ରାୟଗଡା

ମହୁମାଛି ଆକ୍ରମଣରେ ୫ଜଣ ଆହତ

 ମହୁମାଛି ଆକ୍ରମଣରେ ୫ଜଣ ଆହତ


ଡାବୁଗାଁ,୭।୩ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ନୂଆବସଷ୍ଟାଣ୍ଡରେ ମଙ୍ଗଳବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୫ଜଣ ଆହତ ହୋଇଛନ୍ତି । ଡାବୁଗାଁ ନୂଆବସଷ୍ଟାଣ୍ଡରେ ଥିବା ଶିମିଳି ଗଛରେ ୧୫ ରୁ ଊର୍ଦ୍ଧ୍ୱ ମହୁଫେଣା ଅଛି । ତାହା ତଳେ ହୋଟେଲ ଥିବାରୁ ସେଠାକାର ଉତ୍ତପ୍ତ ଧୂଆଁର ପ୍ରଭାବରେ ମହୁମାଛି ବାହାରି ବହୁଲୋକଙ୍କୁ ଆକ୍ରମଣ କରିଥିଲେ। ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ଜଣେ ୮ ବର୍ଷର ପିଲାକୁ ମହୁମାଛି ଆକ୍ରମଣ କରିଥିଲା । ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଲୋକମାନେ ମହୁମାଛି ଭୟରେ ମଙ୍ଗଳବାର ନୂଆବସଷ୍ଟାଣ୍ଡକୁ ଯିବାକୁ ଭୟ କରୁଛନ୍ତି ।

All Right Reserved By

ରାୟଗଡା

ହତ୍ୟାକାଣ୍ଡ ମାମଲାରେ ୨ ମାଓବାଦୀ ଗିରଫ, ଡିଟୋନେଟର ଜବତ

ହତ୍ୟାକାଣ୍ଡ ମାମଲାରେ ୨ ମାଓବାଦୀ ଗିରଫ, ଡିଟୋନେଟର ଜବତ

ମାଲକାନଗିରି,୨୨।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୁଧାକୋଣ୍ଡାରେ ଗୁରୁବାର ହୋଇଥିବା ଗଙ୍ଗା ମାଡକାମୀଙ୍କ ହତ୍ୟାକାଣ୍ଡ ଘଟିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ମାଓବାଦୀଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି । ପୋଲିସ ଇନଫର୍ମର ସନ୍ଦେହରେ ଗଙ୍ଗାଙ୍କୁ ଗୁରୁବାର ୨୦ରୁ ଊଦ୍ଧର୍‌ବ ମାଓବାଦୀ ଆସି ଗୁଳିକରି ହତ୍ୟା କରିଥିଲେ । ଏହାର ୨୪ ଘଣ୍ଟା ମଧ୍ୟରେ କାଲିମେଳା ପୋଲିସ ତଦନ୍ତ କରି ୨ ଜଣ ମାଓବାଦୀଙ୍କୁ ଗିରଫ କରିଥିବା ମାଲକାନଗିରି ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ନିକଟରେ ଡିଟୋନେଟର ଠାବ କରାଯାଇଛି। ବିଏସ୍‌ଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଏହି ଡିଟୋନେଟର ମିଳିଛି।

କୋଇଲା ବୋଝେଇ ଟ୍ରକ୍‌ ଓଲଟିଲା, ଚାଳକ ଗୁରୁତର

କୋଇଲା ବୋଝେଇ ଟ୍ରକ୍‌ ଓଲଟିଲା, ଚାଳକ ଗୁରୁତର

ମୁନିଗୁଡ଼ା,୨୨।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଖୁଣ୍ଟାବାଡ଼ିରେ ଶୁକ୍ରବାର ଏକ କୋଇଲା ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡ଼ିଛି। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ମୁନିଗୁଡ଼ା ଏସ୍‌ଡିପିଓ ଚନ୍ଦ୍ରଶେଖର ହୋତା ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠାଇଥିବାବେଳେ ଗୁରୁତର ଅବସ୍ଥାରେ ଡ୍ରାଇଭର ବକ୍ସାରାମ ଝାଡ଼ଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ଡାଇରିଆ ପ୍ରତିଷେଧକ, ନିରାକରଣ କର୍ମଶାଳା

କୋରାପୁଟ, ୨୨।୬(ସ୍ବ.ପ୍ର.): କୋରାପୁଟ ମେଡିକାଲ କଲେଜର ସମ୍ମିଳନୀ କକ୍ଷରେ ଡାଇରିଆର ପ୍ରତିଷେଧକ ଓ ନିରାକରଣ ବ୍ୟବସ୍ଥା ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି। କୋରାପୁଟ ମେଡିକାଲ କଲେଜ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ କରାଯାଇଥିବା ଏହି କର୍ମଶାଳାରେ ଜିଲାର ସ୍ବାସ୍ଥ୍ୟ ବିଭାଗ, ଜିଲା ପାନୀୟ ଜଳ ଓ ପରିମଳ ବିଭାଗ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧିକାରୀ ଓ ଜିଲାର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଯୋଗ ଦେଇଥିଲେ।

ପଞ୍ଚାୟତ କାର୍ଯ୍ୟାଳୟରେ ବେଆଇନ ନିର୍ମାଣ: ଉପଜିଲାପାଳଙ୍କୁ ଅଭିଯୋଗ କଲେ ସରପଞ୍ଚ

ପଞ୍ଚାୟତ କାର୍ଯ୍ୟାଳୟରେ ବେଆଇନ ନିର୍ମାଣ: ଉପଜିଲାପାଳଙ୍କୁ ଅଭିଯୋଗ କଲେ ସରପଞ୍ଚ

କୋରାପୁଟ,୨୨।୬(ସ୍ବ.ପ୍ର.): ଦଶମନ୍ତପୁର ବ୍ଲକ ନନ୍ଦିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଭାଙ୍ଗି ନିଜସ୍ବ ଗୃହ ନିର୍ମାଣକୁ ବିରୋଧ କରି ସରପଞ୍ଚ ତିଳ ଗାଦବା କୋରାପୁଟ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବଳରାମ ଗୌଡ଼ ନାମକ ଜଣେ ବ୍ୟକ୍ତି ପଞ୍ଚାୟତ କାର୍ଯ୍ୟାଳୟକୁ ଭାଙ୍ଗି ସେଠାରେ ନୂତନ ଗୃହ ପାଇଁ ପୁନାଦି ପକାଉଥିବାରୁ ତିଳ କାର୍ଯ୍ୟ ବନ୍ଦ କରିବା ଲାଗି ତାଙ୍କୁ ତାଗିଦ କରିଥିଲେ। ସେ ନ ଶୁଣିବାରୁ ବାଧ୍ୟହୋଇ ଉପଜିଲାପାଳ ଲଳିତ କୁମାର କହଁରଙ୍କୁ ଅଭିଯୋଗପତ୍ର ଦେଇଛନ୍ତି।

ଦିବ୍ୟାଙ୍ଗଙ୍କୁ ଦ୍ରବ୍ୟ ବଜାରୀକରଣ ତାଲିମ

ଦିବ୍ୟାଙ୍ଗଙ୍କୁ ଦ୍ରବ୍ୟ ବଜାରୀକରଣ ତାଲିମ

ପାରଳାଖେମୁଣ୍ଡି,୨୨।୬(ସ୍ବ.ପ୍ର.): ଗଜପତି ଜିଲା ଆର.ଉଦୟଗିରି ବ୍ଲକର ରାମଗିରିସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ସେଣ୍ଟର ଫର କମ୍ୟୁନିଟି ଡେଭଲପମେଣ୍ଟ ଆନୁକୂଲ୍ୟରେ ତଥା ସାଇଟ ସେଭର୍ସ ସହାୟତାରେ ଦିବ୍ୟାଙ୍ଗଙ୍କ ପାଇଁ ବଜାରୀକରଣ ତାଲିମ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୪୮ଜଣ ଦିବ୍ୟାଙ୍ଗ ଯୋଗଦେଇଥିଲେ।

