ସମ୍ବଲପୁର

ଝାରସୁଗୁଡ଼ା ବସଷ୍ଟାଣ୍ଡ ହତ୍ୟା ଘଟଣା: ମିଳିଲା ମୃତକଙ୍କ ପରିଚୟ

ଝାରସୁଗୁଡା ଅଫିସ,୬।୩- ଝାରସୁଗୁଡା ବସଷ୍ଟାଣ୍ଡରେ ପଥର ଛେଚି ହତ୍ୟା କରାଯାଇଥିବା ଯୁବକଙ୍କ ପରିଚୟ ଜଣାପଡିଛି। ମୃତ ଯୁବକ ଜଣକ ହେଲେ ଲଖନପୁର ବ୍ଲକ୍‌ ବାଦିମାଲର ଅର୍ଜୁନ ମିରିଗ (୩୫)। ଅର୍ଜୁନ ନିଜ ଭଉଣୀ ଘର ସୁନ୍ଦରଗଡ ଜିଲା ଭସ୍ମାଥାନା ନେକେନଡିହିରୁ ବାଦିମାଲ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ବଳଦ ବିକା ଟଙ୍କା ଆଣି ଭଉଣୀ ଘରୁ ଫେରୁଥିବା ବେଳେ ମଙ୍ଗଳବଜାରର ନାବାଳକ ଅଭିଯୁକ୍ତ ଜଣକ ତାଙ୍କୁ ପଛରୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ପଡିଯିବା ପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିବା ସହ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ ବୋଲି ଜିଆରପି ଥାନା ଅଧିକାରୀ ଯାଜ୍ଞସେନୀ ନାୟକ ସୂଚନା ଦେଇଛନ୍ତି।

All Right Reserved By

ସମ୍ବଲପୁର

ଟଁକା ଅଭାବେ ଯୁବ ଚାଷୀକଁର ଜୀବନ୍‌ ଗଲା

ଟଁକା ଅଭାବେ ଯୁବ ଚାଷୀକଁର ଜୀବନ୍‌ ଗଲା

ଅମରପାଲି, ୨୧।୭ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ୍‌ ବହଲପଦର ପଁନ୍‌ଚେତ୍‌ର ଅମରପାଲି ଗଁାର ଝନେ ଯୁବ ଚାଷୀ ଟଁକା ପଏସା ଅଭାବ୍‌ରୁ ଚିକିସତ୍ା କରେଇ ନାଇଁପାରି କରି ମୁର୍‌ତୁବରନ୍‌ କରିଛନ୍‌। ମୁର୍‌ତୁବରନ୍‌ କରିଥିବାର ଇ ଚାଷୀ ଝନ୍‌କ ହେଉଛନ୍‌ ଅନନ୍ତ ସାହୁ(୪୬)।

ଶିକ୍ଷା ଅଧିକାରୀ ଅଫିସ ସୂଚନା ଫଳକରେ ତ୍ରୁଟି

ଶିକ୍ଷା ଅଧିକାରୀ ଅଫିସ ସୂଚନା ଫଳକରେ ତ୍ରୁଟି

ସମ୍ବଲପୁର, ୨୧।୭ (ବ୍ୟୁରୋ)- ଓଡିଆ ଭାଷାକୁ ସରକାରୀ ଅଫିସ ଗୁଡିକରେ ପ୍ରଚଳନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଓଡିଆ ଭାଷାର ପ୍ରଚାରପ୍ରସାର ଓ ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ କାର୍ଯ୍ୟ କରୁଛି। କିନ୍ତୁ ପରିତାପର ବିଷୟ ଯେ, ସମ୍ବଲପୁର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂଚନା ଫଳକରେ ତ୍ରୁଟି ଦେଖିବାକୁ ମିଳିଛି ।

