ରାୟଗଡା

କୋରାପୁଟ ଜିଲା ନକ୍ସାରେ ଅଛି ବିବାଦୀୟ କୋଟିଆ

କୋରାପୁଟ ଜିଲା ନକ୍ସାରେ ଅଛି ବିବାଦୀୟ କୋଟିଆ
କୋରାପୁଟ/ପଟ୍ଟାଙ୍ଗୀ,୫।୩(ଡି.ଏନ.ଏ) ବିବାଦୀୟ କୋଟିଆ ପଞ୍ଚାୟତ ଅଧୀନ ତଥା ଆନ୍ଧ୍ର ସୀମାନ୍ତବର୍ତ୍ତୀ ୨୧ଟି ଗ୍ରାମ ଓ ୭ଟି ପଡାଗାଁ ଅବିଭକ୍ତ କୋରାପୁଟ ଜିଲା ନକ୍ସାରେ ରହିଛି। କୋରାପୁଟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତନ ଜିଲାପାଳ ତଥା କୋଟିଆ ବଞ୍ଚାଅ ସଂଗଠନ ସମ୍ପାଦକ ଗଦାଧର ପରିଡା ଏଭଳି ତଥ୍ୟ ଉପସ୍ଥାପନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, କୋରାପୁଟର ପ୍ରଥମ ଜିଲାପାଳ ଆର.ସି.ଏସ.ବେଲଙ୍କ ଝିଅ ଆଲେକ୍ସ ଟନର ଓ ଜ୍ୱାଇଁ ଡେଭିଡ ଟନର ଗତ ଜାନୁୟାରୀରେ କୋରାପୁଟ ଗସ୍ତ କରିଥିଲେ । ଏହି ସମୟରେ କୋରାପୁଟ ଜିଲାର ନକ୍ସା ଓ ଗେଜେଟର ଯଦି କିଛି ଦସ୍ତାବିଜ୍‌ ରହିଛି ତାହା ପ୍ରଦାନ କରିବାକୁ ତାଙ୍କୁ ଅନୁରୋଧ କରାଯାଇଥିଲା । ଆଉ ସେହି ଅନୁରୋଧକୁ ରକ୍ଷା କରି ତାସମାନିଆରେ ରହୁଥିବା ଆଲେକ୍ସ ଓ ଡେଭିଡ ୧୯୪୫ରେ ପ୍ରସ୍ତୁତ ଏକ ନକ୍ସାକୁ ୩ ଦିନ ତଳେ ପ୍ରେରିତ କରିଛନ୍ତି । ଏହି ନକ୍ସାରେ ତାଡିବାଲେସା ରାସ୍ତା କୋରାପୁଟ ଜିଲା ଭିତରେ ରହିଥିବାରୁ ତାଡିବାଲେସା, ନାରାଡିବାଲେସା ଗ୍ରାମ ସବୁ ଓଡିଶାରେ ରହିଛି । ଏଥିରୁ ସୂଚିତ ହୋଇଯାଉଛି ଯେ, କୋଟିଆ କେବେ ହେଲେ ବି ଓଡିଶା ବାହାରେ ନ ଥିଲା । ଓଡିଶାରେ ରହି ଆସିଛି ବୋଲି ପରିଡ଼ା କହିଛନ୍ତି । ରାଜ୍ୟ ସରକାର ଯଦି ଚାହିଁବେ ନକ୍ସାଗୁଡିକୁ ସେ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି । ପ୍ରକାଶ ଯେ, ବିବାଦୀୟ କୋଟିଆ ଗ୍ରାମରେ ଆନ୍ଧ୍ର ସରକାର ପ୍ରବେଶ କରିବା ଓ ଗ୍ରାମବାସୀଙ୍କୁ ସରକାରୀ ଯୋଜନାରେ ସାମିଲ କରି ନିଜ ଆଡକୁ ନେବାକୁ ଉଦ୍ୟମ କରିବା ନେଇ ଗତ କିଛି ମାସ ହେଲା ଗଣମାଧ୍ୟମରେ ଚର୍ଚ୍ଚା ଚାଲିବା ପରେ ରାଜ୍ୟ ସରକାର ଉକ୍ତ ଅଞ୍ଚଳ ଉପରେ ତତ୍ପରତା ପ୍ରକାଶ କରିଛନ୍ତି ।
All Right Reserved By

ରାୟଗଡା

ହିରାଖଣ୍ଡ ଟ୍ରେନ୍‌ରୁ ଖସି ଜଣେ ଗୁରୁତର

ହିରାଖଣ୍ଡ ଟ୍ରେନ୍‌ରୁ ଖସି ଜଣେ ଗୁରୁତର

ରାୟଗଡ଼ା ଅଫିସ, ୨୩।୩ (ଡି.ଏନ୍‌.ଏ.)ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଷ୍ଟେଶନରେ ଶୁକ୍ରବାର ସନ୍ଧ୍ୟାରେ ହିରାଖଣ୍ଡରୁ  ଖସି ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ସୁଶାନ୍ତ କୁମାର ସାହୁ ା ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । 

ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ବିଜେଡିକୁ ଝଟକା:ବେଦବ୍ୟାସ ହେଲେ ସ୍ବାଧୀନ ପ୍ରାର୍ଥୀ

ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ବିଜେଡିକୁ ଝଟକା:ବେଦବ୍ୟାସ ହେଲେ ସ୍ବାଧୀନ ପ୍ରାର୍ଥୀ

ନବରଙ୍ଗପୁର,୨୩।୩(ବି.ପ୍ର.)- ନବରଙ୍ଗପୁର ଜିଲା ଉମରକୋଟ ଓ ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଗୁରୁବାର ୨ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।  ବିଜେଡିର ନବରଙ୍ଗପୁର ବ୍ଲକ ସଭାପତି ତଥା ଜିଲା ପରିଷଦ ସଭ୍ୟ ବେଦବ୍ୟାସ ଭତ୍ରା ଗୁରୁବାର ଉପଜିଲାପାଳ ତଥା ଅତିରିକ୍ତ ରିଟର୍ଣ୍ଣିଂ ଅଫିସର କରୁଣାକର ରାଇକାଙ୍କ ନିକଟରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ବେଦବ୍ୟାସ ପୂର୍ବରୁ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ।

କଂଗ୍ରେସରୁ ଇସ୍ତଫା ଦେଲେ ବାଲାରାଜୁ କପେ

କଂଗ୍ରେସରୁ ଇସ୍ତଫା ଦେଲେ ବାଲାରାଜୁ କପେ

ମାଲକାନଗିରି,୨୩।୩ (ଡି.ଏନ୍‌.ଏ.)- 

ମାଲକାନଗିରି ଜିଲା କଂଗ୍ରେସର ଯୁବନେତା ବାଲାରାଜୁ କପେ ଶନିବାର କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି।  କପେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ  ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ।  ମାଥିଲି ଅଞ୍ଚଳର ବରିଷ୍ଠ ନେତା ସ୍ମୃତି ରଞ୍ଜନଙ୍କ ସହ ତାଙ୍କର ଶତାଧିକ ସମର୍ଥକ କପେଙ୍କୁ ଟିକେଟ ଦେବାକୁ ଚାପ ପକାଇଥିଲେ। 

 କୋରାପୁଟ ଲୋକସଭା ଆସନରୁ ଲଢିବେ କଂଗ୍ରେସର ଜୟରାମ ପାଙ୍ଗି

କୋରାପୁଟ ଲୋକସଭା ଆସନରୁ ଲଢିବେ କଂଗ୍ରେସର ଜୟରାମ ପାଙ୍ଗି


କୋରାପୁଟ,୨୩।୩(ସ୍ବ.ପ୍ର)

କୋରାପୁଟ ଲୋକସଭା ଆସନ ସମେତ ଜିଲାର ୫ଟି ବିଧାନସଭା ଆସନ ନିମନ୍ତେ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। କୋରାପୁଟ ଲୋକସଭା ଆସନ ପାଇଁ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଜୟରାମ ପାଙ୍ଗିଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ କୋରାପୁଟ ବିଧାନସଭା ଆସନ ଲାଗି ତ୍ରିପୁରାରୀ ଗରଡାଙ୍କୁ ପାର୍ଥୀ କରାଯାଇଛି। 

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ  ଲଢ଼ିବାକୁ ନିଷ୍ପତ୍ତି

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ ଲଢ଼ିବାକୁ ନିଷ୍ପତ୍ତି

ଗୁଣପୁର,୨୩।୩(ଡି.ଏନ୍‌.ଏ.):  ୨୦୧୯ ଓଡ଼ିଶା ବିଧାନସଭା ନିିର୍ବାଚନ ଲାଗି ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ୨୨ଟି ଆସନ ଲାଗି ନାମ ଘୋଷଣା କରାଯାଇଛି। 

କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ କାର୍‌ରୁ  ୧ଲକ୍ଷ ୯ହଜାର ଟଙ୍କା  ଜବତ

କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ କାର୍‌ରୁ ୧ଲକ୍ଷ ୯ହଜାର ଟଙ୍କା ଜବତ

କୋରାପୁଟ,୨୨।୩(ସ୍ବ.ପ୍ର)- କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କୁଷ୍ଣ କୁଲଦୀପଙ୍କ  କାର୍‌ରୁ ନିର୍ବାଚନ ସ୍କ୍ବାଡ୍‌ ଶୁକ୍ରବାର  ୧ ଲକ୍ଷ ୯ ହଜାର ୫୦୦ ଟଙ୍କା ଜବତ କରିଛି। ସ୍ଥାନୀୟ ଓଏମ୍‌ପି ନିକଟରେ ଚେକିଂ ଚାଲିଥିବା ସମୟରେ ଏହି ଟଙ୍କା ଜବତ କରାଯାଇଛି। 

ମୁନିଗୁଡ଼ାରେ ରଙ୍ଗର ପର୍ବ ହୋଲି ପାଳିତ

ମୁନିଗୁଡ଼ାରେ ରଙ୍ଗର ପର୍ବ ହୋଲି ପାଳିତ

ମୁନିଗୁଡ଼ା, ୨୨।୩(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ମୁନିଗୁଡ଼ାରେ ଭାଇଚାରାର ପର୍ବ ହୋଲି ଧୂମ୍‌ଧାମରେ ପାଳନ କରାଯାଇଛି। ମୁନିଗୁଡ଼ା ପାଇକ ସାହି ବିଜୁ ପଟ୍ଟନାୟକ ଯୁବ ସଂସଦ, ବୀର ବିକ୍ରମ କ୍ଲବ, ବିବେକାନନ୍ଦ କ୍ଲବ ହୋଲି ପାଳନ କରିଥିଲେ। ଏଥିସହ ସହ ବିଭିନ୍ନ ସାହି ଛକରେ ଯୁବକ ଓ ମହିଳାମାନେ ନାଚଗୀତ ସହ ହୋଲି ପାଳନ କରିଥିଲେ। 

ଦକ୍ଷିଣ- ପୁର୍ବ ରେଳ ବିଭାଗର ଜେନରାଲ ମ୍ୟାନେଜରଙ୍କ କୋରାପୁଟ ଗସ୍ତ

ଦକ୍ଷିଣ- ପୁର୍ବ ରେଳ ବିଭାଗର ଜେନରାଲ ମ୍ୟାନେଜରଙ୍କ କୋରାପୁଟ ଗସ୍ତ

କୋରାପୁଟ,୨୨।୩(ସ୍ବ.ପ୍ର): ଦକ୍ଷିଣ- ପୂର୍ବ ରେଳ ବିଭାଗର ଜେନରାଲ ମ୍ୟାନେଜର ବିଦ୍ୟାଭୁଷଣ ଗୁରୁବାର ଦିନିକିଆ କୋରାପୁଟ ଗସ୍ତରେ ଆସିଛନ୍ତି। ଏହି ସମୟରେ ସେ କୋରାପୁଟ ରେଳ ଷ୍ଟେଶନ ଆସି  ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି।  ରେଳ ବିଭାଗର କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସୁବିଧା ଅସୁବିଧା ସହ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ସେବା ଗୁଡିକ ବିଷୟରେ   କର୍ମଚାରୀମାନଙ୍କ ସହ  ଅଲୋଚନା କରିଛନ୍ତ। ଏହି ଗସ୍ତ ସମୟରେ ତାଙ୍କ ସହ ରେଲୱେ   ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଭିନ୍ନ ସ୍ଥାନରେ ବିଜେଡି ପୋଷ୍ଟର: ଆଚରଣବିଧି ଉଲଘଂନ ଅଭିଯୋଗ ଆଣିଲେ ବିରୋଧୀ ଦଳ

