ବାଣିଜ୍ୟ |

ବ୍ୟାଙ୍କଗୁଡିକୁ ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ,ବୃହତ୍‌ ଖିଲାପକାରୀଙ୍କ ପାସପୋର୍ଟ ତଥ୍ୟ ରଖ

ବ୍ୟାଙ୍କଗୁଡିକୁ ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ,ବୃହତ୍‌ ଖିଲାପକାରୀଙ୍କ ପାସପୋର୍ଟ ତଥ୍ୟ ରଖ

ନୂଆଦିଲ୍ଲୀ,୬-୩
ନୀରବ ମୋଦି ମାମଲା ପରେ ସରକାରଙ୍କ ଚେତା ପସିଛି। ବୃହତ୍‌ ଋଣ ଖିଲାପକାରୀଙ୍କ ପାସପୋର୍ଟ ତଥ୍ୟ ସଂଗ୍ରହ କରିବା ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ୪୫ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ୫୦ କୋଟି ଟଙ୍କାରୁ ଅଧିକ ପରିମାଣର ଋଣ ନେଇଥିବା ବ୍ୟକ୍ତିମାନଙ୍କ ପାସପୋର୍ଟ ତଥ୍ୟ ରଖିବାକୁ ନିର୍ଦ୍ଦେଶ ରହିଛି। ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ଭଳି ମାମଲା ବାରମ୍ବାର ଘଟୁଛି। ଏହି ବ୍ୟକ୍ତି ମାନେ ବିନା କୌଣସି ବାଧାରେ ଦେଶ ଛାଡି ଚାଲିଯାଉଥିବାରୁ ଏହା ସରକାର ଚିନ୍ତାକୁ ବଢାଇ ଦେଇଛି। ଯଦି କୌଣସି ବ୍ୟକ୍ତିଙ୍କର ପାସପୋର୍ଟ ନ ଥାଏ ତେବେ ଏଥି ଲାଗି ଏକ ଘୋଷଣାନାମା ବ୍ୟାଙ୍କଗୁଡିକ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅପର ପକ୍ଷରେ ଋଣ ଗ୍ରହଣ ଲାଗି ଉଦ୍ଦିଷ୍ଟ ଆବେଦନ ଫର୍ମରେ ଯେପରି ବ୍ୟକ୍ତିଙ୍କ ପାସପୋର୍ଟ ତଥ୍ୟ ପ୍ରଦାନ କରାଯାଇ ପାରିବ ସେହିଭଳି ବ୍ୟବସ୍ଥା ଆଣିବାକୁ ପ୍ରସ୍ତାବ ରହିଛି। ପାସପୋର୍ଟ ତଥ୍ୟ ରହିବା ଦ୍ୱାରା ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ଏବଂ ଠକେଇ ଜନିତ ମାମଲାକୁ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ବ୍ୟାଙ୍କଗୁଡିକ ସକ୍ଷମ ହେବେ । ଅପର ପକ୍ଷରେ ଖିଲାପକାରୀ ବ୍ୟକ୍ତିମାନେ ଦେଶଛାଡି ଯିବାରେ ଏହା ଦ୍ୱାରା ଅସୁବିଧା ଉପୁଜିବ । ବର୍ତ୍ତମାନ ପାସପୋର୍ଟ ତଥ୍ୟ ନ ରହିବା ଯୋଗୁ ବଡ ଧରଣର ଋଣ ଖିଲାପକାରୀମାନେ ସହଜରେ ଦେଶ ବାହାରକୁ ଖସି ଯିବାକୁ ସକ୍ଷମ ହେଉଛନ୍ତି। ନୀରବ ମୋଦି, ମେହୁଲ ଚୋକ୍‌ସୀ, ବିଜୟ ମାଲ୍ୟା, ଜତିନ ମେହେଟ୍ଟାଙ୍କ ଭଳି ବ୍ୟକ୍ତି ସହଜରେ ଦେଶରୁ ଫେରାର୍‌ ହୋଇଯାଇଛନ୍ତି।
ଗତ ସପ୍ତାହରେ ଫ୍ୟୁଜିଟିଭ୍‌ ଇକୋନୋମିକ ଅଫେଣ୍ଡର ବିଲ୍‌କୁ ମଞ୍ଜୁରୀ ମିଳିଛି। ଏହାକୁ ୨୦୧୭-୧୮ ବଜେଟରେ ସରକାର ଘୋଷଣା କରିଥିଲେ। ସୁଚନାଯୋଗ୍ୟ, ନୀରବ ମୋଦି ଏବଂ ମେହୁଲ ଚୋକସୀଙ୍କ ଭଳି ବ୍ୟକ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ୧୨,୬୦୦ କୋଟି ଠକି ଫେରାର୍‌ ଅଛନ୍ତି ଏବଂ ତଦନ୍ତ ଏଜେନ୍ସିଗୁଡିକୁ ତଦନ୍ତରେ ପ୍ରକ୍ରିୟାରେ ସହଯୋଗ କରୁ ନାହାନ୍ତି। ଏହି ଭଳି ବିଧେୟକ ଦ୍ୱାରା ସରକାର ପଳାତକ ବ୍ୟକ୍ତି ଏବଂ ଖିଲାପକାରୀଙ୍କ ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତି କରି ଋଣ ଅର୍ଥକୁ ଶୁଝି ପାରିବେ। ସେହଭଳି ଅଡିଟରଙ୍କ ଲାଗି ଏକ ସ୍ବାଧିନ ପ୍ରାଧିକରଣ ସଂସ୍ଥା ଜାତୀୟ ବିତ୍ତ ରିପୋର୍ଟିଂ କର୍ତ୍ତୃପକ୍ଷ ଗଠନ ଲାଗି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।

