ମନୋରଞ୍ଜନ |

୩ ସନ୍ତାନଙ୍କ ସହ ଏବେ ଆଗକୁ ବଢିବ ସନ୍ନି ଲିଓନିଙ୍କ ପରିବାର

୩ ସନ୍ତାନଙ୍କ ସହ ଏବେ ଆଗକୁ ବଢିବ ସନ୍ନି ଲିଓନିଙ୍କ ପରିବାର
ନୂଆଦିଲ୍ଲୀ,୫।୩: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଓ ତାଙ୍କ ସ୍ବାମୀ ଡାନିଏଲ ଓ୍ବେବର ଏବେ ୩ ସନ୍ତାନଙ୍କ ମାତାପିତା ପାଲଟିଯାଇଛନ୍ତି। ଗତବର୍ଷ ଏକ କନ୍ୟା ସନ୍ତାନ ନିଶାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ଏହି ଦମ୍ପତି। ଏବେ ସରୋଗେସି ମାଧ୍ୟମରେ ଏମାନେ ଦୁଇଟି ପୁତ୍ର ସନ୍ତାନ ପାଇଥିବା ସନ୍ନି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। କିଛି ସପ୍ତାହ ହେବ ଜନ୍ମ ନେଇଥିବା ନୋହା ଓ ଅସର ନାମକ ଦୁଇ ପୁଅଙ୍କୁ ପାଇ ଏହି ଦମ୍ପତି ଖୁସିଥିବା ପ୍ରକାଶ କରିଛନ୍ତି। ଈଶ୍ୱରଙ୍କ ଆଶିର୍ବାଦରୁ ତାଙ୍କୁ ଏହି ବଡ ପରିବାରଟି ମିଳିଥିବା ସନ୍ନି କହିଛନ୍ତି।
All Right Reserved By

ମନୋରଞ୍ଜନ |

ମଲାଇକାଙ୍କ ପିଠିରେ ଲଭ୍‌ ବାଇଟ୍‌: ଭିଡିଓ ଭାଇରାଲ

ମଲାଇକାଙ୍କ ପିଠିରେ ଲଭ୍‌ ବାଇଟ୍‌: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ସେକ୍ସି କୁଇନ୍‌ ମଲାଇକା ଆରୋରା ଏବେ କୁଆଡେ ପ୍ରେମରେ ପଡିଛନ୍ତି ବୋଲି ଆଲୋଚନା ହେଉଛି। ପତି ଅରବାଜଙ୍କଠାରୁ ଅଲଗା ହେବା ପରେ ଏବେ ସେ ବଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ଅର୍ଜୁନ କପୁରଙ୍କ ପ୍ରେମରେ ପଡିଛନ୍ତି। 

ଦିନ ଗଣୁଛନ୍ତି ରିୟାନା

ଦିନ ଗଣୁଛନ୍ତି ରିୟାନା

ନବାଗତା ରିୟାନା ଶୁକ୍ଳା ପ୍ରଥମ ଥର ପାଇଁ ଓଡ଼ିଆ ସିନେମାରେ ପାଦ ଥାପିଛନ୍ତି। ତାଙ୍କ ଅଭିନୀତ ‘ଏ ଦିଲ ତତେ ଦେଲି’ର ରିଲିଜ ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ଚାଲିଛି। 

ଟେନ୍‌ସନ୍‌ ଫ୍ରି ରଣବୀର

ଟେନ୍‌ସନ୍‌ ଫ୍ରି ରଣବୀର

ରଣବୀର ସିଂ ଏବେ ଟେନ୍‌ସନ ଫ୍ରି। କାରଣ ପ୍ରାୟ ଅନେକେ ଜାଣନ୍ତି, ବିବାହ ଆଉ ତିନି ତିନିଟା ରିସେପ୍ସନ ସାରିବା ପରେ ଏବେ ସେ ଶୁଟିଂକୁ ଫେରିଛନ୍ତି। ଏ ସମ୍ପର୍କରେ ରଣବୀର କହନ୍ତି, ”ବର୍ତ୍ତମାନ ପୂରାଦମ୍‌ରେ ଶୁଟିଂ ପାଇଁ ଟାଇମ୍‌ ଦେବାର ଅଛି।

