ଅନ୍ତର୍ଜାତୀୟ |

ଓସ୍କାର ଦୌଡରେ ବାଜି ମାରିଲା ‘ଦ ଶେପ୍‌ ଅଫ୍‌ ଓ୍ବାଟର’

ଓସ୍କାର ଦୌଡରେ ବାଜି ମାରିଲା ‘ଦ ଶେପ୍‌ ଅଫ୍‌ ଓ୍ବାଟର’

କାଲିଫର୍ନିଆ,୫।୩: ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଓସ୍କାରର ୯୦ତମ ସମାରୋହରେ ସମସ୍ତ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ‘ଦ ଶେପ୍‌ ଅଫ୍‌ ଓ୍ବାଟର’କୁ ମିଳିଛି ବେଷ୍ଟ ଫିଲ୍ମ ଆଓ୍ବାର୍ଡ। ଏହାର ନିର୍ଦ୍ଦେଶକ ଗୁଲେର୍ମି ଡେଲ ଟୋରୋଙ୍କୁ ମିଳିଛି ବେଷ୍ଟ ଡିରେକ୍ଟର ଆଓ୍ବାର୍ଡ। ଫିଲ୍ମର କାହାଣୀ ଜଣେ ମୂକ ମହିଳାଙ୍କ ଉପରେ ଆଧାରିତ। ଏହି ଦୌଡରେ ବେଷ୍ଟ ଲିଡ୍‌ ରୋଲ୍‌ ମେଲ୍‌ ଗେରି ଏଲ୍ଡ ମ୍ୟାନଙ୍କୁ ଦିଆଯାଇଛି। ଫ୍ରାନ୍‌ ସେସ୍‌ ମେକଡୋରମଣ୍ଡଙ୍କୁ ବେଷ୍ଟ୍ର ଆକ୍ଟ୍ରେସ୍‌ ଆଓ୍ବାର୍ଡ ମିଳିଥିବା ବେଳେ ‘ଡନକର୍କ’ ଫିଲ୍ମକୁ ସବୁଠାରୁ ଅଧିକ ୩ଟି ଓସ୍କାର ଆଓ୍ବାର୍ଡ ମିଳିଥିବା ଜଣାପଡିଛି।

All Right Reserved By

ଅନ୍ତର୍ଜାତୀୟ |

ଜିମ୍ବାଓ୍ବେ ବୋମା ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଲେ ରାଷ୍ଟ୍ରପତି

ଜିମ୍ବାଓ୍ବେ ବୋମା ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଲେ ରାଷ୍ଟ୍ରପତି

ହରାରେ,୨୪।୬: ଜିମ୍ବାଓ୍ବେରେ ହୋଇଥିବା ବୋମା ବିସ୍ଫୋରଣରେ ରାଷ୍ଟ୍ରପତି ଏମର୍ସନ୍‌ ମନନଗଓ୍ବା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜିମ୍ବାଓ୍ବେର ଏକ ଷ୍ଟାଡିୟମରେ ରାଷ୍ଟ୍ରପତି ଶାସିତ ଜାନୁ-ପିଏଫ୍‌ ଦଳର ଏକ ନିର୍ବାଚନ ଶୋଭାଯାତ୍ରାକୁ ସମ୍ବୋଧିତ କରିବା ଅବସରରେ ସେଠାରେ ବିସ୍ଫୋରଣ ହୋଇଥିଲା।

ବଢିଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶା

ବଢିଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶା

ଢାକା,୨୪।୬: ବାଂଲାଦେଶର କକ୍ସ ବଜାରରେ ଶରଣ ନେଇଥିବା ରୋହିଙ୍ଗ୍ୟା ମୁସଲାମାନଙ୍କର ଦୁର୍ଦ୍ଦଶା ଏବେ ବଢିଯାଇଛି। ବର୍ଷା ହେବା ଫଳରେ ଶିବିରରେ ପାଣି ପଶିଯିବା ସହ ଜଳ ବାହିତ ରୋଗ ବଢିବାରେ ଲାଗିଛି।

