ବ୍ରହ୍ମପୁର

ଭଞ୍ଜନଗର ଥାନା ଅଞ୍ଚଳରେ ବଢ଼ୁଛି ଚୋରି

ଭଞ୍ଜନଗର ଥାନା ଅଞ୍ଚଳରେ ବଢ଼ୁଛି ଚୋରି

ଭଞ୍ଜନଗର,୬।୩(ଡ଼ି.ଏନ.ଏ)- ଭଞ୍ଜନଗର ଥାନା ଅଞ୍ଚଳରେ କିଛିଦିନ ହେବ ଚୋରି ବଢ଼ିବାରେ ଲାଗିଛି । ଅଭିଯୁକ୍ତମାନଙ୍କୁ ପୋଲିସ କାବୁ କରିପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ସୋମବାର ରାତିରେ ଚ୍ଛେଦାଭୂମିର ଜଗନ୍ନାଥ ଗୌଡ଼ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ବାରି କବାଟ ତାଡ଼ି ଘରୁ ସୁନା ଅଳଙ୍କାର, ପିତ୍ତଳ ବାସନ, ଗ୍ରାଇଣ୍ଡର ଓ ଅନ୍ୟାନ୍ୟ ଜିନିଷ ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଆଣିଥିବା ଶାବଳ ବାରି ପଟେ ଫିଙ୍ଗି ଚାଲିଯାଇଛନ୍ତି । ଏ ନେଇ ଥାନାରେ ଜଗନ୍ନାଥ ଅଭିଯୋଗ କରିଥିଲେ। ଜଗନ୍ନାଥ ଓ ତାଙ୍କ ପରିବାର ଲୋକେ ଦାଣ୍ଡଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ବାରିପଟ କବାଟ ତାଡ଼ି କାଠ ପେଡ଼ିରୁ ପ୍ରାୟ ୩୦ ଗ୍ରାମ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଲୁଟି ନେଇଥିଲେ। ମଙ୍ଗଳବାର ସକାଳେ ଘରୁ ଚୋରି ହୋଇଥିବା ଦେଖି ଥାନାକୁ ଖବର ଦେଇଥିଲେ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ ସହାୟତାରେ ପୋଲିସ ତଦନ୍ତ କରି ଫେରିଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ସ୍ଥାନୀୟ ବାଇପାସ୍‌ ରୋଡ଼ରେ ଅନୁରୂପ ଭାବେ ଚୋରି ହୋଇଥିଲା। ଉକ୍ତ ଘଟଣାରେ ମଧ୍ୟ ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ଧରି ପାରିନାହିଁ । ସହର ଓ ସହରତଳି ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ଦାବି ହେଉଛି ।

All Right Reserved By

ବ୍ରହ୍ମପୁର

ଓରଟେଲ ଶାଖା କାର୍ଯ୍ୟାଳୟରେ ପ୍ରଶାସନର ଚଢାଉ

ଓରଟେଲ ଶାଖା କାର୍ଯ୍ୟାଳୟରେ ପ୍ରଶାସନର ଚଢାଉ

ଆସିକା,୨୨ା୬(ଡି.ଏନ୍‌.ଏ): ଓରଟେଲ ସଂସ୍ଥାର ଆସିକା କଳିଙ୍ଗା ରୋଡସ୍ଥିତ ଶାଖା କାର୍ଯ୍ୟାଳୟ ଉପରେ ଶୁକ୍ରବାର ପ୍ରଶାସନ ପକ୍ଷରୁ ଚଢାଉ ହୋଇଥିଲା । ଚଢାଉ ବେଳେ ଏହି ଶାଖା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅଧିକାରୀମାନେ କାର୍ଯ୍ୟକ୍ରମ ପ୍ରସାରଣ ସମ୍ବନ୍ଧିୟ କାଗଜପତ୍ର ଦେଖାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ ।

ଚର୍ଚ୍ଚର ସାମୂହିକ ଜମିକୁ ବେଆଇନ ବିକ୍ରି

ଚର୍ଚ୍ଚର ସାମୂହିକ ଜମିକୁ ବେଆଇନ ବିକ୍ରି

ଫୁଲବାଣୀ ଅଫିସ, ୨୨ା୬-କନ୍ଧମାଳ ଜିଲା ଫୁଲବାଣୀସ୍ଥିତ ଏକ ଚର୍ଚ୍ଚର ମୂଲ୍ୟବାନ ସାମୂହିକ ଜମିକୁ ବେଆଇନ ଭାବେ ବିକ୍ରି କରି ଦିଆଯାଇଛି ା ଏ ନେଇ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନାହିଁ ା

ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ରାଇକିଆ,୨୨ା୬(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ଗୁନ୍ଧାଣୀ ଛକ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ଦୁଇ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ନାବାଳିକା ଅପହରଣ ନେଇ ଥାନାରେ ଅଭିଯୋଗ

ବୁଗୁଡ଼ା,୨୨ା୬(ଡି.ଏନ.ଏ.)- ବୁଗୁଡ଼ା ସହର ଅଞ୍ଚଳର ଜନୈକା ନାବାଳିକା ଛାତ୍ରୀଙ୍କୁ ଶୁକ୍ରବାର ସକାଳେ ଅପହରଣ ହୋଇଥିବା ନେଇ ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଏନେଇ ଥାନାରେ କୌଣସି ମାମଲା ଖବର ଲେଖା ହେବା ସୁଦ୍ଧା ପଞ୍ଜିକରଣ ହୋଇନାହିଁ।

ସ୍ଥାୟୀ ପଟ୍ଟା ଦାବି ତେଜିଲା : କ୍ରିୟାନୁଷ୍ଠାନ କମିଟିର ବିଶାଳ ସମାବେଶ

ସ୍ଥାୟୀ ପଟ୍ଟା ଦାବି ତେଜିଲା : କ୍ରିୟାନୁଷ୍ଠାନ କମିଟିର ବିଶାଳ ସମାବେଶ

ଫୁଲବାଣୀ ଅଫିସ, ୨୨ା୬-କନ୍ଧମାଳ ଜିଲା ଫୁଲବାଣୀରେ ସ୍ଥାୟୀ ଜମି ପଟ୍ଟା ପ୍ରଦାନ ଦାବି ପୁଣି ତେଜିିଛି । ବର୍ଷ ବର୍ଷ ଧରି ଚାଲିଥିବା ଜମି ଜମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଏକ ବିଶାଳ ସମାବେଶ କରାଯାଇଛି ।

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୨ା୬-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ପୋକ୍‌ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ସୁଶାନ୍ତ ପଟେଲ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି।

କିଶୋରୀ ବାଳିକାଙ୍କ ଜୀବନ କୌଶଳ ତାଲିମ

କିଶୋରୀ ବାଳିକାଙ୍କ ଜୀବନ କୌଶଳ ତାଲିମ

ବାଲିଗୁଡା,୨୨।୬(ଡି.ଏନ୍‌.ଏ.): ବାଲିଗୁଡା ବନବାସୀ ସେବା ସମିତି ପରିସରରେ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ କିଶୋରୀ ବାଳିକାମାନଙ୍କ ପାଇଁ ଜୀବନ କୌଶଳ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ୧୦ରୁ ୧୮ ବର୍ଷ ପର୍ଯ୍ୟନ୍ତ ୧୦୦ ନାବାଳିକାଙ୍କୁ ତାଲିମ ଦିଆଯାଇଛି। ଏହି ଅବସରରେ ଆୟୋଜିତ ଏକ ବୈଠକରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ରମାକାନ୍ତ ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ, ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଓ ଶିଶୁ ସୁରକ୍ଷା ୟୁନିଟର ସଦସ୍ୟା ସୁପ୍ରିୟା ପରବିନ ଓ ୨ ରିସୋର୍ସପର୍ସନ ଗୋପାଳ କୁମାର ବେହେରା ଓ ସଞ୍ଜୀବ ମିଶ୍ର ଯୋଗ ଦେଇଥିଲେ।

ମ୍ୟାଲେରିଆ ଦମନ ଅଭିଯାନ

ମ୍ୟାଲେରିଆ ଦମନ ଅଭିଯାନ

ବାଲିଗୁଡ଼ା,୨୨।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ନିକଟସ୍ଥ ସିନ୍ଦ୍ରିଗଁା ପଞ୍ଚାୟତ ବରପଡ଼ି ଗ୍ରାମରେ ମ୍ୟାଲେରିଆ ଦମନ ଅଭିଯାନ ଆରମ୍ଭ ହୋଇଛି।

ମା’ ରାହାଣଦେବୀ ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟ ଉଦ୍‌ଘାଟିତ

ମା’ ରାହାଣଦେବୀ ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟ ଉଦ୍‌ଘାଟିତ

ଖଲ୍ଲିକୋଟ,୨୨।୬(ଡି.ଏନ୍‌.ଏ.)- ଖଲ୍ଲିକୋଟ ସହରସ୍ଥିତ ବସ୍‌ଷ୍ଟାଣ୍ଡ ନିକଟରେ ଶୁକ୍ରବାର ମା’ ରାହାଣଦେବୀ ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟକୁ ଛତ୍ରପୁର ଆଡିସିନାଲ ଏସ୍‌.ପି. ଅଜୟ ପ୍ରତାପ ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ଅଣଦେଖା କରି ପ୍ରାକ୍ଟିକାଲରେ କମ୍‌ ମାର୍କ ମିଳିବା ନେଇ ଅଧ୍ୟକ୍ଷଙ୍କୁ ଫେରାଦ ହେଲେ ଛାତ୍ରୀ: ସମ୍ପୃକ୍ତ ଅଧ୍ୟାପକଙ୍କ ବରଖାସ୍ତ ଦାବି

ଅଣଦେଖା କରି ପ୍ରାକ୍ଟିକାଲରେ କମ୍‌ ମାର୍କ ମିଳିବା ନେଇ ଅଧ୍ୟକ୍ଷଙ୍କୁ ଫେରାଦ ହେଲେ ଛାତ୍ରୀ: ସମ୍ପୃକ୍ତ ଅଧ୍ୟାପକଙ୍କ ବରଖାସ୍ତ ଦାବି

ଶେରଗଡ଼,୨୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ସ୍ଥିତ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟରେ ଗତ ଯୁକ୍ତ ୨ ବାଣିଜ୍ୟ ବିଷୟର ଏକ ପ୍ରାକ୍ଟିକାଲରେ କିଛି ଛାତ୍ରୀଙ୍କୁ ଅଣଦେଖା କରି କମ୍‌ ମାର୍କ ଦିଆଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଏ ନେଇ ଛାତ୍ରୀ ସୋନାଲୀ ସ୍ବାଇଁ ଓ ନୀଳିମା ମଲ୍ଲିକ ଓ ତାଙ୍କ ଅଭିଭାବକମାନେ କଲେଜ ଅଧ୍ୟକ୍ଷ ଲୋକନାଥ ନାୟକଙ୍କୁ ଭେଟି ଅଭିଯୋଗ କରିଛନ୍ତି।

ଆଙ୍କୁଲି ଓଭରବ୍ରିଜ୍‌ ନିକଟରେ ଟ୍ରକ୍‌ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ଆଙ୍କୁଲି ଓଭରବ୍ରିଜ୍‌ ନିକଟରେ ଟ୍ରକ୍‌ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ବ୍ରହ୍ମପୁର ଅଫିସ,୨୨।୬: ସ୍ଥାନୀୟ ୧୬ ନଂ ଜାତୀୟ ରାଜପଥସ୍ଥିତ ଆଙ୍କୁଲି ଓଭରବ୍ରିଜ ନିକଟରେ ଶୁକ୍ରବାର ଏକ ଟ୍ରକ୍‌ ସହ ବାଇକ୍‌ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ଅଶ୍ଳୀଳ ଭିଡିଓ ପଠାଇବା ଅଭିଯୋଗରେ ଯୁବକ ଗିରଫ

ଅଶ୍ଳୀଳ ଭିଡିଓ ପଠାଇବା ଅଭିଯୋଗରେ ଯୁବକ ଗିରଫ

ବ୍ରହ୍ମପୁର ଅଫିସ,୨୨ା୬: ଜଣେ ମହିଳାଙ୍କ ହ୍ବାଟ୍‌ସଆପ୍‌କୁ ଅଶ୍ଳୀଳ ଫଟୋ ଓ ଭିଡିଓମାନ ପଠାଇବା ଅଭିଯୋଗରେ ଜଣେ ଯୁବକଙ୍କୁ ଗୁରୁବାର ବ୍ରହ୍ମପୁର ସାଇବର ଥାନା ପୋଲିସ ସ୍ଥାନୀୟ ପୁରୁଣା ବ୍ରହ୍ମପୁରରୁ ଗିରଫ କରିଛି। ସେ ହେଲେ ପୁରୁଣା ବ୍ରହ୍ମପୁର ଅଞ୍ଚଳର ଜଗନ୍ନାଥ କର। ତାଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ଏହି ଗିରଫ ବ୍ରହ୍ମପୁର ସାଇବର ଥାନା ପ୍ରତିଷ୍ଠା ପରେ ପ୍ରଥମ ବୋଲି ଥାନାଧିକାରୀ କଳ୍ପନା କୁଅଁର ସୂଚନା ଦେଇଛନ୍ତି।

Model This Week

ପ୍ରଭାତ