ଖେଳ |

ସମ୍ବିତ ଜିତିଲେ ସ୍କୁଲ ଓପନ ଚେସ୍‌ ଟାଇଟଲ

ସମ୍ବିତ ଜିତିଲେ ସ୍କୁଲ ଓପନ ଚେସ୍‌ ଟାଇଟଲ
ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି): ଆର.ଏନ.ଦାସ ପେସ୍‌ ଫାଉଣ୍ଡେଶନ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସସିଏ) ଆନୁକୂଲ୍ୟରେ ଦ୍ୱିତୀୟ ରବି ନାରାୟଣ ଦାଶ୍‌ ସ୍ମାରକୀ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଅନୁଷ୍ଠିତ ହୋଇଛି। ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲର ସମ୍ବିତ ପଣ୍ଡା ୬.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ତନ୍ମୟ କୁମାର(୬.୫ ପଏଣ୍ଟ), ଅମିତାଂଶୁ ପ୍ରିୟଦର୍ଶନ(୬) ଓ ଆଦିତ୍ୟ ନାୟକ(୬) ପରବର୍ତ୍ତୀ ୨ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅମୃତାଂଶୁ ମହାପାତ୍ର, ରୋନକ ସେନାପତି, ଶାଶ୍ୱତ ମଲିକ, ସାନ୍‌ଭି ମିଶ୍ର, ପ୍ରଭାଂଶୁ ଦାଶ, କେ.ଅନୁରାଗ, ପ୍ରତ୍ୟୁଷା ପ୍ରିୟଦର୍ଶିନୀ, ପୀୟୂଷ ଚିନ୍ନାରା, ଶାଶ୍ୱତ ସାହୁ, ଆୟୂଷ ଦାସ ଓ ସୁମନ ଶେଖର ପତ୍ରି ପ୍ରଥମ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ମୁଖ୍ୟ ପୁରସ୍କାର ବ୍ୟତୀତ ୮, ୧୦, ୧୨, ୧୪, ୧୬ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ବରମୁଣ୍ଡାସ୍ଥିତ ଲିଟିଲ ପ୍ଲେ ସ୍କୁଲର ପ୍ରିନ୍ସିପାଲ ନମିତା ପଟ୍ଟନାୟକ ମୁଖ୍ୟ ଅତିଥି, ଆର.ଏନ. ଦାଶ୍‌ ଫାଉଣ୍ଡେଶନର ମ୍ୟାନେଜିଂ ଟ୍ରଷ୍ଟି ସୁବ୍ରତ ଦାଶ, ଓଏସସିଏର ଗେମ୍ସ ଡାଇରେର ଦେବାଶିଷ ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ରତ୍ନା ଦାଶ କା୍ଯଯ୍ୟକ୍ରମ ସଂଯୋଜନା କରିଥିଲେ। ୧୬ଟି ସ୍କୁଲର ୮୧ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ।
All Right Reserved By

ଖେଳ |

ପର୍ଥ ଟେଷ୍ଟରୁ ରୋହିତ,  ଅଶ୍ୱିନ ଆଉଟ୍‌

ପର୍ଥ ଟେଷ୍ଟରୁ ରୋହିତ, ଅଶ୍ୱିନ ଆଉଟ୍‌

ପର୍ଥ,୧୩।୧୨-  ସ୍ଥାନୀୟ ପର୍ଥ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଧକ୍କା ଲାଗିଛି। 

ଭିଆଇପି ଲାଉଞ୍ଜ୍‌ରେ ଖେଳାଳି ପ୍ରବେଶ ଘଟଣା: ବିବାଦକୁ ଏଡ଼ାଇଗଲେ ମନ୍‌ପ୍ରୀତ୍‌

ଭିଆଇପି ଲାଉଞ୍ଜ୍‌ରେ ଖେଳାଳି ପ୍ରବେଶ ଘଟଣା: ବିବାଦକୁ ଏଡ଼ାଇଗଲେ ମନ୍‌ପ୍ରୀତ୍‌

ଭୁବନେଶ୍ୱର, ୧୩।୧୨(ସ୍ପୋଟର୍‌ସ ବ୍ୟୁରୋ)- କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ବେଶ୍‌ ଶୃଙ୍ଖଳିତଭାବେ ଚାଲିଥିବାବେଳେ ଏକ ବିବାଦୀୟ ଘଟଣା ସାମ୍‌ନାକୁ ଆସିଛି। ଫଳରେ ଆୟୋଜକଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ମଙ୍ଗଳବାର ନେଦରଲାଣ୍ଡ୍ସ ଓ କାନାଡ଼ା ମଧ୍ୟରେ ଅନୁଷ୍ଠିତ କ୍ରସ୍‌ ଓଭର ମ୍ୟାଚ୍‌ ଅବସରରେ ଭାରତୀୟ ଦଳର ଅଧିନାୟକ ମନପ୍ରୀତ୍‌ ସିଂଙ୍କ ସମେତ କେତେଜଣ ଖେଳାଳି ଭିଆଇପି ଲାଉଞ୍ଜକୁ ଚାଲିଯାଇଥିଲେ।

ହକି ବିଶ୍ୱକପ୍‌: ଭାରତ- ନେଦରଲାଣ୍ଡ୍ସ କ୍ୱାର୍ଟର ଫାଇନାଲ

ହକି ବିଶ୍ୱକପ୍‌: ଭାରତ- ନେଦରଲାଣ୍ଡ୍ସ କ୍ୱାର୍ଟର ଫାଇନାଲ

ଭୁବନେଶ୍ୱର, ୧୩।୧୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ହକି ବିଶ୍ୱକପ୍‌ ଚତୁର୍ଦ୍ଦଶ ସଂସ୍କରଣର  ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଗୁରୁବାର ଆୟୋଜକ ଭାରତ ଓ ଆଧୁନିକ ହକିର ଅନ୍ୟତମ ଶକ୍ତିଶାଳୀ ଦଳ ନେଦରଲାଣ୍ଡ୍ସ ପରସ୍ପରକୁ ଭେଟିବେ। ବିଜୟୀ ଦଳ ସେମିଫାଇନାଲକୁ ଉଠିବ ଓ ପରାଜିତ ଦଳ ବିଦାୟ ନେବ। ସେମିକୁ ଉଠିଲେ ପଦକ ହାସଲ ପାଇଁ ଗୋଟିଏ ସୁଯୋଗ ରହିଛି। 

ଜର୍ମାନୀ- ବେଲଜିଜିୟମ କ୍ୱାର୍ଟର ଫାଇଟ୍‌

ଜର୍ମାନୀ- ବେଲଜିଜିୟମ କ୍ୱାର୍ଟର ଫାଇଟ୍‌

ଭୁବନେଶ୍ୱର, ୧୩ା୧୨(ସ୍ପୋଟର୍‌ସ ବ୍ୟୁରୋ)- ଗୁରବାର ଅନ୍ୟଏକ କ୍ୱାର୍ଟର ଫାଇନାଲରେ ଜର୍ମାନୀ ଓ ବେଲଜିୟମ ପରସ୍ପରକୁ ଭେଟିବେ। ସବୁଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଉଭୟ ଦଳ ସମାନ ମନେ ହୁଅନ୍ତି। ତେବେ ପୁଲ ପର୍ଯ୍ୟାୟରେ ଜର୍ମାନୀର ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିଛି।

ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ୍‌: ହରେନ୍ଦ୍ର

ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ୍‌: ହରେନ୍ଦ୍ର

ଭୁବନେଶ୍ୱର,୧୩ା୧୨(ସ୍ପୋଟର୍‌ସ ବ୍ୟୁରୋ)-  ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ୍‌। ଯେକୌଣସି ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବାକୁ ଭାରତୀୟ ଦଳ ପୂରା ପ୍ରସ୍ତୁତ୍‌ ରହିଛି ବୋଲି କୋଚ୍‌ ହରେନ୍ଦ୍ର ସିଂ କହିଛନ୍ତି। ଗୁରୁବାର ଖେଳାଯିବାକୁ ଥବା ହକି ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲରେ ଭାରତ ଓ ଶକ୍ତିଶାଳୀ ନେଦରଲାଣ୍ଡ୍ସ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ମ୍ୟାଚ୍‌ ଉପରେ ସାରା ବିଶ୍ୱର ନଜର ରହିଛି। 

ଭୁବନେଶ୍ୱରରେ ହେବ ହକି ସିରିଜ ଫାଇନାଲ୍ସ

ଭୁବନେଶ୍ୱରରେ ହେବ ହକି ସିରିଜ ଫାଇନାଲ୍ସ

ଭୁବନେଶ୍ୱର,୧୩।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା ହକି ପ୍ରେମୀଙ୍କ ପାଇଁ ଆସିଛି ଆଉ ଏକ ଶୁଭ ଖବର। ହକି ବିଶ୍ୱକପ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ସମ୍ପନ୍ନ ହେଉଥିବାବେଳେ ଆସନ୍ତାବର୍ଷ ଏଠାରେ ହକି ସିରିଜ ଫାଇନାଲ୍ସ ହେବ ବୋଲି ବୁଧବାର ଘୋଷଣା କରାଯାଇଛି। 

ମାନିକାଙ୍କୁ ବ୍ରେକ୍‌ଥ୍ରୁ ଷ୍ଟାର ଆଓ୍ବାର୍ଡ

ମାନିକାଙ୍କୁ ବ୍ରେକ୍‌ଥ୍ରୁ ଷ୍ଟାର ଆଓ୍ବାର୍ଡ

ନୂଆଦିଲ୍ଲୀ, ୧୩ା୧୨ (ପି.ଟି.)- ମାନିକା ବାତ୍ରା ପ୍ରଥମ ଭାରତୀୟ ଟେବୁଲ ଟେନିସ୍‌ ଖେଳାଳି ଭାବେ ‘ବ୍ରେକ୍‌ଥ୍ରୁ ଟେବୁଲ ଟେନିସ ଷ୍ଟାର’ ପୁରସ୍କାର ଜିତିଛନ୍ତି। ଇଞ୍ଚତ୍ଅନଠାରେ  ସମ୍ମାନଜନ ଇଣ୍ଟରନ୍ୟାଶନାଲ ଟେବୁଲ ଟେନିସ ଫେଡେରେଶନ ଷ୍ଟାର ଆଓ୍ବାଡର୍‌ସ ଉତ୍ସବରେ ସେ ସମ୍ମାନିତ ହୋଇଛନ୍ତି। 

କୁଚ୍‌ ବିହାର ଟ୍ରଫି:  ଓଡିଶାର ଇନିଂସ ବିଜୟ

କୁଚ୍‌ ବିହାର ଟ୍ରଫି: ଓଡିଶାର ଇନିଂସ ବିଜୟ

ବଲାଙ୍ଗୀର ଅଫିସ, ୧୩ା୧୨- ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୧୯ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫିର ତୃତୀୟ ଦିବସରେ ଓଡିଶା ଏକ ଇନିଂସ ଓ ୬୭ ରନର ବୃହତ ବ୍ୟବଧାନରେ ପ୍ରତିପକ୍ଷ ତ୍ରିପୁରା ଦଳକୁ ପରାସ୍ତ କରିଛି। 

ଫ୍ରାନ୍ସ ବିଦା, ଲକ୍ଷ୍ୟ ପଥରେ ଅଷ୍ଟ୍ରେଲିଆ

ଫ୍ରାନ୍ସ ବିଦା, ଲକ୍ଷ୍ୟ ପଥରେ ଅଷ୍ଟ୍ରେଲିଆ

ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି)-
ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଏଥର ମଧ୍ୟ ପ୍ରଭାବୀ ପ୍ରଦର୍ଶନ ସହ ହକି ବିଶ୍ୱକପ ଅଭିଯାନ ଜାରି ରଖିଛି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ବୁଧବାର ଅନୁଷ୍ଠିତ ଦ୍ୱିତୀୟ କ୍ବାର୍ଟର ଫାଇନାଲରେ ଏହି ଦଳ ୩-୦ ଗୋଲରେ ଫ୍ରାନ୍ସକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରତିଯୋଗିତାର ୨୦୧୦ ଓ ୨୦୧୪ ସଂସ୍କରଣରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଏଥର ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରିରଖି ଦଳ ଲକ୍ଷ୍ୟ ପଥରେ ଅଗ୍ରସର ହୋଇଛି। ଅନ୍ୟପକ୍ଷରେ ଫ୍ରାନ୍ସର ଅଭିଯାନ କ୍ବାର୍ଟର ଫାଇନାଲରୁ ଶେଷ ହୋଇଛି। ପୂର୍ବରୁ ୧୯୭୧ ଓ ୧୯୯୦ରେ ବିଶ୍ୱକପ ଖେଳିବା ସୁଯୋଗ ପାଇ ୭ମ ସ୍ଥାନ ଅଧିକାର କରିଥିବା ଫ୍ରାନ୍ସ ଏଥର ଶ୍ରେଷ୍ଠ ପ୍ରଦର୍ଶନ ଏବଂ ସ୍ମରଣୀୟ ଅନୁଭୂତି ସହ ବିଦାୟ ନେଇଛି। ରାଜ୍ୟପାଳ

ହକି ବିଶ୍ୱକପ୍‌: ଆର୍ଜେଣ୍ଟିନାର ବିଦାୟ

ହକି ବିଶ୍ୱକପ୍‌: ଆର୍ଜେଣ୍ଟିନାର ବିଦାୟ

ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି)-
ଚଳିତ ହକି ବିଶ୍ୱକପର କ୍ବାର୍ଟର ଫାଇନାଲରୁ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନାର ଅଭିଯାନ ଶେଷ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ୱକପ୍‌ର ବୁଧବାର ଅନୁଷ୍ଠିତ ପ୍ରଥମ କ୍ବାର୍ଟର ଫାଇନାଲରେ ବିଶ୍ୱର ୭ ନମ୍ବର ଦଳ ଇଂଲଣ୍ଡ ୨ ନମ୍ବର ଆର୍ଜେଣ୍ଟିନାକୁ ହରାଇ ପ୍ରଥମ ଦଳଭାବେ ସେମିଫାଇନାଲରେ ପ୍ରବେଶ କରିଛି। ୧୯୮୬ ବିଶ୍ୱକପ ରୌପ୍ୟ ପଦକ ବିଜେତା ଇଂଲଣ୍ଡ କ୍ରମାଗତ ତୃତୀୟ ଏବଂ ମୋଟ ୪ର୍ଥ ଥରପାଇଁ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ପାଇଛି। ୨୦୧୦ ଓ ୨୦୧୪ ବିଶ୍ୱକପ୍‌ରେ ମଧ୍ୟ ଦଳ ସେମିଫାଇନାଲ ଖେଳି ହାରି ଯାଇଥିଲା। ଫଳରେ ୨ଟିଯାକ ଥର ଦଳକୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ୨୦୧୦ରେ ଇଂଲଣ୍ଡ ସେମିଫାଇନାଲରେ ଜର୍ମାନୀଠାରୁ୧-୪ ଗୋଲରେ ହାରିଥିବାବେଳେ ବ୍ରୋଞ୍ଜ ପଦକ ମୁକାବିଲାରେ ନେଦରଲାଣ୍ଡ୍ସଠାରୁ ୩-୪ ଗୋଲରେ ପରାଜିତ ହୋଇଥିଲା। ସେହିପରି ୨୦୧୪ ବିଶ୍ୱକପରେ ଦଳ ୦-୧ ଗୋଲରେ ନେଦରଲାଣ୍ଡ୍ସଠାରୁ ହାରିଥିବାବେଳେ ବ୍ରୋଞ୍ଜ ପଦକ ମ୍ୟାଚରେ ଆର୍ଜେଣ୍ଟିନାଠାରୁ ୦-୨ ଗୋଲରେ ପରାସ୍ତ ହୋଇଥିଲା। ଏଥର ଦଳ ଆର୍ଜେଣ୍ଟିନାଠାରୁ ମଧୁର ପ୍ରତିଶୋଧ ନେବାସହ ସେମିଫାଇନାଲରେ ପ୍ରବେଶ କରିଥିବାରୁ ପୂର୍ବ ୨ ସଂସ୍କରଣ ବାଧା ଅତିକ୍ରମ କରିବା ଲକ୍ଷ୍ୟରେ ରହିଛି।

ବ୍ଲକସ୍ତରୀୟ ଭଲିବଲ ପ୍ରତିଯୋଗିତା: ନଗ୍ରମ ଟିମ୍‌ ଜିଲାସ୍ତରକୁ ଉନ୍ନୀତ

ବ୍ଲକସ୍ତରୀୟ ଭଲିବଲ ପ୍ରତିଯୋଗିତା: ନଗ୍ରମ ଟିମ୍‌ ଜିଲାସ୍ତରକୁ ଉନ୍ନୀତ

ବାଲେଶ୍ୱର ଅଫିସ,୧୨।୧୨- ବାଲେଶ୍ୱର ଖ୍ରୀଷ୍ଟିଆନ୍‌ ପଡ଼ିଆରେ ବିଜୁ ଯୁବ ବାହିନୀର ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ଅନୁଷ୍ଠିତ ହୋଇଥିଲା। ଦୁଇଦିନ ବ୍ୟାପୀ ହେବାକୁ ଥିବା ଏହି କ୍ରୀଡ଼ା ଉତ୍ସବରେ ପ୍ରଥମ ଦିନରେ ଭଲିବଲ୍‌ ପ୍ରତିଯୋଗିତା ହୋଇଥିବା ବେଳେ ଗୁରୁବାର ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼ ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି। 

‘ଖାଲି ହାତରେ ଫେରିବୁ ନାହିଁ’

‘ଖାଲି ହାତରେ ଫେରିବୁ ନାହିଁ’

ଭୁବନେଶ୍ୱର,୧୨।୧୨- ହମ୍‌ ଖାଲି ହାତ ନାହି ଜାୟେଙ୍ଗେ। ଅର୍ଥାଥ ଆମେ ଖାଲି ହାତରେ ଫେରିବୁ ନାହିଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ଭାରତୀୟ ହକି ଦଳର ଷ୍ଟ୍ରାଇକର ମନଦୀପ ସିଂ