ବାଣିଜ୍ୟ |

ପୁଞ୍ଜି ବଜାର,୫ ଦିନରେ ନିବେଶକଙ୍କ କ୍ଷତି ୪.୩୦ ଲକ୍ଷ କୋଟି

ପୁଞ୍ଜି ବଜାର,୫ ଦିନରେ ନିବେଶକଙ୍କ କ୍ଷତି ୪.୩୦ ଲକ୍ଷ କୋଟି
ନୂଆଦିଲ୍ଲୀ,୬-୩(ପି.ଟି.) ବିଭିନ୍ନ ପ୍ରକାର ଆଭ୍ୟନ୍ତରୀଣ ସମସ୍ୟା ଯୋଗୁ ପୁଞ୍ଜି ବଜାରରେ ଅସ୍ଥିରତା ଦେଖାଦେଇଛି। ଗତ ୫ଟି କାରବାର ଦିବସରେ ନିବେଶକ ୪.୩୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। କେବଳ ମଙ୍ଗଳବାର ଏହା ୧.୫୪ ଲକ୍ଷ କୋଟି ଟଙ୍କା ରହିଥିବା ଜଣାଯାଇଛି। ମଙ୍ଗଳବାର କାରବାର ଶେଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସରେ ୪୩୦ ପଏଣ୍ଟ ହ୍ରାସ ଘଟିଛି। ଫଳରେ ଏହା ୩୩,୩୧୭ ପଏଣ୍ଟକୁ ଖସିଆସିଛି। ଏହା ପାଖାପାଖି ୩ ମାସର ସର୍ବନିମ୍ନ ସ୍ତର। ଅନ୍ତର୍ଜାତୀୟ ବଜାରରେ ସ୍ଥିତି ଭଲ ଥିବା ସତ୍ତ୍ୱେ ଆଭ୍ୟନ୍ତରୀଣ ବଜାରରେ ବ୍ୟାଙ୍କିଙ୍ଗ ଶିଳ୍ପରେ ଦେଖାଦେଇଥିବା ସମସ୍ୟା ଯୋଗୁ ବ୍ୟାଙ୍କ ଷ୍ଟକ୍‌ଗୁଡିକ ନିମ୍ନମୁଖୀ ହୋଇଛି। ଫଳରେ ବଜାର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଛି। ଗତ ୫ଟି କାରବାର ଦିବସରେ ଏଥିରେ ପାଖାପାଖି ୧,୧୨୯ ପଏଣ୍ଟ ହ୍ରାସ ଘଟିଛି। ଏହି ହ୍ରାସ ଟ୍ରେଣ୍ଡ ଯୋଗୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ପଞ୍ଜୀକୃତ କମ୍ପାନୀଗୁଡିକର ବଜାର ପୁଞ୍ଜି ପରିମାଣରେ ୪,୩୦,୦୪୨.୫ କୋଟି ଟଙ୍କା ହ୍ରାସ ଘଟିଛି। ଫଳରେ ଏହା ୧,୪୪,୨୦,୬୦୬ କୋଟି ଟଙ୍କାକୁ ଖସିଆସିଛି।
All Right Reserved By

ବାଣିଜ୍ୟ |

ଅନ୍ତରୀଣ ଲାଭାଂଶ ଦେଲା ଆଇଓସି

ଅନ୍ତରୀଣ ଲାଭାଂଶ ଦେଲା ଆଇଓସି

ନୂଆଦିଲ୍ଲୀ,୨୦-୩: ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି) ମଙ୍ଗଳବାର ସରକାରଙ୍କୁ ଦ୍ୱିତୀୟ ଅନ୍ତରୀଣ ଲାଭାଂଶ ପ୍ରଦାନ ସମ୍ପର୍କରେ ଘୋଷଣା କରିଛି। ଏହି ସମୟରେ କମ୍ପାନୀ ସରକାରଙ୍କୁ ୧୪୧୨ କୋଟି ଟଙ୍କା ଲାଭାଂଶ ଦେଇଥିବା ଜଣାପଡିଛି। 

