ସମ୍ପାଦକୀୟ |

ବିଜୁବାବୁଙ୍କ ବୈଜ୍ଞାନିକ ସ୍ବପ୍ନର ବିଶ୍ୱରୂପ

ବିଜୁବାବୁଙ୍କ ବୈଜ୍ଞାନିକ ସ୍ବପ୍ନର ବିଶ୍ୱରୂପ

ଡ. ରମେଶ ଚନ୍ଦ୍ର ପରିଡ଼ା/ସମସ୍ତେ ସ୍ବପ୍ନ ଦେଖନ୍ତି। କିନ୍ତୁ ଯୁଗପୁରୁଷମାନେ ଦେଖିପାରନ୍ତି ଚେତନାଶାଣିତ ସ୍ବପ୍ନ। ତାହା ସଫଳ ହୁଏ ଏବଂ ଇତିହାସ ରଚନା କରେ। ବିଜୁବାବୁ ଥିଲେ ଏହିପରି ଜଣେ ଯୋଗଜନ୍ମା। ସେଥିପାଇଁ ତାଙ୍କ ସ୍ବପ୍ନ ଯେ କେବଳ ଓଡିଶାର ନବନିର୍ମାଣର ଶିଳାନ୍ୟାସ କରିଥିଲା ତା’ ନୁହେଁ, ତାହା ଏ ଜାତିର ଗରିମାମୟ ଐତିହ୍ୟର ଧ୍ୱଜା ବହନ କରି ସମଗ୍ର ବିଶ୍ୱକୁ ପରିବ୍ୟାପ୍ତ ହୋଇଗଲା। ଫଳରେ ଦୀର୍ଘଦିନ ଧରି ପ୍ରଚଣ୍ଡ ହୀନମନ୍ୟତାର ଅନ୍ଧାର ଭିତରେ ଡୁବିଯାଇଥିବା ଏଇ ଜାତିଟି ଆନ୍ତର୍ଜାତିକ ସ୍ତରରେ ତା’ର ପରିଚୟ ଖୋଜିପାଇବାର ଅବକାଶ ଲାଭ କଲା।
ପିତା ଲକ୍ଷ୍ମୀନାରାୟଣ ଏବଂ ମାତା ଆଶାଲତାଙ୍କ କୋଳ ମଣ୍ଡନ କରି ୧୯୧୭ ମସିହା ମାର୍ଚ୍ଚ ୫ତାରିଖ ଦିନ ବିଜୁବାବୁ କଟକର ତୁଳସୀପୁରସ୍ଥିତ ଆନନ୍ଦଭବନରେ ଜନ୍ମଲାଭ କରିଥିଲେ। ଦୁଃସାହସିକତା ତାଙ୍କ ଚରିତ୍ରରେ ପରିସ୍ଫୁଟ ହୋଇଥିଲା ଅତି ବାଲ୍ୟକାଳରୁ। ଛାତ୍ରାବସ୍ଥାରେ ଦୁଇଜଣ ବନ୍ଧୁଙ୍କୁ ପ୍ରରୋଚିତ କରି ତାଙ୍କ ସହିତ ସେ ବର୍ତ୍ତମାନ ପାକିସ୍ତାନରେ ଥିବା ପେଶାଓ୍ବାର ପର୍ଯ୍ୟନ୍ତ ଯାତ୍ରା କରିଥିଲେ ସାଇକେଲରେ। ତତ୍ପରେ ସେ ବି.ଏସ୍‌ସି. ପଢୁଥିବା ଅବସ୍ଥାରେ ପାଠ ଛାଡି ବିମାନଚାଳନା ଶିିଖିଲେ ଏବଂ ରୟାଲ ଏୟାରଫୋର୍ସରେ ଯୋଗଦେଲେ। ତା’ପରେ ସେ ଯୋଗଦେଲେ ବଡଲାଟଙ୍କ ପାଇଲଟ ରୂପେ। କିନ୍ତୁ ତାଙ୍କ ମନ ଥିଲା ସ୍ବାଧୀନତା ଆନ୍ଦୋଳନରେ। ୧୯୪୨ ଭାରତଛାଡ ଆନ୍ଦୋଳନ ବେଳେ ଗାନ୍ଧୀ, ନେହେରୁ ଆଦି ନେତାମାନଙ୍କୁ ବନ୍ଦୀ କରାଯାଇଥିଲା। ସେତେବେଳେ ଲୁଚି ଲୁଚି ଏ ସଂଗ୍ରାମକୁ ଚଳାଇ ରଖିଥିଲେ ଜୟପ୍ରକାଶ ନାରାୟଣ, ଅରୁଣା ଆସଫ ଅଲୀ ପ୍ରମୁଖ। ବିଜୁବାବୁ ଗୋପନରେ ଏମାନଙ୍କୁ ସହାୟତା କରୁଥିଲେ। ଏହା ଜଣାପଡିଲା ପରେ ତାଙ୍କୁ ଚାକିରିରୁ ବିତାଡିତ କରାଗଲା। ତା’ପରେ ସେ ଯୋଗଦେଲେ ଡାଲମିଆ ଜୈନ ଏୟାରଓ୍ବେଜ୍‌ର ମୁଖ୍ୟ ବୈମାନିକ ରୂପେ।
ତାଙ୍କ ଦୁଃସାହସିକତାର ପ୍ରମାଣ ମିଳିଲା ୨୨ ଜୁଲାଇ ୧୯୪୭ ଦିନ। ସେଦିନ ସେ ଇଣ୍ଡୋନେସିଆର ମୁକ୍ତିସଂଗ୍ରାମୀ ସୁଲ୍‌ତାନ ସାରିଆରଙ୍କୁ ଉପନିବେଶବାଦୀ ଡଚ୍‌ ସରକାରଙ୍କ କାରାଗାରରୁ ଯେପରି ମୁକ୍ତ କରିଥିଲେ ତାହା ଯୁଗ ଯୁଗକୁ କିମ୍ବଦନ୍ତୀ ହୋଇ ରହିବ। ଏହାଫଳରେ ବିଜୁବାବୁଙ୍କ ସାହସ ଓ ଦେଶପ୍ରେମ ସହିତ ଓଡିଶା ମଧ୍ୟ ପରିଚିତ ହୋଇଗଲା ଆନ୍ତର୍ଜାତିକ ସ୍ତରରେ। ସେଥିପାଇଁ ତାଙ୍କୁ ୧୯୭୩ ମସିହାରେ ଭୂଷିତ କରାଗଲା ସ୍ବାଧୀନ ଇଣ୍ଡୋନେସିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭୂମିପୁତ୍ର’ ଉପାଧିରେ।
