ଜାତୀୟ |

ଦି ଶେପ୍‌ ଅଫ୍‌ ଓ୍ବାଟର୍‌’ ହାତେଇଲା ୪ ଓସ୍କାର

 ଦି ଶେପ୍‌ ଅଫ୍‌ ଓ୍ବାଟର୍‌’ ହାତେଇଲା ୪ ଓସ୍କାର
ଲସ୍‌ ଏଞ୍ଜେଲ୍‌ସ,୫। ୩(ପି.ଟି.): ହଲିଉଡ୍‌ ଫିଲ୍ମ ‘ଦି ଶେପ୍‌ ଅଫ୍‌ ଓ୍ବାଟର୍‌’ର ଯାଦୁ ଦେଖିବାକୁ ମିଳିଛି ୯୦ତମ ଏକାଡେମୀ ଆଓ୍ବାର୍ଡ ସମାରୋହରେ। ବର୍ଷ ୨୦୧୮ର ଶ୍ରେଷ୍ଠ ଫିଲ୍ମ ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ସହ ୪ଟି ଓସ୍କାର ଟ୍ରଫି ହାତେଇଛି ଏହି ଫିଲ୍ମ। ଏଥିରେ ଏକ ଗବେଷଣାଗାରରେ ସଫେଇ କାର୍ଯ୍ୟରେ ମୁତୟନ ଜଣେ ମୂକ ମହିଳାଙ୍କର ସେଠାରେ ଥିବା ଏକ ଜଳଚର ଜୀବ ସହ ଗଢ଼ିଉଠିଥିବା ନିଃଶବ୍ଦ ସମ୍ପର୍କର ଉପସ୍ଥାପନାକୁ ଭୂୟସୀ ପ୍ରଶଂସା କରିଛନ୍ତି ଓସ୍କାର ବିଚାରକମଣ୍ଡଳୀ। ‘ଦି ଶେପ୍‌ ଅଫ୍‌ ଓ୍ବାଟର୍‌’ ପାଇଁ ଗୁଇଲେର୍ମୋ ଡେଲ୍‌ ଟୋରୋ ଶ୍ରେଷ୍ଠ ନିର୍ଦ୍ଦେଶକ ବିବେଚିତ ହୋଇଛନ୍ତି। ଓସ୍କାର ଗ୍ରହଣ ପରେ ଉଦ୍‌ବୋଧନ ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଟାର୍ଗେଟ୍‌ କରିଥିଲେ ଟୋରୋ। ଟ୍ରମ୍ପ୍‌ଙ୍କ ମେକ୍ସିକୋ ପାଚେରି ନିର୍ମାଣ ବିଷୟକୁ ସେ ସମାଲୋଚନା କରିଥିଲେ। ‘ଥ୍ରି ବିଲ୍‌ବୋର୍ଡସ୍‌ ଆଉଟ୍‌ ସାଇଡ୍‌ ଏବିଂ, ମିସୌରୀ’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଆଓ୍ବାର୍ଡ ହାସଲ କରିଛନ୍ତି ଫ୍ରାନ୍ସେସ୍‌ ମେକ୍‌ଡୋର୍ମାଣ୍ଡ। ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପୂର୍ବବର୍ଷର ବିଜେତା ପ୍ରଦାନ କରିଥାନ୍ତି। କିନ୍ତୁ ଏଥର ଏହି ପରମ୍ପରା ଭଙ୍ଗି କରାଯାଇ ମାକ୍‌ଡୋର୍ମାଣ୍ଡଙ୍କୁ ଜାନେ ଫୋଣ୍ଡା ଏବଂ ହେଲେନ୍‌ ମିରେନ୍‌ ମିଳିତ ଭାବେ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ଗ୍ରହଣ ପରେ ମେକ୍‌ଡୋର୍ମାଣ୍ଡଙ୍କ ମହିଳା ସପକ୍ଷବାଦୀ ଉଦ୍‌ବୋଧନକୁ ଚାରିଆଡ଼ୁ ପ୍ରଶଂସା କରାଯାଇଛି। ଉଦ୍‌ବୋଧନ ପରେ ଶ୍ରେଷ୍ଠ ଅଭିନେତ୍ରୀ ବର୍ଗରେ ମନୋନୀତ ହୋଇଥିବା ସମସ୍ତ କଳାକାର ଛିଡ଼ା ହୋଇ ତାଙ୍କ ପାଇଁ ତାଳି ମାରିଥିଲେ। ସେହିପରି ‘ଡାର୍କେଷ୍ଟ ଆଓ୍ବାର୍‌’ ପାଇଁ ଗାରି ଓଲ୍ଡମ୍ୟାନ୍‌ ଶ୍ରେଷ୍ଠ ଅଭିନେତା ଭାବେ ଓସ୍କାର ହାତେଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଓ୍ବିନ୍‌ଷ୍ଟନ୍‌ ଚର୍ଚ୍ଚିଲ୍‌ଙ୍କ ଭୂମିକାରେ ଅଭିନୟ କରିଥିବା ଓଲ୍ଡମ୍ୟାନ୍‌ଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି। ଶ୍ରେଷ୍ଠ ସହକଳାକାର ପୁରୁଷ ବର୍ଗରେ ‘ଥ୍ରି ବିଲ୍‌ବୋର୍ଡ...’ ପାଇଁ ସାମ୍‌ ରକ୍‌ଓ୍ବେଲ୍‌ ଓସ୍କାର ପୁରସ୍କାର ଗ୍ରହଣ କରିଥିବାବେଳେ ‘ଆଇ, ଟୋନ୍ୟା’ ପାଇଁ ଶ୍ରେଷ୍ଠ ସହ କଳାକାର ମହିଳା ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି ଆଲିସନ୍‌ ଜାନେ। ‘କୋକୋ’ ଫିଲ୍ମ ଶ୍ରେଷ୍ଠ ଆନିମେଟେଡ୍‌ ଫିଲ୍ମ ଭାବେ ଓସ୍କାର ବିଜୟୀ ହୋଇଥିବାବେଳେ ଏହି ଫିଲ୍ମର ‘ରିମେମ୍ବର୍‌ ମି’ ଗୀତ ଶ୍ରେଷ୍ଠ ଗୀତ ବିବେଚିତ ହୋଇଛି। ବିଦେଶୀ ଭାଷାଭାଷୀ ଫିଲ୍ମ ବର୍ଗରେ ଚିଲିର ‘ଏ ଫାଣ୍ଟାଷ୍ଟିକ୍‌ ଓମେନ୍‌’କୁ ପୁରସ୍କୃତ କରାଯାଇଛି। ଖ୍ରୀଷ୍ଟୋଫର ନୋଲାନ୍‌ଙ୍କ ‘ଡନ୍‌କିର୍କ’ ଫିଲ୍ମ ଏଡିଟିଂ, ସାଉଣ୍ଡ ମିକ୍ସିଂ ଏବଂ ସାଉଣ୍ଡ ଏଡିଟିଂ ଆଦି ୩ଟି ବର୍ଗରେ ଓସ୍କାର ହାତେଇଛି। ପଲ୍‌ ଥୋମାସ୍‌ଙ୍କ ‘ଫାଣ୍ଟମ୍‌ ଥ୍ରେଡ୍‌’ ଶ୍ରେଷ୍ଠ କଷ୍ଟ୍ୟୁମ୍‌ ଡିଜାଇନ୍‌, ‘ବ୍ଲେଡ୍‌ ରନର୍‌ ୨୦୪୯’ ଶ୍ରେଷ୍ଠ ସିନେମାଟୋଗ୍ରାଫି, ‘ଆଇକାରସ୍‌’ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର, ‘ହେଭେନ୍‌ ଇଜ୍‌ ଏ ଟ୍ରାଫିକ ଜାମ୍‌ ଅନ୍‌ ଦି ୪୦୫’ ପ୍ରାମାଣିକ ଚଳଚ୍ଚିତ୍ର ଶର୍ଟ ଫିଲ୍ମ, ‘ଡିଅର ବାସ୍କେଟ୍‌ବଲ୍‌’ ଶର୍ଟ ଆନିମେଟେଡ୍‌ ଫିଲ୍ମ, ‘ଦି ସାଇଲେଣ୍ଟ ଚାଇଲ୍ଡ’ ଲାଇଭ୍‌ ଆକ୍ସନ ଶର୍ଟ ଫିଲ୍ମ ଭାବେ ଓସ୍କାର ପାଇଛି। ଏକାଡେମୀ ଆଓ୍ବାର୍ଡ ସମାରୋହରେ ହଲିଉଡ୍‌ ମୋଗୁଲ୍‌ ଓ୍ବିନ୍‌ଷ୍ଟନ୍‌ ହାର୍ଭେଙ୍କ ଯୌନ କେଳେଙ୍କାରୀ ପ୍ରସଙ୍ଗ ମଧ୍ୟ ଉଠିଥିଲା। କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ବିରୋଧରେ ସମଗ୍ର ହଲିଉଡ୍‌ ଜଗତର ଶାଣିତ ସ୍ବର ଦେଖିବାକୁ ମିଳିଥିଲା। ଏହାସହ କର୍ମଜୀବୀ ମହିଳାଙ୍କ ପାଇଁ ଏକ ଉତ୍ତମ ବାତାବରଣ ସୃଷ୍ଟି କରିବା ଲାଗି ସମସ୍ତେ ଏକ ସ୍ବରରେ ବାହାରି ପଡ଼ିଥିଲେ।
All Right Reserved By

ଜାତୀୟ |

ମଦନିଶାରେ ଚୁର୍‌ ଷ୍ଟେଶନ ମାଷ୍ଟରଙ୍କ ହଙ୍ଗାମା: ସିଗନାଲ୍‌ ନ ପାଇ ଅଟକି ରହିଲା ଅନେକ ଟ୍ରେନ୍‌, ଭିଡ଼ିଓ ଭାଇରାଲ

ମଦନିଶାରେ ଚୁର୍‌ ଷ୍ଟେଶନ ମାଷ୍ଟରଙ୍କ ହଙ୍ଗାମା: ସିଗନାଲ୍‌ ନ ପାଇ ଅଟକି ରହିଲା ଅନେକ ଟ୍ରେନ୍‌, ଭିଡ଼ିଓ ଭାଇରାଲ

ମୁଜଫରପୁର,୨୧।୯: ବିହାର ମୁଜଫରପୁର ଅନ୍ତର୍ଗତ ସମସ୍ତିପୁରର  ସିହୋ ଷ୍ଟେଶନରେ ଘଟିଛି ଏକ ଅଘଟଣ। ଏହି ଷ୍ଟେଶନର ଷ୍ଟେଶନ ମାଷ୍ଟର ରାକେଶ କୁମାର ମଦନିଶାରେ ଚୁର୍‌ ହୋଇ ଗୁରୁବାର ରାତିରେ ହଙ୍ଗାମା କରିଥିଲେ। ପରେ ସେ ବେହୋଶ୍‌ ହୋଇଯାଇଥିଲେ। 

ଇଣ୍ଡିଗୋ ଏୟାର ଲାଇନ୍ସ୍‌ ବସ୍‌ରେ ଅଗ୍ନିକାଣ୍ଡ

ଇଣ୍ଡିଗୋ ଏୟାର ଲାଇନ୍ସ୍‌ ବସ୍‌ରେ ଅଗ୍ନିକାଣ୍ଡ

ଚେନ୍ନାଇ,୨୧।୯: ଯାତ୍ରୀଙ୍କ ସୁରକ୍ଷା ପ୍ରତି ଘରୋଇ ବିମାନ କମ୍ପାନୀଗୁଡ଼ିକ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। 

