ରାୟଗଡା

ଦୁର୍ଘଟଣାରେ ଜଣେ ମୃତ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଦୁର୍ଘଟଣାରେ ଜଣେ  ମୃତ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ରାୟଗଡା ଅଫିସ୍‌, ୫।୩- ରାୟଗଡାରୁ କୋରାପୁଟ ଯିବା ମୁଖ୍ୟ ରାସ୍ତାରେ ରବିବାର ରାତି ୩ଟାରେ ଏକ ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗସ୍ତ ହୋଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ କୋରାପୁଟ ଜିଲା କାକିରିଗୁମା ଥାନା ଅଧୀନ ଅଲଚି ଗ୍ରାମର ମୁରଲୀ ବିଷୋୟୀଙ୍କ ପୁଅ ଟୁନା ବିଷୋୟୀ। ଦୁର୍ଘଟଣା ଖବର ପାଇ ରାୟଗଡା ଥାନା ଏସ୍‌ଆଇ ଚନ୍ଦ୍ରଶେଖର ଜେନାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲାମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ଥାନାରେ ନଂ ୨୮/୧୮ରେ ଏକ ଦୁର୍ଘଟଣା ମାମଲା ପୋଲିସ ରୁଜୁ କରି ଘଟଣାର ତଦନ୍ତ କରୁଛି। ସୋମବାର ଟୁନାଙ୍କ ମା’ ଯମୁନା ଥାନାରେ ପହଞ୍ଚତ୍ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଲିଖିତଭାବେ ଅଭିଯୋଗ କରିଛନ୍ତି। ଟୁନା ରାୟଗଡା ସହରର ମଙ୍ଗଳା ମନ୍ଦିର ନିକଟରେ ରହୁଛନ୍ତି। ରବିବାର ଖରାବେଳେ ପୁଅ ନିଜ ଗ୍ରାମରୁ ପିକ୍‌ଅପ୍‌ ଗାଡି (ଓଡି.୧୮.ଡି-୭୬୯୭) ଯୋଗେ ରାୟଗଡା ଅଭିମୁଖେ ବାହାରିଥିଲେ। ବାଟରେ ମୋ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଯମୁନା ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ୧୦ଦିନ ତଳେ ପୁଅ ବୋହୁ ମଧ୍ୟରେ ଝଗଡା ଲାଗିଥିଲା। ବୋହୁ ଏବେ ନିଜ ବାପଘରେ ରହଥିବା ଯମୁନା କହିଛନ୍ତି। ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛି ବୋଲି ଏସ୍‌ଆଇ ଶଙ୍କର ପଣ୍ଡା କହିଛନ୍ତି।
All Right Reserved By

ରାୟଗଡା

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗଗିତା: ଜିଲାରୁ ଭାଗ ନେଲେ ୨୪ ପ୍ରତିଯୋଗୀ

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗଗିତା: ଜିଲାରୁ ଭାଗ ନେଲେ ୨୪ ପ୍ରତିଯୋଗୀ

ପାରଳାଖେମୁଣ୍ଡି, ୯।୧୨(ସ୍ବ.ପ୍ର.)ଯାଜପୁର ମଧୁବନ ହାଇସ୍କୁଲରେ ଚାଲିଥିବା ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପାରଳାଖେମୁଣ୍ଡିରୁ ୨୪ଜଣ ପ୍ରତିଯୋଗୀ ଶନିବାର ସନ୍ଧ୍ୟାରେ ବାହାରିଛନ୍ତି। ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  ଏହି ଦଳ ସହ ଟିମ୍‌ ମ୍ୟାନେଜର ସୌମ୍ୟ ରଞ୍ଜନ ମଲ୍ଲିକ ଓ କୋଚ ପ୍ରମୋଦିନୀ ପଣ୍ଡା ଗସ୍ତ କରିଛନ୍ତି। ପ୍ରତିଯୋଗିତା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ତିତ୍‌ଲି ବାତ୍ୟାକୁ ବିତିଲା ୨ମାସ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ତିତ୍‌ଲି ବାତ୍ୟାକୁ ବିତିଲା ୨ମାସ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ପାରଳାଖେମୁଣ୍ଡି, ୯।୧୨(ସ୍ବ.ପ୍ର.): ୨ମାସ ତଳେ ହୋଇଥିବା ତିତ୍‌ଲି ବାତ୍ୟାରେ ଜିଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେ ସବୁ ଜାଗାରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ନେଇ ଅତିରିକ୍ତ ଜିଲାପାଳ ଲକ୍ଷୀ୍ମକାନ୍ତ ସେଠୀ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାତ୍ୟାରେ ମୋଟ ୧୩୨୮ଟି ରାସ୍ତା ନଷ୍ଟ ହୋଇଥିବାବେଳେ ଏବେ ସେଗୁଡିକୁ ସଜଡା ଯାଇଛି। ବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି। ଗୃହ ଭାଙ୍ଗିଯିବା କ୍ଷେତ୍ରରେ ୯୨ ପ୍ରତିଶତ ଓ ଚାଷ ଜମି ନଷ୍ଟ ହୋଇଥିବା  ୮୨ ପ୍ରତିଶତ ଲୋକଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ କ୍ଷତିପୂରଣ ରାଶି ଜମା କରାଯାଇଥିବା ନେଇ ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ।

୩ ଫୁଟ ଲମ୍ବର ଅଜଗର  ଉଦ୍ଧାର

୩ ଫୁଟ ଲମ୍ବର ଅଜଗର ଉଦ୍ଧାର

ଜୟପୁର,୯।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଅଧୀନ ଜୟପୁର ସହରର ପାୱାର ହାଉସ ଆଇବି ରୋଡ୍‌ରେ ରଞ୍ଜିତ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘର ପାଇଖାନାରୁ ୩ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। 

୪ ମିଲ୍‌ରେ ଚଢ଼ାଉ, ୨ ସିଲ

ଜୟପୁର/କୁନ୍ଦୁରା,୯।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଓ କୁନ୍ଦୁରା ବ୍ଲକର ୪ଟି ମିଲ୍‌ରେ  ଚଢ଼ାର ହୋଇଛି। ପୋଲିସ ଉପସ୍ଥିତିରେ ଯୋଗାଣ ବିଭାଗ ଓ ପ୍ରଶାସନ ଚଢ଼ାଉ କରି ୨ଟି ମିଲ୍‌କୁ ସିଲ୍‌ କରିଛି। ପୂର୍ବାହ୍ନରେ ଜୟପୁର ହାଟପଦାସ୍ଥିତ ଶାବର ଶ୍ରୀକ୍ଷେତ୍ର, ପଲକାପୁଟ ଭଗବତୀ, କୁନ୍ଦୁରା ବ୍ଲକର ବିନାୟକ ଏବଂ ଭେଜାହାଣ୍ଡି ସ୍ଥିତ ଭୁବନେଶ୍ୱରୀ ରାଇସ ମିଲ ଉପରେ ଚଢ଼ାଉ କରାଯାଇଥିଲା । 

ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ଜିଲାପାଳଙ୍କୁ ଫେରାଦ:   ଦୁର୍ବ୍ୟବହାର ଅଭିଯୋଗ କଲେ ଜନ ପ୍ରତିନିଧି

ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ଜିଲାପାଳଙ୍କୁ ଫେରାଦ: ଦୁର୍ବ୍ୟବହାର ଅଭିଯୋଗ କଲେ ଜନ ପ୍ରତିନିଧି