All Right Reserved By

ବାଣିଜ୍ୟ |

୨ ଦିନରେ ମୁକେଶଙ୍କ ସମ୍ପତ୍ତି ବଢିଲା ୯,୪୦୦ କୋଟି

୨ ଦିନରେ ମୁକେଶଙ୍କ ସମ୍ପତ୍ତି ବଢିଲା ୯,୪୦୦ କୋଟି

ନୂଆଦିଲ୍ଲୀ, ୨୩-୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଦୁଇ ଦିନରେ ୯,୪୦୦ କୋଟି ଟଙ୍କା ବୃଦ୍ଧି ଘଟିଛି। ଶନିବାର କମ୍ପାନୀର ଶେୟାର ମୂଲ୍ୟ ବୃଦ୍ଧି ହେବା ଯୋଗୁ ସମ୍ପତ୍ତିରେ ଏପରି ବୃଦ୍ଧି ଘଟିଥିବା ଜଣା ଯାଇଛି।

ବ୍ୟାଗେଜ୍‌ ଚାର୍ଜ ବଢାଇଲେ ବିମାନ କମ୍ପାନୀ

ବ୍ୟାଗେଜ୍‌ ଚାର୍ଜ ବଢାଇଲେ ବିମାନ କମ୍ପାନୀ

ନୂଆଦିଲ୍ଲୀ, ୨୩-୬: ଦେଶ ମଧ୍ୟରେ ବିମାନ ଯାତ୍ରା କରୁଥିଲେ ସାଙ୍ଗରେ ୧୫ କିଲୋରୁ ଅଧିକ ବ୍ୟାଗେଜ୍‌ ନେବା ମହଙ୍ଗା ହେବ। ଘରୋଇ ବିମାନ ସେବା ସଂସ୍ଥାଗୁଡିକ ଅଧିକ ଓଜନର ବ୍ୟାଗେଜ୍‌ ଉପରେ ପ୍ରି-ବୁକିଂ ଚାର୍ଜ ଏବଂ ବୁକିଂ ନ ହୋଇଥିଲେ ବିମାନ ବନ୍ଦର ଚାର୍ଜରେ ବୃଦ୍ଧି ଘୋଷଣା କରିଛନ୍ତି। ଏକ ମାତ୍ର ବିମାନ କମ୍ପାନୀ ଭାବେ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆରେ ଯାତ୍ରୀମାନେ ବିନା କୌଣସି ଚାର୍ଜରେ ୨୫ କିଲୋ ପର୍ଯ୍ୟନ୍ତ ବ୍ୟାଗେଜ୍‌ ସାଙ୍ଗରେ ନେଇ ପାରିବେ ବୋଲି ଜଣାଯାଇଛି।

ବହିଷ୍କୃତ ହାଇ-ପ୍ରୋଫାଇଲ୍‌ ସିଇଓ

ବହିଷ୍କୃତ ହାଇ-ପ୍ରୋଫାଇଲ୍‌ ସିଇଓ

ବିଶ୍ୱର ଅନ୍ୟତମ ଅଗ୍ରଣୀ ଚିପ୍‌ ନିର୍ମାତା ଇଣ୍ଟେଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ବ୍ରିଆନ୍‌ କ୍ରାଜାନିକ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀର ନିୟମ ଉଲ୍ଲଂଘନ କରି କ୍ରାଜାନିକ୍‌ କମ୍ପାନୀର ଜଣେ କର୍ମଚାରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ତାଙ୍କୁ ପଦରୁ ଓହରିବାକୁ ପଡିଛି।

ନିବେଶ ଅନୁକୂଳ ହେବ ପିସିପିଆଇଆର୍‌ ନୀତି

ନିବେଶ ଅନୁକୂଳ ହେବ ପିସିପିଆଇଆର୍‌ ନୀତି

ଭୁବନେଶ୍ୱର,୨୩। ୬(ବ୍ୟୁରୋ): ବିଶ୍ୱ କେମିକାଲ ବଜାରକୁ ଘରୋଇ ବଜାରର ଅଂଶ ୨୦୨୦ ସୁଦ୍ଧା ୫%କୁ ବୃଦ୍ଧି ଲାଗି ଯୋଜନା ରହିଛି।

ନୀରବଙ୍କ ବିରୋଧରେ ଜାରି ହେବ ରେଡ୍‌ କର୍ନର ନୋଟିସ୍‌

ନୀରବଙ୍କ ବିରୋଧରେ ଜାରି ହେବ ରେଡ୍‌ କର୍ନର ନୋଟିସ୍‌

ନୂଆଦିଲ୍ଲୀ, ୨୩-୬(ପି.ଟି.) ନୀରବ ମୋଦିଙ୍କ ବିରୋଧରେ ଇଣ୍ଟରପୋଲ୍‌ ଖୁବ୍‌ ଶୀଘ୍ର ରେଡ୍‌ କର୍ନର ନୋଟିସ୍‌ ଜାରି କରିପାରେ।

ଆନ୍ଦୋଳନରୁ ଓହରିଲା ଟ୍ରକ ମାଲିକ ସଂଘ

ଆନ୍ଦୋଳନରୁ ଓହରିଲା ଟ୍ରକ ମାଲିକ ସଂଘ

ନୂଆଦିଲ୍ଲୀ, ୨୩-୬(ପି.ଟି.) ସର୍ବଭାରତୀୟ ଟ୍ରକ ମାଲିକ ମହାସଂଘ (ଏସିଓଜିଓଏ) ଶୁକ୍ରବାର ସାମୟିକ ଭାବେ ଆନ୍ଦୋଳନରୁ ଓହରିଛି।

ଆଇସିଆଇସିଆଇ ବ୍ୟାଙ୍କ: ୩୧ ଏନ୍‌ପିଏ ଆକାଉଣ୍ଟ୍‌ ବିରୋଧରେ ଅଭିଯୋଗ

ଆଇସିଆଇସିଆଇ ବ୍ୟାଙ୍କ: ୩୧ ଏନ୍‌ପିଏ ଆକାଉଣ୍ଟ୍‌ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ, ୨୩-୬(ପି.ଟି.) ଆଇସିଆଇସିଆଇ ବ୍ୟାଙ୍କ ପାଖକୁ ୩୧ଟି ଲୋନ୍‌ ଆକାଉଣ୍ଟ ଉପରେ ଅଭିଯୋଗ ଆସିଛି। ଏହାକୁ ନେଇ ବ୍ୟାଙ୍କ ପକ୍ଷରୁ ତଦନ୍ତ ହୋଇଥିବା ବେଳେ ଏହାର ଅନ୍ତରିଣ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି।

ଅକ୍ଟୋବର ୨ ଡେଡ୍‌ଲାଇନ୍‌:ନୂଆରୂପ ନେବ ରେଳଷ୍ଟେଶନ ସ୍ଥିତ ଶୌଚାଳୟ

ଅକ୍ଟୋବର ୨ ଡେଡ୍‌ଲାଇନ୍‌:ନୂଆରୂପ ନେବ ରେଳଷ୍ଟେଶନ ସ୍ଥିତ ଶୌଚାଳୟ

ନୂଆଦିଲ୍ଲୀ, ୨୩-୬(ପି.ଟି.) ୨୦୧୮ ଅକ୍ଟୋବର ୨ ସୁଦ୍ଧା ଦେଶର ସମସ୍ତ ରେଳ ଷ୍ଟେଶନରେ ଥିବା ଶୌଚାଳୟଗୁଡିକୁ ଉନ୍ନତ କରାଯିବ। ଏଥିପାଇଁ ରେଳ ବୋର୍ଡ ସମସ୍ତ ରେଳ ଜୋନ୍‌କୁ ଚିଠି ଲେଖିଛି। ଦିବ୍ୟାଙ୍ଗ, ପୁରୁଷ ଏବଂ ମହିଳା ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ବାଧ୍ୟତାମୂଳ ଭାବେ ରହିବ।

