ସମ୍ବଲପୁର

ଝାରସୁଗୁଡା ବିମାନବନ୍ଦର: ସୁରକ୍ଷାରେ ନିୟୋଜିତ ହେବେ ଡଗ୍‌ ସ୍କ୍ବାଡ୍‌

ଝାରସୁଗୁଡା ବିମାନବନ୍ଦର: ସୁରକ୍ଷାରେ ନିୟୋଜିତ ହେବେ ଡଗ୍‌ ସ୍କ୍ବାଡ୍‌

ଝାରସୁଗୁଡା ଅଫିସ,୬।୩ - ଝାରସୁଗୁଡା ବିମାନବନ୍ଦରର ସୁରକ୍ଷା ପରିଚାଳନା ଦାୟିତ୍ୱ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(ଓଆଇଏସ୍‌ଏଫ) ହାତରେ ନ୍ୟସ୍ତ କରାଯାଇଛି। ସେଥିପାଇଁ ୩୫ରୁ ଅଧିକ ଓଆଇଏସ୍‌ଏଫ୍‌ କର୍ମଚାରୀ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର କୋଲକାତା ସ୍ଥିତ ତାଲିମ୍‌ କେନ୍ଦ୍ରରୁ ତାଲିମ୍‌ ଗ୍ରହଣ କରିଛନ୍ତି। ବର୍ତ୍ତମାନ ବିମାନ ଚଳାଚଳ ସମୟ ପାଖେଇ ଆସୁଥିବାରୁ ଝାରସୁଗୁଡା ବିମାନବନ୍ଦର କର୍ତ୍ତୃପକ୍ଷ ଏବେ ତପତ୍ର ହୋଇଉଠିଛନ୍ତି। ତାଲିମ୍‌ପ୍ରାପ୍ତ ଓଆଇଏସ୍‌ଏଫ ସୁରକ୍ଷାକର୍ମୀ ସମେତ ଏକ ଡଗ୍‌ସ୍କ୍ବାଡ ନିୟୋଜିତ କରିବା ସପକ୍ଷରେ ମତ ଦେଇଛନ୍ତି ଝାରସୁଗୁଡା ବିମାନବନ୍ଦର ନିର୍ଦ୍ଦେଶକ ଲୋକନାଥ ପାଢୀ। ସେଥିପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ସହ ଯୋଗାଯୋଗ କରିଛନ୍ତି। ବିମାନ ଚଳାଚଳ ପୂର୍ବରୁ ତାଲିମପ୍ରାପ୍ତ ଡଗସ୍କ୍ବାଡ ଉପଲବ୍ଧ କରାଇବାକୁ ଅନୁରୋଧ କରିଛନ୍ତି। ଡଗସ୍କ୍ବାଡର ଉପସ୍ଥିତି ବିମାନବନ୍ଦର ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ସହ ବିପଦ ଆଶଙ୍କା ଏଡାଇ ଦିଆଯାଇପାରିବ ବୋଲି ସେ କହିଛନ୍ତି।
ରିଜିଓନାଲ କନେକ୍ଟିଭିଟି ସ୍କିମ୍‌ ଅଧୀନ ଉଡ଼ାନ୍‌ ଯୋଜନାରେ ବିମାନ ଚଳାଚଳ ପାଇଁ ବିମାନବନ୍ଦର ପ୍ରସ୍ତୁତ ହୋଇସାରିଥିବା ବେଳେ ବର୍ତ୍ତମାନ ଏ-୩୨୦ ବିମାନ ଚଳାଚଳ ପାଇଁ ଜୋରସୋରରେ କାମ ଚାଲିଛି। ପୂର୍ବ ଘୋଷଣା ମୁତାବକ ଫେବୃଆରୀ ସୁଦ୍ଧା ଉଡାନ୍‌ ଆରମ୍ଭ ହୋଇଯିବା କଥା। କିନ୍ତୁ ଏ ଯାଏଁ ଉଡାନ ଯୋଜନାରେ ବିମାନ ଚଳାଚଳ ନେଇ କୌଣସି ସ୍ପଷ୍ଟ ମତ ସୂଚନା ମିଳିନାହିଁ। ଗତ ୮ ମାସ ମଧ୍ୟରେ ଉଡାନ ଆରମ୍ଭ ନେଇ ତାରିଖ ଘୁଞ୍ଚି ଘୁଞ୍ଚି ଯାଉଥିବାରୁ ଲୋକଙ୍କ ମନରୁ ଉତ୍ସାହ କମିବାରେ ଲାଗିଛି। ଉଡାନ ପାଇଁ ଏଟିସି ଟାୱାର, ଅଗ୍ନିଶମ ବ୍ୟବସ୍ଥା, ପୋର୍ଟା କ୍ୟାବିନ୍‌ ଆଦି ପ୍ରସ୍ତୁତ। କେବଳ ବିମାନ ପାଇଁ ଅପେକ୍ଷା। ଅନ୍ୟପକ୍ଷରେ ବିମାନ ଚଳାଚଳ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ କର୍ତ୍ତୃପକ୍ଷ ସତର୍କତା ଅବଲମ୍ବନ କରୁଥିଲେ ମଧ୍ୟ ଉଡାନ୍‌ ଆରମ୍ଭ ନେଇ ଆଶଙ୍କା ସୃଷ୍ଟି ହୋଇଛି।

All Right Reserved By

ସମ୍ବଲପୁର

କଂଗ୍ରେସର ବିଶାଳ ରାଲି, ବ୍ଲକ ଘେରାଉ

କଂଗ୍ରେସର ବିଶାଳ ରାଲି, ବ୍ଲକ ଘେରାଉ

ସିନାପାଲି,୨୦।୬(ଡି.ଏନ.ଏ.)-ଗତ ଖରିଫ ଋତୁର ଫସଲ ବୀମା ପ୍ରଦାନ, ବ୍ଲକରେ ଚାଲିଥିବା ପିସି କାରବାର ସମ୍ପୂର୍ଣ୍ଣ ବନ୍ଦ କରିବା ଆଦି ଦାବି ନେଇ ବୁଧବାର ନୂଆପଡ଼ା ଜିଲା ସିନାପାଲି ବ୍ଲକ କଂଗ୍ରେସ ପକ୍ଷରୁ

ବାଲ୍ୟ ବିବାହ ଉପରେ ସଚେତନତା କାର୍ଯ୍ୟକ୍ରମ

ବାଲ୍ୟ ବିବାହ ଉପରେ ସଚେତନତା କାର୍ଯ୍ୟକ୍ରମ

ନୂଆପଡା ଅଫିସ,୨୦ା୬- ଗ୍ରାମାଞ୍ଚଳରେ କିଶୋରୀକିଶୋରମାନଙ୍କୁ ବାଲ୍ୟ ବିବାହ ରୋକିବା, ଯୌନ ସ୍ବାସ୍ଥ୍ୟ ଓ ଅଧିକାର ଉପରେ ଅବଗତ କରାଇ ଏକ ହିଂସାମୁକ୍ତ ସମାଜ ଗଠନ କରିବା ଦିଗରେ ଜିଲା ଶିଶୁ ସୁରକ୍ଷା ବିଭାଗ ଏବଂ ସେଭ ଦି ଚିଲଡ୍ରେନର ସହାୟତାକ୍ରମେ ଆଶା ଓଡିଶା ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ହଲଦୀଗାଁରେ ଅନୁଷ୍ଠିତ ହୋଇଯାଇଛି ।

ବିଦ୍ୟୁତ୍‌ ଖୁଣ୍ଟ ଗାତରେ ପଡି ଗାଈ ମୃତ

ବିଦ୍ୟୁତ୍‌ ଖୁଣ୍ଟ ଗାତରେ ପଡି ଗାଈ ମୃତ

ନୂଆପଡା ଅଫିସ/ଖଡିଆଳ,୨୦।୬(ଡି.ଏନ.ଏ.)- ନୂଆପଡା ଜିଲା ଖଡିଆଳ ବ୍ଲକର କୋଟି ପଦର ଗାଁ ମୁଣ୍ଡରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଏକ ଠିକା କମ୍ପାନୀ ଗାତ ଖୋଳି ଥିବାବେଳେ ସେଥିରେ ପଡି ଏକ ଗାଈର ମୃତ୍ୟୁ ଘଟିଛି । ଆଜକୁ ୨/୩ ମାସ ହେବ କମ୍ପାନୀ ତରଫରୁ ଗାତ ଖୋଳା ଯାଇଥିଲା ।

ଜିଲାସ୍ତରୀୟ ଚାଷୀ ସମାବେଶ

ଜିଲାସ୍ତରୀୟ ଚାଷୀ ସମାବେଶ

ଜୁନାଗଡ,୨୦।୬(ଡି.ଏନ.ଏ.)- ରାଜ୍ୟ ବ୍ୟାପୀ ସମବାୟ ସମିତି ଜରିଆରେ କୃଷି ଓ କୃଷକମାନଙ୍କ ଆର୍ଥତ୍କ ମାନଦଣ୍ଡ ବଢାଇବା ସହ ସରକାର ଯୋଗାଇ ଦେଉଥିବା ବିଭିନ୍ନ କୃଷି ଯୋଜନା ସମ୍ପର୍କରେ ଚାଷୀଙ୍କୁ ବାର୍ତ୍ତା ଦେବା ପାଇଁ ଜୁନ ୧ରୁ ସମବାୟ ଆପଣଙ୍କ ଦ୍ୱାରରେ ନାମକ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

ଆଏବାର୍‌ ବଛର୍‌ ଫେର୍‌ ଭେଟ୍‌ ପଡ଼ମା

ଆଏବାର୍‌ ବଛର୍‌ ଫେର୍‌ ଭେଟ୍‌ ପଡ଼ମା

ସମ୍ବଲପୁର, ୨୦।୬ (ବ୍ୟୁରୋ)- ସଁସ୍‌କୁର୍‌ତି ଆର୍‌ ପରଂପରାର୍‌ ସହର ସମ୍ବଲପୁର। ନାଁକରା ଶୀତଲଷଷ୍ଠୀ ଯାତ୍‌ରା ଦେଖ୍‌ବାକେ ମଂଗଲ୍‌ବାର ରାଏଜ ଆର୍‌ ରାଏଜ୍‌ ବାହାରୁ ଲକ୍ଷ ଲକ୍ଷ ଭକତ୍‌ ଠୋଲ୍‌ ହେଇଥିଲେ। ସୋମବାର ଅଧ୍‌ରାତିରୁ ଦେବଦମ୍ପତିକଁର ନଗର ବୁଲା ଦେଖ୍‌ବାକେ ଭକତ୍‌କଁର ଧାର୍‌ ଲମିଥିଲା।

ଭୀମ ସେଠୀ ହତ୍ୟାକାଣ୍ଡ ମାମଲା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଭୀମ ସେଠୀ ହତ୍ୟାକାଣ୍ଡ ମାମଲା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ମନମୁଣ୍ଡା,୨୦।୬ (ଡି.ଏନ.ଏ)- ଭୀମ ସେଠୀ ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ମନମୁଣ୍ଡା ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦେଉଳିର ଏସ୍‌ ଚରଣ(୨୨), ସୋନୁ ମାଝି(୧୮), ଦୀପକ ଚୌଧୁରୀ (୧୮)। ଏନେଇ ଏକ ହତ୍ୟା ମାମଲା (ନଂ.୧୦୭/୧୮) ରୁଜୁ କରାଯାଇଥିବା ଆଇଆଇସି ଭାବାନନ୍ଦ ପ୍ରଧାନ ପ୍ରକାଶ କରିଛନ୍ତି । ଅଭିଯୁକ୍ତମାନେ ଜେରାବେଳେ ପୋଲିସ ଆଗରେ ଦୋଷ ସ୍ବୀକାର କରିଛନ୍ତି ।

ମାନସିକ ଭିନ୍ନକ୍ଷମ ବାଳକ ନିଖୋଜ

ମାନସିକ ଭିନ୍ନକ୍ଷମ ବାଳକ ନିଖୋଜ

ବଡଗାଁ, ୨୦। ୬ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଥାନା କୁକୁଡା ପଞ୍ଚାୟତ ଜଲଡିହି ଗ୍ରାମର ଜଣେ ମାନସିକ ଭିନ୍ନକ୍ଷମ ବାଳକ ନିଖୋଜ ହୋଇଛନ୍ତି। ୨ମାସ ହେଲା ମାନସିକ ଭାରସାମ୍ୟ ହରାଇଥିବା ଶୁଶିଲ ଖାଲଖୋ (୧୭) ସୋମବାର ସକାଳେ ଘରୁ ବାହାରିଥିଲେ।

ସୁଧୁରୁନି ମୋଚିବାହାଳ-ବଡମାଳ ପୂର୍ତ୍ତ ବିଭାଗ ରାସ୍ତା ଅବସ୍ଥା

ରେଢ଼ାଖୋଲ,୨୦।୬(ଡି.ଏନ.ଏ.) ସମ୍ବଲପୁର ଜିଲା ରେଢ଼ାଖୋଲ ପୂର୍ତ୍ତ ବିଭାଗ ଅଧୀନରେ ଥିବା ମୋଚିବାହାଳ-ବଡମାଳ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଛି। ଏହି ରାସ୍ତାଟି ସୋନପୁର ଜିଲାର ବୀରମହାରାଜପୁର ଉପଖଣ୍ଡକୁ ସଂଯୋଗ କରୁଛି। ଏହା ଉପରେ ବଡମାଳ, ଭାଲିଆକଟା, ରେଙ୍ଗାଳି ପଞ୍ଚାୟତର ଅଧିବାସୀ ନିର୍ଭର କରନ୍ତି॥

କୋଇଲା ଖଣିରେ ଟ୍ରକ୍‌ ଧକ୍କାରେ କର୍ମଚାରୀ ମୃତ, କ୍ଷତିପୂରଣ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ

କୋଇଲା ଖଣିରେ ଟ୍ରକ୍‌ ଧକ୍କାରେ କର୍ମଚାରୀ ମୃତ, କ୍ଷତିପୂରଣ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଲଖନପୁର, ୨୦।୬(ଡି.ଏନ୍‌.ଏ)- ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର କୋଇଲା ଖଣି ପ୍ରୋଜେକ୍ଟ ଅଫିସ୍‌ ନିକଟ ଚର୍ତ୍ତୃମୂଖୀ ଛକରେ ବୁଧବାର ସକାଳ ପ୍ରାୟ ୬ଟା ୪୦ରେ ଏକ ୧୦ଚକିଆ ଖାଲିଟ୍ରକ୍‌ ଏକ ବାଇକ୍‌ ଉପରେ ମାଡିଯାଇଛି। ଫଳରେ ବାଇକ୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ନାବାଳକ ନିଖୋଜ

ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ନାବାଳକ ନିଖୋଜ

ଲହୁଣୀପଡ଼ା, ୨୦।୬(ଡି.ଏନ୍‌.ଏ.) ବୁଧବାର ପୂର୍ବାହ୍ନରେ ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀନଦୀର ତୁମକଳା ଘାଟରେ ବୁଡ଼ିଯାଇ ୨ ନାବାଳକ ନିଖୋଜ ହୋଇଛନ୍ତି। ସେମାନେ ହେଲେ ଲହୁଣୀପଡ଼ାର ଶୁଭମ କୁମାର ରାୟ ଓ ସୌରଭ ଜୟସ୍ବାଲ। ଉଭୟ ୧୦ମ ଶ୍ରେଣୀର ଛାତ୍ର। ବୟସ ୧୪/୧୫ ମଧ୍ୟରେ ହେବ ବୋଲି କୁହାଯାଉଛି।

ଓଡ୍ରାଫ ଟିମ୍‌ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ଓଡ୍ରାଫ ଟିମ୍‌ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

କୁଆଁରମୁଣ୍ଡା,୨୦।୬(ଡି.ଏନ.ଏ.)-ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବିଶେଷ କରି ଭୂମିକମ୍ପ, ଝଡ଼ ତୋଫାନ, ଅଂଶୁଘାତ ଏପରିକି ରାସ୍ତା ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ କିଭଳି ଜଣେ ବ୍ୟକ୍ତି ପ୍ରାଥମିକ ସହାୟତା ଓ ଚିକିତ୍ସା ଯୋଗାଇ ପାରିବ ସେ ନେଇ ଓଡ୍ରାଫ ଟିମ୍‌ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଛି।

ଦିବ୍ୟାଙ୍ଗ ଛୁଆକର ଚିନ୍‌ତାରେ ବିଧବା ମା’

ଦିବ୍ୟାଙ୍ଗ ଛୁଆକର ଚିନ୍‌ତାରେ ବିଧବା ମା’

ସିଂଘିଯୁବା,୨୦ା୧୬(ଡି.ଏନ୍‌.ଏ): କେନ୍ଦ୍ର ଆର୍‌ ରାଏଜ୍‌ ସରକାର ଲୁକ୍‌କର ଲାଗି ଭିନେ ଭିନେ ପର୍‌କାର ଜନହିତ୍‌କର ଯୋଜ୍‌ନା କାଯ୍‌କାରୀ କରୁଛନ୍‌। ଛୁଆ ଜନମ୍‌ ହେବାର ଆଗ୍‌ରୁ ମୂଲ୍‌ କରି ପରିବାର୍‌ର କିଏ ମରିଗଲେ ବି ଭିନେ ଭିନେ ଯୋଜ୍‌ନାରେ ସରକାର ଟଁକା ଯୁଗେଇ ଦେଉଛନ୍‌। ସେନ୍‌ତା ଦିବ୍ୟାଙ୍ଗ ମାନ୍‌କର ଲାଗି ଭତା, ରାସନ୍‌ କାର୍ଡ, ଦର୍‌କାର ହିସାବେ ପକ୍କାଘର ଯୁଗେଇ ଦେଉଛନ୍‌ ସରକାର। ଇତାର ବାହାରେ ଦିବ୍ୟାଙ୍ଗ ଯୁବତୀ ଯୁବକ୍‌ମାନ୍‌କର ଲାଗି ସରକାର ଭିନେ ଭିନେ ତାଲିମ୍‌ ଦେଇ ଜିଁବାର ଖାଏବାର ରାସ୍‌ତା ଦେଖଉଛନ୍‌। ତାଲିମ୍‌ ସାଏଲେ ବ୍ୟାଙ୍କରୁ ଲୋନ୍‌ ଯୁଗେଇ ଦେବାର ବେବସ୍‌ତା ବି କରୁଛନ୍‌। ହେଲେ ଇ ସବୁ ସରକାରୀ ଯୋଜ୍‌ନାର ଲାଭ୍‌ ଉଠେଇ ଝନେ ଜିଁବାର ଖାଏବାର ଲାଗି ସକ୍ଷମ୍‌ ଥିବାର ଦର୍‌କାର। ଏନ୍‌ତା ବି ବହୁତ୍‌ଟେ ଭିନ୍ନକ୍ଷମ୍‌ ଅଛନ୍‌ ଯେନ୍‌ମାନେ କି କେହେନ୍‌ସି ପର୍‌କାର କାମ୍‌କାଯ୍‌ କର୍‌ବାର ଲାଗି ସକ୍ଷମ୍‌ ନୁହଁନ୍‌, ପର୍‌ଆଶ୍‌ରି ହେଇ ଜୀବନ୍‌ ବିତାବାକେ ବାଧ୍ୟ ହେଉଛନ୍‌। ସେମାନ୍‌କର ଲାଗି ଇ ସବୁ ସରକାରୀ ଯୋଜ୍‌ନା ନଁାକେ ଖାଲି।

Model This Week

ପ୍ରଭାତ