ରାୟଗଡା

ସାତସିମିଳି ପ୍ରାଥମିକ ବିଦ୍ୟାଳୟ : ପଞ୍ଚମ ଶ୍ରେଣୀ ପିଲା ଜାଣନ୍ତିନି ଶିକ୍ଷକଙ୍କ ନାଁ

ସାତସିମିଳି ପ୍ରାଥମିକ ବିଦ୍ୟାଳୟ : ପଞ୍ଚମ ଶ୍ରେଣୀ ପିଲା ଜାଣନ୍ତିନି ଶିକ୍ଷକଙ୍କ ନାଁ
କୋରାପୁଟ,୫।୩(ସ୍ବ.ପ୍ର.) ପ୍ରଧାନଶିକ୍ଷକଙ୍କୁ ମିଶାଇ ଦୁଇଜଣ ଶିକ୍ଷକ। ପାଳି କରି ସେମାନେ ବିଦ୍ୟାଳୟ ଆସନ୍ତି। ଶୈକ୍ଷିକ ଭିତ୍ତିଭୂମି ଅଭାବ ସାଙ୍ଗକୁ ଆହୁରି ନାନା ସମସ୍ୟା। ଏହା ଭିତରେ ପିଲାଏ କିପରି ପାଠ ପଢୁଛନ୍ତି, ତାହା ଗୋଟିଏ ପ୍ରଶ୍ନରୁ ସ୍ପଷ୍ଟ ହୋଇଯିବ। ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ନିଜ ବିଦ୍ୟାଳୟର ଶିକ୍ଷକଙ୍କ ନାମ, ଜିଲାପାଳ, ମୁଖ୍ୟମନ୍ତ୍ରୀଙ୍କ ନାମ ପଚାରିବାରୁ ସେ କହିପାରି ନଥିଲେ। ଏହା ହେଉଛି ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ଚିତ୍ର। ନନ୍ଦପୁର ବ୍ଲକ ସାତସିମିଳି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୪୧ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେମାନଙ୍କ ପାଠପଢା ପାଇଁ ପ୍ରଧାନ ଶିକ୍ଷକଙ୍କ ସମେତ ଜଣେ ସହକାରୀ ଶିକ୍ଷକ ରହିଛନ୍ତି। କିନ୍ତୁ ଉଭୟ ପାଳି କରି ବିଦ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ରୀ କହିଛନ୍ତି। ଏହି କାରଣରୁ ପ୍ରାୟ ୩୦ ଜଣ ପିଲା ବିଦ୍ୟାଳୟକୁ ଆସି ମଧ୍ୟ ପାଠ ପଢ଼ି ନପାରି ବିଦ୍ୟାଳୟ ନିକଟରେ କେବଳ ଖେଳାଖେଳି କରୁଛନ୍ତି। ନନ୍ଦପୁରରୁ ଭେଜାକୁ ଯାଇଥିବା ରାଜ୍ୟ ରାଜପଥର କଡ଼ରେ ବିଦ୍ୟାଳୟଟି ଥିବାବେଳେ ପାଚେରି ନାହିଁ। ପିଲାମାନେ ଅଧିକାଂଶ ସମୟରେ ବିଦ୍ୟାଳୟ ସମ୍ମୁଖ ରାସ୍ତା ଓ ବାହାରେ ବୁଲୁଥାନ୍ତି। ବିଦ୍ୟାଳୟର ଶୌଚାଳୟ ପାଇଁ ଆସିଥିବା ୩୦ ହଜାର ଟଙ୍କାକୁ ଶିକ୍ଷକ ହଡ଼ପ କରିଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମଧ୍ୟାହ୍ନ ଭୋଜନ ଠିକ୍‌ ଭାବେ ଦିଆଯାଉ ନଥିବାରୁ ପିଲାମାନେ ଅଧାପେଟରେ ରହୁଛନ୍ତି। ଅପରପକ୍ଷେ ଶିକ୍ଷକମାନେ ପିଲାଙ୍କ ଚାଉଳ ହଡ଼ପ କରୁଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି। ପଞ୍ଚମ ଶ୍ରେଣୀର ଛାତ୍ରୀ ନୟନା ଖିଲଙ୍କୁ ବିଦ୍ୟାଳୟର ଶିକ୍ଷକଙ୍କ ଓ ମୁଖ୍ୟମନ୍ତ୍ରୀଙ୍କ ନାମ ପଚାରିବାରୁ ସେ ଜାଣିନଥିବା କହିଥିଲେ। ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଥିବା ପଦ୍ମା ଗୁଡିଆ ଓ ଭାନୁ ଗୁଡିଆ କହିଥିଲେ, ମାସକୁ ହଜାର ଟଙ୍କା ଲେଖାଁଏ ପାରିଶ୍ରମିକ ଦିଆଯାଏ। କିନ୍ତୁ ତାହା ମଧ୍ୟ ଠିକ୍‌ ଭାବେ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି। ପ୍ରଧାନ ଶିକ୍ଷକ ନାରାୟଣ ପୃଷ୍ଟି ଅଧିକାଂଶ ସମୟ ବିଦ୍ୟାଳୟକୁ ଆସୁନଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଯଦିଓ ପ୍ରଧାନ ଶିକ୍ଷକ ଏହାକୁ ଅସ୍ବୀକାର କରିଥିଲେ। ବିଦ୍ୟାଳୟର ପାଚେରି ଓ ଶୌଚାଳୟ କଥା ପଚାରିବାରୁ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାମନ୍ତରାୟ କହିଥିଲେ, ଆମେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ। କିନ୍ତୁ ବିଭାଗ ଏ ଦିଗରେ ଦୃଷ୍ଟି ଦେଇନାହିଁ। ସେହିପରି ଡିପିସି ମହେଶ୍ୱର ନାୟକ କହିଛନ୍ତି, ଶିକ୍ଷକଙ୍କ ଅନୁପସ୍ଥିତି ଓ ପିଲାଙ୍କ ପାଠପଢ଼ା ବ୍ୟାହତ ହେବା ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।
All Right Reserved By

ରାୟଗଡା

ସରକାରୀ ସହାୟତା  ସ୍ବପ୍ନ

ସରକାରୀ ସହାୟତା ସ୍ବପ୍ନ

ଗୋବିନ୍ଦପାଲି,୧୦।୧୨- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଡଡୁରାଲ ପଞ୍ଚାୟତର ପୂଜାରିଗୁଡା ଗ୍ରାମରେ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି ସମାରୀ ହନ୍ତାଳ। ସ୍ବର୍ଗତ ଅଦିଆ ହନ୍ତାଳଙ୍କ ସ୍ତ୍ରୀ ସମାରୀଙ୍କୁ ବୟସ ୭୦ ଟପିଲାଣି। ଏଯାଏ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନି। ତାଙ୍କର ଆଧାର କାର୍ଡ କିମ୍ବା ଭୋଟ ପରିଚୟପତ୍ର ନାହିଁ। ତାଙ୍କ କାନକୁ ଭଲ ଶୁଭୁନାହିଁ କି ଆଖିକୁ ଭଲ ଦେଖାଯାଉନାହିଁ। 

୧୦୮ କେଜି ଗଞ୍ଜେଇ ଜବତ: ୭  ଗିରଫ

୧୦୮ କେଜି ଗଞ୍ଜେଇ ଜବତ: ୭ ଗିରଫ

ବାଲିମେଳା, ୧୦।୧୨ (ଡି.ଏନ୍‌.ଏ.)-ଓର୍କେଲ ଥାନା ପୋଲିସ ୧୦୮ କେଜି ଗଞ୍ଜେଇ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

ମଣ୍ଡେଇ ମହୋତ୍ସବର ଉଦଯାପନୀ ସନ୍ଧ୍ୟା

ମଣ୍ଡେଇ ମହୋତ୍ସବର ଉଦଯାପନୀ ସନ୍ଧ୍ୟା

 ନବରଙ୍ଗପୁର,୯।୧୨(ବି.ପ୍ର): ଲୋକ ମହୋତ୍ସବ ମଣ୍ଡେଇର ଉଦଯାପନୀ ସନ୍ଧ୍ୟାରେ  ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି,  ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ । 

୨୧ ପ୍ରକାର ଚାଷ ପ୍ରଣାଳୀ ତାଲିମ ନେଲେ ମହିଳା

୨୧ ପ୍ରକାର ଚାଷ ପ୍ରଣାଳୀ ତାଲିମ ନେଲେ ମହିଳା

କୁନ୍ଦୁରା,୧୦।୧୨(ଡି.ଏନ.ଏ.)- ଦେଶୀ ଧାନ ବିଷୟରେ ଆଲୋଚନା ହେଲେ କୋରାପୁଟ ଜିଲାର କମଳା ପୂଜାରୀ, ରାଇମତି ଏବଂ ଚନ୍ଦ୍ର ପ୍ରଧାନୀଙ୍କ ନାମ ସର୍ବାଗ୍ରେ ଆସେ ।

କାମରେ ଲାଗୁନି ଡିଜିଟାଲ ଏକ୍ସରେ ମେଶିନ

ପାରଳାଖେମୁଣ୍ଡି, ୯।୧୨(ସ୍ବ.ପ୍ର.)-ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟର ଏକ୍ସରେ ବିଭାଗରେ ଅନିୟମିତତା ହେଉଥିବା ଅଭିଯୋଗ । ଏଠାରେ ଡିଜିଟାଲ ଏକ୍ସରେ ମେଶିନ ରହିଥିଲେ ମଧ୍ୟ କାମରେ ଲାଗୁନାହିଁ। 

ସେଲଟ୍‌ର ହୋମ୍‌ ନାଁରେ ଧର୍ମାନ୍ତରିିକରଣ: ୧୦ ପିଲାଙ୍କୁ ଜଳ ଦୀକ୍ଷାରେ କରାଯାଇଛି ଧର୍ମ ପରିବର୍ତ୍ତନ

ସେଲଟ୍‌ର ହୋମ୍‌ ନାଁରେ ଧର୍ମାନ୍ତରିିକରଣ: ୧୦ ପିଲାଙ୍କୁ ଜଳ ଦୀକ୍ଷାରେ କରାଯାଇଛି ଧର୍ମ ପରିବର୍ତ୍ତନ

ବୈପାରୀଗୁଡ଼ା,୧୦।୧୨(ଡି.ଏନ୍‌.ଏ.)  ଗତ କିଛିଦିନ ହେବ ରଜ୍ୟରେ ବିଭିନ୍ନ ଶେଲଟର ହୋମ୍‌ ଉପରେ ଚଢ଼ାଉ ଚାଲୁଥିବା ବେଳେ ବୈପାରୀଗୁଡ଼ା ସ୍ଥିତ ଗୁଡ୍‌ ନିଉଜ୍‌ ଇଣ୍ଡିଆ ଶେଲଟର ହୋମ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠିଛି। ଜିଲା ଭାଜପା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନି ପାଇକଙ୍କ ନେତୃତ୍ବରେ ଏକ ଦଳ ଉକ୍ତ ସଂସ୍ଥାକୁ ଯାଇ ଅନୁସନ୍ଧାନ କରିଥିଲେ। 

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗଗିତା: ଜିଲାରୁ ଭାଗ ନେଲେ ୨୪ ପ୍ରତିଯୋଗୀ

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗଗିତା: ଜିଲାରୁ ଭାଗ ନେଲେ ୨୪ ପ୍ରତିଯୋଗୀ

ପାରଳାଖେମୁଣ୍ଡି, ୯।୧୨(ସ୍ବ.ପ୍ର.)ଯାଜପୁର ମଧୁବନ ହାଇସ୍କୁଲରେ ଚାଲିଥିବା ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପାରଳାଖେମୁଣ୍ଡିରୁ ୨୪ଜଣ ପ୍ରତିଯୋଗୀ ଶନିବାର ସନ୍ଧ୍ୟାରେ ବାହାରିଛନ୍ତି। ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  ଏହି ଦଳ ସହ ଟିମ୍‌ ମ୍ୟାନେଜର ସୌମ୍ୟ ରଞ୍ଜନ ମଲ୍ଲିକ ଓ କୋଚ ପ୍ରମୋଦିନୀ ପଣ୍ଡା ଗସ୍ତ କରିଛନ୍ତି। ପ୍ରତିଯୋଗିତା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ତିତ୍‌ଲି ବାତ୍ୟାକୁ ବିତିଲା ୨ମାସ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ତିତ୍‌ଲି ବାତ୍ୟାକୁ ବିତିଲା ୨ମାସ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ପାରଳାଖେମୁଣ୍ଡି, ୯।୧୨(ସ୍ବ.ପ୍ର.): ୨ମାସ ତଳେ ହୋଇଥିବା ତିତ୍‌ଲି ବାତ୍ୟାରେ ଜିଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେ ସବୁ ଜାଗାରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ନେଇ ଅତିରିକ୍ତ ଜିଲାପାଳ ଲକ୍ଷୀ୍ମକାନ୍ତ ସେଠୀ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାତ୍ୟାରେ ମୋଟ ୧୩୨୮ଟି ରାସ୍ତା ନଷ୍ଟ ହୋଇଥିବାବେଳେ ଏବେ ସେଗୁଡିକୁ ସଜଡା ଯାଇଛି। ବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି। ଗୃହ ଭାଙ୍ଗିଯିବା କ୍ଷେତ୍ରରେ ୯୨ ପ୍ରତିଶତ ଓ ଚାଷ ଜମି ନଷ୍ଟ ହୋଇଥିବା  ୮୨ ପ୍ରତିଶତ ଲୋକଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ କ୍ଷତିପୂରଣ ରାଶି ଜମା କରାଯାଇଥିବା ନେଇ ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ।

