ରାୟଗଡା

୧୦ ବର୍ଷ ପରେ ବି ସରିପାରୁନି ପ୍ରକଳ୍ପ

୧୦ ବର୍ଷ ପରେ ବି ସରିପାରୁନି ପ୍ରକଳ୍ପ



କୋଟପାଡ଼,୫।୩(ଡି.ଏନ.ଏ.)

କୋଟପାଡ ଅଞ୍ଚଳରେ ଏବେଠାରୁ ତାତି ଆରମ୍ଭ ହୋଇଗଲାଣି। ତାପମାତ୍ରା ୩୩ ଡିଗ୍ରୀ ଟପିବାକୁ ବସିଥିବା ବେଳେ ଏହା ସହ ପାନୀୟଜଳ ସମସ୍ୟା ଦେଖାଦେଲାଣି। ବିଡ଼ମ୍ବନା ହେଉଛି, ସହରରେ ଘରୋଇ ଜଳ ଯୋଗାଣ ସକାଶେ ଆରମ୍ଭ ହୋଇଥିବା ମେଗା ପ୍ରୋଜେକ୍ଟ ୧୦ବର୍ଷ ହେଲା ନିର୍ମାଣ କାର୍ଯ୍ୟ ସରିବା ନାଁ ନେଉନାହିଁ। ଗତବର୍ଷ ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ଜିଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ନଭେମ୍ବର କିମ୍ବା ଡିସେମ୍ବରରେ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାବତ୍‌ ତାହା ସରୁନାହିଁ। ବିଭିନ୍ନ ଓ୍ବାର୍ଡ଼ରେ ପାଇପ ପକାଇ ଚୁପ୍‌ ବସିଛି ବିଭାଗ। ପ୍ରଡକ୍ସନ ବୋରଓ୍ବେଲ ୫/୬ଟି ଓ୍ବାର୍ଡରେ ଖୋଳାଯାଇ ପାଣି ଯୋଗାଣ ହେଉଥିଲା। କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁ ପାଇପ୍‌ ଫାଟି ପାଣି ବୋହିଚାଲିଛି। କେତେକ ଓ୍ବାର୍ଡ଼ରେ ବେଆଇନ ଭାବେ ବିଭାଗୀୟ କର୍ମଚାରୀ ଷ୍ଟାଣ୍ଡ ପଏଣ୍ଟ ଦେଇଛନ୍ତି। ଷ୍ଟାଣ୍ଡ ପଏଣ୍ଟରୁ ଦିନତମାମ ପାଣି ବୋହିଯାଉଥିବା ବେଳେ ଏହାକୁ ରୋକାଯାଉ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ କୋଟପାଡ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି। ଗୋଟିଏ ପଟେ ପ୍ରଶାସନ ପାଣି ଅପଚୟ ରୋକିବା ପାଇଁ ବିଜ୍ଞାପନ ମାଧ୍ୟମରେ ସଚେତନ କରୁଛି, ଅନ୍ୟପଟେ ବିଭାଗୀୟ କର୍ମଚାରୀଙ୍କ ଖାମଖିଆଲ ମନୋବୃତ୍ତି ଯୋଗୁ ପାଣି ବୋହିଚାଲୁଛି। ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି।

All Right Reserved By

ରାୟଗଡା

ଭାଲୁ ଆକ୍ରମଣରେ ଜଣେ ଆହତ

ଭାଲୁ ଆକ୍ରମଣରେ ଜଣେ ଆହତ

ଡାବୁଗାଁ,୧୯।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ମାନିଗାଁ ଜଙ୍ଗଲରେ ଭାଲୁ ଆକ୍ରମଣରେ ମଙ୍ଗଳବାର ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ ଘୁଷୁରାବେଡା ଗ୍ରାମର ସୁମନ ମାଝି। ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଯାଇଛି।

ରାମସାଗରରେ ହେବ ବୋଟିଂ ବ୍ୟବସ୍ଥା: ସଫେଇ କାର୍ଯ୍ୟ ଆରମ୍ଭ

ରାମସାଗରରେ ହେବ ବୋଟିଂ ବ୍ୟବସ୍ଥା: ସଫେଇ କାର୍ଯ୍ୟ ଆରମ୍ଭ

ପାରଳାଖେମୁଣ୍ଡି,୧୯ା୬(ସ୍ବ.ପ୍ର.)- ଗଜପତି ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାମସାଗରର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି।

ବର୍ଷା ନାହିଁ: ପୋଖରୀ ପାଣିରେ  ତଳି ବଞ୍ଚାଉଛନ୍ତିି ଚାଷୀ

ବର୍ଷା ନାହିଁ: ପୋଖରୀ ପାଣିରେ ତଳି ବଞ୍ଚାଉଛନ୍ତିି ଚାଷୀ

ନବରଙ୍ଗପୁର, ୧୯ା୬(ବି.ପ୍ର.)- ବର୍ଷା ନାହିଁ। ମୌସୁମୀ ଦୁର୍ବଳ ସାଙ୍ଗକୁ ଟାଣ ଖରା ା ଚାଷ ଜମିରେ ପଡିଥିବା ତଳି ଶୁଖିବାକୁ ବସିଛି। ଏହା ଚାଷୀ କୂଳକୁ ଚିନ୍ତାରେ ପକାଇ ଦେଇଛି। ଏବେ ତଳି ବଞ୍ଚାଇବା ପାଇଁ ଚାଷୀ ପୋଖରୀରୁ ପାଣି ବୋହିକି ଆଣି ଚାଷ ଜମିରେ ପକାଉଛନ୍ତି।

ବଜାରରେ ବିକ୍ରି ହେଉଛି  ମହମବୋଳା ସେଓ

ବଜାରରେ ବିକ୍ରି ହେଉଛି ମହମବୋଳା ସେଓ

ମାଲକାନଗିରି,୧୯ା୬ (ସ୍ବ.ପ୍ର) ମାଲକାନଗିରି ବଜାରରେ ଗତ କିଛି ଦିନ ହେଲା ଫଳ ଦୋକାନଗୁଡିକରେ ମହମବୋଳା ସେଓ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନର ଏଥିପ୍ରତି ନଜର ନାହିଁ ା ରଜ ଉତ୍ସବ ପାଇଁ ଫଳ ବ୍ୟବସାୟୀମାନେ ଏହି ମହମବୋଳା ସେଓ ଆଣି କେଜି ପ୍ରତି ୨ଶହରୁ ୨୫୦ ଟଙ୍କାରେ ବିକ୍ରି କରିଥିବା ଜଣାପଡିଛି।

ପ୍ରତିକଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ପ୍ରତିକଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୧୯ ା୬(ସ୍ବ.ପ୍ର)- କୋରାପୁଟର ପ୍ରତୀକ ପଟ୍ଟନାୟକଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ କରିଛନ୍ତି ା

କାଳବୈଶାଖୀର ତାଣ୍ଡବ: ୧୦୦ ବର୍ଷର ଗଛ ଭାଙ୍ଗି ରାସ୍ତା ଅବରୋଧ, ଉଡିଗଲା ଛପର

କାଳବୈଶାଖୀର ତାଣ୍ଡବ: ୧୦୦ ବର୍ଷର ଗଛ ଭାଙ୍ଗି ରାସ୍ତା ଅବରୋଧ, ଉଡିଗଲା ଛପର

ଦଶମନ୍ତପୁର,୧୯ା୬ (ଡି.ଏନ.ଏ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ରବିବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖାଦେଇଥିଲା ା ଏହାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ଅନେକ ଗଛପତ୍ର ଭାଙ୍ଗି ପଡିବା ସହ କେତେକଙ୍କ ଘରର ଛପର ଉଡିଯାଇଛି ା

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗିରଫ

ରାୟଗଡା ଅଫିସ୍‌, ୧୮।୬- ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଏକ ଗାଁର ଜନୈକା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ସୋମବାର କଲ୍ୟାଣସିଂହପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ବେନିଆ ଜାଲା(୫୭)। ଅଭିଯୁକ୍ତ ଜଣଙ୍କ ଗତ ୧୬ତାରିଖ ରାତିରେ ନାବାଳିକାଙ୍କ ଘରେ ପଶି ବଳାତ୍କାର କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

କାର୍‌-ବାଇକ୍‌ ଧକ୍କା: ଜଣେ ଆହତ

ପାରଳାଖେମୁଣ୍ଡି,୧୮ା୬(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ସୋମବାର ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହି ଧକ୍କା ଘଟିଛି। ଏଥିରେ ବାଇକ୍‌ ଆରୋହୀ ଆହତ ହୋଇଥିବା ବେଳେ କାର୍‌ ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି।

ବଳାତ୍କାର ଅଭିଯୋଗରେ ଗୃହରକ୍ଷୀ ଗିରଫ

ବଳାତ୍କାର ଅଭିଯୋଗରେ ଗୃହରକ୍ଷୀ ଗିରଫ

କାଶୀନଗର, ୧୮ା୬(ଡି.ଏନ.ଏ.)- ଗଜପତି ଜିଲା କାଶୀନଗର ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ଗୋବିନ୍ଦ ଲୁହାକବାଟଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇ ସୋମବାର କୋର୍ଟଚାଲାଣ କରାଯାଇଛି। ଜଣେ ନାବାଳିକାଙ୍କୁ ସେ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଗତ ୧୧ ତାରିଖରେ କାଶୀନଗର ଥାନାରେ ଅଭିଯୋଗ ହୋଇଥିଲା।

ଯୋଗ ଅଭ୍ୟାସ ଶିବିର

ଯୋଗ ଅଭ୍ୟାସ ଶିବିର

ମାଲକାନଗିରି,୧୮।୬(ଡି.ଏନ.ଏ)- ଆସନ୍ତା ୨୧ରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହେବ ।ଏହି ଅବସରରେ ବାରଣାସୀର ନବାପୁରାସ୍ଥିତ ପଣ୍ଡିତ ରାହୁଲ ସଂସ୍କୃତାୟନ ସୌଧ ଏବଂ ଅଧ୍ୟୟନ କେନ୍ଦ୍ର ପକ୍ଷରୁ ମାଲକାନଗିରି ଜିଲାରେ ଯୋଗ ଶିବିର ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଜିଲାର ୫ଟି ସ୍ଥାନ ମାଲକାନଗିରି, ଜ୍ୟୋତିନଗର, ଖଇରପୁଟ, ମାଥିଲି ଓ ଗୋବିନ୍ଦପାଲ୍ଲୀରେ ଶିବିର ଚାଲିଛି । ଏହା ଆସନ୍ତା ୨୧ ତାରିଖରେ ଶେଷ ହେବ । ସୋମବାର ସ୍ଥାନୀୟ ଜ୍ୟୋତିନଗରଠାରେ ଏକ ଯୋଗ ଶିବିର ହୋଇଯାଇଛି। ଏଥିରେ କେନ୍ଦ୍ରର ଉପ ସଭାପତି ବି.ଏଲ ପ୍ରଜାପତି. ଯୋଗ ଗୁରୁ ଭୋଳାନାଥ ରାୟ ଓ ପତଞ୍ଜଳିର ମହିଳା ପ୍ରଭାରୀ ତୃପ୍ତି ରାୟ ଯୋଗ ଦେଇ ନିଃଶୁଳ୍କ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଏଥିରେ ୨୪ ଜଣ ଅଂଶଗ୍ରହଣ କରିଥିଲେ ।

ବିଶ୍ୱ ଦୁର୍ଭିକ୍ଷ ସଂଘର୍ଷ ଦିବସ ପାଳିତ

ମାଲକାନଗିରି,୧୮। ୬(ଡି.ଏନ.ଏ.)- ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟଠାରେ ରବିବାର ବିଶ୍ୱ ଦୁର୍ଭିକ୍ଷ ସଂଘର୍ଷ ଦିବସ ପାଳିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ଜଗଦ୍ଦିଶ ପଟ୍ଟନାୟକ, ପରିବେଶବିତ ଦୁର୍ଯ୍ୟୋଧନ ପାତ୍ର, ଉତ୍କଳ ସାହିତ୍ୟ ସଂସଦ ସଦସ୍ୟ କେଶବ ଚନ୍ଦ୍ର ନାୟକ ଯୋଗ ଦେଇ ବିଶ୍ୱ ଦୁର୍ଭିକ୍ଷ ସଂଘର୍ଷ ଦିବସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

ଦୁର୍ଦ୍ଦିନରେ ବାଉଁଶ କାରିଗର

ଦୁର୍ଦ୍ଦିନରେ ବାଉଁଶ କାରିଗର

ରାୟଗଡା ଅଫିସ୍‌, ୧୮।୬ ଆବଶ୍ୟକ କଞ୍ଚାମାଲ ଓ ଉପଯୁକ୍ତ ବଜାର ସୁବିଧା ଅଭାବରୁ ବାଉଁଶ ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗରମାନେ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି । କାରିଗରମାନେ କଷ୍ଟେମଷ୍ଟେ ଦୂରସ୍ଥାନରୁ ବାଉଁଶ ବୋହି କରି ଆଣି ସେଥିରେ ନାନା ଉପକରଣ ତିଆରି କରୁଥିଲେ ମଧ୍ୟ ଉଚିତ ମୂଲ୍ୟ ପାଇପାରୁ ନାହଁ।ନ୍ତି । ଫଳରେ ସେମାନଙ୍କ ଜୀବିକା ପ୍ରତି ସଙ୍କଟ ସୃଷ୍ଟି ହୋଇଛି ।

Model This Week

ପ୍ରଭାତ