ଆଞ୍ଜେଲ ଟିକସ ଛାଡ଼ ଆବେଦନ କଲେ ୧୨୭ ଷ୍ଟାର୍ଟଅପ୍ସ

ଆଞ୍ଜେଲ ଟିକସ ଛାଡ଼ ଆବେଦନ କଲେ ୧୨୭ ଷ୍ଟାର୍ଟଅପ୍ସ

ନୂଆଦିଲ୍ଲୀ,୨୦-୩: ଆଞ୍ଜେଲ ଟିକସ ଛାଡ଼ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ପକ୍ଷରୁ ଫେବୃୟାରୀ ୧୯ରେ ବିଜ୍ଞପ୍ତି ପ୍ରକାଶ ପରେ ୧୨୭ ଷ୍ଟାର୍ଟଅପ୍ସ ଫେବୃୟାରୀ ୨୭ରୁ ଏଥିପାଇଁ ଫର୍ମ-୨ ମାଧ୍ୟମରେ ଆବେଦନ କରିଛନ୍ତି।

ସରକାରୀ ଡାଟା ବିଶ୍ୱସନୀୟତାକୁ ନେଇ ପ୍ରଶ୍ନବାଚୀ: ଅର୍ଥନୀତିଜ୍ଞଙ୍କ ବିରୋଧରେ ମୁହଁ ଖୋଲିଲେ ଜେଟଲି

ସରକାରୀ ଡାଟା ବିଶ୍ୱସନୀୟତାକୁ ନେଇ ପ୍ରଶ୍ନବାଚୀ: ଅର୍ଥନୀତିଜ୍ଞଙ୍କ ବିରୋଧରେ ମୁହଁ ଖୋଲିଲେ ଜେଟଲି

ନୂଆଦିଲ୍ଲୀ,୨୦-୩: ସରକାରୀ ଡାଟାର ବିଶ୍ୱସନୀୟତା ଉପରେ ଦେଶର ୧୦୮ ଅର୍ଥନୀତିଜ୍ଞ ଗତ ସପ୍ତାହରେ ପ୍ରଶ୍ନବାଚୀ ଲଗାଇଥିବା ବେଳେ ଏହାକୁ ନେଇ ଅର୍ଥମନ୍ତ୍ରୀ ମନ୍ତ୍ରୀ ଅରୁଣ ଜେଟଲୀ ମୁହଁ ଖୋଲଛନ୍ତି। ୭୦ % ଅର୍ଥନୀତିଜ୍ଞ ଅଧିକାଂଶ କ୍ଷେତ୍ରରେ ବିରୋଧିାତ୍ମକ ଆଚରଣ କରୁଥିବା ଜେଟଲୀ କହିଛନ୍ତି। 

ନୀରବଙ୍କ ପ୍ରତ୍ୟର୍ପଣ ନେଇ ସମସ୍ତ ଚେଷ୍ଟା ଚାଲିଛି:ସିବିଆଇ

ନୀରବଙ୍କ ପ୍ରତ୍ୟର୍ପଣ ନେଇ ସମସ୍ତ ଚେଷ୍ଟା ଚାଲିଛି:ସିବିଆଇ

ନୂଆଦିଲ୍ଲୀ,୨୦-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଘୋଟାଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କୁ ଲଣ୍ଡନରୁ ଭାରତକୁ  ପ୍ରତ୍ୟର୍ପଣ ଲାଗି ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ଜଣେ ଅଧିକାରୀ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି। 

ସରକାରଙ୍କ ଲାଗି ଆତ୍ମଘାତୀ  ଥିଲା ବିମୁଦ୍ରୀକରଣ

ସରକାରଙ୍କ ଲାଗି ଆତ୍ମଘାତୀ  ଥିଲା ବିମୁଦ୍ରୀକରଣ

ନୂଆଦିଲ୍ଲୀ,୨୦-୩: ୨୦୧୬ ନଭେମ୍ବର ୮ରେ ସରକାର ବିମୁଦ୍ରୀକରଣ ଘୋଷଣା ଦ୍ୱାରା ବଜାରରେ ପ୍ରଚଳିତ ବଡ ବଡ ନୋଟଗୁଡ଼ିକୁ ଅଚଳ କରି ଦେଇଥିଲେ। ଏହା ଦ୍ୱାରା ଅର୍ଥନୀତି ଗଭୀର ପ୍ରଭାବିତ  ହୋଇଥିବା ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଥିଲା।