ବିଭିନ୍ନ ସ୍ଥାନରେ ବିଜେଡି ପୋଷ୍ଟର: ଆଚରଣବିଧି ଉଲଘଂନ ଅଭିଯୋଗ ଆଣିଲେ ବିରୋଧୀ ଦଳ

କୋରାପୁଟ,୨୨।୩(ସ୍ବ.ପ୍ର): କୋରାପୁଟ ସଦର ମହକୁମ୍ମାସ୍ଥିତ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଏବଂ  ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଗରେ  ବିଜେଡିର ଦଳୀୟ ପୋଷ୍ଟାର ମରାଯାଇଥିବା ଦେଖିବାକୁ ମିଳିଛି। ବିଜେଡି ନିର୍ବାଚନ ଆଚରଣବିଧି ଉଲ୍ଲଘଂନ କରିଥିବା ନେଇ  ବିରୋଧୀ କଂଗ୍ରେସ ଓ ଭାଜପା  ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ପୋଷ୍ଟାରଗୁଡ଼ିକୁ ତୁରନ୍ତ କାଢିବାକୁ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ବାଚନ ଟାସ୍କଫୋର୍ସ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି। ସେଗୁଡିକୁ ଜବତ କରାଯାଇ ନଷ୍ଟ କରିବାକୁ ଜିଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ଜୟପୁର, ୨୨।୩(ନି.ପ୍ର.)-ହୋଲି ଖେଳକୁ ନେଇ ଜୟପୁର ବାପୁଜୀ ନଗର ଓ ଡେପୁଗୁଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେଇଥିବା ନେଇ ସୂଚନା ମିଳିଛି। ଉଭୟ ସାହିର ଲୋକେ ପରସ୍ପରକୁ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ଢେଲା ମାଡ଼ କରିଛନ୍ତି। ଏଥିରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି।

ସିପିଆଇ(ଏମ୍‌ଏଲ୍‌) ପ୍ରାର୍ଥଙ୍କ ନାମାଙ୍କନପତ୍ର ଦାଖଲ

ସିପିଆଇ(ଏମ୍‌ଏଲ୍‌) ପ୍ରାର୍ଥଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ, ୨୨।୩(ସ୍ବ.ପ୍ର): କୋରାପୁଟ ଲୋକସଭା ଆସନ ପାଇଁ  ଗୁରବାର ସିପିଆଇ(ଏମ୍‌ଏଲ୍‌) ପ୍ରାର୍ଥୀ ରାଜେନ୍ଦ୍ର କେନ୍ଦୁକା ନାମାଙ୍କନପତ୍ର  ଦାଖଲ କରିଛନ୍ତି। ସିପିଆଇ(ଏମ୍‌ଏଲ୍‌) ଜିଲା ସମ୍ପାଦକ ବିବେକ ରଞ୍ଜନଙ୍କ ସହ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍  ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ    ନାମାଙ୍କନପତ୍ର ଦେଇଛନ୍ତି।

୧୦ ଲୋକସଭା   ଆସନରେ ପ୍ରାର୍ଥୀ ଦେବ  ବିଏସ୍‌ପି: କୃଷଚନ୍ଦ୍ର ସଗରିଆ

୧୦ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବିଏସ୍‌ପି: କୃଷଚନ୍ଦ୍ର ସଗରିଆ

କୋରାପୁଟ, ୨୨।୩(ସ୍ବ.ପ୍ର)-ଓଡିଶାର ୧୦  ଲୋକସଭା ଓ ଶତାଧିକ ବିଧାନସଭା ଆସନରେ ବହୁଜନ ସମାଜ ପାର୍ଟି (ବିଏସପି) ପ୍ରାର୍ଥୀ ଦେବ ବୋଲି ଦଳୀୟ ପ୍ରଭାରୀ ତଥା ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା