ଅନ୍ତର୍ଜାତୀୟ |

ଚାଇନା ସେନାର ଆଧୁନିକୀକରଣ: ଛଟେଇ ହେବେ ୩ ଲକ୍ଷ ସୈନ୍ୟ

ଚାଇନା ସେନାର ଆଧୁନିକୀକରଣ: ଛଟେଇ ହେବେ ୩ ଲକ୍ଷ ସୈନ୍ୟ
ବେଜିଂ, ୬।୩ : ଚାଇନା ଏହାର ସେନାବାହିନୀର ଆଧୁନିକୀକରଣ ନେଇ ଯୋଜନା ପ୍ରସ୍ତୁତ କରିଛି। ଏହି ଯୋଜନା ଅନ୍ତର୍ଗତ ସେନାବାହିନୀରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରାଯାଇ ମେସିନ୍‌କୁ ଯୁଦ୍ଧରେ ନିୟୋଜିତ କରାଯିବ। ଏହାଦ୍ୱାରା ପ୍ରାୟ ୩ ଲକ୍ଷ ସୈନ୍ୟଙ୍କୁ ଛଟେଇ କରାଯିବ ବୋଲି ଜଣାପଡିଛି। ସମ୍ପ୍ରତି ଚାଇନା ସେନାବାହିନୀରେ ୨.୩ ନିୟୁତ ସୈନ୍ୟ କାର୍ଯ୍ୟ କରୁଛନ୍ତି। ତେବେ ଏହି ନୂତନ ଯୋଜନା ଦ୍ୱାରା ଚାଇନା ସୈନ୍ୟଙ୍କ ସଂଖ୍ୟା ୨ ନିୟୁତରେ ପହଞ୍ଚିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚିତ କରାଯାଇଛି।
All Right Reserved By

ଅନ୍ତର୍ଜାତୀୟ |

ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଯୋଗାଉଛି ଲାଇବ୍ରେରୀ

ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଯୋଗାଉଛି ଲାଇବ୍ରେରୀ

ନ୍ୟୁୟର୍କ,୨୧।୯: ଆମେରିକା ନ୍ୟୁୟର୍କରେ ଥିବା ପବ୍ଲିକ୍‌ ଲାଇବ୍ରେରୀ ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଓ ବ୍ୟାଗ୍‌ ଆଦି ଉପଲବ୍ଧ କରାଉଛି।

ଦେଶରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ହୋଇଛନ୍ତି ଦାରିଦ୍ର୍ୟ ମୁକ୍ତ

ଦେଶରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ହୋଇଛନ୍ତି ଦାରିଦ୍ର୍ୟ ମୁକ୍ତ

ନୂଆଦିଲ୍ଲୀ/ଜେନେଭା,୨୧।୯: ଭାରତରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି। ୨୦୧୮ ଗ୍ଲୋବାଲ ମଲ୍ଟିଡାଇମେନ୍ସନାଲ୍‌ ପୋଭର୍ଟି ଇଣ୍ଡେକ୍ସ୍‌ରେ ଏସମ୍ପର୍କରେ ସୂଚିତ ହୋଇଛି। 

ମଝି ହ୍ରଦରେ ଓଲଟିଲା ଡଙ୍ଗା: ୪୪ ମୃତ

ମଝି ହ୍ରଦରେ ଓଲଟିଲା ଡଙ୍ଗା: ୪୪ ମୃତ

ଡୋଡୋମା, ୨୧।୯: ତାଞ୍ଜାନିଆରେ ଏକ ଡଙ୍ଗା ବୁଡ଼ି ଘଟଣାରେ ୪୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଭିକ୍ଟୋରିଆ ହ୍ରଦରେ ଘଟିଛି ଏହି ଅଘଟଣ। ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ସବାର ଥିଲେ। 

ଆତଙ୍କବାଦୀ ବୁରହାନ ଓ୍ବାନିଙ୍କ ନାଁରେ ଡାକ ଟିକେଟ

ଆତଙ୍କବାଦୀ ବୁରହାନ ଓ୍ବାନିଙ୍କ ନାଁରେ ଡାକ ଟିକେଟ

ଇସ୍‌ଲାମାବାଦ, ୨୦।୯: ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଟପ୍‌ କମାଣ୍ଡର ବୁରହାନ ଓ୍ବାନିଙ୍କ ନାଁରେ ଡାକ ଟିକେଟ ପ୍ରସ୍ତୁତ କରିଛି ପାକିସ୍ତାନ।

