ବ୍ରହ୍ମପୁର

ଚୈତ୍ର ମେଳା ଆରମ୍ଭ: ପ୍ରଥମ ପାଳିରେ ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ

 ଚୈତ୍ର ମେଳା ଆରମ୍ଭ: ପ୍ରଥମ ପାଳିରେ ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ

ପୁରୁଷୋତ୍ତମପୁର,୬ା୩(ଡି.ଏନ୍‌.ଏ.) - ଗଞ୍ଜାମ ଜିଲା ତଥା ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ପାଳିରେ ୫୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲେ। ସୋମବାର ରାତିରୁ ଜିଲା ତଥା ଜିଲା ବାହାରୁ ବହୁ ଶ୍ରଦ୍ଧାଳୁ ଆସି ପହଞ୍ଚତ୍ଥିଲେ। ମଙ୍ଗଳବାର ଭୋରରୁ ମା’ଙ୍କ ମାଜଣା ପରେ ପରମ୍ପରା ଅନୁସାରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହି ପାଳିରେ ମୁଣ୍ଡନ ବାବଦରେ ୨୦ ହଜାର ୭୮୦ ଟଙ୍କା, ସ୍ବତନ୍ତ୍ର ଦର୍ଶନ ବାବଦରେ ୬୮ ହଜାର ୫୦ ଟଙ୍କା, ବସ୍‌ସେବା ବାବଦରେ ୧ ଲକ୍ଷ ୨୫ ହଜାର ୨୫୦ ଟଙ୍କା, ମିଠା ବାବଦରେ ୨୫ ହଜାର ୨୪୦ ଟଙ୍କା ଓ ଅନ୍ୟାନ୍ୟ ବାବଦରେ ୨୦ ହଜାର ୧୩୨ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି। ରାଇପୁର ପଞ୍ଚାୟତ ପକ୍ଷରୁ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ଶତପଥୀଙ୍କ ତତ୍ତ୍ୱାବଧାନରେ ଭକ୍ତଙ୍କ ବିଶ୍ରାମ ଲାଗି ଅସ୍ଥାୟୀ ଭାବେ ବ୍ୟବସ୍ଥା କରାଯିବା ସହ ରାସ୍ତା ଆଲୋକୀକରଣ, ଅସ୍ଥାୟୀ ବସଷ୍ଟାଣ୍ଡମାନ କରାଯାଇଥିଲା। ଯାତ୍ରାକୁ ମନ୍ଦିର ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ତଥା ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା, ପୁରୁଷୋତ୍ତମପୁର ତହସିଲଦାର ଡ. ଈପ୍‌ସିତା ପ୍ରିୟଦର୍ଶନୀ ମିଶ୍ର, ବିଡ଼ିଓ ଲୋକନାଥ ଦଳବେହେରା, ଏସ୍‌ଡିପିଓ ଅଶ୍ୱିନ କୁମାର ସାହୁ, ଆଇଆଇସି ଅଜୟ କୁମାର ବାରିକ୍‌, ମନ୍ଦିର ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ନିଶଙ୍କ ପରିଚାଳନା କରିଥିଲେ।




All Right Reserved By

ବ୍ରହ୍ମପୁର

ପଥର ବ୍ଲାଷ୍ଟିଂ ବନ୍ଦ ପାଇଁ ମହିଳାଙ୍କ ଧାରଣା

ପଥର ବ୍ଲାଷ୍ଟିଂ ବନ୍ଦ ପାଇଁ ମହିଳାଙ୍କ ଧାରଣା

ହିଞ୍ଜିଳିକାଟୁ,୨୦।୬(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ତହସିଲ ବାଦିଆମ୍ବଗାଁ ନିକଟ ନିମିଗାଁ ମୌଜାର ମାମୁଭଣଜା ପାହାଡ଼ରେ ପଥର ବ୍ଲାଷ୍ଟିଂକୁ ବିରୋଧ କରି ବାଦିଆମ୍ବଗଁ।ର ଶତାଧିକ ମହିଳା ପାହାଡ଼ ନିକଟ ପଥର କ୍ୱାରୀରେ ଧାରଣା ଦେଇଥିଲେ। ମଙ୍ଗଳବାର ଗ୍ରାମର ମହିଳା ଓ ପୁରୁଷ ହିଞ୍ଜିଳିକାଟୁ ତହସିଲଦାରଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି।

ଶେରଗଡ ରଥଯାତ୍ରାର ଦ୍ୱିତୀୟ ସମନ୍ବୟ ବୈଠକ

ଶେରଗଡ,୨୦।୬(ଡି.ଏନ୍‌.ଏ.)- ଶେରଗଡ ରଥଯାତ୍ରାରେ ଦ୍ୱିତୀୟ ସମନ୍ବୟ ବୈଠକ ମଙ୍ଗଳବାର ଶେରଗଡ ରାଜପ୍ରାସାଦରେ ଅନୁଷ୍ଠିତ ହୋଇଯାଇଛି। ବିଡିଓ ସୁରଞ୍ଜନ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ରଥଯାତ୍ରା ପୂର୍ବରୁ ଶେରଗଡ ବଡଦାଣ୍ଡରୁ ଆଡପ ମନ୍ଦିର ପର୍ଯ୍ୟନ୍ତ ଉଠା ଦେକାନଗୁଡିକୁ ହଟାଇବା, ଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ସହ ମହିଳାଙ୍କ ସୁରକ୍ଷା

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ପାତ୍ରପୁର,୨୦।୬(ଡି.ଏନ୍‌.ଏ.)- ଜରଡ଼ା ଥାନା ନିକଟସ୍ଥ ଜରଡ଼ା ହରିଜନ ସାହିରେ ମଙ୍ଗଳବାର ରାତିରେ ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ସେ ହେଲେ ଉକ୍ତ ସାହିର ରଜତ କୁମାର ନାୟକ (୧୮)। ହତ୍ୟା ପରେ ଅଭିଯୁକ୍ତ ସୁରତ ଲିମେଇ ଥାନାରେ ଆତ୍ମ ସମର୍ପଣ କରିଥିଲେ।

ଗ୍ରାସୀମ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ

ଗ୍ରାସୀମ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ

ଗଞ୍ଜାମ,୨୦।୬(ଡି.ଏନ.ଏ.)-ଗଞ୍ଜାମ ସହରସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ କର୍ତ୍ତୃପକ୍ଷଙ୍କୁ ବୁଧବାର କାଇଁଚପୁର ପଞ୍ଚାୟତର ୬ ଖଣ୍ଡ ଗ୍ରାମବାସୀ ଅଞ୍ଚଳର ଉନ୍ନତି ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତରେ ଥିବା ଗ୍ରାମ ଗୁଡ଼ିକର ଉନ୍ନତି ସହ ଯୋଗ୍ୟତା ଭିତ୍ତିରେ କମ୍ପାନୀରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ନିମନ୍ତେ ସ୍ମାରକପତ୍ରରେ ଉଲ୍ଲେଖ ରହିଛି।

ବଡ଼ଭାଇଙ୍କୁ ହତ୍ୟା ଉଦ୍ୟମ ମାମଲା, ସାନଭାଇ ଜେଲ ଗଲେ

ଦିଗପହଣ୍ଡି,୨୦।୬(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ଓଡ଼ିଆସାହିର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ କେ. ନୂଆଗାଁ ପୋଲିସ ବୁଧବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବଡ଼ଭାଇ ସୀମାଞ୍ଚଳଙ୍କୁ ସୋମବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଦଣ୍ଡପାଣି ଦୋରା ଜଣାଇଛନ୍ତି।

ଦିଗପହଣ୍ଡିରେ ଟାଉନ ଭେଣ୍ଡିଂ କମିଟି ଗଠିତ

ଦିଗପହଣ୍ଡି,୨୦।୬(ଡି.ଏନ.ଏ.)- ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟରେ ମଙ୍ଗଳବାର ଟାଉନ ଭେଣ୍ଡିଂ କମିଟି ଗଠନ କରାଯାଇଛି। ସ୍ଥାନୀୟ ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରକାଶ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁଙ୍କ ସେମତ ଶ୍ରୀତ୍ରିନାଥ ଠାକୁର ପଥ ବିକ୍ରେତା ବ୍ୟବସାୟୀ ସଂଘର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।

ବୁଗୁଡ଼ା କଲେଜରେ ସ୍ମୃତିସଭା

ବୁଗୁଡ଼ା କଲେଜରେ ସ୍ମୃତିସଭା

ବୁଗୁଡ଼ା,୨୦।୬(ଡି.ଏନ.ଏ.)-ସ୍ଥାନୀୟ ପିପୁଲସ୍‌ କଲେଜର ପୂର୍ବତନ ଅଧ୍ୟାପକ ତଥା ଗଭର୍ଣ୍ଣିଙ୍ଗ ବଡିର ସଦସ୍ୟ ସ୍ବର୍ଗତ ଉମା ଚରଣ ଦାଶଙ୍କ ଦ୍ୱାଦଶାହରେ ମଙ୍ଗଳବାର ସମ୍ପୃକ୍ତ କଲେଜରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା।

ଶ୍ରୀବଳଦେବ ସ୍ବାମୀ ବରିଷ୍ଠ ନାଗରିକ ଟ୍ରଷ୍ଟର ବୈଠକ

ବୁଗୁଡ଼ା,୨୦।୬(ଡି.ଏନ.ଏ.)- ସ୍ଥାନୀୟ କାରଗିଲ କାର୍ଯ୍ୟାଳୟରେ ଶ୍ରୀବଳଦେବ ସ୍ବାମୀ ବରିଷ୍ଠ ନାଗରିକ ଟ୍ରଷ୍ଟର ଏକ ସାଧାରଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ରଘୁନାଥ ସାହୁ ସଭାପତିତ୍ୱ କରିଥିଲେ।

ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଥାନା ସମ୍ମୁଖରେ ରାସ୍ତାରୋକୋ

ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଥାନା ସମ୍ମୁଖରେ ରାସ୍ତାରୋକୋ

ଭଞ୍ଜନଗର, ୨୦।୬(ଡି.ଏନ୍‌.ଏ.): ମଙ୍ଗଳବାର ଭଞ୍ଜନଗର ବାର ଆସୋସିଏଶନ ବରିଷ୍ଠ ସଭ୍ୟ ଦଣ୍ଡପାଣି ସ୍ବାଇଁଙ୍କୁ ଭଞ୍ଜନଗର ଥାନାର ଦୁଇଜଣ ପୋଲିସ କର୍ମଚାରୀ ଖରାପ ବ୍ୟବହାର କରିଥିଲେ।

ବିହନ ବିଶୋଧନ ଅଭିଯାନର ଶୁଭାରମ୍ଭ

ବିହନ ବିଶୋଧନ ଅଭିଯାନର ଶୁଭାରମ୍ଭ

ଗଞ୍ଜାମ,୨୦।୬(ଡି.ଏନ୍‌.ଏ.):ଗଞ୍ଜାମ ବ୍ଲକ କରପଡ଼ା ପଞ୍ଚାୟତର ମା’ ରାମଚଣ୍ଡୀ ପୀଠଠାରେ ମଙ୍ଗଳବାର ବିହନ ବିଶୋଧନ ଅଭିଯାନର ଶୁଭାରମ୍ଭ ହୋଇଯାଇଛି।

ଶେରଗଡ଼ ରଥଯାତ୍ରା ନେଇ ଦ୍ୱିତୀୟ ସମନ୍ବୟ ବୈଠକ

ଶେରଗଡ଼ ରଥଯାତ୍ରା ନେଇ ଦ୍ୱିତୀୟ ସମନ୍ବୟ ବୈଠକ

ଶେରଗଡ଼,୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ର ରଥଯାତ୍ରା ନେଇ ଦ୍ୱିତୀୟ ସମନ୍ବୟ ବୈଠକ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।

ହରିକୃଷ୍ଣପୁରର ଶୀତଳଷଷ୍ଠୀ ଯାତ୍ରା ଉଦ୍‌ଯାପିତ

ହରିକୃଷ୍ଣପୁରର ଶୀତଳଷଷ୍ଠୀ ଯାତ୍ରା ଉଦ୍‌ଯାପିତ

ଶେରଗଡ଼,୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହରିକୃଷ୍ଣପୁର ଗ୍ରାମରେ ତିନିଦିନ ଧରି ଚାଲିଥିବା ଶୀତଳଷଷ୍ଠୀ ଯାତ୍ରା ମଙ୍ଗଳବାର ମଧ୍ୟରାତ୍ରରେ ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ଶିବ ପାର୍ବତୀଙ୍କୁ ଅସ୍ଥାୟୀ ମଣ୍ଡପରେ ସାମୂହିକ ପୂଜାର୍ଚ୍ଚନା କରିବା ପରେ ନଗର ପରିକ୍ରମା କରାଯାଇଥିଲା।

Model This Week

ପ୍ରଭାତ