ଆନ୍ତର୍ଜାତିକ ସ୍ତରରେ ବିଜ୍ଞାନକୁ ଜନପ୍ରିୟ କରିବାରେ ସଫଳ ଓ ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ‘ୟୁନେସ୍କୋ’ ଦ୍ୱାରା ସମ୍ମାନିତ କରିବା ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘କଳିଙ୍ଗ ପୁରସ୍କାର’ ଆଧୁନିକ ଓଡିଶା ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା। ଏହାଫଳରେ ସମଗ୍ର ବିଶ୍ୱବାସୀ ସତ୍ତା ହରାଇ ବସିଥିବା ଏହି ରାଜ୍ୟର ଏବଂ ଏହାର ଇତିହାସ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପାଇଲେ।
ସେତେବେଳକୁ ବିଜୁବାବୁଙ୍କ ବୟସ ମାତ୍ର ୩୫ ବର୍ଷ। ଦେଶ ବା ରାଜ୍ୟର ରାଜନୀତିରେ ସେ ବିଶେଷ ପ୍ରତିଷ୍ଠିତ ହୋଇ ନ ଥାନ୍ତି। ଅନ୍ୟପକ୍ଷରେ ସେ ଥିଲା ସ୍ବାଧୀନତାର ଠିକ୍‌ ପର ସମୟର ଭାରତ, ଯେତେବେଳେ କି ଏହାର ପରିଚୟ ଥିଲା ଏକ ଅନ୍ଧବିଶ୍ୱାସ ଜର୍ଜରିତ କ୍ଷୁଧିତ ଦେଶ ରୂପେ ଏବଂ ଆମ ରାଜ୍ୟ ଓଡିଶାର କିଛି ବି ସତ୍ତା ନ ଥିଲା। ଏ ସମୟରେ ଏଠାର ବିଜ୍ଞାନ କଥା ନ କହିବା ଭଲ। ଏହାବ୍ୟତୀତ ବିଜ୍ଞାନକୁ ଜନପ୍ରିୟ କରିବାର ଗୁରୁତ୍ୱ ସେତେବେଳେ ସମଗ୍ର ବିଶ୍ୱ ମଧ୍ୟ ବିଶେଷ ଭାବେ ଅନୁଭବ କରି ନ ଥାଏ। ଏପରି ସମୟରେ ଜାତିସଂଘର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାକୁ ଏହି ‘ଜନପ୍ରିୟ ବିଜ୍ଞାନରେ ବିକଳ୍ପ ନୋବେଲ ପୁରସ୍କାର’ ପ୍ରତିଷ୍ଠା ପାଇଁ ପ୍ରବର୍ତ୍ତାଇବା ଏବଂ ସେଥିରେ ସଫଳ ହେବା କେବଳ ଜଣେ ଅବିଶ୍ୱସନୀୟ ଭାବେ ଗଭୀର ଆତ୍ମବିଶ୍ୱାସ ସମ୍ପନ୍ନ ବ୍ୟକ୍ତିତ୍ୱ ପକ୍ଷେ ହିଁ ସମ୍ଭବ, ଯାହାର ଅଧିକାରୀ ଥିଲେ ବିଜୁବାବୁ। ପୁନଶ୍ଚ ପୁରସ୍କାରଟି ସହିତ ନିଜର କିମ୍ବା ନିଜ ପରିବାରରେ କାହାରି ନାମ ନ ଯୋଡି ସେ ଯୋଡିଲେ ‘କଳିଙ୍ଗ’ର ନାମ। କି ବିଶାଳ ସେ ହୃଦୟ। କି ବିରଳ ସେ ବୈଜ୍ଞାନିକ ମାନସିକତା। କି ବ୍ୟାପକ ସେ ଦୂରଦୃଷ୍ଟି! କି ଅକଳନୀୟ ସେ ଜାତିପ୍ରେମ! ଏହାରି ମଧ୍ୟରେ ମୁକୁଳିତ ହୋଇଥିଲା ତାଙ୍କ ବୈଜ୍ଞାନିକ ସ୍ବପ୍ନର ବିଶ୍ୱରୂପ, ଯାହା କି କ୍ରମେ ପ୍ରକଟିତ ହେଲା ନାନା ରୂପରେ।
ସେ ଥିଲେ ଆମ ରାଜ୍ୟରେ ଶିଳ୍ପ ଯୁଗର ଭଗୀରଥ। ତାଙ୍କ ଦ୍ୱାରା ଆହୂତ ଗଙ୍ଗାର ପ୍ରତିଟି ମୋଡରେ ଗଢିଉଠିଥିବା ଆଧୁନିକ ‘ଶିଳ୍ପମନ୍ଦିର’ଗୁଡିକ ମଧ୍ୟରେ ଅଛନ୍ତି ଚୌଦ୍ୱାରର କଳିଙ୍ଗ ଟିଉବ୍‌ସ ଓ ଲୁଗାକଳ, ପାରାଦୀପର ବୃହତ୍‌ ବନ୍ଦର, ସୁନାବେଡାର ମିଗ୍‌ କାରଖାନା, ରାଉରକେଲାର ଇସ୍ପାତ କାରଖାନା, ଅନୁଗୋଳର ନ୍ୟାଶ୍‌ନାଲ ଆଲୁମିନିୟମ କମ୍ପାନୀ, ରେଙ୍ଗାଲୀ ଜଳବିଦ୍ୟୁତ୍‌ ପ୍ରକଳ୍ପ ଇତ୍ୟାଦି। ରାଜ୍ୟରେ ବିଜ୍ଞାନ ଶିକ୍ଷା ଓ ଗବେଷଣାକୁ ମଧ୍ୟ ତାଙ୍କ ଅବଦାନ ଅନବଦ୍ୟ। ରାଉରକେଲାଠାରେ ଆଞ୍ଚଳିକ ଇଞ୍ଜିନିୟରିଂ ମହାବିଦ୍ୟାଳୟ, ଭୁବନେଶ୍ୱରଠାରେ ଦେଶର ଦ୍ୱିତୀୟ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଆଞ୍ଚଳିକ ଗବେଷଣାଗାର ଓ ଆଞ୍ଚଳିକ ଶିକ୍ଷା ମହାବିଦ୍ୟାଳୟ ଆଦି ସ୍ଥାପନ ତାଙ୍କର କୀର୍ତ୍ତିମାଳାର ଗୋଟିଏ ଗୋଟିଏ ମାଇଲଖମ୍ବ। ତୃଣମୂଳ ସ୍ତରରେ ବିଜ୍ଞାନ ଶିକ୍ଷାର ପ୍ରସାର ଲାଗି ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ମହାବିଦ୍ୟାଳୟକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲା ତାଙ୍କରି ମୁଖ୍ୟମନ୍ତ୍ରିତ୍ୱ କାଳରେ।
ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ଜେ.ବି.ଏସ୍‌. ହାଲଡେନଙ୍କୁ ଓଡିଶା ଆଣି ରାଜ୍ୟର ବୈଜ୍ଞାନିକମାନଙ୍କୁ ତାଙ୍କ ଦ୍ୱାରା ଅନୁପ୍ରାଣିତ କରିବା ଥିଲା ବିଜୁବାବୁଙ୍କ ବୈଜ୍ଞାନିକ ସ୍ବପ୍ନର ଆଉ ଏକ ପରିପ୍ରକାଶ। ତାଙ୍କ ବ୍ୟକ୍ତିତ୍ୱର ଆଉ ଏକ ଅସାଧାରଣ ତଥା ମହାନ୍‌ ଦିଗ ଉନ୍ମୋଚିତ କରିଥାଏ, ସେ ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ ଥିବା ଅବସ୍ଥାରେ ସେକ୍ରେଟାରିଏଟ୍‌ କର୍ମଚାରୀମାନଙ୍କ ଆନ୍ଦୋଳନ କାଳରେ ତାଙ୍କ ଉପରକୁ ଫୁଲକୁଣ୍ଡ ଫିଙ୍ଗା ଘଟଣା। ପରଦିନ ପୋଲିସ ଦୋଷୀକୁ ଧରି ତାଙ୍କ ଆଗରେ ହାଜର କରାଇଲା। ବିଜୁବାବୁ ତା’ ମୁହଁକୁ ଚାହିଁଲେ ଓ କହିଲେ- ”ଯୁବକଟି ନିଶ୍ଚୟ ସାହସୀ। ନଚେତ୍‌ ମୋ ଉପରକୁ ଫୁଲକୁଣ୍ଡ ପକାଇବାର ସାହସ କରନ୍ତା କିପରି? ତେବେ ସେ ଲକ୍ଷ୍ୟଭ୍ରଷ୍ଟ। ତାକୁ ଛାଡିଦିଅ, ଉତ୍ତମ ଲକ୍ଷ୍ୟଭେଦୀ ହେବାର ସୁଯୋଗ ଦିଅ। ରାଜ୍ୟ ଚାହେଁ ଲକ୍ଷ୍ୟଭେଦୀ ସାହସୀ ଯୁବକ...। ଏବେ କିଛି ଅପରିଣାମଦର୍ଶୀ ରାଜନେତାଙ୍କ ପ୍ରରୋଚନାରେ କେତେକ ବିପଥଗାମୀ ଯୁବତୀଯୁବକ ଫିଙ୍ଗୁଥିବା ଅଣ୍ଡାକୁ ବୋମା ଭଳି ଭୟ କରି ସେମାନଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣୁଥିବା ଅପରପକ୍ଷର ନେତାମାନେ ଏଥିରୁ ଶିକ୍ଷାଲାଭ କରିବା ଉଚିତ। ସେମାନେ ବୁଝିବା ଦରକାର ଯେ ଏଥିପ୍ରତି ଅଯଥା ଗୁରୁତ୍ୱାରୋପ ଏହାକୁ ଅଧିକ ପ୍ରୋତ୍ସାହିତ କରୁଛି।
ଆଉ ଗୋଟିଏ ଘଟଣା ୧୯୬୬-୬୭ ମସିହା ବେଳର। ସେତେବେଳେ ଅନୁଷ୍ଠିତ ନିର୍ବାଚନରେ ସେ ଚାରୋଟି ସ୍ଥାନରୁ ହାରିଥାନ୍ତି। ନିର୍ବାଚନ ଇତିହାସରେ ଏହାକୁ ଚରମ ବିପର୍ଯ୍ୟୟ ରୂପେ ବର୍ଣ୍ଣନା କରୁଥାଏ ଗଣମାଧ୍ୟମ। ସେତିକିବେଳେ ବାଣୀବିହାରର ଏକ ଛାତ୍ରାବାସ ଉତ୍ସବକୁ ତାଙ୍କର ମୁଖ୍ୟଅତିଥି ହୋଇ ଯିବାର କାର୍ଯ୍ୟକ୍ରମ ଥାଏ। ସମସ୍ତେ ଭାବୁଥାନ୍ତି ଯେ ଏଥିରେ ମର୍ମାହତ ହୋଇ ସେ ତହିଁରେ ଯୋଗଦେବେ ନାହିଁ। କିନ୍ତୁ ସଂଗ୍ରାମୀ ମଣିଷ କେବେ ଜୟ-ପରାଜୟକୁ ଖାତିର କରେନି। ଏଣୁ ବିଜୁବାବୁ ସେଥିରେ ଯୋଗଦେଲେ ଏବଂ ଛାତ୍ରମାନଙ୍କ ଆଗରେ ରଖିଦେଇ ଗଲେ ଏକ ନୂତନ ଆଦର୍ଶ। ଏବେ ପାଳିତ ହୋଇଛି ଏହି ଯୋଗଜନ୍ମା ମହାନ୍‌ ବ୍ୟକ୍ତିଙ୍କର ଜନ୍ମ ଶତବାର୍ଷିକୀ। ସେହି ଅବସରରେ ତାଙ୍କ ଜୀବନୀ ଆଧାରିତ ‘ଟଲ୍‌ମ୍ୟାନ’ ଅର୍ଥାତ୍‌ ତୁଙ୍ଗ ମଣିଷ ନାମକ ପୁସ୍ତକଟିଏ ପ୍ରକାଶ ପାଇଛି। ତେବେ ସେ କେବଳ ଜଣେ ତୁଙ୍ଗ ମଣିଷ ନ ଥିଲେ ଆହୁରି ଉତ୍ତୁଙ୍ଗ ଥିଲା ତାଙ୍କର ବ୍ୟକ୍ତିତ୍ୱ।
ଭୁବନେଶ୍ୱର, ମୋ-୯୯୩୭୯୮୫୭୬୭

