ଜାତୀୟ |

ତ୍ରିପୁରାରେ ଭାଜପାର ଔଦ୍ଧତ୍ୟ

ତ୍ରିପୁରାରେ ଭାଜପାର ଔଦ୍ଧତ୍ୟ
ଅଗରତାଲା/ନୂଆଦିଲ୍ଲୀ,୬ା୩(ପି.ଟି.): ତ୍ରିପୁରାରେ କ୍ଷମତାକୁ ନ ଆସୁଣୁ ଔଦ୍ଧତ୍ୟ ଦେଖାଇଛି ଭାଜପା। ଗୌରିକ ଦଳର କର୍ମୀମାନେ ବେଲୋନିଆରେ କମ୍ୟୁନିଷ୍ଟମାନଙ୍କ ଆଦର୍ଶ ଭ୍ଲାଡିମିର ଲେନିନ୍‌ଙ୍କ ପ୍ରତିମୂର୍ତ୍ତିକୁ ବୁଲଡୋଜର ଲଗାଇ ଭାଙ୍ଗିଦେଇଛନ୍ତି। ଏହାସହ ଦୁଇଦିନ ମଧ୍ୟରେ ୫୦୦ରୁ ଊର୍ଦ୍ଧ୍ୱ ସିପିଏମ୍‌ କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଭାଜପା ସମର୍ଥକଙ୍କ ଏଭଳି କାଣ୍ଡକୁ ସବୁ ମହଲରେ ନିନ୍ଦା କରାଯାଇଛି। ସ୍ଥିତି ଅଣାୟତ୍ତ ହେବା ଆଶଙ୍କାରେ ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ତ୍ରିପୁରାରେ ଅଢ଼େଇ ଦଶନ୍ଧି ପୁରୁଣା ବାମ ଦୁର୍ଗର ପତନ ଘଟାଇ କ୍ଷମତା ହାସଲ କରିବାକୁ ଯାଉଛି ଭାଜପା। ବିଧାନସଭାର ୫୯ ଆସନରୁ ଭାଜପାକୁ ୩୫ ଏବଂ ସହଯୋଗୀ ଇଣ୍ଡିଜେନସ୍‌ ପିପୁଲ୍ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା(ଆଇପିଏଫ୍‌ଟି)କୁ ୮ ଆସନରେ ସଫଳତା ମିଳିଛି। ପୂର୍ବ ନିର୍ବାଚନରେ ଗୋଟିଏ ବି ଆସନରେ ସଫଳତା ପାଇ ନ ଥିବା ଭାଜପା ଏଥର ବିପୁଳ ବିଜୟକୁ ନେଇ ଉଲ୍ଲସିତ ହୋଇଉଠିଛି। ଭାଜପାର ଉଲ୍ଲାସ କେବଳ ଖୁସିରେ ସୀମିତ ନ ରହି ଉଗ୍ର ହିଂସାର ରୂପ ନେଇଛି। ରାଜଧାନୀ ଅଗରତାଲାରୁ ୧୧୦ କି.ମି. ଦୂରରେ ଅବସ୍ଥିତ ବେଲୋନିଆ ସହରରେ ଏହାର ପ୍ରମାଣ ଦେଇଛନ୍ତି ଭାଜପା କର୍ମୀ। ବେଲୋନିଆ କଲେଜ ଛକରେ କିଛିମାସ ତଳେ ସିପିଏମ୍‌ ପଲିଟ୍‌ବ୍ୟୁରୋ ପ୍ରକାଶ କରାତ୍‌ ୫ ଫୁଟ ଉଚ୍ଚତାର ଲେନିନ୍‌ଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଭାଜପା କର୍ମୀମାନେ ସୋମବାର ଜଣେ ଡ୍ରାଇଭରଙ୍କୁ ମଦ ପିଆଇ ବୁଲଡୋଜର ଲଗାଇ ଫାଇବର ଗ୍ଲାସ୍‌ରେ ତିଆରି ଏହି ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି। ଇରାକ୍‌ର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ସଦ୍ଦାମ ହୁସେନଙ୍କ ପ୍ରତିମୂର୍ତ୍ତି ହଟାଇବା ଶୈଳୀରେ ଏହାକୁ ଭାଙ୍ଗିବାବେଳେ ସେମାନେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ଦେଉଥିଲେ। କେବଳ ଏତିକି ନୁହେଁ, ସେମାନେ ଲେନିନ୍‌ଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ ଅଲଗା କରି ଫୁଟ୍‌ବଲ ଖେଳିଥିବା ଅଭିଯୋଗ ହୋଇଛି। ଜେସିବି ମେଶିନ୍‌କୁ ଜବତ କରାଯିବା ସହ ସମ୍ପୃକ୍ତ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା। ହେଲେ ପରେ ତାଙ୍କୁ ଜାମିନରେ ଛାଡ଼ିଦିଆଯାଇଥିବା ଦକ୍ଷିଣ ତ୍ରିପୁରା ଏସ୍‌ପି ମୋନ୍‌ଚକ୍‌ ଆଇପର ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଭାଜପା ସମର୍ଥକଙ୍କ ଆକ୍ରମଣରେ ୫୧୪ ବାମଦଳ କର୍ମୀ ଆହତ ହୋଇଛନ୍ତି। ଏହାସହ ସେମାନେ ୧,୫୩୯ ଦଳୀୟ କର୍ମୀଙ୍କ ଘରେ ଚଢ଼ାଉ କରି ୧୯୬ ଘର ଜାଳିଦେଇଥିବା ରାଜ୍ୟର ସିପିଏମ୍‌ ସାଧାରଣ ସମ୍ପାଦକ ବିଜନ୍‌ ଧର ଅଭିଯୋଗ କରିଛନ୍ତି। ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ରବିବାର ରାତିରୁ ଏଭଳି ହିଂସାକାଣ୍ଡ ଘଟିଥିବା ପୋଲିସ ସ୍ବୀକାର କରିଛି। ସ୍ଥିତି ଅଣାୟତ୍ତ ହେବା ଆଶଙ୍କା କରି ବିଭିନ୍ନ ସହରରେ ୧୪୪ ଧାରା ଜାରି କରାଯାଇଥିବା ଜିଲାପାଳ ମିଲିନ୍ଦ ରାମତେକେ ସ୍ପଷ୍ଟ କରିଛନ୍ତି। ଭାଜପା ରାଜ୍ୟ ଉପସଭାପତି ନିଜ ଦଳର ସମ୍ପୃକ୍ତିକୁ ଅସ୍ବୀକାର କରିଥିବାବେଳେ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବ ଏବଂ ରାଜ୍ୟପାଳ ତଥାଗତ ରାୟଙ୍କ ଟୁଇଟ୍‌ ନିଆଁରେ ଘିଅ ଢାଳିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ସ୍ଥିତି ସମୀକ୍ଷା କରିଛନ୍ତି। ସେ ଉଭୟ ରାଜ୍ୟପାଳ ଏବଂ ପୋଲିସ ମହାନିର୍ଦ୍ଦେଶକ ଏ.କେ. ଶୁକ୍ଳାଙ୍କୁ ଫୋନ୍‌ କରି ନୂଆ ସରକାର ଗଠନ ହେବା ଯାଏ ହିଂସା ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି।
All Right Reserved By

ଜାତୀୟ |

ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଗିରଫ

ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର,୯।୧୨: ଜମ୍ମୁ-କଶ୍ମୀରର କିସ୍ତଓ୍ବାର ପୋଲିସ ରବିବାର ଜଣେ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀଙ୍କୁ ଗିରଫ କରିଛି। ରିଆଜ ଅହମ୍ମଦ ନାମକ ଏହି ଆତଙ୍କବାଦୀ ହେଉଛି ଜଣେ ହାର୍ଡକୋର୍‌ ଆତଙ୍କବାଦୀ। 

ପତିଙ୍କଠାରୁ ଅଲଗା ହେବେ ଜୟପୁର ରାଜକୁମାରୀ

ପତିଙ୍କଠାରୁ ଅଲଗା ହେବେ ଜୟପୁର ରାଜକୁମାରୀ

ଜୟପୁର,୯।୧୨: ଜୟପୁରର ରାଜକୁମାରୀ ଦିୟା କୁମାରୀ ପତି ନରେନ୍ଦ୍ର ସିଂଙ୍କଠାରୁ ଦୀର୍ଘ ୨୧ ବର୍ଷ ପରେ ଅଲଗା ହେବାକୁ ଚିନ୍ତା କରିଛନ୍ତି। ଏଥିପାଇଁ ସେ ଜୟପୁରର ଏକ କୋର୍ଟରେ ଆବେଦନ କରିଛନ୍ତି। 

ପିଲାଙ୍କୁ ଚୁପ୍‌ କରାଇବାକୁ ପାଟିରେ ସେଲୋ ଟେପ୍‌ ଲଗାଇଲେ ଶିକ୍ଷୟିତ୍ରୀ

ପିଲାଙ୍କୁ ଚୁପ୍‌ କରାଇବାକୁ ପାଟିରେ ସେଲୋ ଟେପ୍‌ ଲଗାଇଲେ ଶିକ୍ଷୟିତ୍ରୀ

ଗୁରୁଗାଁଓ,୯।୧୨: ହରିୟାଣାରେ ଥିବା ନାରାୟଣ-ଇ-ଟେକ୍ନୋ ସ୍କୁଲରେ ପାଠପଢୁଥିବା ୨ଜଣ କୋମଳମତି ଶିଶୁଙ୍କୁ ଚୁପ୍‌ କରାଇବା ଲାଗି ଜଣେ ଶିକ୍ଷୟିତ୍ରୀ ତାଙ୍କ ପାଟିରେ ସେଲୋ ଟେପ୍‌ ଲଗାଇ ଦେବା ଘଟଣା ସାମ୍ନାକୁ ଆସିଛି।

ଅବସରପ୍ରାପ୍ତ ଆଇପିଏସ୍‌ଙ୍କ ଝିଅ କଲେ ଆତ୍ମହତ୍ୟା

ଅବସରପ୍ରାପ୍ତ ଆଇପିଏସ୍‌ଙ୍କ ଝିଅ କଲେ ଆତ୍ମହତ୍ୟା

ପାଟନା,୯।୧୨: ବିହାରର ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସରଙ୍କ ଝିଅ ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ସକାଳେ ସେ ୧୨ ମହଲା ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। 

ସୋନିଆଙ୍କୁ ଭେଟିଲେ ଷ୍ଟାଲିନ୍‌, କାନିମୋଝି

ସୋନିଆଙ୍କୁ ଭେଟିଲେ ଷ୍ଟାଲିନ୍‌, କାନିମୋଝି

ନୂଆଦିଲ୍ଲୀ,୯।୧୨: ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ ଓ ଏମ୍‌ପି କାନିମୋଝି ରବିବାର କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଓ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।

ଜେଲ୍‌ରେ କଏଦୀଙ୍କୁ ଏବେ ମିଳିବ ଚାଓମିନ୍‌-ବର୍ଗର

ଜେଲ୍‌ରେ କଏଦୀଙ୍କୁ ଏବେ ମିଳିବ ଚାଓମିନ୍‌-ବର୍ଗର

ଅମ୍ବାଲା,୯।୧୨: ଏବେ ଜେଲ୍‌ରେ କଏଦୀଙ୍କୁ ମିଳିବ ଚାଓମିନ୍‌ ଓ ବର୍ଗର । ହରିୟାଣା ସରକାର ରାଜ୍ୟରେ ଥିବା ୧୯ଟି ଜିଲାରେ ଥିବା ଜେଲ୍‌ରେ ଏହି ସୁବିଧା କଏଦୀଙ୍କୁ ମିଳିବ । 

ଚେକ୍‌ ବାଉନ୍ସ ମାମଲା: ମନ୍ତ୍ରୀ ସୁରେନ୍ଦ୍ର ପଓଟ୍ବାଙ୍କ ନାମରେ ଓ୍ବାରେଣ୍ଟ ଜାରି

ଚେକ୍‌ ବାଉନ୍ସ ମାମଲା: ମନ୍ତ୍ରୀ ସୁରେନ୍ଦ୍ର ପଓଟ୍ବାଙ୍କ ନାମରେ ଓ୍ବାରେଣ୍ଟ ଜାରି

ଭୋପାଳ,୯।୧୨: ଭୋଟ ଗଣନା ପୂର୍ବରୁ ଭାଜପାକୁ ଲାଗିଛି ଝଟକା। ମଧ୍ୟପ୍ରଦେଶ ମୁଖ୍ୟମମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସରକାରରେ ଥିବା ମନ୍ତ୍ରୀ ସୁରେନ୍ଦ୍ର ପଟଓ୍ବାଙ୍କ ବିରୋଧରେ ଚେକ୍‌ ବାଉନ୍ସ୍‌ ମାମଲାରେ ଜାରି ହୋଇଛି ଓ୍ବାରେଣ୍ଟ୍‌। 

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେଙ୍କୁ ଚାପୁଡା ମାରିଲେ ଯୁବକ: ଭିଡିଓ ଭାଇରାଲ

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେଙ୍କୁ ଚାପୁଡା ମାରିଲେ ଯୁବକ: ଭିଡିଓ ଭାଇରାଲ

ମୁମ୍ବାଇ,୯।୧୨: କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆର ମୁଖ୍ୟ ରାମଦାସ ଅଠଓ୍ବାଲେଙ୍କୁ ଜଣେ ଯୁବକ ଏକ ଶକ୍ତ ଚାପୁଡା ମାରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମୁମ୍ବାଇର ସଟେଠାଣେ ଅମ୍ବରନାଥ ନଗରପାଳିକା ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅଠଓ୍ବାଲେ ସେଠାରେ ପହଞ୍ଚିଥିଲେ।

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଦୁଇଫାଳ

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଦୁଇଫାଳ

ଜୟପୁର, ୯।୧୨: ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଦୁଇଫାଳ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି।

ରାଜନୀତିକୁ ଆସିବାକୁ ଚାହୁଁ ନ ଥିଲେ ସୋନିଆ

ରାଜନୀତିକୁ ଆସିବାକୁ ଚାହୁଁ ନ ଥିଲେ ସୋନିଆ

ନୂଆଦିଲ୍ଲୀ,୯।୧୨: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରବିବାର ୭୨ ବର୍ଷରେ ପଦାର୍ପଣ କରିଛନ୍ତି। 

୪ଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ପ୍ରଥମ ରାଜ୍ୟ ପାଲଟିଲା କେରଳ

୪ଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ପ୍ରଥମ ରାଜ୍ୟ ପାଲଟିଲା କେରଳ

କାନପୁର,୯।୧୨: କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଓ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ରବିବାର କାନପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦ୍‌ଘାଟନ କରିଛନ୍ତି। ଏହାପରେ କେରଳର ମୋଟ ଅନ୍ତର୍ଜାତୀୟ ବିମାନ ବନ୍ଦର ସଂଖ୍ୟା ୪ରେ ପହଞ୍ଚିଛି। 

୧୪ ବର୍ଷ ବୟସ୍କ ନାବାଳକ ଆତଙ୍କବାଦୀ ନିହତ

୧୪ ବର୍ଷ ବୟସ୍କ ନାବାଳକ ଆତଙ୍କବାଦୀ ନିହତ

ଶ୍ରୀନଗର,୯।୧୨: ଜମ୍ମୁ-କଶ୍ମୀର ଶ୍ରୀନଗର ମଜଗୁଣ୍ଡରେ ହୋଇଥିବା ସର୍ଚ୍ଚ ଅପରେଶନ୍‌ରେ ୧୪ ବର୍ଷ ବୟସ୍କ ନାବାଳକ ଆତଙ୍କବାଦୀ ମୁଦାସୀରଙ୍କ ମୃତ୍ୟୁ ଘଟିଛି।