ସମ୍ପାଦକୀୟ |

ସମ୍ପର୍କର ରଜ୍ଜୁ

ସମ୍ପର୍କର ରଜ୍ଜୁ
ରାଧାମୋହନ ମହାପାତ୍ର/ ଏବେ ଯାତାୟାତ ପାଇଁ ସର୍ବସାଧାରଣ ବସ ସଂଖ୍ୟା ବୃଦ୍ଧି ପାଇଥିଲେ ହେଁ ଆବଶ୍ୟକତାଠାରୁ କମ୍‌। ଦିନେ ସର୍ବସାଧାରଣ ବସ୍‌ରେ ବସି ମୁଁ ସମ୍ବଲପୁରରୁ ରାଉରକେଲା ଯାତ୍ରା କରୁଥିଲି। ଯାତ୍ରୀବହୁଳ ଯାନର ମଝାମଝି ଦୁଇଟିକିଆ ସିଟ୍‌ର କାଚଝର୍କାକୁ ଲାଗି ମୁଁ ବସିଥିଲି। ମୋ ଆଗରେ ଅନ୍ୟ ଦୁଇଟି ସିଟ୍‌ ଅଧିକାର କରିଥାନ୍ତି ଦୁଇଜଣ ମଧ୍ୟବୟସୀ ସୁବେଶିନୀ ସୁନ୍ଦରୀ ମହିଳା। ବସ୍‌ ମଧ୍ୟରେ ଅନେକ ଯାତ୍ରୀ ଖୁନ୍ଦାଖୁନ୍ଦି ହୋଇ ଉପର ରେଲିଂକୁ ଧରି ଛିଡା ହୋଇ ଯାତ୍ରା କରୁଥାନ୍ତି। ଉକ୍ତ ମହିଳାଦ୍ୱୟଙ୍କ ପାଖକୁ ଲାଗି ଛିଡା ହୋଇଥାନ୍ତି ଜଣେ ତରୁଣ ଯୁବକ ଓ ଜଣେ ଧୋତିପଞ୍ଜାବି ପିନ୍ଧା ବୃଦ୍ଧ। ଦିନବେଳ, ଗ୍ରୀଷ୍ମକାଳ। ଆକାଶରୁ ଅଗ୍ନି ବର୍ଷୁଛି। ପରବର୍ତ୍ତୀ ରହଣି ସ୍ଥାନରେ ଗାଡି ଅଟକିଲା ଓ ଆଗ ଯୁଗ୍ମ ସିଟ୍‌ର ଜଣେ ମହିଳା ଓହ୍ଲାଇଗଲେ ଏବଂ ବୃଦ୍ଧ ଜଣକ ଝାମ୍ପିଗଲେ ଖାଲି ସିଟ୍‌ଟିକୁ ଅଧିକାର କରିବା ପାଇଁ। କିନ୍ତୁ ଯୁବକ ଜଣକ ଉଦ୍ୟତ ହେଲା ସେଇ ସିଟ୍‌କୁ ଅଧିକାର କରିବା ପାଇଁ। ଚାଲିଲା ଯୁକ୍ତିତର୍କ, ବାକ୍ୟ ବିନିମୟ। ଯୁବକ: ଏହି ସିଟ୍‌ରେ ମୁଁ ବସିବା ଉଚିତ କାରଣ ଅନ୍ୟ ସିଟ୍‌ର ଅଧିକାରିଣୀ ମୋ ଭଉଣୀ। ଭଉଣୀ ସହିତ ଭାଇ ବସି ଯାତ୍ରା କରିବା ଅସଂଗତ ନୁହେଁ। ବୃଦ୍ଧ: ମହିଳା ଜଣକ ମୋ କନ୍ୟା ସମାନ। ପୁତ୍ରୀ ସହିତ ପିତା ବସି ଯାତ୍ରା କରିବା ଅଧିକ ନ୍ୟାୟସଙ୍ଗତ। ପୁଣି ମୁଁ ବୃଦ୍ଧ। ସେମାନଙ୍କ ଧ୍ୟାନାକର୍ଷକ ତର୍କବିତର୍କ ମୁଁ ଆଗ୍ରହର ସହିତ ଶୁଣୁଥିଲି। ଚଳନ୍ତା ଯାନ ଚାଲିଥିଲା ତା’ ଚିରାଚରିତ ବେଗରେ ଓ ପୁନଶ୍ଚ ଗାଡି ଅଟକିଲା କିଛି ଯାତ୍ରୀ ଓହ୍ଲାଇବା ଓ ଚଢିବା ଉଦ୍ଦେଶ୍ୟରେ ଏବଂ ମହିଳା ଜଣକ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିଯାଇଥିବାରୁ ଓହ୍ଲାଇଗଲେ ଓ ଦୁଇଟି ସିଟ୍‌ ଖାଲି ପଡିଗଲା। ଆଉ ବାକ୍ୟ ବିନିମୟ ନ କରି ଉଭୟ ବୃଦ୍ଧ ଓ ଯୁବକ ଲାଗିଲୁଗି ବସିଗଲେ ଏବଂ ମୁହଁ ଚାହାଁଚୁହିଁ ହେଲେ। ଓହ୍ଲାଇବା ବେଳେ ବିଦାୟୀ ମହିଳା ଉଭୟଙ୍କ ପ୍ରତି ଟିପ୍ପଣୀ ଦେଲେ- ”ଆପଣ ମୋର ପିତା। ଯୁବକ ମଧ୍ୟ ମୋର ଭାଇ ଯାହା ଆପଣ ଦୁହେଁ ବାକ୍ୟ ବିନିମୟରେ ସ୍ବୀକାର କରିଛନ୍ତି। ତେଣୁ ଆପଣଙ୍କ ସମ୍ପର୍କ ପିତା ଓ ପୁତ୍ରର। ସାମାନ୍ୟ କଥା ପାଇଁ ପିତା ଓ ପୁତ୍ର ମଧ୍ୟରେ କଳହ ସ୍ପୃହଣୀୟ ନୁହେଁ। ଏଥର ଉଭୟ ବାପ ଓ ପୁଅ ଆରାମରେ ବସି ଯାତ୍ରା କରନ୍ତୁ।“ ଉଭୟେ ଚକିତ ବଦନରେ ମହିଳାଙ୍କ ମୂଲ୍ୟବାନ ଚିପ୍ପଣୀ ଅନୁଶୀଳନ କରୁଥିଲେ। ବୃଦ୍ଧ ଜଣକ କହିଲେ, ଝିଅଟିର କଥା କେତେ ମୂଲ୍ୟବାନ! ଏ ଦୁନିଆରେ ଆମେ ସମସ୍ତେ ସମ୍ପର୍କ ରଜ୍ଜୁରେ ବନ୍ଧା ନୁହେଁ କି? ସ୍ରଷ୍ଟାଙ୍କର ଏ ଦିବ୍ୟ ସୃଷ୍ଟିରେ ପଶୁ-ପକ୍ଷୀ, ବୃକ୍ଷଲତା, ମାଟି-ପଥର ସମସ୍ତେ ପରସ୍ପର ସମ୍ପର୍କିତ ଓ ନିର୍ଭରଶୀଳ। ମୁଁ ବୁଢାଟିଏ ହେଲେ ବି ଏ କଥା ବୁଝିପାରୁନି। ତୁମ ମନରେ ଦୁଃଖ ଦେଇଥିବାରୁ ମୋତେ କ୍ଷମା କରିଦିଅ ବାବା। ବୃଦ୍ଧଙ୍କର ଆଖିକୋଣ ଲୁହରେ ଜକେଇଆସିଲା। ଯୁବକ ଜଣକ ବୃଦ୍ଧଙ୍କ ପାଦ ଧରିପକାଇ କହିଲେ- ମଉସା, ଭୁଲ୍‌ ମୋର, ଆପଣଙ୍କୁ ବିନା ତର୍କ ବିତର୍କରେ ସିଟ୍‌ଟି ଛାଡିଦେବା ମୋର କର୍ତ୍ତବ୍ୟ ଥିଲା। ବରଂ ମୋତେ କ୍ଷମା କରିିଦିଅନ୍ତୁ। ଆପଣ କାହିଁକି ମନ ଦୁଃଖ କରୁଛନ୍ତି? ମୁଁ ମଧ୍ୟ ଶପଥ କରୁଛି, ମୋ ଜୀବନରେ ସମସ୍ତଙ୍କୁ ସମ୍ପର୍କ ଡୋରିରେ ବାନ୍ଧିବାକୁ ଚେଷ୍ଟା କରିବି। ଏଥରକ ବୃଦ୍ଧ ଯୁବକଙ୍କୁ କୋଳେଇନେଲେ। ମାନବ ଏକ ସାମାଜିକ ପ୍ରାଣୀ। ଆମେ ସମସ୍ତେ ସମାଜ, ପରିବାର, ରାଜ୍ୟ ଓ ଦେଶ ନିକଟରେ ଋଣୀ। ଆମର ସଫଳ ଜୀବନ ନିର୍ବାହରେ ସମସ୍ତଙ୍କର ଭୂମିକା ରହିଛି। ପରିବେଶ ଓ ସମାଜର ବିନା ସହଯୋଗରେ ଆମର ବଞ୍ଚିବା ଦୁର୍ବିଷହ ହୋଇପଡିବ। ଆମର ବୌଦ୍ଧିକ ବିକାଶ, ଆବେଗିକ ଅବସ୍ଥା ଓ ଚାପ ସହନ ଶକ୍ତି ଇତ୍ୟାଦି ମଧ୍ୟ ପରିବେଶ ଓ ସମ୍ପର୍କମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ। ସମ୍ପର୍କ ଏକ ଦର୍ପଣ ପରି। ଦର୍ପଣ ସମ୍ମୁଖରେ ରହିଥିବା ବସ୍ତୁମାନଙ୍କର ନିଜର ପ୍ରତିଫଳନ ହେଲା ପରି ସମ୍ପର୍କ ମାଧ୍ୟମରେ ଆମର ନିଜର ଗୁଣ ଓ ଚରିତ୍ର ପ୍ରକାଶ ପାଇଥାଏ। ଅଗ୍ନି ସମ୍ପର୍କରେ ନ ଆସିଲା ପର୍ଯ୍ୟନ୍ତ କର୍ପୂର ଖଣ୍ଡର ଦହନ ଶକ୍ତି ପ୍ରକାଶ ପାଇ ନ ଥାଏ। କ୍ରୋଧ ପ୍ରକାଶ ନ ପାଇଲେ ନିଜକୁ ଠିକ୍‌ ଭାବେ ଜାଣିବା ସମ୍ଭବ ହୋଇ ନ ଥାଏ। ଆମର ଅନେକ ପ୍ରକାର ବଦଗୁଣ ବା ସଦ୍‌ଗୁଣ ଲୁକ୍କାୟିତ ଅବସ୍ଥାରେ ଥାଆନ୍ତି। ଉପଯୁକ୍ତ ପରିବେଶ ପାଇଲେ ସେମାନେ ପ୍ରକାଶିତ ହୁଅନ୍ତି। ପରିବେଶ ବା ସମ୍ପର୍କ ପ୍ରତି ସଚେତନ ରହିବା ହିଁ ନିଜକୁ ସଜାଡିନେବାର ଉପଯୁକ୍ତ ପନ୍ଥା, ଯେମିତି ସେଦିନ ବୃଦ୍ଧ ଓ ଯୁବକ ପରିସ୍ଥିତିକୁ ସଜାଡି ନେବାରେ ନିଜ ନିଜ ସଦ୍‌ଗୁଣ ଓ ଦୁର୍ଗୁଣ ବୁଝିପାରିଥିଲେ। ପିଲାର ଛୋଟ ଭୁଲ୍‌ଟିକୁ ନ ସହି ଯଦି ଆମେ ବିରକ୍ତ ହେବା, ତେବେ ସେ ତା’ର ଭୁଲ୍‌କୁ ଲୁଚାଇବସିବ, ଯଦ୍ଦ୍ବାରା ଆଗକୁ କିଛି ବଡ ଭୁଲ୍‌ ହେବାର ଆଶଙ୍କା ଉତ୍ପନ୍ନ ହେବ। ଆମେ ଅସହିଷ୍ଣୁ ହେଲେ ପିଲାମାନଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ। ଅତଏବ ସମ୍ପର୍କର ଠିକ୍‌ ପରିଚାଳନା ଦ୍ୱାରା ଆମେ ନିଜେ ଲାଭବାନ ହେବା ସହିତ ଆମ ସମାଜ ଓ ପରିବାର ଶୃଙ୍ଖଳିତ ହୋଇପାରିବ। ମାନବେତର ପ୍ରାଣୀଠାରୁ ମଣିଷ ପାଖରେ କିଛି ଅଧିକ ସଦ୍‌ଗୁଣ ରହିଥିବାରୁ ସମ୍ପର୍କ ରଜ୍ଜୁର ଠିକ୍‌ ପରିଚାଳନା ଆମ ଦ୍ୱାରା ସମ୍ଭବ ହୋଇପାରିବ। ସମ୍ପର୍କର ରଜ୍ଜୁକୁ ଅତୁଟ ରଖିବା ନିମନ୍ତେ ଧୈର୍ଯ୍ୟ ଓ ସହନଶୀଳତା ହେଉଛି ଅତ୍ୟନ୍ତ ପ୍ରଭାବୀ ମନ୍ତ୍ର। (ଭୁବନେଶ୍ୱର, ମୋ-୯୮୬୧୧୮୯୯୩୬)
All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କର ଏକ ବୃହତ୍‌ ନୀତିଗତ ପଦକ୍ଷେପ ସ୍ବରୂପ ତିନୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଯୋଡ଼ି ଭାରତର ତୃତୀୟ ବୃହତ୍ତମ ବ୍ୟାଙ୍କ କରିବା ଲାଗି ସୋମବାର ଘୋଷଣା କରିଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା (ବିଓବି), ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ। ୨୦୧୮ ମାର୍ଚ୍ଚ ମାସର ତଥ୍ୟ ଅନୁସାରେ ଏହି ସମ୍ମିଳିତ ବ୍ୟାଙ୍କର ବଜାର ଅଂଶ ହେଉଛି ଜମା କ୍ଷେତ୍ରରେ ୭.୨ ପ୍ରତିଶତ ଓ ଋଣ ପ୍ରଦାନ କ୍ଷେତ୍ରରେ ୬.୮ ପ୍ରତିଶତ। ଫଳରେ ଜମା କ୍ଷେତ୍ରରେ ଏହା ଦେଶର ଦ୍ୱିତୀୟ ଏବଂ ଋଣ ପ୍ରଦାନ କ୍ଷେତ୍ରରେ ତୃତୀୟ ବୃହତ୍ତମ ବ୍ୟାଙ୍କରେ ପରିଣତ ହେବ। ପୁଣି ଏହି ମିଶ୍ରିତ ବ୍ୟାଙ୍କର ସାରା ଦେଶରେ ପ୍ରାୟ ୯୫୦୦ ଶାଖା ଥିବାରୁ ଏ କ୍ଷେତ୍ରରେ ଏ...

ପାକିସ୍ତାନର ଭବିଷ୍ୟତ

ପାକିସ୍ତାନର ଭବିଷ୍ୟତ

ଶରତ ଚନ୍ଦ୍ର ମିଶ୍ର

ଆନ୍ତର୍ଜାତିକ ମାନଦଣ୍ଡ, ଆୟତନ ଓ ଲୋକସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ଏକ ମଧ୍ୟମବର୍ଗର ବିକାଶଶୀଳ ରାଷ୍ଟ୍ର। ଏହାର ମାନବ ସମ୍ପଦ ସୁଗଠିତ, ବଳବାନ୍‌ ଓ ଦେଶ ଉତ୍ତମମାନର ସୈନିକ, ଚାଷୀ ଓ କାରିଗରରେ ଭରପୂର। ପଞ୍ଜାବ ପ୍ରଦେଶରେ ଜଳସେଚିତ ଜମି, ସିନ୍ଧୁନଦୀ ଓ ତାହାର ଶାଖାନଦୀ, ବେଲୁଚିସ୍ତାନର ଖଣିଜ ସମ୍ପଦ ଓ ପ୍ରାକୃତିକ ଗ୍ୟାସ, ଉତ୍ତରାଞ୍ଚଳର ପ୍ରାକୃତିକ ଦୃଶ୍ୟ, ଗିରିଶୃଙ୍ଗ, କରାଚୀର ବ୍ୟବସାୟିକ ପରମ୍ପରା, ଆରବ ସାଗର ସନ୍ନିହିତ ସୁଦୀର୍ଘ ଉପକୂଳର ଅବସ୍ଥିତି ହେତୁ ପାକିସ୍ତାନ ଏକ ସମୃଦ୍ଧିଶାଳୀ ଓ ଆକର୍ଷଣୀୟ ରାଷ୍ଟ୍ର ହେବାର ସମସ୍ତ ଉପାଦାନ ପ୍ରାପ୍ତ ହୋଇଛି। ବାଂଲାଦେଶ ମୁକ୍ତିଯୁଦ୍ଧ (୧୯୭୧)ରେ ଦେଶ ଦ୍ୱିଖଣ୍ଡିତ ହେବା ପର୍ଯ୍ୟନ୍ତ, ପାକିସ୍ତାନ ବିଶ୍ୱର ...

ଶହୀଦ ଇମାମ ହୁସେନ

ଶହୀଦ ଇମାମ ହୁସେନ

ଇଂ. ରୌଶନ ଖାନ୍‌

ମାନବିକତାର ସୁରକ୍ଷା ପାଇଁ ଯେଉଁମାନେ ଈଶ୍ୱରଙ୍କ ପଥରେ ଜୀବନ ଉତ୍ସର୍ଗ କରନ୍ତି ଓ ଦେଶମାତୃକାକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଯୁଦ୍ଧ କରି ପ୍ରାଣବଳି ଦେଇଥାନ୍ତି, ସେମାନଙ୍କୁ ‘ଶହୀଦ’ କୁହାଯାଏ। ସେହିପରି ଜଣେ ଦେବପୁରୁଷ ଥିଲେ ହଜରତ ଇମାମ୍‌ ହୁସେନ। ସେ ଇରାକର କରବଲା ମୈଦାନରେ ଯୁଦ୍ଧ କରି ୬୧ ହିଜିରିି ମହରମ ୧୦ ଦିନ ଶହୀଦ ହୋଇଥିଲେ। ସେ ହେଉଛନ୍ତି ହଜରତ ମହମ୍ମଦଙ୍କ ନାତି ଓ ଚତୁର୍ଥ ଖଲିଫା ହଜରତ ଅଲ୍ଲିଙ୍କ ପୁତ୍ର।...

ଏଇ ଭାରତରେ

ଏଇ ଭାରତରେ

କୌଣସି ବ୍ୟକ୍ତିକୁ ଶାରୀରିକ ନିର୍ଯାତନା ଦେଲେ ତାହାର ପରିଣତି ଭୋଗିବାକୁ ପଡ଼େ। ଜଣେ ୫୦ବର୍ଷୀୟ ମହିଳାଙ୍କୁ ତାଙ୍କ ଭାଇ ଓ ଭାଉଜ ୨ବର୍ଷ ଧରି ଘରେ ଅଟକ ରଖିବା ସହିତ ଭୋକ ଉପାସରେ ବଞ୍ଚତ୍ବାକୁ ଦେଉଥିଲେ। ଏହାର ପରିଣାମ ସ୍ବରପ ୨ଜଣଙ୍କୁ ଗିରଫ ,...

ଓମେଗା-୩ ଓ ମିଥ୍ୟା ପ୍ରଚାର

ଓମେଗା-୩ ଓ ମିଥ୍ୟା ପ୍ରଚାର

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରତି କିଛି ବର୍ଷ ବ୍ୟବଧାନରେ ଗୋଟିଏ କମ୍ପାନୀ ତା’ର ମାର୍କେଟିଂ ରଣକୌଶଳ ହିସାବରେ ପ୍ରଚାର କରେ ଯେ ଏକ ନୂତନ ସୁପରଫୁଡ୍‌ ଜନ୍ମଲାଭ କରିଛି। ବର୍ତ୍ତମାନ ବହୁ ବିଜ୍ଞାପିତ ସେପରି ଏକ ସୁପରଫୁଡ୍‌ ହେଉଛି Matcha tea ବା ମାଚା ଚା, ଯାହା ମେଦବହୁଳତା, ଡାଇବେଟିସ୍‌, ଆଣ୍ଠୁଗଣ୍ଠି ବାତ ପ୍ରଭୃତି ସବୁ ସମସ୍ୟାର ସମାଧାନ କରିପାରୁଛି ବୋଲି କୁହାଯାଉଛି। ଏହା କିନୁଆ, ଚିଆ ମଞ୍ଜି, ଲେହ କୋଳି, ବ୍ରାଜିଲ ନଟ୍‌, ବ୍ଲୁବେରୀ, ହଳଦୀ, ସ୍ପିରୁଲିନା, ଗୋଜି ବେରୀ, କଳା ଚକୋଲେଟ୍‌, ରେଡ୍‌ ଓ୍ବା...

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଡ. ସୁବାସ ଚନ୍ଦ୍ର ପାତ୍ର

ପ୍ରଖ୍ୟାତ ଇଂରେଜୀ କବି ଜନ୍‌ ଡନ୍‌ଙ୍କର ଏକ କବିତା ଅଛି- ‘କାହା ପାଇଁ ବାଜେ ଏ ଘଣ୍ଟା’। କୌଣସି ମଣିଷର ମୃତ୍ୟୁର ସୂଚନା ହିସାବରେ ବାଜୁଥିବା ଗୀର୍ଜାର ଘଣ୍ଟା ପ୍ରସଙ୍ଗରେ କୁହାଯାଇଛି ଯେ, ଏ ଘଣ୍ଟା ଯାହା ପାଇଁ ବି ବାଜୁନା କାହିଁକି ମନେରଖ ଏ ଘଣ୍ଟା ତୁମ ପାଇଁ ହିଁ ବାଜୁଛି, କାରଣ ତାଙ୍କ ମୃତ୍ୟୁଠୁ ତୁମ ମୃତ୍ୟୁ ବେଶି ଦୂର ନୁହେଁ। ଗୀର୍ଜାର ଘଣ୍ଟା ପରି ଆମ କଲେଜଗୁଡ଼ିକରେ...

ଧର୍ମ ଜୀବନର ରକ୍ଷାକବଚ

ଧର୍ମ ଜୀବନର ରକ୍ଷାକବଚ

ଶିବରାମ ଶତପଥୀ

ଗୀତାରେ ଅଛି, ‘ସ୍ବଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍‌।’ ଅର୍ଥାତ୍‌ କରିଥିବା ସାମାନ୍ୟତମ ଧର୍ମ ମଧ୍ୟ ସମୟ ପଡ଼ିଲେ ପ୍ରାଣୀକୁ ବଡ଼ ଭୟ (ମୃତ୍ୟୁଭୟ)ରୁ ରକ୍ଷାକରେ। ତେବେ ଏହି ଧର୍ମ କ’ଣ? ମହାଭାରତ ବନପର୍ବରେ ଯକ୍ଷ (ଛଦ୍ମବେଶୀ ଧର୍ମ)ଙ୍କ ପ୍ରଶ୍ନ (କଃ ପନ୍ଥାଃ)ର ଉତ୍ତରରେ ଯୁଧିଷ୍ଠିର କହିଥିଲେ- ନାନା ମୁନିଙ୍କର ନାନା ମତ। ସେହିପରି ବେଦ ମଧ୍ୟ ଗୋଟିଏ ନୁହେଁ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ...

ଏଇ ଭାରତରେ

ଏଇ ଭାରତରେ

ଅପରାଧୀଙ୍କୁ କାବୁ କରିବାକୁ ପୋଲିସ କର୍ମଚାରୀଙ୍କୁ ନୂଆ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ବିଶେଷକରି ମହିଳା କର୍ମଚାରୀଙ୍କୁ ଏନେଇ ସ୍ବତନ୍ତ୍ର ତାଲିମ୍‌ ପ୍ରଦାନ କରାଯାଉଛି। କିପରି କମ୍‌ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅଭିଯୁକ୍ତଙ୍କୁ କୋର୍ଟକୁ ଏସ୍‌କର୍ଟ କରି ...

ସମ୍ପାଦକୀୟ/ମୁକ୍ତ କରନାହିଁ

ସମ୍ପାଦକୀୟ/ମୁକ୍ତ କରନାହିଁ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ସମସ୍ତ ୭ ଦୋଷୀଙ୍କୁ ମୁକ୍ତ କରିବା ଲାଗି ନିକଟରେ ତାମିଲନାଡୁ ସରକାର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସଂକ୍ରାନ୍ତ ଏକ ସଂକଳ୍ପକୁ ଗୃହୀତ କରିଥିଲା। ଏଥିରେ ...

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ସମ୍ପନ୍ନା ପାତ୍ର

ବର୍ଷତମାମ ଆମ୍ଭେମାନେ ଜାତୀୟ ହେଉ ବା ଆଞ୍ଚଳିକ ସ୍ତରରେ କିଛି ନା କିଛି ଉତ୍ସବ ପାଳନ କରିଥାଉ ଆମ ମହାନ୍‌ ପୂର୍ବସୂରୀମାନଙ୍କ ସମ୍ମାନାର୍ଥେ। ସେମାନଙ୍କ ବଳିଦାନକୁ ମନେପକାଇଥାଉ, ସେମାନଙ୍କ ନିଃସ୍ବାର୍ଥ ତ୍ୟାଗକୁ ବାସ୍ତବ ଜୀବନରେ ଆପଣେଇବାକୁ ସଙ୍କଳ୍ପ କରିଥାଉ। ସେମାନେ ଆମର ଚିର ବନ୍ଦନୀୟ, ଚିର ନମସ୍ୟ। ପ୍ରତ୍ୟେକ ଭାରତୀୟ ସର୍ବଦା ସେମାନଙ୍କଠାରେ ନତମସ୍ତକ। ସ୍ବାଧୀନତା ...

ପୋଷାକ ଓ ପୌରୁଷ

ପୋଷାକ ଓ ପୌରୁଷ


ଡ. ରମେଶ ଚନ୍ଦ୍ର ପରିଡ଼ା

ସୁପ୍ରସିଦ୍ଧ ବିଜ୍ଞାନ ଲେଖକ ରବିନସ୍‌ କୁକ୍‌ଙ୍କ ବିଚାରରେ ‘ପ୍ରତ୍ୟେକ ଜୀବର ସ୍ବତଃସ୍ଫୂର୍ତ୍ତ ପ୍ରବୃତ୍ତି ହେଲା ନିଜ ପ୍ରତିରୂପ ବା ସନ୍ତାନ ସୃଷ୍ଟି। କ୍ଷୁଦ୍ରାତିକ୍ଷୁଦ୍ର ଜୀବାଣୁଠାରୁ ଆରମ୍ଭ କରି ବିଶାଳକାୟ ତିମି ଏବଂ ମେଧାବୀ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଏହା ବିଦ୍ୟମାନ। ନିମ୍ନଶ୍ରେଣୀର ଜୀବମାନେ ତାହା ସମାହିତ କରିଥାନ୍ତି ଅଲିଙ୍ଗୀ ଜନନ ମାଧ୍ୟମରେ ଏବଂ ଉନ୍ନତ ତଥା ଜଟିଳ ଗଛଲତା ଓ ପ୍ରାଣୀମାନଙ୍କ କ୍ଷେତ୍ରରେ ...

ଏଇ ଭାରତରେ

ଏଇ ଭାରତରେ

ସମୟର ପ୍ରବହମାନ ଧାରା ସହିତ ସବୁକିଛିର ପରିବର୍ତ୍ତନ ଘଟେ। ଯେଉଁ ଅଞ୍ଚଳରେ ଏକଦା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା ସେଠାରେ ଉଭୟ ସମ୍ପ୍ରଦାୟ ଏବେ ଭାଇଚାରା ସୃଷ୍ଟି କରିଛନ୍ତି। ...