ଖେଳ |

ଅଷ୍ଟ୍ରେଲିଆଠାରୁ ହାରି ଭାରତ ଫାଇନାଲ ଦୌଡ଼ରୁ ବାଦ୍‌

ଅଷ୍ଟ୍ରେଲିଆଠାରୁ ହାରି ଭାରତ ଫାଇନାଲ ଦୌଡ଼ରୁ ବାଦ୍‌

ଇପୋ,୬।୩(ପି.ଟି.)- ଏଠାରେ ଚାଲିଥିବା ସୁଲତାନ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟରେ ଭାରତ ତା’ର ଦ୍ୱିତୀୟ ପରାଜୟ ବରଣ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଭାରତ ୨-୪ ଗୋଲରେ ବିଶ୍ୱର ୧ ନମ୍ବର ଦଳ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି। ଏଥି ସହିତ ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ଭାରତ ଫାଇନାଲ ଦୌଡରୁ ବାଦ ପଡିଛି। ତୃତୀୟ କ୍ୱାର୍ଟର ବେଳକୁ ଅଷ୍ଟ୍ରେଲିଆ ଦମ୍‌ଦାର ପ୍ରଦର୍ଶନ କରିବା ସହ ଯୁବ ତଥା ଅନଭିଜ୍ଞ ଭାରତୀୟ ଦଳ ଉପରେ ଆଧିପତ୍ୟ ବିସ୍ତାର କରି ୪-୦ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଚତୁର୍ଥ କ୍ୱାର୍ଟରରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା ଓ ଦୁଇଟି ଗୋଲ ଦେଇ ପରାଜୟ ବ୍ୟବଧାନ କମାଇଥିଲା। ଭାରତୀୟ ଷ୍ଟ୍ରାଇକର ରମନଦୀପ ସିଂ ୫୨ ଓ ୫୩ ତମ ମିନିଟ୍‌ରେ ଦୁଇଟି ଗୋଲ ଦେଇଥିଲେ। ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ତରଫରୁ ମାର୍କ ନୋଏଲ୍ସ ୨୮, ଆରନ ଜାଲଓ୍ବେିସ୍କି ୩୫, ଡାନିଏଲ ବିଲ୍‌ ୩୮ ଓ ବ୍ଲାକ ଗୋଭର୍ସ ୪୦ତମ ମିନିଟରେ ଗୋଲ ଦେଇଥିଲେ। ପୂର୍ବରୁ ଭାରତ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନାଠାରୁ ୨-୩ ଗୋଲରେ ପରାସ୍ତ ହୋଇଥିଲା। ତେବେ ଦ୍ୱିତୀୟ ମ୍ୟାଚରେ ଭାରତ ଇଂଲଣ୍ଡକୁ ଭେଟିଥିଲେ। ଏହି ମ୍ୟାଚ ୧-୧ରେ ଅମୀମାଂସିତ ରହିଥିଲା। ଉଲ୍ଲେଖଥାଉ କି, ଏହି ମ୍ୟାଚରେ ଭାରତ ତା’ର ଏକାଧିକ ଅଭିଜ୍ଞ ଖେଳାଳିଙ୍କୁ ବିଶ୍ରାମ ଦେଇଛି। ଫଳରେ ଭାରତୀୟ ଦଳର ପ୍ରଦର୍ଶନ ପ୍ରଭାବିତ ହୋଇଛି।

All Right Reserved By

ଖେଳ |

ରଣଜୀ ପଦାର୍ପଣ କରିବ ଉତ୍ତରାଖଣ୍ଡ

ରଣଜୀ ପଦାର୍ପଣ କରିବ ଉତ୍ତରାଖଣ୍ଡ

ନୂଆଦିଲ୍ଲୀ, ୧୯।୬ (ପି.ଟି.)- ୧୮ ବର୍ଷ ପ୍ରତୀକ୍ଷା ପରେ ଉତ୍ତରାଖଣ୍ଡ ଶେଷରେ ରଣ୍‌ଜୀ ଟ୍ରଫି ଖେଳିବାକୁ ଯାଉଛି। ଆସନ୍ତା ସିଜନରେ ଦଳର ପ୍ରଦର୍ଶନ ଉପରେ ନିଜର ରଖିବା ଲାଗି ୯ ଜଣିଆ ସଦସ୍ୟ ବିଶଷ୍ଟ ଏକ କମିଟି ଗଠନ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଷ୍ପତ୍ତି ନେଇଛି।

