ସମ୍ବଲପୁର

୪୦ ହେକ୍ଟର ଆମ୍ବ, କାଜୁ ବଗିଚା ଛାରଖାର

୪୦ ହେକ୍ଟର ଆମ୍ବ, କାଜୁ ବଗିଚା ଛାରଖାର
ବଡ଼ଗଁ।,୫।୩(ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ବଡ଼ଗଁ। ବ୍ଲକ୍‌ ଅଞ୍ଚଳରେ ଖଳ ପ୍ରକୃତିର ଲୋକେ ବିଲବାଡ଼ି, ଜଙ୍ଗଲରେ ନିଅଁ। ଲଗାଇ ପ୍ରକୃତିକୁ ଧ୍ୱଂସ କରିଚାଲିଛନ୍ତି। ଗତ ୨୦ ଦିନ ମଧ୍ୟରେ ଜରଙ୍ଗଲୋଇ, ବଡ଼ଗଁ।, ଜାଙ୍ଗଲୀ, ସାହାଜବାହାଲ, ଭୋଇପାଲି ଆଦି ଅନେକ ଗ୍ରାମ ନିକଟ ବିଲରେ ନିଅଁ। ଲଗାଇ ଦିଆଯାଇଥିଲା। ଶୁକ୍ରବାର ବଡ଼ଗଁ। ଗିରିପଡ଼ା ନିକଟରେ ଥିବା ଚକ୍ରଧର ପୃଷେଟଙ୍କ ବିଲରେ କେହି ଦୁର୍ବୃତ୍ତ ନିଅଁ। ଲଗାଇ ଦେଇଥିଲେ। ଏହିସବୁ ଅଞ୍ଚଳରେ ଗାଈଗୋରୁଙ୍କ ଚାରଣ ପାଇଁ ବିଲରେ ନଡ଼ା ଓ ବିଲ ହିଡ଼ରେ ଘାସ ନଷ୍ଟ ହୋଇଛି। ସେହିପରି ବରଙ୍ଗାକଛାର ପଞ୍ଚାୟତର ପଟୁଆବେଡ଼ା ଗଁ। ନିକଟରେ ଆମ୍ବ ଓ କାଜୁ ଗଛ ଲଗାଇଥିବା ଜୟ ମଙ୍ଗଳ ବୁଡା, ପୃଷେଟ ପ୍ରଧାନ, ସନ୍ତୋଷ ସା, ବେଣୁ ବାଗ, ପରକ୍ଷୀତ ପଟେଲ, ଗୋବିନ୍ଦ ନାଏକ, କରୁଣାକର ନାଏକ, ପୁଷ୍ପମିତ୍ର ନାଏକ, କଳିନ୍ଦ୍ର ନାଏକଙ୍କ ସହିତ ପ୍ରାୟ ୩୦ଜଣଙ୍କ ୪୦ ହେକ୍ଟର ଜମିରେ ଦୁର୍ବୃତ୍ତମାନେ ନିଅଁ। ଲଗାଇ ଦେବାରୁ ଆମ୍ବ ଓ କାଜୁ ବଗିଚା ଜଳିପୋଡ଼ି ଛାରଖାର ହୋଇଛି। ସରକାରୀ ସହାୟତାରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ଏହି ବଗିଚା ଉଜୁଡ଼ି ଯାଇଛି। ତେବେ ଗୋଟିଏ ପଟେ ସ୍ବାର୍ଥବାଦୀମାନେ ଗୋଚର ଜମିକୁ ଅକ୍ତିଆର କରି ଚାଲିଥିଲା ବେଳେ ଅନ୍ୟପଟେ ଖଳ ପ୍ରକୃତିର ଲୋକେ ବିଲବାଡ଼ି, ଜଙ୍ଗଲରେ ନିଅଁ। ଲଗାଇ ଦେଉଥିବାରୁ ଗାଈ, ବଳଦ, ମହିଁସି, ଛେଳି ଆଦି ଗୃହପାଳିତ ପ୍ରାଣୀମାନେ ଖାଦ୍ୟାଭାବରେ ଛଟପଟ ହେଉଛନ୍ତି। ଦୁର୍ବୃତ୍ତମାନେ ପରିବେଶ ଉପରେ ଦାଉ ସାଧୁଥିବାରୁ ଏହାର ପରିଣାମ ଅତି ଭୟାବହ ହେବାକୁ ଯାଉଛି। ସରକାର ଏ ଦିଗରେ କଠୋର ପଦକ୍ଷେପ ନ ନେଲେ ପରିସ୍ଥିତି ଆଗକୁ ଯେ ଜଟିଳ ରୂପ ନେବ ସ୍ଥାନୀୟ ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।
All Right Reserved By

