ରାୟଗଡା

ମାଲବାହୀ ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ

ମାଲବାହୀ ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ
କୋରାପୁଟ,୫।୩(ସ୍ବ.ପ୍ର/ ଡ଼ି.ଏନ.ଏ)- କୋରାପୁଟର ଦୟାନିଧିଗୁଡା ଗ୍ରାମ ନିକଟରେ ଗତ ରବିବାର ବିଳମ୍ବିତ ରାତିରେ କିରୋଣ୍ଡଲରୁ ବିଶାଖାପାଟଣାକୁ ଯାଉଥିବା ଏକ ମାଲବୋଝେଇ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ଫଳରେ ଏହି ରୁଟରେ ଯାଉଥିବା ସମସ୍ତ ମାଲବାହି ଟ୍ରେନ ଓ କିଛି ଯାତ୍ରୀବାହି ଟ୍ରେନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ଏଥିରେ କେହି ମୃତାହତ ହୋଇନାହାନ୍ତି । ଲାଇନଚ୍ୟୁତ ଯୋଗୁଁ ମାଲବାହି ଟ୍ରେନର ଇଞ୍ଜିନ ରେଳଧାରଣାରୁ ବାହାରି ଯାଇଥିବାବେଳେ ସମସ୍ତ ୬୦ଟି ଡବା ସୁରକ୍ଷିତ ରହିଥିଲା । ଖବରପାଇ ବିଶାଖାପାଟଣାରୁ ରେଳବାଇର ଏକ ରିଲିଫ ଓ ଯାନ୍ତ୍ରିକ ଦଳ ଥିବା ଏକ ସ୍ବତନ୍ତ୍ର ଟ୍ରେନ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳିନ ଭିତ୍ତିରେ ରେଳଧାରଣାକୁ ମରାମତି କରିଥିଲେ। ଏଥିସହ ଇଞ୍ଜିନକୁ ରେଳଧାରଣା ଉପରକୁ ଅଣାଯିବା ପରେ ଅପରାହ୍ନରୁ ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ କରିଥିଲା ।
All Right Reserved By

ରାୟଗଡା

କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ କାର୍‌ରୁ  ୧ଲକ୍ଷ ୯ହଜାର ଟଙ୍କା  ଜବତ

କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ କାର୍‌ରୁ ୧ଲକ୍ଷ ୯ହଜାର ଟଙ୍କା ଜବତ

କୋରାପୁଟ,୨୨।୩(ସ୍ବ.ପ୍ର)- କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କୁଷ୍ଣ କୁଲଦୀପଙ୍କ  କାର୍‌ରୁ ନିର୍ବାଚନ ସ୍କ୍ବାଡ୍‌ ଶୁକ୍ରବାର  ୧ ଲକ୍ଷ ୯ ହଜାର ୫୦୦ ଟଙ୍କା ଜବତ କରିଛି। ସ୍ଥାନୀୟ ଓଏମ୍‌ପି ନିକଟରେ ଚେକିଂ ଚାଲିଥିବା ସମୟରେ ଏହି ଟଙ୍କା ଜବତ କରାଯାଇଛି। 

ମୁନିଗୁଡ଼ାରେ ରଙ୍ଗର ପର୍ବ ହୋଲି ପାଳିତ

ମୁନିଗୁଡ଼ାରେ ରଙ୍ଗର ପର୍ବ ହୋଲି ପାଳିତ

ମୁନିଗୁଡ଼ା, ୨୨।୩(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ମୁନିଗୁଡ଼ାରେ ଭାଇଚାରାର ପର୍ବ ହୋଲି ଧୂମ୍‌ଧାମରେ ପାଳନ କରାଯାଇଛି। ମୁନିଗୁଡ଼ା ପାଇକ ସାହି ବିଜୁ ପଟ୍ଟନାୟକ ଯୁବ ସଂସଦ, ବୀର ବିକ୍ରମ କ୍ଲବ, ବିବେକାନନ୍ଦ କ୍ଲବ ହୋଲି ପାଳନ କରିଥିଲେ। ଏଥିସହ ସହ ବିଭିନ୍ନ ସାହି ଛକରେ ଯୁବକ ଓ ମହିଳାମାନେ ନାଚଗୀତ ସହ ହୋଲି ପାଳନ କରିଥିଲେ। 