ପୋଲିସ ଜାଲରେ ଫସିଲା ୫୪ ସ୍କୁଲ ଗାଡି

ପୋଲିସ ଜାଲରେ ଫସିଲା ୫୪ ସ୍କୁଲ ଗାଡି

ସମ୍ବଲପୁର,୨୧।୭(ବ୍ୟୁରୋ) ସମ୍ବଲପୁର ଜିଲା ସହିତ ରାଜ୍ୟର ବିଭନ୍ନ ସ୍ଥାନରେ ସ୍କୁଲ ଗାଡି ଦୁର୍ଘଟଣାଗ୍ରସ୍ତ ହେଉଛି। ଏହାକୁ ନେଇ ଏସ୍‌ପି ସଞ୍ଜୀବ ଅରୋରାଙ୍କ ନିର୍ଦ୍ଦେଶ କ୍ରମେ ଟ୍ରାଫିକ ପୋଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛି । ସ୍କୁଲ ଭ୍ୟାନ, ଅଟୋ, ବସ, ମିନି ବସ୍‌ ଆଦି ଗାଡିକୁ ଯାଞ୍ଚ କରି ତାଗିଦ କରିଛି ।

ଟ୍ରକ୍‌ ଧର୍ମଘଟ ଖବର ପୋଲିସ ଜାଣିନି

ଟ୍ରକ୍‌ ଧର୍ମଘଟ ଖବର ପୋଲିସ ଜାଣିନି

ରେଢ଼ାଖୋଲ,୨୧।୭(ଡି.ଏନ.ଏ.)-କଟକ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ରେଢ଼ାଖୋଲ ଥାନା ବେତଗଡ ପ୍ରିନ୍ସ ଢାବା ନିକଟରେ ରେଢ଼ାଖୋଲ ଟ୍ରକ ମାଲିକ ସଂଘ ପକ୍ଷରୁ ୩ ଦଫା ଦାବି ନେଇ ଶୁକ୍ରବାର ଚକାବନ୍ଦ ଆନ୍ଦୋଳନ କରାଯାଇଥିଲା।

ସ୍କୁଲର ନିଜସ୍ବ ଗୃହ ନାହିଁ, ପାଠପଢା ବଧାପ୍ରାପ୍ତ

ସ୍କୁଲର ନିଜସ୍ବ ଗୃହ ନାହିଁ, ପାଠପଢା ବଧାପ୍ରାପ୍ତ

ଗୋଲାମୁଣ୍ଡା,୨୧।୭(ଡି.ଏନ.ଏ.)- ସରକାର ଶିକ୍ଷା ଭଳି ଏକ ମୌଳିକ ଅଧିକାରରୁ ସାମାଜର କୌଣସି ପିଲା ଯେମିତି ବଞ୍ଚତ୍ତ ନ ହେବେ ସେଥିପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏଥିଲାଗି ସ୍କୁଲ ଗୃହ ନିର୍ମାଣ ସାଙ୍ଗକୁ ପିଲାଙ୍କୁ ମାଗଣାରେ ବହି, ପୋଷାକଠାରୁ ମଧ୍ୟାହ୍ନ ହୋଜନ ବ୍ୟବସ୍ଥା ମଧ୍ୟ କରିଛନ୍ତି।

ବାଉଁଶ ତିଆରି ସାମାନ୍‌ ଦେଇଛେ ଜିବ୍‌କା

ବାଉଁଶ ତିଆରି ସାମାନ୍‌ ଦେଇଛେ ଜିବ୍‌କା

ଭବାନୀପାଟଣା/କୋକସରା,୨୧।୭(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ବରାଡୋଙ୍ଗା ପଁନ୍‌ଚେତର ପିଣ୍ଡାପଦର ଝୁଲେନବର ଗଁା। ଇ ଗଁାରେ ବସ୍‌ବାସ କରୁଥିବାର ସବୁ ପରିବାର ଆଦିବାସୀ ସମାଜର ହେଇଥିଲା ବେଲେ ଜଂଗଲ୍‌ ଜାତ୍‌ ଦରବ୍‌ ଉପ୍‌ରେ ଆଶ୍‌ରେ କରି ତାକର ଜୀବନ୍‌ ଜିବିକା ଚଲଉଛନ୍‌।

ଭଟଲିରେ ଜମୁଛେ ନବଗୁଞ୍ଜର ଯାତ୍‌ରା: ‘ଲକ୍ଷ୍ମୀ ଇନ୍‌ ସରସ୍ବତୀ ଆଉଟ୍‌’ ନାଟ୍‌ ପର୍‌ଦର୍‌ଶିତ୍‌

ଭଟଲି,୨୧ା୭(ଡି.ଏନ.ଏ.) ବରଗଡ଼ ଜିଲା ଭଟଲିରେ ନବଗୁଞ୍ଜର ଯାତ୍‌ରା ଅବ୍‌ଛର୍‌ରେ ସମ୍ବଲପୁରୀ ନାଟ୍‌ ଉଛବ୍‌ ଆରୁ ହାସ୍ୟ କବି ଯୋଟ୍‌ ଅନୁଷ୍‌ଠିତ୍‌ ହେଇଯାଇଛେ। ମାହାପୁରୁ ଶ୍ରୀ ଶ୍ରୀ ଦଧିବାମନ୍‌ ମାଉସୀ ମଁା ଗୁଡ଼ିନୁ ପୂଜା ପାଉଥିଲାବେଲେ ଭକତ୍‌ମାନ୍‌କର ମନ୍‌ମୁହିବାର ଲାଗି ଇ ବେବସ୍‌ତା କରାଯାଇଥିଲା।

ସ୍ବଚ୍ଛ ବିଦ୍ୟାଲୟ ଅଭିଯାନ୍‌ ଦିଗ୍‌ହରା: ୭ ବଛର୍‌ ବିତ୍‌ଲା, ଦର୍‌ଖଁଡ଼ିଆ ହେଇଛେ ଶୌଚାଲୟ

ସ୍ବଚ୍ଛ ବିଦ୍ୟାଲୟ ଅଭିଯାନ୍‌ ଦିଗ୍‌ହରା: ୭ ବଛର୍‌ ବିତ୍‌ଲା, ଦର୍‌ଖଁଡ଼ିଆ ହେଇଛେ ଶୌଚାଲୟ

ଗୁଡଭେଲା,୨୧ା୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ୍‌ରେ ଦିଗ୍‌ହରା ହେଇପଡ଼ିଛେ ସ୍ବଚ୍ଛ ବିଦ୍ୟାଲୟ ଅଭିଯାନ୍‌। କୋଲ୍‌ ଇଣ୍ଡିଆ ଲିମିଟେଡ ତର୍‌ଫୁ ସର୍ବଶିକ୍ଷା ଅଭିଯାନ୍‌ ଜରିଆରେ ଭିନେ ଭିନେ ସ୍କୁଲ୍‌ରେ ଛାତ୍ରୀମାନ୍‌କର ଲାଗି ଶୌଚାଲୟ ତିଆର କର୍‌ବାର ଯୋଜ୍‌ନା ତିଆର ହେଇଥିଲା।

ସେବା ପ୍ରଦାନରେ ବ୍ୟାଘାତ: ବ୍ୟାଙ୍କରେ ତାଲା ପକାଇ ଗ୍ରାହକଙ୍କ ଧାରଣା

ସେବା ପ୍ରଦାନରେ ବ୍ୟାଘାତ: ବ୍ୟାଙ୍କରେ ତାଲା ପକାଇ ଗ୍ରାହକଙ୍କ ଧାରଣା

କୋକସରା,୨୦।୭(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗଁା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରେ ଶୁକ୍ରବାର ତାଲା ପକାଇ ଧାରଣ ଦିଆଯାଇଛି। ଗ୍ରାହକଙ୍କୁ ସେବା ପ୍ରଦାନରେ ଅହେତୁକ ଅବହେଳା, ବିଳମ୍ବ ହେବା ସହ ହରଇରାଣ ହେଉଥିବା ଅଭିଯୋଗ ନେଇ ଗ୍ରାହକ ଓ ଜନସାଧାରଣ ବ୍ୟାଙ୍କ ଗେଟ ସମ୍ମୁଖରେ ତାଲା ପକାଇ ଧାରଣା ଦେଇଥିଲେ ।

କଲମପୁର ବ୍ଲକ ୧ନଂ. ଜିଲା ପରିଷଦ ଜୋନର ସଭାପତି ଚୟନ, ନୂତନ କମିଟି ଗଠନ

କଲମପୁର ବ୍ଲକ ୧ନଂ. ଜିଲା ପରିଷଦ ଜୋନର ସଭାପତି ଚୟନ, ନୂତନ କମିଟି ଗଠନ

ମଣ୍ଡଲ,୨୦।୭(ଡି.ଏନ.ଏ.)- କଳାହାଣ୍ଡି ଜିଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପର୍ଶୁରାମ ପାଢ଼ୀଙ୍କ ସଭାପତିତ୍ୱରେ କଲମପୁର ବ୍ଲକ ଜିଲା ପରିଷଦ ୧ନଂ. ଜୋନର କର୍ମୀ ସମାବେଶ ତଥା ଜୋନ ସଭାପତି ଚୟନ ଏବଂ ନୂତନ କମିଟି ଗଠନ ଶୁକ୍ରବାର ମଣ୍ଡଲ ମଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି ।

କାମରେ ଆସିଲାନି ବନ୍ଧ ଉନ୍ନତୀକରଣ: ମାଟି ଖସି ଜଳାଶୟରେ ପଶୁଛି

କାମରେ ଆସିଲାନି ବନ୍ଧ ଉନ୍ନତୀକରଣ: ମାଟି ଖସି ଜଳାଶୟରେ ପଶୁଛି

ଦେଓଗାଁ,୨୦।୭(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ଥିବା ବନ୍ଧର ମାଟି ଉନ୍ନତୀକରଣ କାର୍ଯ୍ୟ କୌଣସି କାମକୁ ଆସୁନାହିଁ।

ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଚାଷୀଙ୍କ ବାଇକ୍‌ ଚୋରି

ପଦ୍ମପୁର,୨୦।୭(ଡି.ଏନ.ଏ)- ପଦ୍ମପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଏକ ଶୁକ୍ରବାର ଜଣେ ଚାଷୀଙ୍କ ବାଇକ୍‌ ଚୋରି ହୋଇଥିବା ନେଇ ପଦ୍ମପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଜଗଦଲପୁର ଥାନା ଅଧୀନ ପଲସାନୀ ଗ୍ରାମର ଯୁଗଳ ନାୟକ ଏକ ବାଇକ୍‌(ନଂ. ନଂ.ସିଜି ୦୬ ଜି- ୪୭୭୬) ଯୋଗେ କୃଷି ଋଣ ପାଇଁ ପଦ୍ମପୁର ଏସ୍‌ବିଆଇ ଶାଖା ଆସିଥିଲେ । ସେ ବ୍ୟାଙ୍କ ସମ୍ମୁଖରେ ବାଇକ୍‌ ରଖି ଭିତରକୁ ଯାଇଥିଲେ । କାମ ସାରି ଫେରିଲା ପରେ ତାଙ୍କୁ ବାଇକ ନ ଥିବା ଦେଖିବାକୁ ପାଇଥିଲେ। ସେ ଖୋଜାଖୋଜି କରିଥିଲେ ମଧ୍ୟ ବାଇକ୍‌ର କୌଣସି ପତ୍ତା ପାଇ ନ ଥିଲେ। ଏନେଇ ଥାନାରେ ଏକ ଅଭିଯୋଗ କରିଥିଲେ।

Model This Week

ରୂପେଶ