ସମ୍ପାଦକୀୟ |

ସମ୍ପାଦକୀୟ/ ଅସତ୍ୟର ଆଶ୍ରୟ

ସମ୍ପାଦକୀୟ/ ଅସତ୍ୟର ଆଶ୍ରୟ
ବିମୁଦ୍ରୀକରଣ ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଭାରତୀୟ ଅର୍ଥନୀତିକୁ ବହୁ ପଛକୁ ଠେଲି ଦେଇଥିବା ସତ୍ତ୍ୱେ ସରକାର ଏହାକୁ ସ୍ବୀକାର କରିବାକୁ ରାଜି ନାହାନ୍ତି। ଏହାର ପ୍ରମାଣ ଲେବର ବ୍ୟୁରୋ ବା ଶ୍ରମ ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି)ରେ ୨୦୧୬-୧୭ ଆର୍ଥିକ ବର୍ଷରେ ୪,୦୭,୮୪୦ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିଥିଲା। ୨୦୧୭-୧୮ ଆର୍ଥିକ ବର୍ଷର ପ୍ରଥମ ୩ଟି ତ୍ରୈମାସରେ ଏହାର ପାଖାପାଖି ଅଧା ଅର୍ଥାତ୍‌ ୨,୦୮,୫୭୬ ବ୍ୟକ୍ତି ଏହି ଯୋଜନା ଅଧୀନରେ ନିଯୁକ୍ତି ପାଇଛନ୍ତି। ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ଏହି କାର୍ଯ୍ୟକ୍ରମରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ନିଯୁକ୍ତି ହାର ପାଖାପାଖି ୨ ଲକ୍ଷ ହ୍ରାସ ପାଇଛି। ଅନୁରୂପ ଭାବେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ପ୍ରଦର୍ଶନ ମଧ୍ୟ ନିରାଶାଜନକ ରହିଛି। ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ୨୦୧୭-୧୮ର ପ୍ରଥମ ୯ ମାସରେ ଏହି ଯୋଜନା ଅନ୍ତର୍ଗତ କାର୍ଯ୍ୟଦିବସ ବୃହତ୍‌ ମାତ୍ରାରେ ହ୍ରାସ ପାଇଛି। ୨୦୧୬-୧୭ରେ ଏହା ୨୩, ୫୮୩ ଲକ୍ଷ ଥିବା ବେଳେ ୨୦୧୭-୧୮ରେ ଏହା ମାତ୍ର ୧୬,୦୨୯ ରହିଛି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁ-ଜିକଓ୍ବୋଇ) ଅଧୀନରେ ୨୦୧୬-୧୭ ପ୍ରଥମ ୯ ମାସରେ ୮୪,୯୦୦ ଲୋକଙ୍କୁ କର୍ମନିଯୁକ୍ତି ମିଳିଥିବା ବେଳେ ୨୦୧୭-୧୮ ସମାନ ସମୟରେ ଏହା ୬୪,୯୬୭କୁ ଖସିଆସିଛି। ସେହିପରି ନିର୍ମାଣ କ୍ଷେତ୍ର ଉପରେ ମଧ୍ୟ ବିମୁଦ୍ରୀକରଣ ଓ ଜିଏସ୍‌ଟିର ଅତି ନକାରାତ୍ମକ ପ୍ରଭାବ ପଡ଼ିଛି। ୨୦୧୭-୧୮ ପ୍ରଥମ ତ୍ରୈମାସରେ ପାଖାପାଖି ୮୭,୦୦୦ ନିଯୁକ୍ତି ହ୍ରାସ ଘଟିଛି। ନଗଦ ଅଭାବ ଯୋଗୁ ବହୁ ସଂସ୍ଥା ସେମାନଙ୍କ ବ୍ୟବସାୟକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ, ଯାହାର କୌଣସି ସରକାରୀ ଆକଳନ ଜାଣିଶୁଣି କରାଯାଉନାହିଁ। ଉପରୋକ୍ତ ପରିସଂଖ୍ୟାନ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନ ଶ୍ରମ ବ୍ୟୁରୋ ପକ୍ଷରୁ ପ୍ରକାଶ ପାଇଥିଲେ ହେଁ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ସରକାରର ବିଫଳତାକୁ ଘୋଡ଼ାଇବାକୁ ଯାଇ ଭିନ୍ନ ଆଳ ଦେଖାଇଛନ୍ତି। ତାଙ୍କ କହିବା ଅନୁଯାୟୀ ବିମୁଦ୍ରୀକରଣ ଯୋଗୁ ଅଣସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ହ୍ରାସ ପାଇଛି ବୋଲି ଯାହା କୁହାଯାଉଛି ସେ ସଂକ୍ରାନ୍ତରେ ସରକାରଙ୍କ ପାଖରେ ସେଭଳି କିଛି ତଥ୍ୟ ନାହିଁ। ଏଥିପାଇଁ ବିଭିନ୍ନ କାରଣ ଦାୟୀ। ବିମୁଦ୍ରୀକରଣ ଯୋଗୁ ଚାକିରି ହ୍ରାସ ପାଇଛି ବୋଲି କହିଦେଲେ ଚଳିବ ନାହିଁ। ମନ୍ତ୍ରୀଙ୍କ ଏପରି ଉତ୍ତର ନିଶ୍ଚିତ ଭାବେ ମନ୍ତ୍ରଣାଳୟର ଦୋଷ ଦୁର୍ବଳତାକୁ ପଦାରେ ପକାଇଛି। ନିଯୁକ୍ତି ବଜାର ଉପରେ ଜିଏସ୍‌ଟିର ପ୍ରଭାବ ଖରାପ ପଡ଼ିଛି ବୋଲି କୁହାଯାଉଥିବା ବେଳେ ସେ ତାହାକୁ ଭିନ୍ନ ମୋଡ଼ ଦେଇଛନ୍ତି। ତାଙ୍କ ମତରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ଜିଏସ୍‌ଟି ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି କରିଛି। କାରଣ ଏହା ଦ୍ୱାରା ବାଣିଜ୍ୟ, ବ୍ୟବସାୟ ଓ ତତ୍‌ସଂକ୍ରାନ୍ତ ଅର୍ଥନୈତିକ କାର୍ଯ୍ୟକଳାପ କ୍ଷେତ୍ରରେ ଦେଖାଦେଉଥିବା ପ୍ରତିବନ୍ଧକ ହଟି ଯାଇଛି। ତାଙ୍କ ଯୁକ୍ତି ହେଉଛି ଯେ ୨୦୧୭ ଜୁଲାଇ ୧ରେ ଜିଏସ୍‌ଟି ପ୍ରଚଳିତ ହେବା ପରେ ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧି ଘଟିଥିବାରୁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ବାସ୍ତବରେ ଦେଖିଲେ ଅଦ୍ୟାବଧି ଜିଏସ୍‌ଟିର ପ୍ରଭାବ ଦେଶର ଅର୍ଥନୀତି ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବାଲାନ୍ସଶିଟ୍‌ ଉପରେ କିଭଳି ନକାରାତ୍ମକ ପ୍ରଭାବ ପକାଇଛି ତାହା ଉପରେ ଅନେକ ରିପୋର୍ଟ ପ୍ରକାଶ ପାଇସାରିଲାଣି। ଜିଏସ୍‌ଟିର ଜଟିଳ ପଦ୍ଧତିକୁ ହିସାବ କରିବା ଲାଗି ଛୋଟ ସଂସ୍ଥାଗୁଡ଼ିକ ଚାର୍ଟାର୍ଡ ଓ କଷ୍ଟ ଆକାଉଣ୍ଟାଣ୍ଟମାନଙ୍କ ସେବା ଲୋଡ଼ିବାକୁ ବାଧ୍ୟ ହେଉଛନ୍ତି । ଫଳରେ ସେମାନଙ୍କ ଲାଭାଂଶ କମିଯିବା ସହ ବ୍ୟବସାୟିକ ଝିନ୍‌ଝଟ ବଢ଼ିଯାଇଛି। ଏସବୁ ବୈଷୟିକ ଅସୁବିଧାକୁ ସମ୍ଭବତଃ ମନ୍ତ୍ରୀ ବୁଝି ନ ଥିବାରୁ ଉପରଠାଉରିଆ ଭାବେ ଶ୍ରମ ବ୍ୟୁରୋର ତଥ୍ୟକୁ ଅଣଦେଖା କରୁଛନ୍ତି। ଅର୍ଥାତ୍‌ ସରକାରର ବାସ୍ତବ ଚିତ୍ର ମନ୍ତ୍ରଣାଳୟରୁ ଆସୁଥିବା ବେଳେ ରାଜନୈତିକ ସୁବିଧା ପାଇଁ ତାକୁ ଏଡ଼ାଇ ଦିଆଯିବା ଦେଶ ପାଇଁ କ୍ଷତିକାରକ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଭାଷଣ ଦେଇ କହିଥିଲେ ଯେ, କ୍ଷମତାକୁ ଆସିବା ପରେ ବାର୍ଷିକ ୧ କୋଟି ଯୁବତୀଯୁବକଙ୍କୁ ନିଯୁକ୍ତି ଦେବେ। ତେବେ ଶ୍ରମ ବ୍ୟୁରୋ ଦେଇଥିବା ତଥ୍ୟକୁ ଦେଖିଲେ ଏହି ସରକାର ନିଯୁକ୍ତି କ୍ଷେତ୍ରରେ କିଭଳି ନୈରାଶ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି ସହଜରେ ବୁଝି ହେଉଛି। ଭାଷଣରେ କୁହାଯାଉଥିବା କଥା ବାସ୍ତବରେ ପରିଣତ କରିବା ସେତେଟା ସହଜ ହୋଇ ନ ଥାଏ। ସେଥିପାଇଁ ଆମ ଦେଶର ରାଜନୈତିକ ନେତୃବୃନ୍ଦ କାହିଁକି ଅସତ୍ୟର ଆଶ୍ରୟ ନିଅନ୍ତି, ତାହା ବୁଝିବା କଷ୍ଟକର।
All Right Reserved By

