ଖେଳ |

ମହିଳା ହକି ସିରିଜ୍‌: କୋରିଆକୁ ହରାଇଲା ଭାରତ

ମହିଳା ହକି ସିରିଜ୍‌: କୋରିଆକୁ ହରାଇଲା ଭାରତ
ଇଞ୍ଚିଅନ, ୬।୩(ପି.ଟି.)- ଦକ୍ଷିଣ କୋରିଆ ବିପକ୍ଷ ଦ୍ୱିତୀୟ ହକି ମ୍ୟାଚରେ ଭ୍ରମଣକାରୀ ଭାରତ ୩-୨ ଗୋଲରେ ବିଜୟ ହାସଲ କରିଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତୀୟ ମହିଳା ହକି ଦଳ ୨-୦ରେ ଅଗ୍ରଣୀ ହାସଲ କରିଛି। ପଛରେ ପଡିଥିବା କୋରିଆ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଶେଷରେ ଭାରତ ବାଜି ମାରିଥିଲା। ମ୍ୟାଚ୍‌ର ଷଷ୍ଠ ମିନିଟରେ ଭାରତର ପୁନମ ରାନୀ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ଦଶମ ମିନିଟରେ ୟୁରିମ୍‌ ଲି କୋରିଆ ତରଫରୁ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନସ୍ତରକୁ ଆଣିଥିଲେ। ୨୭ତମ ମିନିଟରେ ଅଧିନାୟିକା ରାନୀ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଏହାପରେ କୋରିଆର ଜୁନଗେଅନ ସିଓ ୩୧ତମ ମିନିଟରେ ଗୋଲଦେଇ ମ୍ୟାଚକୁ ୨-୨ ସମାନ ସ୍ତରକୁ ଆଣିଥିଲେ। ତେବେ ଏହାର ଠିକ୍‌ ଗୋଟିଏ ମିନିଟ ପରେ ଗୁରୁଜିତ କୌର ପେନାଲ୍ଟି କର୍ନରକୁ ସୁନ୍ଦର ଭାବେ ଗୋଲରେ ପରିଣତ କରି ଭାରତକୁ ପୁଣିଥରେ ଅଗ୍ରଣୀ କରାଇଥିଲେ। ଏହା ପରେ ଉଭୟ ଦଳ ତରଫରୁ ଆକ୍ରମଣ କରାଯାଇଥିଲେ ମଧ୍ୟ ଗୋଲ ହୋଇ ପାରି ନ ଥିଲା ଓ ଶେଷରେ ଭାରତ ବିଜୟ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ବେଶ୍‌ ସଂଘର୍ଷ ଦେଖିବାକୁ ମିଳିଥିଲା। ଉଭୟଦଳ କେତୋଟି ପେନାଲ୍ଟି କର୍ନରର ସୁଯୋଗ ପାଇଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରି ନ ଥିଲେ। ଉଲ୍ଲେଖଥାଉ କି, ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତ ୧-୦ ଗୋଲରେ ବିଜୟ ହାସଲ କରିଥିଲା। ତୃତୀୟ ମ୍ୟାଚ ଗୁରୁବାର ଖେଳାଯିବ।
All Right Reserved By

ଖେଳ |

ହକି ବିଶ୍ୱକପ: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ମୁକାବିଲା

ହକି ବିଶ୍ୱକପ: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ମୁକାବିଲା

ଭୁବନେଶ୍ୱର, ୧୦।୧୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ହକି ବିଶ୍ୱକପ୍‌ର ଚତୁର୍ଦ୍ଦଶ ସଂସ୍କରଣର କ୍ରସ୍‌ ଓଭର ମ୍ୟାଚ୍‌ ସୋମବାରଠାରୁ ଆରମ୍ଭ ହେବ। କ୍ରସ୍‌ ଓଭର ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ  ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ।

ରଣଜୀ ଟ୍ରଫି: ଝାଡ଼ଖଣ୍ଡଠାରୁ ୨ ରନରେ ହାରିଲା ଓଡ଼ିଶା

ରଣଜୀ ଟ୍ରଫି: ଝାଡ଼ଖଣ୍ଡଠାରୁ ୨ ରନରେ ହାରିଲା ଓଡ଼ିଶା

କଟକ ଅଫିସ, ୧୦।୧୨- ରାଞ୍ଚିସ୍ଥିତ ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଓଡ଼ିଶା ସଂଘର୍ଷକରି ଘରୋଇ ଝାଡ଼ଖଣ୍ଡଠାରୁ ମାତ୍ର ୨ ରନ୍‌ରେ ପରାସ୍ତ ହୋଇଛି। 

ଫ୍ରାନ୍ସ- ଚାଇନା କ୍ରସ ଓଭର ମୁକାବିଲା

ଫ୍ରାନ୍ସ- ଚାଇନା କ୍ରସ ଓଭର ମୁକାବିଲା

ଭୁବନେଶ୍ୱର, ୧୦।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ବିଶ୍ୱକପ୍‌ରେ କ୍ରସ ଓଭର ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ଫ୍ରାନ୍ସ ଓ ଚାଇନା ପରସ୍ପରକୁ ଭେଟିବେ। ଫ୍ରାନ୍ସ ପୁଲ୍‌ ଏ’ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚାଇନା ପୁଲ୍‌ ବି’ର ତୃତୀୟ ସ୍ଥାନ ଅଧିକାର କରିଛି। 

କାନାଡ଼ା ଖେଳାଳି କିର୍କପାଟ୍ରିକଙ୍କୁ ତାଗିଦ୍‌

କାନାଡ଼ା ଖେଳାଳି କିର୍କପାଟ୍ରିକଙ୍କୁ ତାଗିଦ୍‌

ଭୁବନେଶ୍ୱର, ୧୦।୧୨ (ସ୍ପୋଟର୍‌ସ ବ୍ୟୁରୋ)-ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ରେ ଆଚରଣବିଧି ଉଲ୍ଲଂଘନ କରିଥିବାରୁ କାନାଡ଼ା ଖେଳାଳି ଜେମ୍ସ କିର୍କପାଟ୍ରିକ୍‌ ତାଗିଦ୍‌ର ସମ୍ମୁଖୀନ ହୋଇଛନ୍ତି। 

ବିସି ରାୟ ଟ୍ରଫି ଫୁଟବଲ: ମିଜୋରାମ ଚାମ୍ପିୟନ

ବିସି ରାୟ ଟ୍ରଫି ଫୁଟବଲ: ମିଜୋରାମ ଚାମ୍ପିୟନ

ଭୁବନେଶ୍ୱର, ୧୦।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ବାଳକ ଫୁଟବଲ ପ୍ରତିଯୋଗିତା ତଥା ଡ. ବି.ସି. ରାୟ (ଟାଇର-୧) ଟ୍ରଫି ଟୁର୍ନାମେଣ୍ଟରେ ମିଜୋରାମ ଟାଇଟଲ ହାସଲ କରିଛି। 

ଲିଗ୍‌ ଶେଷ, ଆଜିଠାରୁ କ୍ରସ୍‌ ଓଭର

ଲିଗ୍‌ ଶେଷ, ଆଜିଠାରୁ କ୍ରସ୍‌ ଓଭର

ଭୁବନେଶ୍ୱର, ୧୦।୧୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ ୧୪ତମ ସଂସ୍କରଣର ଲିଗ୍‌ ପର୍ଯ୍ୟାୟ ରବିବାର ଶେଷ ହୋଇଛି। ପ୍ରତିଯୋଗିତାର କ୍ରସ୍‌ ଓଭର ମ୍ୟାଚ ସୋମବାରଠାରୁ ଆରମ୍ଭ ହେବ। 

ହକି ବିଶ୍ୱକପ୍‌:   ଭାରତ ସେମିଫାଇନାଲ ପ୍ରବେଶ ଦକ୍ଷତା ରଖିଛି:ଓଲ୍ଟମାନ୍ସ

ହକି ବିଶ୍ୱକପ୍‌: ଭାରତ ସେମିଫାଇନାଲ ପ୍ରବେଶ ଦକ୍ଷତା ରଖିଛି:ଓଲ୍ଟମାନ୍ସ

ଭୁବନେଶ୍ୱର, ୧୦-୧୨(କ୍ରୀଡ଼ା ପ୍ରତିନିଧି)- ଚଳିତ ହକି ବିଶ୍ୱକପରେ ଭାରତ ଭଲ ଖେଳୁଛି। ଲିଗ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଓ କାନାଡ଼ାକୁ ହରାଇଥିବାବେଳେ ବେଲଜିୟମ ସହିତ ମ୍ୟାଚ ଡ୍ର ରଖିଛି। 

ବାଂଲାଦେଶକୁ ସହଜ ବିଜୟ ଦେଲେ ମୁସ୍‌ଫିକର

ବାଂଲାଦେଶକୁ ସହଜ ବିଜୟ ଦେଲେ ମୁସ୍‌ଫିକର

ଢାକା, ୧୦ା୧୨ (ଏଏଫ୍‌ପି)-ଉଇକେଟକିପର ମୁସ୍‌ଫିକର ରହିମଙ୍କ ଅପରାଜିତ ୫୫ ରନ ସହାୟତାରେ ବାଂଲାଦେଶ ଏଠାରେ ରବିବାର ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୫ ଉଇକେଟରେ ପରାସ୍ତ କରିଛି। 

ରାଜ୍ୟସ୍ତରୀୟ ଓପନ୍‌ ଟେନିସ ଉଦ୍‌ଯାପିତ

ରାଜ୍ୟସ୍ତରୀୟ ଓପନ୍‌ ଟେନିସ ଉଦ୍‌ଯାପିତ

କଟକ ଅଫିସ, ୧୦।୧୨- କଟକ ଜିଲା ଟେନିସ ସଂଘ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମସ୍ଥିତ ଟେନିସ କୋର୍ଟଠାରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟସ୍ତରୀୟ ଓପନ୍‌ ଟେନିସ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। 

ହକି ବିଶ୍ୱକପ୍‌:  କ୍ରସ୍‌ ଓଭର ଖେଳିବେ ନେଦରଲାଣ୍ଡ୍ସ, ପାକିସ୍ତାନ

ହକି ବିଶ୍ୱକପ୍‌: କ୍ରସ୍‌ ଓଭର ଖେଳିବେ ନେଦରଲାଣ୍ଡ୍ସ, ପାକିସ୍ତାନ

ଭୁବନେଶ୍ୱର, ୯।୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ରବିବାର ଅନୁଷ୍ଠିତ ଅନ୍ତିମ ୨ଟି ଲିଗ୍‌ ମ୍ୟାଚରେ ଜର୍ମାନୀ ଓ ନେଦରଲାଣ୍ଡ୍ସ ବିଜୟୀ ହୋଇଛନ୍ତି। ଜର୍ମାନୀ ୫-୩ ଗୋଲରେ ମାଲେସିଆକୁ ହରାଇଥିବାବେଳେ ନେଦରଲାଣ୍ଡ୍ସ ୫-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଫଳରେ ଜର୍ମାନୀ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ରବିବାର ଶେଷ ମ୍ୟାଚରେ ନେଦରଲାଣ୍ଡ୍ସ ପକ୍ଷରୁ ଥିଏରୀ ବ୍ରିଙ୍କ୍‌ମ୍ୟାନ ୭ମ(ଫିଲ୍ଡ ଗୋଲ), ଭାଲେଣ୍ଟିନ ଭର୍ଗା ୨୭(ଫିଲ୍ଡ), ବବ୍‌ ଡି ଭୋଗ୍‌ଦ୍‌ ୩୭(ଫିଲ୍ଡ),  ଜୋରିଟ କ୍ରୁନ ୪୭(ପେନାଲ୍ଟି କର୍ନର) ଓ ମିଙ୍କ୍‌ ଭାନ୍‌ ଡର୍‌ ୱିର୍ଡେନ  ୫୯(ପେନାଲ୍ଟି କର୍ନର) ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିବାବେଳେ ପାକିସ୍ତାନ ପକ୍ଷରୁ ଉମର ବଟ୍ଟ ୯ମ(ପେନାଲ୍ଟି କର୍ନର) ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ଯୁଗରାଜ ସିଂ ଖେଳାଳିଙ୍କ ସହ ପରିଚିତ ହୋଇ ମ୍ୟାଚର ଶୁଭାରମ୍ଭ କରିଥିବାବେଳେ ଶେଷରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ସୁଦାମ ମାରାଣ୍ଡି ଅତିଥିଭାବେ ଯୋଗଦେଇ ନେଦରଲାଣ୍ଡ୍ସର ସେଭ୍‌ ଭାନ୍‌ ଆସ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ।

 ବିଶିପାଲି କପ୍‌ ଉଦ୍‌ଯାପିତ: ଜରଡ଼ା ଚାମ୍ପିୟନ

ବିଶିପାଲି କପ୍‌ ଉଦ୍‌ଯାପିତ: ଜରଡ଼ା ଚାମ୍ପିୟନ

ବଇଣ୍ଡା,୯।୧୨(ଡି.ଏନ.ଏ.)-କିଶୋରନଗର ବ୍ଲକ ଠେଲକନାଳୀ ପଞ୍ଚାୟତ ବିଶିପାଲି ଗ୍ରାମରେ ମା’ମାହେଶ୍ୱରୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ବିଶିପାଲି କପ୍‌ ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲ ମ୍ୟାଚରେ  ଧଡ଼ରପାଳ କ୍ରିକେଟ କ୍ଲବକୁ ହରାଇ ଜରଡ଼ା କ୍ରିକେଟ୍‌ କ୍ଲବ ଚାମ୍ପିୟନ ହୋଇଛି।

ମନ୍ଧାନା, ହରମନପ୍ରୀତଙ୍କ ଦ୍ରୁତତମ ଅର୍ଦ୍ଧଶତକ

ମନ୍ଧାନା, ହରମନପ୍ରୀତଙ୍କ ଦ୍ରୁତତମ ଅର୍ଦ୍ଧଶତକ

ନୂଆଦିଲ୍ଲୀ,୯।୧୨- ଭାରତୀୟ ମହିଳା ଟି୨୦ ଦଳର ଅଧିନାୟକ ହରମନପ୍ରୀତ କୌର ଓ ସ୍ମ୍ରିତି ମନ୍ଧାନାଙ୍କ ଦ୍ରୁତତମ ଅର୍ଦ୍ଧଶତକୀୟ ଇନିଂସ ସହ ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ବିଗ୍‌ ବାଶ ଲିଗ୍‌ରେ ଅଭିଯାନ ଆରମ୍ଭ କରିଛନ୍ତି।