ସମ୍ପାଦକୀୟ |

ସଂସାର ମୋହ

ସଂସାର ମୋହ
ବୈକୁଣ୍ଠନାଥ ମିଶ୍ର/ ଲକ୍ଷ୍ମୀ ଯାହା ଉପରେ ପ୍ରସନ୍ନ ହୁଅନ୍ତି ତାଙ୍କ ଧନଭଣ୍ଡାରକୁ ପରିପୂର୍ଣ୍ଣ କରିଦିଅନ୍ତି। ଧନ ମୋହରେ ଅନ୍ଧ ହୋଇ ସେ ଭୁଲିଯାଏ ତା’ର ବିଷାଦଭରା ଅତୀତ ଜୀବନକୁ। ଏ ସମ୍ବନ୍ଧରେ ଏକ କାହାଣୀ ପ୍ରାସଙ୍ଗିକ ମନେହୁଏ। ତେଲଲୁଣର ଅଭାବୀ ସଂସାରରେ ଜଞ୍ଜାଳ ଜାଲର ଶକ୍ତ ରଜ୍ଜୁକୁ ଛିନ୍ନ କରିବାରେ ଅସମର୍ଥ ହୋଇ ଦିନେ ସଂସାର ତ୍ୟାଗ କରିବାର ଅଭୀପ୍ସା ପୋଷଣ କଲା ଗାଉଁଲି ଯୁବକ ନରି ଓରଫ ନରୋତ୍ତମ ଦାସ। ନିଶାର୍ଦ୍ଧରେ ସମସ୍ତଙ୍କ ଅଗୋଚରରେ ଘରୁ ଗୋଡ଼ କାଢିଲା ନରି। ନିଜର ପିନ୍ଧାଲୁଗା ବ୍ୟତୀତ ଅନ୍ୟ କିଛି ହେଲେ ଦ୍ରବ୍ୟ ସେ ଘରୁ ଆଣି ନ ଥିଲା। ଘରଠାରୁ ଅନେକ ଦୂର ଗଲାପରେ ନରି ଆସି ଏକ ଆଶ୍ରମରେ ପହଞ୍ଚିଲା। ଆଶ୍ରମର ସକଳ ନିୟମକାନୁନ ମାନି ନିଜକୁ ବେଶ୍‌ ସହଜ ଭାବେ ଖାପଖୁଆଇ ନେଲା ନରି। ତା’ର ସୁମିଷ୍ଟ ବଚନ, ମାର୍ଜିତ ବ୍ୟବହାର ଓ ସଚ୍ଚୋଟପଣରେ ଆଶ୍ରମର ଅନ୍ତେବାସୀମାନଙ୍କ ମଧ୍ୟରେ ନରି ପ୍ରତି ସମ୍ମାନ ବୃଦ୍ଧି ପାଇଲା। ଆଜିକାଲି ସେ ବାବା ନରୋତ୍ତମ ଭାବେ ବେଶ୍‌ ଜଣାଶୁଣା ହେଲାଣି। ଦିନେ ଆଶ୍ରମର ମୁଖ୍ୟ ସନ୍ଥ ବାବା ଉପେନ୍ଦ୍ରନାଥ ନରିକୁ ନିକଟକୁ ଡାକି କହିଲେ, ବାବା ନରୋତ୍ତମ ତୁମେ ତ ସବୁ ବିଷୟରେ ପାରଙ୍ଗମ ହୋଇଗଲଣି। ଆଶ୍ରମର ପୂଜାପାଠ ତୁମକୁ ଜ୍ଞାତ ଅଛି। ଅଧିକନ୍ତୁ ଆଶ୍ରମର ସମସ୍ତ ଅନ୍ତେବାସୀ ତୁମକୁ ଭକ୍ତି ଓ ସମ୍ମାନ କରନ୍ତି। ଆଜିଠାରୁ ତୁମେ ଏ ଆଶ୍ରମର ସମ୍ପୂର୍ଣ୍ଣଭାର ବହନ କର। ମୁଁ ମୋର ମୂଳ ଆଶ୍ରମକୁ ଫେରିଯାଉଛି। କେବେ ସୁବିଧା ହେଲେ ପୁଣି ଆସିବି। ଏହା କହି ବାବା ଉପେନ୍ଦ୍ରନାଥ ସେ ଆଶ୍ରମ ତ୍ୟାଗ କରି ଚାଲିଗଲେ। କିଛିଦିନ ଭଲରେ କଟିଗଲା। କିନ୍ତୁ ବାରମ୍ବାର ଏକ ସମସ୍ୟା ଦେଖାଦେଲା ଯାହା ବାବା ନରୋତ୍ତମଙ୍କୁ ବିବ୍ରତ କରିପକାଇଲା। ଆଶ୍ରମରେ ମୂଷାମାନଙ୍କର ଉପଦ୍ରବ ବଢିଗଲା। ମୂଷାମାନେ ବାବାଙ୍କ କୌପିନକୁ ଟିକି ଟିକି କରି କାଟି ପକାଇଲେ। ବାବା ଆଉ କେତେ କୌପିନ କିଣିବେ? ଗ୍ରାମ ମୁଖିଆଙ୍କ ଆଗରେ ବାବା ଏକଥା ପ୍ରକାଶ କରନ୍ତେ ଗାଁମୁଖିଆ ତତ୍‌କ୍ଷଣାତ୍‌ କହିଲେ, ଏଇକଥା! ଆପଣ ଗୋଟିଏ ବିଲେଇ ରଖନ୍ତୁ। ସେ ମୂଷାମାନଙ୍କୁ ନିପାତ କରିଦେବ। ବାବାଙ୍କ ମନକୁ କଥାଟା ପାଇଲା। ସେ ବିଲେଇଟିଏ ରଖିଲେ। ବିଲେଇ ସିନା ମୂଷାମାନଙ୍କୁ ନିଃଶେଷ କରିଦେଲା, ହେଲେ କିଛିଦିନ ପରେ ଖାଦ୍ୟାଭାବରୁ ବିଲେଇଟି ମୃତ ପ୍ରାୟ ହେଲା। ଗାଁମୁଖିଆଙ୍କୁ ପଚାରନ୍ତେ ସେ କହିଲେ ବାବା ଆପଣ ଗାଈଟିଏ ରଖନ୍ତୁ। ଗାଈ କ୍ଷୀର ବିଲେଇ ଖାଇବ ଓ ଆପଣ ମଧ୍ୟ ଖାଇବେ। ବାବାଙ୍କର ତ ଆଉ ଧନର ଅଭାବ ନାହିଁ। ସେ ତତ୍‌କ୍ଷଣାତ୍‌ ଦୁଧିଆଳି ଗାଈଟିଏ କିଣିଲେ। ବେଶ୍‌ କିଛିଦିନ ସୁଖରେ ବିତିଲା ପରେ ସେବାଯତ୍ନ ଓ ଚାରଣ ଅଭାବରୁ ଗାଈ ଓ ବାଛୁରୀ ଦୁହେଁ କଙ୍କାଳସାର ହେଲେ, ଯାହା ବାବାଙ୍କର ଚିନ୍ତା ଉଦ୍ରେକ କଲା। ଗାଁମୁଖିଆ ଏ ସମସ୍ୟା ଶୁଣି ପରାମର୍ଶ ଦେଲେ, ବାବା ଆପଣ ଚାକରଟିଏ ରଖନ୍ତୁ। ଚାକରଟି ଗାଈ ଓ ବାଛୁରୀଙ୍କ ଯତ୍ନ ନେବ। ବାବା ତାହା ହିଁ କଲେ। ମାତ୍ର ମାସ ପୂରିଲା ବେଳକୁ ଚାକର ଯେତେବେଳେ ଦରମା ମାଗିଲା, ବାବାଙ୍କର ବୁଦ୍ଧି ହଜିଗଲା। ସେ ପୁଣି ଗ୍ରାମମୁଖିଆଙ୍କ ପରାମର୍ଶ ଲୋଡିଲେ। ଗାଁମୁଖିଆ ତାଙ୍କୁ ପରାମର୍ଶ ଦେଇ କହିଲେ, ଆଶ୍ରମର ତ ଭଲ ଜମି ଦଶଏକର ଅଛି। ଆପଣ ସେ ଜମିତକ ଭାଗଚାଷୀକୁ ନ ଦେଇ ହାତରେ ଚାଷ କରନ୍ତୁ। ମୂଲିଆ ଚାକରଙ୍କୁ କାମ ମିଳିବ। ଆପଣଙ୍କ ହାତକୁ ବେଶ୍‌ ଦି’ପଇସା ଆସିବା ସହ ମୂଲିଆ ଚାକର ମଧ୍ୟ ଦରମା ନେବେ। ବାବା ନରୋତ୍ତମଙ୍କୁ କଥାଟି ବେଶ୍‌ ରୁଚିଲା ଏବଂ ସେ ତାହା ହିଁ କଲେ। ଦିନ କେତେଟାରେ ବାବା ନରୋତ୍ତମଙ୍କର ଆର୍ଥିକ ଉନ୍ନତି ଘଟିଲା। ସେ ବର୍ତ୍ତମାନ ଜଣେ ଧନୀ, ମାନୀ, ଗୁଣୀ ଓ ମର୍ଯ୍ୟାଦାସମ୍ପନ୍ନ ବ୍ୟକ୍ତି। ଦିନେ ବାବା ନରୋତ୍ତମ ଚିନ୍ତାକଲେ, ମୋର ଧନରତ୍ନ, ଚାକର, ପୂଜାରୀ କେଉଁଥିରେ ତ ଅଭାବ ନାହିଁ। କିନ୍ତୁ ଏ ସବୁ ପ୍ରାଚୁର୍ଯ୍ୟ ଭିତରେ ଗୃହିଣୀଟିଏ ଥିଲେ ମୋର ଅଭାବବୋଧ ଦୂର ହୁଅନ୍ତା। ସତକୁ ସତ ଆଶ୍ରମର ଏକ ଶିଷ୍ୟାଙ୍କୁ ବିବାହ କରି ବାବା ନରୋତ୍ତମ ଏକ ପକ୍କା ସଂସାରୀ ବନିଗଲେ। ସ୍ତ୍ରୀପିଲାଙ୍କ ଜଞ୍ଜାଳ ମଧ୍ୟରେ ରହି ବାବା ନରୋତ୍ତମ ଈଶ୍ୱର ସେବା ସମ୍ପୂର୍ଣ୍ଣ ଭୁଲିଗଲେ। ଦିନେ ବାବା ଉପେନ୍ଦ୍ରନାଥ ମହାରାଜ ଆଶ୍ରମକୁ ଆସି ଦେଖିଲାବେଳକୁ ଆଶ୍ରମଟି ଆଉ ଆଶ୍ରମ ହୋଇ ନାହିଁ କି ନରୋତ୍ତମ ଆଉ ବାବା ହୋଇ ନାହାନ୍ତି। ଭଜନକୀର୍ତ୍ତନ ବଦଳରେ ଛୋଟ ଛୋଟ ପିଲାମାନଙ୍କର ହସକାନ୍ଦରେ ଆଶ୍ରମ ବାତାବରଣ ଉଛୁଳି ପଡୁଛି। ଏହା ସମ୍ପୂର୍ଣ୍ଣ ଏକ ଗୃହସ୍ଥର ଜଞ୍ଜାଳମୟ ସଂସାର। ବାବା ନରୋତ୍ତମକୁ ଡାକି କହିଲେ ଯେ ସଂସାରୀ ସେ ସବୁବେଳେ ସଂସାରୀ। ସାମାନ୍ୟ କୌପିନକୁ ମୂଷା କାଟିଦେବାକୁ ସୂତ୍ର କରି ତୁମେ ସଂସାରୀ ବନିଯାଇଛ। ଏ ଆଶ୍ରମ ଜୀବନରେ ତୁମର ପ୍ରୟୋଜନ ନାହିଁ। ଭବାନୀପାଟଣା ସଦରମହକୁମାଠାରୁ ଷାଠିଏ କିଲୋମିଟର ଦୂର ଥୁଆମୂଳ ରାମପୁର ବ୍ଲକ୍‌ର ଅଖ୍ୟାତ ପଲ୍ଲୀ ମେଲଘରାର ଦରିଦ୍ର ଆଦିବାସୀ ଦାନ ମାଝି ପତ୍ନୀ ଅମାଙ୍ଗର ଶବକୁ କାନ୍ଧରେ ବୋହି ଦୀର୍ଘପଥ ଅତିକ୍ରମ କରୁଥିବାର ହୃଦୟବିଦାରକ ଦୃଶ୍ୟ ସାରା ବିଶ୍ୱରେ ଚହଳ ପକାଇଥିଲା। ପ୍ରାଣପ୍ରିୟା ପତ୍ନୀର ନିଜ ଗାଁ ମଶାଣିରେ ଶବ ସଂସ୍କାର କରିବାର ଅନ୍ତିମ ଇଚ୍ଛାକୁ ସମ୍ମାନ ଜଣାଇ ଦାନ ସେଦିନ ପୁରୁଷ ସମାଜ ପ୍ରତି ଥିଲା ଅନନ୍ୟ ଉଦାହରଣ। ବିଶ୍ୱର କୋଣ ଅନୁକୋଣରୁ କେବଳ ସମବେଦନାର ସୁଅ ଛୁଟି ନ ଥିଲା, ବରଂ ତା’ ପାଦତଳେ ଅଜାଡି ହୋଇପଡିଥିଲା ସକଳ ଐଶ୍ୱର୍ଯ୍ୟର ସମ୍ଭାର। ସରକାରୀ, ବେସରକାରୀ ସାହାଯ୍ୟରାଶିରେ ତା’ ଶୂନ୍ୟଥାଳ ପୂର୍ଣ୍ଣ ହୋଇଗଲା। ଦେଶ ଭିତରୁ ତ ଅନେକ ମିଳିଲା। ଦେଶ ବାହାରୁ ମଧ୍ୟ ଅନୁକମ୍ପାମୂଳକ ଆର୍ଥିକ ରାଶି ତାକୁ ପ୍ରାପ୍ତ ହେଲା। ବାହାରିନ୍‌ ପ୍ରଧାନମନ୍ତ୍ରୀ ଦାନ କଲେ ଦଶଲକ୍ଷ ଟଙ୍କା। ଗଣମାଧ୍ୟମ ସୂତ୍ରରୁ ପ୍ରାପ୍ତ ତତ୍କାଳୀନ ଖବର ଅନୁସାରେ ଦାନ ପାଇଁ ଦାନର ପରିମାଣ ଥିଲା ପଚାଶଲକ୍ଷରୁ ଊର୍ଦ୍ଧ୍ୱ। ଯିଏ ଦିନେ ଥିଲା ଦରିଦ୍ରତମ, ସେ ଆଜି ଏତେ ଧନର ମାଲିକ। ଦିନେ ସାଇକେଲଟିଏ ଚଢିବାକୁ ସକ୍ଷମ ନ ଥିବା ଦାନ ଆଜି ହୋଣ୍ଡାସାଇନି ଭଳି ଦାମୀ ମୋଟରସାଇକେଲ ବ୍ୟବହାର କରୁଛି। ସାଧାରଣ ଲୁଙ୍ଗି ଖଣ୍ଡେ ପିନ୍ଧୁଥିବା ଦାନ ଆଜି ଆଧୁନିକ ଜିନ୍‌ସ ପ୍ୟାଣ୍ଟ ଓ ଟି-ଶାର୍ଟ ପରିଧାନ କରୁଛି। ନୂଆଁଣିଆ ଖପର ଘର ଉଭେଇଯାଇ ତା’ ସ୍ଥାନରେ ପକ୍କା ଛାତଘରଟିଏ ଠିଆ ହେଲାଣି। ପରଘରେ ମୂଲ ଲାଗୁଥିବା ଦାନ ଆଜି ନିଜେ କେତେ ମୂଲିଆଙ୍କୁ କାମ ଯୋଗାଇଦେଇଛି। ଏସବୁର ପରବର୍ତ୍ତୀ ଆବଶ୍ୟକତା ପୂରଣ କରିବାରେ ଦାନ ଆଦୌ କାର୍ପଣ୍ୟ କରିନାହିଁ। ଦ୍ୱିତୀୟ ବିବାହ କରି ଅମାଙ୍ଗର ଅଭାବ ପୂରଣ କରିଛି। ଦାନ ମଧ୍ୟ ଅନ୍ୟମାନଙ୍କୁ କିଛି ପ୍ରେରଣା ଯୋଗାଇଛି। ସମସ୍ତ ସୁବିଧା ଉପଲବ୍ଧ ଥାଇ ମଧ୍ୟ କିଏ ମା’ ଶବକୁ ସାଇକେଲରେ ବୋହିଛି ତ କିଏ ପିତୃଶବକୁ ଖଟିଆରେ ବୋହିଛି। ଉଦ୍ଦେଶ୍ୟ ତାଙ୍କ ପ୍ରତି ଅନ୍ୟମାନଙ୍କର ଦୃଷ୍ଟିପଡୁ ଓ ଦାନ ପରି ତାଙ୍କ ଭାଗ୍ୟ ଖୋଲିଯାଉ। କିନ୍ତୁ କବିସୂର୍ଯ୍ୟଙ୍କ ବାଣୀ ଅନୁସାରେ ଯାହାକୁ ଯାହା କରିଛି ଦଇବ- ତହୁଁ ନିକି ସେ ଅନ୍ୟଥା ହୋଇବ, ଜଗତେ କେବଳ, ଜନେ ହସିବେ- ଏହି ତହୁଁ ଫଳ। ଦାନର ଅବସ୍ଥାନ୍ତର ଘଟିଛି- ଏହା ତ ଖୁବ୍‌ ଭଲ କଥା। ଅମାଙ୍ଗ ସହ ଦାମ୍ପତ୍ୟ ଜୀବନ ଅତି ସୁଖକର ଥିଲା। ଶାସ୍ତ୍ର କହେ- ”ଦ୍ୱୟୋଃ ଧୀରିନ୍ଦ୍ରିୟଂ ହୃଦ୍ୟଂ ଦ୍ୱୟୋଃ ପ୍ରାଣଶରୀରୟୋଃ। ଉଭୟୋରାତ୍ମାନୌ ଚେତୌ ପ୍ରେମବ୍ରତ ସମନ୍ବୟଃ।ା“ ଦୁଇଟି ଶରୀର ଦୁଇଟି ମନ, ଦୁଇଟି ହୃଦୟ, ଦୁଇଟି ପ୍ରାଣ ଓ ଦୁଇଟି ଆତ୍ମାର ମିଳନ ହେଉଛି ପ୍ରେମବ୍ରତ ବା ବିବାହ। ଅମାଙ୍ଗ ଜୀବିତାବସ୍ଥାରେ ଯାହା ଦେଇ ନ ଥିଲା, ମୃତ୍ୟୁ ପରେ କାହିଁ କେତେ ଗୁଣ ଅଜାଡି ଦେଲା। ଯାହାକୁ ସେ ଏତେ ଭଲ ପାଉଥିଲା ଦିନ କେତେଟାରେ ତା’ ସ୍ମୃତିକୁ ପୋଛିଦେଇ ଆଉ ଜଣଙ୍କର ହାତ ଧରିନେଲା। ଅମାଙ୍ଗ ଥାଇ ଦାନର ବିୟୋଗ ଘଟିଥିଲେ ଅମାଙ୍ଗ କ’ଣ ଏତେ ନିଷ୍ଠୁର ହୋଇପାରିଥାନ୍ତା? ଦାନ ଆଜି ସବୁ ପାଇଛି, ହେଲେ ମା’ ଶବ ପଛେ ପଛେ ଚାଲୁଥିବା ଓ ନୟନାଶ୍ରୁରେ ବନ୍ୟା ସୃଷ୍ଟି କରିଥିବା ମା’ଛେଉଣ୍ଡ ଝିଅଟି କ’ଣ ପାଇଲା? ଦାନ ପ୍ରତି ନୁହେଁ, ବରଂ ତା’ ପ୍ରତି ଥିଲା ଅଜସ୍ର ସହାନୁଭୂତି। ଅମାଙ୍ଗର ପ୍ରତିମୂର୍ତ୍ତିଟିଏ ନିର୍ମାଣ କରି ତାକୁ ଦେବୀ ସଜାଇଥିଲେ ଦାନର ଗରିମା ବଢିଥାନ୍ତା। ଝିଅର ମଧ୍ୟ ମାତୃବିୟୋଗଜନିତ ଦୁଃଖ ଉପଶମ ହୋଇଥାନ୍ତା। ଦାନ ଆଜି ପୂର୍ବବର୍ଣ୍ଣିତ ନରୋତ୍ତମ ସାଜିଛି। ସଂସାର ମୋହ ଉଭୟଙ୍କଠାରେ ଲେପି ହୋଇଯାଇଛି। (ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦)
All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କର ଏକ ବୃହତ୍‌ ନୀତିଗତ ପଦକ୍ଷେପ ସ୍ବରୂପ ତିନୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଯୋଡ଼ି ଭାରତର ତୃତୀୟ ବୃହତ୍ତମ ବ୍ୟାଙ୍କ କରିବା ଲାଗି ସୋମବାର ଘୋଷଣା କରିଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା (ବିଓବି), ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ। ୨୦୧୮ ମାର୍ଚ୍ଚ ମାସର ତଥ୍ୟ ଅନୁସାରେ ଏହି ସମ୍ମିଳିତ ବ୍ୟାଙ୍କର ବଜାର ଅଂଶ ହେଉଛି ଜମା କ୍ଷେତ୍ରରେ ୭.୨ ପ୍ରତିଶତ ଓ ଋଣ ପ୍ରଦାନ କ୍ଷେତ୍ରରେ ୬.୮ ପ୍ରତିଶତ। ଫଳରେ ଜମା କ୍ଷେତ୍ରରେ ଏହା ଦେଶର ଦ୍ୱିତୀୟ ଏବଂ ଋଣ ପ୍ରଦାନ କ୍ଷେତ୍ରରେ ତୃତୀୟ ବୃହତ୍ତମ ବ୍ୟାଙ୍କରେ ପରିଣତ ହେବ। ପୁଣି ଏହି ମିଶ୍ରିତ ବ୍ୟାଙ୍କର ସାରା ଦେଶରେ ପ୍ରାୟ ୯୫୦୦ ଶାଖା ଥିବାରୁ ଏ କ୍ଷେତ୍ରରେ ଏ...

ପାକିସ୍ତାନର ଭବିଷ୍ୟତ

ପାକିସ୍ତାନର ଭବିଷ୍ୟତ

ଶରତ ଚନ୍ଦ୍ର ମିଶ୍ର

ଆନ୍ତର୍ଜାତିକ ମାନଦଣ୍ଡ, ଆୟତନ ଓ ଲୋକସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ଏକ ମଧ୍ୟମବର୍ଗର ବିକାଶଶୀଳ ରାଷ୍ଟ୍ର। ଏହାର ମାନବ ସମ୍ପଦ ସୁଗଠିତ, ବଳବାନ୍‌ ଓ ଦେଶ ଉତ୍ତମମାନର ସୈନିକ, ଚାଷୀ ଓ କାରିଗରରେ ଭରପୂର। ପଞ୍ଜାବ ପ୍ରଦେଶରେ ଜଳସେଚିତ ଜମି, ସିନ୍ଧୁନଦୀ ଓ ତାହାର ଶାଖାନଦୀ, ବେଲୁଚିସ୍ତାନର ଖଣିଜ ସମ୍ପଦ ଓ ପ୍ରାକୃତିକ ଗ୍ୟାସ, ଉତ୍ତରାଞ୍ଚଳର ପ୍ରାକୃତିକ ଦୃଶ୍ୟ, ଗିରିଶୃଙ୍ଗ, କରାଚୀର ବ୍ୟବସାୟିକ ପରମ୍ପରା, ଆରବ ସାଗର ସନ୍ନିହିତ ସୁଦୀର୍ଘ ଉପକୂଳର ଅବସ୍ଥିତି ହେତୁ ପାକିସ୍ତାନ ଏକ ସମୃଦ୍ଧିଶାଳୀ ଓ ଆକର୍ଷଣୀୟ ରାଷ୍ଟ୍ର ହେବାର ସମସ୍ତ ଉପାଦାନ ପ୍ରାପ୍ତ ହୋଇଛି। ବାଂଲାଦେଶ ମୁକ୍ତିଯୁଦ୍ଧ (୧୯୭୧)ରେ ଦେଶ ଦ୍ୱିଖଣ୍ଡିତ ହେବା ପର୍ଯ୍ୟନ୍ତ, ପାକିସ୍ତାନ ବିଶ୍ୱର ...

ଶହୀଦ ଇମାମ ହୁସେନ

ଶହୀଦ ଇମାମ ହୁସେନ

ଇଂ. ରୌଶନ ଖାନ୍‌

ମାନବିକତାର ସୁରକ୍ଷା ପାଇଁ ଯେଉଁମାନେ ଈଶ୍ୱରଙ୍କ ପଥରେ ଜୀବନ ଉତ୍ସର୍ଗ କରନ୍ତି ଓ ଦେଶମାତୃକାକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଯୁଦ୍ଧ କରି ପ୍ରାଣବଳି ଦେଇଥାନ୍ତି, ସେମାନଙ୍କୁ ‘ଶହୀଦ’ କୁହାଯାଏ। ସେହିପରି ଜଣେ ଦେବପୁରୁଷ ଥିଲେ ହଜରତ ଇମାମ୍‌ ହୁସେନ। ସେ ଇରାକର କରବଲା ମୈଦାନରେ ଯୁଦ୍ଧ କରି ୬୧ ହିଜିରିି ମହରମ ୧୦ ଦିନ ଶହୀଦ ହୋଇଥିଲେ। ସେ ହେଉଛନ୍ତି ହଜରତ ମହମ୍ମଦଙ୍କ ନାତି ଓ ଚତୁର୍ଥ ଖଲିଫା ହଜରତ ଅଲ୍ଲିଙ୍କ ପୁତ୍ର।...

ଏଇ ଭାରତରେ

ଏଇ ଭାରତରେ

କୌଣସି ବ୍ୟକ୍ତିକୁ ଶାରୀରିକ ନିର୍ଯାତନା ଦେଲେ ତାହାର ପରିଣତି ଭୋଗିବାକୁ ପଡ଼େ। ଜଣେ ୫୦ବର୍ଷୀୟ ମହିଳାଙ୍କୁ ତାଙ୍କ ଭାଇ ଓ ଭାଉଜ ୨ବର୍ଷ ଧରି ଘରେ ଅଟକ ରଖିବା ସହିତ ଭୋକ ଉପାସରେ ବଞ୍ଚତ୍ବାକୁ ଦେଉଥିଲେ। ଏହାର ପରିଣାମ ସ୍ବରପ ୨ଜଣଙ୍କୁ ଗିରଫ ,...