ମହିଳାଙ୍କୁ ଚିକିତ୍ସା ସମୟରେ ଡାକ୍ତର କରୁଥିଲେ ଅଶ୍ଳୀଳ ଭିଡ଼ିଓ ଶୁଟିଂ

ମହିଳାଙ୍କୁ ଚିକିତ୍ସା ସମୟରେ ଡାକ୍ତର କରୁଥିଲେ ଅଶ୍ଳୀଳ ଭିଡ଼ିଓ ଶୁଟିଂ

ଓ୍ପାଶିଂଟନ,୨୦।୯: ଆମେରିକା କାର୍ଲିଫର୍ନିଆରେ ଜଣେ ଡାକ୍ତର ମହିଳାଙ୍କୁ ଚିକିତ୍ସା ସମୟରେ ଅଶ୍ଳୀଳ ଭିଡ଼ିଓ ଶୁଟିଂ କରୁଥିଲେ। ଏଥିରେ ତାଙ୍କୁ ତାଙ୍କର ଗର୍ଲଫ୍ରେଣ୍ଡ୍‌ ସିରିସା ଲୋରା ରିଲେ ସହାୟତା କରୁଥିଲେ।

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

କରାଚୀ, ୨୦।୯: ବିଘ୍ନବିନାଶନ ଗଣେଶଙ୍କ ଆରାଧନା କେବଳ ଭାରତରେ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ବେଶ୍‌ ଧୁମଧାମରେ ପାଳନ କରାଯାଏ। 

ଆମେରିକାରେ ଆକ୍ରମଣ:  ୩ ଆହତ

ଆମେରିକାରେ ଆକ୍ରମଣ: ୩ ଆହତ

ଓ୍ବାଶିଂଟନ,୨୦।୯: ଆମେରିକାର ହୋଇଥିବା ଗୁଳିମାଡରେ ଅତିକମ୍‌ରେ ୩ଜଣ ଲୋକ ଆହତ ହୋଇଥିବା ଜଣାପଡିଛି। ଏହା ମିଡଲଟନରେ ବୁଧବାର ବିଳମ୍ବିତ ରାତିରେ ହୋଇଛି।

ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌

ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୦।୯: ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଭାରତ ସହ ସମ୍ପର୍କ ବଢାଇବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି।

ପୁଟିନ୍‌ଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ମଡ଼େଲ୍‌

ପୁଟିନ୍‌ଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ମଡ଼େଲ୍‌

ଲଣ୍ଡନ,୨୦।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ମୀର୍‌ ପୁଟିନ୍‌ଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଛନ୍ତି ମଡ଼େଲ୍‌ ଏନା ଶୋପିରୋ। 

ଭାରତୀୟ ଉପମହାଦ୍ୱୀପରେ ଶାନ୍ତିରେ ବାଧକ ସାଜିଛି ଲଶ୍କର ଓ ଜୈଶ୍‌: ଆମେରିକା

ଭାରତୀୟ ଉପମହାଦ୍ୱୀପରେ ଶାନ୍ତିରେ ବାଧକ ସାଜିଛି ଲଶ୍କର ଓ ଜୈଶ୍‌: ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୯: ଭାରତୀୟ ଉପମହାଦ୍ୱୀପରେ ଶାନ୍ତିରେ ବାଧକ ସାଜିଛି ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ଏବଂ ଜୈଶ୍‌-ଇ-ମହମ୍ମଦ୍‌। ଏସମ୍ପର୍କରେ ଆମେରିକା ପ୍ରକାଶ କରିଛି।

ଗଡିଲା ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌

ଗଡିଲା ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌

ବର୍ଲିନ୍‌,୨୦।୯: ଜର୍ମାନୀରେ ଗଡିଛି ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌ । ପ୍ରଥମ ପର୍ଯ୍ୟାୟରେ ଏହା ୨ଟି ସହର ମଧ୍ୟରେ ଶହେ କିଲୋମିଟର ଦୂରତା ଅତିକ୍ରମ କରିଛି। ଏହା ୟୁରୋପର ସବୁଠାରୁ ବଡ ରେଳ ଟ୍ରାନ୍ସପୋର୍ଟ କମ୍ପାନୀ ଅଲ୍‌ଷ୍ଟୋମ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଷ୍ଟ୍ରବେରୀକୁ ସାବଧାନ

ଷ୍ଟ୍ରବେରୀକୁ ସାବଧାନ

ସିଡ୍‌ନୀ,୨୦।୯: ଅଷ୍ଟ୍ରେଲିଆରେ ଏବେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ଷ୍ଟ୍ରବେରୀ। କାରଣ ଏବେ ଏହି ଫଳରୁ ବାହାରୁଛି ସିଲେଇ କରାଯାଉଥିବା ଛୁଞ୍ଚି। କେବଳ ଷ୍ଟବେରୀ ନୁହେଁ କଦଳୀରେ ମଧ୍ୟ ଛୁଞ୍ଚିଥିବା କେତେକ ଲୋକେ ଅଭିଯୋଗ କରିଛନ୍ତି।