ଶୁଆ କରୁଛି ବିଶ୍ୱକପ୍‌ ଭବିଷ୍ୟବାଣୀ

ଶୁଆ କରୁଛି ବିଶ୍ୱକପ୍‌ ଭବିଷ୍ୟବାଣୀ

ଟୋକିଓ, ୧୯।୬(ଏଏଫ୍‌ପି)-ଚଳିତ ଫିଫା ବିଶ୍ୱକପ୍‌ରେ ଜାପାନ ମଙ୍ଗଳବାର ଏହାର ଓପନିଂ ମ୍ୟାଚ କଲମ୍ବିଆ ବିପକ୍ଷରେ ଖେଳିବ। ଏଥିରେ ବିଜୟ ସହ ଅଭିଯାନ ଆରମ୍ଭ କରିବ ବୋଲି ଆଶା ରଖିଛି ଜାପାନ। କିନ୍ତୁ ଏକ ଶୁଆର ଭବିଷ୍ୟବାଣୀ ଅନୁସାରେ ଜାପାନ ଏହି ମ୍ୟାଚରେ ପରାଜିତ ହେବ। ଶୁଆଟିର ନାମ ହେଉଛି ‘ଓଲିଭିଆ’। ଧୂସର ରଙ୍ଗର ଏହି ଶୁଆଟିର ବାସସ୍ଥଳ ହେଉଛି ଟୋକିଓ ସହରର ଉତ୍ତରାଞ୍ଚଳ ଅନ୍ତର୍ଗତ ତୋଚିଗିସ୍ଥିତ ନାସୁ ଆନିମଲ କିଙ୍ଗଡମ୍‌ରେ। ବିଗତ କିଛିବର୍ଷ ହେଲା ବହୁ ପଶୁପକ୍ଷୀ ବିଭିନ୍ନ ପ୍ରସଙ୍ଗରେ ଭବିଷ୍ୟବାଣୀ କରିଆସୁଛନ୍ତି।

ଇଂଲଣ୍ଡକୁ ଜିତାଇଲେ ହ୍ୟାରି କେନ୍‌

ଇଂଲଣ୍ଡକୁ ଜିତାଇଲେ ହ୍ୟାରି କେନ୍‌

ଭୋଲଗୋଗ୍ରାଡ୍‌,୧୯ା୬- ଅଧିନାୟକ ହ୍ୟାରି କେନ୍‌ଙ୍କ ଡବଲ ଗୋଲ ବଳରେ ଇଂଲଣ୍ଡ ଫିଫା ବିଶ୍ୱକପର ସୋମବାର ଅନୁଷ୍ଠିିତ ତୃତୀୟ ମ୍ୟାଚରେ ଟ୍ୟୁନିସିଆକୁ ୨-୧ ଗୋଲରେ ହରାଇ ଦେଇଛି। ଫଳରେ ଏହି ଦଳ ଗ୍ରୁପ ‘ଜି’ରେ ୩ ପଏଣ୍ଟ ସହିତ ଏହାର ଅଭିଯାନ ଆରମ୍ଭ କରିଛି।

ଲୁକାକୁଙ୍କ ଡବଲ ଗୋଲ: ବେଲଜିୟମର ସହଜ ବିଜୟ

ଲୁକାକୁଙ୍କ ଡବଲ ଗୋଲ: ବେଲଜିୟମର ସହଜ ବିଜୟ

ସୋଚି, ୧୯ା୬ ରୋମେଲୁ ଲୁକାକୁଙ୍କ ଡବଲ ଗୋଲ ବଳରେ ଡାର୍କହର୍ସ ବେଲଜିୟମ ଚଳିତ ଫିଫା ବିଶ୍ୱକପରେ ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ଗ୍ରୁପ ‘ଜି’ ମ୍ୟାଚରେ ଏହି ଦଳ ପ୍ରଥମ ପଦାର୍ପଣକାରୀ ପାନାମାକୁ ୩-୦ ଗୋଲରେ ପରାସ୍ତ କରିଛି।

ଗ୍ରାଙ୍କଭିଷ୍ଟଙ୍କ ପେନାଲ୍ଟିରେ ସ୍ବିଡେନ ବିଜୟୀ

ଗ୍ରାଙ୍କଭିଷ୍ଟଙ୍କ ପେନାଲ୍ଟିରେ ସ୍ବିଡେନ ବିଜୟୀ

ନିଝନୀ ନୋଭଗୋରୋଡ, ୧୯ା୬ ଅଧିନାୟକ ଆନ୍ଦ୍ରିଆସ ଗ୍ରାଙ୍କଭିଷ୍ଟଙ୍କ ପେନାଲ୍ଟି ଗୋଲ ବଳରେ ସ୍ବିଡେନ ଚଳିତ ଫିଫା ବିଶ୍ୱକପରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ଗ୍ରୁପ ‘ଏଫ’ ମ୍ୟାଚରେ ସ୍ବିଡେନ ୧-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି।

ଓପନ ର଼୍ୟାପିଡ୍‌ ଚେସ୍‌: ମାନସ ଚାମ୍ପିୟନ

ଓପନ ର଼୍ୟାପିଡ୍‌ ଚେସ୍‌: ମାନସ ଚାମ୍ପିୟନ

ଭୁବନେଶ୍ୱର, ୧୮।୬(କ୍ରୀଡ଼ା ପ୍ରତିନିଧି)- ବାଣପୁରସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ସୋମବାର ଏନ.ସି.ମିଶ୍ର ମେମୋରିଆଲ ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଭୁବନେଶ୍ୱରର ମାନସ ପରିଡ଼ା ଓ ଦାଣ୍ଡମୁକୁନ୍ଦପୁରର ପ୍ରକାଶ ଚନ୍ଦ୍ର ସାହୁ ୬.୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଚାମ୍ପିୟନ ଓ ରନର୍ସଅପ୍‌ ହୋଇଛନ୍ତି।

ଇଂଲଣ୍ଡ ଟୁର ପାଇଁ ଧୋନୀଙ୍କ ଅଭ୍ୟାସ

ଇଂଲଣ୍ଡ ଟୁର ପାଇଁ ଧୋନୀଙ୍କ ଅଭ୍ୟାସ

ବେଙ୍ଗାଲୁରୁ,୧୮।୬(ପି.ଟି.)- ଭାରତୀୟ କ୍ରିକେଟ ଦଳର ବରିଷ୍ଠ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଂଲଣ୍ଡ ଟୁର ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି। ସେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ଠାରେ ଅଭ୍ୟାସ କରୁଛନ୍ତି। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ନିଜ କ୍ୟାରିୟରର ଅନ୍ତିମ ଭାଗରେ ବମ୍ବେସ୍ଥିତ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସଠାରେ ଅଭ୍ୟାସ କରୁଥିଲେ। ତାଙ୍କ ଭଳି ଧୋନୀ ଏବେ ନିଜ ଅଭ୍ୟାସ କରୁଛନ୍ତି। ସେ ସୋମବାର ୧୦୦ରୁ ଊର୍ଦ୍ଧ୍ୱ ବଲର ସାମ୍ନା କରିଥିଲେ।

ଏଫ୍‌ସି ଗୋଆ ସହ ଲେନ୍ନି ରୋଡ୍ରିଗୁଏଜ ଅନୁବନ୍ଧିତ

ଏଫ୍‌ସି ଗୋଆ ସହ ଲେନ୍ନି ରୋଡ୍ରିଗୁଏଜ ଅନୁବନ୍ଧିତ

ମାର୍ଗାଓ,୧୮।୬(ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) କ୍ଲବ ଏଫ୍‌ସି ଗୋଆ ଆଗାମୀ ସଂସ୍କରଣ ପାଇଁ ମିଡ୍‌ଫିଲ୍ଡର ଲେନ୍ନି ରୋଡ୍ରିଗୁଏଜଙ୍କ ସହ ଚୁକ୍ତି କରିଛି।

ବମ୍ବେ ଦଳର କୋଚ୍‌ ପଦ ପାଇଁ ଆଗ୍ରହୀ ପାଓ୍ବାର

ବମ୍ବେ ଦଳର କୋଚ୍‌ ପଦ ପାଇଁ ଆଗ୍ରହୀ ପାଓ୍ବାର

ବମ୍ବେ,୧୮।୬- ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ)ର ସ୍ପିନ କୋଚ୍‌ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ଭାରତୀୟ ସ୍ପିନର ରମେଶ ପାଓ୍ବାର ବମ୍ବେ ରଣଜୀ ଦଳର କୋଚ୍‌ ପଦ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

ଏସିଆନ୍‌ ଗେମ୍ସ ପାଇଁ ଆନ୍ତଃ କୋରିଆ ଆଲୋଚନା

ସେଉଲ,୧୮।୬(ଏପି)- ଇଣ୍ଡୋନେସିଆର ଜାକର୍ତ୍ତାଠାରେ ହେବାକୁ ଥିବା ଆଗାମୀ ଏସିଆନ୍‌ ଗେମ୍ସ ପାଇଁ ଉତ୍ତର ଓ ଦକ୍ଷିଣ କୋରିଆର କ୍ରୀଡ଼ା ପ୍ରତିନିଧି ସୀମାନ୍ତରେ ଆଲୋଚନା କରିଛନ୍ତି। ଏସିଆନ୍‌ ଗେମ୍ସ ପାଇଁ ମିଳିତ ଦଳ ପଠାଇବା ଓ କେଉଁ ଇଭେଣ୍ଟରେ ମିଳିତ ଦଳ ଖେଳିପାରିବେ ସେ ସମ୍ପର୍କରେ ଆଲୋଚନ ହେବ ବୋଲି ଦକ୍ଷିଣ କୋରିଆ କ୍ରୀଡ଼ାମନ୍ତ୍ରୀ କହିଛନ୍ତି।

ଅଷ୍ଟ୍ରେଲିଆ ଦଳର ନିମ୍ନତମ ଦିନିକିଆ ର଼୍ୟାଙ୍କିଙ୍ଗ୍‌

ଅଷ୍ଟ୍ରେଲିଆ ଦଳର ନିମ୍ନତମ ଦିନିକିଆ ର଼୍ୟାଙ୍କିଙ୍ଗ୍‌

ଲଣ୍ଡନ,୧୮।୬- କ୍ରିକେଟର ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଅଷ୍ଟ୍ରେଲିଆ ଦଳ ସର୍ବଦା ପ୍ରଭାବୀ ପ୍ରଦର୍ଶନ କରେ। କିନ୍ତୁ ବଲ ଟ୍ୟାମ୍ପରିଂ ସ୍କାଣ୍ଡାଲ କାରଣରୁ ଷ୍ଟିଭ୍‌ ସ୍ମିଥ ଓ ଡେଭିଡ ଓ୍ବାର୍ନର ଦଳରୁ ବାଦ୍‌ ପଡ଼ିବା ପରେ ଦଳୀୟ ପ୍ରଦର୍ଶନ ଓ ର଼୍ୟାଙ୍କିଙ୍ଗ୍‌ରେ ଅବନତି ଘଟିଛି। ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ଦଳ ୬ଷ୍ଠ ସ୍ଥାନରେ ରହିଛି। ଗତ ୩୪ ବର୍ଷ ମଧ୍ୟରେ ଏହା ଅଷ୍ଟ୍ରେଲିଆ ଦଳର ନିମ୍ନତମ ମାନ୍ୟତା।

ଭାରତୀୟ ଏ’ ଦଳର ବୃହତ ବିଜୟ

ଭାରତୀୟ ଏ’ ଦଳର ବୃହତ ବିଜୟ

ଲିଡ୍ସ,୧୮।୬(ପି.ଟି.)- ଭାରତୀୟ ଏ’ ଦଳ ବୃହତ ବିଜୟ ସହ ଇଂଲଣ୍ଡ ଗସ୍ତ ଆରମ୍ଭ କରିଛି। ରବିବାର ଖେଳାଯାଇଥିବା ଇଂଲଣ୍ଡ କ୍ରିକେଟ ବୋର୍ଡ(ଇସିବି) ଏକାଦଶ ବିପକ୍ଷ ମ୍ୟାଚ୍‌କୁ ଶ୍ରେୟାସ ଆୟାରଙ୍କ ନେତୃତ୍ୱାଧୀନ ଭାରତୀୟ ଏ’ ଦଳ ୧୨୫ ରନ୍‌ ବ୍ୟବଧାନରେ ଜିତି ନେଇଛି।

Model This Week

ପ୍ରଭାତ