ଓମେଗା-୩ ଓ ମିଥ୍ୟା ପ୍ରଚାର

ଓମେଗା-୩ ଓ ମିଥ୍ୟା ପ୍ରଚାର

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରତି କିଛି ବର୍ଷ ବ୍ୟବଧାନରେ ଗୋଟିଏ କମ୍ପାନୀ ତା’ର ମାର୍କେଟିଂ ରଣକୌଶଳ ହିସାବରେ ପ୍ରଚାର କରେ ଯେ ଏକ ନୂତନ ସୁପରଫୁଡ୍‌ ଜନ୍ମଲାଭ କରିଛି। ବର୍ତ୍ତମାନ ବହୁ ବିଜ୍ଞାପିତ ସେପରି ଏକ ସୁପରଫୁଡ୍‌ ହେଉଛି Matcha tea ବା ମାଚା ଚା, ଯାହା ମେଦବହୁଳତା, ଡାଇବେଟିସ୍‌, ଆଣ୍ଠୁଗଣ୍ଠି ବାତ ପ୍ରଭୃତି ସବୁ ସମସ୍ୟାର ସମାଧାନ କରିପାରୁଛି ବୋଲି କୁହାଯାଉଛି। ଏହା କିନୁଆ, ଚିଆ ମଞ୍ଜି, ଲେହ କୋଳି, ବ୍ରାଜିଲ ନଟ୍‌, ବ୍ଲୁବେରୀ, ହଳଦୀ, ସ୍ପିରୁଲିନା, ଗୋଜି ବେରୀ, କଳା ଚକୋଲେଟ୍‌, ରେଡ୍‌ ଓ୍ବା...

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଡ. ସୁବାସ ଚନ୍ଦ୍ର ପାତ୍ର

ପ୍ରଖ୍ୟାତ ଇଂରେଜୀ କବି ଜନ୍‌ ଡନ୍‌ଙ୍କର ଏକ କବିତା ଅଛି- ‘କାହା ପାଇଁ ବାଜେ ଏ ଘଣ୍ଟା’। କୌଣସି ମଣିଷର ମୃତ୍ୟୁର ସୂଚନା ହିସାବରେ ବାଜୁଥିବା ଗୀର୍ଜାର ଘଣ୍ଟା ପ୍ରସଙ୍ଗରେ କୁହାଯାଇଛି ଯେ, ଏ ଘଣ୍ଟା ଯାହା ପାଇଁ ବି ବାଜୁନା କାହିଁକି ମନେରଖ ଏ ଘଣ୍ଟା ତୁମ ପାଇଁ ହିଁ ବାଜୁଛି, କାରଣ ତାଙ୍କ ମୃତ୍ୟୁଠୁ ତୁମ ମୃତ୍ୟୁ ବେଶି ଦୂର ନୁହେଁ। ଗୀର୍ଜାର ଘଣ୍ଟା ପରି ଆମ କଲେଜଗୁଡ଼ିକରେ...

ଧର୍ମ ଜୀବନର ରକ୍ଷାକବଚ

ଧର୍ମ ଜୀବନର ରକ୍ଷାକବଚ

ଶିବରାମ ଶତପଥୀ

ଗୀତାରେ ଅଛି, ‘ସ୍ବଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍‌।’ ଅର୍ଥାତ୍‌ କରିଥିବା ସାମାନ୍ୟତମ ଧର୍ମ ମଧ୍ୟ ସମୟ ପଡ଼ିଲେ ପ୍ରାଣୀକୁ ବଡ଼ ଭୟ (ମୃତ୍ୟୁଭୟ)ରୁ ରକ୍ଷାକରେ। ତେବେ ଏହି ଧର୍ମ କ’ଣ? ମହାଭାରତ ବନପର୍ବରେ ଯକ୍ଷ (ଛଦ୍ମବେଶୀ ଧର୍ମ)ଙ୍କ ପ୍ରଶ୍ନ (କଃ ପନ୍ଥାଃ)ର ଉତ୍ତରରେ ଯୁଧିଷ୍ଠିର କହିଥିଲେ- ନାନା ମୁନିଙ୍କର ନାନା ମତ। ସେହିପରି ବେଦ ମଧ୍ୟ ଗୋଟିଏ ନୁହେଁ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ...

ଏଇ ଭାରତରେ

ଏଇ ଭାରତରେ

ଅପରାଧୀଙ୍କୁ କାବୁ କରିବାକୁ ପୋଲିସ କର୍ମଚାରୀଙ୍କୁ ନୂଆ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ବିଶେଷକରି ମହିଳା କର୍ମଚାରୀଙ୍କୁ ଏନେଇ ସ୍ବତନ୍ତ୍ର ତାଲିମ୍‌ ପ୍ରଦାନ କରାଯାଉଛି। କିପରି କମ୍‌ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅଭିଯୁକ୍ତଙ୍କୁ କୋର୍ଟକୁ ଏସ୍‌କର୍ଟ କରି ...

ସମ୍ପାଦକୀୟ/ମୁକ୍ତ କରନାହିଁ

ସମ୍ପାଦକୀୟ/ମୁକ୍ତ କରନାହିଁ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ସମସ୍ତ ୭ ଦୋଷୀଙ୍କୁ ମୁକ୍ତ କରିବା ଲାଗି ନିକଟରେ ତାମିଲନାଡୁ ସରକାର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସଂକ୍ରାନ୍ତ ଏକ ସଂକଳ୍ପକୁ ଗୃହୀତ କରିଥିଲା। ଏଥିରେ ...

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ସମ୍ପନ୍ନା ପାତ୍ର

ବର୍ଷତମାମ ଆମ୍ଭେମାନେ ଜାତୀୟ ହେଉ ବା ଆଞ୍ଚଳିକ ସ୍ତରରେ କିଛି ନା କିଛି ଉତ୍ସବ ପାଳନ କରିଥାଉ ଆମ ମହାନ୍‌ ପୂର୍ବସୂରୀମାନଙ୍କ ସମ୍ମାନାର୍ଥେ। ସେମାନଙ୍କ ବଳିଦାନକୁ ମନେପକାଇଥାଉ, ସେମାନଙ୍କ ନିଃସ୍ବାର୍ଥ ତ୍ୟାଗକୁ ବାସ୍ତବ ଜୀବନରେ ଆପଣେଇବାକୁ ସଙ୍କଳ୍ପ କରିଥାଉ। ସେମାନେ ଆମର ଚିର ବନ୍ଦନୀୟ, ଚିର ନମସ୍ୟ। ପ୍ରତ୍ୟେକ ଭାରତୀୟ ସର୍ବଦା ସେମାନଙ୍କଠାରେ ନତମସ୍ତକ। ସ୍ବାଧୀନତା ...

ପୋଷାକ ଓ ପୌରୁଷ

ପୋଷାକ ଓ ପୌରୁଷ


ଡ. ରମେଶ ଚନ୍ଦ୍ର ପରିଡ଼ା

ସୁପ୍ରସିଦ୍ଧ ବିଜ୍ଞାନ ଲେଖକ ରବିନସ୍‌ କୁକ୍‌ଙ୍କ ବିଚାରରେ ‘ପ୍ରତ୍ୟେକ ଜୀବର ସ୍ବତଃସ୍ଫୂର୍ତ୍ତ ପ୍ରବୃତ୍ତି ହେଲା ନିଜ ପ୍ରତିରୂପ ବା ସନ୍ତାନ ସୃଷ୍ଟି। କ୍ଷୁଦ୍ରାତିକ୍ଷୁଦ୍ର ଜୀବାଣୁଠାରୁ ଆରମ୍ଭ କରି ବିଶାଳକାୟ ତିମି ଏବଂ ମେଧାବୀ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଏହା ବିଦ୍ୟମାନ। ନିମ୍ନଶ୍ରେଣୀର ଜୀବମାନେ ତାହା ସମାହିତ କରିଥାନ୍ତି ଅଲିଙ୍ଗୀ ଜନନ ମାଧ୍ୟମରେ ଏବଂ ଉନ୍ନତ ତଥା ଜଟିଳ ଗଛଲତା ଓ ପ୍ରାଣୀମାନଙ୍କ କ୍ଷେତ୍ରରେ ...

ଏଇ ଭାରତରେ

ଏଇ ଭାରତରେ

ସମୟର ପ୍ରବହମାନ ଧାରା ସହିତ ସବୁକିଛିର ପରିବର୍ତ୍ତନ ଘଟେ। ଯେଉଁ ଅଞ୍ଚଳରେ ଏକଦା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା ସେଠାରେ ଉଭୟ ସମ୍ପ୍ରଦାୟ ଏବେ ଭାଇଚାରା ସୃଷ୍ଟି କରିଛନ୍ତି। ...