ଦକ୍ଷିଣ- ପୁର୍ବ ରେଳ ବିଭାଗର ଜେନରାଲ ମ୍ୟାନେଜରଙ୍କ କୋରାପୁଟ ଗସ୍ତ

ଦକ୍ଷିଣ- ପୁର୍ବ ରେଳ ବିଭାଗର ଜେନରାଲ ମ୍ୟାନେଜରଙ୍କ କୋରାପୁଟ ଗସ୍ତ

କୋରାପୁଟ,୨୨।୩(ସ୍ବ.ପ୍ର): ଦକ୍ଷିଣ- ପୂର୍ବ ରେଳ ବିଭାଗର ଜେନରାଲ ମ୍ୟାନେଜର ବିଦ୍ୟାଭୁଷଣ ଗୁରୁବାର ଦିନିକିଆ କୋରାପୁଟ ଗସ୍ତରେ ଆସିଛନ୍ତି। ଏହି ସମୟରେ ସେ କୋରାପୁଟ ରେଳ ଷ୍ଟେଶନ ଆସି  ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି।  ରେଳ ବିଭାଗର କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସୁବିଧା ଅସୁବିଧା ସହ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ସେବା ଗୁଡିକ ବିଷୟରେ   କର୍ମଚାରୀମାନଙ୍କ ସହ  ଅଲୋଚନା କରିଛନ୍ତ। ଏହି ଗସ୍ତ ସମୟରେ ତାଙ୍କ ସହ ରେଲୱେ   ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଭିନ୍ନ ସ୍ଥାନରେ ବିଜେଡି ପୋଷ୍ଟର: ଆଚରଣବିଧି ଉଲଘଂନ ଅଭିଯୋଗ ଆଣିଲେ ବିରୋଧୀ ଦଳ

ବିଭିନ୍ନ ସ୍ଥାନରେ ବିଜେଡି ପୋଷ୍ଟର: ଆଚରଣବିଧି ଉଲଘଂନ ଅଭିଯୋଗ ଆଣିଲେ ବିରୋଧୀ ଦଳ

କୋରାପୁଟ,୨୨।୩(ସ୍ବ.ପ୍ର): କୋରାପୁଟ ସଦର ମହକୁମ୍ମାସ୍ଥିତ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଏବଂ  ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଗରେ  ବିଜେଡିର ଦଳୀୟ ପୋଷ୍ଟାର ମରାଯାଇଥିବା ଦେଖିବାକୁ ମିଳିଛି। ବିଜେଡି ନିର୍ବାଚନ ଆଚରଣବିଧି ଉଲ୍ଲଘଂନ କରିଥିବା ନେଇ  ବିରୋଧୀ କଂଗ୍ରେସ ଓ ଭାଜପା  ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ପୋଷ୍ଟାରଗୁଡ଼ିକୁ ତୁରନ୍ତ କାଢିବାକୁ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ବାଚନ ଟାସ୍କଫୋର୍ସ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି। ସେଗୁଡିକୁ ଜବତ କରାଯାଇ ନଷ୍ଟ କରିବାକୁ ଜିଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ଜୟପୁର, ୨୨।୩(ନି.ପ୍ର.)-ହୋଲି ଖେଳକୁ ନେଇ ଜୟପୁର ବାପୁଜୀ ନଗର ଓ ଡେପୁଗୁଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେଇଥିବା ନେଇ ସୂଚନା ମିଳିଛି। ଉଭୟ ସାହିର ଲୋକେ ପରସ୍ପରକୁ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ଢେଲା ମାଡ଼ କରିଛନ୍ତି। ଏଥିରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି।

ସିପିଆଇ(ଏମ୍‌ଏଲ୍‌) ପ୍ରାର୍ଥଙ୍କ ନାମାଙ୍କନପତ୍ର ଦାଖଲ

ସିପିଆଇ(ଏମ୍‌ଏଲ୍‌) ପ୍ରାର୍ଥଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ, ୨୨।୩(ସ୍ବ.ପ୍ର): କୋରାପୁଟ ଲୋକସଭା ଆସନ ପାଇଁ  ଗୁରବାର ସିପିଆଇ(ଏମ୍‌ଏଲ୍‌) ପ୍ରାର୍ଥୀ ରାଜେନ୍ଦ୍ର କେନ୍ଦୁକା ନାମାଙ୍କନପତ୍ର  ଦାଖଲ କରିଛନ୍ତି। ସିପିଆଇ(ଏମ୍‌ଏଲ୍‌) ଜିଲା ସମ୍ପାଦକ ବିବେକ ରଞ୍ଜନଙ୍କ ସହ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍  ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ    ନାମାଙ୍କନପତ୍ର ଦେଇଛନ୍ତି।

