ସମ୍ବଲପୁର

ସାହାଯ୍ୟର ହାତ ଖୋଜୁଛନ୍ତି ସାଲେଗ୍ରାମ

ସାହାଯ୍ୟର ହାତ ଖୋଜୁଛନ୍ତି ସାଲେଗ୍ରାମ
ଧମା, ୫।୩ (ଡି.ଏନ.ଏ.)-ଡାହାଣ ଗୋଡ ଆଣ୍ଠୁଠାରୁ ତଳକୁ ସଂପୂର୍ଣ୍ଣ କଳା ପଡିଯାଇଛି। ଆଣ୍ଠୁ ଉପରକୁ ଘା’ ହୋଇ ଗଲାଣି। ଡାକ୍ତର କହୁଛନ୍ତି ଧମନୀରେ ରକ୍ତ ପ୍ରବାହିତ ହେଉ ନ ଥିବାରୁ ଏହି ସମସ୍ୟା ଦେଖା ଦେଇଛି। ଏଣୁ ଗୋଡକୁ ସମ୍ପୂର୍ଣ୍ଣ କାଟିବାକୁ ହେବ। ନଚେତ୍‌ ଏମିତି ସାରା ଦେହକୁ ବ୍ୟାପିଯିବ। ଏମିତି ବି ହୋଇପାରେ ଯେ କ୍ୟାନସରର ବି ଶିକାର ହେବାକୁ ପଡିପାରେ। ହେଲେ ଏଥିପାଇଁ ପାଚେରି ଠିଆ କରିଛି ଟଙ୍କା। ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ହୁମା ଗ୍ରାମର ୧ନଂ ୱାର୍ଡ ନିବାସୀ ସାଲେଗ୍ରାମ ରନବିଡା (୪୨) ଏମିତି ପରିସ୍ଥିତିର ସାମ୍ନା କରୁଛନ୍ତି। ଏବେ କେଳବ ଅନ୍ୟର ସହଯୋଗର ହାତ ଖୋଜୁଛନ୍ତି ସାଲେଗ୍ରାମ। ୨ ମାସ ହେଲା ସେ ଶଯ୍ୟାଶାୟୀ। ଆର୍ଥତ୍କ ସଂକଟ ଯୋଗୁ ଔଷଧ କିଣିବାରେ ଏବେ ସେ ଅସମର୍ଥ। ଶ୍ରମିକ ଶ୍ରେଣୀର ଏହି ବ୍ୟକ୍ତି ଜଣକ ଗତ ଜାନୁୟାରୀ ମାସରେ ଗ୍ରାମ ନିକଟସ୍ଥ ନଦୀଘାଟକୁ ଗାଧୋଇବା ପାଇଁ ଯାଇଥିଲେ । ମାତ୍ର ହଠାତ୍‌ ସେଠୁ ଫେରିବା ବେଳେ ତାଙ୍କର ଡାହାଣ ଗୋଡ ଅଚଳ ହୋଇ ଅସହ ଦରଜ ହୋଇଥିଲା। ସେଠାରୁ ଗ୍ରାମବାସୀଙ୍କ ହାତରେ ଘରକୁ ଖବର ଦିଆଯାଇଥିଲା। ପରିବାର ଲୋକେ ଏକ ସାଇକେଲରେ ଘରକୁ ଆଣିବା ପରେ କିଛି ବୁଝା ନ ପଡିବାରୁ ସଙ୍ଗେ ସଙ୍ଗେ ସମ୍ବଲପୁର ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଲେ। ମାତ୍ର ସେଠାରେ ଡାକ୍ତର ଦୁଇ ଦିନ ଚିକିତ୍ସା ପରେ ଧମନୀରେ ଉକ୍ତ ପ୍ରବାହିତ ହେଉ ନାହିଁ ବୁର୍ଲା ଯାଅ ବୋଲି କହଥିଲେ। ଏଣୁ ଘର ଲୋକେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେଲେ। ମାତ୍ର ଅବସ୍ଥା ସୁଧୁରିବା ପରିବର୍ତ୍ତେ ବିଗିଡି ବସିଲା । ଡାହାଣ ଗୋଡର ଜଙ୍ଘରେ ଘା’ ହୋଇ ଆଣ୍ଠୁ କଳା ପଡିବାକୁ ବସିଲା। ଏଣୁ ବୁର୍ଲା ଡାକ୍ତର ବି ଶେଷରେ କହିଲେ କଟକ ଯିବାକୁ। ତେବେ ସାଙ୍ଗରେ ଆଣି ଆସିଥିବା ୫ହଜାର ଟଙ୍କାରୁ ୨ହଜାର ସରି ଯାଇଥାଏ। ୩ ହଜାର ଧରି ସ୍ତ୍ରୀ ରୀନା ସହ ସାଲେଗ୍ରାମ କଟକ ବଡ ଡାକ୍ତରଖାନା ଗଲେ। ମାତ୍ର ସେଠାରେ ସପ୍ତାହେ କାଳ ଚିକିତ୍ସିତ ହେବା ବେଳକୁ ତିନି ହଜାର ମଧ୍ୟ ଶେଷ ହୋଇଗଲା। ରୋଗ କମିବା ପରିବର୍ତ୍ତେ ବଢିଲା। ଗୋଡର ଅବସ୍ଥା ସାଂଘାତିକ ହେଲା। ରକ୍ତ ସଂଚାଳନ ହୋଇ ନ ପାରି କେବଳ କଙ୍କାଳ ଦିଶିବାକୁ ଲାଗିଲା । ସେଠାରେ ଡାକ୍ତର ପରାମର୍ଶ ଦେଲେ ବର୍ତ୍ତମାନ ଗୋଡକୁ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରିବା ଛଡା ଅନ୍ୟ ଉପାୟ ନାହିଁ। ମାତ୍ର ସାଲେଗ୍ରାମଙ୍କ ପାଖରେ ଆଉ ଟଙ୍କାଟିଏ ମଧ୍ୟ ନ ଥିଲା। ଡାକ୍ତର ଆଶ୍ୱାସନା ଦେବା ପାଇଁ ଘରକୁ ଯାଅ ୨ମାସ ପରେ ଆସିବ ଚିକିତ୍ସା କରିବା ବୋଲି କହି ବିଦା କରିଦେଲେ । ଘରକୁ ଫେରିଆସି ବର୍ତ୍ତମାନ ସାଲେଗ୍ରାମ ଶଯ୍ୟାଶାୟୀ। ଏଣେ ତାଙ୍କ ଉପରେ ପୁଅ ଦୀପକ (୧୫), ଧୀରଜ (୧୨), ଝିଅ ଦୀପାଞ୍ଜଳୀ (୧୦) ଏବଂ ସ୍ତ୍ରୀ ରୀନା ନିର୍ଭରଶୀଳ। ଏମାନଙ୍କ ପାଇଁ ସାଲେଗ୍ରାମଙ୍କ ଚିନ୍ତା ଆଉ ଘରର ମୁରବୀ ଲାଗି ଏମାନଙ୍କ ବି ଚିନ୍ତା। ଘରର ଚୁଲି ଜଳିବା ବର୍ତ୍ତମାନ ପାଇଁ ସମ୍ଭବ ହୋଇ ପଡିଛି। ସରକାରୀ ହେଉକି ବେସରକାରୀ ହେଉ କୌଣସି ସହଯୋଗର ହାତ ଖୋଜୁଛନ୍ତି ଏହି ପରିବାର। ଅନ୍ୟପକ୍ଷେ ସାଲେଗ୍ରାମ ଜିଲାପାଳ ସମର୍ଥ ବର୍ମା ଓ ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଭେଟି ନିଜ ଦୁଃଖ ଜଣାଇ ଥିଲେ। ହେଲେ କେହି ଶୁଣିଲେନି ବୋଲି ଅଭିଯୋଗ କରିଛନ୍ତି। ତେବେ ବୁର୍ଲା ଓ କଟକରେ ଅନେକ ସ୍ବେଚ୍ଛାସେବୀ, ଡାକ୍ତର ଗରିବଙ୍କ ଲାଗି କାମ କରୁଥିବାବେଳେ ସାଲେଗ୍ରାମଙ୍କ ପ୍ରତି ଦୃଷ୍ଟି ନ ପଡିବା ବିଡମ୍ବନାର ବିଷୟ। ବୁର୍ଲା ମେଡିକାଲରେ ଗରିବଙ୍କ ପାଇଁ କାମ କରୁଥିବା ଭରସା ପରିବାର ନିହାଲ ସିଂ କହିଛନ୍ତି ଯେ, ସାଲେଗ୍ରାମଙ୍କ ଅବସ୍ଥା ଜଟିଳ ଆଉ ଗୁରୁତର। ଏଥିପ୍ରତି ଜିଲା ପ୍ରଶାସନ, ବିଧାୟକ ରୋହିତ ପୂଜାରୀ ଓ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବ୍ୟବସ୍ଥା କରିପାରନ୍ତେ।
All Right Reserved By

ସମ୍ବଲପୁର

କୃଷିଜିବୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

କୃଷିଜିବୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

ଜୁନାଗଡ,୨୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ କୃଷିଜିବୀ କଲ୍ୟାଣ ସଂଘ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବ୍ଲକସ୍ତରୀୟ ବିଜ୍ଞାନ ସେମିନାର, କୁଇଜ ପ୍ରତିଯୋଗିତା

ବ୍ଲକସ୍ତରୀୟ ବିଜ୍ଞାନ ସେମିନାର, କୁଇଜ ପ୍ରତିଯୋଗିତା

ଖଡିଆଳ,୨୦।୯(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ବ୍ଲକ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଓ କୁଇଜ ପ୍ରତିଯୋଗତିତା ଅନୁଷ୍ଠିତ ହୋଇଯାଇଛି ।

ଚାଷରେ ରୋଗ, ଔଷଧ କାମ କରୁନି

ଚାଷରେ ରୋଗ, ଔଷଧ କାମ କରୁନି

କର୍ଲାମୁଣ୍ଡା,୨୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଏବେ ଧାନଚାଷରେ ରୋଗପୋକ ପାର୍ଦୁଭାବ ବଢିବାରେ ଲାଗିଛି । କୀଟ ନାଶକ ଔଷଧଗୁଡିକ କାମ କରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। 

ମହରମ ପର୍ବର ଶୁଭାରମ୍ଭ: ବାଘ ଶୋଭାଯାତ୍ରା ଅନୁଷ୍ଠିତ

ମହରମ ପର୍ବର ଶୁଭାରମ୍ଭ: ବାଘ ଶୋଭାଯାତ୍ରା ଅନୁଷ୍ଠିତ

ଭଟଲି, ୨୦।୯(ଡି.ଏନ.ଏ.)-ବରଗଡ଼ ଜିଲା ଭଟଲି ବ୍ଲକ କୁଶନପୁରୀ ସ୍ଥିତ ହବିବନଗର ପରିସରରେ ପ୍ରସିଦ୍ଧ ମହରମ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଅବସରରେ ଗୁରୁବାର ବାଘ ପୋଷାକରେ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ବରଗଡ଼ ଆର୍‌ସିଏମ୍‌ଏସ ସଭାପତି ହେମନ୍ତ ପଣ୍ଡା ଉଦ୍‌ଘାଟନ କରିଥିଲେ।

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ: ଅଭିଯୁକ୍ତଙ୍କ ଥାନାରେ ଆତ୍ମସମର୍ପଣ

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ: ଅଭିଯୁକ୍ତଙ୍କ ଥାନାରେ ଆତ୍ମସମର୍ପଣ

ବେଲପଡା,୨୦।୯(ଡି.ଏନ.ଏ)-ବଲାଙ୍ଗିର ଜିଲା ବେଲପଡା ଥାନା ମୁଣ୍ଡଦର୍ହ ଗ୍ରାମରେ ବୁଧବାର ରାତି ୨ଟାରେ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ  ସ୍ତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ସ୍ତ୍ରୀଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସ୍ବାମୀ ଗୁରୁବାର ପ୍ରାତଃ ୫ଟାରେ ଥାନାକୁ ଆସି ଆତ୍ମସମର୍ପଣ କରିଛନ୍ତି। ଏହି ଘଟଣାରେ ମୁଣ୍ଡଦର୍ହ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ମୁଣ୍ଡଦର୍ହ ଗ୍ରାମର ଧବଳେଶ୍ୱର ଚିରାଗୁନ୍‌ (୪୫) ଓ ସ୍ତ୍ରୀ ବୈଦେହୀଙ୍କ ସହ ଗ୍ରାମରେ ଥିବା ମେହେରପଡାଠାରେ ନିଜର 

ନୂଆଁଖାଇ ଭେଟ୍‌ଘାଟ୍‌ରେ ନୃତ୍ୟ ପ୍ରତିଯୋଗିତା

ନୂଆଁଖାଇ ଭେଟ୍‌ଘାଟ୍‌ରେ ନୃତ୍ୟ ପ୍ରତିଯୋଗିତା

ଜୁନାଗଡ,୨୦।୯ (ଡି.ଏନ.ଏ.)
କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ପଞ୍ଚାୟତ କଛିମଡୋଲାଠାରେ  ଗଣେଶ ପୂଜା ଅବସରରେ ମଙ୍ଗଳବାର ରାତିରେ ନୂଆଁଖାଇ ଭେଟ୍‌ଘାଟ ସହ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ  ରାଇ ଦାମୋଦର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଥିଲା। ପୂର୍ବତନ ସରପଞ୍ଚ ସତ୍ୟ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୁନାଗଡ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ମେହେର ଯୋଗଦେଇ ନୂଆଁଖାଇ 

ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର

ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର

ସୁନ୍ଦରଗଡ଼, ୨୦।୯ (ଡି.ଏନ୍‌.ଏ)-ଗଙ୍ଗାଧରଙ୍କ ସାହିତ୍ୟକୃତି ସ୍ବଚ୍ଛ, କଳୁଷତା ବିହୀନ, ଆଦର୍ଶର ବାର୍ତ୍ତାବହ  ଓ ବିଶ୍ୱକୁ ଅମୃତର ଆଭାରେ ଉଦଭାସିତ କରୁଥିବା କାଳଜୟୀ ସୃଷ୍ଟି। ତାଙ୍କ କାବ୍ୟ, କବିତାର   ଛତ୍ରେ ଛତ୍ରେ ଫୁଟିଉଠିଛି ପ୍ରକୃତିର ବନ୍ଦନା ଓ ସାମାଜିକ ପ୍ରତିବଦ୍ଧତା। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଆୟୋଜିତ ସ୍ବଭାବ କବିଙ୍କ ଜୟନ୍ତୀ ପାଳନ ଅବସରରେ ଗଙ୍ଗାଧରଙ୍କ ସାହିତ୍ୟ ସମ୍ପର୍କୀତ ଆଲୋଚନାଚକ୍ରରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ 

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି: ଆନ୍ଦୋଳନରେ ବିଭିନ୍ନ ସଙ୍ଗଠନ ସାମିଲ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି: ଆନ୍ଦୋଳନରେ ବିଭିନ୍ନ ସଙ୍ଗଠନ ସାମିଲ

ସମ୍ବଲପୁର, ୨୦।୯ (ବ୍ୟୁରୋ)- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ଜୋର ଧରିଛି। ଗୁରୁବାର କଚେରୀ ଛକଠାରେ ସମ୍ବଲପୁରର ବିଭିନ୍ନ ଅନୁଷ୍ଠାନ ସାମିଲ ହୋଇଛନ୍ତି। ଏହା ଆନ୍ଦୋଳନକୁ ଆହୁରି ଗତିଶୀଳ କରିବ ବୋଲି ମତପ୍ରକାଶ ପାଇଛି। ପୂର୍ବାହ୍ନ ୧୦ଟାରେ ଓକିଲ ଓ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତାମାନେ କଚେରୀ ଛକଠାରେ ପିକେଟିଂ କରିଥିଲେ। ତେଣୁ ବିଚାରପତିମାନେ କାର୍ଯ୍ୟରେ ଯୋଗଦେଇ ନ ପାରି ଫେରି ଯାଇଥିଲେ। 

ପ୍ଲାଷ୍ଟିକ ଫ୍ରି ଓଡ଼ିଶା ଅଭିଯାନ: ଶ୍ରୀଅରବିନ୍ଦ ସ୍କୁଲ ସାମିଲ

ପ୍ଲାଷ୍ଟିକ ଫ୍ରି ଓଡ଼ିଶା ଅଭିଯାନ: ଶ୍ରୀଅରବିନ୍ଦ ସ୍କୁଲ ସାମିଲ

ସମ୍ବଲପୁର, ୨୦।୯ (ବ୍ୟୁରୋ)- ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ୍‌ ଫ୍ରି ଓଡ଼ିଶା ଅଭିଯାନରେ ଗୁରୁବାର ସମ୍ବଲପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର (ଶ୍ରୀଅରବିନ୍ଦ ସ୍କୁଲ) ସାମିଲ ହୋଇଛି। ପ୍ରାର୍ଥନା ପରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଢ଼ିବାକୁ ସ୍ଲୋଗାନ ଦେଇଥିଲେ। ଏଥିରେ ନର୍ସରୀ ରୁ ୧୦ମ ଶ୍ରେଣୀର ୧୪୧୮ ଜଣ ଛାତ୍ରୀଛାତ୍ର ସାମିଲ ଥିଲେ। ସେହିପରି ୪୦ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ, ଶିକ୍ଷକ ଏହି ଅଭିଯାନରେ ସାମିଲ 

ସମ୍ବଲପୁର ଜିଲା ସମବାୟ ସେଣ୍ଟ୍ରାଲ ବ୍ୟାଙ୍କରେ ତାଲା: ଝିପି ଝିପି ବର୍ଷାରେ ଚାଷୀଙ୍କ ଆନ୍ଦୋଳନ

ସମ୍ବଲପୁର ଜିଲା ସମବାୟ ସେଣ୍ଟ୍ରାଲ ବ୍ୟାଙ୍କରେ ତାଲା: ଝିପି ଝିପି ବର୍ଷାରେ ଚାଷୀଙ୍କ ଆନ୍ଦୋଳନ

ସମ୍ବଲପୁର, ୨୦।୯(ବ୍ୟୁରୋ)-ସମ୍ବଲପୁର ଜିଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ପ୍ରଦାନରେ ବୀମା କମ୍ପାନୀ ବିଳମ୍ବ କରୁଛି। ଅପରପକ୍ଷେ ରାଜ୍ୟ ସରକାର ମଧ୍ୟ ଟାଳଟୁଳ ନୀତି ଅବଳମ୍ବନ କରୁଛନ୍ତି। ଏହା ଚାଷୀ ପ୍ରାଣରେ ଆଘାତ ଦେଇଛି। ତେଣୁ ଗୁରୁବାର  ମହାନଗର ନିଗମ ଅଞ୍ଚଳର  ପ୍ରଭାବିତ ଚାଷୀମାନେ  ମୁଦିପଡା ପାଣିଟାଙ୍କି ଛକ ସ୍ଥିତ ସମ୍ବଲପୁର ଜିଲା ସମବାୟ ସେଣ୍ଟ୍ରାଲ ବ୍ୟାଙ୍କ ଫାଟକରେ ତାଲା ମାରିଥିଲେ। ଏହାପରେ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ସମ୍ମୁଖରେ 

ଶିକ୍ଷକ ପଦବୀ ପୂରଣ ଦାବିରେ ଚନ୍ଦନଭାଟି ହାଇସ୍କୁଲରେ ତାଲା, ଧାରଣା

ଶିକ୍ଷକ ପଦବୀ ପୂରଣ ଦାବିରେ ଚନ୍ଦନଭାଟି ହାଇସ୍କୁଲରେ ତାଲା, ଧାରଣା

ବଲାଙ୍ଗୀର ଅଫିସ, ୨୦।୯- ବଲାଙ୍ଗୀର ସଦର ବ୍ଳକ୍‌ ଅନ୍ତର୍ଗତ ଚନ୍ଦନଭାଟି ପଞ୍ଚାୟତ ହାଇସ୍କୁଲରେ ପ୍ରଧାନ ଶିକ୍ଷକ, ଅନ୍ୟ ସହକାରୀ ଶିକ୍ଷକ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ପୂରଣ ଦାବିରେ ଗୁରୁବାର ଆନ୍ଦୋଳନ ଆରମ୍ଭ ହୋଇଛି। ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ-ଅଭିଭାବକ ସଂଘ ପକ୍ଷରୁ ମିଳିତ ଭାବେ ହାଇସ୍କୁଲ ଗେଟ୍‌ରେ ତାଲା ପକାଯାଇ ସ୍କୁଲ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଫଳରେ ସ୍କୁଲ ଛାତ୍ରୀଛାତ୍ର ଓ ଶିକ୍ଷକ ସ୍କୁଲ ଭିତରକୁ ଯାଇ ନ ପାରି ସ୍କୁଲ ସମ୍ମୁଖରେ ରହିଥିଲେ। ସକାଳ

ଗ୍ୟାସରେ ପୋଡି ମହିଳା ଗୁରୁତର

ଗ୍ୟାସରେ ପୋଡି ମହିଳା ଗୁରୁତର

ପଡ଼ିଆବାହାଲ, ୨୦।୯ (ଡି.ଏନ.ଏ)- ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଜୟନ୍ତପୁର ପଞ୍ଚାୟତର ଦଶପଡା ଗ୍ରାମ ନିବାସୀ ମନୋଜ ମିର୍ଦ୍ଧାଙ୍କ ସ୍ତ୍ରୀ ଗାୟତ୍ରୀ ନିଜ ଘରେ ବୁଧବାର ରନ୍ଧନ ଗ୍ୟାସରେ ପୋଡିଯାଇ ଗୁରୁତର ଆହତ ହୋଇଛନ୍ତି। ପରିବାର ଲୋକେ ତୁରନ୍ତ ବୁର୍ଲା ଭୀମସାରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରି ଉତ୍ତମ ଚିକିତ୍ସା ନିମନ୍ତେ କଟକ ବଡଡାକ୍ତରଖାନାକୁ ପଠାଇ ଦିଆଯାଇଛି।