ବାଣିଜ୍ୟ |

୮୧,୬୮୩ କୋଟି ଋଣ ରାଇଟ ଅଫ୍‌ କରିଛନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କ

୮୧,୬୮୩ କୋଟି ଋଣ ରାଇଟ ଅଫ୍‌ କରିଛନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କ
ନୂଆଦିଲ୍ଲୀ,୬-୩ (ପି.ଟି) ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଅନାଦେୟ ଋଣ (ଏନ୍‌ପିଏ) ପରିମାଣ ଦ୍ରୁତ ହାରରେ ବୃଦ୍ଧି ହେଉଛି। ଏନ୍‌ପିଏ କ୍ଷେତ୍ରରେ ଏହି ଭଳି ବୃଦ୍ଧି ଗୋଟିଏ ପଟେ ବ୍ୟାଙ୍କଗୁଡିକର ଚିନ୍ତାକୁ ବଢାଉ ଥିବା ବେଳେ ଅପର ପକ୍ଷରେ ଖିଲାପୀ ଋଣକୁ ବ୍ୟାଙ୍କଗୁଡିକ ରାଇଟ ଅଫ୍‌ କରୁଥିବା ଘଟଣା ସାମ୍ନାକୁ ଆସିଛି। ୨୦୧୬-୧୭ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ମୋଟ୍‌ ୮୧,୬୮୩ କୋଟି ଟଙ୍କାର ଋଣ ରାଇଟ ଅଫ୍‌ କରିଛନ୍ତି। ଅର୍ଥାତ ଏହି ଋଣଗୁଡିକୁ ବ୍ୟାଙ୍କଗୁଡିକ ସେମାନଙ୍କ ବାଲାନ୍ସ ଖାତାରୁ ବାଦ ଦେଇଛନ୍ତି। ଏ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଜ୍ୟ ସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ସୂଚନା ଦେଇଛନ୍ତି। ଲୋକଙ୍କୁ ଟିକସ ସୁବିଧା ପ୍ରଦାନ, ପୁଞ୍ଜିର ସର୍ବୋତ୍ତମ ବ୍ୟବହାର ଲାଗି ଏହି ଭଳି ରାଇଟ ଅଫ୍‌ କରାଯାଇଥିବା ଜେଟଲୀ କହିଛନ୍ତି। ଋଣ ନେଇଥିବା ଲୋକମାନେ ଋଣ ସୁଝିବାକୁ ଉତ୍ତରଦାୟୀ ବୋଲି ସେ ସୂଚନା ଦେଇଛନ୍ତି। ରାଇଟ ଅଫ୍‌ ହୋଇଥିବା ଏହି ଋଣ ମଧ୍ୟରେ ଷ୍ଟେଟ ବ୍ୟାଙ୍କର ୨୦,୩୩୯ କୋଟି ଟଙ୍କା ରହିଛି। ୨୦୧୭-୧୮ ଆର୍ଥତ୍କ ବର୍ଷର ସେପ୍ଟେମ୍ବର ସୁଦ୍ଧା ଏସ୍‌ବିଆଇ ୨୮,୭୮୧ କୋଟି ଟଙ୍କା ରାଇଟ ଅଫ୍‌ ଘୋଷଣା କରିଥିବା ରିଜର୍ଭ ବ୍ୟାଙ୍କ ତଥ୍ୟରୁ ସାମ୍ନାକୁ ଆସିଛି। ଆର୍‌ବିଆଇ ନିୟମ ମୁତାବକ ୪ ବର୍ଷରୁ ଅଚଳ ପରିସମ୍ପତ୍ତିକୁ ବାଲାନ୍ସ ସିଟରେ ନ ଦର୍ଶାଇବାକୁ ନିୟମ ରହିଛି। ଏହାକୁ ଏସ୍‌ବିଆଇ ବୋର୍ଡ ମଧ୍ୟ ମଞ୍ଜୁରୀ ଦେଇଛି। ଋଣ ଅସୁଲି ଲାଗି ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଇନଗତ ପ୍ରକ୍ରିୟା, ଋଣ ଅସୁଲି ପ୍ରାଧିକରଣ ଏବଂ ଲୋକ ଅଦାଲତ ସମେତ ଅନ୍ୟାନ୍ୟ ବ୍ୟବସ୍ଥାର ସହାୟତା ନିଆଯାଉଥିବା ଜେଟଲୀ ପ୍ରକାଶ କରିଛନ୍ତି। ଏହା ଫଳରେ ଋଣ ନେଇଥିବା ଲୋକମାନେ ରାଇଟ ଅଫ୍‌ ଦ୍ୱାରା ଲାଭବାନ ହୋଇ ପାରିବେ ନାହିଁ। ସେହିଭଳି ଅନ୍ୟ ଏକ ଉତ୍ତରରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା କହିଛନ୍ତି, ୨୦୧୩ ଏପ୍ରିଲ ପହିଲାରୁ ବ୍ୟାଙ୍କଗୁଡିକରେ ୧୩୬୪୩ ଠକେଇ ମାମଲା ସମ୍ନାକୁ ଆସିଛି। ଏଥିରେ ୫୨,୭୧୭ କୋଟି ଟଙ୍କା ଠକେଇ ହୋଇଛି। ଏହା ବାଦ ବେନାମୀ କାରବାରରେ ୧,୦୦୦ରୁ ଉର୍ଦ୍ଧ୍ୱ ସମ୍ପତ୍ତି ଜବତ ହୋଇଛି। ଏହି ସମ୍ପତ୍ତିଗୁଡିକର ମୂଲ୍ୟ ୩,୮୦୦ କୋଟି ଟଙ୍କା ରହିଥିବା ଜଣା ଯାଇଛି।
All Right Reserved By

ବାଣିଜ୍ୟ |

ରାଜ୍ୟରେ ସ୍ଥାପନ ହେବ ୩ ନୂଆ ଏଲପିଜି  :   ବଟଲିଂ ପ୍ଲାଣ୍ଟ

ରାଜ୍ୟରେ ସ୍ଥାପନ ହେବ ୩ ନୂଆ ଏଲପିଜି : ବଟଲିଂ ପ୍ଲାଣ୍ଟ

ଭୁବନେଶ୍ୱର,୧୬-୨: ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ଏଚପିସିଏଲ୍‌) ପକ୍ଷରୁ ରାୟଗଡାଠାରେ ଏକ ଏଲପିଜି ବଟଲିଂ ପ୍ଲାଣ୍ଟ ସ୍ଥାପନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ରାୟଗଡାର ଆଇଆଇଡି ସେଣ୍ଟରଠାରେ ହେବାକୁ ଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ମାସ ୧୯ରେ ଏହାର ଭିତ୍ତିପ୍ରସ୍ତର ଦେବେ। କାର୍ଯ୍ୟକ୍ରମ ଅବସରରେ ଲୋକସଭା ସଦସ୍ୟ ଝିନ ହିକକା ଏବଂ ରାୟଗଡା ଏମ୍‌ଏଲ୍‌ଏ ଲାଲ ବିହାରି ହିମିରିକା ଯୋଗଦେବେ ବୋଲି ଏଠାରେ ତୈଳକମ୍ପାନୀ ତଥା ଅଂଶୀଦାରଙ୍କ ପକ୍ଷରୁ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି।  

ନୂଆ ହୋଣ୍ଡା ସିଭିକର ପ୍ରି ଲଞ୍ଚ ବୁକିଂ

ନୂଆ ହୋଣ୍ଡା ସିଭିକର ପ୍ରି ଲଞ୍ଚ ବୁକିଂ

ନୂଆଦିଲ୍ଲୀ,୧୬-୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ୧୦ ପିଢିର ନୂଆ ସିଭିକ ମଡେଲର ପ୍ରି ଲଞ୍ଚ ବୁକିଂ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମାସ ୧୫ ତାରିଖଠାରୁ ସାରା ଦେଶରେ ଥିବା କମ୍ପାନୀର ଅଧିକୃତ ଡିଲରଶିପଗୁଡ଼ିକରେ ଗ୍ରାହକମାନେ ଏହି ମଡେଲର ବୁକିଂ କରିପାରିବେ।

ଏଏସ୍‌ବିଏମ୍‌ର ପ୍ଲେସମେଣ୍ଟ ସଫଳତା

ଏଏସ୍‌ବିଏମ୍‌ର ପ୍ଲେସମେଣ୍ଟ ସଫଳତା

ଭୁବନେଶ୍ୱର,୧୬-୨: ଏସିଆନ ସ୍କୁଲ ଅଫ୍‌ ବିଜନେସ ମ୍ୟାନେଜମେଣ୍ଟ (ଏଏସ୍‌ବିଏମ୍‌) ପିଜିଡିଏମ୍‌ ପ୍ରୋଗ୍ରାମ ୨୦୧୭-୧୯ ବ୍ୟାଚର ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ୩୦ ମନୋନୟନରେ ୩୦ଟି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କମ୍ପାନୀ ଭାଗ ନେଇଥିଲେ। 