ସମ୍ବଲପୁର

ପ୍ରତାରଣା: ବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ

ପ୍ରତାରଣା: ବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ

କୁଆଁରମୁଣ୍ଡା, ୨୪।୩(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ କଲୋନୀର ଜନୈକା ଯୁବତୀ (୨୬)ଙ୍କୁ ତାଙ୍କ ପ୍ରେମିକ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଶେଷରେ ଯୁବତୀ ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। 

କାଠ ଫାଳିଆରେ ସ୍ତ୍ରୀଙ୍କୁ ପିଟି ହତ୍ୟା

କାଠ ଫାଳିଆରେ ସ୍ତ୍ରୀଙ୍କୁ ପିଟି ହତ୍ୟା

ନୂଆପଡା ଅଫିସ/କୋମନା/ତରବୋଡ, ୨୪।୩- ଏହି ଜିଲା କୋମନା ଥାନା ଅନ୍ତର୍ଗତ ସିଲେଟପାଣି ଗାଁର  ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ଶେଷରେ କାଳ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ସ୍ବାମୀ କୁରୁପତି ମାଝି(୨୨)ଙ୍କ କାଠ ଫାଳିଆ ମାଡରେ ସ୍ତ୍ରୀ ସୁମତୀ (୨୦)ଙ୍କ ମୃତ୍ୟୁ ଘଟିଛି।

‘ଜୋସନ୍‌-୨୦୧୯’ ଉଦ୍‌ଯାପିତ: ଦେବାଶିଷ ଚାମ୍ପିୟନ

‘ଜୋସନ୍‌-୨୦୧୯’ ଉଦ୍‌ଯାପିତ: ଦେବାଶିଷ ଚାମ୍ପିୟନ

ଦେବଗଡ, ୨୪।୩(ସ୍ବ.ପ୍ର) -ଦେବଗଡ଼ ସହର ମହୁଲଢିପା ସାହି ରାଧାକୃଷ୍ଣ ଯାତ୍ରା କମିଟି  ଏବଂ ବୀଣାପାଣି କ୍ଲବ ପକ୍ଷରୁ ଚଳିତବର୍ଷର ଦୁଇଦିନ ଧରି ଆୟୋଜିତ ‘ଜୋସନ-୨୦୧୯’ ଉଦ୍‌ଯାପିତ ହୋଇଯାଇଛି।

ନାଟବାଦୀ, ଗୀତିନାଟ୍ୟ ପ୍ରତିଯୋଗିତା: ମଞ୍ଚସ୍ଥ ହେଲା : ନାଟକ ଲାଲ୍‌ସା

ନାଟବାଦୀ, ଗୀତିନାଟ୍ୟ ପ୍ରତିଯୋଗିତା: ମଞ୍ଚସ୍ଥ ହେଲା : ନାଟକ ଲାଲ୍‌ସା

ବଲାଙ୍ଗୀର ଅଫିସ, ୨୪ା୩- ବଲାଙ୍ଗୀର ସଦାଇପାଲିସ୍ଥିତ ସାଇଟ୍‌ ରାଧାକୃଷ୍ଣ ମଣ୍ଡପରେ ଅଷ୍ଟମ ରାଜ୍ୟସ୍ତରୀୟ ନାଟବାଦୀ ଓ ଗୀତିନାଟ୍ୟ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଛି ା ନଅଦିନ ବ୍ୟାପୀ ହେବାକୁ ଥିବା ଏହି ପ୍ରତିଯୋଗିତାରେ କୋସଲୀ ଭାଷାର ୧୫ଟି ନାଟକ ଓ ୮ଟି ଗୀତିନାଟ୍ୟ ମଞ୍ଚସ୍ଥ ହେବ |

ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ

ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ

ଲହୁଣୀପଡା, ୨୩।୩ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଠିଆବେର୍ଣ୍ଣା ଗ୍ରାମରେ ଶୁକ୍ରବାର ଗାଧୋଉଥିବା ବେଳେ ପୋଖରୀରେ ବୁଡି ବିଷ୍ଣୁ ମୁଣ୍ଡା (୬) ନାମକ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। 