ଦେଶର ତୈଳ ଚାହିଦାରେ ୩.୮% ବୃଦ୍ଧି

ଦେଶର ତୈଳ ଚାହିଦାରେ ୩.୮% ବୃଦ୍ଧି

ନୂଆଦିଲ୍ଲୀ,୨୦-୩: ଚଳିତ ବର୍ଷ ଫେବୃୟାରୀରେ ଦେଶର ତୈଳ ଚାହିଦା ୩.୮% ବୃଦ୍ଧି ଘଟିଛି। ମାଗଣା ଏଲ୍‌ପିଜି ସଂଯୋଗ ଯୋଗୁ ଏହାର ବ୍ୟବହାର ବୃଦ୍ଧି ଘଟିଛି। ସେହିଭଳି ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ବଢିଥିବା ଜଣା ପଡିଛି।

୩୧,୮୦୦ ପେଟ୍ରୋଲ ପମ୍ପ ବଣ୍ଟନ;ଇସିଙ୍କ ଅନୁମତି ନେବାକୁ ତୈଳ କମ୍ପାନୀଙ୍କ ଉଦ୍ୟମ

୩୧,୮୦୦ ପେଟ୍ରୋଲ ପମ୍ପ ବଣ୍ଟନ;ଇସିଙ୍କ ଅନୁମତି ନେବାକୁ ତୈଳ କମ୍ପାନୀଙ୍କ ଉଦ୍ୟମ

ନୂଆଦିଲ୍ଲୀ,୨୦-୩: ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ୩୧,୮୦୦ ପେଟ୍ରୋଲ ପମ୍ପ ବଣ୍ଟନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ(ଇସି)ଙ୍କ ପକ୍ଷରୁ ଦେଶରେ ଏବେ ଆଚରଣ ବିଧି ଲାଗୁ କରାଯାଇଛି। 

ଗଭର୍ନରଙ୍କୁ ଭେଟିଲେ ଅର୍ଥନୀତିଜ୍ଞ;ଅର୍ଥନୀତି ଅଭିବୃଦ୍ଧି ଲାଗି ମୁଦ୍ରାନୀତି ଆଣିବାକୁ ପରାମର୍ଶ

ଗଭର୍ନରଙ୍କୁ ଭେଟିଲେ ଅର୍ଥନୀତିଜ୍ଞ;ଅର୍ଥନୀତି ଅଭିବୃଦ୍ଧି ଲାଗି ମୁଦ୍ରାନୀତି ଆଣିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୦-୩: ପ୍ରାୟ ଏକ ଡଜନରୁ ଊର୍ଦ୍ଧ୍ୱ ଦେଶର ବିଶିଷ୍ଟ ଅର୍ଥନୀତିଜ୍ଞ ମଙ୍ଗଳବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ଭେଟି ଦେଶର ଅର୍ଥନୀତି ଧିମା ହେଉଥିବା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। 

ଆୟୁଷ୍ମାନ ଭାରତ ଯୋଜନା;ହସ୍ପିଟାଲଗୁଡ଼ିକୁ ଦିଆଯିବ ଷ୍ଟାର ରେଟିଂ

ଆୟୁଷ୍ମାନ ଭାରତ ଯୋଜନା;ହସ୍ପିଟାଲଗୁଡ଼ିକୁ ଦିଆଯିବ ଷ୍ଟାର ରେଟିଂ

ନୂଆଦିଲ୍ଲୀ,୨୦-୩: ଗରିବ ପରିବାରଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଆରମ୍ଭ ହୋଇଥିବା ମାଗଣା ବୀମା ସୁବିଧା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଆୟୁଷ୍ମାନ ଭାରତ ଯୋଜନା) ଅଧୀନରେ ଏବେ ଚିକିତ୍ସା କରୁଥିବା ହସ୍ପିଟାଲଗୁଡ଼ିକର ପ୍ରଦର୍ଶନ ଉପରେ କେନ୍ଦ୍ର ସରକାର ନଜର ରଖିବେ। ଏହାକୁ ଭିତ୍ତି କରି ସେମାନଙ୍କୁ ଷ୍ଟାର ରେଟିଂ ଦିଆଯିବ।

