ଅପରାଧ | ବାଲେଶ୍ୱର

କନଷ୍ଟେବଳଙ୍କୁ କାମୁଡ଼ି ଡ୍ରାଇଭର ଫେରାର

ଚାନ୍ଦବାଲି,୬।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଫାଣ୍ଡି ପୋଲିସ ସୋମବାର ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ପିକ୍‌ଅପ ଗାଡ଼ି ଜବତ କରିଥିଲା। ଏଥିରେ ୪୫ ବସ୍ତା କୋଇଲା ଥିଲା। ମାତ୍ର ଗାଡ଼ିକୁ ପୋଲିସ ହେପାଜତରେ ଚାନ୍ଦବାଲି ଥାନାକୁ ନିଆଯିବାବେଳେ ଗାଡ଼ିରେଥିବା କନଷ୍ଟେବଳଙ୍କୁ କାମୁଡ଼ି ଏହାର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ପରେ ଚାନ୍ଦବାଲି ପୋଲିସ ବୈତରଣୀ ନଦୀର ବିଜୁ ସେତୁ ନିକଟରୁ କୋଇଲା ଗାଡ଼ି ଓ ଆହତ କନଷ୍ଟେବଳଙ୍କୁ ଉଦ୍ଧାର କରିଛି।
All Right Reserved By

ଅପରାଧ | ବାଲେଶ୍ୱର

ରାସ୍ତାକଡ଼ରୁ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ରାସ୍ତାକଡ଼ରୁ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

କାଲିମେଳା,୨୪।୩୯ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ମହାରାଜାପଲ୍ଲୀ ନିକଟ ରାସ୍ତାକଡ଼ରୁ ରବିବାର ଜଣେ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଏମ୍‌ପିଭି-୪୩ ଗ୍ରାମର ରମେନ୍‌ ବିଶ୍ୱାସ। 

୪ କଲରାପତରିଆ ଚମଡ଼ା ଜବତ ଗିରଫ: ଆଉ ୩ ଅଭିଯୁକ୍ତ ଗିରଫ

୪ କଲରାପତରିଆ ଚମଡ଼ା ଜବତ ଗିରଫ: ଆଉ ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡାରୁ ୪ କଲରାପତରିଆ ବାଘ ଚମଡ଼ା ଘଟଣାରେ ରବିବାର ଅନ୍ୟ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନରେନ୍ଦ୍ର ପିଙ୍ଗ, ମାନ୍‌ଫୁଲ ପ୍ରଧାନ, ଅକ୍ଷୟ ଭୋଇ। ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ କୁଚିଣ୍ଡା ଏସ୍‌ଡିଜେଏମ୍‌ କୋଟ୍‌କୁ ଚାଲାଣ କରାଯାଇଛି।

ଭଉଣୀ-ଭାଇଙ୍କ ଅନୈତିକ ସମ୍ପର୍କ ସନ୍ଦେହରେ ଶଳାଙ୍କ ଯୌନାଙ୍ଗ କାଟିଲେ ଭିଣୋଇ

ଭଉଣୀ-ଭାଇଙ୍କ ଅନୈତିକ ସମ୍ପର୍କ ସନ୍ଦେହରେ ଶଳାଙ୍କ ଯୌନାଙ୍ଗ କାଟିଲେ ଭିଣୋଇ

ଢେଙ୍କାନାଳ ଅଫିସ, ୨୪।୩: ଢେଙ୍କାନାଳ ଜିଲା ସଦର ଥାନା ବେଶାଳିଆ ନିକଟସ୍ଥ ବିଦ୍ୟାବନ୍ଧ ଗ୍ରାମରେ ରବିବାର ଏକ ଅଭାବନୀୟ  ଘଟଣା ଘଟିଛି। ଭିଣୋଇ କଟୁରୀ ଚୋଟରେ  ଶଳାର ମୃତ୍ୟୁ  ଘଟିଛି। ମୃତକ ହେଲେ ନଗେଶ ରାଉତ। 

ବାର୍‌ହା ମୃତଦେହ ଉଦ୍ଧାର:ବନ୍ଧୁକ ସହ ଶିକାରୀ ଗିରଫ

ବାର୍‌ହା ମୃତଦେହ ଉଦ୍ଧାର:ବନ୍ଧୁକ ସହ ଶିକାରୀ ଗିରଫ

ନୀଳଗିରି, ୨୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡସ୍ଥ କୁଲଡ଼ିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ବିଟ୍‌ର ଖୁମୁକୁଟ୍‌ ଜଙ୍ଗଲରେ ଶନିବାର  ବନ କର୍ମଚାରୀ ଚଢ଼ାଉ କରି ବାର୍‌ହାର ମୃତଦେହ ଉଦ୍ଧାର କରିଛନ୍ତି।

ଶିକାରୀ ଗିରଫ, ମୃତ ବାର୍‌ହା ଜବତ

ଶିକାରୀ ଗିରଫ, ମୃତ ବାର୍‌ହା ଜବତ

ବୁଗୁଡା,୨୩।୩(ଡି.ଏନ୍‌.ଏ.)- ବୁଗୁଡା ଥାନା ମଙ୍ଗରାଜପୁର ଗ୍ରାମରୁ ୧୦୦ମିଟର ଦୂରରେ ଶୁକ୍ରବାର ଭୋରରେ ବୁଗୁଡା ବନବିଭାଗ ଚଢାଉ କରି ବିଦ୍ୟୁତ୍‌ ହୁକିଂରେ ମୃତ ବାର୍‌ହାକୁ ଜବତ କରିବା ସହ ଜଣେ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଶିକାରି ଜଣକ ହେଲେ ମଙ୍ଗରାଜପୁର ଗ୍ରାମର ଟୁକୁନା ନାଇକ। ଘଟଣାସ୍ଥଳରୁ ହୁକିଂ ପାଇଁ ବ୍ୟବହୃତ ତାର ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି। ଏନେଇ ବନବିଭାଗ ନଂ.୨୬୨/୧୯ରେ ଏକ ମାମଲା ରୁଜୁ କରି ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିଛନ୍ତି।

ଟ୍ରକ ସହ ୬୧୬ କିଗ୍ରା ଗଂଜେଇ ଜବତ, ୨ ଗିରଫ

ଟ୍ରକ ସହ ୬୧୬ କିଗ୍ରା ଗଂଜେଇ ଜବତ, ୨ ଗିରଫ

ଛତ୍ରପୁର, ୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ୧୬ ନଂ. ଜାତୀୟ ରାଜପଥର ଏକ ଢାବା ସମ୍ମୁଖରୁ ଶନିବାର ଏକ ଦଶ ଚକିଆ ଟ୍ରକ ସହ ୬୧୬ କି.ଗ୍ରା. ଗଞ୍ଜଇ ଜବତ କରାଯାଇଛି। 

ରାଜଧାନୀରୁ ରନ୍ଧାମଦ ଜବତ, ୯ ଗିରଫ

ରାଜଧାନୀରୁ ରନ୍ଧାମଦ ଜବତ, ୯ ଗିରଫ

କଟକରୋଡ, ୨୩।୩(ଡି.ଏନ୍‌.ଏ.): ଭୁବନେଶ୍ୱର ଅବକାରୀ ରେଞ୍ଜ, କଟକ ଫ୍ଲାଇଂ ସ୍କ୍ବାଡ୍‌ ଓ କମିଶନରେଟ୍‌ ପୋଲିସ ମିଳିତ ଭାବେ ରାଜଧାନୀର ନୟାପଲ୍ଲୀ ଥାନା ଅଧୀନ ସାଲିଆ ସାହି ଅଞ୍ଚଳରେ ଶନିବାର ସକାଳେ ଚଢ଼ାଉ କରି ୯ ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। 

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ତେନ୍ତୁଳିମୂଳ (ମଶାଣିଆ ନୂଆସାହି) ଗାଁରେ ଶୁକ୍ରବାର ସନ୍ଧ୍ୟାରେ ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଆହତ ହୋଇଛନ୍ତି। 

ବିଦେଶୀ ମଦ ଜବତ: ଜଣେ ଗିରଫ

ବିଦେଶୀ ମଦ ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୩।୩:  ଭଦ୍ରକ ସଦର  ଅବକାରୀ ଟିମ ଶନିବାର ଚଢ଼ାଉ କରି ରାଣୀତାଲ ଅନ୍ତର୍ଗତ ଚୁଡ଼ଙ୍ଗପୁର ନିକଟରୁ ବ୍ୟାପକ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ହୋଲିରେ ଚୋରା ମଦ ବିକ୍ରିକୁ ନେଇ ତାତିଲେ ମହିଳା, ଏରବଙ୍ଗ ହାଟ ବଜାରରେ ଭାଙ୍ଗିଲେ ୩ ମଦ ଦୋକାନ

ହୋଲିରେ ଚୋରା ମଦ ବିକ୍ରିକୁ ନେଇ ତାତିଲେ ମହିଳା, ଏରବଙ୍ଗ ହାଟ ବଜାରରେ ଭାଙ୍ଗିଲେ ୩ ମଦ ଦୋକାନ

ଗୋପ,୨୨।୩(ଡି.ଏନ୍‌.ଏ.): ଗୋପ ପୋଲିସ ହୋଲିପର୍ବକୁ ଶାନ୍ତିଶୃଙ୍ଖଳାରେ କରିବା ଲାଗି ଥାନା ଅଧୀନରେ ଥିବା କେତେକ ଚୋରା ମଦ ବେପାରୀଙ୍କ ସହ ପ୍ରାୟ ୧୦୦ ରୁ ଅଧିକ ଦେଶୀବିଦେଶୀ ମଦ ବୋତଲ ଜବତ କରିଛି। 

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ଜୟପୁର, ୨୨।୩(ନି.ପ୍ର.)-ହୋଲି ଖେଳକୁ ନେଇ ଜୟପୁର ବାପୁଜୀ ନଗର ଓ ଡେପୁଗୁଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେଇଥିବା ନେଇ ସୂଚନା ମିଳିଛି। ଉଭୟ ସାହିର ଲୋକେ ପରସ୍ପରକୁ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ଢେଲା ମାଡ଼ କରିଛନ୍ତି। ଏଥିରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି।

ଚୋରା ବନ୍ଧୁକ କାରବାର ଘଟଣାରେ ୭ ଅଟକ

ଚୋରା ବନ୍ଧୁକ କାରବାର ଘଟଣାରେ ୭ ଅଟକ

ପୁରୁଣା ଭୁବନେଶ୍ୱର,୨୨।୩(ଡି.ଏନ୍‌.ଏ.): ଗୁରୁବାର ବିଳମ୍ବିତ ରାତିରେ ଧଉଳି ଥାନା ଅଞ୍ଚଳରେ ଚୋରା ବନ୍ଧୁକ କାରବାର କରିବା  ଘଟଣାରେ ପୋଲିସ ୭ଜଣଙ୍କୁ ଅଟକ ରଖିଛି। 


Model This Week

ରଶ୍ମି
Why Dharitri