ସମ୍ପାଦକୀୟ |

ପ୍ରେମିକାଙ୍କ ମଧ୍ୟରୁ ପତ୍ନୀ ଚୟନ

ପ୍ରେମିକାଙ୍କ ମଧ୍ୟରୁ ପତ୍ନୀ ଚୟନ
ନିଖିଳାନନ୍ଦ ପାଣିଗ୍ରାହୀ/ ଆମେ ଏମିତି କେତେଜଣ ଯୁବକଙ୍କ ବିଷୟରେ ଶୁଣୁଛେ, ଯେଉଁମାନଙ୍କର ଅନେକ ଯୁବତୀ ବନ୍ଧୁ (ପ୍ରେମିକା) ଅଛନ୍ତି। ଏମାନଙ୍କ ମଧ୍ୟରେ ଯେଉଁମାନେ ଅବିବାହିତ, ସେମାନେ ହୁଏତ ଚାହୁଁଥିବେ, ଉପରୋକ୍ତ ପ୍ରେମିକାଙ୍କ ମଧ୍ୟରୁ ଜଣକୁ ନିଜର ପତ୍ନୀ ଭାବେ ଗ୍ରହଣ କରିବେ। ଏଥିପାଇଁ ସେମାନେ ନାନାପ୍ରକାର ମାନଦଣ୍ଡ ବିଷୟରେ ଚିନ୍ତା କରୁଥିବେ ଅଥବା ନିଚ୍ଛକ ଭାବପ୍ରବଣତାରେ ବଶୀଭୂତ ହୋଇ ବିବାହ ବେଦିରେ ହାତଗଣ୍ଠି ପକାଇବେ। ତେବେ ଆମ ତରଫରୁ ଆମେ ଚୟନପ୍ରଣାଳୀର ତାଲିକାରେ ଏକ ପନ୍ଥାକୁ ଅନ୍ତର୍ଭୁକ୍ତ କରିବାକୁ ଆଗ୍ରହୀ, ଯାହା ଅନେକଙ୍କୁ ଅଜବ ବା ହାସ୍ୟାସ୍ପଦ ଲାଗିପାରେ। ସେ ଯାହାହେଉ, ଆମେ ଯେଉଁ ବିଷୟରେ ଆଲୋଚନା କରୁଛୁ, ତାହା ହେଉଛି ଛିଙ୍କ। ଛିଙ୍କ ଗୋଟିଏ ନିହାତି ଅଶୁଭ ସୂଚନା ବୋଲି ଅନେକ ବ୍ୟକ୍ତି ମତ ପୋଷଣ କରନ୍ତି। ଏହି ଧରଣର ଅନ୍ଧବିଶ୍ୱାସ କେବଳ ଆମ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଅଛି। ବିଶେଷତଃ ବିଲେଇର ଛିଙ୍କକୁ ସାଧାରଣତଃ ସମସ୍ତେ ଅନାଦର କରିଥାନ୍ତି। ବିବାହର ଦିନକ ଆଗରୁ ଯଦି ବିଲେଇ ଛିଙ୍କିଦିଏ, ତେବେ କନ୍ୟା ପାଇଁ ଏହା ଅଶୁଭ ବୋଲି ଆମେରିକାର କେତେକ ଅଞ୍ଚଳରେ ବିଶ୍ୱାସ କରାଯାଏ। ଯଦି ଘରର ପୋଷା ବିଲେଇ କ୍ରମାନ୍ବୟରେ ତିନିଥର ଛିଙ୍କିଦିଏ, ଉକ୍ତ ପରିବାର ଫ୍ଲୁ ରୋଗରେ ଆକ୍ରାନ୍ତ ହୁଅନ୍ତି ବୋଲି ଜର୍ମାନୀର କେତେକ ମହଲରେ ପ୍ରଚଳିତ। ବିଲେଇକୁ ଏମିତି ବିରଳ ଗୁଣସମ୍ପନ୍ନ ଭାବେ ଚିତ୍ରଣ କରିବା ପଛରେ ମୂଳ କାରଣ ହେଉଛି, ଏହାର ଐଶ୍ୱରିକ ଶକ୍ତି ଥିବାରୁ ଏହା ଏକ ରହସ୍ୟଜନକ ଜନ୍ତୁ। ଆମ ଦେଶରେ ଖୋଦ୍‌ ମଣିଷର ଛିଙ୍କକୁ ମଧ୍ୟ ଲୋକେ ଭୟ କରନ୍ତି। ଯଥା: ତାମିଲନାଡୁ ଓ କେରଳର କିଛି ଅଞ୍ଚଳରେ ଯାତ୍ରା ପୂର୍ବରୁ ନିଜେ କିମ୍ବା ନିକଟସ୍ଥ କୌଣସି ମଣିଷ ଯଦି ଛିଙ୍କିଦିଏ, ତେବେ ସେହି ଯାତ୍ରା ବିଫଳ ହେବା ଆଶଙ୍କାରେ ଯାତ୍ରା ରଦ୍ଦ କରିଦିଆଯାଏ। ଉତ୍ତରଭାରତ ଓ ଓଡିଶାରେ ମଧ୍ୟ ଏମିତି ବିଶ୍ୱାସ ରହିଛି। କିଛି କିଛି ବିଶ୍ଳେଷକଙ୍କ ମତରେ, ଛିଙ୍କ ପ୍ରତି ଆମର ଧାରଣା ପଛରେ ଗୋଟିଏ ପ୍ରମୁଖ କାରଣ ହେଉଛି, ଆମକୁ ଛିଙ୍କ ହଠାତ୍‌ ମାଡେ ଏବଂ ଅପ୍ରତ୍ୟାଶିତ ଭାବେ ଖୁବ୍‌ ଜୋର୍‌ରେ ଶବ୍ଦ କରି ଏହା ନିର୍ଗତ ହୁଏ। ଫଳରେ ଆମ ଲୁଗାପଟା, ଏପରି କି ଆଖପାଖରେ ଥିବା ଭଦ୍ରବ୍ୟକ୍ତିମାନଙ୍କ ଉପରେ ନାକର ମଇଳା ପାଣି ଛିଞ୍ଚାଡି ହୋଇପଡେ। ଏହି ନାସାମଳ କେବଳ ଅନ୍ୟମାନଙ୍କୁ କାହିଁକି, ଆମ ନିଜକୁ ମଧ୍ୟ ଘୃଣ୍ୟ ମନେହୁଏ। ପୁଣି ବେଳେବେଳେ ଏହି ବଦ୍‌ମାସ ଛିଙ୍କ ଏମିତି ଅତର୍କିତ ଆକ୍ରମଣ କରେ ଯେ, ନାକପୁଡା ଆଗରେ ରୁମାଲ ରଖିବାକୁ ମଧ୍ୟ ଆମେ ତର ପାଇ ନ ଥାଉ। କିନ୍ତୁ କେହି କେହି ଜବରଦସ୍ତ ଛିଙ୍କକୁ ରୋକିଦିଅନ୍ତି। ଇଂଲଣ୍ଡର ଇଷ୍ଟ ମିଡଲାଣ୍ଡରେ ଲିସେଷ୍ଟର ସହରରେ ଘଟିଥିବା ଜାନୁୟାରୀ ୨୦୧୮ର ଘଟଣା। ଚଉତିରିଶ ବର୍ଷ ବୟସ୍କ ମିଚେଲିନ ମ୍ୟାନ ନାମକ ଜଣେ ସୁସ୍ଥ ଯୁବକ ହଠାତ୍‌ ଜରୁରୀ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚିଲେ। ତାଙ୍କ ବେକ ମାତ୍ରାଧିକ ଭାବେ ଫୁଲିଯାଇଥିଲା। କିଛି ଖାଇବା ବେଳେ, ଏପରି କି ସାମାନ୍ୟ ଛେପ ଢୋକିବା ସମୟରେ ସେ ଗ୍ରୀବାରେ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ। ପ୍ରଥମେ ସେ ଏହାକୁ ସାମାନ୍ୟ ଥଣ୍ଡାଜନିତ ବେମାର ବୋଲି ମନେକରି ଗୁରୁତ୍ୱ ଦେଇ ନ ଥିଲେ। କିନ୍ତୁ ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ହେଲାନାହିଁ। ସେ ଇଏନ୍‌ଟି ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ। ଡାକ୍ତରମାନେ ମଧ୍ୟ ପ୍ରଥମେ ପ୍ରକୃତ କାରଣ ବୁଝିପାରିଲେ ନାହିଁ। ପରିଶେଷରେ ବିଷୟଟି ସ୍ପଷ୍ଟ ହେଲା। ମିଚେଲିନ ମ୍ୟାନ୍‌ ଏଥିପୂର୍ବରୁ ନିଜ ଛିଙ୍କକୁ ରୋକିଥିଲେ ଜବରଦସ୍ତ। ଏହାର ପରିଣାମରୁ ଏମିତି ଗମ୍ଭୀର ସ୍ଥିତି ଦେଖାଦେଲା। ଅବଶ୍ୟ ସାଧାରଣତଃ ଏମିତି ଦୃଷ୍ଟାନ୍ତ କ୍ୱଚିତ୍‌ ଦେଖିବାକୁ ମିଳେ। ଲଣ୍ଡନ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଲୁଇସାମ ହସ୍ପିଟାଲର ଇଏନ୍‌ଟି ବିଭାଗୀୟ ମୁଖ୍ୟ ଡାକ୍ତର ଆନ୍ଥୋନି ଆଇମାର୍ଟ ପ୍ରସିଦ୍ଧ ‘ବିଏମ୍‌ଜେ କେସ୍‌ ରିପୋଟର୍‌ସ’ ଜର୍ଣ୍ଣାଲରେ ଏହି ଘଟଣା ଉପସ୍ଥାପନ କରିଛନ୍ତି। ସେଥିରେ ଜଣେ ବ୍ୟକ୍ତି ଯଦି ପାଟି ଓ ନାକପୁଡାକୁ ଚିପିଧରି ଜବରଦସ୍ତ ଛିଙ୍କ ରୋକିଦିଏ ପରବର୍ତ୍ତୀ କାଳରେ ତା’ ଅବସ୍ଥା ସାଂଘାତିକ ହୋଇଯାଏ। ଏହି କାରଣରୁ ହିଁ ମିଚେଲିନ୍‌ ମ୍ୟାନଙ୍କୁ ସାତଦିନ ଯାଏ ଚିକିତ୍ସିତ ହେବାକୁ ପଡିଲା। ଆମେ ଜାଣିବା ଦରକାର ଯେ, ଛିଙ୍କର ମୌଳିକ ଉଦ୍ଦେଶ୍ୟ ହେଉଛି କ୍ଷତିକାରକ ଭାଇରସ୍‌ ଓ ବ୍ୟାକ୍ଟେରିଆକୁ ଶରୀରରୁ ବିତାଡ଼ନ କରିବା। ଡାକ୍ତରୀ ଦୃଷ୍ଟିରୁ ଏହା ଅତ୍ୟନ୍ତ ଉପକାରୀ। ନ ହେଲେ ଶରୀରର ସୁସ୍ଥ ଅଙ୍ଗମାନ ଚାପଗ୍ରସ୍ତ ହୁଅନ୍ତି ଏବଂ ପାର୍ଶ୍ୱ ପ୍ରତିକ୍ରିୟାରୁ ବେଳେବେଳେ ବିଗିଡି ଯାଆନ୍ତି। ପୁଣି ବନ୍ଦ ଛିଙ୍କରୁ ସୃଷ୍ଟି ହୋଇଥିବା ଅତିରିକ୍ତ ବାୟୁ ଶରୀର ମଧ୍ୟରେ ଶୋଷିତ ହୋଇ ଜମା ହେବାରୁ ତାହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ତେଣୁ ଡାକ୍ତରୀ ପରାମର୍ଶ ହେଉଛି ଯେତେ ଜୋରରେ ଛିଙ୍କିପାରୁଛ, ଛିଙ୍କ। ତାହା ସ୍ବାସ୍ଥ୍ୟ ଦୃଷ୍ଟିରୁ ସ୍ବାଗତଯୋଗ୍ୟ। ଗୋଟିଏ ଆକଳନ ଅନୁଯାୟୀ ଛିଙ୍କିବା ସମୟରେ ପ୍ରତି ଘଣ୍ଟାରେ ଅଶୀ କିଲୋମିଟର ବେଗରେ ବାୟୁ ବାହାରକୁ ଆସିଥାଏ। ଏହାକୁ ମାଡିମକଚି ଜବରଦସ୍ତ ବନ୍ଦ କଲେ ରୁଦ୍ଧ ବାୟୁର ଚାପରେ ବେକ କ୍ଷତିଗ୍ରସ୍ତ ହୋଇ ଏକ ଅଜବ ଶବ୍ଦତରଙ୍ଗ ପଞ୍ଜରା ହାଡ ଆଡକୁ ମାଡି ଚାଲେ। ସୁସ୍ଥ ବ୍ୟକ୍ତିର ଛାତିକୁ ଘେରି ରହିଥିବା ହାଡର ଉପରୋକ୍ତ ଆବରଣ ଏତାଦୃଶ ଅସୁବିଧାର ସମ୍ମୁଖୀନ ହେବା ପଛରେ କାରଣ ହେଉଛି, ଛାତିରେ ବୁଦ୍‌ ବୁଦ୍‌ର ପ୍ରବେଶ। ଫଳରେ ଆମେ ସଂକ୍ରମଣ ଓ ଅନ୍ୟ ଜଟିଳତାର ଶିକାର ହେଉ। ତେଣୁ ଡାକ୍ତରଖାନାରେ ରୋଗୀକୁ ଖାଦ୍ୟନଳୀରେ ଖାଇବାକୁ ଦିଆଯିବା ସହ ଆଣ୍ଟିବାଇଓଟିକ ଔଷଧ ସେବନ କରିବାକୁ ପଡିଥାଏ। ଏହି ମତ ସହ ଆମେରିକାର ଟେକ୍ସାସ ସ୍ବାସ୍ଥ୍ୟ-ବିଜ୍ଞାନ କେନ୍ଦ୍ରର ଗ୍ରୀବା ସର୍ଜନ ଓ ବିଭାଗୀୟ ମୁଖ୍ୟ ଡାକ୍ତର ଜି ୟାଙ୍ଗ ଜିଆଙ୍ଗ ସହମତ ହୋଇଛନ୍ତି। ତାଙ୍କ ନିଜର ଅଭିଜ୍ଞତାକୁ ଉଦ୍ଧାର କରି ସେ ଜଣାଇଛନ୍ତି ଯେ, ଏହି ସମସ୍ୟା ଯଦିଚ କ୍ୱଚିତ୍‌ ଘଟିଥାଏ, ତଥାପି ପ୍ରତିବର୍ଷ ଜଣେ ଦୁଇଜଣ ଏହାର ଶିକାର ହୋଇଥାନ୍ତି। ଏହାର ମୂଳ କାରଣ ହେଉଛି ସ୍ବାସ୍ଥ୍ୟ ସମ୍ପର୍କିତ ଆମ ଅଜ୍ଞତା ଏବଂ ଛିଙ୍କଜନିତ କର୍କଶ ଶବ୍ଦ ଓ ଶ୍ଳେଷ୍ମା ପ୍ରତି ଆମ ତୀବ୍ର ଅଶ୍ରଦ୍ଧା ଓ ଦ୍ୱେଷ। ତାଙ୍କ ମତ ହେଉଛି ଯେ, ପ୍ରବଳ ଛିଙ୍କ ଏତେଦୂର ଶକ୍ତିଶାଳୀ ଯେ, ବେକରେ ଗୁଳି ବାଜିଲେ ଯେଉଁ ଆଘାତଜନିତ ଟ୍ରମା ଜନ୍ମିଥାଏ, ତାହା ସହ ଏହା ତୁଳନୀୟ। ଏପରି କି ଏଥିରେ ଫୁସ୍‌ଫୁସ୍‌ର କାର୍ଯ୍ୟକ୍ଷମତା ଘୋର ବାଧାପ୍ରାପ୍ତ ହୁଏ। ଧରାଯାଉ, ପ୍ରେମିକ ଯୁବକଟି ପ୍ରେମିକା ନିକଟରେ ଥିବାବେଳେ ତାଙ୍କୁ ଛିଙ୍କ ମାଡିଲା। ସ୍ବାସ୍ଥ୍ୟ ଦୃଷ୍ଟିରୁ ସେ ଏହାକୁ ଦେହ ଭିତରେ ଚାପି ରଖିବା ଅନୁଚିତ। ଛିଙ୍କ ହଠାତ୍‌ ଆସୁ ଆସୁ ନାକ ଓ ପାଟି ଆଗରେ ରୁମାଲ ବା ହାତ ପାପୁଲି ଦେଖାଇବା ପାଇଁ ସାମାନ୍ୟ ଫୁର୍‌ସତ୍‌ଟିଏ ପାଇବା ପୂର୍ବରୁ ଛିଙ୍କ ତା’ର ପରାକ୍ରମ ଦେଖାଇବା ଅସ୍ବାଭାବିକ ନୁହେଁ। ଫଳରେ ନାକରୁ ନିର୍ଗତ ଶ୍ଳେଷ୍ମା ପ୍ରେମିକାର ମୁହଁକୁ ଛାଇଯିବ। ଯଦି ଏଥିପ୍ରତି ଖାତିର ନ କରି ପ୍ରେମିକା ସହାସ୍ୟବଦନରେ ପ୍ରେମିକକୁ ପୂର୍ବବତ୍‌ ପ୍ରେମ କରେ ଏବଂ ତା’ ମନରେ ଲେଶ ମାତ୍ର ଘୃଣା ନ ରହେ, ସେ ପତ୍ନୀ ହେବାକୁ ଯୋଗ୍ୟା। ପତ୍ନୀ ହେଉଛି ସାରା ଜୀବନରେ ସୁଖଦୁଃଖର ସାଥୀ। ସୌଭାଗ୍ୟ ବେଳେ ଅନୁକୂଳ ମାନସିକତା ପୋଷଣ କରିବା ସହ ଦୁର୍ଭାଗ୍ୟ ସମୟରେ କଷ୍ଟ ସ୍ବୀକାର କରି ପତିଦେବଙ୍କୁ ସହାୟତା ଦେବା ଦରକାର। ଯେଉଁ ପ୍ରେମିକା ଏହା ହୃଦୟଙ୍ଗମ କରି ଖୋଲା ଛିଙ୍କୁଥିବା ସ୍ବାମୀଙ୍କ ବିପଦ ବିଷୟରେ ଅବଗତ ହୁଏ, ସେ ଧନ୍ୟା। ସେହିପରି ଯଦି ଜଣେ ପ୍ରେମିକା ନିଜ ପ୍ରେମିକର ଶରୀର ଆଡକୁ ଛିଙ୍କି ପ୍ରେମିକପ୍ରବରଙ୍କୁ ନାସାମଳରେ ଆଚ୍ଛାଦିତ କରେ, ସେତେବେଳେ ପ୍ରେମିକଟି ଛିଃ ଛିଃ କହି ନାକ ଟେକି ଦୌଡି ପଳାଇଲେ ସମ୍ପର୍କ ତୁଟିଯିବ। ସେ ପ୍ରେମିକାର ଏହି ମଳକୁ କାୟମନୋବାକ୍ୟରେ ସ୍ବାଗତ କରିବା ଯଥାର୍ଥ। ଭଲ ହେବ, ସେ ଯଦି ସେଇ ସିଙ୍ଘାଣିକୁ ବହଳ ଚନ୍ଦନର ଲେପ ପରି ମନେ କରିବ। ତତ୍‌ସହ ତା’ ମୁହଁରେ ପ୍ରସନ୍ନତା ଉକୁଟିବା ଆବଶ୍ୟକ, ଯେଉଁଥିରେ ସ୍ପଷ୍ଟ ହେଉଥିବ ଯେ ‘ଯିଏ ଯାହାକୁ ରସେ, ତାକୁ କିଆଫୁଲ ପରି ବାସେ।’ (ବ୍ରହ୍ମପୁର, ମୋ- ୯୪୩୭୦୨୬୬୫୧)
All Right Reserved By

ସମ୍ପାଦକୀୟ |

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା