ଜାତୀୟ |

ଦୁର୍ଘଟଣା ନେଲା ୩୫ ଜୀବନ: ଗୁଜରାଟରେ ୩୦, ବିହାରରେ ୫ ମୃତ

ଦୁର୍ଘଟଣା ନେଲା ୩୫ ଜୀବନ: ଗୁଜରାଟରେ ୩୦, ବିହାରରେ ୫ ମୃତ
ଭାବନଗର/ଆରାରିଆ,୬ା୩(ପି.ଟି.): ଗୁଜରାଟ ଓ ବିହାରରେ ମଙ୍ଗଳବାର ଦୁଇଟି ପୃଥକ୍‌ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩୫ ଜଣଙ୍କ ଜୀବନ ଯାଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଗୁଜରାଟର ଭାବନଗର ଜିଲା ଆନିଦା ଗ୍ରାମରୁ ମଙ୍ଗଳବାର ସକାଳେ ଏକ ଟ୍ରକ୍‌ ବରଯାତ୍ରୀ ଦଳକୁ ନେଇ ବୋଟାଦ୍‌ ଜିଲାର ଟୋଟାମ୍‌ ଗ୍ରାମକୁ ଯାଉଥିଲା। ଟ୍ରକ୍‌ରେ ପ୍ରାୟ ୬୦ ଜଣ ବରଯାତ୍ରୀ ଥିଲେ। ଭାବନଗର-ରାଜକୋଟ ରାଜପଥରେ ପୂର୍ବାହ୍ନ ପ୍ରାୟ ୭ଟା ୩୦ରେ ଟ୍ରକ୍‌ ଡ୍ରାଇଭର ଏକ କାର୍‌କୁ ଓଭରଟେକ୍‌ କରି ଆଗକୁ ବଢ଼ିଯିବାକୁ ଉଦ୍ୟମ କରିଥିବାବେଳେ ଭାରସାମ୍ୟ ହରାଇଥିଲେ। ଫଳରେ ଟ୍ରକ୍‌ଟି ଏକ ବ୍ରିଜ୍‌ ଉପରୁ ଗାତରେ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତଳେ କଂକ୍ରିଟ୍‌ ଚଟାଣ ଥିବାରୁ ଘଟଣାସ୍ଥଳରେ ୨୬ ଜଣ ପ୍ରାଣ ହରାଇଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଆହତମାନଙ୍କୁ ଭାବନଗର ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକଙ୍କ ମଧ୍ୟରେ ୪ ଶିଶୁ ଓ ୮ ମହିଳା ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଶୋକବ୍ୟକ୍ତ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ରାଜ୍ୟ ସରକାର ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ସେହିପରି ବିହାରର ଆରାରିଆ ଜିଲା ନରପାଟଗଞ୍ଜ ଅଞ୍ଚଳରେ ଆଉ ଏକ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ନଂ. ୫୭ରେ ଏକ ଯାତ୍ରୀବାହୀ ବସ୍‌ ଏବଂ ଆର୍ଥ ମୁଭର ମଧ୍ୟରେ ଧକ୍କା ହେବା ଫଳରେ ୫ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି। ଫୋର୍ବେସଗଞ୍ଜ ରେଫରାଲ ହସ୍ପିଟାଲରେ ଚିକିତ୍ସାଧୀନ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇ ନ ଥିବା ପୋଲିସ କହିଛି।
All Right Reserved By

ଜାତୀୟ |

ମୋବାଇଲ୍‌ ଆଲୋକରେ ଗର୍ଭବତୀଙ୍କ ହେଲା ଅପରେଶନ

ମୋବାଇଲ୍‌ ଆଲୋକରେ ଗର୍ଭବତୀଙ୍କ ହେଲା ଅପରେଶନ

ଇନ୍ଦୋର,୨୩।୯: ମଧ୍ୟପ୍ରଦେଶ ଆମ୍ବେଡ଼କର ହସ୍ପିଟାଲରେ ଘଟିଛି ଏକ ଅଘଟଣ। ଏଠାରେ ଜଣେ ଗର୍ଭବତୀଙ୍କ ପ୍ରସବ ଅପରେଶନ ମୋବାଇଲ୍‌ ଆଲୋକରେ କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚିତ କରିଛନ୍ତି। 