ଏପ୍ରିଲରୁ ଘର କିଣା ହେବ ଶସ୍ତା;ନୂଆ ନିୟମକୁ ଜିଏସ୍‌ଟି କାଉନ୍‌ସିଲ୍‌ର ଅନୁମୋଦନ

ଏପ୍ରିଲରୁ ଘର କିଣା ହେବ ଶସ୍ତା;ନୂଆ ନିୟମକୁ ଜିଏସ୍‌ଟି କାଉନ୍‌ସିଲ୍‌ର ଅନୁମୋଦନ

ନୂଆଦିଲ୍ଲୀ,୨୦-୩: ଆସନ୍ତା ଏପ୍ରିଲରୁ ପହିଲାରୁ ଘର/ଫ୍ଲାଟ୍‌ କିଣିବା ଶସ୍ତା ହେବ। ମଙ୍ଗଳବାର  ଅନୁଷ୍ଠିତ ଜିଏସ୍‌ଟି କାଉନ୍‌ସିଲର ୩୪ ତମ ବୈଠକରେ ନୂଆ ଟିକସ ଢାଞ୍ଚା ଏବଂ ନିୟମକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। 

ଆଇଟି କ୍ଷେତ୍ରରେ ଅଭିନବ ଅଧିଗ୍ରହଣ ଉଦ୍ୟମ;ପଛ ଦ୍ୱାର ବାଟେ ମାଇଣ୍ଡଟ୍ରିର କବ୍ଜା ଚାହୁଁଛି ଏଲ୍‌ଆଣ୍ଡ୍‌ଟି

ଆଇଟି କ୍ଷେତ୍ରରେ ଅଭିନବ ଅଧିଗ୍ରହଣ ଉଦ୍ୟମ;ପଛ ଦ୍ୱାର ବାଟେ ମାଇଣ୍ଡଟ୍ରିର କବ୍ଜା ଚାହୁଁଛି ଏଲ୍‌ଆଣ୍ଡ୍‌ଟି

ନୂଆଦିଲ୍ଲୀ,୨୦-୩: ଦେଶର ଆଇଟି ଶିଳ୍ପରେ ଏବେ ଏକ ଅଭିନବ ଅଧିଗ୍ରହଣ ଲଢ଼େଇ ଆରମ୍ଭ ହୋଇଯାଇଛି। ଦେଶର ଦୁଇ ଶୀର୍ଷ କମ୍ପାନୀ ଲାର୍ସନ ଆଣ୍ଡ୍‌ ଟୁବ୍ରୋ(ଏଲ୍‌ଆଣ୍ଡ୍‌ଟି) ଆଇଟି କମ୍ପାନୀ ମାଇଣ୍ଡଟ୍ରିକୁ ଜବରଦସ୍ତ ଅଧିଗ୍ରହଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। 

ଷ୍ଟାଟିଷ୍ଟିକ୍ସରେ ରାଜନୈତିକ ହସ୍ତକ୍ଷେପ;୧୦୮ ଅର୍ଥନୀତିଜ୍ଞଙ୍କୁ ଜବାବ ଦେଲେ ୧୩୧ ସିଏ

ଷ୍ଟାଟିଷ୍ଟିକ୍ସରେ ରାଜନୈତିକ ହସ୍ତକ୍ଷେପ;୧୦୮ ଅର୍ଥନୀତିଜ୍ଞଙ୍କୁ ଜବାବ ଦେଲେ ୧୩୧ ସିଏ

ନୂଆଦିଲ୍ଲୀ,୧୯-୩: କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଅର୍ଥନୈତିକ ଡାଟା (ଜିଡିପି ଡାଟା) ଉପରେ ସନ୍ଦେହ ସୃଷ୍ଟି  କରିଥିବା ୧୦୮ ଅର୍ଥନୀତିଜ୍ଞ ଓ ସମାଜ ବିଜ୍ଞାନୀଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ୧୩୧ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ(ସିଏ)। ସେମାନଙ୍କ ମଧ୍ୟରେ ରହିଛନ୍ତି ମନିପାଲ ଗ୍ଲୋବାଲର ଅଧ୍ୟକ୍ଷ ଟିଭି ମୋହନଦାସ ପାଇ ଏବଂ ଏଡିଲଓ୍ବିସ୍‌ର ପୂର୍ବତନ ସିଇଓ ବିକାଶ ଖେମାନୀ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା