ଜାତୀୟ |

ଭାରତରେ ବାଲ୍ୟବିବାହ ୫୦ ପ୍ରତିଶତ ହ୍ରାସ ପାଇଛି: ୟୁନିସେଫ୍‌

ଭାରତରେ ବାଲ୍ୟବିବାହ ୫୦ ପ୍ରତିଶତ ହ୍ରାସ ପାଇଛି: ୟୁନିସେଫ୍‌
ଜେନେଭା/ନୂଆଦିଲ୍ଲୀ, ୬।୩ : ଗତ ଦଶବର୍ଷ ମଧ୍ୟରେ ଭାରତରେ ବାଲ୍ୟ ବିବାହ ହାର ୫୦ ପ୍ରତିଶତ ହ୍ରାସ ପାଇଛି। ନାରୀଶିକ୍ଷାର ବିକାଶ ଯୋଗୁ ଏହା ସମ୍ଭବ ହୋଇପାରିଛି। ଏନେଇ ୟୁନିସେଫ୍‌ ପକ୍ଷରୁ ମଙ୍ଗଳବାର ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ବିଶ୍ୱସ୍ତରରେ ଦଶବର୍ଷ ମଧ୍ୟରେ ୨୫ ନିୟୁତ ବାଲ୍ୟବିବାହ ଘଟଣାକୁ ଇତିମଧ୍ୟରେ ରୋକାଯାଇ ପାରିଥିବା ରିପୋର୍ଟରେ ସୂଚିତ କରାଯାଇଛି। ଦକ୍ଷିଣ ଏସିଆ ରାଷ୍ଟ୍ର ସମୂହରେ ୧୮ ବର୍ଷରୁ କମ୍‌ ଝିଅଙ୍କ ବିବାହ ହ୍ରାସ ପାଇଥିବାବେଳେ ଭାରତରେ ଏହି ସମୟ ମଧ୍ୟରେ ନାରୀଶିକ୍ଷାର ସକାରାତ୍ମକ ପ୍ରଭାବ ଦୃଷ୍ଟି ଗୋଚର ହୋଇପାରିଛି ବୋଲି ରିପୋର୍ଟରେ ସୂଚିତ ହୋଇଛି। ଭାରତରେ ଥିବା ଯୁବବର୍ଗଙ୍କ ସଂଖ୍ୟା ସମଗ୍ର ପୃଥିବୀର ଯୁବବର୍ଗଙ୍କ ୨୦ ପ୍ରତିଶତ ରହିଛି। ତେବେ ଭାରତରେ ବର୍ତ୍ତମାନ ମଧ୍ୟ ଅଧିକ ବାଲ୍ୟବିବାହ ଘଟଣା ଘଟୁଛି ବୋଲି ୟୁନିସେଫ୍‌ ଶିଶୁ ସୁରକ୍ଷା ମୁଖ୍ୟ ଜାଭିଏର୍‌ ଅଗ୍ୟୁଲାର କହିଛନ୍ତି। ସମ୍ପ୍ରତି ଭାରତରେ ପ୍ରାୟ ୧.୫ ନିୟୁତ ବାଳିକା ୧୮ ବର୍ଷ ପୂର୍ବରୁ ବିବାହ କରୁଛନ୍ତି। ତେବେ ଏହାର ସଂଖ୍ୟା ଦଶବର୍ଷ ତଳେ ୪୭ ପ୍ରତିଶତ ଥିବାବେଳେ ଏବେ ଏହା ୨୦ ପ୍ରତିଶତରେ ପହଞ୍ଚିଛି। ପୂର୍ବରୁ ବିଶ୍ୱସ୍ତରରେ ବାଲ୍ୟବିବାହ ସଂଖ୍ୟା ୪୭ ନିୟୁତ ଥିବାବେଳେ ସମ୍ପ୍ରତି ଏହା ୧୨ ନିୟୁତରେ ପହଞ୍ଚିଛି। ଆସନ୍ତା ୨୦୩୦ ସୁଦ୍ଧା ଏଭଳି ସାମାଜିକ ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ହେବାର ଆଶା ରହିଛି ବୋଲି ରିପୋର୍ଟରେ ସୂଚିତ କରାଯାଇଛି।
All Right Reserved By

ଜାତୀୟ |

୧୯୬୭-୨୦୧୪ ମଧ୍ୟରେ ଏହିସବୁ ସେଲିବ୍ରିଟି ଲୋସଭା ନିର୍ବାଚନ ଲଢି ଜିତିଛନ୍ତି

୧୯୬୭-୨୦୧୪ ମଧ୍ୟରେ ଏହିସବୁ ସେଲିବ୍ରିଟି ଲୋସଭା ନିର୍ବାଚନ ଲଢି ଜିତିଛନ୍ତି

ସିନେମା ଓ ରାଜନୀତି ମଧ୍ୟରେ ପୁରୁଣା ସମ୍ପର୍କ ରହିଛି। ବଲିଉଡ ହେଉ କି ଟଲିଉଡ ସିନେ ଷ୍ଟାର୍‌ମାନେ ରାଜନୀତିରେ ଯୋଗ ଦେବା ପରମ୍ପରା ବହୁ ଆଗରୁ ରହିଛି। 

ଆକ୍ସ୍‌ନର ରହିଛି ରିଆକ୍ସନ୍‌: ଟିକେଟ କଟିବା ପରେ କହିଲେ ଶତ୍ରୁଘ୍ନ

ଆକ୍ସ୍‌ନର ରହିଛି ରିଆକ୍ସନ୍‌: ଟିକେଟ କଟିବା ପରେ କହିଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ, ୨୪।୩: ଭାଜପା ନେତା ଶତ୍ରୁଘ୍ନ ସିହ୍ନାଙ୍କ ଟିକେଟ ପାଟନା ସାହିବ ଆସନରୁ କଟିବା ପରେ ସେ ଦେଇଛନ୍ତି ଏକ ବିଜ୍ଞାନ ସମ୍ମତ ମନ୍ତବ୍ୟ। ସେ କହିଛନ୍ତି ବୈଜ୍ଞାନିକ ସାର୍‌ ଆଇଜାକ୍‌ ନିଉଟନ୍‌ଙ୍କ ନିୟମ ଅନୁସାରେ ପ୍ରତି ଆକ୍ସନ୍‌ର ରିଆକ୍ସନ୍‌ ରହିଛି। 

ଗରିବ ପରିବାରରୁ ଆସିଥିବା ଏହି ୫ କ୍ରିକେଟର ଏବେ କୋଟିପତିି...

ଗରିବ ପରିବାରରୁ ଆସିଥିବା ଏହି ୫ କ୍ରିକେଟର ଏବେ କୋଟିପତିି...

ନୂଆଦିଲ୍ଲୀ, ୨୪।୩: ଦିନେ ଗରିବ ଥିବା ୫ ଭାରତୀୟ  କ୍ରିକେଟରଙ୍କ ପାଖରେ ଏବେ ଅଚଳାଚଳ ସମ୍ପତ୍ତି।

ସିପିଆଇ ଟିକେଟରୁ ନିର୍ବାଚନ ଲଢିବେ କହ୍ନେୟା କୁମାର

ସିପିଆଇ ଟିକେଟରୁ ନିର୍ବାଚନ ଲଢିବେ କହ୍ନେୟା କୁମାର

ପାଟନା,୨୪।୩: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ଛାତ୍ରସଂଘର ପୂର୍ବତନ ନେତା ତଥା ଯୁବ ଛାତ୍ର ନେତା କହ୍ନେୟା କୁମାର ୨୦୧୯ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ। 

ବାୟୁସେନାର ଶକ୍ତି ହେବ ବୃଦ୍ଧି: ସୋମବାର ସାମିଲ୍‌ ହେବ ଚିନୁକ୍‌ ସିଏଚ୍‌-୪୭-ଆଇ ହେଲିକପ୍ଟର

ବାୟୁସେନାର ଶକ୍ତି ହେବ ବୃଦ୍ଧି: ସୋମବାର ସାମିଲ୍‌ ହେବ ଚିନୁକ୍‌ ସିଏଚ୍‌-୪୭-ଆଇ ହେଲିକପ୍ଟର

ନୂଆଦିଲ୍ଲୀ,୨୪।୩: ଭାରତୀୟ ବାୟୁସେନାର ଶକ୍ତି ଏଣିକି ବହୁଗୁଣା ବୃଦ୍ଧି ପାଇବ। ସୋମବାର(ମାର୍ଚ୍ଚ-୨୫) ଆମେରିକା ବୋଇଙ୍ଗ୍‌ କମ୍ପାନୀ ଦ୍ୱାରା ନିର୍ମିତ ଶକ୍ତିଶାଳୀ ଚିନୁକ୍‌ ସିଏଚ୍‌-୪୭-ଆଇ ହେଲିକପ୍ଟର ଚଣ୍ଡିଗଡ଼ଠାରେ ବାୟୁସେନାରେ ସାମିଲ୍‌ ହେବ। 

ଆଜମଗଡ଼ରୁ ଲଢିବେ ଅଖିଳେଶ: ଖୁସିବ୍ୟକ୍ତ କଲେ ଭାଜପା ନେତା

ଆଜମଗଡ଼ରୁ ଲଢିବେ ଅଖିଳେଶ: ଖୁସିବ୍ୟକ୍ତ କଲେ ଭାଜପା ନେତା

ନୂଆଦିଲ୍ଲୀ,୨୪।୩: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜମଗଡ଼ରୁ ନିର୍ବାଚନ ଲଢିବେ ବୋଲି ରବିବାର ସ୍ପଷ୍ଟ ହୋଇଛି।

ଏକ ପ୍ୟାକେଟ କ୍ଷୀର ପାଇଁ ୭ ବର୍ଷ ନାବାଳକଙ୍କୁ ଗୁଳି କରି ହତ୍ୟା

ଏକ ପ୍ୟାକେଟ କ୍ଷୀର ପାଇଁ ୭ ବର୍ଷ ନାବାଳକଙ୍କୁ ଗୁଳି କରି ହତ୍ୟା

ପାଟନା,୨୪।୩: ବିହାର ପାଟନା ନିକଟସ୍ଥ ରାଣୀପୁର ରେଲଓ୍ବେ ଲେବୁଲ କ୍ରସିଂଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ୭ ବର୍ଷର ନାବାଳକଙ୍କୁ ମାତ୍ର ଏକ ପ୍ୟାକେଟ କ୍ଷୀର ପାଇଁ ବେକରେ ଗୁଳି କରି ହତ୍ୟା କରାଯାଇଛି। 

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ପୁଞ୍ଚ,୨୪।୩: ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ରବିବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା କୁହାଯାଉଛି। 

ପିଲା ବାରମ୍ବାର କାନ୍ଦିବାରୁ ମୁହଁରେ ଫେବିକ୍ୱିକ ଲଗାଇ ଦେଲେ ମା’

ପିଲା ବାରମ୍ବାର କାନ୍ଦିବାରୁ ମୁହଁରେ ଫେବିକ୍ୱିକ ଲଗାଇ ଦେଲେ ମା’

ପାଟନା,୨୪।୩: ବିହାରର ଛପରାରୁ ଆଶ୍ଚର୍ଯ୍ୟ ହେଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଶିଶୁଟିଏ ବାରମ୍ବାର କାନ୍ଦିବାରୁ ମା’ ଶିଶୁଟି ମୁହଁରେ ଫେବିକ୍ୱିକ ଲଗାଇ ଦେଇଥିବା କୁହାଯାଉଛି। 

ଘୋଷଣା ହେଲା ଫିଲ୍ମ ଫେୟାର ପୁରସ୍କାର: ରଣବୀର-ଆଲିଆ ଶ୍ରେଷ୍ଠ

ଘୋଷଣା ହେଲା ଫିଲ୍ମ ଫେୟାର ପୁରସ୍କାର: ରଣବୀର-ଆଲିଆ ଶ୍ରେଷ୍ଠ

ମୁମ୍ବାଇ, ୨୪।୩:୨୦୧୮ ବର୍ଷ ପାଇଁ ଫିଲ୍ମ ଫେୟାର ପୁରସ୍କାର ଘୋଷଣା ହୋଇଛି। ମୁମ୍ବାଇରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ପୃଥିବୀବାସୀଙ୍କ ଉପରେ ନଜର ରଖୁଛନ୍ତି ଏଲିଏନ୍‌!

ପୃଥିବୀବାସୀଙ୍କ ଉପରେ ନଜର ରଖୁଛନ୍ତି ଏଲିଏନ୍‌!

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୩: ଅନ୍ୟଗ୍ରହର ଜୀବ ବା ଏଲଏନ୍‌ଙ୍କୁ ନେଇ ଦୀର୍ଘ ବର୍ଷ ଧରି ମଣିଷ ଗବେଷଣା ଜାରି ରଖିଛି। ତେବେ ନିକଟରେ କେତେକ ମହାକାଶ ବିଜ୍ଞାନୀ ଦାବି କରିଛନ୍ତି ଯେ, ଏଲିଏନ୍‌ ଅନେକ ପୂର୍ବରୁ ମଣିଷକୁ ଖୋଜି ସାରିଥିବାବେଳେ ସମଗ୍ର ପୃଥିବୀବାସୀଙ୍କ ଉପରେ ନଜର ରଖିଛନ୍ତି। 

ବଲିଉଡ୍‌ରେ କିସିଂ ଏବଂ ଲିପ୍‌ଲକ୍‌ ଟ୍ରେଣ୍ଡ୍‌ ଆରମ୍ଭ କରିଥିଲେ ଇମରାନ୍‌ ହାସ୍‌ମୀ

ବଲିଉଡ୍‌ରେ କିସିଂ ଏବଂ ଲିପ୍‌ଲକ୍‌ ଟ୍ରେଣ୍ଡ୍‌ ଆରମ୍ଭ କରିଥିଲେ ଇମରାନ୍‌ ହାସ୍‌ମୀ

ମୁମ୍ବାଇ,୨୪।୩: ବଲିଉଡ୍‌ର କିସିଂ ଷ୍ଟାର ଇମରାନ୍‌ ହାସ୍‌ମୀ ରବିବାର ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ମାର୍ଚ୍ଚ ୨୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। 


Model This Week

ରଶ୍ମି
Why Dharitri