ଧାର୍ମିକ ନେତା ସମଲିଙ୍ଗୀ ରାଜକୁମାରଙ୍କ ସହ ଶାରୀରିକ ସମ୍ପର୍କ ଲାଗି ଦେଇଥିଲେ ପ୍ରସ୍ତାବ

ଧାର୍ମିକ ନେତା ସମଲିଙ୍ଗୀ ରାଜକୁମାରଙ୍କ ସହ ଶାରୀରିକ ସମ୍ପର୍କ ଲାଗି ଦେଇଥିଲେ ପ୍ରସ୍ତାବ

ଅହମ୍ମଦାବାଦ୍‌,୨୩।୯: ଗୁଜରାଟ ରାଜପିପଲା ରାଜପରିବାର ସଦସ୍ୟ ସମଲିଙ୍ଗୀ ରାଜକୁମାର ମାନବେନ୍ଦ୍ର ସିଂ ଗୋହିଲାଙ୍କ ମନ୍ତବ୍ୟ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା। 

ହିଜବୁଲ୍‌ ଟାର୍ଗେଟ୍‌ରେ ୩୦ ପୋଲିସ କର୍ମଚାରୀ ଓ ଯବାନ

ହିଜବୁଲ୍‌ ଟାର୍ଗେଟ୍‌ରେ ୩୦ ପୋଲିସ କର୍ମଚାରୀ ଓ ଯବାନ

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନ୍‌ ୩୦ ପୋଲିସ କର୍ମଚାରୀ ଏବଂ ଯବାନଙ୍କୁ ଟାର୍ଗେଟ୍‌ କରିଛି। ହିଜବୁଲ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ସମ୍ପୃକ୍ତ ପୋଲିସ କର୍ମଚାରୀ ଏବଂ ଯବାନଙ୍କ ନାମ ରହିଛି।

ବିଦାୟ ନେଲେ ଗଣପତି

ବିଦାୟ ନେଲେ ଗଣପତି

ମୁମ୍ବାଇ,୨୩।୯: ଦୀର୍ଘ ୧୦ ଦିନ ପରେ ବିଦାୟ ନେଇଛନ୍ତି ବିଘ୍ନ ବିନାଶକ। ମହାରାଷ୍ଟ୍ରରେ ଗଣେଶଙ୍କର ବିଶେଷ ପୁଜା କରାଯାଉଥିବା ବେଳେ ରବିବାର ଶ୍ରଦ୍ଧାଳୁମାନେ ବିଦାୟ ଦେଇଛନ୍ତି ବିଦ୍ୟାଦାତା ଗଣେଶଙ୍କୁ।

ଆଶ୍ରୟ ଗୃହରେ ୧୮ ଯୁବତୀଙ୍କୁ ଦିଆଯାଉଥିଲା ଗର୍ଭ ନିରୋଧକ ଇଞ୍ଜେକସନ୍‌

ଆଶ୍ରୟ ଗୃହରେ ୧୮ ଯୁବତୀଙ୍କୁ ଦିଆଯାଉଥିଲା ଗର୍ଭ ନିରୋଧକ ଇଞ୍ଜେକସନ୍‌

ଗ୍ବାଲିୟର,୨୩।୯: ମଧ୍ୟପ୍ରଦେଶ ଗ୍ବାଲିୟର ବିଲୋଆ ଥାନା ଅନ୍ତର୍ଗତ ଅଡୁପୁରାରେ ଥିବା ଏକ ଆଶ୍ରୟ ଗୃହରେ ଅନ୍ତେବାସୀ ଯୁବତୀଙ୍କୁ ନିୟମିତ ଗର୍ଭନିରୋଧକ ଇଞ୍ଜେକସନ୍‌ ଦିଆଯାଉଥିବା ଅଭିଯୋଗ ହୋଇଛି। 

ଟଙ୍କା ମାଗିବାରୁ ଥାନା ବାବୁଙ୍କ ଝିଅଙ୍କୁ କଲେ ବଳାତ୍କାର

ଟଙ୍କା ମାଗିବାରୁ ଥାନା ବାବୁଙ୍କ ଝିଅଙ୍କୁ କଲେ ବଳାତ୍କାର

ଭୋପାଳ,୨୩।୯: ମଧ୍ୟପ୍ରଦେଶ ବାଗସେବାନିଆରେ ଘଟିଛି ଏକ ଅଘଟଣ। ଏଠାରେ ଜଣେ ଥାନାବାବୁଙ୍କ ୨୫ ବର୍ଷ ବୟସ୍କ ଝିଅଙ୍କୁ  ୪ ଜଣ ଯୁବକ ଏକ ଢ଼ାବାକୁ ଡାକି କରିଛନ୍ତି ବଳାତ୍କାର। 

ରାଜକୀୟ ଢଙ୍ଗରେ ହେଲା ଇଶାଙ୍କ ନିର୍ବନ୍ଧ

ରାଜକୀୟ ଢଙ୍ଗରେ ହେଲା ଇଶାଙ୍କ ନିର୍ବନ୍ଧ

ମୁମ୍ବାଇ,୨୩।୯: ଭାରତର ଏକ ନମ୍ବର ଧନୀ ନିତା ଅମ୍ବାନୀ ଓ ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇସା ଅମ୍ବାନୀଙ୍କ ବିବାହ ପୁର୍ବର ଓ ପରର ପ୍ରତିଟି ମୁହୂର୍ତ୍ତକୁ ଅପାସୋରା କରିବାକୁ ଚାହିଁଛନ୍ତି ଅମ୍ବାନୀ ପରିବାର। 

ଦେହ ବ୍ୟବସାୟ କରୁଥିବା ୪ ବିବାହିତା ମହିଳା ଗିରଫ

ଦେହ ବ୍ୟବସାୟ କରୁଥିବା ୪ ବିବାହିତା ମହିଳା ଗିରଫ

ପାଟନା,୨୩।୯: ବିହାର ରାଜଧାନୀ ପାଟନାର କୋତବାଲି ଥାନା ଅଧିନରେ ଥିବା ଏକ ହୋଟେଲରେ ସେକ୍ସ ର଼୍ୟାକେଟ ଚାଲୁଥିବା ଜଣାପଡିବା ପରେ ପୋଲିସ ଶନିବାର ସେଠାରେ ଚଢାଉ କରିଥିଲା। 

ମୋବାଇଲ୍‌ ଚୋରି ଅଭିଯୋଗ: ନାବାଳକଙ୍କୁ ବିବସ୍ତ୍ର କରି ପିଟିଲେ

ମୋବାଇଲ୍‌ ଚୋରି ଅଭିଯୋଗ: ନାବାଳକଙ୍କୁ ବିବସ୍ତ୍ର କରି ପିଟିଲେ

ପାଟନା,୨୩।୯: ବିହାର ଫୁଲଓ୍ବାରୀଶରୀଫ୍‌ରେ ଜଣେ ନାବାଳକଙ୍କୁ ମୋବାଇଲ୍‌ ଚୋରି ଅଭିଯୋଗରେ ବିବସ୍ତ୍ର କରି ଗଛରେ ବାନ୍ଧି ପିଟିଛନ୍ତି କିଛି ଲୋକ। ସ୍ଥାନୀୟ ଇସାପୁର ଅଧପା ମୋହଲାରେ ଘଟିଛି ଏହି ଅଘଟଣ। 

ଆୟୁଷ୍ମାନ ଭାରତ: ୧୧ କୋଟି ପରିବାର ହେବେ ଲାଭାନ୍ବିତ

ଆୟୁଷ୍ମାନ ଭାରତ: ୧୧ କୋଟି ପରିବାର ହେବେ ଲାଭାନ୍ବିତ

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଞ୍ଚିଠାରେ ଆୟୁଷ୍ମାନ ଭାରତ ଯୋଜନାର ଲୋକାର୍ପଣ କରିବେ। ଏହାଦ୍ୱାରା ଦେଶର ୧୧କୋଟି ପରିବାର ପ୍ରାୟ ୫୦ କୋଟି ଲୋକ ଲାଭାନ୍ବିତ ହେବେ। 

ପରଲୋକରେ କଳ୍ପନା ଲାଜମୀ

ପରଲୋକରେ କଳ୍ପନା ଲାଜମୀ

ମୁମ୍ବାଇ, ୨୩।୯: ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କର ରବିବାର ଭୋର୍‌ ୪ଟା ୩୦ରେ ୬୪ ବର୍ଷରେ ପରଲୋକ ହୋଇଯାଇଛି। ସେ କିଡ୍‌ନୀ କର୍କଟ ରୋଗରେ ପୀଡ଼ିତ ଥିଲେ। 

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନୂଆଦିଲ୍ଲୀ, ୨୨।୯: ବଲିଉଡ୍‌ ଅଭିନେତ୍ରୀ ଜୟପ୍ରଦା ନେପାଳ ପର୍ଯ୍ୟଟନ ବିଭାଗର ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି।