ଉପକୂଳ ଓଡିଶା

ପଥର ଗୁଣ୍ଡରେ କାମ ଶେଷ

କାଳିଆପାଣି,୬।୩(ଡି.ଏନ୍‌.ଏ) କୁସୁମଡ଼ିହା-ମହୁଲଖାଲଠାରୁ କଲରଙ୍ଗି ଅତା ଢାବାଛକ ପର୍ଯ୍ୟନ୍ତ ଆରମ୍ଭରୁ ରାସ୍ତା ନିର୍ମାଣ ହେଉଥିବା ଯାଜପୁର ଆରଡି ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଛି। ଫେବୃୟାରୀ ୧୦ରେ ନିମ୍ନମାନର ରାସ୍ତା କାର୍ଯ୍ୟ ହେଉଥିବା ଜଣାପଡିଥିଲା । ଏହା ସତ୍ତ୍ୱେ ଉପରିସ୍ଥ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଗ୍ରାମବାସୀ ଗତ ବୁଧବାର ରେଭେନ୍ୟୁ ଡିଭିଜୋନାଲ କମିଶନ(ଆରଡିସି) ତଦନ୍ତ ଦାବି କରିଛନ୍ତି । ଯେ, ଯାଜପୁର ଆରଡି ବିଭାଗ ଅଧୀନରେ ସମ୍ପୃକ୍ତ ରାସ୍ତା କାର୍ଯ୍ୟ ଫେବୃୟାରୀ ୧ରୁ ଆରମ୍ଭ ହୋଇଛି। ପ୍ରଥମେ ଠିକାଦାର ବିନା ସୂଚନାରେ ପଥରଛଇ ଗୁଣ୍ଡରେ ରାସ୍ତା କାର୍ଯ୍ୟ କରୁଥିଲେ । ଫଳରେ ମହୁଲଖୋଲ ଗ୍ରାମବାସୀ ପଥରଛଇ ଗୁଣ୍ଡରେ ରାସ୍ତା କାମ କରିବାକୁ ବାରଣ କରିବା ସହ କାର୍ଯ୍ୟ ବନ୍ଦ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥିଲେ। କିନ୍ତୁ ବର୍ତ୍ତମାନ ଅଧିକାରୀମାନେ ଠିକାଦାରଙ୍କୁ ଯେନତେନ ତୁରନ୍ତ କାର୍ଯ୍ୟ ସମାପ୍ତ ନିମନ୍ତେ ତାଗିଦ କରିଥିବା ଜଣାପଡିଛି। ଫଳରେ ଠିକାଦାର ନିର୍ଭୟ ଭାବେ ମେସିନ୍‌ ଦ୍ୱାରା ମାଙ୍କଡା ପଥର ଗୁଣ୍ଡରେ ରାସ୍ତାର ଦୁଇ କଡ଼ ସମତଳ କରି କାର୍ଯ୍ୟ ସମାପ୍ତ କରିଛନ୍ତି । ଏହି ରାସ୍ତାର ଉନ୍ନତୀକରଣ ନିମନ୍ତେ ୧୮ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ଜଣାପଡିଛି। ଉକ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିବା ସହ ଯାତାୟାତ କରୁଥିବା ବସ, ଟ୍ରକ୍‌ ଓ ବିଭିନ୍ନ ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି । ରାସ୍ତାରେ ବଡ଼ବଡ଼ ଖାଲଖମା ହୋଇଥିବାରୁ ଉତ୍ତମ ଧରଣର ମୋରମ, ବାଲି, ମେଟାଲ, ଚିପ୍‌ସ ପକାଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଠିକାଦାର ପଥରଛଇରୁ ଗୁଣ୍ଡ ପକାଇ ରାସ୍ତ କଡ଼ ସମତଳ କରିଥିବା ଅଭିଯୋଗ ହୋଇଛି । ଅନେକ ଥର ରାସ୍ତା ମରାମତି ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ କିଛି ମାସ ପରେ ରାସ୍ତା ପୂର୍ବପରି ହୋଇଯାଏ । ଠିକାଦାରଙ୍କ ବେପରୁଆ ମନୋଭାବ ଯୋଗୁ ଗ୍ରାମବାସୀ କାମ ବନ୍ଦ କରିଥିଲେ । ଠିକ୍‌ଭାବେ କାମ କରିବା ନେଇ ଆରଡିସିଙ୍କୁ ଲିଖିତଭାବେ ଜଣାଇଥିବା ଗ୍ରାମର ମୁଖିଆ ଦଶରଥ ମହାନ୍ତ କହିଛନ୍ତି । ଆରଡି ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରୁ, ନିର୍ଦ୍ଦେଶାନୁସାରେ କାମ ନହେଲେ ବିଲ୍‌ ଦିଆଯିବ ନାହଁି ବୋଲି ସେ କହିଛନ୍ତି ।
All Right Reserved By

ଉପକୂଳ ଓଡିଶା

ଭାରସାମ୍ୟ ହରାଇ ସମୁଦ୍ରରେ ବୁଡ଼ିଲା ୨ ବୋଟ: ମତ୍ସଜୀବୀ ଉଦ୍ଧାର

ଭାରସାମ୍ୟ ହରାଇ ସମୁଦ୍ରରେ ବୁଡ଼ିଲା ୨ ବୋଟ: ମତ୍ସଜୀବୀ ଉଦ୍ଧାର

ମହାକାଳପଡ଼ା, ୨୧।୯(ଡି.ଏନ୍‌.ଏ.): ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର କୂଳ ଲଙ୍ଘୁଛି।

ରାସ୍ତା ତଳକୁ ଖସିଲା କାର୍‌,୩ ଆହତ

ଦଶପଲ୍ଲା,୨୧।୯ (ଡି.ଏନ.ଏ.)-ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଣିଗୋଚ୍ଛା କଲେଜ ନିକଟରେ ରାସ୍ତା କଡକୁ ଏକ କାର୍‌ ଖସି ୩ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅପରାହ୍ନ ପ୍ରାୟ ୪ଟା ସମୟରେ ଫୁଲବାଣିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା (ନଂ.ଓଡି ୦୨ ଏଏ ୬୮୭୮) କାର୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା। ଫଳରେ କାରରେ ଥିବା ଫୁଲବାଣୀ ଅଞ୍ଚଳର ଏସ୍‌ ପାତ୍ର, ତାଙ୍କ ପତ୍ନି ବିଜୟଲକ୍ଷ୍ମୀ ପାତ୍ର ଏବଂ ପୁଅ ସୁଜଲ ପାତ୍ର ଆହତ ହୋଇଥିଲେ।  ସେମାନଙ୍କୁ ଦଶପଲ୍ଲା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ମାତ୍ର ବିଜୟଲକ୍ଷ୍ମୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ଖୋଲା ଶୌଚମୁକ୍ତ କାର୍ଯ୍ୟକ୍ରମକୁ ବିରୋଧ

ଖୋଲା ଶୌଚମୁକ୍ତ କାର୍ଯ୍ୟକ୍ରମକୁ ବିରୋଧ

ଦଶପଲ୍ଲା,୨୧।୯ (ଡି.ଏନ.ଏ.)-ଖୋଲାରେ ଆଉ କେହି ମଳତ୍ୟାଗ କରିବେ ନାହିଁ। ପ୍ରତି ଘରେ ଘରେ ହେବ ପାଇଖାନା ନିର୍ମାଣ। ପରିବେଶକୁ ସ୍ବଚ୍ଛତା ଆଣିବା ଲକ୍ଷ୍ୟ ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ବଚ୍ଛ ଭାରତ ମିଶନ। ଏହି ଉପଲକ୍ଷେ ଗୁରୁବାର ଦଶପଲ୍ଲା ଏନ୍‌ଏସି ଅନ୍ତର୍ଗତ ୧୬ ନମ୍ବର ୱାର୍ଡକୁ ଖୋଲା ଶୌଚ ମୁକ୍ତ ୱାର୍ଡ ଭାବେ ଘୋଷଣା କରାଯିବା ସହ ଶପଥ କାର୍ଯ୍ୟକ୍ରମ ଥିଲା। 

ରୋଟାରୀ କ୍ଲବ ମହିଳା ଶାଖାର କର୍ମକର୍ତ୍ତା ନିର୍ବାଚିତ

ରୋଟାରୀ କ୍ଲବ ମହିଳା ଶାଖାର କର୍ମକର୍ତ୍ତା ନିର୍ବାଚିତ

ନୟାଗଡ଼ ଅଫିସ,୨୧ା୯-ନୟାଗଡ଼ ରୋଟାରୀ କ୍ଲବ ପରିସରରେ ବୁଧବାର ମହିଳା ଶାଖାର  ଇନର ହୁଇଲ୍‌ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।  ସଭାପତି ଭାବେ  ରୋଜାଲିନ୍‌ ପାତ୍ର ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ଜ୍ୟୋତ୍ସ୍ନାମୟୀ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ସେହିପରି  ସମ୍ପାଦିକା ଭାବେ  ସୌଦାମିନୀ ସ୍ବାଇଁ, ଯୁଗ୍ମ ସମ୍ପାଦିକା ଭାବେ ସ୍ମିତା ସ୍ବାଇଁ ଏବଂ କୋଷାଧ୍ୟକ୍ଷ ଭାବେ ମୋନିକା ମହାପାତ୍ର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।  ରୋଟାରୀ କ୍ଲବ୍‌ର ନିରୁପମା ପଟ୍ଟନାୟକ, ବସିରିନ୍‌୍‌ ବିବି, ଡ. ସଞ୍ଜୁକ୍ତା ମିଶ୍ର ଉପସ୍ଥିତ ରହି ଏହି ଚୟନ ପ୍ରକ୍ରିୟା କରିଥିଲେ। 

ପଲିଥିନ୍‌ ମୁକ୍ତ ପାଇଁ ସଚେତନତା

ପଲିଥିନ୍‌ ମୁକ୍ତ ପାଇଁ ସଚେତନତା

ନୟାଗଡ଼ ଅଫିସ,୨୧ା୯-ପୁରୀ ବୁଲିବାକୁ ଯାଇଥିବା ନୟାଗଡ ଅଞ୍ଚଳର ଏକ ପରିବାର  ସମୁଦ୍ରକୂଳ ଓ ବିଭିନ୍ନ ସ୍ଥାନରେ  ପଲିଥିନ୍‌ମୁକ୍ତ ପାଇଁ ସଚେତନତା  କରିଥିଲେ।  ନୟାଗଡ଼ ଜିଲା ନୂଆଗାଁ ବ୍ଳକ  ଦୁର୍ଦ୍ଦ୍‌ୁରା ଗ୍ରାମସ୍ଥିତ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନର ପ୍ରତିଷ୍ଠାତା  ସଞ୍ଜୟ କୁମାର ସାହୁଙ୍କ ପ୍ରୟାସରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ନିଜ ପରିବାର ସହ ସଞ୍ଜୟ  ପୁରୀ ବୁଲିବାକୁ ଯାଇଥିଲେ। ସମୁଦ୍ରକୂଳ, ବଡ଼ଦାଣ୍ଡରେ ଲୋକମାନଙ୍କୁ ପଲିଥିନ୍‌ମୁକ୍ତ ସୁସ୍ଥ ସମାଜ ପାଇଁ ଆହ୍ବାନ ଦେଇଥିଲେ। ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନ ପକ୍ଷରୁ  ଏହି ନିଆରା ପଦକ୍ଷେପ ନିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସୁଜିତ୍‌ କୁମାର ସାହୁ,  ରାଜଲକ୍ଷ୍ମୀ ସାହୁ, ଅଙ୍କିତ ସାହୁ ପ୍ରମୁଖ ସହଯୋଗ କରିଥିଲେ। 

ଭାରତୀୟ ପ୍ରଦର୍ଶନୀ ଅଭିଯାନ ବସ୍‌କୁ ସ୍ବାଗତ

ଭାରତୀୟ ପ୍ରଦର୍ଶନୀ ଅଭିଯାନ ବସ୍‌କୁ ସ୍ବାଗତ

ନୟାଗଡ଼ ଅଫିସ,୨୧ା୯-ପ୍ରଜାପିତା ବହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ମୁଖ୍ୟାଳୟ ମାଉଣ୍ଟ ଆବୁ ରାଜସ୍ଥାନ ଆନୁକୂଲ୍ୟରେ ଏକ ତ୍ରିବର୍ଷୀୟ  ଅଖିଳ ଭାରତୀୟ  ପ୍ରଦର୍ଶନୀ ବସ୍‌ ଅଭିଯାନ  ବାହାରି ୬ଟି ରାଜ୍ୟକୁ ଅତିକ୍ରମ କରିଛି।  ବୁଧବାର ଏହା  ନୟାଗଡ଼ରେ ପହଞ୍ଚତ୍ଥିଲା। ଏହି ଅଭିଯାନର ଗାଡ଼ିକୁ ଜିଲାର ଇଟାମାଟି ପଞ୍ଚାୟତ ପଡ଼ିଆଠାରେ ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ  ବିଶ୍ୱ ବିଦ୍ୟାଳୟ ତରଫରୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।  ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।  ମୁଖ୍ୟ ବକ୍ତା ଭାବେ  ବହ୍ମାକୁମାରୀ  ଲୀନା ଭଉଣୀ, ଯୁବ ଜାଗୃତି ଏବଂ ରାଜଯୋଗ ଅଭ୍ୟାସ ଉପରେ ନିଜର ବକ୍ତବ୍ୟ ରଖିଥିଲେ। 

ବିରୁଡ଼ାରେ ବ୍ୟାପୁଛି ଡେଙ୍ଗୁ :୫  ଦିନରେ ୬ ଜଣ ରୋଗୀ ଚିହ୍ନଟ

ବିରୁଡ଼ାରେ ବ୍ୟାପୁଛି ଡେଙ୍ଗୁ :୫ ଦିନରେ ୬ ଜଣ ରୋଗୀ ଚିହ୍ନଟ

ନୟାଗଡ଼ ଅଫିସ,୨୧ା୯-ନୟାଗଡ଼ ଜିଲା ସଦର ବ୍ଳକ  ବରୁଡ଼ା ପଞ୍ଚାୟତ ବିରୁଡାଗ୍ରାମ ଉପର ସାହିରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ୫ ଦିନରେ ୬ ଜଣଙ୍କ ରକ୍ତ ନମୁନାରେ ଡ଼େଙ୍ଗୁ ପଜେଟିଭ୍‌ ଚିହ୍ନଟ କରାଯାଇଥିବା ନେଇ ସୂଚନା ମିଳିଛି। କେତେକ ରୋଗୀ କଟକରୁ ଚିକିତ୍ସିତ ହୋଇ ଫେରିଥିବା ବେଳେ ଆଉ କେତେକ ରୋଗୀ ବର୍ତ୍ତମାନ କଟକରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ କେତେକ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ଗ୍ରାମର  କୃଷ୍ଣଚନ୍ଦ୍ର ମୁଦୁଲି, ରମ୍ଭା ପଲେଇ, ସୁବାସିନୀ ମଣ୍ଡଳ, ଧରିତ୍ରୀ ମୁଦୁଲି, ଛାଟିଆ ବେହେରା  ଓ ଚମ୍ପା ପ୍ରଧାନ। 

ପାଇଖାନା ନିର୍ମାଣ ଆଳରେ ଠିକାଦାର ପୋଷା

ପାଇଖାନା ନିର୍ମାଣ ଆଳରେ ଠିକାଦାର ପୋଷା

ନୟାଗଡ଼ ଅଫିସ,୨୧ା୯- ନୟାଗଡ଼ ଜିଲାକୁ ଖୋଲା ମଳମୁକ୍ତ ଜିଲା ଭାବେ ଘୋଷଣା କରିବାକୁ ପ୍ରଶାସନିକ ସ୍ତରରେ ସମସ୍ତେ ଲାଗିପଡ଼ିଛନ୍ତି। କାଗଜ କଲମରେ ପାଇଖାନା ନିର୍ମାଣ ଶେଷ ହୋଇଥିଲେ ମଧ୍ୟ  ବାସ୍ତବରେ ଏହା ଶେଷ ହୋଇ ନ ଥିବା ଜଣାପଡ଼ିଛି।  ପାଇଖାନା ନିର୍ମାଣ ନୁହେଁ, ଏହାକୁ ବ୍ୟବହାର କରିବା ବିଶେଷ ଜରୁରୀ ହୋଇଥିବାବେଳେ ସରକାରୀ ସ୍ତରରେ କେବଳ ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି। ଏଥିଯୋଗୁ ଖୋଲା ମଳମୁକ୍ତ ଯୋଜନାରୁ ସୁଫଳ ମିଳିବା ଅସମ୍ଭବ ବୋଲି ମତ ପ୍ରକାଶ ପାଉଛି। ସେହିଭଳି ନିର୍ମିତ ପାଇଖାନା ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ସେଗୁଡ଼ିକ ବ୍ୟବହାର ଉପଯୋଗୀ ନ ହୋଇ ପଡ଼ି ରହିଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। 

ଉପସ୍ବାସ୍ଥ୍ୟକେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଉପସ୍ବାସ୍ଥ୍ୟକେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଖଣ୍ଡପଡା, ୨୧ା୯(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅନ୍ତର୍ଗତ କୁଞ୍ଜବିହାରୀପୁର ଗ୍ରାମରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉପସ୍ବାସ୍ଥ୍ୟକେନ୍ଦ୍ର ଗୃହ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଖଣ୍ଡପଡା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା ନିର୍ମାଣ କରାଯାଇଛି। ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମବାସୀ ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ ଓ ଜିଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଛନ୍ତି। ଭିଜିଲାନ୍ସ ବିଭାଗ ଦ୍ୱାରା ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସେମାନେ ଦାବି କରିଛନ୍ତି।

ବରପଲ୍ଲୀ ଗ୍ରାମରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ:ସମାଧାନ ପାଇଁ ଶାନ୍ତି କମିଟି ଗଠିତ

ବରପଲ୍ଲୀ ଗ୍ରାମରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ:ସମାଧାନ ପାଇଁ ଶାନ୍ତି କମିଟି ଗଠିତ

ଖଣ୍ଡପଡା,୨୧ା୯(ସ୍ବ.ପ୍ର.)- ଖଣ୍ଡପଡା ବ୍ଲକ ଶିଖରପୁର ପଞ୍ଚାୟତ ଅନ୍ତର୍ଗତ ବରପଲ୍ଲୀ ଗ୍ରାମରେ ଗଣେଶ ଭସାଣି ସମୟରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାର ସମାଧାନ ପାଇଁ ଶାନ୍ତି କମିଟି ଗଠନ ହୋଇଥିବା ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ା ପ୍ରକାଶ ଯେ, ଗତ ୧୮ ତାରିଖ ରାତିରେ ବରପଲ୍ଲୀ ଗ୍ରାମରେ ଗଣେଶ ଭସାଣି ସମୟରେ ସାମାନ୍ୟ ଘଟଣାକୁ ନେଇ ଗ୍ରାମର ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ଖଣ୍ଡପଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ୧୯୪ ଓ ୧୯୬/୧୮ରେ ପୃଥକ୍‌ ମାମଲା ରୁଜୁ କରିଥିଲା। 

ମାଛ ବେପାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌:ବୋଲେରୋ ସହ ୩ ଦୁର୍ବୃତ୍ତଙ୍କୁ ଧରି ପୋଲିସରେ ଦେଲେ ଗ୍ରାମବାସୀ

ମାଛ ବେପାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌:ବୋଲେରୋ ସହ ୩ ଦୁର୍ବୃତ୍ତଙ୍କୁ ଧରି ପୋଲିସରେ ଦେଲେ ଗ୍ରାମବାସୀ

ରଣପୁର,୨୧ା୯ (ସ୍ବ.ପ୍ର.)- ରଣପୁର ଥାନା ଅଞ୍ଚଳର ଜଣେ ମାଛବେପାରୀଙ୍କଠାରୁ ଗୁରୁବାର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତାଙ୍କଠାରୁ ନଗଦ ଟଙ୍କା ସହ ମୋବାଇଲ ଲୁଟିନେଇଥିଲେ। ପରେ ଗ୍ରାମବାସୀ ସେମାନଙ୍କ ପିଛା କରି ୩ ଲୁଟେରାଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ପୋଲିସ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ବୋଲେରୋ ଜବତ କରିଛି। ଲୁଟ୍‌ର ଶିକାର ହୋଇଥିବା ମାଛବେପାରୀ ଏ ନେଇ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା (ନଂ.୧୯୨/୧୮) ରୁଜୁ ହୋଇଛି।  

ନୀଳମାଧବ ପୀଠରେ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ

ନୀଳମାଧବ ପୀଠରେ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ

ଖଣ୍ଡପଡା,୨୧ା୯(ସ୍ବ.ପ୍ର.)-ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ଶ୍ରୀ ନୀଳମାଧବ ମନ୍ଦିରରେ ଗୁରୁବାର ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ପାରମ୍ପରିକ ରୀତିରେ ପାଳିତ ହୋଇ ଯାଇଛି ା ଭାଦ୍ରବ ଶୁକ୍ଳପକ୍ଷ ଏକାଦଶୀରୁ ଭଗବାନ ବିଷ୍ଣୁ ଶୟନ କରି କାର୍ତ୍ତିକ ଏକାଦଶୀରେ ନିଦ୍ରା ତ୍ୟାଗ କରିଥାନ୍ତି। ଭାଦ୍ରବ ଶୁକ୍ଳ ପକ୍ଷରେ ଶ୍ରୀ ଜୀଉ କଡ ଲେଉଟାଉଥିବାରୁ ଏହାକୁ ଠାକୁରଙ୍କ ପାର୍ଶ୍ୱ ପରିବର୍ତ୍ତନ କୁହାଯାଏ ା ଏହି ଅବସରରେ ନୀଳମାଧବ ଜୀଉ ମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା ା ଠାକୁରଙ୍କ ସକାଳ ଧୂପ ସମ୍ପନ୍ନ ପରେ ଅପରାହ୍ନ ପ୍ରାୟ ସାଢେ ୧ଟାରେ ବେଢା ପରିକ୍ରମା ଓ ମଙ୍ଗଳାର୍ପଣ ହୋଇଥିଲା ା ରାତିରେ ପୁନର୍ବାର ୩ ଘେରା ବେଢା ପରିକ୍ରମା ପରେ ମହାଦୀପ ଉଠିଥିଲା ା ଏହାକୁ ଦର୍ଶନ କରିବା ପାଇଁ ଶତାଧିକ ଶ୍ରଦ୍ଧାଳୁ ସମାଗମ ହୋଇଥିଲେ।