ସେମିଳିଗୁଡ଼ା୯।୧୨(ସ୍ବ.ପ୍ର.)- ସୁନାବେଡ଼ା ପୌରସଂସ୍ଥା ସଭାଗୃହରେ ଅନୁଷ୍ଠିତ ବୈଠକରେ ଜନ ପ୍ରତିନିଧିଙ୍କୁ ନିର୍ବାହୀ ଅଧିକାରୀ ଦୁର୍ବ୍ୟବହାର କରିଛନ୍ତି। ଏଭଳି ଅଭିଯୋଗ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜନ ପ୍ରତିନିଧି। ପୌର ନିର୍ବାହୀଙ୍କ ମନମୁଖୀ କାର୍ଯ୍ୟକଳାପ ବଢୁଥିବା ସେମାନେ କହିଛନ୍ତି। ପୌର ପରିଷଦ ବୈଠକରେ ୨୫ ନଂ ଓ୍ବାର୍ଡର ଉନ୍ନୟନ କାର୍ଯ୍ୟର ସମୀକ୍ଷା ଚାଲିଥିଲା।

ବେହେରା ଧାନ ମଣ୍ଡି ବନ୍ଦ ଦାବି : ଚତୁର୍ଥ ଦିନରେ ବି ଗେଟରେ ତାଲା

ବେହେରା ଧାନ ମଣ୍ଡି ବନ୍ଦ ଦାବି : ଚତୁର୍ଥ ଦିନରେ ବି ଗେଟରେ ତାଲା

ଭବାନୀପାଟଣା, ୯।୧୨(ଡି.ଏନ.ଏ.): ମଣ୍ଡି ବନ୍ଦ ଦାବି ନେଇ ବେହେରା ମାକେର୍ଟୟାର୍ଡ ଗେଟରେ ତାଲା ପକାଇ ଚତୁର୍ଥଦିନ ପାଇଁ ଚାଷୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତିା ଧର୍ମଗଡ ତହସିଲଦାର ତନ୍ମୟ ଦରୱାନ ଘଟଣାସ୍ଥଳକୁ ଆସି ଚାଷୀଙ୍କ ସହ ତଳେ ବସି ଆଲୋଚନା କରିଥିଲୋ 

ଅବସରପ୍ରାପ୍ତ ପୋଲିସ ସବ-ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା

ଅବସରପ୍ରାପ୍ତ ପୋଲିସ ସବ-ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା

ନବରଙ୍ଗପୁର, ୯।୧୨: ନବରଙ୍ଗପୁର ଜିଲା ସେନାପତି ସାହିରେ ଜଣେ ଅବସରପ୍ରାପ୍ତ ପୋଲିସ ସବ-ଇନ୍ସପେକ୍ଟର ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ଏଏସଆଇ ଜଣଙ୍କ ହେଉଛନ୍ତି ପ୍ରେମଚନ୍ଦ୍ର ବାଗ(୬୨)।

ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣା

ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣା

ଝରିଗାଁ, ୯।୧୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଗର୍ଭବତୀ ମହିଳାଙ୍କୁ ଶନିବାର ବିଳମ୍ବ ରାତିରେ ମେଡିକାଲକୁ ଆଣିବା ସମୟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ହୋଇ ଗର୍ଭବତୀ ମହିଳା ସମେତ ଡ୍ରାଇଭର, ଆଶାକର୍ମୀ ଏବଂ ଫାରମାସିଷ୍ଟ ଆହତ ହୋଇଛନ୍ତି। 

ତୀର୍ଥ ସାରି ଫେରୁଥିବାବେଳେ ଦୁର୍ଘଟଣା: ୪ ମୃତ, ୧୦ ଆହତ

ତୀର୍ଥ ସାରି ଫେରୁଥିବାବେଳେ ଦୁର୍ଘଟଣା: ୪ ମୃତ, ୧୦ ଆହତ

ଛେଣ୍ଡିପଦା/ଜୟପୁର,୯।୧୨(ସ୍ବ.ପ୍ର.): ତୀର୍ଥ ଯାତ୍ରା ହେଲା ଶେଷଯାତ୍ରା। ଅନୁଗୋଳରୁ ତ୍ରୀର୍ଥ କରି ଯାଇଥିବା ଯାତ୍ରୀବାହୀ ବସ କୋରାପୁଟରୁ ଫେରିବା ସମୟରେ ଜରପଡା ଥାନା କତଡାଠାରେ ରାତ୍ରୀ ପ୍ରାୟ ୨ଟା ସମୟରେ ଏକ ଟ୍ରକ ସହିତ ଧକ୍କା ହୋଇ ଦୁର୍ଘଟଣା ଘଟିଛି। 