ଅପହରଣ ପରେ ୩ ପୋଲିସ କର୍ମଚାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଅପହରଣ ପରେ ୩ ପୋଲିସ କର୍ମଚାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୨୧।୯: ଜମ୍ମୁ-କଶ୍ମୀର ଶୋପିଆନ୍‌ରୁ ୩ ସ୍ପେସାଲ ପୋଲିସ ଅଫିସର ଏବଂ ଜଣେ କନେଷ୍ଟବଳଙ୍କୁ ଆତଙ୍କବାଦୀମାନେ ଶୁକ୍ରବାର ଅପହରଣ କରି ନେଇଥିଲେ। ପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ହତ୍ୟା କରି ଦକ୍ଷିଣ କଶ୍ମୀରରେ ପକାଇ ଦେଇଛନ୍ତି। 

ଦେଶରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ହୋଇଛନ୍ତି ଦାରିଦ୍ର୍ୟ ମୁକ୍ତ

ଦେଶରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ହୋଇଛନ୍ତି ଦାରିଦ୍ର୍ୟ ମୁକ୍ତ

ନୂଆଦିଲ୍ଲୀ/ଜେନେଭା,୨୧।୯: ଭାରତରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି। ୨୦୧୮ ଗ୍ଲୋବାଲ ମଲ୍ଟିଡାଇମେନ୍ସନାଲ୍‌ ପୋଭର୍ଟି ଇଣ୍ଡେକ୍ସ୍‌ରେ ଏସମ୍ପର୍କରେ ସୂଚିତ ହୋଇଛି। 

ଗିର୍‌ ଜଙ୍ଗଲରେ ୧୦ ଦିନରେ ୧୧ ସିଂହଙ୍କ ମୃତ୍ୟୁ

ଗିର୍‌ ଜଙ୍ଗଲରେ ୧୦ ଦିନରେ ୧୧ ସିଂହଙ୍କ ମୃତ୍ୟୁ

ଜୁନାଗଡ଼,୨୧।୯: ଗୁଜରାଟର ଗିର୍‌ ଜଙ୍ଗଲରେ  ୧୦ଦିନ ମଧ୍ୟରେ ୧୧ ସିଂହଙ୍କ ମୃତ୍ୟୁ ଘଟିଛି। ଏନେଇ ଶୁକ୍ରବାର ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନିଜ ନିଜ ମଧ୍ୟରେ ଲଢ଼େଇ କରି ୩ ସିଂହଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ମୃତ ସିଂହଙ୍କ ଠାରେ ଫୁସ୍‌ଫୁସ୍‌ ସଂକ୍ରମଣ ଦେଖିବାକୁ ମିଳିଛି। 

ଶୋପିଆନ୍‌ରୁ ୪ ପୋଲିସ କର୍ମଚାରୀ ନିଖୋଜ: ଅପହରଣ ସନ୍ଦେହ

ଶୋପିଆନ୍‌ରୁ ୪ ପୋଲିସ କର୍ମଚାରୀ ନିଖୋଜ: ଅପହରଣ ସନ୍ଦେହ

ଶ୍ରୀନଗର,୨୧।୯: ଜମ୍ମୁ-କଶ୍ମୀର ଶୋପିଆନ୍‌ରୁ ୩ ସ୍ପେସାଲ ପୋଲିସ ଅଫିସର ଏବଂ ଜଣେ କନେଷ୍ଟବଳ ନିଖୋଜ ଅଛନ୍ତି। ଶୁକ୍ରବାର ସେମାନେ ନିଖୋଜ ହୋଇଥିବା ଜଣାପଡ଼ିଛି। 

ଝିଅ ନିର୍ବନ୍ଧକୁ ଅପାସୋରା କରିବାକୁ ଚାହୁଁଛନ୍ତି ଅମ୍ବାନୀ ପରିବାର

ଝିଅ ନିର୍ବନ୍ଧକୁ ଅପାସୋରା କରିବାକୁ ଚାହୁଁଛନ୍ତି ଅମ୍ବାନୀ ପରିବାର

ମୁମ୍ବାଇ,୨୦।୯: ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀ ତାଙ୍କର ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କ ନିର୍ବନ୍ଧକୁ ଅପାସୋରା କରି ରଖିବାକୁ ଚେଷ୍ଟା କରିଛନ୍ତି।

ମୋଦିଙ୍କୁ ଭେଟିଲେ ଆଶାକର୍ମୀ

ମୋଦିଙ୍କୁ ଭେଟିଲେ ଆଶାକର୍ମୀ

ନୂଆଦିଲ୍ଲୀ,୨୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁବାର ଭେଟିଛନ୍ତି ପ୍ରାୟ୯୦ ଜଣ ଆଶାକର୍ମୀ। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଏହି ଆଶାକର୍ମୀମାନେ ନୂଆଦିଲ୍ଲୀଠାରେ ମୋଦିଙ୍କୁ ସାକ୍ଷାତ କରିଛନ୍ତି।

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ରାୟପୁର, ୨୦।୯: ଛତିଶଗଡ଼ର ଭୀମରାଓ ଆମ୍ବେଡକର ହସ୍ପିଟାଲରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଡାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କରିବାର ୧୭ ଘଣ୍ଟା ପରେ ପୁଣି ଥରେ ମହିଳା ଜୀବିତ ଅବସ୍ଥାରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିଧାୟକ ଓ ଏମ୍‌ପିଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କୋର୍ଟ

ବିଧାୟକ ଓ ଏମ୍‌ପିଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କୋର୍ଟ

ଚେନ୍ନାଇ,୨୦।୯: ତାମିଲନାଡୁର ଚେନ୍ନାଇରେ ଗୁରୁବାର ଏକ ସ୍ବତନ୍ତ୍ର କୋର୍ଟ ଉଦ୍‌ଘାଟନ କରାଯାଇଛି। ଏହି ବିଶେଷ କୋର୍ଟରେ ବିଧାୟକ ଓ ଏମ୍‌ପିମାନଙ୍କ ବିରୋଧରେ ରେଜିଷ୍ଟର ହୋଇ ପଡିରହିଥିବା ମାମଲା ଗୁଡିକର ଶୁଣାଣି କରାଯିବ।

କୁଆଡେ ଗଲା ମୋଦିଙ୍କ ୫୬ ଇଞ୍ଚର ଛାତି: କଂଗ୍ରେସ

କୁଆଡେ ଗଲା ମୋଦିଙ୍କ ୫୬ ଇଞ୍ଚର ଛାତି: କଂଗ୍ରେସ

ନୂଆଦିଲ୍ଲୀ,୨୦।୯: ପାକିସ୍ତାନ ସେନା ଦ୍ୱାରା ବିଏସ୍‌ଏଫ୍‌ ଯବାନ ନରେନ୍ଦ୍ର ସିଂଙ୍କ ମୃତ୍ୟୁ ପରେ ଏବେ ବିରୋଧି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସିଂ ସୁରଜଓ୍ବୋଲା କହିଛନ୍ତି କୁଆଡେ ଗଲା ମୋଦିଙ୍କ ୫୬ ଇଞ୍ଚ ଚଉଡା ଛାତି। 

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

ଭୋପାଳ, ୨୦।୯: ୪୦ ବର୍ଷ ଅପେକ୍ଷା କଲେ ମଧ୍ୟ ବୃଦ୍ଧଙ୍କୁ ମିଳୁନି ନ୍ୟାୟ। ମଧ୍ୟପ୍ରଦେଶର ଧଓ୍ବାରୀରେ ରହୁଥିବା ବୃଦ୍ଧ ରାମସ୍ବରୂପ ଲଖେରା ନିଜ ଜମି ଆବଣ୍ଟନକୁ ନେଇ ୧୯୭୨ରେ ପ୍ରଥମେ ଆଇନର ଆଶ୍ରୟ ନେଇଥିଲେ।