ସମ୍ପାଦକୀୟ |

ବାକ୍‌ ସ୍ବାଧୀନତା

ବାକ୍‌ ସ୍ବାଧୀନତା

ଆକାର ପଟେଲ

ଆକ୍ରମଣାତ୍ମକ ବକ୍ତବ୍ୟକୁ ନେଇ ପ୍ରତିକ୍ରିୟାହୀନ ରହୁଥିବା ଦେଶଗୁଡ଼ିକ ପ୍ରାୟତଃ ଉନ୍ନତି କରିବାର ସମ୍ଭାବନା ଅଧିକ ଥାଏ। ପ୍ରତିବର୍ଷ ମାନବ ସ୍ବାଧୀନତା ସୂଚକାଙ୍କ (ହ୍ୟୁମାନ୍‌ ଫ୍ରିଡମ୍‌ ଇଣ୍ଡେକ୍ସ)ର ଆକଳନ କରୁଥିବା କାଟୋ ଇନ୍‌ଷ୍ଟିଚ୍ୟୁଟ୍‌ ଏ ଦିଗରେ ସବୁଠୁ ମୁକ୍ତ ବା ସ୍ବାଧୀନ ଦେଶରୂପେ ସ୍ବିଜରଲାଣ୍ଡ, ନ୍ୟୁଜିଲାଣ୍ଡ, ଫିନ୍‌ଲାଣ୍ଡ, ନର୍‌ଓ୍ବେ, ଡେନ୍‌ମାର୍କ, ନେଦରଲାଣ୍ଡ ଓ ଇଂଲଣ୍ଡକୁ ବିବେଚନା କରିଛି। 

ଯେବେ ହିସାବ ମାଗିବେ ଈଶ୍ୱର

ଯେବେ ହିସାବ ମାଗିବେ ଈଶ୍ୱର

ପ୍ରକାଶ ତ୍ରିପାଠୀ

ବିଳାସପୂର୍ଣ୍ଣ ସ୍କୋଡା କାରଟିଏ ଗୁରୁଗାଓଁସ୍ଥିତ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଦ ଆର୍ଥ ସାଭିୟର୍ସ ଫାଉଣ୍ଡେଶନ’ ସମ୍ମୁଖରେ ଅଟକିଲା। କାରରୁ ଓହ୍ଲାଇଲେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଓ ତାଙ୍କ ମା’।

ଅର୍ଥନୀତିର ଦିଗ୍‌ଦର୍ଶକ

ଅର୍ଥନୀତିର ଦିଗ୍‌ଦର୍ଶକ

ଭାରତୀୟ ଅର୍ଥନୀତିକୁ ଦିଗ୍‌ଦର୍ଶନ ଦେବାରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ)ଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ଏହି ପଦବୀରେ ଅବସ୍ଥାପିତ ବ୍ୟକ୍ତି ଅର୍ଥ, ବେପାର ବାଣିଜ୍ୟ  ଏବଂ ଅର୍ଥନୈତିକ ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ସରକାରଙ୍କୁ ଉପଦେଶ ଦେଇଥାଆନ୍ତି।

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ କେବଳ ସ୍ତ୍ରୀମାନେ ନିର୍ଯାତିତ ହୁଅନ୍ତି ନାହିଁ ବରଂ କେତେକ ସ୍ତ୍ରୀ ମଧ୍ୟ ତାଙ୍କ ସ୍ବାମୀଙ୍କୁ ନିର୍ଯାତନା ଦେଇଥାଆନ୍ତି। ଏଥିପାଇଁ ଆମ ଓଡିଶାରେ ମହିଳା କମିଶନ୍‌ ଭଳି ପୁରୁଷ କମିଶନ୍‌ ଗଠନ ପାଇଁ କେତେକ ବ୍ୟକ୍ତି ଓ ସଂଗଠନ ଦାବି କରି ଆସୁଛନ୍ତି। ନିର୍ଯାତିତ ମହିଳାଙ୍କ ସ୍ବର ସମସ୍ତଙ୍କୁ ଶୁଭୁଥିବା ବେଳେ ସ୍ତ୍ରୀ ନିର୍ଯାତିତ ସ୍ବାମୀଙ୍କ ସ୍ବର ପବନରେ ମିଳାଇଯାଏ।  ନିର୍ଯାତିତ ପୁରୁଷ ନିଜ ମନକଥା କେବଳ ମନରେ ହିଁ ମାରିଥାଏ। 

ସ୍ବଚ୍ଛତା ଭେଳିକି

ସ୍ବଚ୍ଛତା ଭେଳିକି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ ଅଧିକାଂଶ କେନ୍ଦ୍ର ସରକାରୀ ଓ୍ବେବ୍‌ସାଇଟ୍‌ ନିଜ ଆଡ଼ୁ ଜନସୂଚନା ପ୍ରକାଶ କରୁନାହାନ୍ତି, ଯାହା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନୁଯାୟୀ ଏକ ବାଧ୍ୟତାମୂଳକ ବ୍ୟବସ୍ଥା। ସିଆଇସିଙ୍କ ଏହି ଅଧ୍ୟୟନରୁ ସ୍ବତଃ ପ୍ରମାଣିତ ଯେ, ସ୍ବଚ୍ଛତା କଥା ମୁହଁରେ କହୁଥିଲେ ମଧ୍ୟ ମୋଦି ସରକାର ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ସାଧାରଣରେ ଯେଉଁ ଅଭିଯୋଗ ଆସୁଛି, ତାହା ସତ୍ୟ। ପୂର୍ବତନ ମୁଖ୍ୟ ସୂଚନା କମିଶନର ଏ.ଏନ୍‌. ତିଓ୍ବାରୀ ଓ...

ଆସ, ସଫଳତାର କାହାଣୀ କହିବା

ଆସ, ସଫଳତାର କାହାଣୀ କହିବା

ସୌମ୍ୟା ପରିଡ଼ା 

କିଛିଦିନ ତଳେ ‘ମୁଲକ୍‌’ ନାମକ ହିନ୍ଦୀ ଫିଲ୍ମଟିଏ ରିଲିଜ୍‌ ହୋଇଥିଲା। ସେ ଫିଲ୍ମର ଶେଷଭାଗ ଆଡ଼କୁ ଜଣେ ଜଜ୍‌ ଗୋଟିଏ କେସ୍‌ର ଶୁଣାଣି କରି କହିଥିଲେ, ଯଦି ଜାତି, ଧମର୍ର୍, ମନ୍ଦିର-ମସଜିଦ୍‌ କି ଅପାରଗପଣ ଆଦି କଥାକୁ ଉଠାଇ କେହି ତମକୁ ଭାଗଭାଗ କରିବାକୁ ଚେଷ୍ଟା କରୁଛି, ତା’ହେଲେ ଜାଣିବ ନିର୍ବାଚନ ପାଖେଇ ଆସିଲା। କଥାରେ ଅଛି ‘ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା’। ହେଲେ ଆମ ଶିଙ୍ଗ କିନ୍ତୁ ସବୁବେଳେ ଫଟା। କାରଣ ଆମ ହିସାବରେ ଆମେ ସବ୍‌ଜାନ୍‌ତା। ନିଜେ କିଛି କାମ କରିବା ...

କାମିନୀ କାଞ୍ଚନ

କାମିନୀ କାଞ୍ଚନ

ଶିବରାମ ଶତପଥୀ

ପୃଥିବୀରେ ଆବହମାନ କାଳରୁ ଆଜିଯାଏ ଯେତେ ମହାସମର ସଂଘଟିତ ହୋଇଛି, ସବୁରି ମୂଳରେ ନିହିତ କାମିନୀ ଅଥବା କାଞ୍ଚନ। ଅପ୍‌ସରା ତିଳୋତ୍ତମାଙ୍କୁ ପତ୍ନୀ ରୂପେ ପାଇବା ପାଇଁ ଦୁଇ ଅଜେୟ ଭାଇ ସୁନ୍ଦ, ଉପସୁନ୍ଦ ପରସ୍ପର ମରାମରି ହୋଇ ମଲେ। ଶୁମ୍ଭନିଶୁମ୍ଭ, ମହିଷାସୁର, ଜଳନ୍ଧର ଆଦି ଅପରାଜେୟ ଦୈତ୍ୟ ପାର୍ବତୀଙ୍କ ରୂପଗୁଣରେ ମୁଗ୍ଧହୋଇ ତାଙ୍କୁ ପାଇବା ପାଇଁ ଯୁଦ୍ଧ କରି ପ୍ରାଣ ହରାଇଲେ। ସୀତାଙ୍କ ଯୋଗୁ ସ୍ବର୍ଣ୍ଣମୟୀ ଲଙ୍କାପୁରୀ ଦଗ୍ଧ ଓ ପରେ ପ୍ରବଳ ପରାକ୍ରମୀ ରାବଣର ବଧ ସମ୍ଭବ ହୋଇପାରିଥିଲା। ରୂପସୀ ରାଣୀ ହେଲେନ୍‌ଙ୍କ ହେତୁ ଟ୍ରୟନଗରୀ ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା। ପୁରାଣ ଓ ଇତିହାସରେ ଏ...

ଏଇ ଭାରତରେ

ଏଇ ଭାରତରେ


ଦେଶରେ ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ବାଦବିବାଦ ଲାଗି ରହିଛି। କେତେକ ସ୍ଥାନରେ ଧର୍ମୀୟ ବିଦ୍ୱେଷ ଦେଖାଦେବା ସହିତ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିହେଉଛି। ଏଥିପାଇଁ ଦେଶରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି ହେଉଥିବା ଅନେକ ଉଦାହରଣ ଅଛି।  କିନ୍ତୁ ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ହିନ୍ଦୁ ବନ୍ଧୁଙ୍କ ମୃତ୍ୟୁରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରିବା ଏକ ନିଆରା ଘଟଣା। ଏପରି ଏକ ...

 ଆଜିର ଅର୍ଥନୀତି/ରେପୋ ଅପରିବର୍ତ୍ତିତ

ଆଜିର ଅର୍ଥନୀତି/ରେପୋ ଅପରିବର୍ତ୍ତିତ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ହାର ୬.୫ ଓ ରିଭର୍ସ ରେପୋ ହାର ୬.୨ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି। କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ହ୍ରାସ ବା ବୃଦ୍ଧି କରିନାହାନ୍ତି। ମୁଦ୍ରାସ୍ଫୀତି ହ୍ରାସ ପାଇବା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ଅନେକ ଅର୍ଥନୈତିକ ବିଶ୍ଳେଷକ ଏହା ହିଁ ଆଶା କରିଥିଲେ। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଖୁସି କରିଛି, କାରଣ ରେପୋ ହାର ବୃଦ୍ଧି ପାଇଥିଲେ ବ୍ୟାଙ୍କଗୁଡ଼ିକୁ ଅଧିକ ଋଣ ପ୍ରଦାନ କରିବାରେ ଅସୁବିଧା ହୋଇଥାନ୍ତା। ତେବେ ରିଜର୍ଭ ବ୍ୟାଙ୍କ ଏପରି ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା ଏବଂ ...

 ନାମ୍ବି: ଆଉ ଜଣେ ଗାଲିଲିଓ

ନାମ୍ବି: ଆଉ ଜଣେ ଗାଲିଲିଓ

ଡ. ରମେଶ ଚନ୍ଦ୍ର ପରିଡ଼ା 

ବୈଜ୍ଞାନିକମାନେ ହିଁ ଏ ଯୁଗର ଋଷି। ସେମାନଙ୍କ ପାଇଁ ଆମେ ଆଜି ସ୍ବାବଲମ୍ବୀ ହୋଇପାରିଛୁ ଖାଦ୍ୟ ଓ ସ୍ବାସ୍ଥ୍ୟଠାରୁ ଆରମ୍ଭକରି ପ୍ରତିରକ୍ଷା, ମହାକାଶ ବା ପରମାଣୁ ଗବେଷଣା ଅଥବା କୃତ୍ରିମ ମେଧା ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରରେ। ତେବେ ଏଠାରେ ସେମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ତାଙ୍କ ଅବଦାନର ଅନୁରୂପ ନୁହେଁ। କାରଣ ସେମାନଙ୍କର ନ ଥାଏ ପ୍ରଶାସନିକ କିମ୍ବା ରାଜନୈତିକ ଶକ୍ତି ଅଥବା ଅର୍ଥବଳ। ସେଥିପାଇଁ ତାଙ୍କୁ ଅନେକ ସମୟରେ ଅବିଚାରର ଶିକାର ହେବାକୁ ପଡ଼େ ଏବଂ ନିଜର ନିର୍ଭୀକତା ଓ ନିରପେକ୍ଷତା ପାଇଁ ମୂଲ୍ୟ ଦେବାକୁ ପଡ଼େ। ଇତିହାସରେ ଗାଲିଲିଓ ଯୁଗରୁ ରହି ଆସିଥିବା ଭୁରି ଭୁରି ଉଦାହରଣ ମଧ୍ୟରୁ ସଦ୍ୟତମ ହେଲେ ନାମ୍ବି ...

 ଟେକାଟିଏ ମାରିଲେ ପଥରଟିଏ ଅଛି

ଟେକାଟିଏ ମାରିଲେ ପଥରଟିଏ ଅଛି

ଡ. ସିଦ୍ଧାର୍ଥ କାନୁନ୍‌ଗୋ

କୌଣସି ଲୋକ ଅନ୍ୟ ପ୍ରତି ଜାଣିଶୁଣି ଅନ୍ୟାୟ କରୁଥିଲେ, ସଚେତନ ଲୋକ ତାକୁ ସତର୍କ କରାଇ କହନ୍ତି- ବାବୁ! ଟେକାଟିଏ ମାଇଲେ ପଥରଟିଏ ଅଛି। ବିଜ୍ଞାନ ମତରେ ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ଅଛି। ଆମେ ଭଲ କର୍ମ କଲେ ତା’ର ଯେପରି ସୁଫଳ ଅଛି, କୁକର୍ମ କଲେ ତା’ର ପ୍ରତିଫଳ ମଧ୍ୟ ପାଇବା। ଏ ଜନ୍ମରେ ନ ହେଲେ ମଧ୍ୟ ଆରଜନ୍ମରେ ଆମେ କରୁଥିବା ପା...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନର ଇଣ୍ଟରନେଟ୍‌ ଯୁଗରେ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବସା ବାନ୍ଧି ରହିଛି। ଏହାକୁ ଦୂର କରିବା ଏତେ ସହଜ ନୁହେଁ। କିନ୍ତୁ ଏଥିପାଇଁ ଯେ କ୍ଷତି ସହିବାକୁ ପଡେ ଏହା ମଣିଷ ଜାଣିପାରେ ନାହିଁ। ଜଣେ ଏଡ୍‌ସ ଆକ୍ରାନ୍ତ ମହିଳା ହ୍ରଦରେ ବୁଡି ଆତ୍ମହତ୍ୟା କରିବା ପରେ  ହ୍ରଦର ସବୁତକ ପାଣି ଶୁଖାଇବା ଉଦ୍ୟମରେ ଅଛନ୍ତି ଗଁା ଲୋକେ। କାରଣ ଏହି ପାଣି କେହି ବ୍ୟବହା...