All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ଅନ୍‌ଲାଇନ୍‌ ଠକେଇ

ସମ୍ପାଦକୀୟ/ ଅନ୍‌ଲାଇନ୍‌ ଠକେଇ

ଗ୍ଲୋବାଲ ଫାଇନାନ୍‌ସିଆଲ ଇନ୍‌ଫର୍ମେଶନ କମ୍ପାନୀ ‘ଏକ୍ସପେରିଆନ୍‌’ ୧୮ ଜୁନ୍‌, ୨୦୧୮ରେ ଭାରତୀୟଙ୍କ ଉପରେ ଏକ ରିପୋର୍ଟ ପ୍ରକାଶ କରି କହିଛି ଯେ ଏଠାକାର ୨୫ ପ୍ରତିଶତ ନାଗରିକ ଆର୍ଥିକ ଠକେଇର ସମ୍ମୁଖୀନ ହେଉଛନ୍ତି। ଏହା ପଛରେ ରହିଛି ଅନ୍‌ଲାଇନ୍‌ କାରବାର। କିଛି ସୁବିଧା ଓ ସେବା ପାଇବା ପାଇଁ ୫୧ ପ୍ରତିଶତ ଭାରତୀୟ ସେମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାୟାସରେ ଦେଇଦେଉଛନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି। ଆଜିର ଡିଜିଟାଲ ଯୁଗରେ ପ୍ରାୟ ପ୍ରତି କ୍ଷେତ୍ରରେ ଇଣ୍ଟରନେଟ୍‌ ମାଧ୍ୟମରେ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏକ ପ୍ରଗତିଶୀଳ ରାଷ୍ଟ୍ର ପାଇଁ ବୈଷୟିକ ବିକାଶ ଅତ୍ୟନ୍ତ ଜରୁରୀ। କିନ୍ତୁ ଯେଉଁମାନେ ଏହାର ପ୍ରୟୋଗାତ୍ମକ ଦିଗ ସହ ଅଭ୍ୟସ୍ତ ହୋଇନାହାନ୍ତି, ସେମାନେ ଅନ୍ୟମାନଙ୍କ ଉପରେ ନିର୍ଭର କରି ପ୍ରବଳ ...

ଦୀପ ତେଜିଲେ ହାତ ଚିକ୍କଣ

ଦୀପ ତେଜିଲେ ହାତ ଚିକ୍କଣ

ବୈକୁଣ୍ଠନାଥ ମିଶ୍ର ମାତ୍ର ଛ’ବର୍ଷର ଝିଅ ଲକ୍ଷ୍ମୀ। ଦରିଦ୍ର ମାତାପିତାଙ୍କ କାରୁଣ୍ୟ ତାକୁ ବିଚଳିତ କରେ। ଗ୍ରାମର ଆରାଧ୍ୟ ଦେବତା ନୀଳମାଧବଙ୍କ ଉପରେ ତା’ର ପ୍ରଗାଢ ବିଶ୍ୱାସ। ପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରି ତା’ ନିଜର ତଥା ପରିବାରର ଦୈନ୍ୟ ପ୍ରକାଶ କରିବାର ଲିପ୍ସା ତା’ ମନ ମଧ୍ୟରେ ଜାଗ୍ରତ ହୋଇଛି। ହେଲେ ଭଜନକୀର୍ତ୍ତନ ଓ ଗହଳଚହଳରେ ସଦା ପ୍ରକମ୍ପିତ ମନ୍ଦିରକୁ ଆସି ପ୍ରଭୁଙ୍କୁ ଦର୍ଶନ କରିବା କଷ୍ଟକର। ଦିନେ ବୈଶାଖର ନିଛାଟିଆ ଝାଞ୍ଜି ଦି’ପହରେ ସେ ସାହସ କରି ଘରୁ ଗୋଡ କାଢିଲା ଓ ମନ୍ଦିର ସଂଲଗ୍ନ ଝଙ୍କାଳିଆ କୃଷ୍ଣଚୂଡା ଗଛମୂଳେ ଠିଆ ହେଲା। କ୍ଷୁଦ୍ର ବାତାୟନ ମଧ୍ୟ ଦେଇ ଦେଖିଲା- ଗର୍ଭଗୃହର ଅନ୍ଧକାର ଭେଦକରି ପ୍ରଭୁ ସତେଯେମିତି ...

ରହସ୍ୟ ଖୋଲିବ କୁଞ୍ଚି

ରହସ୍ୟ ଖୋଲିବ କୁଞ୍ଚି

ସୁଧୀର କୁମାର ନାୟକ କୁଞ୍ଚି ମନ ଦୁଃଖ। ଅନ୍ୟମାନଙ୍କର ଅବହେଳା ପାଇଁ ସେ ଆଜି ଲଜ୍ଜିତ, ଚର୍ଚ୍ଚିତ। ତା’ ହଜିବା କଥାଟା ରାଜ୍ୟ ବାହାରକୁ ବି ଚାଲିଗଲାଣି। ବାସ୍ତବିକ ସେ କ’ଣ ଯାହିତାହି କୁଞ୍ଚି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରନତ୍ଭଣ୍ଡାରର କୁଞ୍ଚି, ଯେଉଁଠି ଅଛି ସୁନା, ରୁପା, ହୀରା, ନୀଳା, ମୋତି, ମାଣିକ, କାହିଁରେ କେତେ। କୁଞ୍ଚି ନିଜକୁ ନିଜେ ପଚାରୁଛି ଏତେ ନୀତିନିୟମ, କଟକଣାର ଦ୍ୱାର ଡେଇଁ ସେ ହଜିଗଲା କିପରି? ସେ ନିଜେ ହଜିଲା, ନା ତାକୁ କିଏ ହଜାଇଲା? କୁଞ୍ଚି ହଜିବାର ତନାଘନା ଭିତରେ ତାହାର ନକଲ (ଡୁପ୍ଲିକେଟ୍‌ କାଠି) ମିଳିଛି, ...

ଏଇ ଭାରତରେ

ଏଇ ଭାରତରେ

ପୁଅଝିଅଙ୍କ ନାମକରଣ କରିବା ପାଇଁ ବାପାମା’ମାନେ ଶବ୍ଦ ଯୋଗାଡ଼ରେ ଲାଗିଥାଆନ୍ତି କାହିଁ କେତେ ଦିନରୁ। ଏଥିପାଇଁ ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ପରାମର୍ଶ ଲୋଡ଼ିଥାଆନ୍ତି। ମହାରାଷ୍ଟ୍ରର ନାଗପୁର ଅଞ୍ଚଳର ଏକ ଦମ୍ପତି ସେମାନଙ୍କ ନବଜାତ ଶିଶୁପୁତ୍ରର ନାମକରଣ କରିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେମାନେ ଏଥିପାଇଁ ୩ଟି ନାଁ ବାଛିଥିଲେ। ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବମାନେ ଭୋଟ ଦେଇ ସେଥିମଧ୍ୟରୁ ନାଁ ଚୟନ କରିଛନ୍ତି। ଏଥିରେ ନିର୍ବାଚନ ପ୍ରଚାରପତ୍ର ଲାଗିବା ସାଙ୍ଗକୁ ବାଲାଟ୍‌ ବକ୍ସ ବି ବ୍ୟବହାର ହୋଇଥିଲା। ଗୋଣ୍ଡିଆ ଜିଲାର ଦେଓରି ତାଲୁକା ଅନ୍ତର୍ଗତ ମିଥୁନ ଏବଂ ମାନ୍‌ସି ବ୍ୟାଙ୍ଗ୍‌ ଏଭଳି ଏକ ଅଭିନବ ଉପାୟ ସ୍ଥିର କରିଛନ୍ତି। ଏପ୍ରିଲ ୫ରେ ଜନ୍ମିତ ସନ୍ତାନର ନାମକରଣ ପାଇଁ ଜୁନ୍‌ ୧୫ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ...