୧୦ ଲୋକସଭା   ଆସନରେ ପ୍ରାର୍ଥୀ ଦେବ  ବିଏସ୍‌ପି: କୃଷଚନ୍ଦ୍ର ସଗରିଆ

୧୦ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବିଏସ୍‌ପି: କୃଷଚନ୍ଦ୍ର ସଗରିଆ

କୋରାପୁଟ, ୨୨।୩(ସ୍ବ.ପ୍ର)-ଓଡିଶାର ୧୦  ଲୋକସଭା ଓ ଶତାଧିକ ବିଧାନସଭା ଆସନରେ ବହୁଜନ ସମାଜ ପାର୍ଟି (ବିଏସପି) ପ୍ରାର୍ଥୀ ଦେବ ବୋଲି ଦଳୀୟ ପ୍ରଭାରୀ ତଥା ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି।

କାଲିମେଳାରେ  ମାଓବାଦୀ ପୋଷ୍ଟର: ନିର୍ବାଚନ ବର୍ଜନ କରିବାକୁ ପୋଷ୍ଟରରେ ଉଲ୍ଲେଖ

କାଲିମେଳାରେ ମାଓବାଦୀ ପୋଷ୍ଟର: ନିର୍ବାଚନ ବର୍ଜନ କରିବାକୁ ପୋଷ୍ଟରରେ ଉଲ୍ଲେଖ

ମାଲକାନଗିରି, ୨୨।୩(ଡି.ଏନ୍‌.ଏ): ମାଲକାନଗିରି ଜିଲା କାଲିମେଳା   ବସ୍‌ଷ୍ଟାଣ୍ଡରେ ଶୁକ୍ରବାର ମାଓବାଦୀ ପୋଷ୍ଟର ଦେଖାଯାଇଛି।  ଚଳିତ ନିର୍ବାଚନକୁ ବିରୋଧ ପୂର୍ବକ ଭୋଟ ବର୍ଜନ କରିବାକୁ ଏଥିରେ  ଉଲ୍ଲେଖ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଶାସନ ଗାଦିରୁ ହଟାଇବାକୁ ଏଥିରେ ଉଲ୍ଲେଖ ରହିଛି।    ଏହି ପୋଷ୍ଟର ସିପିଆଇ (ମାଓବାଦୀ) କାଲିମେଳା ଆଞ୍ଚଳିକ କମିଟି  ପକ୍ଷରୁ ଲଗାଯାଇଛି। 

ଇଚ୍ଛାପୁରରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବି: ଦାବି ପୂରଣ ନ ହେଲେ ଭୋଟ ବର୍ଜନ ଚେତାବନୀ

ଇଚ୍ଛାପୁରରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବି: ଦାବି ପୂରଣ ନ ହେଲେ ଭୋଟ ବର୍ଜନ ଚେତାବନୀ

ଝରିଗାଁ, ୨୨।୩(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଇଚ୍ଛାପୁରକୁ ନୂତନ ପଞ୍ଚାୟତଭାବେ ଘୋଷଣା କରାଯାଇଛି। କିନ୍ତୁ ସେଠାରେ ଏଯାଏଁ  ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇନାହିଁ। ଏ ନେଇ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଇଚ୍ଛାପୁର ଗାଁରେ ତୁରନ୍ତ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରା ନ ଗଲେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଇଚ୍ଛାପୁର ହାଟପଦାରେ ଗୁରୁବାର ସୁଦର ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତବାସୀ ଏହି ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ କରାଟେରେ ଭାଗନେବେ କୋରାପୁଟର ୬ ଖେଳାଳି

ରାଜ୍ୟ କରାଟେରେ ଭାଗନେବେ କୋରାପୁଟର ୬ ଖେଳାଳି

ସେମିଳିଗୁଡ଼ା,୨୨।୩(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ା ଓ ସେମିଳିଗୁଡ଼ା କରାଟେ ସ୍କୁଲରୁ ୬ ଜଣ ପ୍ରତିଯୋଗୀ ରାଜ୍ୟ ପ୍ରତିଯୋଗିତା ପାଇଁ  ଭୁବନେଶ୍ୱର ଗସ୍ତ କରିଛନ୍ତି। ସେମାନେ ହେଲେ ପ୍ରଜ୍ଞା ପାରମିତା ସାହୁ, ଶ୍ରୀୟା ଖରା, ଆର୍‌. ସୁଭାଷିନୀ, ହୀତେଶ ପୋଦାର, ସଚ୍ଚିନ ବିଶ୍ୱକର୍ମା ଓ ରାଜଦୀପ ନାୟକ। ଆସନ୍ତା ୨୩ ଓ ୨୪ ତାରିଖ ସେଠାରେ ହେବାକୁ ଥିବା ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତାରେ ସେମାନେ ଭାଗନେବେ

