ସମ୍ବଲପୁର

ମଦ୍ୟପ ବରକୁ କନ୍ୟା ପ୍ରତ୍ୟାଖ୍ୟାନ କରିବା ଘଟଣା: ସନ୍ଧ୍ୟାରେ ବରଣମାଳା, ସକାଳେ ହାତକଡ଼ି

ମଦ୍ୟପ ବରକୁ କନ୍ୟା ପ୍ରତ୍ୟାଖ୍ୟାନ କରିବା ଘଟଣା: ସନ୍ଧ୍ୟାରେ ବରଣମାଳା, ସକାଳେ ହାତକଡ଼ି
ରାଉରକେଲା ଅଫିସ,୬।୩- ଜଣେ ଯୁବକ ମଦ ନିଶାରେ ଟଳମଳ ହୋଇ ବିବାହ କରିବାକୁ ଆସିବା, ମଦୁଆ ବରକୁ କନ୍ୟା ପ୍ରତ୍ୟାଖ୍ୟାନ କରିବା ଓ ପରେ ଟାଙ୍ଗରପାଲି ଥାନାରେ ଆପୋସ ବୁଝାମଣା ପରେ ଉଭୟଙ୍କ ବିବାହ ସମ୍ପନ୍ନ ହେବା ଘଟଣା ମଙ୍ଗଳବାର ନାଟକୀୟ ମୋଡ଼ ନେଇଛି। ସୋମବାର ସନ୍ଧ୍ୟାରେ ସମ୍ପୃକ୍ତ ଯୁବକ ଥାନାରେ କନ୍ୟାଙ୍କୁ ବରଣମାଳା ପିନ୍ଧାଇଥିବାବେଳେ ମଙ୍ଗଳବାର ତାଙ୍କୁ ହାତକଡ଼ି ପିନ୍ଧିବାକୁ ପଡ଼ିଛି। କୋର୍ଟ ମ୍ୟାରେଜ୍‌ ପୂର୍ବରୁ ତାଙ୍କୁ ପୋଲିସ ଗିରଫ ହୋଇ କୋର୍ଟ ଚାଲାଣ କରିଛି । ପୂର୍ବରୁ ଅଭିଯୁକ୍ତ ଶଙ୍କର ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିଥିବା ସମ୍ପର୍କରେ ଜଣେ ଯୁବତୀ ମଙ୍ଗଳବାର ଟାଙ୍ଗରପାଲି ଥାନାରେ ଅଭିଯୋଗ କରିବା ପରେ ଉକ୍ତ ଘଟଣା ଗୁରୁତର ରୂପ ନେଇଛି । ଏହାକୁ ନେଇ ଟାଙ୍ଗରପାଲି ଥାନା ପରିସରରେ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଥିଲା । ଯୁବତୀଙ୍କ ପରିବାର ଓ ଗ୍ରାମବାସୀ ଥାନା ପରିସରରେ ପହଞ୍ଚତ୍ ପାଟିତୁଣ୍ଡ କରିଥିଲେ ା ସମ୍ପୃକ୍ତ ଯୁବତୀ ତାଙ୍କୁ ଆଉ ବିବାହ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିବା ସହ ସେହି ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅନ୍ୟପକ୍ଷେ ପୋଲିସ ଅଭିଯୁକ୍ତ ବର ବନ୍ଧମୁଣ୍ଡା ଚମ୍ପାଗଡ଼ ବସ୍ତିର ସ୍ବର୍ଗତ ପ୍ରକାଶ ପଣ୍ଡାଙ୍କ ସାନ ପୁଅ ଶଙ୍କର ପଣ୍ଡା ଓ ତାଙ୍କ ଭାଇ ସୁଦାମ ପଣ୍ଡାଙ୍କୁ ଗିରଫ କରିଛି। ସାରେ ଉଭୟଙ୍କୁ କୋର୍ଟ ଚାଲାଣ ପୂର୍ବରୁ ଲୋକେ ପୋଲିସକୁ ଘେରିଯାଇଥିଲେ। ବରଣମାଳା ପିନ୍ଧାଇ ବିବାହ କରିଥିବା ଯୁବତୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ନ ଦେଲେ ସେମାନଙ୍କୁ ଛାଡ଼ିବେ ନାହିଁ ବୋଲି ଅଡ଼ିବସିଥିଲେ। ଏହାକୁ ନେଇ ଥାନାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ପୋଲିସ ବାଧ୍ୟ ହୋଇ ଉଭୟଙ୍କୁ ପୁଣି ଥାନା ଭିତରକୁ ନେଇଥିଲା। ବରପକ୍ଷ କ୍ଷତିପୂରଣ ରାଶି ଦେବାକୁ ଲିଖିତ ସହମତି ପ୍ରଦାନ କରିବା ପରେ ପୋଲିସ କଡ଼ା ସୁରକ୍ଷା ବଳୟରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ସୂଚନାନୁସାରେ ଶଙ୍କର ବିବାହ ଉତ୍ସବରେ କ୍ୟାଟରିଂ କାମ ପାଇଁ ଲୋକ ଯୋଗାଡ଼ କରିବା ସହ ସାମୟିକ ଅଟୋଚାଳକ ଭାବେ କାମ କରନ୍ତି। ତାଙ୍କର ଫର୍ଟିଲାଇଜର ଟାଉନଶିପ୍‌ ନିକଟ ଲେବର କଲୋନୀ ଅଞ୍ଚଳର ଜଣେ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିଲା। ଗତ ରବିବାର ଅପରାହ୍ନରେ ଶଙ୍କର ବରଯାତ୍ରୀ ସହ ଫର୍ଟିଲାଇଜର ଟାଉନଶିପ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ। ବରଯାତ୍ରୀଙ୍କ ସମେତ ଖୋଦ ଶଙ୍କର ମଦ୍ୟପାନ କରିଥିଲେ। ଗାଡ଼ିରୁ ଓହ୍ଲାଇ ଟଳମଳ ଅବସ୍ଥାରେ ବେଦୀ ପର୍ଯ୍ୟନ୍ତ ଯାଇଥିଲେ। ତେବେ ପରବର୍ତ୍ତୀ ସମୟରେ ପରିସ୍ଥିତି ବିଗିଡ଼ି ଯାଇଥିଲା। ମାତାଲ ବର ଓ ବରଯାତ୍ରୀ ଯୁବତୀଙ୍କ ପରିବାର ଲୋକ ଓ ସମ୍ପର୍କୀୟଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। କନ୍ୟାପକ୍ଷ ଏହାର ପ୍ରତିବାଦ କରିବାରୁ ଉତ୍ତେଜନା ବଢ଼ିଥିଲା। କନ୍ୟା ବି ଏପରି ମଦ୍ୟପ ବରକୁ ବିବାହ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଶଙ୍କର ବେଦୀରୁ ଉଠି ଚମ୍ପଟ ମାରିଥିଲେ। କନ୍ୟାପକ୍ଷଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ଶଙ୍କରଙ୍କୁ ପାଇ ନ ଥିଲା। ଏଣୁ ଶଙ୍କରଙ୍କ ଭାଇ ଓ ସମ୍ପର୍କୀୟଙ୍କୁ ପୋଲିସ ଅଟକ ରଖିଥିଲା। ସୋମବାର କେତେକ ସାମାଜିକ କର୍ମୀଙ୍କ ହସ୍ତକ୍ଷେପ ପରେ ପୋଲିସ ଉଭୟ ପରିବାର ମଧ୍ୟରେ ବୁଝାମଣା କରି ଥାନା ପରିସରରେ ସେମାନଙ୍କ ବିବାହ ସମ୍ପନ୍ନ କରିଥିଲା। ସୋମବାର ସାରେ ଥାନା ପରିସରରେ ଶଙ୍କର ଓ ଯୁବତୀ ପରସ୍ପରକୁ ଫୁଲମାଳ ପିନ୍ଧାଇ ବିବାହ କରିଥିଲେ। ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଭୟଙ୍କ ବିବାହ କୋର୍ଟରେ ହେବ ବୋଲି ସ୍ଥିର ହୋଇଥିଲା। ମଙ୍ଗଳବାର ସକାଳେ ବରକନ୍ୟା ବନ୍ଧମୁଣ୍ଡାସ୍ଥିତ ଶଙ୍କରଙ୍କ ଘରକୁ ଚାଲିଯାଇଥିଲେ। ମାତ୍ର ଏହାର ୩ଘଣ୍ଟା ନ ବିତୁଣୁ ସେକ୍ଟର-୬ ବିର୍ସାନଗରର ଅନ୍ୟ ଜଣେ ଯୁବତୀ ଟାଙ୍ଗରପାଲି ଥାନାରେ ପହଞ୍ଚି ଶଙ୍କର ତାଙ୍କୁ ୨୦୧୭ ନଭେମ୍ବର ୧୭ରେ ବିବାହ କରିଛନ୍ତି। ଏବେ ସେ ଗର୍ଭବତୀ ଅଛନ୍ତି ବୋଲି ଅଭିଯୋଗ କରିଥିଲେ । ଯୁବତୀଜଣକ ପାନପୋଷ ମ୍ୟାରେଜ ଅଫିସରଙ୍କ ଅନୁମୋଦନକ୍ରମେ କୋର୍ଟ ବିବାହର ସମସ୍ତ ପ୍ରମାଣପତ୍ର, ଫଟୋ ଓ ଭିଡିଓ ଦାଖଲ କରିବା ପରେ ଥାନାଧିକାରୀଙ୍କ ଅକଲ ଗୁଡୁମ ହୋଇଗଲା। ଥାନାଧିକାରୀ ମନୋରଞ୍ଜନ ପ୍ରଧାନ ପୋଲିସ ଟିମ୍‌ ସହ ତୁରନ୍ତ ବନ୍ଧମୁଣ୍ଡାରେ ପହଞ୍ଚି ଶଙ୍କରଙ୍କ ସହ ନବ ବିବାହିତ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଥାନାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଅଞ୍ଚଳବାସୀ ହୋହଲ୍ଲା କରିବା ସହ ଶଙ୍କରଙ୍କୁ ଗିରଫ କରିବାକୁ ଅଡ଼ିବସିଲେ। ଶେଷରେ ପୋଲିସ ଶଙ୍କରଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ତାଙ୍କୁ କଠୋର ଦଣ୍ଡ ପ୍ରଦାନ କରିବାକୁ ଉଭୟ ଯୁବତୀ ଦାବି କରିଛନ୍ତି। ସେହିପରି ଶଙ୍କରଙ୍କ ପ୍ରଥମ ବିବାହ ସମ୍ପର୍କରେ ଅବଗତ ଥାଇ ମଧ୍ୟ ଦ୍ୱିତୀୟ ବିବାହରେ ସହଯୋଗ କରିଥିବା ତାଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଶଙ୍କରଙ୍କ ପ୍ରଥମ ସ୍ତ୍ରୀ ବୋଲି ଦାବି କରୁଥିବା ସେକ୍ଟର-୬ ଅଞ୍ଚଳର ଯୁବତୀଙ୍କ କହିବାନୁସାରେ ଶଙ୍କର ତାଙ୍କୁ ବିବାହ କରି କିଛିଦିନ ପାଖରେ ରଖିବା ପରେ ବିଭିନ୍ନ ଆଳ ଦେଖାଇ ବାପଘରେ ଛାଡ଼ି ଆସିଥିଲେ। ତେବେ ଦ୍ୱିତୀୟ ବିବାହ କରୁଥିବା ନେଇ ତାଙ୍କ ପାଖରେ କୌଣସି ଖବର ନ ଥିଲା। ଗଣମାଧ୍ୟମରୁ ଖବର ପାଇ ଥାନାକୁ ଆସିଛି। ଏପରି ଅବସ୍ଥାରେ କୁଆଡ଼େ ଯିବି, କାହାକୁ ନ୍ୟାୟ ମାଗିବି ବୋଲି ଯୁବତୀ ଜଣକ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଦୁଇ ଯୁବତୀଙ୍କ ଜୀବନ ନଷ୍ଟ କରିଥିବା ଶଙ୍କରଙ୍କୁ ଆଇନ କି ଶାସ୍ତି ଦେଉଛି ତା’ ଉପରେ ସମସ୍ତଙ୍କ ନଜର।
All Right Reserved By

ସମ୍ବଲପୁର

କର୍ଲାମୁଣ୍ଡା ଏସବିଆଇ ଶାଖାରୁ ଚୋରି

କର୍ଲାମୁଣ୍ଡା ଏସବିଆଇ ଶାଖାରୁ ଚୋରି

କର୍ଲାମୁଣ୍ଡା,୧୦।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ବଡ ଧରଣର ଡକାୟତି ହୋଇଛି।

ଯୁବକଙ୍କ ମୃତଦେହ ଉଦ୍ଧାର: ଟାୟାର ଜାଳି ରାସ୍ତା ଅବରୋଧ

ଯୁବକଙ୍କ ମୃତଦେହ ଉଦ୍ଧାର: ଟାୟାର ଜାଳି ରାସ୍ତା ଅବରୋଧ

କଣ୍ଟାବାଞ୍ଜି,୧୦।୧୨ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା କଣ୍ଟାବାଞ୍ଜି କେ.ଭି. କଲେଜ ନିକଟରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

ଖଡିଆଳ, ୧୦।୧୨(ଡି.ଏନ.ଏ.): ଗଞ୍ଜେଇ ଚୋରା ଚାଲାଣବେଳେ ଖଡିଆଳ ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପ୍ରାୟ କୁଇଣ୍ଟାଲ ୪୦ କେଜି ୬୪୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ବରଗଡ଼ ଅଫିସ୍‌,୧୦।୧୨: ଭୂମି ନାହିଁ ତ ଭୋଟ୍‌ ନାହିଁ, ସ୍ଥାୟୀ ଜମିପଟ୍ଟା ଆମର ଦାବି, ଏଭଳି ନାରାବାଜି କରି ସୋମବାର ସ୍ଥାନୀୟ ଜୟ କୋସଲ ଭୂମିହୀନ ସଂଗ୍ରାମ ସମିତି ପକ୍ଷରୁ ବରଗଡ଼ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ସ୍ବଚ୍ଛତା ବଜାୟ ରଖିବାକୁ ସଂକଳ୍ପ

ସ୍ବଚ୍ଛତା ବଜାୟ ରଖିବାକୁ ସଂକଳ୍ପ

ଅମରପାଲି, ୧୦।୧୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତର ବାସୁଦେବପୁର ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ବିଶ୍ୱାସ କାର୍ଯ୍ୟକ୍ରମର ଷଷ୍ଠ ଅଭିଯାନ ବ୍ୟକ୍ତିଗତ ଓ ଗୃହ ପରିଚ୍ଛନ୍ନତା ଦିବସ ପାଳିତ ହୋଇଯାଇଛି।

ଦକ୍ଷତା ଦେଖାଇଲେ ପ୍ରତିଯୋଗୀ

ଦକ୍ଷତା ଦେଖାଇଲେ ପ୍ରତିଯୋଗୀ

ଅମରପାଲି, ୧୦।୧୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଓ ଲୁତୁରପଙ୍କ ଗ୍ରାମ ପଞ୍ଚାୟତରେ ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

 ବରଗଡ଼ ଅଫିସ୍‌,୯।୧୨: ବରଗଡ଼ ଜିଲା ଭେଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୬)ଙ୍କୁ ଅପହରଣ ଓ ହତ୍ୟା ପରେ ମୃତଦେହକୁ ବିନ୍ଧ୍ୟବାସିନୀ ପାହାଡ଼ ଉପରେ ପକାଇଦେବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଥୁଆପାଲି ଗ୍ରାମର କୈଳାଶ ଚନ୍ଦ୍ର ବାରିକ(୧୮) ଏବଂ ରମେଶ ଓରଫ ଛୋଟୁ ସାହାଣୀ(୨୬)। 

ଦିଗଶିରା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବରଣ

ଦିଗଶିରା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବରଣ

ଡୁଙ୍ଗୁରିପାଲି, ୯ା୧୨(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ୧୦ମ ବର୍ଷ ଆଞ୍ଚଳିକ ଧନୁଯାତ୍ରା ମହୋସତ୍ବ ପାଇଁ କଂସ କଳାକାର ବରଣ ହୋଇଛି ା ବରଗଡ ଜିଲା ଦେଓଗାଁ ଗ୍ରାମର ଜଗଦାନନ୍ଦ ମିଶ୍ରଙ୍କୁ ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରିବେ। 

ଶିଶୁର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ ହେଉ

ଶିଶୁର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ ହେଉ

ସୋନପୁର,୯।୧୨(ନି.ପ୍ର.): ପରୀକ୍ଷାରେ କେବଳ ଭଲ ନମ୍ବର ରଖିଲେ ହେବନି। ଶିଶୁଟି ସମସ୍ତ ଗୁଣରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ପ୍ରତିଯୋଗିତାମୂଳକ ସମାଜରେ ଶିଶୁର ସାମଗ୍ରିକ ବିକାଶ କିଭଳି ହୋଇ ପରିବ ସେଥିପ୍ରତି ଅଭିଭାବକ ଓ ଶିକ୍ଷୟିତ୍ରୀ ଶିକ୍ଷକ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସୋନପୁର ଭୀମଭୋଇ କଳା ମଣ୍ଡପଠାରେ ଦୟାନନ୍ଦ ପ୍ଲେ/ପବ୍ଲିକ୍‌ ସ୍କୁଲର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲାପାଳ ମଧୁସୂଦନ ମିଶ୍ର ମତବ୍ୟକ୍ତ କରିଛନ୍ତି। 

କଫ ସିରଫ ଜବତ: ୩ଗିରଫ

କଫ ସିରଫ ଜବତ: ୩ଗିରଫ

ନୂଆପଡା ଅଫିସ/କୋମନା, ୯। ୧୨-ନୂଆପଡା ଜିଲା କୋମନା ଥାନା ପୋଲିସ କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ ଜନ୍ଦ୍ରାମୁଣ୍ଡା ଗାଁରେ ଚଢାଉ କରି ବିଭିନ୍ନ ଜାଗାରୁ ୪୨୦ଟି କଫ ସିରଫ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ବିରୋଧରେ ୨୧(ଖ) ଏନଡିପିଏସ ଆକ୍ଟ, ୨୭(ଖ) ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟରେ ମାମଲା (ନଂ.୨୯୮/୧୮) ରୁଜୁ କରାଯାଇଛି। ଅଭିଯୁକ୍ତମାନେ ହେଲେ ଡାଳିନ୍ଦ୍ର ମାଝୀ (୩୪), ନବଘନ ମାଝୀ(୨୮) ଏବଂ ଲାଲମନ ମାଝୀ (୩୨)। 

କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜଙ୍କ କାର ଦୁର୍ଘଟଣାରେ ମୃତ୍ୟୁ: ରହସ୍ୟ, ସନ୍ଦେହଜନକ ହେଉଛି ଘଟଣା

କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜଙ୍କ କାର ଦୁର୍ଘଟଣାରେ ମୃତ୍ୟୁ: ରହସ୍ୟ, ସନ୍ଦେହଜନକ ହେଉଛି ଘଟଣା

କୁଆଁରମୁଣ୍ଡା, ୯।୧୨ (ଡି.ଏନ.ଏ.)

ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜ ନାଏକଙ୍କ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲା ବିଶ୍ରା ଛକ ନିକଟରେ ଏକ କାର୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ମନୋଜଙ୍କ କାର ବିଶ୍ରା ଛକ ଡିଭାଇଡରରେ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ରାଉରକେଲା ସମେତ କୁଆଁରମୁଣ୍ଡା ଅଞ୍ଚଳରେ ଭିନ୍ନଭିନ୍ନ ଆଲୋଚନା ହେଉଛି। ବିଶେଷକରି ଦୁର୍ଘଟଣାସ୍ଥଳକୁ 

ବୋଲେରୋ ଗାଡ଼ି ଲୁଟିନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼,୯।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣେଇ ଉପଖଣ୍ଡ  ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ରାସ୍ତା ମଧ୍ୟରେ ଶନିବାର ବିଳମ୍ବିତ ରାତିରେ ଲୁଟ ହୋଇଛି।