ମନୋରଞ୍ଜନ |

ମା’ଙ୍କ ବିନା ଜନ୍ମଦିନ

ବମ୍ବେ: ମଙ୍ଗଳବାର ୨୧ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍‌ର ମହିଳା ସୁପରଷ୍ଟାର୍‌ ଶ୍ରୀଦେବୀ କପୁରଙ୍କ ଜ୍ୟେଷ୍ଠାକନ୍ୟା ଜାହ୍ନବୀ। ଏଥର କିନ୍ତୁ ପ୍ରଥମକରି ମା’ଙ୍କ ବିନା ଜନ୍ମଦିନ ପାଳିଛନ୍ତି ଜାହ୍ନବୀ। ମା’ଙ୍କ ଅବର୍ତ୍ତମାନକୁ ମର୍ମେ ମର୍ମେ ଅନୁଭବ କରୁଥିବା କହିଛନ୍ତି ସେ। ତାଙ୍କ ହୃଦୟରେ ଏକପ୍ରକାଶ ଶୂନ୍ୟସ୍ଥାନ ସୃଷ୍ଟିକରିଥିବା ସେ ଅନୁଭବ କରିପାରୁଛନ୍ତି। ଝିଅର ବିଗତ ଜନ୍ମଗୁଡ଼ିକୁ କିଭଳି ଶ୍ରୀଦେବୀ ସ୍ବତନ୍ତ୍ର ଢଙ୍ଗରେ ପାଳନ କରୁଥିଲେ ତାହାକୁ ଜାହ୍ନବୀ ମନେପକାଇଛନ୍ତି। ଜନ୍ମଦିନ ପୂର୍ବରୁ ମା’ଙ୍କ ପାଇଁ ଭାବବିହ୍ବଳ ଖୋଲା ଚିଠି ଲେଖିଛନ୍ତି ଜାହ୍ନବୀ। ତିନିଦିନ ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ଜାହ୍ନବୀ ଉଲ୍ଲେଖ କରିଛନ୍ତି ଯେ, ”ମୋ ଜନ୍ମଦିନରେ କେବଳ ଗୋଟିଏ କଥା କହିବାକୁ ଚାହେଁ, ସମସ୍ତେ ନିଜ ମାତାପିତାଙ୍କୁ ଭଲପାଆନ୍ତୁ। ସେମାନଙ୍କ ପ୍ରତି ସମର୍ପଣ ଭାବ ରଖନ୍ତୁ। ସେମାନେ ଆମକୁ ଗଢ଼ିଛନ୍ତି। ମା’ଙ୍କୁ ମନେପକାଉଛି ଏବଂ ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛି। ତାଙ୍କୁ ଯେଭଳି ସେହ୍ନ ଏବଂ ଭାଇପାଇବା ଦେଇ ଆସୁଥିଲେ ତାହା ବଜାୟ ରଖନ୍ତୁ। ମା’ଙ୍କ ସବୁଠାରୁ ବଡ଼ ବିଷୟ ହେଲା ବାପାଙ୍କ ସହ ଶେୟାର୍‌ କରିଥିବା ଭଲପାଇବା। ସେମାନଙ୍କ ପ୍ରେମ ଅମର ଏବଂ ଦୁନିଆରେ କେଉଁଠି ହେଲେ ଏହା ଦେଖିବାକୁ ମିଳିବ ନାହିଁ। ଏହାକୁ ଲୋକେ ସମ୍ମାନ ଦିଅନ୍ତୁ। ମୁଁ ଏବଂ ମୋ ଖୁସି ଆମ ମା’ଙ୍କୁ ହରାଇଛୁ, କିନ୍ତୁ ବାପା ତାଙ୍କ ‘ଜାନ୍‌’ ହରାଇଛନ୍ତି। ସେ ଜଣେ ଅଭିନେତ୍ରୀ, ମା’ ଏବଂ ସ୍ତ୍ରୀଠାରୁ ବହୁତ ଅଧିକ ଥିଲେ। ଜୀବନର ପ୍ରତିଟି ଚରିତ୍ରରେ ସେ ଏକ୍‌ଦମ ଫିଟ୍‌ ଥିଲେ। ବର୍ତ୍ତମାନ ମୋ’ ହୃଦୟରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଯାଇଥିବା ଅନୁଭବ କରିପାରୁଛି। ମା’ କେବେ ଆଉ ଫେରିବେ ନାହିଁ। କିନ୍ତୁ ସଦା ମୋ ଆଖପାଖରେ ଥିବା ଅନୁଭବ କରିପାରୁଛି। ତାଙ୍କ ଆଶୀର୍ବାଦ ସଦା ଖୁସି, ବାପା ଏବଂ ମୋ ଉପରେ ରହିଛି।“
All Right Reserved By

ମନୋରଞ୍ଜନ |

ସତ କହିଲେ ପ୍ରିୟଙ୍କା

ସତ କହିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ। ଏବେ ସେ ତାଙ୍କ ପର୍ସନାଲ ଲାଇଫ୍‌ ସହ ଯୋଡି ହୋଇ ରହିଥିବା କିଛି କଥାର ରାଜ୍‌ ଖୋଲିଛନ୍ତି।

ମାଆ ହେଲେ କ୍ୟାନସର ପୀଡିତା ଅଭିନେତ୍ରୀ ଲିସା

ମାଆ ହେଲେ କ୍ୟାନସର ପୀଡିତା ଅଭିନେତ୍ରୀ ଲିସା

ମୁମ୍ବାଇ: ଅଭିନେତ୍ରୀ ଲିସା ରାୟ ଏବେ ମାଆ ହୋଇଛନ୍ତି। ତାହା ପୁଣି ସରୋଗେସି ମାଧ୍ୟମରେ। କ୍ୟାନସର ଭଳି ରୋଗ ସହ ଲଢି ଜୀବନ ଜିଇଁଥିବା ଏହି ଅଭିନେତ୍ରୀଙ୍କର ସ୍ବପ୍ନ ସାକାର ହୋଇଛି। 

ଏବେ ଦିଲ୍ଲୀରେ ପ୍ରତିଦିନ ଦେଖିହେବ ହଟ୍‌ ଷ୍ଟାର ସନ୍ନି ଲିଓନଙ୍କୁ

ଏବେ ଦିଲ୍ଲୀରେ ପ୍ରତିଦିନ ଦେଖିହେବ ହଟ୍‌ ଷ୍ଟାର ସନ୍ନି ଲିଓନଙ୍କୁ

ନୂଆଦିଲ୍ଲୀ: ବଲିଉଡ୍‌ ବୋଲ୍ଡ କୁଇନ୍‌ ସନ୍ନି ଲିଓନଙ୍କୁ ଏବେ ସାଧାରଣ ଲୋକେ ଦେଖିପାରିବେ। ତାହା ପୁଣି ଅତି ନିକଟରୁ ଆଉ ରାଜଧାନୀ ଦିଲ୍ଲୀରେ। କଥା ହେଲା ଦିଲ୍ଲୀସ୍ଥିତ ମାଡାମ୍‌ ତୁଷାଡ୍ସ ମ୍ୟୁଜିୟମରେ ମଙ୍ଗଳବାରଠାରୁ ସ୍ଥାନିତ ହୋଇଛି ପର୍ନଷ୍ଟାର ସନ୍ନି ଲିଓନଙ୍କ ମହମ ପ୍ରତିମୂର୍ତ୍ତି। 

ଫେରିବେ ବ୍ଲାକ ବିୟୁଟି ବିପାଶା

ଫେରିବେ ବ୍ଲାକ ବିୟୁଟି ବିପାଶା

ମୁମ୍ବାଇ: ବଲିଉଡ୍‌ର ବୋଲ୍ଡ କୁଇନ୍‌ ବିପାଶା ବସୁ ପୁଣିଥରେ ସିଲ୍‌ଭର ସ୍କ୍ରିନ୍‌କୁ କମ୍‌ ବ୍ୟାକ୍‌ କରିବେ ବୋଲି ଖବର ଆସିଛି। ଲମ୍ବା ସମୟ ଧରି ବଡ ପରଦାରୁ ଦୂରେଇ ରହିଥିବା ଏହି ବ୍ଲାକ ବିୟୁଟି ଏକ ରିମେକ୍‌ ଫିଲ୍ମରେ ନଜର ଆସି ପାରନ୍ତି।

ଆଦର୍ଶ ମା’ର ଭାବମୂର୍ତ୍ତି ପ୍ରତିଷ୍ଠା କରିଛି ଫିଲ୍ମ

ଆଦର୍ଶ ମା’ର ଭାବମୂର୍ତ୍ତି ପ୍ରତିଷ୍ଠା କରିଛି ଫିଲ୍ମ

ନୂଆଦିଲ୍ଲୀ: ଟିଭି ଓ ଫିଲ୍ମ ପରଦାରେ ଅଭିନୟ କରିବା ଦ୍ୱାରା ଜଣେ ମହିଳା ପାଇଁ ଆଦର୍ଶ ମା’ର ଭାବମୂର୍ତ୍ତି ପ୍ରତିଷ୍ଠା ହୋଇପାରେ। ପ୍ରଥମ କରି ଅଭିନୟରେ ପାଦ ଦେଉଥିବା ଅଧିକାଂଶ ମହିଳା ଏହି ଅନୁଭୂତି ହାସଲ କରିଥାଆନ୍ତି। 

୩୭ ବର୍ଷ ସାନ ଗାୟିକାଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା

୩୭ ବର୍ଷ ସାନ ଗାୟିକାଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା

ମୁମ୍ବାଇ: ଭଜନ ଗାୟକ ଅନୁପ ଜଲୋଟା ବିଗ୍‌ ବସ୍‌ ୧୨ରେ କଣ୍ଟେଷ୍ଟାଣ୍ଟ ଭାବେ ନଜର ଆସିବେ।  ସେ ୨୮ବର୍ଷୀୟା ଗାୟିକା ଜସଲିନ୍‌ ମଥାରୁଙ୍କ ସହ ଏହି ଶୋ’ରେ ନଜର ଆସିବେ ବୋଲି ଜଣାପଡିଛି।

ଦୁଇ ବର୍ଷର ଅପେକ୍ଷା

ଦୁଇ ବର୍ଷର ଅପେକ୍ଷା

ଅପେକ୍ଷାର ଫଳ ମିଠା। ଦେଖୁନାହାନ୍ତି, ଦୁଇବର୍ଷ ଅପେକ୍ଷା କରିବା ପରେ ପୁଣି ଥରେ କେମିତି ଡାକରା ଆସିଲା। ଆଉ ଏଥର ମନ ଦୁଃଖ କରି ଫେରିବାକୁ ପଡି ନ ଥିଲା। 

ଆଲ୍ଲୁଙ୍କ ସଜବାଜ

ଆଲ୍ଲୁଙ୍କ ସଜବାଜ

ଆଲ୍ଲୁ ଅର୍ଜୁନ-କେବଳ ନାମ ହିଁ ଯଥେଷ୍ଟ। ତାମିଲ ସିନେମାରେ  ଇଏ ଜଣେ ପରିଚିତ ତଥା ଲୋକପ୍ରିୟ ଅଭିନେତା। ଏବେ ସେ ସଜବାଜରେ ବ୍ୟସ୍ତ।

ନାହିଁ ନାହିଁର ପ୍ରୋଜେକ୍ଟରେ ତାପସୀ

ନାହିଁ ନାହିଁର ପ୍ରୋଜେକ୍ଟରେ ତାପସୀ

ପ୍ରୋଜେକ୍ଟ ହେବ କି ନାହିଁ ତା’ ଉପରେ ଏବେ ମଧ୍ୟ ପ୍ରଶ୍ନବାଚୀ ଲାଗି ରହିଛି। ହେଲେ ପ୍ରଯୋଜକଙ୍କ କାଷ୍ଟିଂ ଫାଇନାଲ ହୋଇପାରୁ ନାହିଁ। ପ୍ରଯୋଜକ ଶୈଳେଶ ଆର. ସିଂଙ୍କ ଅନଟାଇଟଲଡ ଫିଲ୍ମକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। 

ଶୁଭ ଦିନକୁ ଅପେକ୍ଷା

ଶୁଭ ଦିନକୁ ଅପେକ୍ଷା

ଅକ୍ଷୟ କୁମାର ସେହି ଶୁଭ ଦିନକୁ ଅପେକ୍ଷା କରିଛନ୍ତି। କେବେ ‘ଟୁ. ଜିରୋ’ ଫିଲ୍ମଟି ପରଦା ଉପରକୁ ଆସିବ ତାହାକୁ ନେଇ ଏବେ ମଧ୍ୟ କଳ୍ପନାଜଳ୍ପନା ଲାଗି ରହିଛି। 

ସାଥୀ..ତୁ ଫେରିଆ

ସାଥୀ..ତୁ ଫେରିଆ

ଜୀବନରେ ଭଲ ସାଥୀଟିଏ ନିହାତି ଲୋଡା।  ମନପସନ୍ଦର ସାଥୀଟିଏ କିଏ ନ ଖୋଜେ କହିଲେ ? ଯଦି ତାହା ମିଳିଗଲା ତେବେ ତା’ ସହ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଶେୟାର କରିହୁଏ। 

 ରଣବୀର-ଦୀପିକା : ସିନ୍ଧି ଓ୍ବେଡିଙ୍ଗ

ରଣବୀର-ଦୀପିକା : ସିନ୍ଧି ଓ୍ବେଡିଙ୍ଗ

ଗତ କିଛି ମାସ ହେବ ବଲିଉଡ୍‌ରେ ଯେଉଁ ପ୍ରେମୀଯୁଗଳଙ୍କୁ ନେଇ ଅଧିକ ଆଲୋଚନା ହେଉଛି ସେମାନେ କିଏ ତାହା ଅନେକଙ୍କୁ ଅଳ୍ପବହୁତେ ଜଣା। ଦୁହିଁଙ୍କ ଭିତରେ ପ୍ରେମ ପରେ ତାହା ବିବାହର ରୂପ ନେଇଛି।