ଚାକିରି ଛାଡ଼ି ରାଜନୀତି: ସଫଳତା କମ, ବିଫଳତା ବେଶି

ମାଲକାନଗିରି,୨୨।୩ (ଡି.ଏନ୍‌.ଏ.) ଯେଉଁମାନେ ରାଜନୀତିକୁ ଆସନ୍ତି ସେମାନଙ୍କର ମହତ୍‌ ଉଦ୍ଦେଶ୍ୟ ଥାଏ ଜନସେବା। ଲୋକଙ୍କ ସୁଖ ଦୁଃଖରେ ଭାଗୀଦାରି ହୋଇ ସରକାରଙ୍କ ବିଭିନ୍ନ ଯୋଜନାରେ ଲୋକଙ୍କୁ ଉପକୃତ କରନ୍ତି। ତେବେ ଗତ କିଛିବର୍ଷ ହେଲା ସରକାରୀ ଅବା ବେସରକାରୀ ଚାକିରି ଛାଡି କେତେକ କର୍ମଚାରୀ ରାଜନୀତିରେ ପ୍ରବେଶ କରୁଛନ୍ତି। କୌଣସି ଏକ ରାଜନୈତିକ ଦଳରେ ପ୍ରଥମେ ସଭ୍ୟ ହୋଇ ଏମ୍‌ପି କିମ୍ବା ବିଧାୟକ ଟିକେଟ ଦାବି କରିଥାନ୍ତି।  କେତେକ ସ୍ଥଳରେ ସେହି ବ୍ୟକ୍ତିମାନଙ୍କୁ ଦଳ ଟିକେଟ ଦେଇଥାଏ। ସେ ଯଦି ନିର୍ବାଚିତ ହେଲେ ୫ବର୍ଷ କାର୍ଯ୍ୟ କରିଥାନ୍ତି। ମାତ୍ର ପରେ ଦଳ ତାଙ୍କୁ ହତାଦର କରିଥାଏ। ସେମାନଙ୍କ ପାଇଁ ଦଳର ସେତେ ଆନ୍ତରିକତା ନ ଥାଏ। ନବରଙ୍ଗପୁର ଏମପି ବଳଭଦ୍ର ମାଝିଙ୍କ କ୍ଷେତ୍ରରେ ତାହା ହୋଇଛି।  ସେହିପରି ଅନ୍ୟଜଣେ ହେଲେ କଂଗ୍ରେସର ପୂର୍ବତନ ବିଧାୟକ ନିମାଇ ସରକାର। ନିମାଇ ରାଜସ୍ବ ବିଭାଗରେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଚାକିରିରୁ ଇସ୍ତଫା ଦେଇ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। କଂଗ୍ରେସ ଟିକେଟ୍‌ରେ ଗୋଟିଏ ଥର ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ମାଲକାନଗିରି ବିଧାନସଭା ଅନୁସୂଚିତ ଜନଜାତି ପାଇଁ ସଂରକ୍ଷଣ ହୋଇଯିବାରୁ ଦଳ ତାଙ୍କୁ ଅନ୍ୟ କେଉଁଠାରେ ଥଇଥାନ କରିପାରିଲା ନାହିଁ। 

କାମ କରୁଛି ମେଶିନ, ଶ୍ରମିକ ବେକାର

କାମ କରୁଛି ମେଶିନ, ଶ୍ରମିକ ବେକାର

କୁନ୍ଦୁରା,୨୨ା୩(ଡି.ଏନ୍‌.ଏ.): ଯେଉଁ ସବୁ ନିର୍ମାଣ କାମରେ ପଞ୍ଜିକୃତ ଶ୍ରମିକ କାମ କରିବା କଥା, ସେଠାରେ ମେଶିନ ଲଗାଉଛନ୍ତି ସରକାରୀ କର୍ମଚାରୀ। ଫଳରେ ସ୍ଥାନୀୟ ଶ୍ରମିକ ବେକାର ବସୁଛନ୍ତି। ସେମାନଙ୍କୁ ୧୦୦ ଦିନର କାମ ମିଳିପାରୁ ନାହିଁ। ଏହାର ପରିଣତି ହେଉଛି, ହଜାର ହଜାର ଗରିବ ଶ୍ରେଣୀର ଲୋକ ଦାଦନ ସାଜି ବାହାର ରାଜ୍ୟରେ ବେଠି ଖଟୁଛନ୍ତି, ନିର୍ଯାତନା ଭୋଗୁଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା