ସମ୍ପାଦକୀୟ |

ସମ୍ପାଦକୀୟ/ଆଜୀବନ ରାଷ୍ଟ୍ରପତି

ସମ୍ପାଦକୀୟ/ଆଜୀବନ ରାଷ୍ଟ୍ରପତି

ବିଶ୍ୱର ସର୍ବବୃହତ୍‌ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନାରେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ର ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ହେଉଛନ୍ତି ସର୍ବେସର୍ବା। ସେଠାକାର ସମ୍ବିଧାନରେ ନିୟମ ରହିଛି ଯେ, କେହି ଜଣେ ଦୁଇ ଥରରୁ ଅଧିକ ସମୟ ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି କ୍ଷମତାରେ ରହିପାରିବେ ନାହିଁ। ହେଲେ ଏଭଳି କଟକଣାକୁ ହଟାଇବା ପାଇଁ ସିପିସି ଏବେ ଆଲୋଚନା କରୁଛି। ଜିନ୍‌ପିଙ୍ଗ୍‌ଙ୍କ ଦ୍ୱିତୀୟ ଥର ଶାସନର କାର୍ଯ୍ୟକାଳ ୨୦୨୨ରେ ଶେଷ ହୋଇଥାଆନ୍ତା। କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ଏହି ଉଚ୍ଚ ପଦବୀ ଲାଗି ସମୟସୀମାକୁ ହଟାଇବା ସକାଶେ ସେଠାକାର ସମ୍ବିଧାନ ସଂଶୋଧନ କରାଯିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚାଇନା କମ୍ୟୁନିଷ୍ଟ ପାର୍ଟି ମୁଖ୍ୟ ଭାବେ ଜିନ୍‌ପିଙ୍ଗ୍‌ଙ୍କ ଅଖଣ୍ଡ କ୍ଷମତା ଥିବାରୁ ଏହି ପ୍ରସ୍ତାବ ଗୃହୀତ ହେବା ନିଶ୍ଚିତ। ତା’ହେଲେ ଜିନ୍‌ପିଙ୍ଗ୍‌ ମୃତ୍ୟୁ ପର୍ଯ୍ୟନ୍ତ ସେହି ପଦବୀରେ ଅବସ୍ଥାପିତ ହୋଇପାରିବେ।
ଉପରୋକ୍ତ ଖବର ପ୍ରକାଶ ପାଇବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ କ୍ଷମତାଶାଳୀ ବ୍ୟକ୍ତିଙ୍କ ଲୋଭର ସୀମା ନାହିଁ। ସାଧାରଣତଃ କମ୍ୟୁନିଷ୍ଟମାନେ ଏକ ନୀତି ଓ ଆଦର୍ଶ ଦେଇ ଗତି କରୁଥିଲେ ବୋଲି କୁହାଯାଉଥିଲା। ହେଲେ ଚାଇନାରେ ଏଭଳି ନୀତି ପରିବର୍ତ୍ତନ ହେବା ଆଉ କାହାରିକୁ ଆଶ୍ଚର୍ଯ୍ୟ କରୁନାହିଁ। ଜଣେ ବ୍ୟକ୍ତିଙ୍କ ହାତରେ ଦୀର୍ଘକାଳ କ୍ଷମତା ଠୁଳ ହେବା ଦ୍ୱାରା ‘ଜଣେ ବ୍ୟକ୍ତି, ଗୋଟିଏ ପାର୍ଟି’ ଚିନ୍ତାଧାରାକୁ ଶକ୍ତି ଦେଇଚାଲିବ। ଉତ୍ତର କୋରିଆରେ ଯେଭଳି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଶାସନ କରିବା ଦ୍ୱାରା ଏକଚ୍ଛତ୍ରବାଦ ଜନ୍ମ ନେଇଛି, ଅନୁରୂପ ପରିସ୍ଥିତି ସମ୍ଭବତଃ ଚାଇନାରେ ଦେଖାଦେଇପାରେ। ଚାଇନା ଅନ୍ୟତମ ବିଶ୍ୱଶକ୍ତି ଭାବେ ଉଭା ହୋଇଥିବା ବେଳେ ଯୁବପିଢ଼ିଙ୍କ ଲାଗି ଶାସନ କ୍ଷମତାର ବାଟ ବନ୍ଦ କରିଦେବାକୁ ଯାଉଛନ୍ତି ଜିନ୍‌ପିଙ୍ଗ୍‌। ଡୋକଲାମ୍‌ଠାରୁ ନେଇ ଦକ୍ଷିଣ ଚାଇନା ସାଗର(ଏସ୍‌ସିଏସ୍‌) ଯାଏ ସବୁଠି ବେଜିଂ ଶକ୍ତି ପ୍ରଦର୍ଶନ କରୁଥିବା ଦେଖାଦେଇଛି। ଜମ୍ମୁ ଓ କଶ୍ମୀରରେ ପାକିସ୍ତାନର ଯୁଦ୍ଧବିରତି ଉଲ୍ଲଂଘନ ଏବଂ ଉତ୍ତର କୋରିଆର ଆଣବିକ ଶକ୍ତି ବୃଦ୍ଧି ପଛରେ ଚାଇନାର ହାତ ଥିବା କୁହାଯାଉଛି। ମହାଶକ୍ତି ଆମେରିକାକୁ ପରୋକ୍ଷରେ ଚ୍ୟାଲେଞ୍ଜ ଦେବା ପାଇଁ ଜିନ୍‌ପିଙ୍ଗ୍‌ ବିଭିନ୍ନ ରଣନୀତି ଆପଣାଉଥିବା ଅନେକ ସମୟରେ ରିପୋର୍ଟ ପ୍ରକାଶ ପାଉଛି। ସେ ଚାଇନାର ରାଷ୍ଟ୍ରମୁଖ୍ୟ ଭାବେ ଆଜୀବନ କ୍ଷମତା ଅକ୍ତିଆର କଲେ ଆଗାମୀ ଦିନରେ ବିଶ୍ୱ ସମୁଦାୟ ପାଇଁ ବିପଦ ଭାବେ ଉଭା ହେବାର ଆଶଙ୍କା ପ୍ରକାଶ ପାଇଲାଣି। ଜିନ୍‌ପିଙ୍ଗ୍‌ଙ୍କ ପ୍ରସ୍ତାବଗୁଡ଼ିକୁ ସିପିସି କେନ୍ଦ୍ରୀୟ କମିଟି ଆଖିବୁଜି ଗ୍ରହଣ କରିବା ସେଠାକାର ତଥାକଥିତ କମ୍ୟୁନିଷ୍ଟ ଦଳର ତଣ୍ଟି ଚିପି ଦେବା ସଦୃଶ।
ଚାଇନା ୫ ମାର୍ଚ୍ଚ ୨୦୧୮ରେ ତା’ର ପ୍ରତିରକ୍ଷା ବ୍ୟୟ ଗତବର୍ଷ ଅପେକ୍ଷା ୮.୧ ପ୍ରତିଶତ ବୃଦ୍ଧି କରିଛି, ଯାହା ୧୭୫ ବିଲିୟନ ଡଲାରରେ ପହଞ୍ଚିଛି। ଆମେରିକା ପରେ ଚାଇନା ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଅର୍ଥ ବ୍ୟୟ କରୁଥିବା ରାଷ୍ଟ୍ର। ଆମେରିକା ୨୦୧୯ ସୁଦ୍ଧା ପ୍ରତିରକ୍ଷା ବଜେଟରେ ୬୮୬ ବିଲିୟନ ଡଲାର ବ୍ୟୟବରାଦ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଚାଇନାର ସାମରିକ କ୍ଷେତ୍ରରେ ସଦ୍ୟ ପ୍ରତିଦ୍ୱନ୍ଦ୍ୱିତାମୂଳକ ମନୋଭାବ ସୁପରପାଓ୍ବାର ଲକ୍ଷ୍ୟ ଚରିତାର୍ଥ କରିବା ପାଇଁ ସୃଷ୍ଟି ହୋଇଛି। ଏଭଳି ପରିପ୍ରେକ୍ଷୀରେ ଜିନ୍‌ପିଙ୍ଗ୍‌ ଆଜୀବନ ରାଷ୍ଟ୍ରପତି ରହିଲେ ଭାରତ ଭଳି ପଡ଼ୋଶୀ ରାଷ୍ଟ୍ର ସକାଶେ ଏକ ବିରାଟ ବିପଦ ସୃଷ୍ଟି କରିବ।

All Right Reserved By

ସମ୍ପାଦକୀୟ |

 ଦକ୍ଷିଣପନ୍ଥୀ

ଦକ୍ଷିଣପନ୍ଥୀ

ଆକାର ପଟେଲ ବିଶିଷ୍ଟ କର୍ନାଟକୀ ଗାୟକ ଅରୁଣା ରାୟ, ଲେଖକ ଟିଏମ୍‌ କୃଷ୍ଣା ଓ ସାମାଜିକ କର୍ମୀ ନିଖିଳ ଦେ ପ୍ରମୁଖଙ୍କ ସହ ଚଳିତ ସପ୍ତାହରେ ଏକ ଆଲୋଚନାରେ ଭାଗ ନେବାର ସୁଯୋଗ ମିଳିଲା। ରାୟ ଓ ଦେ ହେଉଛନ୍ତି ମଜଦୁର କିଷାନ ଶକ୍ତି ସଂଗଠନର ସଦସ୍ୟ। ଏହି ସଂଗଠନର ଆନ୍ଦୋଳନ ଓ ପ୍ରଚେଷ୍ଟା ଯୋଗୁ ହିଁ ଭାରତରେ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ପ୍ରଣୟନ ସମ୍ଭବ ହୋଇଛି। ରାୟ ମଧ୍ୟ ପୂର୍ବ ସରକାରର ଜାତୀୟ ପରାମର୍ଶଦାତା କମିଟିରେ ଥିଲେ, ଯାହାଙ୍କ ପରାମର୍ଶ ଅନୁସାରେ ଆର୍‌ଟିଆଇ ବ୍ୟତୀତ ଅନେକ ମାନବ କଲ୍ୟାଣକାରୀ ଆଇନ ଯଥା ମନ୍‌ରେଗା, ଖାଦ୍ୟ ଅଧିକାର ଓ ଶିକ୍ଷା ଅଧିକାର ଆଇନ ପ୍ରବର୍ତ୍ତନ ହୋଇଛି।...

ଭିନ୍ନ ଜଣେ ମହାପୁରୁଷ

ଭିନ୍ନ ଜଣେ ମହାପୁରୁଷ

ପ୍ରକାଶ ତ୍ରିପାଠୀ ଜନ୍ମ ଓ ମୃତ୍ୟୁ ମଧ୍ୟରେ ଥିବା ସମୟ ହିଁ ଜୀବନ। ଆପଣା ପାଇଁ ବଞ୍ଚିଥାଏ ସାଧାରଣ ମଣିଷ, ହେଲେ ଦୁନିଆର ଲୋକଙ୍କ ପାଇଁ ବଞ୍ଚିଥାଏ ମହାମାନବ। ପୃଥିବୀରେ ପ୍ରତ୍ୟହ କୋଟି କୋଟି ମଣିଷ ଜନ୍ମ ହେଉଛନ୍ତି, ମୃତ୍ୟୁ ବି ଲଭୁଛନ୍ତି। ସମସ୍ତଙ୍କୁ ଏ ଦୁନିଆ ମନେରଖିପାରେନା। ହାତଗଣତି କିଛି ଲୋକଙ୍କ ପଦଚିହ୍ନ ଅଲିଭା ହୋଇ ରହିଯାଏ ଜନମାନସରେ। ଆଜି ଏଠାରେ ଉପସ୍ଥାପିତ କରୁଛି ମହାମାନବ ପ୍ରଖ୍ୟାତ ବୈଜ୍ଞାନିକ- ଭୂତପୂର୍ବ ରାଷ୍ଟ୍ରପତି ତଥା ସର୍ବୋପରି ଜଣେ ଶ୍ରେଷ୍ଠ ମଣିଷ ଡ. ଏପିଜେ ଅବ୍‌ଦୁଲ କଲାମଙ୍କ ଜୀବନର କିଛି ଅନାଲୋଚିତ ଅଧ୍ୟାୟ, ଯାହାକୁ କି ନିକଟରେ ଅନାବରଣ କରିଛନ୍ତି ପି.ଏମ୍‌. ନାୟର। ଡ. କଲାମ ରାଷ୍ଟ୍ରପତି ଥିବା ...

ସ୍ବାସ୍ଥ୍ୟ ଉପଦେଷ୍ଟା

ସ୍ବାସ୍ଥ୍ୟ ଉପଦେଷ୍ଟା

ବ୍ୟକ୍ତିତ୍ୱ/ସୁଶ୍ରୀ ବିଶ୍ୱର ୩ ପ୍ରମୁଖ କମ୍ପାନୀ ହେଉଛନ୍ତି ଆମାଜନ୍‌, ଓ୍ବର୍କଶାୟାର୍‌ ହାଥାଓ୍ବେ ଏବଂ ଜେପି ମୋର୍ଗାନ୍‌ ଚେଜ୍‌। ଏମାନେ ମିଳିତ ହୋଇ ଏକ ନୂଆ କମ୍ପାନୀ ଗଢ଼ିବେ, ଯାହାକି ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ ଦୃଷ୍ଟାନ୍ତ ସୃଷ୍ଟି କରିବ। ଏହି ଯୌଥ ଉଦ୍ୟୋଗର ମୁଖ୍ୟ କାର୍ଯ୍ୟାଳୟ ବୋଷ୍ଟନ୍‌ରେ ରହିବ। ଏକ ସ୍ବାଧୀନ ସଂସ୍ଥା ଭାବେ ଏହି କମ୍ପାନୀ କାର୍ଯ୍ୟ କରିବ। ତେବେ ଗର୍ବର ବିଷୟ ହେଉଛି ଉକ୍ତ କମ୍ପାନୀର ନେତୃତ୍ୱ ନେବେ ଜଣେ ଭାରତୀୟ ବଂଶୋଦ୍ଭବ ଡ. ଅତୁଲ୍‌ ଗଓ୍ବାଣ୍ଡେ। ସେ ହେବେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ...

ଏଇ ଭାରତରେ

ଏଇ ଭାରତରେ

ମାନବ ପରିସ୍ଥିତିରେ ପଡ଼ି ଦାନବ ପାଲଟିଯାଏ। ଆଉ ସେହି ଦାନବ ହୃଦୟରେ ଦେବତାର ସନ୍ଧାନ ମିଳିଲେ ଅନ୍ୟମାନେ ଖୁସି ହୁଅନ୍ତି। ପରିସ୍ଥିତିରେ ପଡି ନକ୍ସଲ ନେତା ସାଜିଥିବା ଜଣେ ବ୍ୟକ୍ତି ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିବା ଭଲ ଖବର ନିଶ୍ଚୟ। ଛତିଶଗଡର କୋଣ୍ଡାଗାଓଁ ଜିଲାର ଜଣେ ନକ୍ସଲ ନେତା ତାଙ୍କ ମୁଣ୍ଡ ପାଇଁ ଘୋଷଣା ହୋଇଥିବା ୩ଲକ୍ଷ ଟଙ୍କା ନିଜେ ଧରି ଆତ୍ମସମର୍ପଣ କରିଛନ୍ତି। ଧନିରାମ୍‌ ଗାବ୍‌ଦେ ନାମକ ଏହି ନକ୍ସଲ ନେତା କୋଣ୍ଡାଗାଓଁ ଏସ୍‌ପି ଅଭିଷେକ ପଲ୍ଲବଙ୍କ ନିକଟରେ ଶନିବାର ଆତ୍ମସମର୍ପଣ କରିଛନ୍ତି। ନକ୍ସଲ ଆନ୍ଦୋଳନର ‘ଫମ୍ପା ଆଦର୍ଶବାଦ’ରେ ସେ ମୋହିତ ହୋଇଯାଇଥିତ୍ଲେ ବୋଲି ଅତିରିକ୍ତ ...

ସମ୍ପ୍ରସାରିତ ଅର୍ଥ ପ୍ୟାନେଲ

ସମ୍ପ୍ରସାରିତ ଅର୍ଥ ପ୍ୟାନେଲ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଡିଜିଟାଲ କାରବାର ବଢ଼ୁଥିବା ବେଳେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ନେଇ ଚିନ୍ତା ବି ବଢ଼ିବାରେ ଲାଗିଛି। ଏ ପରିସ୍ଥିତିରେ ସରକାର ରାଜସ୍ବ ବିଭାଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସଚିବମାନଙ୍କୁ ଆର୍ଥିକ ସ୍ଥିରତା ଓ ଉନ୍ନୟନ ପରିଷଦ (ଏଫ୍‌ଏସ୍‌ଡିସି)ର ସଦସ୍ୟ କରିବା ମାଧ୍ୟମରେ ଏହାର ପୁନର୍ଗଠନ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ ଏଫ୍‌ଏସ୍‌ଡିସିର ଅଧ୍ୟକ୍ଷ ଥିବାବେଳେ ଏଥିରେ ଅନ୍ୟମାନଙ୍କ ...

 ଅବାଟରେ ପଢୁଆ ଯୁବଗୋଷ୍ଠୀ

ଅବାଟରେ ପଢୁଆ ଯୁବଗୋଷ୍ଠୀ

ମନ-ମାନଚିତ୍ର/ ଡ. ନରହରି ବେହେରା ବିଦ୍ୟା ହେଉଛି ମୁକ୍ତିର ମାର୍ଗ। ଏହି ବିଦ୍ୟା ଅଧ୍ୟୟନ କରିଥିବା ବ୍ୟକ୍ତି ବିନୟୀ ହୋଇଥାନ୍ତି। ତେଣୁ କୁହାଯାଏ, ‘ବିଦ୍ୟା ଦଦାତି ବିନୟମ୍‌’। ବିନୟୀ ବ୍ୟକ୍ତି ହିଁ ଜଣେ ଉପଯୁକ୍ତ ମଣିଷ ଭାବରେ ପ୍ରତିଷ୍ଠା ଅର୍ଜନ କରିଥାନ୍ତି। ବିଦ୍ୟାର ପ୍ରୟୋଗାମତ୍କ ଦିଗଟିକୁ ବିଦ୍ୟାର୍ଥୀ ଭୁଲିଗଲେ ଶିକ୍ଷାର ସକଳ ଲକ୍ଷ୍ୟ ବ୍ୟର୍ଥ। ତେଣୁ ପଣ୍ଡିତମାନେ ବିଦ୍ୟାର ଏହି ଦୁଇଟି ରୂପକୁ ପୋଥି ବାଇଗଣ ଏବଂ ବାଡ଼ି ବାଇଗଣ ଭାବରେ ଚିତ୍ରଣ କରିଛନ୍ତି। ଏ ପରିପ୍ରେକ୍ଷୀରେ ଗୋଟିଏ ଲଘୁ କାହାଣୀର କିୟଦଂଶ ଅବତାରଣା କରାଯାଇପାରେ। ..

ଯୁଦ୍ଧ ଯଦି ଲକ୍ଷ୍ୟ ହୁଏ

ଯୁଦ୍ଧ ଯଦି ଲକ୍ଷ୍ୟ ହୁଏ

ରମେଶ ଚନ୍ଦ୍ର ସାମଲ ସମସ୍ତେ ଶାନ୍ତି ଶାନ୍ତି ଚିତ୍କାର କରୁଥିବାବେଳେ ପ୍ରକୃତରେ କେହି ଆନ୍ତରିକତାର ସହ ଏହା ଚାହାନ୍ତିନି। ଶାନ୍ତି ଅଶାନ୍ତି, ବିବାଦ ସମାଧାନର ଖେଳ ଏମିତି ପୃଥିବୀରେ ଅହରହ ଚାଲିଛି। କେତେବେଳେ ଶାନ୍ତି ତ କେତେବେଳେ ଅଶାନ୍ତି। ଅନ୍ତର୍ଜାତୀୟ ବିବାଦ ଥରେ ଦେଖାଦେଲେ ଏହା ଗୁରୁତର ଆକାର ଧାରଣ କରେ। ଏହାର ସମାଧାନ କଷ୍ଟସାଧ୍ୟ ଓ ସମୟସାପେକ୍ଷ। ଆଗ କାଳରେ ପୃଥିବୀରେ ବହୁ ଛୋଟ ଛୋଟ ରାଜ୍ୟ ଥିଲା। ଏସବୁ ରାଜ୍ୟ ଭିତରେ ବିଭିନ୍ନ କାରଣରୁ ବିଶେଷତଃ ଦେଶର ସୀମା ବୃଦ୍ଧି କରିବାକୁ ଯୁଦ୍ଧ ହେଉଥିଲା। ଯୁଦ୍ଧରେ ପରାଜିତ ଦେଶ ବିଜେତା ଦେଶ ସହିତ ମିଶିଯାଉଥିଲା। ଉଭୟ ଦେଶର ନାଗରିକମାନେ...

ଏଇ ଭାରତରେ

ଏଇ ଭାରତରେ

ପିଲାମାନେ ପରବାଡ଼ିରୁ ଆମ୍ବ ତୋଳିବାରେ ଏକ ନିଆରା ମଜା ପାଇଥାନ୍ତି। କିନ୍ତୁ ଏହି ମଜା ଯେ, ମୃତ୍ୟୁର କାରଣ ହେବ ଏ କଥା ଜଣେ ୧୦ବର୍ଷର ବାଳକ କିପରି ଜାଣିବ? ବିହାର ରାଜ୍ୟର ଖଗରିଆ ଜିଲାର ଘଟଣା। ଗୋଗାରି ପୋଲିସ ଷ୍ଟେଶନ୍‌ ଅନ୍ତର୍ଗତ ଶେରଗଡ଼ ଗାଆଁର ୧୦ବର୍ଷର ବାଳକ ଆମ୍ବ ଖାଇବା ପାଇଁ ଜଣଙ୍କ ବଗିଚାରେ ପଶିଥିଲା। ଗଛରେ ଚଢ଼ି କିଛି ଆମ୍ବ ତୋଳିଥିଲା। ଜଗୁଆଳ ରାମ ଯାଦବ ଏହା ଦେଖି ସହ୍ୟ କରିପାରି ନ ଥିଲେ। ସେ ବାଳକକୁ ଆମ୍ବ ତୋଳିବା ବନ୍ଦ କରି ତୁରନ୍ତ ବଗିଚା ଛାଡ଼ି ଚାଲିଯିବା ପାଇଁ ଧମକ ଦେଇଥିଲେ। କିନ୍ତୁ ଅବୋଧ ବାଳକ ଯାଦବର ଭିତିରି ରାକ୍ଷସକୁ ବୁଝି ନ ପାରି ଯିବାକୁ ଇଚ୍ଛା କରି ନ ଥିଲା। ଯାଦବ ଏଥିରେ ଭୀଷଣ କ୍ଷୁବ୍‌ଧ ହୋଇ ପାଖରେ ରଖିଥିବା ବନ୍ଧୁକରୁ ଅଚାନକ ଗୁଳି ଫୁଟାଇଥିଲା। ଗୁଳିଟି ସିଧା ଯାଇ ବାଳକର ମୁଣ୍ଡରେ ବାଜିଲା। ବାଳକର ଚିତ୍କାର ଶୁଣି ଯାଦବ ଘଟଣାସ୍ଥଳ ଛାଡ଼ି ପଳାଇଯାଇଥିଲା। ମୁହୂର୍ତ୍ତକ ମଧ୍ୟରେ ଗ୍ରାମବାସୀମାନେ ରୁଣ୍ଡ ହୋଇଯିବା ସହିତ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ତେବେ ଘଟଣାସ୍ଥଳରେ ହିଁ ବାଳକର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀମାନେ ଅଡି ବସିଥିଲେ। ପୋଲିସ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ଶାନ୍ତ ପଡ଼ିଥିଲେ। ଯାଦବକୁ ଖୋଜିବା ଲାଗି ପୋଲିସ ଅନୁସନ୍ଧାନ ଜାରି ରଖିଛି। ବାଳକର ମନ ଭିତରେ ଯାଦବ ନିଜକୁ ଦେଖିଥିଲେ ବେtାଧହୁଏ ଏହି ହତ୍ୟାକାଣ୍ଡ କରିବାକୁ ସାହସ କରି ନ ଥାନ୍ତା।

 ଆଜିର ଅର୍ଥନୀତି/ପଦକ୍ଷେପ ଯଥେଷ୍ଟ ନୁହେଁ

ଆଜିର ଅର୍ଥନୀତି/ପଦକ୍ଷେପ ଯଥେଷ୍ଟ ନୁହେଁ

ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ସିଇଓ ଏବଂ ଏମ୍‌ଡି (ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ) ଚନ୍ଦା କୋଛରଙ୍କ ବିରୋଧରେ ଶେଷରେ ଯେଉଁ ପଦକ୍ଷେପ ନେଲେ, ତାହା ସେ ବହୁ ଆଗରୁ ନେବାର ଥିଲା। ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଶେଷହେବା ପୂର୍ବରୁ ତାଙ୍କୁ ବାଧ୍ୟତାମୂଳକ ଭାବେ ଛୁଟି ଦିଆଯାଇଛି। କୋଛର ହେଉଛନ୍ତି ଭାରତୀୟ ବ୍ୟାଙ୍କିଙ୍ଗ୍‌ ଶିଳ୍ପର ଜଣେ ପୁରୁଣା ଖେଳାଳି। କର୍ପୋରେଟ୍‌ ଗଭର୍ନାନ୍ସର ନିୟମ ଉଲ୍ଲଂଘନ କରି ଋଣ ପ୍ରଦାନରେ ଅନୁଚିତ ଅନୁକମ୍ପା ଦେଖାଇଥିବା ଅଭିଯୋଗ ତାଙ୍କ ବିରୋଧରେ ରହିଛି। କୋଛର ପ୍ରସଙ୍ଗକୁ ପରିଚାଳନା କରିବାରେ ଆଇସିଆଇସିଆଇ ବ୍ୟାଙ୍କ ବୋର୍ଡର ଭୂମିକା ...

ସେମାନେ ଦେଖିଥିବା ଭାରତ

ସେମାନେ ଦେଖିଥିବା ଭାରତ

ଡ. ବାଞ୍ଛାନିଧି ପଣ୍ଡା ନିଜ ଦେଶର ଅତୀତର ଏକ ଉଜ୍ଜ୍ୱଳ ଚିତ୍ରର କୌଣସି ବିବରଣୀ ଆମେ ଯେତେବେଳେ ପଢିବାକୁ ପାଉ ଦେଶ ବିଷୟରେ ଗର୍ବ ଓ ଗୌରବର ଭାବନା ଆମ ମନରେ ସ୍ବତଃ ସୃଷ୍ଟି ହୁଏ। ଚାରିଜଣ ପରିବ୍ରାଜକଙ୍କ ଲେଖାରୁ ଆମେ ଭାରତବର୍ଷର ଅତୀତର ଏପରି ଏକ ଚିତ୍ର ଦେଖିବାକୁ ପାଉ। ସେମାନେ ହେଲେ ମେଘାସ୍ଥିନିସ, ଫାହିୟାନ, ହୁଏନ୍‌ସାଂ ଓ ଆଲବାରୁଣି। ମେଘାସ୍ଥିନିସ ଓ ଆଲବାରୁଣି ଉଭୟେ ବିଦ୍ୱାନ ସଭାସଦ୍‌ ଥିଲେ। ତେଣୁ ସେମାନେ ତାଙ୍କ ରଚନାରେ ଭାରତର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱାରୋପ କରିଛନ୍ତି। ମାତ୍ର ଫାହିୟାନ ଓ ହୁଏନ୍‌ସାଂ ସନ୍ନ୍ୟାସୀ ପରିବ୍ରାଜକ ହୋଇଥିବାରୁ ସେମାନେ ଧର୍ମ ବିଷୟକ ବିବରଣୀକୁ ...

ଷ୍ଟାର୍‌ ଷ୍ଟାଟସ୍‌

ଷ୍ଟାର୍‌ ଷ୍ଟାଟସ୍‌

ପ୍ରକାଶ କୁମାର ସିଂହ ଷ୍ଟାର୍‌ମାନେ ଖାଲି ଆକାଶରେ ରହନ୍ତିନି, ଏଇ ମାଟିରେ ବି ଲୀଳାଖେଳା କରନ୍ତି ଆଉ ଅନେକଙ୍କର ହୃଦୟ ଜିଣନ୍ତି ଆଜ୍ଞା। ଷ୍ଟାରମାନେ ହେଲେ ଆମର ଆଦର୍ଶ। କିଏ କ୍ରୀଡ଼ା ଜଗତର ଷ୍ଟାର୍‌, କିଏ ଫିଲ୍ମ ଜଗତର ଷ୍ଟାର୍‌, କିଏ ସଙ୍ଗୀତ ଜଗତର ତ କିଏ ବିଜ୍ଞାନ ଦୁନିଆର ଷ୍ଟାର୍‌। ଷ୍ଟାର୍‌- ଯାହାକୁ ଆମେ ତାରକା କହୁ। ସେମାନେ ଆମ ଭଳି ସାଧାରଣ ମଣିଷ କିନ୍ତୁ ଅସାଧାରଣ ସେମାନଙ୍କର ପ୍ରତିଭା, ସେବା ମନୋଭାବ, ଧୈର୍ଯ୍ୟ, ସାହସ ଅବା କୃତିତ୍ୱ। କେଉଁ ଫିଲ୍ମରେ ବସ୍ତିର ପିଲା ଭୂମିକା କରି କିଏ ଷ୍ଟାର୍‌ ଷ୍ଟାଟସ୍‌ ପାଇଛି ତ କିଏ ବାଳକ ବୁଦ୍ଧିଆ ପରି ମାରାଥନ ଦୌଡି ଷ୍ଟାର୍‌ ପାଲଟିଛି। ତିଆରି ହୋଇଛି ଫିଲ୍ମ ବୁଦ୍ଧିଆ ବର୍ନ ଟୁ ରନ୍‌...। କିଏ ଡକାୟତକୁ ଘର ...

ଏଇ ଭାରତରେ

ଏଇ ଭାରତରେ

ଖେଳ ଶାରୀରିକ ବ୍ୟାୟାମ ତଥା ମନୋରଞ୍ଜନର ଏକ ଉତ୍ସ। ଏହା ଶିଶୁ, କିଶୋର ଓ ଯୁବକମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ଏଥିପାଇଁ ଖେଳୁଆଡ଼ ମନୋବୃତ୍ତି ରହିବା ଦରକାର। ତା’ ନ ହେଲେ ଖେଳରୁ ବିବାଦ ସୃଷ୍ଟି ହୋଇ ଗଣ୍ଡଗୋଳ, ମାଡ଼ପିଟ ଓ ବେଳେବେଳେ ମୃତ୍ୟୁର କାରଣ ହୋଇପାରେ। ଦୁଇପକ୍ଷ ମଧ୍ୟରେ ବିଭେଦ ସୃଷ୍ଟିହୋଇ ଗଣ୍ଡଗୋଳ ହୋଇଥାଏ। କ୍ରିକେଟ୍‌ ଖେଳକୁ ନେଇ ଖଣ୍ଡଯୁଦ୍ଧ। ଏଥିରେ ଜଣେ ୧୫ବର୍ଷର ବାଳକ ବଳିପଡିଛନ୍ତି। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବାଲିଆଠାରେ। ମାସକ ତଳେ ଏକ କ୍ରିକେଟ୍‌ ମ୍ୟାଚ୍‌କୁ କେନ୍ଦ୍ରକରି ଭିକପୁର ଏବଂ ଶ୍ରୀପୁର ଗଁାର ଯୁବକଙ୍କ ମଧ୍ୟରେ ମାଡପିଟ ହୋଇଥିଲା। ଦୁଇ ଗଁାର ଭଦ୍ରଲୋକ ମଧ୍ୟସ୍ଥ ସାଜି ଗଣ୍ଡଗୋଳର ସମାଧାନ କରିଥିଲେ। ପରିସ୍ଥିତି କିଛିଦିନ ପାଇଁ ଶାନ୍ତ ପଡ଼ିଯାଇଥିଲା। କିନ୍ତୁ ବୁଧବାର ...

Model This Week

ପ୍ରଭାତ