୩ ଫୁଟ ଲମ୍ବର ଅଜଗର  ଉଦ୍ଧାର

୩ ଫୁଟ ଲମ୍ବର ଅଜଗର ଉଦ୍ଧାର

ଜୟପୁର,୯।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଅଧୀନ ଜୟପୁର ସହରର ପାୱାର ହାଉସ ଆଇବି ରୋଡ୍‌ରେ ରଞ୍ଜିତ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘର ପାଇଖାନାରୁ ୩ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। 

୪ ମିଲ୍‌ରେ ଚଢ଼ାଉ, ୨ ସିଲ

ଜୟପୁର/କୁନ୍ଦୁରା,୯।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଓ କୁନ୍ଦୁରା ବ୍ଲକର ୪ଟି ମିଲ୍‌ରେ  ଚଢ଼ାର ହୋଇଛି। ପୋଲିସ ଉପସ୍ଥିତିରେ ଯୋଗାଣ ବିଭାଗ ଓ ପ୍ରଶାସନ ଚଢ଼ାଉ କରି ୨ଟି ମିଲ୍‌କୁ ସିଲ୍‌ କରିଛି। ପୂର୍ବାହ୍ନରେ ଜୟପୁର ହାଟପଦାସ୍ଥିତ ଶାବର ଶ୍ରୀକ୍ଷେତ୍ର, ପଲକାପୁଟ ଭଗବତୀ, କୁନ୍ଦୁରା ବ୍ଲକର ବିନାୟକ ଏବଂ ଭେଜାହାଣ୍ଡି ସ୍ଥିତ ଭୁବନେଶ୍ୱରୀ ରାଇସ ମିଲ ଉପରେ ଚଢ଼ାଉ କରାଯାଇଥିଲା । 

ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ଜିଲାପାଳଙ୍କୁ ଫେରାଦ:   ଦୁର୍ବ୍ୟବହାର ଅଭିଯୋଗ କଲେ ଜନ ପ୍ରତିନିଧି

ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ଜିଲାପାଳଙ୍କୁ ଫେରାଦ: ଦୁର୍ବ୍ୟବହାର ଅଭିଯୋଗ କଲେ ଜନ ପ୍ରତିନିଧି

ସେମିଳିଗୁଡ଼ା୯।୧୨(ସ୍ବ.ପ୍ର.)- ସୁନାବେଡ଼ା ପୌରସଂସ୍ଥା ସଭାଗୃହରେ ଅନୁଷ୍ଠିତ ବୈଠକରେ ଜନ ପ୍ରତିନିଧିଙ୍କୁ ନିର୍ବାହୀ ଅଧିକାରୀ ଦୁର୍ବ୍ୟବହାର କରିଛନ୍ତି। ଏଭଳି ଅଭିଯୋଗ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜନ ପ୍ରତିନିଧି। ପୌର ନିର୍ବାହୀଙ୍କ ମନମୁଖୀ କାର୍ଯ୍ୟକଳାପ ବଢୁଥିବା ସେମାନେ କହିଛନ୍ତି। ପୌର ପରିଷଦ ବୈଠକରେ ୨୫ ନଂ ଓ୍ବାର୍ଡର ଉନ୍ନୟନ କାର୍ଯ୍ୟର ସମୀକ୍ଷା ଚାଲିଥିଲା।

ବେହେରା ଧାନ ମଣ୍ଡି ବନ୍ଦ ଦାବି : ଚତୁର୍ଥ ଦିନରେ ବି ଗେଟରେ ତାଲା

ବେହେରା ଧାନ ମଣ୍ଡି ବନ୍ଦ ଦାବି : ଚତୁର୍ଥ ଦିନରେ ବି ଗେଟରେ ତାଲା

ଭବାନୀପାଟଣା, ୯।୧୨(ଡି.ଏନ.ଏ.): ମଣ୍ଡି ବନ୍ଦ ଦାବି ନେଇ ବେହେରା ମାକେର୍ଟୟାର୍ଡ ଗେଟରେ ତାଲା ପକାଇ ଚତୁର୍ଥଦିନ ପାଇଁ ଚାଷୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତିା ଧର୍ମଗଡ ତହସିଲଦାର ତନ୍ମୟ ଦରୱାନ ଘଟଣାସ୍ଥଳକୁ ଆସି ଚାଷୀଙ୍କ ସହ ତଳେ ବସି ଆଲୋଚନା କରିଥିଲୋ