକି ୱାର୍ଡ ମଝିରେ ଥିବା ପୋଖରୀକୁ ପାଇଖାନା ଟାଙ୍କିର ପାଣି ଛାଡ଼ି ଦିଆଯାଉଥିବାରୁ ପୁଷ୍କରିଣୀ ପାଣି ଗୁଡ଼ିକ ଦୂଷିତ ହୋଇଯାଉଛି। ପ୍ରଦୂଷିତ ପାଣି ଯୋଗୁ ମାଛ ଗୁଡ଼ିକ ମରି ଭାସୁଥିବା ଦେଖିବାକୁ ମିଳୁଛି। ପାୈରପରିଷଦ ପକ୍ଷରୁ ପୋଖରୀର ବିକାଶ ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଅଧିକାଂଶ ପୋଖରୀ ନିଲାମ ହେଉନାହିଁ। ଏ ସମ୍ପର୍କରେ ଚୋରଦା ଗ୍ରାମର ପବିତ୍ର ମହାନ୍ତି କହନ୍ତି, ପୌରପରିଷଦ ଗଡ଼ିଆ ନିଲାମ କରି ଟଙ୍କା ନେଉଛନ୍ତି, ଏହାସତ୍ତ୍ୱେ ପୁଷ୍କରିଣୀର ବିକାଶ ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଏ ସମ୍ପର୍କରେ ପୌରପରିଷଦ ନିର୍ବାହୀ ଅଧିକାରୀ ମୋହନ ଚରଣ ଜେନାଙ୍କୁ ପଚାରିବାରେ, ୬ମାସ ହେବ ନୂତନ ଭାବେ ପଦରେ ନିଯୁକ୍ତ ହୋଇଛନ୍ତି। ପୌରପରିଷଦର ଅନେକ ପୋଖରୀ ନିଲାମ ହୋଇନାହିଁ। କାଉନସିଲମାନେ ପୋଖରୀର ଉନ୍ନତି ପାଇଁ ପୌରପରିଷଦରେ ମୁହଁ ଖୋଲୁନାହାନ୍ତି। ପୋଖରୀଗୁଡ଼ିକ କ୍ରମଶଃ ପୋତି ହୋଇଗଲାଣି ବୋଲି କହିଛନ୍ତି। ପାୈରପରିଷଦ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ନିମନ୍ତେ ଟ୍ରକ୍‌ ଆସୋସିଏଶନର ଉପସଭାପତି ପ୍ରଦ୍ୟୁମ୍ନ ବୋଇତେଇ ପୁଷ୍କରିଣୀର ଉନ୍ନତି ପାଇଁ ଦାବି କରିଛନ୍ତି।

All Right Reserved By

ଉପକୂଳ ଓଡିଶା

ରାଜ୍ୟସ୍ତରୀୟ ହାଣ୍ଡବଲ ରେଫରୀ ପରୀକ୍ଷା ଶେଷ

ରାଜ୍ୟସ୍ତରୀୟ ହାଣ୍ଡବଲ ରେଫରୀ ପରୀକ୍ଷା ଶେଷ

ଜଗତସିଂହପୁର ଅଫିସ,୨୪। ୬(ଡି.ଏନ୍‌.ଏ.)- ଜଗତସିଂହପୁର ଜିଲା ହାଣ୍ଡବଲ ଆସୋସିଏଶନ୍‌ ଦ୍ୱାରା ଛେଳିଆଗଡସ୍ଥିତ ଜୟଦୁର୍ଗା ପଡିଆରେ ଜୁନ୍‌ ୨୩ରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ରେଫରୀ କ୍ଲିନିକ୍‌ ଓ ପରୀକ୍ଷା ରବିବାର ଶେଷ ହୋଇଛି। ୨ଦିନ ଧରି ଚାଲିଥିବା ଏହି ପରୀକ୍ଷାରେ ରାଜ୍ୟର ବିଭିନ୍ନ ଜିଲାର ୨୧ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଉତ୍ତୀର୍ଣ୍ଣ ରେଫରୀମାନଙ୍କୁ ରାଜ୍ୟ ଓ ଜାତୀୟସ୍ତରର ହାଣ୍ଡବଲ ପ୍ରତିଯୋଗିତାରେ ରେଫରୀଭାବେ ମନୋନୀତ କରାଯିବ।

କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ଯାଜପୁର ଅଫିସ,୨୪।୬: ଯାଜପୁର ଜିଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ତେନ୍ତୁଳିଡିହ ଗ୍ରାମରେ ରବିବାର ଭୋର ସମୟରେ ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମଙ୍ଗଳପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରମେଶଚନ୍ଦ୍ର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଶିକ୍ଷା ସହାୟିକାଙ୍କ ଆତ୍ମହତ୍ୟା

ଶିକ୍ଷା ସହାୟିକାଙ୍କ ଆତ୍ମହତ୍ୟା

ପଟ୍ଟାମୁଣ୍ଡାଇ,୨୬।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ତଥା ଚଉଦକୁଲାଟ ଫାଣ୍ଡି ଅଧୀନ ଅଣ୍ଢର ଗ୍ରାମର ଜନୈକା ଶିକ୍ଷା ସହାୟିକା ନମିତା ସ୍ବାଇଁ(୨୮) ଶନିବାର ରାତିରେ ଆତ୍ମହତ୍ୟା କରିଛନ୍ତି।

ରୁକ୍ମିଣୀଙ୍କୁ ହରଣ କରି ବିବାହ କଲେ ଶ୍ରୀକୃଷ୍ଣ

ରୁକ୍ମିଣୀଙ୍କୁ ହରଣ କରି ବିବାହ କଲେ ଶ୍ରୀକୃଷ୍ଣ

ଖଣ୍ଡପଡ଼ା,୨୪ା୬(ସ୍ବ.ପ୍ର.)- ଦ୍ୱାରିକାଧିପତି ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ହରଣ କରି ଆଣି ବିବାହ କରିବା ପରମ୍ପରା ଶନିବାର କଣ୍ଟିଲୋ ନୀଳମାଧବ ମନ୍ଦିରରେ ପାରମ୍ପରିକ ରୀତିରେ ସମ୍ପନ୍ନ ହୋଇଯାଇଛି ା ଏଥିପାଇଁ ମନ୍ଦିର ଉତ୍ସବମୁଖର ହୋଇ ଉଠିଛି ା

୨୫ରେ ଘୋଳାହାଣ୍ଡି ପଞ୍ଚାୟତ ସମ୍ମୁଖରେ ଗଣଧାରଣା

ଦଶପଲ୍ଲା,୨୪ା୬ (ଡି.ଏନ.ଏ.)- ପାନୀୟ ଜଳ ପ୍ରକଳ୍ପ ମରାମତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ବଣ୍ଟନ ଓ ଏମ୍‌ଜିଏନଆରଇଜିଏସ୍‌ ପ୍ରଭୃତିରେ ହୋଇଥିବା ଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବି କରି ଆସନ୍ତା ୨୫ ତାରିଖରେ ଘୋଳାହାଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ପାଇଁ ଶନିବାର ପଞ୍ଚାୟତ ପ୍ରତିନିଧି ଦଳ ବିଡିଓଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଗୋରୁ ଭର୍ତ୍ତି ଟ୍ରକ ଜବତ, ୩୪ ଗାଈ ଉଦ୍ଧାର

ଗୋରୁ ଭର୍ତ୍ତି ଟ୍ରକ ଜବତ, ୩୪ ଗାଈ ଉଦ୍ଧାର

ଓଡ଼ଗାଁ,୨୪ା୬(ସ୍ବ.ପ୍ର.)-ପଡୋଶୀ ଗଞ୍ଜାମ ଜିଲାରୁ ଗୋରୁ ଚାଲାଣ ବେଳେ ଓଡଗାଁ କଲେଜ ରୋଡ ପେଟ୍ରୋଲ ପମ୍ପ ନିକଟରୁ ଶନିବାର ସନ୍ଧ୍ୟାରେ ଗୋରୁ ଭର୍ତ୍ତି ଟ୍ରକ ଜବତ କରାଯାଇଛି ା ଟ୍ରକ ଭିତରେ ବନ୍ଦ ହୋଇଥିବା ୩୪ ଗାଈକୁ ଉଦ୍ଧାର କରାଯାଇଛି ା

ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ଓଡ଼ଗାଁ,୨୪ା୬(ସ୍ବ.ପ୍ର.)- ଓଡଗାଁ ଥାନା ଅଞ୍ଚଳରେ ପୁଣି ଏକ ନାବାଳିକା ଅପହରଣ ଓ ବଳାତ୍କାର ଅଭିଯୋଗ ହୋଇଛି। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି ା

ସମବାୟ ଆପଣଙ୍କ ଦ୍ୱାରରେ ସଚେତନତା ଅଭିଯାନ

ସମବାୟ ଆପଣଙ୍କ ଦ୍ୱାରରେ ସଚେତନତା ଅଭିଯାନ

ନୟାଗଡ଼ ଅଫିସ,୨୪ା୬- ନୟାଗଡ଼ ବ୍ଲକ କେନ୍ଦୁଢିପି ପଞ୍ଚାୟତ ଆନନ୍ଦାପଲ୍ଲୀ ସେବା ସମବାୟ ସମିତି ପ୍ରାଙ୍ଗଣରେ ଶନିବାର ସମବାୟ ଆପଣଙ୍କ ଦ୍ୱାରରେ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ସର୍ବଭାରତୀୟ ବିଦ୍ୟାଳୟ ଟାଏକୋଣ୍ଡୋରେ ନୟାଗଡ଼ରୁ ୨ଜଣ

ସର୍ବଭାରତୀୟ ବିଦ୍ୟାଳୟ ଟାଏକୋଣ୍ଡୋରେ ନୟାଗଡ଼ରୁ ୨ଜଣ

ନୟାଗଡ଼ ଅଫିସ,୨୪ା୬- ଚଳିତମାସ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଆଗ୍ରା ଜିଏଲ୍‌ଏ ୟୁନିଭର୍ସିଟି, ମଥୁରାଠାରେ ହେବାକୁ ଥିବା ସର୍ବଭାରତୀୟ କେନ୍ଦ୍ରୀୟ ବିଦ୍ୟାଳୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶାରୁ ମାତ୍ର ୪ ଜଣ ଖେଳାଳି ଚୟନ ହୋଇଛନ୍ତି।

ନ୍ୟାୟ ବଦଳରେ ଯୁବକଙ୍କୁ ବାଡ଼େଇଲେ ଥାନା ଅଧିକାରୀ :ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଯୁବକ

ନୟାଗଡ଼ ଅଫିସ,୨୪ା୬- ଜଣେ ଯୁବକଙ୍କୁ ନ୍ୟାୟ ଦେବା ବଦଳରେ ଥାନା ଅଧିକାରୀ ବାଡ଼େଇଥିବା ଭଳି ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ସଦର ଥାନା ଅଧିକାରୀ ମନୋରମା ମଲ୍ଲିକଙ୍କ ବିରୋଧରେ। ନୟାଗଡ଼ ବ୍ଲକ କାଳିକାପ୍ରସାଦ ଗ୍ରାମର ରମେଶ ଗୋଛାୟତ ଏ ନେଇ ଶନିବାର ଏସ୍‌ପିଙ୍କଠାରେ ଅଭିଯୋଗ କରିଛନ୍ତି।

ଛକରେ ସଡ଼କ ଦୁର୍ଘଟଣା ଯୁବ ଠିକାଦାରଙ୍କ ମୃତ୍ୟୁ:

ମାର୍ଶାଘାଇ,୨୪ା୬(ଡିଏନଏ) ଶନିବାର ଅପରାହ୍ନରେ ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନଂ (କ) ଜାତୀୟ ରାଜପଥର ମଙ୍ଗଳା ଛକରେ ସଡକ ଦୁର୍ଘଟଣା ଘଟି ଗରଜଙ୍ଗା ଗ୍ରାମର ଯୁବ ଠିକାଦାର ଗଣେଶ ପ୍ରସାଦ ଦାସ(୪୦)ଙ୍କ ମୃତ୍ୟୁ ଘଟିଛି ଓ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି।

କପି କରି ଧରାପଡ଼ିଲେ ୭ ହାଇସ୍କୁଲ ପରୀକ୍ଷାର୍ଥୀ

କେନ୍ଦ୍ରାପଡା ଅଫିସ, ୨୪ା୬ ଚଳିତ ଶିକ୍ଷାବର୍ଷର ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ା ଜିଲାର ୪ଟି କେନ୍ଦ୍ରରେ ଏହି ପରୀକ୍ଷା ଚାଲୁଛି ା ଶୁକ୍ରବାର ଓଡିଆ ବିଷୟରେ ପରୀକ୍ଷା ହୋଇଥିବା ବେଳେ ଶନିବାର ଇଂରାଜୀ ବିଷୟରେ ପରୀକ୍ଷା ଥିଲା ା

Model This Week

ଆହାନା