ଅନଗୁଳ-ଢେଙ୍କାନାଳ

ମହିଳାଙ୍କ ଠାରୁ ଲୁଟିନେଲେ ଟଙ୍କା

ମହିଳାଙ୍କ ଠାରୁ ଲୁଟିନେଲେ ଟଙ୍କା


ଅନୁଗୋଳ ଅଫିସ,୬।୩- ଅନୁଗୋଳ ସହରରେ କ୍ରମାଗତ ଭାବେ ଚୋରି, ଲୁଟ୍‌ ଓ ରାହାଜାନି ବଢ଼ି ଚାଲିଛି। ବିଶେଷକରି ବାଇକ୍‌ ଓ ଅଟୋରେ ଯାଉଥିବା ମହିଳାମାନଙ୍କୁ କଳା ପଲସରରେ ଆସୁଥିବା ଲୁଟେରାମାନେ ଟାର୍ଗେଟ କରୁଛନ୍ତି। କେତେବେଳେ ଟଙ୍କା ତ କେତେବେଳେ ସୁନା ଗହଣା ଲୁଟି ନେଉଛନ୍ତି। ମଙ୍ଗଳବାର ଶିମିଳିପଡ଼ାର ବୀଣାପାଣି ସିଂ ନାମକ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ସେ ମଧ୍ୟାହ୍ନ ୧୨ଟାରେ ଅନୁଗୋଳ ଷ୍ଟେଟ୍‌ ବ୍ୟାଙ୍କରୁ ୨୬ ହଜାର ଟଙ୍କା ଉଠାଇ ଏକ ରିକ୍ସାରେ ଘରକୁ ଫେରୁଥିଲେ। ଶୀତଲପ୍ଲାଜା ନିକଟରେ ତାଙ୍କ ପଛରେ ଆସୁଥିବା ଏକ କଳା ପଲସର୍‌ରେ ୨ଜଣ ଦୁର୍ବୃତ୍ତ ହଠାତ୍‌ ରିକ୍ସା ଅଟକାଇ ମହିଳାଙ୍କଠାରୁ ଭ୍ୟାନିଟି ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ବ୍ୟାଗ୍‌ରେ ୨୬ ହଜାର ଟଙ୍କା ସମେତ ବ୍ୟାଙ୍କ କାଗଜପତ୍ର ଓ ଏକ ମୋବାଇଲ ରହିଥିଲା। ଏ ନେଇ ବୀଣାପାଣି ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ କରୁଛି।

All Right Reserved By

ଅନଗୁଳ-ଢେଙ୍କାନାଳ

ଅଜଣା ଗାଡି ଧକ୍କାରେ ଅଚିହ୍ନା ଯୁବକ ଗୁରୁତର

ଅଜଣା ଗାଡି ଧକ୍କାରେ ଅଚିହ୍ନା ଯୁବକ ଗୁରୁତର

ବଅଁରପାଳ,୧୯।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ରାସ୍ତାରେ ମଙ୍ଗଳବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ଜଣେ ଅଚିହ୍ନା ଯୁବକ ଗୁରୁତର ହୋଇଛନ୍ତି। ସେ ବାଇକ୍‌ ଯୋଗେ ନାଲ୍‌କୋ ପ୍ଲାଣ୍ଟରୁ କଲୋନୀ ଆଡକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।

୨ୟ ଦିନରେ ଗ୍ରାମବାସୀଙ୍କ ଧାରଣା

୨ୟ ଦିନରେ ଗ୍ରାମବାସୀଙ୍କ ଧାରଣା

ତାଳଚେର,୧୯।୬(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ଡଅଁର ଏବଂ ବନବାସୀପୁର ଗ୍ରାମବାସୀଙ୍କ ଧାରଣା ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ଗତ ୨ ଦିନ ହେଲା ଏମ୍‌ସିଏଲ୍‌ର ବଳରାମ ଓ ହିଙ୍ଗୁଳା ଖଣିକାର୍ଯ୍ୟ ବନ୍ଦ ରହିଛି। ଏଥିସହ କୋଇଲା ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।

ଅବକାରୀ କାର୍ଯ୍ୟାଳୟ ଘେରାଉ

ଅବକାରୀ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ ଅଫିସ,୧୯।୬ ଢେଙ୍କାନାଳ ଜିଲା ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତର ୪ଟି ଗ୍ରାମରେ ନିଶା କାରବାର ବୃଦ୍ଧିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଚିକିତ୍ସାଧୀନ ଅବସ୍ଥାରେ ନବବଧୂ ମୃତ

ଚିକିତ୍ସାଧୀନ ଅବସ୍ଥାରେ ନବବଧୂ ମୃତ

କଣିହାଁ,୧୯।୬(ଡି.ଏନ.ଏ.) କଣିହାଁ ବ୍ଲକ କମରେଇ ପଞ୍ଚାୟତ ତେଲିସିଂହା ଗ୍ରାମରେ ୧୧ ତାରିଖରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନବବଧୂ ସ୍ବାଗତିକା ସାହୁ(ପିଙ୍କି)ଙ୍କ ସୋମବାର ମୃତ୍ୟୁ ଘଟିଛି।

ସେସୁ କାର୍ଯ୍ୟାଳୟ ଘେରିଲେ ଲୋକେ

ସେସୁ କାର୍ଯ୍ୟାଳୟ ଘେରିଲେ ଲୋକେ

ଅନୁଗୋଳ ଅଫିସ୍‌,୧୯।୬ ଅନୁଗୋଳ ବ୍ଲକ ବେଣାଗାଡ଼ିଆ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ କାଟ ହେଉଥିବା ବେଳେ ଲୋ ଭୋଲଟେଜ୍‌ ସମସ୍ୟା ରହିଛି। ଏହାର ପ୍ରତିବାଦରେ ଗ୍ରାମର ମହିଳା ଓ ପୁରୁଷମାନେ ସୋମବାର ଅନୁଗୋଳ ସେସୁ ଅଫିସ୍‌ ଘେରାଉ କରିଥିଲେ।

ଅଟକିଛି ଧାନବୁଣା, ତଳିପକା

ଅଟକିଛି ଧାନବୁଣା, ତଳିପକା

ଢେଙ୍କାନାଳ ଅଫିସ,୧୯।୬ରାଜ୍ୟରେ ମୌସୁମୀ ଆଗମନ ସତ୍ତ୍ୱେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ପ୍ରାୟ ସବୁ ସ୍ଥାନରେ ଅଗ୍ନିବର୍ଷା ଯୋଗୁ ଜନଜୀବନ ହନ୍ତସନ୍ତ ହେଉଛି।

ସମବାୟ ସମିତିରେ ଉତ୍ତେଜନା

ସମବାୟ ସମିତିରେ ଉତ୍ତେଜନା

ଛେଣ୍ଡିପଦା,୧୯ା୬, (ଡି.ଏନ.ଏ.)/(ସ୍ବ.ପ୍ର.)ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ପଞ୍ଚାୟତରେ ଚିନାବଦାମ ମଣ୍ଡି ଖୋଲାଯିବାରେ ବିଳମ୍ବକୁ ନେଇ ସୋମବାର ସମବାୟ ସମିତିରେ ଉତ୍ତେଜନା ଦେଖାଦେଇଛି।

ଅଣନିଃଶ୍ୱାସୀ କରୁଛି ପାଉଁଶ

ଅଣନିଃଶ୍ୱାସୀ କରୁଛି ପାଉଁଶ

କଣିହାଁ,୧୯।୬(ଡି.ଏନ.ଏ.)ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନସାଧାରଣଙ୍କୁ ଅତିଷ୍ଠ କରୁଥିବାବେଳେ ଅନୁଗୋଳ ଜିଲା କଣିହାଁ ବ୍ଲକବାସୀ ପାଉଁଶରେ ଅଣନିଃଶ୍ୱାସୀ ହେଉଛନ୍ତି। ଗତ ୨ ଦିନ ହେଲା ଏନ୍‌ଟିପିସି ପ୍ରକଳ୍ପର ପାଉଁଶ ପୋଖରୀରୁ ବହୁ ପରିମାଣର ପାଉଁଶ ଉଡ଼ୁଛି।

ସଂଗ୍ରାମ ପୃଷ୍ଟିଙ୍କୁ ଇସ୍ପାତ ସାହିତ୍ୟ ସମ୍ମାନ

ସଂଗ୍ରାମ ପୃଷ୍ଟିଙ୍କୁ ଇସ୍ପାତ ସାହିତ୍ୟ ସମ୍ମାନ

ବଇଣ୍ଡା,୧୭।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ହାଇସ୍କୁଲ ଶିକ୍ଷକ ତଥା ଶିଶୁ ସାହିତ୍ୟକ ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ରବିବାର ଇସ୍ପାତ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ରାଉରକେଲା ସ୍ଥିତ ଇସ୍ପାତ ସାହିତ୍ୟ ସଂସଦର ୪୭ ତମ ସ୍ବନକ୍ଷତ୍ର ଉତ୍ସବ ପାଳନ ଅବସରରେ ମୁଖ୍ୟଅତିଥି ସୁନ୍ଦରଗଡ଼ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ବିଧାୟକ ସୁବ୍ରତ ତରାଇ ତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆସୁ

ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆସୁ

ବଇଣ୍ଡା/ଆଠମଲ୍ଲିକ,୧୭।୬(ଡି.ଏନ.ଏ.)- ଗ୍ରାମାଞ୍ଚଳରେ ଅନେକ ସମସ୍ୟା ରହିଛି। ହେଲେ ଏହା ଲୋକଲୋଚନକୁ ଆସିପାରୁ ନ ଥିବାରୁ ବହୁ ସମସ୍ୟା ପ୍ରଶାସନ ଆଢୁଆଳରେ ରହିଯାଉଛି।

ପଞ୍ଚାୟସ୍ତରୀୟ ଗ୍ରାମ ଯୋଗାଯୋଗ ଶିବିର ଉଦ୍‌ଯାପିତ କଳାକାର ବାଣ୍ଟିଲେ ସଚେତନତା

ପଞ୍ଚାୟସ୍ତରୀୟ ଗ୍ରାମ ଯୋଗାଯୋଗ ଶିବିର ଉଦ୍‌ଯାପିତ କଳାକାର ବାଣ୍ଟିଲେ ସଚେତନତା

ଭୁବନ,୧୮।୬(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ବ୍ଲକରେ ପଞ୍ଚାୟତସ୍ତରୀୟ ଗ୍ରାମ ଯୋଗାଯୋଗ ଓ ସହଭାଗିତା କାର୍ଯ୍ୟକ୍ରମ ସୋମବାର ବାଲିବୋ ଗ୍ରାମରେ ଉଦ୍‌ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗତ ୭ରୁ ସୁରପ୍ରତାପପୁର ଗ୍ରାମରେ ଆରମ୍ଭ ହୋଇଥିଲା। ପରେ ମାର୍ଥାପୁର, ଦିଘି, ଯମୁନାକୋଟ, ଚଣ୍ଡିପାଳ ଓ ବାଲିବୋ ଗ୍ରାମରେ ଅନୁଷ୍ଠିତ ହୋଇଥିଲା।

ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ: ଆଗୁଆ ସଜାଗ ରହିବାକୁ ପରାମର୍ଶ

ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ: ଆଗୁଆ ସଜାଗ ରହିବାକୁ ପରାମର୍ଶ

ଭୁବନ,୧୮।୬(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ମକ୍‌ଡ୍ରିଲ ପାଇଁ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଡିଓ ବସନ୍ତ କୁମାର ମାଝି ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ତହସିଲଦାର ଶକ୍ତିକାନ୍ତ ରାୟ, ବ୍ଲକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ବେହେରା, ସିଡିପିଓ ପ୍ରମୋଦିନୀ ତ୍ରିପାଠୀ, ଭୁବନ ମହିଳା ମହାବିଦ୍ୟାଳୟ ସଂସ୍କୃତ ବିଭାଗ ଅଧ୍ୟକ୍ଷ ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Model This Week

ପ୍ରଭାତ