ସୌଦି ମହିଳା ଧରିଲେ ଷ୍ଟିୟରିଂ

ସୌଦି ମହିଳା ଧରିଲେ ଷ୍ଟିୟରିଂ

ରିୟାଦ, ୨୪।୬: ସୌଦିରେ ମହିଳାଙ୍କୁ ମିଳିଛି ଗାଡ଼ି ଚଳାଇବାର ଅଧିକାର। ରବିବାରଠାରୁ ଦେଶର ପ୍ରାୟ ୧.୫୧ କୋଟି ମହିଳା ସର୍ବସାଧାରଣ ରାସ୍ତାରେ ଡ୍ରାଇଭିଂ କରିବାର ଅନୁମତି ପାଇଛନ୍ତି।

ଦକ୍ଷିଣ କୋରିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ

ଦକ୍ଷିଣ କୋରିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ

ସିଓଲ,୨୩।୬: ଦକ୍ଷିଣ କୋରିଆର ପୂର୍ବତନ ପ୍ରଧାନମନ୍ତ୍ରୀ କିମ୍‌-ଜୋଙ୍ଗ୍‌-ପିଲ୍‌ଙ୍କ ଶନିବାର ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ୧୯୨୬ରେ ଜନ୍ମଗ୍ରହଣ କରିଥିବା କିମ୍‌ କୋରିଆ ମିଲିଟାରୀ ଏକାଡେମୀରୁ ସ୍ନାତକ ହାସଲ କରିବା ପରେ ୧୯୬୧ ସୈନ୍ୟ ବିଦ୍ରୋହରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ନେପାଳଗଞ୍ଜ-ଦିଲ୍ଲୀ ବିମାନ ଚଳାଚଳ ପାଇଁ ବୁଦ୍ଧ ଏୟାରର ଆବେଦନ

ନେପାଳଗଞ୍ଜ-ଦିଲ୍ଲୀ ବିମାନ ଚଳାଚଳ ପାଇଁ ବୁଦ୍ଧ ଏୟାରର ଆବେଦନ

କାଠମାଣ୍ଡୁ/ନୂଆଦିଲ୍ଲୀ,୨୩।୬: ନେପାଳଗଞ୍ଜରୁ ନୂଆଦିଲ୍ଲୀ ବିମାନ ଚଳାଚଳ ଲାଗି ନେପାଳର ଘରୋଇ ବିମାନ ଚଳାଚଳ ସଂସ୍ଥା ବୁଦ୍ଧ ଏୟାର ପକ୍ଷରୁ ଆବେଦନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦୈନିକ ୩ଟି ବିମାନ ଚଳାଚଳ କରିବାକୁ ନେପାଳର ପର୍ଯ୍ୟଟନ, ସଂସ୍କୃତି ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରବୀନ୍ଦ୍ର ଅଧିକାରୀଙ୍କୁ ବୁଦ୍ଧ ଏୟାର ଆବେଦନ କରିଛି।

୨ଟି ଆସନରୁ ଲଢ଼ିବେ ନଓ୍ବାଜଙ୍କ ଝିଅ

୨ଟି ଆସନରୁ ଲଢ଼ିବେ ନଓ୍ବାଜଙ୍କ ଝିଅ

ଇସ୍‌ଲାମାବାଦ,୨୩।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ଝିଅ ମରିୟମ୍‌ ନଓ୍ବାଜ ଆଗାମୀ ପାକିସ୍ତାନ ସାଧାରଣ ନିର୍ବାଚନରେ ୨ଟି ଆସନରୁ ଲଢ଼ିବେ। ସେ ଲାହୋର ନ୍ୟାଶନାଲ୍‌ ଆସେମ୍ବ୍ଲି-୧୨୭ ଏବଂ ପଞ୍ଜାବ ଆସେମ୍ବ୍ଲି କନ୍‌ଷ୍ଟିଚୁଏନ୍ସି ପିପି-୧୪୩ରୁ ଲଢ଼ିବେ ବୋଲି ସୂଚନା ମିଳିଛି।

୬ହଜାର ଫୁଟ ଉଚ୍ଚରେ ଚାଇନା ନିର୍ମାଣ କରୁଛି ବିମାନବନ୍ଦର

୬ହଜାର ଫୁଟ ଉଚ୍ଚରେ ଚାଇନା ନିର୍ମାଣ କରୁଛି ବିମାନବନ୍ଦର

ବେଜିଂ,୨୩।୬: ଅସମ୍ଭବକୁ ସମ୍ଭବ କରିବାରେ ସମସ୍ତ କୌଶଳ ଚାଇନା ପାଖରେ ରହିଛି। ପାହାଡ କାଟି ବୁଲେଟ୍‌ ଟ୍ରେନ୍‌ ଚଳାଇବା ହେଉ ଅବା ସମୁଦ୍ରର ଅତଳ ଗର୍ଭରେ ଆର୍ମି ବେସ୍‌ ପୁଣି ସବୁଠାରୁ ବଡ ପୋଲ ନିର୍ମାଣ ଏସବୁ ଚାଇନା ପାଇଁ ବାଁ ହାତର ଖେଳ।

ପାକିସ୍ତାନରେ ଖୋଲିଲା ଆତଙ୍କବାଦୀଙ୍କ କାର୍ଯ୍ୟାଳୟ

ପାକିସ୍ତାନରେ ଖୋଲିଲା ଆତଙ୍କବାଦୀଙ୍କ କାର୍ଯ୍ୟାଳୟ

କରାଚି,୨୩।୬: ବମ୍ବେ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦ ବିଶ୍ୱ ପାଇଁ ଏକ କୁଖ୍ୟାତ ଆତଙ୍କବାଦୀ ହୋଇଥାଇପାରନ୍ତି ସତ। ହେଲେ ପାକିସ୍ତାନର ସେ ଗେହ୍ଲା ପୁଅ। ଆସନ୍ତା ନିର୍ବାଚନରେ ସେ ନିଜର ଭାବମୂର୍ତ୍ତିକୁ ଆହୁରି ନିର୍ମଳ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

ସମୁଦ୍ର ପାରି ହେବା ବେଳେ ଜୀବନ ହରାଇଲେଣି ୧ହଜାରରୁ ଊର୍ଦ୍ଧ୍ୱ ଶରଣାର୍ଥୀ

ସମୁଦ୍ର ପାରି ହେବା ବେଳେ ଜୀବନ ହରାଇଲେଣି ୧ହଜାରରୁ ଊର୍ଦ୍ଧ୍ୱ ଶରଣାର୍ଥୀ

ଓ୍ବାଶିଂଟନ,୨୩।୬: ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ଲିବିୟାରୁ ୟୁରୋପ ସମୁଦ୍ର ପଥ ଦେଇ ଯିବା ସମୟରେ ୧ହଜାରରୁ ଊର୍ଦ୍ଧ୍ୱ ଶରଣାର୍ଥୀ ଜୀବନ ହରାଇଲେଣି।

ମେଲାନିଆଙ୍କ ଜ୍ୟାକେଟକୁ ନେଇ ବିବାଦ

ମେଲାନିଆଙ୍କ ଜ୍ୟାକେଟକୁ ନେଇ ବିବାଦ

ଓ୍ବାଶିଂଟନ,୨୨।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍‌ଙ୍କ ଜ୍ୟାକେଟକୁ ନେଇ ଏବେ ସବୁଠି ଚର୍ଚ୍ଚା। ନିକଟରେ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଆମେରିକା-ମେକ୍ସିକୋ ସୀମାରେ ପ୍ରବାସୀଙ୍କ ସହ ଭେଟି ସମସ୍ତଙ୍କ ମନ କିଣିଥିଲେ।

ବାହାରୁ ୬୮ ଲକ୍ଷ ଟଙ୍କାର ଖାଦ୍ୟ ମଗାଇ ଅଡୁଆରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ବାହାରୁ ୬୮ ଲକ୍ଷ ଟଙ୍କାର ଖାଦ୍ୟ ମଗାଇ ଅଡୁଆରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ଜେରୁଜେଲମ,୨୨।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍‌ନ୍ୟାହୁଙ୍କ ପତ୍ନୀ ସାରାଙ୍କ ଉପରେ ଧୋକାଦେବା ଓ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ବାସ ଭବନକୁ କ୍ୟାଟରିଂ ଯୋଗେ ବାହରୁ ଅତ୍ୟଧିକ ପରିମାଣର ଖାଦ୍ୟ ମଗାଇ ସରକାରୀ ଅର୍ଥର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଛି।

ମା’ହୋଇ ଇତିହାସ ରଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ମା’ହୋଇ ଇତିହାସ ରଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ଓ୍ବେଲିଂଟନ,୨୨।୬: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ଇତିହାସ ରଚିଛନ୍ତି। ପ୍ରଧାନପନ୍ତ୍ରୀ ପଦରେ ଥାଇ ବିଶ୍ୱର ଦ୍ୱିତୀୟ ମହିଳା ଭାବେ ସେ ମା’ ହୋଇଛନ୍ତି।

Model This Week

ଆହାନା