ରାୟଗଡା

ଅବକାରୀ ବିଭାଗ ପ୍ରମୁଖ ସଚିବଙ୍କ ଗଜପତି ଗସ୍ତ

ଅବକାରୀ ବିଭାଗ ପ୍ରମୁଖ ସଚିବଙ୍କ ଗଜପତି ଗସ୍ତ

ପାରଳାଖେମୁଣ୍ଡି, ୬।୩(ସ୍ବ.ପ୍ର.)-
ଅବକାରୀ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ମଙ୍ଗଳବାର ଗଜପତି ଜିଲା ଗସ୍ତରେ ଆସି ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି। ପ୍ରମୁଖ ସଚିବ ଧଳ ପ୍ରଥମେ ଗୋଷାଣି ବ୍ଲକର ପାଟିକୋଟା ବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ରଙ୍କୁ କିଛି ସମୟ ପାଠ ପଢାଇବା ସହ ସମସ୍ୟା ପଚାରି ବୁଝିଥିଲେ। ଏହାପରେ ସେ ରାୟଗଡ ବ୍ଲକର ନାରାୟଣପୁର ପଞ୍ଚାୟତ କାର୍ଯାଳୟକୁ ଯାଇ ସେଠାରେ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ । ପରେ ପେଗେଡା ଆଶ୍ରମ ସ୍କୁଲକୁ ଯାଇ ଅନ୍ତେବାସୀଙ୍କ ପାଠପଢା, ରହିବା, ଖାଇବା ଇତ୍ୟାଦି ବ୍ୟବସ୍ଥା ବିଷୟରେ ବୁଝିଥିଲେ। ସେହିପରି ହାତୀବାଡି ଗ୍ରାମ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ମଧ୍ୟାହ୍ନରେ ସଚିବ ଧଳ ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଯାଇ ଫୁଡ ପ୍ଲାଜା ଦେଖିବା ସହ ବିଭିନ୍ନ ତଥ୍ୟ ପଚାରି ବୁଝିଥିଲେ । ସେଠାରୁ ଆର.ଉଦୟଗିରି ଗସ୍ତ କରି ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ଉଚ୍ଚ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଦେଖିବା ସହ ସମସ୍ତ ବ୍ୟବସ୍ଥା ବିଷୟରେ ଅବଗତ ହୋଇଥିଲେ। ପରେ ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଯାଇ ସେଠାକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ତାଙ୍କ ସହ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପରୀକ୍ଷିତ ସେଠୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିପିନ ବିହାରୀ ପାଣିଗ୍ରାହୀ, ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଅନାମ ଚରଣ ପାତ୍ର, ଜିଲା ସମାଜ କଲ୍ୟାଣ ଅଧିକାରିଣୀ ମଇନା ହେମ୍ରମ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ରାୟଗଡା

ମାଲବାହୀ ଗାଡି ଲାଇନଚ୍ୟୁତ କଲେ ମାଓବାଦୀ

ଜୟପୁର ୨୪। ୬(ନି ପ୍ର)- ଛତିଶଗଡର ବଶିଁଂ ଓ କାମଲୁର ମଧ୍ୟରେ ମାଓବାଦୀ ମାନେ ବିଳମ୍ବିତ ରାତ୍ରିରେ ରେଳ ଧାରଣାକୁ ତାଡି ଦେଇଛନ୍ତି । ଫଳରେ କିରୋଣ୍ଡଲ ଅଭିମୁଖେ ଲୁହାପଥର ଆଣିବାକୁ ଯାଉଥିବା ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନର ୨୨ଟି ବଗି ଲାଇନଚ୍ୟୁତ ହୋଇଥିବା ସୁଚନା ମିଳିଛି ।

ଆମ ପୋଲିସ ସମିତି ବୈଠକ : ଆମ୍ବାଗୁଡାରେ ଥାନା କରାଯାଉ

ଜୟପୁର୨୪।୬ (ନି.ପ୍ର)- ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବାଗୁଡା ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଛି । ଜୟପୁର ଟାଉନ ଥାନା ଅଧିକାରୀ ପ୍ରିୟୁଷ ରଞ୍ଜନ ଛୋଟରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସଦର ଥାନା ଅଧିକାରୀ କୈଳାଶ ଚନ୍ଦ୍ର ସେଠୀ, ଆମ୍ବାଗୁଡା ଫାଣ୍ଡି ଅଧିକାରି ବଙ୍କିମ ଚନ୍ଦ୍ର ବୋବିଲି,ଟାଉନ ଏସଆଇ ଶିବ ଶଙ୍କର ସାହୁ, ସଦର ଥାନା ଏସଆଇ ମୁକୁନ୍ଦ ସଦେବା ନାୟକ, ଏସଆଇ ସିମା ପ୍ରଧାନ ଉପସ୍ଥିତ ଥିଲେ ।

ମୋବାଇଲ ଭର୍ତ୍ତି ବ୍ୟାଗ ଲୁଟ୍‌

ନବରଙ୍ଗପୁର,୨୪।୬(ବି.ପ୍ର)- ନବରଙ୍ଗପୁର ନୂଆବନ୍ଧ ସାହି ନିକଟରେ ଥିବା ଜେଟ କମ୍ୟୁନିକେଶନ ମାଲିକ ଆଲତଫ ସରାଫ ରବିବାର ସକାଳେ ଦୋକାନ ଖୋଲୁଥିବା ବେଳେ ଏକ ବ୍ୟାଗରେ ଭର୍ତ୍ତି ହୋଇଥିବା ଦାମୀ ମୋବାଇଲ ସେଟ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମୋବାଇଲ ସେଟ ଏକ ବ୍ୟାଗରେ ଭର୍ତ୍ତି କରି ସକାଳେ ଘରୁ ଦୋକାନ ଖୋଳିବାକୁ ଆଲତଫ ଆସିଥିଲେ। ବ୍ୟାଗ ଥୋଇ ଦୋକାନ ସଟର ଖୋଲୁଥିଲେ।

କୁନ୍ଦୁଲି ମାମଲା : ଚତୁର୍ଥ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ

ଜୟପୁର,୨୪।୬(ନି.ପ୍ର)-କୁନ୍ଦୁଲି ମାମଲାର ତଦନ୍ତ କମିଶନଙ୍କ ଠାରେ ରବିବାର ଚତୁର୍ଥ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ ଅନୁଷ୍ଠିତ ହୋଇଛି । ରବିବାର ଜୟପୁର ଜିଲା କୋର୍ଟ ପରିସରରେ ବିଚାର ବିଭାଗୀୟ କମିଶନ ବିଦ୍ୟୁତ କୁମାର ମିଶ୍ରଙ୍କ ତରଫରୁ ୩ ଜଣଙ୍କୁ ନୋଟିସ ଜାରି କରାଯାଇ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ପଟ୍ଟାଙ୍ଗି ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ୨ୟଥର ସାକ୍ଷ୍ୟ ଦେଇଥିବା ବେଳେ ଡାକ୍ତର ପ୍ରନିସ୍‌ ପରିଡା ଓ ହେଲପ ଲାଇନର ସ୍ବେଚ୍ଛାସେବୀ ସଂଯୁକ୍ତା ବର ଏଲିୟସ ନାୟିଡୁ ସାକ୍ଷ୍ୟ ଦେଇଥିଲେ । ଏହି ମାମଲାର ଆସନ୍ତା ଜୁଲାଇ ୮ ତାରିଖରେ ପଞ୍ଚମ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ ହେବ ।

କୁମୁଡାବାଲିରେ କୃଷି କଲ୍ୟାଣ ଅଭିଯାନ

କୁମୁଡାବାଲିରେ କୃଷି କଲ୍ୟାଣ ଅଭିଯାନ

ମୁନିଗୁଡା,୨୪।୬(ଡି.ଏନ.ଏ): ରାୟଗଡା ଜିଲା ମୁନିଗୁଡା ବ୍ଲକର କୁମୁଡାବାଲି ଗ୍ରାମରେ କୃଷି ବିଜ୍ଞାନ କେନ୍ଦ୍ର ଓ ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ କୃଷି କଲ୍ୟାଣ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲା କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ବିନୋଦ ଚନ୍ଦ୍ର ବେହେରାଙ୍କ ସଂଯୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର ପିଡିକାକା, ସମିତି ସଭ୍ୟା ହେମନ୍ତୀ କଲେସିକା, ଅତିରିକ୍ତ ଜିଲା ଉଦ୍ୟାନ ଅଧିକାରୀ ଅସିତ ଚରଣ ମାଇତି, ଜିଲା କୃଷି ଅଧିକାରୀ ରିଲିଜିୟସ ବେକ୍‌, ସହକାରୀ କୃଷି ଅଧିକାରୀ ରାମଲାଲ ସାମଡ, କୃଷି ଅଧିଦର୍ଶକ କୈଳାସ ଚନ୍ଦ୍ର ରଥ, କୃଷି ବିଶେଷଜ୍ଞ ସତ୍ୟ ପ୍ରସାଦ ସାମନ୍ତରାୟ, ଉଦ୍ୟାନ ବିଭାଗ ରଘୁନାଥ ସ୍ବାଇଁ, ସୁଧୀର ବିଭାର, ମହିଳା କୃଷି ସେବିକା ମମିତା କୁମାର ପାଢୀ, ଓ୍ବାର୍ଡ ସଭ୍ୟା ସୁରୁତା କାଶୀ, ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତଙ୍କ ସମେତ ଗ୍ରାମର ମହିଳା ଏବଂ ପୁରୁଷ ଚାଷୀ ଉପସ୍ଥିତ ଥିଲେ।

ନବନିର୍ମିତ ଏମ୍‌ସିଏଚ୍‌ ବୁଲି ଦେଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ନବନିର୍ମିତ ଏମ୍‌ସିଏଚ୍‌ ବୁଲି ଦେଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଜୟପୁର,୨୪।୬(ଡି.ଏନ୍‌.ଏ.): ଜୟପୁରସ୍ଥିତ ଫୁଲବାଡ଼ରେ ନବନିର୍ମିତ ମାତୃ ଓ ଶିଶୁ ଚିକିସତ୍ାଳୟ ବୁଲି ଦେଖିଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ । ଅପରାହ୍ନରେ ନିର୍ଦ୍ଦେଶକ ଡା. ବ୍ରଜ କିଶୋର ବ୍ରହ୍ମା ଚିକିତ୍ସାଳୟ ବୁଲି ଦେଖିଲେ । ଏଠାରେ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବା ସହିତ ଆବଶ୍ୟକ ବିଭିନ୍ନ ସାମଗ୍ରୀର ଏକ ତାଲିକା ଏବଂ ଅଟକଳ ମୂଲ୍ୟ କରାଯାଇ ଦେବାକୁ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଭାଜପାର ବରିଷ୍ଠ ନାଗରିକ ସମ୍ମିଳନୀ

ଭାଜପାର ବରିଷ୍ଠ ନାଗରିକ ସମ୍ମିଳନୀ

ଗୁଣପୁର,୨୪।୬(ଡି.ଏନ.ଏ): ରାୟଗଡା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଭାଜପାର ବରିଷ୍ଠ ନାଗରିକ , ବୁଦ୍ଧିଜୀବୀ ସମ୍ମିଳନୀ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଭାଜପାର ବରିଷ୍ଠ ନେତା ଜୟରାମ ପାଙ୍ଗି, ଜିଲା ସଭାପତି ଶିବ ଶଙ୍କର ଉଲ୍ଲାକା , ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକା, ଜିଲା ସାଧରଣ ସମ୍ପାଦକ ଭାସ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ୪ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି କରିଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନା ସଂପର୍କରେ କହିଥିଲେ । ବିଭିନ୍ନ ଯୋଜନାର ପରିବର୍ତ୍ତନ କିମ୍ବା ସରଳିକରଣ ଆବଶ୍ୟକତା ରହିଛି ତେବେ ସେମାନେ ସିଧାସଳଖ ନରେନ୍ଦ୍ର ମୋଦୀଙ୍କୁ ପତ୍ରାଳାପ କରି ପରାମର୍ଶ ଦେଇପାରିବେ ବୋଲି କୁହାଯାଇଥିଲା ।

କୃଷି କଲ୍ୟାଣ ଅଭିଯାନ କାର୍ଯ୍ୟକ୍ରମ

କୃଷି କଲ୍ୟାଣ ଅଭିଯାନ କାର୍ଯ୍ୟକ୍ରମ

ରାୟଗଡା ଅଫିସ୍‌, ୨୪।୬: ରାୟଗଡା ବ୍ଲକ୍‌ କୁମ୍ବିକଟା ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ କୃଷକ କଲ୍ୟାଣ ଅଭିଯାନ ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲାପାଳ ଗୁହା ପୁନମ ତାପସ କୁମାର ଯୋଗଦେଇ ପାରମ୍ପରିକ ଭାବେ ଧାନ ଚାଷ ନ କରି କିଛି କିଛି ସ୍ଥାନରେ କମ୍‌ ଖର୍ଚ୍ଚରେ ଅର୍ଥକାରୀ ଫସଲ ଚାଷ କଲେ ପ୍ରଚୁର ଲାଭ ପାଇବେ । ନିଜର ବାଡିରେ ମହୁ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ଭଳି ତୈଳବୀଜ ଚାଷ କଲେ କମ ପାଣିରେ ଲାଭଦାୟକ ଅର୍ଥକରୀ ଚାଷ ହୋଇପାରିବ ବୋଲି କହିଥିଲେ ।

ଜିଲାସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ

ଜିଲାସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ

ରାୟଗଡା ଅଫିସ୍‌, ୨୪।୬: ରାୟଗଡା ଜିଲା ପ୍ରଶାସନ ପକ୍ଷରୁ ରାୟଗଡା ସହରରେ ଥିବା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ଚିତ୍ରକଳା ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାୟଗଡା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡ୍ରୁକା ଓ ଜିଲାପାଳ ଗୁହା ପୁନମ ତାପସ କୁମାର ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

କଟକଣା ମାନୁନାହାନ୍ତି ଭାରିଯାନ ଚାଳକ

କଟକଣା ମାନୁନାହାନ୍ତି ଭାରିଯାନ ଚାଳକ

ପାରଳାଖେମୁଣ୍ଡି,୨୪।୬(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହର ଭିତରକୁ ବାରମ୍ବାର ଭାରିଯାନ ଗୁଡିକର ପ୍ରବେଶ ଯୋଗୁ ରାସ୍ତା ଜାମ୍‌ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସହରରେ ଭାରିଯାନ ପ୍ରବେଶ କରିବାର ନିୟମ ରହିଥିଲେ ମଧ୍ୟ ତାହାକୁ ଚାଳକମାନେ ମାନୁନାହାନ୍ତି। ସେମାନେ ମନଇଚ୍ଛା ଯେକୌଣସି ସମୟରେ ସହର ଭିତରକୁ ଗାଡ଼ି ପୁରାଇ ଆଣି ଏକ ସ୍ଥାନରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଅଟକି ରହି ଲୋଡିଂ ଅନଲୋଡିଂ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଫଳରେ ରାସ୍ତା ଜାମ୍‌ ହୋଇପଡୁଛି। ଏ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ତୁରନ୍ତ ପଦକ୍ଷେପ ନିଆଯିବାକୁ ସହରବାସୀ ଦାବି କରିଛନ୍ତି।

ଜୋରସୋର୍‌ରେ ଚାଲିଛି ରଥ ନିର୍ମାଣ

ଜୋରସୋର୍‌ରେ ଚାଲିଛି ରଥ ନିର୍ମାଣ

ପାରଳାଖେମୁଣ୍ଡି,୨୪।୬(ସ୍ବ.ପ୍ର.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋର ଚାଲିଛି। ରଜ ସଂକ୍ରାନ୍ତିରେ ୩ଟି ରଥର ଅଖ ପୂଜା କରାଯାଇଥିଲା। ଶନିବାର ସୁଦ୍ଧା ୩ଟି ଯାକ ରଥରେ ଅଖ ଓ ଚକ ଲଗାସରିଛି। ପୂର୍ବରୁ ରଥଯାତ୍ରା କମିଟି କର୍ମକର୍ତ୍ତମାନଙ୍କ ଉପସ୍ଥିତିରେ ପୁରୁଣା ରଥ କାଠକୁ ଜଗନ୍ନାଥ ମନ୍ଦିର ପରିସରରୁ ବାହାରକୁ ଅଣାଯାଇଥିଲା। ଏହାପରେ ରଥ କାର୍ଯ୍ୟ ଆରମ୍ଭ ହୋଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ରଥଯାତ୍ରା କମଟି ପକ୍ଷରୁ କୁହାଯାଇଛି।

ସଡ଼କ ସୁରକ୍ଷା କମିଟି ବୈଠକ: ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ

ସଡ଼କ ସୁରକ୍ଷା କମିଟି ବୈଠକ: ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ

ପାରଳାଖେମୁଣ୍ଡି,୨୪।୬(ସ୍ବ.ପ୍ର.): ଗଜପତି ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ଅନୁପମ ଶାହା ଯୋଗଦେଇ ଜିଲାର ସଡ଼କ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିବା ସହ ପୋଲିସ ଓ ପରିବହନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଲୋକେ ଗାଡ଼ି ଚଳାଇବା ବେଳେ କିପରି ସିଟ୍‌ବେଲ୍ଟ ବାନ୍ଧିବେ, ହେଲମେଟ ପିନ୍ଧିବେ ଓ ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ ହୋଇ ତାହା ପାଳନ କରିବେ ସେନେଇ ଆଲୋଚନା କରାଯାଇଥିଲା। ସେହିପରି ନିଶା ସେବନ କରି ଗାଡ଼ି ଚଲାଇବା ବ୍ୟକ୍ତିଙ୍କୁ କିପରି ସଚେତନ କରାଯିବ ଏବଂ ଯାଞ୍ଚ କରି ଜରିମାନା ଆଦାୟ ହେବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା।

Model This Week

ଆହାନା