ରାୟଗଡା ସମେତ ଆଉ ୨ ଷ୍ଟେଶନରେ ନୂଆ ଫୁଟ୍‌ ଓଭର ବ୍ରିଜ

ରାୟଗଡା ସମେତ ଆଉ ୨ ଷ୍ଟେଶନରେ ନୂଆ ଫୁଟ୍‌ ଓଭର ବ୍ରିଜ

ଭୁବନେଶ୍ୱର,୧୬-୨: ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ରାୟଗଡ଼ା ଷ୍ଟେଶନରେ ଅତିରିକ୍ତ ଫୁଟ ବ୍ରିଜ ସ୍ଥାପନ ହୋଇଛି। ଏହା ସହ ଲାଡା ଓ ଡିମିଡିପେଟା ରେଳ ଷ୍ଟେଶନଠାରେ ଫୁଟ ଓଭରବ୍ରିଜ ସମ୍ପୂର୍ଣ୍ଣ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି। ଏହାକୁ ଚଳିତ ମାସ ୧୯ରେ ଲୋକାର୍ପିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଲାଡା ଓ ଡିମିଡିପେଟା ରେଳ ଷ୍ଟେଶନ ଫୁଟ ଓଭରବ୍ରିଜ ଲାଗି ୨.୨୪ କୋଟି ବ୍ୟୟବରାଦ ହୋଇଛି। ସେହିଭଳି ରାୟଗଡ଼ା ଷ୍ଟେଶନ ଏ ଶ୍ରେଣୀରେ ଆସୁଥିବା ବେଳେ ଏହାର ଉନ୍ନତିକରଣ କରାଯାଇଛି। ଏଠାରେ ନୂଆ ଫୁଟ ଓଭରବ୍ରିଜ ଲାଗି ୨.୪୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ନିକଟରେ ଶେଷ ହୋଇଛି। 

ଏସ୍‌ପ୍ଲାନେଡ ଓ୍ବାନରେ ‘କପ୍‌ ଅଫ୍‌ ହାପିନେସ’

ଏସ୍‌ପ୍ଲାନେଡ ଓ୍ବାନରେ ‘କପ୍‌ ଅଫ୍‌ ହାପିନେସ’

ଭୁବନେଶ୍ୱର,୧୬-୨: ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ କପ୍‌ ଅଫ୍‌ ହାପିନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାହକଙ୍କୁ ଏହି ମଲ୍‌ରେ କ୍ରୟର ଭିନ୍ନ ଅନୁଭୂତି ପ୍ରଦାନ କରିବା ଲାଗି ଫେବୃୟାରୀ ୮ଠାରୁ ଏହି କାର୍ଯ୍ୟକ୍ରମ ଭାଲେଣ୍ଟାଇନ ଡେ ପର୍ଯ୍ୟନ୍ତ ଚାଲିଥିଲା। 

ପ୍ରମୋଦ ଚନ୍ଦ୍ର ମୋଦି ନୂଆ ସିବିଡିଟି ଅଧ୍ୟକ୍ଷ

ପ୍ରମୋଦ ଚନ୍ଦ୍ର ମୋଦି ନୂଆ ସିବିଡିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୬-୨:  ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ ପ୍ରମୋଦ ଚନ୍ଦ୍ର ମୋଦି ଶୁକ୍ରବାର କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)ର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଆୟକର କ୍ୟାଡର ୧୯୮୨ ବ୍ୟାଚ୍‌ର ରାଜସ୍ବ ସେବା ଅଧିକାରୀ। ତାଙ୍କୁ ସୁଶୀଲ ଚନ୍ଦ୍ରାଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି। ଲୋକ ସଭା ନିର୍ବାଚନ ପୂର୍ବରୁ ଚନ୍ଦ୍ରାଙ୍କୁ ଗୁରୁବାର ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା। ପ୍ରମୋଦ ବର୍ତ୍ତମାନ ସିବିଡିଟି ସଦସ୍ୟ ରହିଛନ୍ତି। ଚଳିତ ବର୍ଷ ଜୁନ୍‌ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ। 

ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ

ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ

ନୂଆଦିଲ୍ଲୀ,୧୬-୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ଏକମାତ୍ର ସେମି ହାଇସ୍ପିଡ ଟ୍ରେନ କୁହାଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ୮ଘଣ୍ଟାରେ ଦିଲ୍ଲୀରୁ ବାରାଣସୀ ପହଞ୍ଚତ୍ବ। ତେବେ ଉଦ୍‌ଘାଟନ ଦିନ ଏହା କାନପୁର ଓ ଆଲ୍ଲାହାବାଦ୍‌ରେ ୪୦ ମିନିଟ ଲେଖାଏ ରହିଥିଲା। 