ମଡେପଡନ୍ତି ସଲିମ

ମଡେପଡନ୍ତି ସଲିମ

ବଲିଉଡ୍‌ର ବିଶିଷ୍ଟ ସଂଳାପକାର ତଥା ଚିତ୍ରନାଟ୍ୟ ରଚୟିତା ସଲିମ ଖଁା। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ସେ ହିନ୍ଦୀ ସିନେମାରେ ନିଜର ଆଧିପତ୍ୟ ବଜାୟ ରଖିଛନ୍ତି। ତାଙ୍କର ଆଉ ଏକ ପରିଚୟ ହେଲା ସେ ହେଲେ ବର୍ତ୍ତମାନର ଅନ୍ୟତମ ଲୋକପ୍ରିୟ ଅଭିନେତା ସଲମାନ ଖଁାଙ୍କ ପିତା। 

ଅଭିନୟ କରିବାକୁ ଇଚ୍ଛା

ଅଭିନୟ କରିବାକୁ ଇଚ୍ଛା

ଓଡ଼ିଆ ଯାତ୍ରାଜଗତର ଅନ୍ୟତମ ଗାୟିକା ତଥା ଉପସ୍ଥାପିକା କ୍ରିଷ୍ଣା ଏବେ ଆଉ ଗୋଟେ ପାଦ ଆଗକୁ ଯିବାର ଯୋଜନା ରଖିଛନ୍ତି। ତାହା ହେଉଛି ଅଭିନୟ। ସେ କହନ୍ତି , ”ମୋର ଅଭିନୟ କରିବାକୁ ଭାରି ଇଚ୍ଛା ଅଛି।

ଟ୍ରାଜେଡି ଷ୍ଟାରଙ୍କ ଯାତ୍ରା

ଟ୍ରାଜେଡି ଷ୍ଟାରଙ୍କ ଯାତ୍ରା

ସତ୍ୟ କଳ୍ପନାଠାରୁ ବି ଭୟଙ୍କର! ଜଲିଉଡ୍‌ର ଟ୍ରାଜେଡି ଷ୍ଟାର ସୁବାସ ବେହେରାଙ୍କ କାହାଣୀ ଶୁଣିବା ପରେ ଠିକ୍‌ ଏମିତି ମନେହୁଏ। ବାପା ମାଟି ଖୋଳିଲେ ତାଙ୍କ ଘରେ ଚୁଲି ଜଳେ। ପାଠ ପାଇଁ ପଇସା ନ ଥିଲା। ତଥାପି ସେ ମାଟ୍ରିକ୍‌ ପାସ୍‌ କଲେ। ଭାବିଥିଲେ, ବାପାଙ୍କଠୁ କିଛି ଟଙ୍କା ନେଇ ଗ୍ୟାରେଜଟେ କରିବେ। ମାତ୍ର ବାପା କୋଉଠୁ ଆଣିବେ ଟଙ୍କା? ଅଭିମାନରେ ଘର ଛାଡ଼ିଦେଲେ। 

ଉର୍ଦ୍ଦୁ ଶିଖୁଛନ୍ତି ଜାହ୍ନବୀ

ଉର୍ଦ୍ଦୁ ଶିଖୁଛନ୍ତି ଜାହ୍ନବୀ

ଜାହ୍ନବୀ କପୁର ଏବେ ଉର୍ଦ୍ଦୁ ଶିଖୁଛନ୍ତି। ହେଲେ କ’ଣ ପାଇଁ ? ହଠାତ୍‌ ଏମିତି ଉର୍ଦ୍ଦୁ ଶିଖିବା ପଛରେ ସେପରି କିଛି କାରଣ ଅଛି କି ? କଥା କ’ଣ କି, କରନ୍‌ ଜୋହରଙ୍କ ଆଗାମୀ ଫିଲ୍ମ ‘ତଖ୍‌ତ’ରେ ସେ ଅଭିନୟ କରିବାକୁ ଯାଉଛନ୍ତି। 

ପରିଣିତିଙ୍କ ବେଡ ରେଷ୍ଟ

ପରିଣିତିଙ୍କ ବେଡ ରେଷ୍ଟ

ପରିଣିତି ଚୋପ୍ରା ଏବେ ବେଡ୍‌ ରେଷ୍ଟ ନେଉଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କ ବାହାଘରକୁ ନେଇ ସେ  ବ୍ୟସ୍ତ ଥିଲେ। ଏହାପରେ ସେ ଏତେ ଟାୟାର୍ଡ ଯେ କିଛିଦିନ ରେଷ୍ଟ ନେବେ। ହେଲେ ଏହାପଛରେ ଆଉ ଏକ କାରଣ ମଧ୍ୟ ରହିଛି।

୮୩ ବର୍ଷରେ ପାଦ ଦେଲେ ଧର୍ମେନ୍ଦ୍ର

୮୩ ବର୍ଷରେ ପାଦ ଦେଲେ ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡ୍‌ର ବିଶିଷ୍ଟ ତଥା ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ୮୩ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ପତ୍ନୀ ତଥା ଚିରସବୁଜ ଅଭିନେତ୍ରୀ ହେମାମାଳିନୀ ତାଙ୍କୁ ‘ଦୀର୍ଘସ୍ଥାୟୀ ପ୍ରେମିକ’ ବୋଲି ଶୁଭେଚ୍ଛା ଜଣାଇଛନ୍ତି। 

ହୀରା ବ୍ୟବସାୟୀ ମର୍ଡର ମାମଲା: ଫସିଲେ ଗୋପୀ ବୋହୂ ଫେମ୍‌ ଦେବଲିନା

ହୀରା ବ୍ୟବସାୟୀ ମର୍ଡର ମାମଲା: ଫସିଲେ ଗୋପୀ ବୋହୂ ଫେମ୍‌ ଦେବଲିନା

ମୁମ୍ବାଇ, ୯।୧୨: ହୀରା ବ୍ୟବସାୟୀ ରାଜେଶ୍ୱର କିଶୋରୀଲାଲ୍‌ ଉଡ଼ାନୀଙ୍କ ଅପହରଣ ଓ ମର୍ଡର ମାମଲାରେ ମୁମ୍ବାଇ ପୋଲିସ ଟିଭି ଅଭିନେତ୍ରୀ ଗୋପୀ ବୋହୂ ଫେମ୍‌ ଦେବଲିନା ଭଟ୍ଟାଚାର୍ଯ୍ୟଙ୍କୁ ଆରମ୍ଭ କରିଛି ପଚରାଉଚରା। 

ଇମ୍ରାନ୍‌ଙ୍କ ସହ ଚୁମ୍ବନ ଦୃଶ୍ୟରେ ନିୟନ୍ତ୍ରଣ ହରାଇଥିଲେ ଦିୟା...

ଇମ୍ରାନ୍‌ଙ୍କ ସହ ଚୁମ୍ବନ ଦୃଶ୍ୟରେ ନିୟନ୍ତ୍ରଣ ହରାଇଥିଲେ ଦିୟା...

ମୁମ୍ବାଇ,୯।୧୨: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଦିୟା ମିର୍ଜା ରବିବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୧ ଡିସେମ୍ବର ୯ରେ ସେ ଜନ୍ମଗ୍ରହଣ କରିଥିଲେ। 

ଶାହିଦ୍‌ କପୁରଙ୍କୁ କ୍ୟାନସର୍‌!

ଶାହିଦ୍‌ କପୁରଙ୍କୁ କ୍ୟାନସର୍‌!

ମୁମ୍ବାଇ, ୮।୧୨: ବଲିଉଡ ଅଭିନେତା ଇରଫାନ ଖାନ୍‌ ଓ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କ ପରେ ଇଣ୍ଡଷ୍ଟ୍ରିର ଆଉ ଜଣେ ଅଭିନେତାଙ୍କୁ କ୍ୟାନସର୍‌ ବୋଲି ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।