ଦାୟୀ କିଏ

ଦାୟୀ କିଏ

ତଥାଗତ ସତପଥୀ: ଝଡ଼ତୋଫାନ ଯୋଗୁ ୧୬ ଜୁନ୍‌ ୨୦୧୮ ସନ୍ଧ୍ୟାରେ ଚିଲିକାରେ ଯାତ୍ରୀବାହୀ ଡଙ୍ଗା ବୁଡ଼ିଗଲା। ଜୁନ୍‌ ୧୭ରେ ୪ ଜଣଙ୍କ ମୃତଦେହ ମିଳିବା ପରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ପାଖାପାଖି ଦେଢ଼ ବର୍ଷ ପରେ ଏଭଳି ଅଘଟଣର ପୁନରାବୃତ୍ତି ଘଟିଛି। ୧୦ ଡିସେମ୍ବର ୨୦୧୬ରେ ଚିଲିକାରେ ହୋଇଥିବା ଡଙ୍ଗାବୁଡ଼ିରେ ୨ ଜଣ ଶିଶୁଙ୍କ ସହ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ଏହାକୁ ରୋକାଯାଇ ନ ପାରିବା ବିଷୟ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରୁଛି। ଦେଖିବାକୁ ଗଲେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନ ଇନ୍‌ଲାଣ୍ଡ ଓ୍ବାଟର ଟ୍ରାନ୍ସପୋର୍ଟ ସର୍ଭିସେସ୍‌ (ଅନ୍ତର୍ଦେଶୀୟ ଜଳପଥ ପରିବହନ ସେବା)ର ବାଲୁଗାଁଠାରେ ରହିଥିବା ସରକାରୀ କାର୍ଯ୍ୟାଳୟ ଚିଲିକା ଜଳରାଶିରେ ଚାଲୁଥିବା ଡଙ୍ଗାଗୁଡ଼ିକୁ ପଞ୍ଜୀକରଣ କରିବା ସହ ସେଗୁଡ଼ିକୁ ନିୟମିତ ଯାଞ୍ଚ କରିବାର ବ୍ୟବସ୍ଥା ରହିଛି।

ଏଇ ଭାରତରେ

ଏଇ ଭାରତରେ

ବିହାରର ରାଜଧାନୀ ପାଟ୍‌ନାରେ ଏକ ମ୍ୟୁଜିକାଲ୍‌ ବ୍ୟାଣ୍ଡ୍‌ ଗଠନ କରାଯାଇଛି। କେବଳ ଦଳିତ ମହିଳାମାନଙ୍କୁ ନେଇ ଏହା ଗଠିତ ହୋଇଛି। ସମାଜର ଧରାବନ୍ଧା ନୀତିନିୟମକୁ ଭଙ୍ଗକରି ଏହି ମହିଳାମାନେ ବାଦ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି। ‘ସର୍ଗମ୍‌ ବ୍ୟାଣ୍ଡ୍‌’ ନାମକ ଏହି ଦଳ ବାହାଘର ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ବାଦ୍ୟ ବଜାଇ ଥାଆନ୍ତି। ପାଟ୍‌ନାର ଦାନପୁର ସବ୍‌ଡିଭିଜନ୍‌ ଅନ୍ତର୍ଗତ ଧିବ୍ରା ଗଁାର ୧୦ଜଣ ମହିଳା ଏଥିରେ ସାମିଲ ହୋଇଛନ୍ତି।...

କି ଥିଲା ସେ ବିଦ୍ୟା

କି ଥିଲା ସେ ବିଦ୍ୟା

ଅଭୟ ସୂତାର ଆଧୁନିକ ଯୁଗରେ ବିଜ୍ଞାନ ଢେର ଅଗ୍ରଗତି କରିଛି। ପୃଥିବୀରୁ ଗ୍ରହ-ଉପଗ୍ରହକୁ ଯାତ୍ରା ଓ ସଫଳ ପ୍ରତ୍ୟାବର୍ତ୍ତନ, ସମୁଦ୍ରର ସର୍ବନିମ୍ନ ସ୍ତରରୁ ସମ୍ପଦ ସଂଗ୍ରହ, ପରମାଣୁ ଶକ୍ତି, ମୋବାଇଲ ଫୋନ୍‌, କମ୍ପ୍ୟୁଟର, ଇଣ୍ଟରନେଟ୍‌, ଟେଲିଭିଜନ ଇତ୍ୟାଦିର ବ୍ୟବହାରକୁ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁଛି। ମାତ୍ର ପ୍ରାଚୀନ ଭାରତରେ ବି ବିଜ୍ଞାନ କମ୍‌ ଉନ୍ନତି କରି ନ ଥିଲା। ଅବଶ୍ୟ ଏହାର ଐତିହାସିକ ପ୍ରମାଣ ନାହିଁ, ଏ କଥା ପୁରାଣଶାସ୍ତ୍ରରୁ ଯାହା ଜାଣିହୁଏ। ରାବଣର ପୁଷ୍ପକ ବିମାନ, ରାମଙ୍କ ସେତୁବନ୍ଧ ନିର୍ମାଣ ଇତ୍ୟାଦି ବିଷୟକୁ କେତେକେ କାଳ୍ପନିକ ବୋଲି ବିଚାର କରୁଥିଲେ ମଧ୍ୟ କହିବାକୁ ପଡ଼ୁଛି ଯେ, ଯଦି ଏ ଯୁଗରେ ବିଜ୍ଞାନର ଏଭଳି ପ୍ରଗତି ସମ୍ଭବ ହୋଇପାରିଛି, ତେବେ ସେ ଯୁଗରେ ଏ ସବୁ କଥା ହୋଇ ନ ଥିବ କାହିଁକି?...

ନିରାଶାର ଚାରିବର୍ଷ

ନିରାଶାର ଚାରିବର୍ଷ

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ନେତୃତ୍ୱାଧୀନ ସରକାରର ଚାରିବର୍ଷ ପୂର୍ତ୍ତି ଅବସରରେ କଟକଠାରେ ଏକ ଜନସମାବେଶରେ ଉଦ୍‌ବୋଧନ ଦେଇଛନ୍ତି। ଗତ ଚାରିବର୍ଷ ମଧ୍ୟରେ ନିଜ ସରକାରର ଉପଲବ୍ଧିର ପ୍ରଚାର ପାଇଁ ଉଦ୍ଦିଷ୍ଟ ଏହି ସମାବେଶରେ ସେ ଜନଧନ ଯୋଜନାରେ ବ୍ୟାଙ୍କ୍‌ ଖାତା ଖୋଲିବାଠାରୁ ଆରମ୍ଭ କରି ଉଜ୍ଜ୍ୱଳା ଯୋଜନାରେ ଗରିବ ପରିବାରଙ୍କୁ ମାଗଣାରେ ଗ୍ୟାସ୍‌ ସଂଯୋଗ ପର୍ଯ୍ୟନ୍ତ ସରକାରର ବିଭିନ୍ନ କାର୍ଯ୍ୟକ୍ରମକୁ ବଢ଼େଇ ଚଢ଼େଇ ଉପସ୍ଥାପନ କରିବା ଦେଖିବାକୁ ମିଳିଲା। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଦେଶ ସାରା ବୁଲି ସରକାରଙ୍କ ଚାରିବର୍ଷର ସଫଳତାକୁ ଜନଗଣଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଏହି ସରକାର ଆତ୍ମପ୍ରଚାରକୁ କେତେ ଗୁରୁତ୍ୱ ଦିଏ ତାହା ଗତ ଚାରିବର୍ଷ ମଧ୍ୟରେ କେବଳ ଖବରକାଗଜ ଓ ଟିଭିରେ ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଥିବା ୪୩୪୩.୨୬ କୋଟି ଟଙ୍କାରୁ ସ୍ପଷ୍ଟ ବୁଝି ହେଉଛି।...

 କାହିଁକି ପାରୁନାହୁଁ

କାହିଁକି ପାରୁନାହୁଁ

ଆକାର ପଟେଲ ଶନିବାର ରୁଷିଆରେ ଆଇସ୍‌ଲାଣ୍ଡ ସହ ଆର୍ଜେଣ୍ଟିନା ଫିଫା ବିଶ୍ୱ କପ୍‌ ଖେଳିଛି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୫ମ ଓ ୧୨ଶ ସ୍ଥାନରେ ଥିବା ଦୁଇଦଳ ମଧ୍ୟରେ ଏହି ଖେଳ ବଡ଼ ଚମକଦାର ଥିଲା। ତେବେ ଶେଷରେ ଖେଳ ଡ୍ର ରହିଲା। ସବୁଠାରୁ ମଜାର କଥା ହେଲା ମାତ୍ର ୩ ଲକ୍ଷ ଲୋକସଂଖ୍ୟା ଥିବା ଆଇସ୍‌ଲାଣ୍ଡ ମାତ୍ର ପ୍ରାୟ ୨ ବର୍ଷ ତଳେ ର଼୍ୟାଙ୍କିଙ୍ଗ୍‌ରେ ଭାରତଠାରୁ ତଳେ ୧୩୩ତମ ସ୍ଥାନରେ ଥିଲା। ଏହା ନିଜସ୍ବ ଶୈଳୀରେ ଇଂଲଣ୍ଡକୁ ହରାଇ ବିଶ୍ୱ କପ୍‌ ଖେଳିବାର ସୁଯୋଗ ପାଇଲା। ଭାରତ ୯୭ତମ ସ୍ଥାନରେ ଥାଇ ବି ବିଶ୍ୱ କପ୍‌ ଖେଳିବାରୁ ବଞ୍ଚିତ ହୋଇଛି। ..

 ତଳକୁ ଟିକେ ଚାହଁ

ତଳକୁ ଟିକେ ଚାହଁ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଜଣେ ଜିଜ୍ଞାସୁର ପ୍ରଶ୍ନ ଥିଲା ସ୍ବାମୀ ବିବେକାନନ୍ଦଙ୍କୁ- ”ମୁଁ ଏକା କାହିଁକି ଦୁଃଖରେ ରହିବି? ମୋ ଆଖପାଖର ସମସ୍ତେ ସୁଖରେ ରହୁଥିଲାବେଳେ, ମାନସମ୍ମାନ, ପ୍ରାଚୁର୍ଯ୍ୟ ପ୍ରତିଷ୍ଠା କାହିଁରେ ବି ଊଣା ନ ଥାଇ ହସଖୁସିରେ ଦିନ କାଟୁଥିଲାବେଳେ ସବୁଥିରୁ ବଞ୍ଚିତ ହୋଇ ମୁଁ କାହିଁକି ଦୁଃଖରେ ବଞ୍ଚତ୍ବି ? ଈଶ୍ୱର ପରା ସମସ୍ତଙ୍କ ପାଇଁ ସମାନ। ଅନ୍ୟ ସଭିଙ୍କୁ ସବୁପ୍ରକାରେ ପରିପୂର୍ଣ୍ଣ କରି ରଖିଥିବାବେଳେ ମୋ ପାଇଁ ଅପ୍ରାପ୍ତି ଅସନ୍ତୋଷଭରା ଶୂନ୍ୟ ଜୀବନଟିଏ କାହିଁକି?“ ସ୍ବାମିଜୀଙ୍କ ଉଦ୍ଦେଶ୍ୟରେ ଅସହାୟ ଯୁବକର ...

ଅନୁଭବୀ ଅଧିକାରୀ

ଅନୁଭବୀ ଅଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ସରକାରୀ କ୍ଷେତ୍ରରେ ଦୁର୍ନୀତି ରୋକିବା ପାଇଁ ୧୯୬୪ରେ ପ୍ରତିଷ୍ଠା କରାଯାଇଥିଲା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)। ୨୦୦୩ରେ ଏହି ଭ୍ରଷ୍ଟାଚାର ନିରୋଧୀ ସଂସ୍ଥାକୁ ବୈଧାନିକ ମାନ୍ୟତା ମିଳିଥିଲା। ଏହା ଏକ ସ୍ବୟଂଚାଳିତ ସଂସ୍ଥା, ଯାହା ଉପରେ କୌଣସି କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷଙ୍କ କର୍ତ୍ତୃତ୍ୱ ନ ଥାଏ। କିନ୍ତୁ ସିଭିସି ପାର୍ଲାମେଣ୍ଟକୁ ଉତ୍ତରଦାୟୀ। କେ. ଭି. ଚୌଧ୍‌ରୀ ଏହାର ମୁଖ୍ୟ ଥିବା ବେଳେ ଡକ୍ଟର ତେଜେନ୍ଦ୍ର ମୋହନ ଭାସିନ୍‌ଙ୍କୁ ଭିଜିଲାନ୍ସ କମିଶନର ପଦରେ ଅବସ୍ଥାପିତ କରାଯାଇଛି। ଖାଲି ପଡ଼ିଥିବା ଅନ୍ୟତମ ଭିଜିଲାନ୍ସ କମିଶନର ପଦବୀରେ ୨୦୧୮ ଜୁନ୍‌ ୧୦ରେ ବରିଷ୍ଠ ଆଇପିଏସ୍‌ ଶରଦ କୁମାରଙ୍କୁ ନିଯୁକ୍ତି ମିଳିଛି। ଫଳରେ...

ଏଇ ଭାରତରେ

ଏଇ ଭାରତରେ

ଆମେ ଜାଣୁ ଦ୍ୱାପର ଯୁଗରେ ମାମୁ କଂସ ଭଉଣୀ ଦେବକୀଙ୍କ ସନ୍ତାନମାନଙ୍କୁ ହତ୍ୟା କରିଥିଲେ। ହତ୍ୟା ପଛରେ ଭଣଜାମାନଙ୍କ ପକ୍ଷରୁ ପ୍ରାଣନାଶର ଆଶଙ୍କା ଥିଲା। କିନ୍ତୁ କଳିଯୁଗରେ କେତେକ ବ୍ୟକ୍ତି ବିନା ଦୋଷରେ ଭଣଜାଭାଣିଜୀଙ୍କୁ ହତ୍ୟାକରିବାକୁ ପଛାନ୍ତି ନାହିଁ। ମାନସିକ ସ୍ତରରେ ଦୁର୍ବଳ ଦୁଇ ଯମଜ ଭଣଜା (୧୨)ଙ୍କୁ ଜଣେ ବ୍ୟକ୍ତି ନୃଶଂସଭାବେ ହତ୍ୟା କରିଛନ୍ତି। ଏପରି ଏକ ଘଟଣା ଘଟିଛି ତେଲେଙ୍ଗାନାର ନାଲ୍‌ଗୋଣ୍ଡା ଅଞ୍ଚଳରେ। ନାଲ୍‌ଗୋଣ୍ଡା ନିକଟବର୍ତ୍ତୀ ମିରିଆଲ୍‌ଗୁଡାଠାରେ ଭଡାଘରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କର ଦୁଇଭଣଜାଙ୍କୁ ଘରକୁ ବୁଲାଇ ଆଣିଥିଲେ। ଶୁକ୍ରବାର ରାତିରେ ଏହି ବ୍ୟକ୍ତି ଜଣକ ସେମାନଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ଅଭିଯୁକ୍ତ ମୃତଦେହ ଦୁଇଟିକୁ କାର୍‌ ଯୋଗେ ନେବାକୁ ଉଦ୍ୟମ କରୁଥିବା ବେଳେ ଘର ମାଲିକ ଏହା ଦେଖିବାକୁ ପାଇଥିଲେ। ...

Model This Week

ପ୍ରଭାତ