ଏଟିଏମ୍‌ରେ ହଟହଟା: ରଙ୍ଗ୍‌ ନମ୍ବରରୁ ହରାଇଲେ ୪୯ ହଜାର

ଏଟିଏମ୍‌ରେ ହଟହଟା: ରଙ୍ଗ୍‌ ନମ୍ବରରୁ ହରାଇଲେ ୪୯ ହଜାର

ନୂଆଦିଲ୍ଲୀ, ୨୩-୬(ପି.ଟି.) ସାମାନ୍ୟ ଅସାବଧାନତା ବା ଅନ୍ୟମନସ୍କ ପାଇଁ ଜଣେ ବ୍ୟାଙ୍କ ହିତାଧିକାରୀଙ୍କୁ ନିଜର ବର୍ଷକ ଯାକର କଷ୍ଟ ଅର୍ଜିତ ଅର୍ଥ ହରାଇବାକୁ ପଡିଛି।

ସ୍ବତନ୍ତ୍ର କୋର୍ଟଙ୍କ ଆଗରେ ଇଡିର ଆବେଦନ: ମାଲ୍ୟାଙ୍କ ସମ୍ପତ୍ତି ଜବତ ହେଉ

ସ୍ବତନ୍ତ୍ର କୋର୍ଟଙ୍କ ଆଗରେ ଇଡିର ଆବେଦନ: ମାଲ୍ୟାଙ୍କ ସମ୍ପତ୍ତି ଜବତ ହେଉ

ବମ୍ବେ/ନୂଆଦିଲ୍ଲୀ, ୨୩-୬(ପି.ଟି.) ପଳାତକ ଆର୍ଥିକ ଅପରାଧୀ ଅଧୀନିୟମ ଆଧାରରେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯାଉ। ଏଥି ସହିତ ତାଙ୍କର ପ୍ରାୟ ୧୨୫୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଉ।

୨୪ ଡିଗ୍ରୀ ହେବ ଏସିର ସର୍ବନିମ୍ନ ତାପମାତ୍ରା

୨୪ ଡିଗ୍ରୀ ହେବ ଏସିର ସର୍ବନିମ୍ନ ତାପମାତ୍ରା

ନୂଆଦିଲ୍ଲୀ, ୨୩-୬(ପି.ଟି.) ଏୟାର କଣ୍ଡିସନର(ଏସି)ରେ ସର୍ବନିମ୍ନ ୨୪ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ତାପମାତ୍ରା ରଖାଯିବ। ଏହାଠାରୁ ଆଉ ତଳକୁ ହ୍ରାସ କରାଯାଇ ପାରିବ ନାହିଁ। ଏହି ବ୍ୟବସ୍ଥାକୁ ଏସି ନିର୍ମାତାମାନେ ବାଧ୍ୟତାମୂଳକ ଭାବେ ପାଳନ କରିବେ।

ବିଶ୍ୱ ବାଣିଜ୍ୟରେ ଅଂଶ ବଢାଇବ ଭାରତ

ବିଶ୍ୱ ବାଣିଜ୍ୟରେ ଅଂଶ ବଢାଇବ ଭାରତ

ନୂଆଦିଲ୍ଲୀ, ୨୩-୬(ପି.ଟି.) ଭାରତକୁ ଖୁବ୍‌ ଶୀଘ୍ର ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ସେହିପରି ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧୦% ହାରରେ ବୃଦ୍ଧି ପାଇବ। ଫଳରେ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତର ଅଂଶ ଦ୍ୱିଗୁଣିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଏହି ସ୍ବପ୍ନକୁ ଶୁକ୍ରବାର ପୁଣି ଥରେ ଦୋହରାଇଛନ୍ତି।

Model This Week

ପ୍ରଭାତ