କିଷାନ କଲ୍ୟାଣ ଅଭିଯାନ ପ୍ରହସନ: ୧୫୦୦ ପ୍ୟାକେଟ ଚିନାବାଦାମ ବିହନ ଫେରିଗଲା

କିଷାନ କଲ୍ୟାଣ ଅଭିଯାନ ପ୍ରହସନ: ୧୫୦୦ ପ୍ୟାକେଟ ଚିନାବାଦାମ ବିହନ ଫେରିଗଲା

ଚନ୍ଦାହାଣ୍ଡି, ୨୨।୬(ଡି.ଏନ.ଏ.): ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ପ୍ରଧାନମନ୍ତ୍ରୀ କିଷାନ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ନବରଙ୍ଗପୁର ଜିଲା ପଛୁଆ ଜିଲାରେ ସାମିଲ ପରେ ଜିଲାକୁ ୨୫୦୦ ପ୍ୟାକେଟ ଚିନାବାଦାମ ବିହନ ପହଞ୍ଚିଥିଲା। ନବରଙ୍ଗପୁର ଜିଲାରେ ସବୁଠାରୁ ଅଧିକ ଚିନାବାଦାମ ଚାଷ ଚନ୍ଦାହାଣ୍ଡି ବ୍ଲକରେ ହେଉଥିବାବେଳେ ଜିଲା କୃଷି ଅଧିକାରୀ ଚନ୍ଦାହାଣ୍ଡିକୁ ୧୫୦୦ ପ୍ୟାକେଟ ଚିନାବାଦାମ ବିହନ ଚାଷୀଙ୍କୁ ମାଗଣାରେ ଦେବା ପାଇଁ ଯୋଗାଇ ଦେଇଥିଲେ। କିନ୍ତୁ ଉମରକୋଟ କତ୍ୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ନବରଙ୍ଗପୁର ଜିଲାର ୨୫ଟି ଗ୍ରାମକୁ ଚିହ୍ନଟ କରି ଚନ୍ଦାହାଣ୍ଡିକୁ ବାଦ୍‌ ଦିଆଯାଇଥିଲା । ଏଥିରେ ଝରିଗାଁ ବ୍ଲକର ୧୨, ଉମରକୋଟ ବ୍ଲକର ୧୦ ଗାଁ, ଡାବୁଗାଁ ବ୍ଲକର ୨ଟି ଗାଁ ଏବଂ ରାଇଘର ବ୍ଲକର ଗୋଟିଏ ଗାଁକୁ ଚିହ୍ନଟ କରାଯାଇଛି । ଯେଉଁ ବ୍ଲକମାନଙ୍କୁ ଚିହ୍ନଟ କରାଯାଇଛି ସେହି ବ୍ଲକରେ ଚିନାବାଦାମ ଚାଷ କରାଯାଉନାହିଁ । ଏଥିପାଇଁ ଚନ୍ଦାହାଣ୍ଡିକୁ ଦିଆଯାଇଥିବା ୧୫୦୦ ପ୍ୟାକେଟ ଚିନାବାଦାମ ବିହନକୁ ଫେରାଇ ନିଆଯାଇଛି । ବ୍ଲକରେ ଚାଷୀଙ୍କୁ ମାଗଣାରେ ବିହନ ଦିଆଯିବ ବୋଲି ଘୋଷଣା କରାଯାଇଥିବାବେଳେ ଚାଷୀ ନିଜ ଜମିକୁ ହଳ କରି ବିହନ ପାଇଁ ଜଗିଥିଲେ। ଏବେ ବିହନ ଫେରିଯାଇଥିବାବେଳେ ଚାଷୀ କଣ କରିବେ ବୁଝିପାରୁନାହାନ୍ତି ।

ମଣ୍ଡଳସ୍ତରୀୟ ବ୍ରାହ୍ମଣ ସମାଜ ବୈଠକ: ଯୋଗଦେଲେ ୭ ପଞ୍ଚାୟତର ବ୍ରାହ୍ମଣ

ମଣ୍ଡଳସ୍ତରୀୟ ବ୍ରାହ୍ମଣ ସମାଜ ବୈଠକ: ଯୋଗଦେଲେ ୭ ପଞ୍ଚାୟତର ବ୍ରାହ୍ମଣ

କୁନ୍ଦୁରା,୨୨।୬(ଡି.ଏନ୍‌.ଏ.): କୁନ୍ଦୁରା ବ୍ଲକ ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ଅପରାହ୍ନରେ ମଣ୍ଡଳସ୍ତରୀୟ ବ୍ରାହ୍ମଣ ସମାଜ ବୈଠକ ଅନୁଷ୍ଠିତ ହୋଇଛି। କୁନ୍ଦୁରା ବ୍ଲକ ବ୍ରାହ୍ମଣ ପରିବାର ବରିଷ୍ଠ ସଦସ୍ୟ ରାଧା ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଏଥିରେ ବ୍ରାହ୍ମଣ ସମାଜର ପୁରୋଧା ରାଧାନାଥ ଭଟ୍ଟ, ମଦନ ମୋହନ ସାନ୍ତା, ବିଜୟ କୁମାର ଭଟ୍ଟ, ଭବାନୀ ଶଙ୍କର ରଥ ଏବଂ ରାମକୃଷ୍ଣ ସାବତ ଯୋଗ ଦେଇଥିଲେ। ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ବ୍ରାହ୍ମଣ ସମାଜ ସଦସ୍ୟ ଏକତ୍ରିତ ହେବା ସହ ସମସ୍ତେ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ବେତନ ବୃଦ୍ଧି ପାଇଁ ଦାବି କରିବେ ଗ୍ରାମରକ୍ଷୀ

ବେତନ ବୃଦ୍ଧି ପାଇଁ ଦାବି କରିବେ ଗ୍ରାମରକ୍ଷୀ

କୋରାପୁଟ, ୨୨।୬(ସ୍ବ.ପ୍ର./ଡି.ଏନ୍‌.ଏ.): ସ୍ଥାନୀୟ ସତ୍ୟସାଇ ମନ୍ଦିରରେ ଗ୍ରାମରକ୍ଷୀ ସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ମାସିକ ବେତନ ୧୮୦୦ରୁ ୬,୬୦୦ ଟଙ୍କା କରିବା ପାଇଁ ଏଥିରେ ସେମାନେ ଦାବି ରଖିଥିଲେ। ବୈଠକରେ କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲା ସଂଘର ଜିଲା ସଭାପତି, ସଂପାଦକ ଓ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ସଂଗଠନ ଉପଦେଷ୍ଟା ଗୁପ୍ତ ପାଣିଗ୍ରାହୀ ଯୋଗଦେଇ ଗ୍ରାମରକ୍ଷୀଙ୍କ ବିଭିନ୍ନ ସମସ୍ୟା ଆଲୋଚନା କରିଥିଲେ। କେବିକେ ଜିଲାରେ ପ୍ରାୟ ୩ ହଜାର ଗ୍ରାମରକ୍ଷୀ ଥିବାବେଳେ ସେଥିରୁ କୋରାପୁଟ ଜିଲାରେ ୭୦୦ ଜଣ ରହିଛନ୍ତି।

ଆଦିବାସୀ ଯୁବକଙ୍କ ଟଙ୍କା ହଡପ

ଆଦିବାସୀ ଯୁବକଙ୍କ ଟଙ୍କା ହଡପ

ମାଲକାନଗିରି,୨୨।୬(ଡି.ଏନ.ଏ.): ମାଲକାନଗିରି ଜିଲାରେ ଶିକ୍ଷିତ ଆଦିବାସୀ ଯୁବକମାନଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କୁ ତାଲିମ୍‌ ଏବଂ ଆର୍ଥତ୍କ ସହାୟତା ମିଳୁଛି। ମାତ୍ର ଏହି ଅର୍ଥ କେତେକ ଅସାଧୁ କର୍ମଚାରୀ ହଡପ୍‌ କରୁଥିବା ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଗୁରୁବାର ଜିଲାପାଳଙ୍କ ନିକଟରେ ପହଞ୍ଚତ୍ଛି । ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତ ନିଲିଗୁଡା ଗ୍ରାମର ଈଶ୍ୱର ୱାମି ନାମକ ଜଣେ କୋୟା ଆଦିବାସୀ ସମ୍ପ୍ରଦାୟର ଯୁବକ ଜି.ଆର.ଏସ.ଏବଂ ଏ.ପି.ଓ.ଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।

ଧାନବାଦରେ ଚମକିଲେ ଜୟପୁରର ମଣି

ଧାନବାଦରେ ଚମକିଲେ ଜୟପୁରର ମଣି

ଜୟପୁର,୨୨।୬(ଡି.ଏନ୍‌.ଏ.): ଜୟପୁର ସହରର ବାସିନ୍ଦା ତଥା ବିହାରର ଧାନବାଦ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି (ଆଇଆଇଟି)ର ଛାତ୍ର ମଣିଶଙ୍କର ପଣ୍ଡା ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ଛାତ୍ର ବିବେଚିତ ହୋଇଛନ୍ତି। ମିନେରାଲ ଇଞ୍ଜିନିୟରିଂ ଓ ଏମ୍‌ବିଏ ଡିଗ୍ରୀ ମିଳିତ ଭାବେ ପାଇ ସେ ଏକ ବିରଳ କୃତିତ୍ୱର ଅଧିକାରୀ ହୋଇଛନ୍ତି । ଗତ ୧୮ ଓ ୧୯ ତାରିଖରେ ଆଇଆଇଟି ସମାବର୍ତ୍ତନ ଉସତ୍ବରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସଚିବ ପ୍ରଫେସର ଆଶୁତୋଷ ଶର୍ମା ଯୋଗଦେଇ ମଣିଶଙ୍କରଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରିବା ସହିତ ଉଭୟ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରିିଥିଲେ।