ଅରୁନ୍ଧତୀରେ ନୂଆ ବ୍ରାଇଡାଲ କଲେକ୍ସନ

ଅରୁନ୍ଧତୀରେ ନୂଆ ବ୍ରାଇଡାଲ କଲେକ୍ସନ

ଭୁବନେଶ୍ୱର,୧୬-୨: ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ନୂଆ ବ୍ରାଇଡାଲ କଲେକ୍ସନ ରିଓ୍ବାଜ ସମ୍ଭାରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହାକୁ ଦେଶର କୋଣଅନୁକୋଣର ଅନୁଭବୀ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। 

ପ୍ରତ୍ୟର୍ପଣ ମାମଲାରେ ମାଲ୍ୟାଙ୍କ ହାଇକୋର୍ଟରେ ଆବେଦନ

ପ୍ରତ୍ୟର୍ପଣ ମାମଲାରେ ମାଲ୍ୟାଙ୍କ ହାଇକୋର୍ଟରେ ଆବେଦନ

ଲଣ୍ଡନ,୧୬-୨:  ମଦ ବ୍ୟବସାୟୀ ବିଜୟ ମାଲ୍ୟା ବ୍ରିଟେନ ସରକାରଙ୍କ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୋଧରେ ଅପିଲ କରିବା ଲାଗି ହାଇକୋର୍ଟଙ୍କ ଅନୁମତି ଲୋଡି ଆବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ସେ ଏକ ଆବେଦନ ଦେଇଛନ୍ତି। 

୩୦ ହାଇସ୍ପିଡ ଟ୍ରେନ ନିର୍ମାଣ ଚାଲିଛି: ଗୋୟଲ

୩୦ ହାଇସ୍ପିଡ ଟ୍ରେନ ନିର୍ମାଣ ଚାଲିଛି: ଗୋୟଲ

ନୂଆଦିଲ୍ଲୀ,୧୬-୨:  ଦେଶର ବିଭିନ୍ନ ସେକ୍ଟରରେ ଅଧିକ ହାଇସ୍ପିଡ ଟ୍ରେନ ଚଳାଇବା ଲାଗି ଭାରତୀୟ ରେଳବାଇ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ୩୦ ଟି ଟ୍ରେନ ୧୮ ନିର୍ମାଣ କରାଯାଉଛି ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର ପ୍ରକାଶ କରିଛନ୍ତି। 

ମୋଷ୍ଟ ଫେଭର୍ଡ ନେସନ୍ସ ମାନ୍ୟତା ପ୍ରତ୍ୟାହାର;ପାକିସ୍ତାନ ଉପରେ ସାମାନ୍ୟ ପ୍ରଭାବ

ମୋଷ୍ଟ ଫେଭର୍ଡ ନେସନ୍ସ ମାନ୍ୟତା ପ୍ରତ୍ୟାହାର;ପାକିସ୍ତାନ ଉପରେ ସାମାନ୍ୟ ପ୍ରଭାବ

ନୂଆଦିଲ୍ଲୀ,୧୬-୨:  ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୪୪ ସିଆର୍‌ପିଏଫ୍‌ ଯବାନ ଶହୀଦ ହେବା ପରେ ଭାରତ ଶୁକ୍ରବାର ପାକିସ୍ତାନକୁ ଦେଇଥିବା ମୋଷ୍ଟ ଫେଭର୍ଡ ନେସନ୍ସ (ଏମ୍‌ଏଫଏନ୍‌)ମାନ୍ୟତାକୁ ପ୍ରତ୍ୟାହାର କରିନେଇଛି। ଦୀର୍ଘ ୨୨ ବର୍ଷ ପରେ ଭାରତ ଏଭଳି ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଇଛି। 

ଟିକସଦାତାଙ୍କୁ ସିବିଡିଟିର ତାଗିଦ;ମାର୍ଚ୍ଚ ୩୧ ପୂର୍ବରୁ ଆଧାର-ପାନ୍‌ ସଂଯୋଗ ସାରନ୍ତୁ

ଟିକସଦାତାଙ୍କୁ ସିବିଡିଟିର ତାଗିଦ;ମାର୍ଚ୍ଚ ୩୧ ପୂର୍ବରୁ ଆଧାର-ପାନ୍‌ ସଂଯୋଗ ସାରନ୍ତୁ

ନୂଆଦିଲ୍ଲୀ,୧୬-୨:  ଆୟକର ରିଟର୍ନ ଦାଖଲ କରୁଥିବା ଟିକସଦାତାଙ୍କୁ ପାନ୍‌ ସହ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ ହୋଇଛି। ମାର୍ଚ୍ଚ ୩୧ ସୁଦ୍ଧା ଏହା ସାରିବାକୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ପକ୍ଷରୁ ତାଗିଦ କରାଯାଇଛି।