ସମ୍ପାଦକୀୟ |

ମାପକାଠି ନୁହେଁ

ମାପକାଠି ନୁହେଁ
ଉତ୍ତରପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ୨୦୧୮ ମାର୍ଚ୍ଚ ୩ରେ ପ୍ରକାଶ ପାଇବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୫ ବର୍ଷ ତଳେ ଭାରତୀୟ ଜନତା ପାର୍ଟି (ଭାଜପା)ର ମୂଳ ଏହିସବୁ ରାଜ୍ୟରେ ସେଭଳି ନ ଥିବାବେଳେ ଏବେ ସଂଖ୍ୟାତ୍ମକ ଦୃଷ୍ଟିରୁ ବୃଦ୍ଧି ପାଇଥିବାରୁ ଏହାର ନେତାମାନେ ଖୁସି ବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୧୩ରେ ତ୍ରିପୁରା ଓ ମେଘାଳୟ ବିଧାନସଭାରେ ଭାଜପାର ଉପସ୍ଥିତି ନ ଥିବାବେଳେ ନାଗାଲାଣ୍ଡରେ କେବଳ ଗୋଟିଏ ଆସନ ଜିତିପାରିଥିଲା। ୨୦୧୮ ନିର୍ବାଚନରେ ତ୍ରିପୁରାରେ ଭୋଟ ହୋଇଥିବା ୫୯ ଆସନ ମଧ୍ୟରୁ ଭାଜପା ୩୫ଟି ପାଇଥିବା ବେଳେ ନାଗାଲାଣ୍ଡର ୬୦ ଆସନରୁ ୧୨ଟି ଏବଂ ମେଘାଳୟରେ ୫୯ ଆସନରୁ ମାତ୍ର ୨ଟି ପାଇଛି। ଭାଜପା ନେତାମାନେ ଉପରଲିଖିତ ୩ଟି ରାଜ୍ୟରେ ପୂର୍ବାପେକ୍ଷା ଭଲ ଫଳ କରିଥିବାରୁ ଏବେ ଗର୍ବର ସହ କହିଲେଣି ଯେ ଦଳର ପରବର୍ତ୍ତୀ ମିଶନ ହେଉଛି କର୍ନାଟକ, କେରଳ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା। ଦେଖିବାକୁ ଗଲେ ତ୍ରିପୁରା, ମେଘାଳୟ ଓ ନାଗାଲଣ୍ଡର ଜନସଂଖ୍ୟା ଭାରତର ମାତ୍ର ୦.୭୦ ପ୍ରତିଶତ। ଏହି ୩ଟି ରାଜ୍ୟର ଲୋକ ସଭା ଆସନ ସଂଖ୍ୟା କେବଳ ୫। ଅର୍ଥାତ୍‌ ଏସବୁ ରାଜ୍ୟର ଫଳାଫଳକୁ ମାପକାଠି ଧରି ଦେଶର ଭୋଟରଙ୍କ ମିଜାଜ ମାପିବା ବୋକାମି। କିଛି ମାସ ପୂର୍ବକୁ ଗଲେ ଦେଶର ବୃହତ୍‌ ରାଜ୍ୟଗୁଡ଼ିକରେ ହୋଇଥିବା ଉପନିର୍ବାଚନରେ ଭାଜପାର କିଭଳି ଶୋଚନୀୟ ପରାଜୟ ଘଟିଥିଲା ତାହାର ଚିତ୍ର ସାମ୍ନାକୁ ଆସିଥିଲା। ୨୦୧୭ ଡିସେମ୍ବରରେ ତାମିଲନାଡୁର ରାଧାକ୍ରିଷ୍ଣନଗର ଉପନିର୍ବାଚନରେ ଭାଜପା ନୋଟାଠାରୁ କମ୍‌ ଭୋଟ ପାଇଥିଲା। ସେହିପରି ୨୦୧୮ ଫେବୃୟାରୀରେ ଭାଜପା ଶାସିତ ରାଜସ୍ଥାନର ଅଲଓ୍ବାର ଓ ଅଜମେର ଲୋକ ସଭା ଆସନ ଏବଂ ମଣ୍ଡଳଗଡ଼ ବିଧାନସଭା କ୍ଷେତ୍ର ଲାଗି ହୋଇଥିବା ଉପନିର୍ବାଚନରେ ଭାଜପା ପରାଜୟବରଣ କରିଥିଲା। ଅନୁରୂପ ଭାବେ ଭାଜପା ଶାସିତ ମଧ୍ୟପ୍ରଦେଶର ମୁଙ୍ଗାଓଲି ଓ କୋଲରାସ ବିଧାନସଭା ଲାଗି ଗତ ମାସ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ଜିତାପଟ ମାରିଥିଲା। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ‘କଂଗ୍ରେସ ମୁକ୍ତ ଭାରତ’ର ସ୍ଲୋଗାନ ଦେଉଥିବା ସତ୍ତ୍ୱେ ତାଙ୍କ ନିଜ ରାଜ୍ୟ ଗୁଜରାଟରେ କଂଗ୍ରେସ ଶକ୍ତି ଯଥେଷ୍ଟ ବୃଦ୍ଧି ପାଇଥିବା ଦେଶବାସୀ ଲକ୍ଷ୍ୟ କରିଛନ୍ତି। ଶେଷରେ ନିକଟରେ ଓଡ଼ିଶାର ବିଜେପୁର ଉପନିର୍ବାଚନରେ ଭାଜପାର ପରାଜୟ ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ଭିନ୍ନ ଦିଗ ଦେଖାଇଛି। ବୃହତ୍ତର ରାଜ୍ୟଗୁଡ଼ିକରେ ଏହି ଗୈରିକ ଦଳର ଶକ୍ତି ହ୍ରାସ ପାଇଥିବାବେଳେ ଉତ୍ତର ପୂର୍ବାଞ୍ଚଳର ୩ଟି ରାଜ୍ୟ (ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ)ରେ ଭାଜପାର ଆଂଶିକ ସଫଳତା ପଛରେ ସ୍ଥାନୀୟ ପ୍ରସଙ୍ଗ ମୁଖ୍ୟ ହୋଇଛି। ଏହାକୁ ଦେଶର ରାଜନୈତିକ ଲକ୍ଷଣ କହିବା ଭୁଲ ହେବ। ତ୍ରିପୁରା କଥା ଦେଖିଲେ ଦୀର୍ଘ ୨୦ ବର୍ଷ ଧରି ଶାସନ କ୍ଷମତାରେ ଥିବା ମାନିକ୍‌ ସରକାର ନିଜ ଗରିବପଣିଆକୁ ଦେଖାଇ ଆସୁଥିଲେ। ଗଣମାଧ୍ୟମ ଖବର ଉପରେ ନଜର ରଖିଥିବା ବ୍ୟକ୍ତି ଜାଣିଥିବେ ଯେ ତାଙ୍କ ସରଳ ଜୀବନଯାପନ ନେଇ ଯେଉଁ ଚର୍ଚ୍ଚା ହୋଇଥାଏ ସେଥିରେ ସେ ଅତ୍ୟନ୍ତ ଖୁସି ହୋଇଥାନ୍ତି। ରାଜ୍ୟ ପାଇଁ ଯଥେଷ୍ଟ ଉନ୍ନତିମୂଳକ କାର୍ଯ୍ୟ କରି ନ ପାରିବାରୁ ସରକାର ବିରୋଧୀ ହାଓ୍ବା ତାଙ୍କୁ ଗାଦିଚ୍ୟୁତ କରାଇଲା। ଏହାଠାରୁ ଅଧିକ ଗୁରୁତ୍ୱ ଧାରଣ କରିଥିଲା ଭାଜପାର ବଙ୍ଗାଳୀ ବିରୋଧୀ ଅଭିଯାନ। ଏହି ସାମାଜିକ ବିଭେଦ ସୃଷ୍ଟି କରାଇ ତ୍ରିପୁରାର ଆଦିବାସୀ ଭୋଟ ପାଇବାରେ ଭାଜପା ସଫଳ ହୋଇଛି। ଫଳରେ ସେଠାରେ ଭାଜପା ୩୫ ଆସନ ପାଇ ଲାଭବାନ ହୋଇଛି ଓ ସରକାର ଗଢ଼ିବା ସ୍ପଷ୍ଟ ହୋଇଯାଇଛି। ସିପିଏମ୍‌ ୧୬ ଆସନରେ ସନ୍ତୁଷ୍ଟ ହୋଇଥିବା ବେଳେ କଂଗ୍ରେସ ଖାତା ଖୋଲିପାରି ନାହିଁ। ନାଗାଲାଣ୍ଡ ବିଷୟ ଅବତାରଣା କଲେ ୨୦୧୩ ନିର୍ବାଚନରେ ଭାଜପା ମାତ୍ର ଗୋଟିଏ ଆସନ ପାଇଥିଲା। ଚଳିତ ନିର୍ବାଚନରେ ଏହା ୧୨ ଆସନ ପାଇଛି। ନେଫିଉ ରିଓଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି (ଏନ୍‌ଡିପିପି)ର ୧୭ ଆସନ ସହ ମିଶି ସେଠାରେ ଭାଜପା ସହଯୋଗୀ ଭାବେ ସରକାରରେ ସ୍ଥାନ ପାଇପାରେ। ଏଠାରେ ମଧ୍ୟ କଂଗ୍ରେସ ଖାତା ଖୋଲିବାରୁ ବଞ୍ଚିତ ହୋଇଛି। ହେଲେ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍‌ପିଏଫ୍‌) ୨୭ଟି ଆସନରେ ବିଜୟୀ ହୋଇ ଏକାକୀ ବୃହତ୍‌ ଦଳ ଭାବେ ଅଧିକ ସିଟ୍‌ ପାଇଛି। ମାତ୍ର ଭାଜପା ଏନ୍‌ଡିପିପି ସହ ମିଶି ସରକାରରେ ରହିବାକୁ ମସୁଧା ଚଳାଇଛି। ମେଘାଳୟ କଥା ଦେଖିଲେ ଏହି ଗୈରିକ ଦଳର କ୍ଷମତା ଅକ୍ତିଆର ସମୀକରଣ ସହଜରେ ବୁଝାପଡ଼ିଯାଉଛି। ୨୦୧୩ ନିର୍ବାଚନରେ ଏଠାରେ ଭାଜପା ଖାତା ଖୋଲିପାରି ନ ଥିଲା। ଏଥର ଏହା ମାତ୍ର ୨ଟି ଆସନରେ ଜିତିଛି। ଫଳରେ ସେଠାରେ ନ୍ୟାଶନାଲ ପିପୁଲ୍ସ ଫ୍ରଣ୍ଟ (ଏନ୍‌ପିପି)ର ୧୯ ଆସନ ସହ ଅନ୍ୟାନ୍ୟ ଛୋଟ ଦଳକୁ ନେଇ ସରକାରରେ ରହିବାକୁ ଭାଜପା ଅଣ୍ଟା ଭିଡ଼ି ସାରିଲାଣି। ଏପରି କି ଲୋକ ସଭାର ପୂର୍ବତନ ବାଚସ୍ପତି ପି. ଏ. ସାଙ୍ଗ୍‌ମାଙ୍କ ପୁଅ କନ୍‌ରାଡ୍‌ ସାଙ୍ଗ୍‌ମାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଭାଜପା ସମର୍ଥନ କରି ରାଜ୍ୟପାଳଙ୍କୁ ଭେଟିଛି। ଅନ୍ୟପକ୍ଷରେ କଂଗ୍ରେସ ଏଠାରେ ଏକାକୀ ୨୧ ଆସନ ଅକ୍ତିଆର କରିଥିବାରୁ ରାଜ୍ୟପାଳଙ୍କ ନିକଟରେ ସରକାର ଗଢ଼ିବା ଲାଗି ଦାବି କରିଛି। ଏଭଳି ସ୍ଥଳେ ଯଦି ରାଜ୍ୟପାଳ ସରକାର ଗଠନ ଲାଗି କନ୍‌ରାଡଙ୍କୁ ନିମନ୍ତ୍ରଣ କରନ୍ତି, ତେବେ ସାମ୍ବିଧାନିକ ସଙ୍କଟ ଦେଖାଦେବ। ଅବଶ୍ୟ ଏଭଳି ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। କାରଣ ପୂର୍ବରୁ ଗୋଆ ଓ ମଣିପୁରରେ ସଂଖ୍ୟା କମ୍‌ ଥାଇ ଯେଉଁଭଳି ଭାବେ ଘୋଡ଼ା ବେପାର କରି ଭାଜପା କ୍ଷମତାସୀନ ହୋଇଥିଲା, ସେହି ସୂତ୍ରରେ ଏବେ ନାଗାଲାଣ୍ଡ ଓ ମେଘାଳୟରେ ସରକାର ଗଠନ ପାଇଁ ବ୍ୟଗ୍ର ହୋଇପଡ଼ିଛି।
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ମୁକ୍ତ କରନାହିଁ

ସମ୍ପାଦକୀୟ/ମୁକ୍ତ କରନାହିଁ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ସମସ୍ତ ୭ ଦୋଷୀଙ୍କୁ ମୁକ୍ତ କରିବା ଲାଗି ନିକଟରେ ତାମିଲନାଡୁ ସରକାର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସଂକ୍ରାନ୍ତ ଏକ ସଂକଳ୍ପକୁ ଗୃହୀତ କରିଥିଲା। ଏଥିରେ ...

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ସମ୍ପନ୍ନା ପାତ୍ର

ବର୍ଷତମାମ ଆମ୍ଭେମାନେ ଜାତୀୟ ହେଉ ବା ଆଞ୍ଚଳିକ ସ୍ତରରେ କିଛି ନା କିଛି ଉତ୍ସବ ପାଳନ କରିଥାଉ ଆମ ମହାନ୍‌ ପୂର୍ବସୂରୀମାନଙ୍କ ସମ୍ମାନାର୍ଥେ। ସେମାନଙ୍କ ବଳିଦାନକୁ ମନେପକାଇଥାଉ, ସେମାନଙ୍କ ନିଃସ୍ବାର୍ଥ ତ୍ୟାଗକୁ ବାସ୍ତବ ଜୀବନରେ ଆପଣେଇବାକୁ ସଙ୍କଳ୍ପ କରିଥାଉ। ସେମାନେ ଆମର ଚିର ବନ୍ଦନୀୟ, ଚିର ନମସ୍ୟ। ପ୍ରତ୍ୟେକ ଭାରତୀୟ ସର୍ବଦା ସେମାନଙ୍କଠାରେ ନତମସ୍ତକ। ସ୍ବାଧୀନତା ...

ପୋଷାକ ଓ ପୌରୁଷ

ପୋଷାକ ଓ ପୌରୁଷ


ଡ. ରମେଶ ଚନ୍ଦ୍ର ପରିଡ଼ା

ସୁପ୍ରସିଦ୍ଧ ବିଜ୍ଞାନ ଲେଖକ ରବିନସ୍‌ କୁକ୍‌ଙ୍କ ବିଚାରରେ ‘ପ୍ରତ୍ୟେକ ଜୀବର ସ୍ବତଃସ୍ଫୂର୍ତ୍ତ ପ୍ରବୃତ୍ତି ହେଲା ନିଜ ପ୍ରତିରୂପ ବା ସନ୍ତାନ ସୃଷ୍ଟି। କ୍ଷୁଦ୍ରାତିକ୍ଷୁଦ୍ର ଜୀବାଣୁଠାରୁ ଆରମ୍ଭ କରି ବିଶାଳକାୟ ତିମି ଏବଂ ମେଧାବୀ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଏହା ବିଦ୍ୟମାନ। ନିମ୍ନଶ୍ରେଣୀର ଜୀବମାନେ ତାହା ସମାହିତ କରିଥାନ୍ତି ଅଲିଙ୍ଗୀ ଜନନ ମାଧ୍ୟମରେ ଏବଂ ଉନ୍ନତ ତଥା ଜଟିଳ ଗଛଲତା ଓ ପ୍ରାଣୀମାନଙ୍କ କ୍ଷେତ୍ରରେ ...

ଏଇ ଭାରତରେ

ଏଇ ଭାରତରେ

ସମୟର ପ୍ରବହମାନ ଧାରା ସହିତ ସବୁକିଛିର ପରିବର୍ତ୍ତନ ଘଟେ। ଯେଉଁ ଅଞ୍ଚଳରେ ଏକଦା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା ସେଠାରେ ଉଭୟ ସମ୍ପ୍ରଦାୟ ଏବେ ଭାଇଚାରା ସୃଷ୍ଟି କରିଛନ୍ତି। ...

ସମ୍ପାଦକୀୟ/ ରୋଗୀ ବନ୍ଧକ

ସମ୍ପାଦକୀୟ/ ରୋଗୀ ବନ୍ଧକ

କୌଣସି ଆର୍ଥିକ ସଂସ୍ଥାରୁ ଋଣ ଆଣିବାକୁ ହେଲେ ବ୍ୟକ୍ତିବିଶେଷଙ୍କୁ ମଟ୍‌ଗେଜ୍‌ ବା ବନ୍ଧକ ରଖିବାକୁ ପଡ଼େ। ଋଣ କରିଥିବା ବ୍ୟକ୍ତି ଯଦି ଭବିଷ୍ୟତରେ ତାହାକୁ ଶୁଝିବାକୁ ଅକ୍ଷମ ହୁଅନ୍ତି, ତେବେ ବନ୍ଧକ ଥିବା ଜିନିଷ ନିଲାମ କରାଯାଇ ଅର୍ଥ ଅସୁଲ କରାଯାଏ। ରୋଗୀଙ୍କୁ ବନ୍ଧକ ରଖାଯିବା ବିଷୟ ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ବର୍ତ୍ତମାନ ଡାକ୍ତରଖାନା ବିଶେଷକରି ଘରୋଇ ହସ୍ପିଟାଲଗୁଡ଼ିକରେ ପ୍ରାୟତଃ ଦେଖିବାକୁ ମିଳୁଛି। ହସ୍ପିଟାଲ ଯାଉଥିବା ଦେଶର ଅଧିକାଂଶ ଲୋକ ଏଭଳି ପରିସ୍ଥିତିର ସାମ୍ନା କରୁଥିବେ। ରୋଗୀଙ୍କ ମୃତ୍ୟୁ ଘଟିଲେ...

ଘରୋଇ ହିଂସାର କରାଳ ରୂପ

ଘରୋଇ ହିଂସାର କରାଳ ରୂପ

ବୈକୁଣ୍ଠନାଥ ମିଶ୍ର

ହିଂସା ଏକ ନକାରାତ୍ମକ ଶବ୍ଦ, ଯାହା ପରପୀଡ଼ନ, ପରର କ୍ଷତି ସାଧନ, ଏପରି କି ଧ୍ୱଂସ ଓ ମୃତ୍ୟୁଲୀଳା ସଂଯୋଜନାକୁ ବୁଝାଏ। ଯେତେବେଳେ ଏହା ଆତ୍ମୀୟସ୍ବଜନ ବା ରକ୍ତ ସମ୍ପର୍କୀୟ ପ୍ରତି କରାଯାଏ, ତାହାକୁ ପାରିବାରିକ ବା ଘରୋଇ ହିଂସା କୁହାଯାଏ। ନିଜ ପୁତ୍ର ବା କନ୍ୟା ପରିବାରର ସମ୍ମାନକୁ ଭ୍ରୂକ୍ଷେପ ନ କରି ଏପରି କିଛି କରିବସନ୍ତି, ଯାହା ପରିବାର ସଦସ୍ୟଙ୍କ ମନରେ ସେମାନଙ୍କ ପ୍ରତି ଘୃଣା...

 ଆଦର୍ଶ, ଦେଶ ଓ ଦେଶାତ୍ମବୋଧ

ଆଦର୍ଶ, ଦେଶ ଓ ଦେଶାତ୍ମବୋଧ


ନୃସିଂହ ପ୍ରସାଦ ତ୍ରିପାଠୀ

ଗୋଟିଏ ଦେଶର ସର୍ବାଙ୍ଗୀଣ ଉନ୍ନତି ପାଇଁ ତା’ର ନାଗରିକଙ୍କର ଦେଶ ପ୍ରତି ପ୍ରତିବଦ୍ଧତା ଜରୁରୀ। ଏହାର ଲୋକପ୍ରିୟ ନାମ ହେଉଛି ଦେଶାତ୍ମବୋଧ। ଗଣତନ୍ତ୍ର ଶାସନ ପଦ୍ଧତିରେ ଯେଉଁ ରାଜନୈତିକ ଦଳ କ୍ଷମତାକୁ ଆସନ୍ତି, ସେମାନେ ସବୁବେଳେ ଜାହିର କରିବାକୁ ଚାହାନ୍ତି ଯେ, ସେମାନଙ୍କର ଦେଶଭକ୍ତି ଅତି ଉଚ୍ଚ ଧରଣର ଏବଂ ସେମାନେ ହିଁ ଦେଶକୁ ପ୍ରଗତି ପଥରେ ଚଳାଇନେବେ। ସ୍ବାଧୀନତା ପ୍ରାପ୍ତିର ସତୁରି ବର୍ଷରୁ ବେଶି ହେଲାଣି। କୋଠାବାଡ଼ି, ରାସ୍ତାଘାଟ, ଶିଳ୍ପ ଓ କୃଷିରେ କିଛି ପ୍ରଗତି ହୋଇଛି ନିଶ୍ଚୟ, କିନ୍ତୁ...

ଏଇ ଭାରତରେ

ଏଇ ଭାରତରେ

ପେଟ୍ରୋଲକୁ ତରଳ ସୁନା କହିବାର ଯଥାର୍ଥତା ବର୍ତ୍ତମାନ ଉପଲବ୍‌ଧି କରିହେଉଛି। କାରଣ ଏହାର ଲିଟର ପ୍ରତି ଦର ୧୦୦ଟଙ୍କା ଛୁଇଁବାକୁ ଆଉ ବେଶି ଦିନ ବାକି ନାହିଁ। ଭାରତର କେତେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ଛୁଇଁଛି। ଏହା ବାସ୍ତବରେ ମୋଟରଗାଡି ଚାଳକଙ୍କୁ ଖୁବ୍‌ ବାଧୁଛି। ଏହାର ମହାର୍ଘ ମୂଲ୍ୟ ଦୃଷ୍ଟିରୁ କେତେକେ ଏହାକୁ ନବଦମ୍ପତିଙ୍କୁ ଉପହାର ଦେବାକୁ ଉଚିତ ମଣୁଛନ୍ତି। ତାମିଲନାଡୁ...

ଅତିବଡ଼ ଜଗନ୍ନାଥ ଦାସ

ଅତିବଡ଼ ଜଗନ୍ନାଥ ଦାସ

ଆଗେ ଆମ ଓଡ଼ିଶାର ଗାଁ ଗାଁରେ ଥିଲା ଭାଗବତ ଟୁଙ୍ଗୀ। ପୂଜା ପାଉଥିବା ଏଇ ତାଳପତ୍ର ପୋଥିଙ୍କୁ ଲୋକେ ଭକ୍ତିରେ କହୁଥିଲେ ଭାଗବତ ଗାଦି। ପ୍ରତିଦିନ ସା ସମୟରେ ବ୍ରାହ୍ମଣ ପଣ୍ଡିତ ଭାଗବତ ପାଠ କରନ୍ତି।

କୁମ୍ଭକର୍ଣ୍ଣଙ୍କୁ କୋଟି ପ୍ରଣାମ

କୁମ୍ଭକର୍ଣ୍ଣଙ୍କୁ କୋଟି ପ୍ରଣାମ

ସବୁଠୁ ବଡ ଅଳସୁଆ କିଏ? ଯିଏ ପେଟେ ଖାଇ ନିଧୁର୍ର୍ମ ଶୋଇବା ବ୍ୟତୀତ କିଛି କାମ କରେନାହିଁ। 

ଓଡ଼ିଆଙ୍କୁ ଚାପୁଡ଼ା

ଓଡ଼ିଆଙ୍କୁ ଚାପୁଡ଼ା

ଭାରତୀୟ ହକି ଦଳରେ ଓଡ଼ିଆ ଖେଳାଳିଙ୍କ ଅବଦାନ ସ୍ମରଣୀୟ ରହିଆସିଛି। ଦିଲୀପ ତୀର୍କି, ଲାଜରୁସ ବାର୍ଲା, ଇଗ୍ନେଶ ତୀର୍କି,  ପ୍ରବୋଧ ତୀର୍କିଙ୍କ ଭଳି ଓଡ଼ିଆ ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନ ଦେଶକୁ ବହୁ ଅନ୍ତର୍ଜାତୀୟ ସ୍ତରୀୟ ଖେଳରେ ବିଜୟ ଆଣିଦେଇଛି। 

ନାଗରିକ ଅଧିକାରର ବିଜୟ

ନାଗରିକ ଅଧିକାରର ବିଜୟ

ଆକାର ପଟେଲ

ଭାରତୀୟ ନାଗରିକମାନଙ୍କ ଅଧିକାର ପାଇଁ ସବୁବେଳେ ସ୍ପଷ୍ଟ ବିଜୟ ମିଳି ନ ଥାଏ, ଯାହା ନିକଟରେ ମିଳିଛି ଧାରା ୩୭୭ର ଉଚ୍ଛେଦ ମାଧ୍ୟମରେ। ପୁଣି ତା’ର ଅଳ୍ପଦିନ ପରେ ଆଉ ଏକ ଆନନ୍ଦର ବିଷୟ ଯେ, ଉତ୍ତରପ୍ରଦେଶ ଶାହରନ୍‌ପୁର ଜିଲାର ଦଳିତ ନେତା ଚନ୍ଦ୍ରଶେଖର ଆଜାଦଙ୍କୁ ଜେଲରୁ ମୁକ୍ତି ମିଳିଛି। ଆଜାଦ ନିଜ ଜାତି ଓ ସଂସ୍କୃତିର ପରିଚୟ ଦେବାକୁ ଯାଇ ନିଜକୁ ଚମାର ବୋଲି କହିଥାନ୍ତି। ଆମ ...