ଜୟପୁର-କୋଟପାଡ଼ ଭାୟା କୁସୁମି: ପରମିଟ୍‌ ସତ୍ତ୍ୱେ ଗଡୁନି ୨ ସିଟିବସ୍‌

ଜୟପୁର-କୋଟପାଡ଼ ଭାୟା କୁସୁମି: ପରମିଟ୍‌ ସତ୍ତ୍ୱେ ଗଡୁନି ୨ ସିଟିବସ୍‌

ଜୟପୁର,୨୨।୬(ଡି.ଏନ୍‌.ଏ.): ଜୟପୁରରୁ କୋଟପାଡ ଭାୟା କୁସୁମି ରାସ୍ତା ଦେଇ ଚାଲୁଥିବା ସିଟିବସ୍‌ ଚଳାଚଳ ବନ୍ଦ ରହିଥିବା ଯୋଗଁୁ ଏହି ରାସ୍ତାରେ ରହିଥିବା ଗ୍ରାମବାସୀ ହନ୍ତସନ୍ତ ହୋଇଛନ୍ତି। କୋରାପୁଟ ପ୍ରଶାସନ ୨ଟି ସିଟି ବସ୍‌କୁ ଦୈନିକ ୧୨ ଥର ଯାତାୟାତ ପାଇଁ ସିଟିବସ୍‌କୁ ରୁଟ ପରମିଟ ଦେଇଛନ୍ତି। କିନ୍ତୁ କୁସୁମି ଦେଇ କିଛିଦିନ ହେବ କୌଣସି ସିଟି ବସ୍‌ ଚାଲୁ ନଥିବାରୁ ଜୟପୁର ବ୍ଲକର କଙ୍ଗା, ଜାମୁଣ୍ଡା ସମେତ କୋଟପାଡ଼ ବ୍ଲକର କୁସୁମୀ, ବୋବେୟା ଓ ଘୁମର ପଞ୍ଚାୟତର ହଜାର ହଜାର ଗ୍ରାମବାସୀ ଗମନାଗମନ କ୍ଷେତ୍ରରେ ଅସୁବିଧା ଭୋଗୁଛନ୍ତି। ଅଟୋରେ ବସ୍‌ଭଡ଼ାଠାରୁ ଦୁଇଗୁଣ ଅଧିକ ଟଙ୍କା ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।

ଲ୍ୟାଣ୍ଡମାଇନ ପରେ ବାଇକ୍‌ ବିସ୍ଫୋରଣ ପାଇଁ ପ୍ରସ୍ତୁତ ହେଉଛନ୍ତି ମାଓବାଦୀ

ଲ୍ୟାଣ୍ଡମାଇନ ପରେ ବାଇକ୍‌ ବିସ୍ଫୋରଣ ପାଇଁ ପ୍ରସ୍ତୁତ ହେଉଛନ୍ତି ମାଓବାଦୀ

ମାଲକାନଗିରି,୨୨।୬(ସ୍ବ.ପ୍ର.): ସୀମାନ୍ତ ଛତିଶଗଡ ରାଜ୍ୟ ଦାନ୍ତଓ୍ବୋଡା ଜିଲା ବିହଡୋ ଅଞ୍ଚଳରେ ସର୍ଚ୍ଚ ଅପରେଶନ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପୋଲିସକୁ ମିଳିଛି। ଯେଉଁଥିରେ ମାଓବାଦୀମାନେ ଏଠାରେ ଯବାନମାନେ ଚାରିଚକିଆ ଗାଡି ପରିବର୍ତ୍ତେ ବହୁ ସଂଖ୍ୟାରେ ବାଇକ୍‌ ବ୍ୟବହାର କରୁଥିବାରୁ ଉକ୍ତ ବାଇକ୍‌ଗୁଡିକରେ କିପରି ବିସ୍ଫୋରଣ ଖଞ୍ଜାଯାଇ ବିସ୍ଫୋରଣ କରାଯିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିବା ବସ୍ତର ଆଇଜି ବିବେକାନନ୍ଦ ସିଂହ କହିଛନ୍ତି। ମାଓବାଦୀଙ୍କ ଧନୁତୀରରେ ରକେଟ ଲଞ୍ଚର, ସିରିଞ୍ଜ ବୋମା, ପ୍ରେସର ବୋମା, ଲ୍ୟାଣ୍ଡମାଇନ ପରେ ଏବେ ସେମାନେ ବାଇକ୍‌ ବିସ୍ଫୋରଣ ପାଇଁ ପ୍ରସ୍ତୁତ ହେଉଛନ୍ତି।

Model This Week

ପ୍ରଭାତ