ଚିକିତ୍ସିତ ହୋଇ ଫେରିଲେ ୧୧ଶିଶୁ

ଚିକିତ୍ସିତ ହୋଇ ଫେରିଲେ ୧୧ଶିଶୁ

ସୋନପୁର,୨୩।୩(ନି.ପ୍ର):ଜନ୍ମରୁ ହୃଦ୍‌ରୋଗରେ ଆକ୍ରାନ୍ତ ଥିବା ସୁବର୍ଣ୍ଣପୁର ଜିଲାର ୧୧ ଜଣ ଶିଶୁଙ୍କର ମାଗଣା ଶଲ୍ୟ ଚିକିତ୍ସା କରାଯାଇଛି। 

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ରେଙ୍ଗାଲି, ୨୩।୩ (ଡି.ଏନ.ଏ):ସମ୍ବଲପୁର ଜିଲା ଠେଲକଲୋଇ ଥାନା ଅନ୍ତର୍ଗତ ଖେରୁଆଲ ଭେଡେନ ନଦୀରେ ଶୁକ୍ରବାର ତିନିଟି ଜୀବନ ଚାଲି ଯାଇଛି।

କଂଗ୍ରେସ ଟିକେଟରେ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ

କଂଗ୍ରେସ ଟିକେଟରେ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୩।୩:୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିରାଶ ଟିକେଟ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଖୋଲାଖୋଲି ବିଦ୍ରୋହର ରୂପ ନେଉଛି। 

ଶହୀଦଙ୍କ ଉଦ୍ଦେଶ୍ୟରେ ହୋଲି ବର୍ଜନ କଲେ କ୍ଲବ ସଦସ୍ୟ

ଶହୀଦଙ୍କ ଉଦ୍ଦେଶ୍ୟରେ ହୋଲି ବର୍ଜନ କଲେ କ୍ଲବ ସଦସ୍ୟ

କୋଲାବିରା,୨୩।୩(ଡି.ଏନ୍‌.ଏ.):ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ସମାସିଂହାସ୍ଥିତ ସୁପର କ୍ଲବ ସଦସ୍ୟମାନେ ହୋଲି ବର୍ଜନ କରିଛନ୍ତି।

ଫଗୁଣ ଉତ୍ସବ ଉଦ୍‌ଯାପିତ

ଫଗୁଣ ଉତ୍ସବ ଉଦ୍‌ଯାପିତ

ଗାଇସିଲେଟ, ୨୩।୩(ଡି.ଏନ.ଏ):ଗାଇସିଲେଟ ବ୍ଲକ ଜଗଲପାଟ ଗ୍ରାମରେ ଫଗୁଣ ଉତ୍ସବ ଉଦ୍‌ଯାପିତ ହୋଇ ଯାଇଛି।

ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟର ୫ଗିରଫ

ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟର ୫ଗିରଫ

ବଲାଙ୍ଗୀର ଅଫିସ,୨୩।୩- ବଲାଙ୍ଗୀର ଟାଉନ ଥାନା ପୋଲିସ ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ର଼୍ୟାକେଟ୍‌ରେ ସକ୍ରିୟ ଥିବା ୫ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ା ଗିରଫ ବ୍ୟକ୍ତିମାନେ ହେଲେ ବଲାଙ୍ଗୀର ବରପାଲିପଡାର ଅଜିତ୍‌ କୁମାର ନନ୍ଦ (୨୭), ସୁଦପଡାର ଅଭିଷେକ୍‌ ଦୋରା (୨୮), ସାଲେପାଲିର ଗୁଟୁ ପାଣ୍ଡେ ଓରଫ୍‌ ଧୃବ ପାଣ୍ଡେ (୩୨), ସଦର ଥାନା ଅନ୍ତର୍ଗତ କୁଶମେଲ ଗଁାର ନାରାୟଣ ମଲ୍ଲିକ (୨୩) ଓ ତେଲିଗୋଠପଡାର ସୁବାସିଂ ମେହେର (୪୩)। 

ଫଗୁଖେଳ ଭିତରେ ସମ୍ପନ୍ନ ହେଲା ଦେବ ମିଳନ

ଫଗୁଖେଳ ଭିତରେ ସମ୍ପନ୍ନ ହେଲା ଦେବ ମିଳନ

ବୀରମହାରାଜପୁର, ୨୩ା୩(ଡି.ଏନ୍‌.ଏ.):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଐତିହ ସମ୍ପନ୍ନ ଦୋଳଯାତ୍ରା ଶୁକ୍ରବାର ସମ୍ପନ୍ନ ହୋଇଛି। ପ୍ରବଳ ଜନସମାଗମ ମଧ୍ୟରେ ତିନିଦିନ ଧରି ଏହି ମହାପର୍ବ ଅନୁଷ୍ଠିତ ହୋଇଥିଲା। 


Model This Week

ରଶ୍ମି
Why Dharitri