ଜୋର ଧରିଲା ଜିଲା ଭିତ୍ତିକ ନିଯୁକ୍ତି ଦାବିି:୧୦ରୁ ନବରଙ୍ଗପୁର ଜିଲା ବନ୍ଦ ଡାକରା

ନବରଙ୍ଗପୁର,୯ା୧୨(ବି.ପ୍ର.)-ନବରଙ୍ଗପୁର ଜିଲାରେ ସ୍ଥାୟୀ ନିଯୁକ୍ତି ଦାବୀ ନେଇ ବିଭିନ୍ନ  ସଙ୍ଗଠନ ପକ୍ଷରୁ ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲା ବନ୍ଦ ଡାକରା ଦିଆଯାଇଛି। ନନ୍ଦାହାଣ୍ଡିି ବ୍ଲକ ମିରଗାନଗୁଡା ଆମ୍ବ ତୋଟାଠାରେ ଆହୂତ ଏକ ଖବରଦାତା ସମ୍ମିଳନୀରେ ଆଦିବାସୀ ଯୁବ ସଙ୍ଗଠନ ଜିଲା ସଂଯୋଜକ ରାଜେସ ଜାନୀ ଓ ଗୋଁଣ୍ଡୱାନା ଛାତ୍ର ସଙ୍ଗଠନର ଜିଲା ସଭାପତି ଅଶ୍ୱନୀ କୁମାର ଗଣ୍ଡ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। 

ମାଲକାନଗିରି: ୯୨ ହଜାର କୁଇଣ୍ଟାଲ ଧାନ କିଣା ସରିଲାଣି

ମାଲକାନଗିରି: ୯୨ ହଜାର କୁଇଣ୍ଟାଲ ଧାନ କିଣା ସରିଲାଣି

ମାଲକାନଗିରି,୯।୧୨(ଡି.ଏନ.ଏ) -  ମାଲକାନଗିରି ଜିଲାରେ  ଗତ ମାସ  ୨୫ରୁ  ଧାନକିଣା ଆରମ୍ଭ ।  ଜିଲାର  ବିଭିନ୍ନ ଅଞ୍ଚଳରେ  ଚାଷୀ ମାନେ ଯେପରି ସୁବିଧାରେ ଧାନ ବିକ୍ରି କରିପାରିବେ ସେଥି ପାଇଁ ଚଳିତ ବର୍ଷ  ୬୨ଟି ମଣ୍ଡି ଖୋଲିଛି।

କାଲିମେଳାରେ ଅନଲାଇନ ପଟ୍ଟା ବଣ୍ଟନ ଆରମ୍ଭ

କାଲିମେଳା,୯ା୧୨(ଡି.ଏନ.ଏ)- ମାଲକାନଗିରି ଜିଲା କାଲିମେଳା ତହସିଲ ପକ୍ଷରୁ ପ୍ରଥମଥର ପାଇଁ ଅନଲାଇନରେ  ଲୋକମାନଙ୍କ ଘରକୁ ସେମାନଙ୍କର ପଟ୍ଟା ପହଞ୍ଚାଇବାର ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାଦ୍ୱାରା ଲୋକେ ପଟ୍ଟାପାଇଁ ଆଉ ବାରମ୍ବାର  ତହସିଲ କାର୍ଯ୍ୟାଳୟକୁ ଆସିବାକୁ ପଡିବ ନାହିଁ।