ରାୟଗଡା

କେରଳରୁ ମା’ ସମେତ ୬ ପିଲା ଉଦ୍ଧାର

ରାୟଗଡା ଅଫିସ୍‌, ୬।୩- କେରଳର ଏନାକୁଲମ୍‌ ଜିଲାରେ ଦାଦନ ଖଟୁଥିବା ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ହୀରା ହିଆଲଙ୍କ ସମେତ ତାଙ୍କର ୬ ପିଲାଙ୍କୁ ଉଦ୍ଧାର କରାଯାଇଥିଲା । ସେଠାରୁ ଚାଇଲ୍‌ଡ଼ ଲାଇନ ରାୟଗଡ଼ା ଆଣିବା ପରେ ସେମାନେ ମଙ୍ଗଳବାର ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ହାଜର ହୋଇଥିଲେ । ରହିବା ପାଇଁ ଗୋଟିଏ ଘର, କାମ ଏବଂ ପିଲାଙ୍କୁ ପଢ଼ିବା ପାଇଁ ସ୍କୁଲରେ ନାମ ଲେଖାଇବାକୁ ପ୍ରଶାସନ ନିକଟରେ ନିବେଦନ କରିଥିଲେ । ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକ୍‌ ହନୁମନ୍ତପୁର ଗ୍ରାମର ଜଳନ୍ଧର ହିଆଲଙ୍କ ତୃତୀୟ ସ୍ତ୍ରୀ ହୀରା ହିଆଲ । ଜଳନ୍ଧର ପ୍ରଥମେ ହୀରେନଦେଇ ହିଆଲଙ୍କୁ ବିବାହ କରିଥିଲେ । ତାଙ୍କର ୩ଟି ସନ୍ତାନ ଅଛନ୍ତି । ୨ ଜଣ ଗ୍ରାମରେ ରହୁଥିବା ବେଳେ ଝିଅ ରିତା ହିଆଲ(୧୩) ହୀରାଙ୍କ ସହିତ ରହୁଛନ୍ତି । ଏହାପରେ ଜଳନ୍ଧର କାଳେନ୍ଦ୍ରୀ ହିଆଲଙ୍କୁ ବିବାହ କରିଥିଲେ । ତାଙ୍କର ୨ ସନ୍ତାନ ରଶ୍ମିତା ହିଆଲ(୧୨) ଓ ବୋଥାକା ହିଆଲ ଅଛନ୍ତି । ଏହାପରେ ଜଳନ୍ଧର ହୀରାଙ୍କୁ ବିବାହ କରିଥିଲେ । ତାଙ୍କର ୩ଟି ଝିଅ ଅସ୍ତିତା ହିଆଲ, ରଶିତା ହିଆଲ, ବବିତା ହିଆଲ । ହୀରା ପିଲାମାନଙ୍କ ସହିତ ଜଳନ୍ଧରଙ୍କ ପାଖରେ ହନୁମନ୍ତପୁର ଗ୍ରାମରେ ରହୁଥିଲେ । ୩/୪ ମାସ ପୂର୍ବେ ଜଳନ୍ଧର ଏକ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିଲେ । ପରେ ସେ ଜାମିନରେ ଆସିଥିଲେ । ଘରକୁ ଫେରିବା ପରେ ହୀରାଙ୍କ ସହିତ ମାରପିଟ୍‌ ଗଣ୍ଡଗୋଳ କରିଥିଲେ । ଘରେ ସବୁଦିନ ଅଶାନ୍ତି ଲାଗି ରହିବାରୁ ହୀରା ୬ ପିଲାଙ୍କୁ ନେଇ ମୁନିଗୁଡା ଷ୍ଟେଶନରୁ ଏକ ଟ୍ରେନ୍‌ରେ ଚାଲିଯାଇଥିଲେ । କେରଳର ଏକ ଷ୍ଟେଶନ୍‌ରେ ଟିଟି ତାଙ୍କୁ ଟିକେଟ୍‌ ମାଗିଥିଲେ । ଟିକେଟ୍‌ ନ ଥିବାରୁ ଟିଟି ୬ ପିଲାଙ୍କ ସମେତ ହୀରାଙ୍କୁ ଟ୍ରେନରୁ ଓହ୍ଲାଇ ଦେଇଥିଲେ । ଷ୍ଟେଶନ୍‌ରେ ରାତ୍ରୀଯାପନ କରିବାପରେ ସକାଳେ କାମ ଖୋଜିଥିଲେ। ଜଣଙ୍କ ପାଖରେ ହୀରା ଓ ୬ ପିଲା କାମ କରୁଥିବା ବେଳେ ଲୋକେ ଏ ସମ୍ପର୍କରେ ପ୍ରଶାସନକୁ ଖବର ଦେଇଥିଲେ । କେରଳ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇ ଶାନ୍ତିଭବନ ଓ ଜନସେବା ଶିଶୁ ଭବନରେ ରଖାଯାଇଥିଲା । ଏ ସମ୍ପର୍କରେ କେରଳ ପ୍ରଶାସନ ରାୟଗଡା ଚାଇଲ୍ଡ ଲାଇନ୍‌କୁ ସୂଚନା ଦେଇଥିଲା । ରାୟଗଡା ଚାଇଲ୍ଡ ଲାଇନ୍‌ ସହାୟତାରେ ସେମାନଙ୍କୁ କେରଳରୁ ଏକ ଟ୍ରେନ୍‌ ଯୋଗେ ରାୟଗଡା ଅଣାଯାଇଥିଲା । ଗତ ୨ ତାରିଖରେ ରାୟଗଡା ଷ୍ଟେଶନ୍‌ରୁ ଚାଇଲ୍ଡ ଲାଇନ୍‌ର ଜିଲା ସଂଯୋଜକ ପ୍ରତାପ ଚନ୍ଦ୍ର ନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ଅନ୍ୟ କର୍ମଚାରୀମାନେ ସେମାନଙ୍କୁ ଆଣି ଚାଇଲ୍ଡ ଲାଇନ୍‌ କାର୍ଯ୍ୟାଳୟରେ ରଖିଥିଲେ। ଏହାପରେ ସେମାନଙ୍କୁ ସିଡବ୍ଲ୍ୟୁସିଙ୍କ ନିକଟରେ ହାଜର କରାଯାଇଥିଲା । ବର୍ତ୍ତମାନ ସେମାନଙ୍କୁ ରାୟଗଡା ସହରରେ ଥିବା ସ୍ନେହା ଶ୍ରଦ୍ଧା ଗୃହରେ ରଖାଯାଇଛି ଏବଂ ପୁଅକୁ ଚାଇଲ୍ଡ ଲାଇନ୍‌ କାର୍ଯ୍ୟାଳୟରେ ରଖାଯାଇଛି।
All Right Reserved By

ରାୟଗଡା

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗଗିତା: ଜିଲାରୁ ଭାଗ ନେଲେ ୨୪ ପ୍ରତିଯୋଗୀ

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗଗିତା: ଜିଲାରୁ ଭାଗ ନେଲେ ୨୪ ପ୍ରତିଯୋଗୀ

ପାରଳାଖେମୁଣ୍ଡି, ୯।୧୨(ସ୍ବ.ପ୍ର.)ଯାଜପୁର ମଧୁବନ ହାଇସ୍କୁଲରେ ଚାଲିଥିବା ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପାରଳାଖେମୁଣ୍ଡିରୁ ୨୪ଜଣ ପ୍ରତିଯୋଗୀ ଶନିବାର ସନ୍ଧ୍ୟାରେ ବାହାରିଛନ୍ତି। ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  ଏହି ଦଳ ସହ ଟିମ୍‌ ମ୍ୟାନେଜର ସୌମ୍ୟ ରଞ୍ଜନ ମଲ୍ଲିକ ଓ କୋଚ ପ୍ରମୋଦିନୀ ପଣ୍ଡା ଗସ୍ତ କରିଛନ୍ତି। ପ୍ରତିଯୋଗିତା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ତିତ୍‌ଲି ବାତ୍ୟାକୁ ବିତିଲା ୨ମାସ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ତିତ୍‌ଲି ବାତ୍ୟାକୁ ବିତିଲା ୨ମାସ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ପାରଳାଖେମୁଣ୍ଡି, ୯।୧୨(ସ୍ବ.ପ୍ର.): ୨ମାସ ତଳେ ହୋଇଥିବା ତିତ୍‌ଲି ବାତ୍ୟାରେ ଜିଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେ ସବୁ ଜାଗାରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ନେଇ ଅତିରିକ୍ତ ଜିଲାପାଳ ଲକ୍ଷୀ୍ମକାନ୍ତ ସେଠୀ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାତ୍ୟାରେ ମୋଟ ୧୩୨୮ଟି ରାସ୍ତା ନଷ୍ଟ ହୋଇଥିବାବେଳେ ଏବେ ସେଗୁଡିକୁ ସଜଡା ଯାଇଛି। ବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି। ଗୃହ ଭାଙ୍ଗିଯିବା କ୍ଷେତ୍ରରେ ୯୨ ପ୍ରତିଶତ ଓ ଚାଷ ଜମି ନଷ୍ଟ ହୋଇଥିବା  ୮୨ ପ୍ରତିଶତ ଲୋକଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ କ୍ଷତିପୂରଣ ରାଶି ଜମା କରାଯାଇଥିବା ନେଇ ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ।

୩ ଫୁଟ ଲମ୍ବର ଅଜଗର  ଉଦ୍ଧାର

୩ ଫୁଟ ଲମ୍ବର ଅଜଗର ଉଦ୍ଧାର

ଜୟପୁର,୯।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଅଧୀନ ଜୟପୁର ସହରର ପାୱାର ହାଉସ ଆଇବି ରୋଡ୍‌ରେ ରଞ୍ଜିତ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘର ପାଇଖାନାରୁ ୩ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। 

୪ ମିଲ୍‌ରେ ଚଢ଼ାଉ, ୨ ସିଲ

ଜୟପୁର/କୁନ୍ଦୁରା,୯।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଓ କୁନ୍ଦୁରା ବ୍ଲକର ୪ଟି ମିଲ୍‌ରେ  ଚଢ଼ାର ହୋଇଛି। ପୋଲିସ ଉପସ୍ଥିତିରେ ଯୋଗାଣ ବିଭାଗ ଓ ପ୍ରଶାସନ ଚଢ଼ାଉ କରି ୨ଟି ମିଲ୍‌କୁ ସିଲ୍‌ କରିଛି। ପୂର୍ବାହ୍ନରେ ଜୟପୁର ହାଟପଦାସ୍ଥିତ ଶାବର ଶ୍ରୀକ୍ଷେତ୍ର, ପଲକାପୁଟ ଭଗବତୀ, କୁନ୍ଦୁରା ବ୍ଲକର ବିନାୟକ ଏବଂ ଭେଜାହାଣ୍ଡି ସ୍ଥିତ ଭୁବନେଶ୍ୱରୀ ରାଇସ ମିଲ ଉପରେ ଚଢ଼ାଉ କରାଯାଇଥିଲା । 

ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ଜିଲାପାଳଙ୍କୁ ଫେରାଦ:   ଦୁର୍ବ୍ୟବହାର ଅଭିଯୋଗ କଲେ ଜନ ପ୍ରତିନିଧି

ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ଜିଲାପାଳଙ୍କୁ ଫେରାଦ: ଦୁର୍ବ୍ୟବହାର ଅଭିଯୋଗ କଲେ ଜନ ପ୍ରତିନିଧି

ସେମିଳିଗୁଡ଼ା୯।୧୨(ସ୍ବ.ପ୍ର.)- ସୁନାବେଡ଼ା ପୌରସଂସ୍ଥା ସଭାଗୃହରେ ଅନୁଷ୍ଠିତ ବୈଠକରେ ଜନ ପ୍ରତିନିଧିଙ୍କୁ ନିର୍ବାହୀ ଅଧିକାରୀ ଦୁର୍ବ୍ୟବହାର କରିଛନ୍ତି। ଏଭଳି ଅଭିଯୋଗ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜନ ପ୍ରତିନିଧି। ପୌର ନିର୍ବାହୀଙ୍କ ମନମୁଖୀ କାର୍ଯ୍ୟକଳାପ ବଢୁଥିବା ସେମାନେ କହିଛନ୍ତି। ପୌର ପରିଷଦ ବୈଠକରେ ୨୫ ନଂ ଓ୍ବାର୍ଡର ଉନ୍ନୟନ କାର୍ଯ୍ୟର ସମୀକ୍ଷା ଚାଲିଥିଲା।

ବେହେରା ଧାନ ମଣ୍ଡି ବନ୍ଦ ଦାବି : ଚତୁର୍ଥ ଦିନରେ ବି ଗେଟରେ ତାଲା

ବେହେରା ଧାନ ମଣ୍ଡି ବନ୍ଦ ଦାବି : ଚତୁର୍ଥ ଦିନରେ ବି ଗେଟରେ ତାଲା

ଭବାନୀପାଟଣା, ୯।୧୨(ଡି.ଏନ.ଏ.): ମଣ୍ଡି ବନ୍ଦ ଦାବି ନେଇ ବେହେରା ମାକେର୍ଟୟାର୍ଡ ଗେଟରେ ତାଲା ପକାଇ ଚତୁର୍ଥଦିନ ପାଇଁ ଚାଷୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତିା ଧର୍ମଗଡ ତହସିଲଦାର ତନ୍ମୟ ଦରୱାନ ଘଟଣାସ୍ଥଳକୁ ଆସି ଚାଷୀଙ୍କ ସହ ତଳେ ବସି ଆଲୋଚନା କରିଥିଲୋ 

ଅବସରପ୍ରାପ୍ତ ପୋଲିସ ସବ-ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା

ଅବସରପ୍ରାପ୍ତ ପୋଲିସ ସବ-ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା

ନବରଙ୍ଗପୁର, ୯।୧୨: ନବରଙ୍ଗପୁର ଜିଲା ସେନାପତି ସାହିରେ ଜଣେ ଅବସରପ୍ରାପ୍ତ ପୋଲିସ ସବ-ଇନ୍ସପେକ୍ଟର ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ଏଏସଆଇ ଜଣଙ୍କ ହେଉଛନ୍ତି ପ୍ରେମଚନ୍ଦ୍ର ବାଗ(୬୨)।

ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣା

ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣା

ଝରିଗାଁ, ୯।୧୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଗର୍ଭବତୀ ମହିଳାଙ୍କୁ ଶନିବାର ବିଳମ୍ବ ରାତିରେ ମେଡିକାଲକୁ ଆଣିବା ସମୟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ହୋଇ ଗର୍ଭବତୀ ମହିଳା ସମେତ ଡ୍ରାଇଭର, ଆଶାକର୍ମୀ ଏବଂ ଫାରମାସିଷ୍ଟ ଆହତ ହୋଇଛନ୍ତି। 

ତୀର୍ଥ ସାରି ଫେରୁଥିବାବେଳେ ଦୁର୍ଘଟଣା: ୪ ମୃତ, ୧୦ ଆହତ

ତୀର୍ଥ ସାରି ଫେରୁଥିବାବେଳେ ଦୁର୍ଘଟଣା: ୪ ମୃତ, ୧୦ ଆହତ

ଛେଣ୍ଡିପଦା/ଜୟପୁର,୯।୧୨(ସ୍ବ.ପ୍ର.): ତୀର୍ଥ ଯାତ୍ରା ହେଲା ଶେଷଯାତ୍ରା। ଅନୁଗୋଳରୁ ତ୍ରୀର୍ଥ କରି ଯାଇଥିବା ଯାତ୍ରୀବାହୀ ବସ କୋରାପୁଟରୁ ଫେରିବା ସମୟରେ ଜରପଡା ଥାନା କତଡାଠାରେ ରାତ୍ରୀ ପ୍ରାୟ ୨ଟା ସମୟରେ ଏକ ଟ୍ରକ ସହିତ ଧକ୍କା ହୋଇ ଦୁର୍ଘଟଣା ଘଟିଛି। 

ଜୋର ଧରିଲା ଜିଲା ଭିତ୍ତିକ ନିଯୁକ୍ତି ଦାବିି:୧୦ରୁ ନବରଙ୍ଗପୁର ଜିଲା ବନ୍ଦ ଡାକରା

ନବରଙ୍ଗପୁର,୯ା୧୨(ବି.ପ୍ର.)-ନବରଙ୍ଗପୁର ଜିଲାରେ ସ୍ଥାୟୀ ନିଯୁକ୍ତି ଦାବୀ ନେଇ ବିଭିନ୍ନ  ସଙ୍ଗଠନ ପକ୍ଷରୁ ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲା ବନ୍ଦ ଡାକରା ଦିଆଯାଇଛି। ନନ୍ଦାହାଣ୍ଡିି ବ୍ଲକ ମିରଗାନଗୁଡା ଆମ୍ବ ତୋଟାଠାରେ ଆହୂତ ଏକ ଖବରଦାତା ସମ୍ମିଳନୀରେ ଆଦିବାସୀ ଯୁବ ସଙ୍ଗଠନ ଜିଲା ସଂଯୋଜକ ରାଜେସ ଜାନୀ ଓ ଗୋଁଣ୍ଡୱାନା ଛାତ୍ର ସଙ୍ଗଠନର ଜିଲା ସଭାପତି ଅଶ୍ୱନୀ କୁମାର ଗଣ୍ଡ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। 

ମାଲକାନଗିରି: ୯୨ ହଜାର କୁଇଣ୍ଟାଲ ଧାନ କିଣା ସରିଲାଣି

ମାଲକାନଗିରି: ୯୨ ହଜାର କୁଇଣ୍ଟାଲ ଧାନ କିଣା ସରିଲାଣି

ମାଲକାନଗିରି,୯।୧୨(ଡି.ଏନ.ଏ) -  ମାଲକାନଗିରି ଜିଲାରେ  ଗତ ମାସ  ୨୫ରୁ  ଧାନକିଣା ଆରମ୍ଭ ।  ଜିଲାର  ବିଭିନ୍ନ ଅଞ୍ଚଳରେ  ଚାଷୀ ମାନେ ଯେପରି ସୁବିଧାରେ ଧାନ ବିକ୍ରି କରିପାରିବେ ସେଥି ପାଇଁ ଚଳିତ ବର୍ଷ  ୬୨ଟି ମଣ୍ଡି ଖୋଲିଛି।

କାଲିମେଳାରେ ଅନଲାଇନ ପଟ୍ଟା ବଣ୍ଟନ ଆରମ୍ଭ

କାଲିମେଳା,୯ା୧୨(ଡି.ଏନ.ଏ)- ମାଲକାନଗିରି ଜିଲା କାଲିମେଳା ତହସିଲ ପକ୍ଷରୁ ପ୍ରଥମଥର ପାଇଁ ଅନଲାଇନରେ  ଲୋକମାନଙ୍କ ଘରକୁ ସେମାନଙ୍କର ପଟ୍ଟା ପହଞ୍ଚାଇବାର ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାଦ୍ୱାରା ଲୋକେ ପଟ୍ଟାପାଇଁ ଆଉ ବାରମ୍ବାର  ତହସିଲ କାର୍ଯ୍ୟାଳୟକୁ ଆସିବାକୁ ପଡିବ ନାହିଁ।