ସମ୍ପାଦକୀୟ |

ମଣିଷର ଆୟୁଷ କେତେ

ମଣିଷର ଆୟୁଷ କେତେ
ଡା. ସୁରେନ୍ଦ୍ରନାଥ ପତି/ ଆଧୁନିକ ବ୍ୟକ୍ତି ପ୍ରାୟ ୬୫-୭୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହୁଛନ୍ତି। କିନ୍ତୁ ଆଗକାଳରେ ୫୦ବର୍ଷରେ ଅଧିକାଂଶ ପ୍ରାଣତ୍ୟାଗ କରୁଥିଲେ। ନିଜର ବାଳ ପାଚିବା ଦେଖିପାରୁ ନ ଥିଲେ। ଆମେ ସ୍ବାଧୀନତା ଲାଭ କଲାବେଳକୁ ଭାରତୀୟମାନଙ୍କର ପରମାୟୁ ଥିଲା ମାତ୍ର ୪୫-୫୦ ବର୍ଷ। ଏହାର ବହୁତ କାରଣ ଅଛି। ବେଦରେ ପ୍ରାର୍ଥନା କରାଯାଏ- ‘ପଶ୍ୟେମ ଶରଦଃ ଶତମ୍‌, ଜୀବେମ ଶରଦଃ ଶତମ୍‌’, ଅର୍ଥାତ୍‌ ଆମେ ଶହେ ବର୍ଷ ବଞ୍ଚିବା ଓ ଶହେଟି ଶରତ ଉପଭୋଗ କରିବା। ଭଗବାନ ଶ୍ରୀକୃଷ୍ଣ ୧୨୫ବର୍ଷ ବୟସରେ ଜାରା ଶବରର ଶରାଘାତରେ ପ୍ରାଣତ୍ୟାଗ କରିଥିଲେ। ପାଣ୍ଡବମାନେ ଆଉ କିଛି ଅଧିକ ବର୍ଷ ପୃଥିବୀ ଭୋଗ କରିଥିଲେ। କଳିଯୁଗରେ ମାନବ ଅଳ୍ପାୟୁ ହେବେ ବୋଲି ଭାଗବତରେ ଲେଖା ଅଛି। କଳିଯୁଗରେ ମଣିଷ ନାନା ରୋଗବ୍ୟାଧିରେ ସେ ଆକ୍ରାନ୍ତ ହେବ, ପରସ୍ପର ହଣାକଟା ହେବେ, ପ୍ରକୃତି ମନୁଷ୍ୟକୁ ସଂହାର କରିବ ଇତ୍ୟାଦି ଭବିଷ୍ୟବାଣୀ ଅଛି। ଜଣେ ବ୍ୟକ୍ତି କେତେ ବର୍ଷ ବଞ୍ଚିବ? ଶରୀରକୁ ଏକ ମେଶିନ ମନେ କରାଯାଏ। ଏଥିରେ ଘାତ-ପ୍ରତିଘାତ ଅଛି। କିନ୍ତୁ ସମସ୍ତଙ୍କର ସମାନ ନୁହେଁ। ଓ୍ବାଶିଂଟନ ପୋଷ୍ଟ ପତ୍ରିକାରେ ପ୍ରକାଶ ପାଇଥିଲା- ମାନବ ଶରୀର ୧୨୦ ବର୍ଷରୁ ଅଧିକ ତିଷ୍ଠି ରହିବା ପାଇଁ କ୍ଷମତା ପାଇନାହିଁ। ବ୍ରୋଞ୍ଜ ଯୁଗରେ ମଣିଷର ପରମାୟୁ ୨୮-୩୬ ବର୍ଷ ଥିଲା, ମଧ୍ୟଯୁଗରେ ୪୩ ବର୍ଷ ଏବଂ ୧୬ଶ ଶତାବ୍ଦୀରେ ଇଂଲଣ୍ଡରେ ୩୫ବର୍ଷ ଥିଲା ମନୁଷ୍ୟର ଜୀବନ କାଳ। କିନ୍ତୁ ବର୍ତ୍ତମାନ ମନୁଷ୍ୟର ଆୟୁ ବୃଦ୍ଧି ହେବାର କାରଣଗୁଡିକ ହେଲା- ଶିଶୁ ମୃତ୍ୟୁହାର ସବୁ ଦେଶରେ ଦ୍ରୁତଗତିରେ ହ୍ରାସ ପାଇଛି। ପ୍ରାରମ୍ଭିକ ଅବସ୍ଥାରେ ବଞ୍ଚିଗଲେ ସେ ଭବିଷ୍ୟତରେ ଭଲରେ ବଞ୍ଚିବ, ଦୀର୍ଘାୟୁ ହେବ। ସଂକ୍ରାମକ ରୋଗରୁ ମୁକ୍ତି, ପ୍ରାକୃତିକ ବିପର୍ଯ୍ୟୟରୁ କମ୍‌ ଜୀବନହାନି, ସ୍ବାସ୍ଥ୍ୟ ପାଇଁ ଉନ୍ନତ ଚିକିତ୍ସା ଓ ଔଷଧର ଆବିଷ୍କାର, ଜୀବନଧାରଣର ମାନରେ ଉନ୍ନତି, ପୁଷ୍ଟିକର ଖାଦ୍ୟ ଗ୍ରହଣ, ବ୍ୟାୟାମ, ଟବାକୋ ଓ ଡ୍ରଗ୍ସ, ଆଲକୋହଲର କମ୍‌ ବ୍ୟବହାର, ସ୍ବାସ୍ଥ୍ୟ ସଚେତନତା ବୃଦ୍ଧି ଏହାର କାରଣ। ଲିଙ୍ଗଭେଦରେ ମହିଳାମାନେ ପୁରୁଷମାନଙ୍କଠାରୁ ଅଧିକ କାଳ ବଞ୍ଚନ୍ତି। ଏହା ମାତୃଗର୍ଭରେ ମଧ୍ୟ ଦେଖାଯାଏ। ପୁତ୍ର ସନ୍ତାନର ମୃତ୍ୟୁ ଅଧିକ ହେବାର ଦେଖାଯାଏ। ସମୟ ପୂର୍ବରୁ ଜନ୍ମ ହେଲେ କନ୍ୟା ସନ୍ତାନର ବଞ୍ଚିବାର ଆଶା ଅଧିକ। ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ୧୧୦ବର୍ଷ ପର୍ଯ୍ୟନ୍ତ ଜୀବନଧାରଣ କରୁଥିବା ଲୋକଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଶତକଡା ୯୦ ଭାଗ। ମହିଳାମାନଙ୍କର ଦୀର୍ଘାୟୁ ହେବାର କାରଣଗୁଡିକ ମଧ୍ୟରେ ପ୍ରସବଜନିତ ମୃତ୍ୟୁହାର କମିବା, ଡ୍ରଗ୍ସ, ଟବାକୋ, ଆଲକୋହଲ କମ୍‌ ନେବା, ଟି.ବି., ଲଙ୍ଗ କ୍ୟାନ୍‌ସର, ଲିଭର ରୋଗ, ଡାଇବେଟିସ, ହାର୍ଟ ରୋଗ କମ୍‌ ହେବା ଇତ୍ୟାଦି। କେବଳ ସ୍ତନ୍ୟ କ୍ୟାନ୍‌ସର ଓ ଜରାୟୁ ଗ୍ରୀବା କ୍ୟାନ୍‌ସର ତାଙ୍କ ମୃତ୍ୟୁର କାରଣ ହୋଇଥାଏ। ପୁରୁଷ ଅଧିକ ଦୁର୍ଘଟଣା, ପ୍ରାକୃତିକ ବିପଦ, ଯୁଦ୍ଧ, ଆତଙ୍କବାଦୀ ଆକ୍ରମଣ ଓ ଆତ୍ମହତ୍ୟା ପ୍ରବଣତାର ଶିକାର ହୁଏ। ସେ ଉପାର୍ଜନ ପାଇଁ ଅଧିକ ପରିଶ୍ରମ, ମାନସିକ ଦୁଶ୍ଚିନ୍ତା, କମ୍‌ ନିଦ୍ରା, ପୁଷ୍ଟିକର ଖାଦ୍ୟର ଅଭାବ ଆଦି ଯୋଗୁ ଦୁର୍ବଳ ଶରୀର ଧାରଣ କରେ। ପ୍ରୋଷ୍ଟେଟ କ୍ୟାନ୍‌ସର, ବ୍ରେନ ଟ୍ୟୁମର, ହାର୍ଟର ଅନେକ ରୋଗ ପୁରୁଷଠାରେ ଅଧିକ ଦେଖାଯାଏ। ବାୟୁମଣ୍ଡଳ ପ୍ରଦୂଷଣ, ଶିଳ୍ପଜନିତ ପ୍ରଦୂଷଣ, ଚାକିରିଜନିତ ଖଣିଖାଦାନର ପ୍ରଦୂଷଣ ପୁରୁଷ ହିଁ ବେଶି ଭୋଗ କରେ। ସ୍ତନ୍ୟପାୟୀ ପ୍ରାଣୀ ଜଗତରେ ଇନ୍‌ଫେକ୍‌ଶନ ବା ସଂକ୍ରମଣକୁ ପୁରୁଷ କମ୍‌ ପ୍ରତିରୋଧ କରେ। ମହିଳାଙ୍କର ଏଷ୍ଟ୍ରୋଜେନ୍‌ ପରି ପୁରୁଷର ଟେଷ୍ଟୋଷ୍ଟିରନ୍‌ ହର୍ମୋନ ଅଧିକ ପ୍ରତିରୋଧକ ଶକ୍ତି ହାସଲ କରିପାରେ ନାହିଁ। ଆମେରିକାର ଡ୍ୟୁକ୍‌ ୟୁନିଭରସିଟିର ଅଧ୍ୟୟନ ଅନୁଯାୟୀ (ଏହା ୨୫୦ ବର୍ଷ ତଳର ଲୋକଙ୍କ ଉପରେ ବିଶ୍ଳେଷଣ ହୋଇଥିଲା) ପୁତ୍ର ସନ୍ତାନ ଅପେକ୍ଷା ନବଜାତ କନ୍ୟା ସନ୍ତାନ ଅଧିକ ଦୃଢ଼, ମୃତ୍ୟୁକୁ ସହଜରେ ଏଡାଇ ଦିଅନ୍ତି। ବୟସ୍କା ମହିଳାମାନଙ୍କର ମହାମାରୀ, ଦୁର୍ଭିକ୍ଷ ଭଳି ବିଷମ ପରିସ୍ଥିତିରେ ବଞ୍ଚିବା ସମ୍ଭାବନା ଅଧିକ। ଅତି ନିକଟରେ ଏକ ଗବେଷଣାରୁ ଉପଲବ୍ଧ ହୁଏ- ମାଇଟୋକଣ୍ଡ୍ରିଆ, ଯାହା କୋଷ ମଧ୍ୟରେ ଥିବା ଏକ ସର୍ବପ୍ରଧାନ ଉପାଦାନ- ତା’ର ମ୍ୟୁଟେଶନ ପୁରୁଷମାନଙ୍କଠାରେ ଅଧିକ ହୁଏ, ଯାହା ବଞ୍ଚିବାର ସମୟ କମାଇଦିଏ। ଏବ କାଳରେ ଜାପାନରେ ହାରାହାରି ଆୟୁ ୮୩.୭ ବର୍ଷ, ଆମେରିକାରେ ୭୭.୫ ବର୍ଷ ଓ ଆମ ଭାରତରେ ୬୮.୩ ବର୍ଷ। ଏଥିଯୋଗୁ ସବୁ ଦେଶରେ ଶତାୟୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେମାନଙ୍କ ପାଇଁ ସରକାର ବହୁ ସ୍ବାସ୍ଥ୍ୟଗତ, ପେନ୍‌ସନ, ଇନ୍‌ସୁରାନ୍ସ ବ୍ୟବସ୍ଥା କରୁଛନ୍ତି। (ରେଣୁକା ଏନ୍‌କ୍ଲେଭ, ବଡଶଙ୍ଖ, ପୁରୀ, ମୋ- ୯୪୩୭୪୯୪୭୭୬)
All Right Reserved By

ସମ୍ପାଦକୀୟ |

ପିଲାଙ୍କ ବସ୍ତାନି ବୋଝ

ପିଲାଙ୍କ ବସ୍ତାନି ବୋଝ

ପିଲାଙ୍କ ସ୍କୁଲ ବ୍ୟାଗ୍‌ ନିଜ ଓଜନଠାରୁ ଅଧିକ ହୋଇଯାଉଥିବାରୁ ନିକଟରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନୂଆକରି ସ୍କୁଲ ଯାଉଥିବା ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ହୋମ୍‌ୱାର୍କ ଦେଇ ଚାପଗ୍ରସ୍ତ କରାଯାଉଛି। ତେଣୁ ଏ ଦିଗରେ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ପରେ କେନ୍ଦ୍ର ସରକାର ତପତ୍ର ହୋଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଖୁବ୍‌ଶୀଘ୍ର ଏ ନେଇ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି।

ମିଛୁଆ ବନ ବିଭାଗ

ମିଛୁଆ ବନ ବିଭାଗ

ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ‘ମହାବୀର’ ମୃତ୍ୟୁ ଘଟଣା ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ନଭେମ୍ବର ୧୪ରେ ତା’ ମୃତଦେହ ମିଳିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। 

ଭୂଲୁଣ୍ଠିତ ମାନବାଧିକାର

ଭୂଲୁଣ୍ଠିତ ମାନବାଧିକାର

ଆଜି ତମାମ ବିଶ୍ୱରେ ୭୦ତମ ମାନବାଧିକାର ଦିବସ ପାଳନ ହେଉଛି। ୧୯୪୮ ଡିସେମ୍ବର ୧୦ ତାରିଖ ଆଜିର ଦିନରେ ଜାତିସଂଘ ବିଶ୍ୱବାସୀଙ୍କ କଲ୍ୟାଣ ନିମନ୍ତେ ଅର୍ପଣ କରିଥିଲା ଐତିହାସିକ ସାର୍ବଜନୀନ ବିଶ୍ୱ ମାନବାଧିକାର ଘୋଷଣାପତ୍ର। 

ବାକ୍‌ ସ୍ବାଧୀନତା

ବାକ୍‌ ସ୍ବାଧୀନତା

ଆକାର ପଟେଲ

ଆକ୍ରମଣାତ୍ମକ ବକ୍ତବ୍ୟକୁ ନେଇ ପ୍ରତିକ୍ରିୟାହୀନ ରହୁଥିବା ଦେଶଗୁଡ଼ିକ ପ୍ରାୟତଃ ଉନ୍ନତି କରିବାର ସମ୍ଭାବନା ଅଧିକ ଥାଏ। ପ୍ରତିବର୍ଷ ମାନବ ସ୍ବାଧୀନତା ସୂଚକାଙ୍କ (ହ୍ୟୁମାନ୍‌ ଫ୍ରିଡମ୍‌ ଇଣ୍ଡେକ୍ସ)ର ଆକଳନ କରୁଥିବା କାଟୋ ଇନ୍‌ଷ୍ଟିଚ୍ୟୁଟ୍‌ ଏ ଦିଗରେ ସବୁଠୁ ମୁକ୍ତ ବା ସ୍ବାଧୀନ ଦେଶରୂପେ ସ୍ବିଜରଲାଣ୍ଡ, ନ୍ୟୁଜିଲାଣ୍ଡ, ଫିନ୍‌ଲାଣ୍ଡ, ନର୍‌ଓ୍ବେ, ଡେନ୍‌ମାର୍କ, ନେଦରଲାଣ୍ଡ ଓ ଇଂଲଣ୍ଡକୁ ବିବେଚନା କରିଛି। 

ଯେବେ ହିସାବ ମାଗିବେ ଈଶ୍ୱର

ଯେବେ ହିସାବ ମାଗିବେ ଈଶ୍ୱର

ପ୍ରକାଶ ତ୍ରିପାଠୀ

ବିଳାସପୂର୍ଣ୍ଣ ସ୍କୋଡା କାରଟିଏ ଗୁରୁଗାଓଁସ୍ଥିତ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଦ ଆର୍ଥ ସାଭିୟର୍ସ ଫାଉଣ୍ଡେଶନ’ ସମ୍ମୁଖରେ ଅଟକିଲା। କାରରୁ ଓହ୍ଲାଇଲେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଓ ତାଙ୍କ ମା’।

ଅର୍ଥନୀତିର ଦିଗ୍‌ଦର୍ଶକ

ଅର୍ଥନୀତିର ଦିଗ୍‌ଦର୍ଶକ

ଭାରତୀୟ ଅର୍ଥନୀତିକୁ ଦିଗ୍‌ଦର୍ଶନ ଦେବାରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ)ଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ଏହି ପଦବୀରେ ଅବସ୍ଥାପିତ ବ୍ୟକ୍ତି ଅର୍ଥ, ବେପାର ବାଣିଜ୍ୟ  ଏବଂ ଅର୍ଥନୈତିକ ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ସରକାରଙ୍କୁ ଉପଦେଶ ଦେଇଥାଆନ୍ତି।

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ କେବଳ ସ୍ତ୍ରୀମାନେ ନିର୍ଯାତିତ ହୁଅନ୍ତି ନାହିଁ ବରଂ କେତେକ ସ୍ତ୍ରୀ ମଧ୍ୟ ତାଙ୍କ ସ୍ବାମୀଙ୍କୁ ନିର୍ଯାତନା ଦେଇଥାଆନ୍ତି। ଏଥିପାଇଁ ଆମ ଓଡିଶାରେ ମହିଳା କମିଶନ୍‌ ଭଳି ପୁରୁଷ କମିଶନ୍‌ ଗଠନ ପାଇଁ କେତେକ ବ୍ୟକ୍ତି ଓ ସଂଗଠନ ଦାବି କରି ଆସୁଛନ୍ତି। ନିର୍ଯାତିତ ମହିଳାଙ୍କ ସ୍ବର ସମସ୍ତଙ୍କୁ ଶୁଭୁଥିବା ବେଳେ ସ୍ତ୍ରୀ ନିର୍ଯାତିତ ସ୍ବାମୀଙ୍କ ସ୍ବର ପବନରେ ମିଳାଇଯାଏ।  ନିର୍ଯାତିତ ପୁରୁଷ ନିଜ ମନକଥା କେବଳ ମନରେ ହିଁ ମାରିଥାଏ। 

ସ୍ବଚ୍ଛତା ଭେଳିକି

ସ୍ବଚ୍ଛତା ଭେଳିକି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ ଅଧିକାଂଶ କେନ୍ଦ୍ର ସରକାରୀ ଓ୍ବେବ୍‌ସାଇଟ୍‌ ନିଜ ଆଡ଼ୁ ଜନସୂଚନା ପ୍ରକାଶ କରୁନାହାନ୍ତି, ଯାହା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନୁଯାୟୀ ଏକ ବାଧ୍ୟତାମୂଳକ ବ୍ୟବସ୍ଥା। ସିଆଇସିଙ୍କ ଏହି ଅଧ୍ୟୟନରୁ ସ୍ବତଃ ପ୍ରମାଣିତ ଯେ, ସ୍ବଚ୍ଛତା କଥା ମୁହଁରେ କହୁଥିଲେ ମଧ୍ୟ ମୋଦି ସରକାର ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ସାଧାରଣରେ ଯେଉଁ ଅଭିଯୋଗ ଆସୁଛି, ତାହା ସତ୍ୟ। ପୂର୍ବତନ ମୁଖ୍ୟ ସୂଚନା କମିଶନର ଏ.ଏନ୍‌. ତିଓ୍ବାରୀ ଓ...

ଆସ, ସଫଳତାର କାହାଣୀ କହିବା

ଆସ, ସଫଳତାର କାହାଣୀ କହିବା

ସୌମ୍ୟା ପରିଡ଼ା 

କିଛିଦିନ ତଳେ ‘ମୁଲକ୍‌’ ନାମକ ହିନ୍ଦୀ ଫିଲ୍ମଟିଏ ରିଲିଜ୍‌ ହୋଇଥିଲା। ସେ ଫିଲ୍ମର ଶେଷଭାଗ ଆଡ଼କୁ ଜଣେ ଜଜ୍‌ ଗୋଟିଏ କେସ୍‌ର ଶୁଣାଣି କରି କହିଥିଲେ, ଯଦି ଜାତି, ଧମର୍ର୍, ମନ୍ଦିର-ମସଜିଦ୍‌ କି ଅପାରଗପଣ ଆଦି କଥାକୁ ଉଠାଇ କେହି ତମକୁ ଭାଗଭାଗ କରିବାକୁ ଚେଷ୍ଟା କରୁଛି, ତା’ହେଲେ ଜାଣିବ ନିର୍ବାଚନ ପାଖେଇ ଆସିଲା। କଥାରେ ଅଛି ‘ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା’। ହେଲେ ଆମ ଶିଙ୍ଗ କିନ୍ତୁ ସବୁବେଳେ ଫଟା। କାରଣ ଆମ ହିସାବରେ ଆମେ ସବ୍‌ଜାନ୍‌ତା। ନିଜେ କିଛି କାମ କରିବା ...

କାମିନୀ କାଞ୍ଚନ

କାମିନୀ କାଞ୍ଚନ

ଶିବରାମ ଶତପଥୀ

ପୃଥିବୀରେ ଆବହମାନ କାଳରୁ ଆଜିଯାଏ ଯେତେ ମହାସମର ସଂଘଟିତ ହୋଇଛି, ସବୁରି ମୂଳରେ ନିହିତ କାମିନୀ ଅଥବା କାଞ୍ଚନ। ଅପ୍‌ସରା ତିଳୋତ୍ତମାଙ୍କୁ ପତ୍ନୀ ରୂପେ ପାଇବା ପାଇଁ ଦୁଇ ଅଜେୟ ଭାଇ ସୁନ୍ଦ, ଉପସୁନ୍ଦ ପରସ୍ପର ମରାମରି ହୋଇ ମଲେ। ଶୁମ୍ଭନିଶୁମ୍ଭ, ମହିଷାସୁର, ଜଳନ୍ଧର ଆଦି ଅପରାଜେୟ ଦୈତ୍ୟ ପାର୍ବତୀଙ୍କ ରୂପଗୁଣରେ ମୁଗ୍ଧହୋଇ ତାଙ୍କୁ ପାଇବା ପାଇଁ ଯୁଦ୍ଧ କରି ପ୍ରାଣ ହରାଇଲେ। ସୀତାଙ୍କ ଯୋଗୁ ସ୍ବର୍ଣ୍ଣମୟୀ ଲଙ୍କାପୁରୀ ଦଗ୍ଧ ଓ ପରେ ପ୍ରବଳ ପରାକ୍ରମୀ ରାବଣର ବଧ ସମ୍ଭବ ହୋଇପାରିଥିଲା। ରୂପସୀ ରାଣୀ ହେଲେନ୍‌ଙ୍କ ହେତୁ ଟ୍ରୟନଗରୀ ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା। ପୁରାଣ ଓ ଇତିହାସରେ ଏ...

ଏଇ ଭାରତରେ

ଏଇ ଭାରତରେ


ଦେଶରେ ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ବାଦବିବାଦ ଲାଗି ରହିଛି। କେତେକ ସ୍ଥାନରେ ଧର୍ମୀୟ ବିଦ୍ୱେଷ ଦେଖାଦେବା ସହିତ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିହେଉଛି। ଏଥିପାଇଁ ଦେଶରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି ହେଉଥିବା ଅନେକ ଉଦାହରଣ ଅଛି।  କିନ୍ତୁ ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ହିନ୍ଦୁ ବନ୍ଧୁଙ୍କ ମୃତ୍ୟୁରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରିବା ଏକ ନିଆରା ଘଟଣା। ଏପରି ଏକ ...

 ଆଜିର ଅର୍ଥନୀତି/ରେପୋ ଅପରିବର୍ତ୍ତିତ

ଆଜିର ଅର୍ଥନୀତି/ରେପୋ ଅପରିବର୍ତ୍ତିତ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ହାର ୬.୫ ଓ ରିଭର୍ସ ରେପୋ ହାର ୬.୨ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି। କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ହ୍ରାସ ବା ବୃଦ୍ଧି କରିନାହାନ୍ତି। ମୁଦ୍ରାସ୍ଫୀତି ହ୍ରାସ ପାଇବା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ଅନେକ ଅର୍ଥନୈତିକ ବିଶ୍ଳେଷକ ଏହା ହିଁ ଆଶା କରିଥିଲେ। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଖୁସି କରିଛି, କାରଣ ରେପୋ ହାର ବୃଦ୍ଧି ପାଇଥିଲେ ବ୍ୟାଙ୍କଗୁଡ଼ିକୁ ଅଧିକ ଋଣ ପ୍ରଦାନ କରିବାରେ ଅସୁବିଧା ହୋଇଥାନ୍ତା। ତେବେ ରିଜର୍ଭ ବ୍ୟାଙ୍କ ଏପରି ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା ଏବଂ ...