ସମ୍ପାଦକୀୟ |

ଏଇ ଭାରତରେ

ଏଇ ଭାରତରେ
ହାତୀଟି ବଣୁଆ ନ ଥିଲା। ହାତୀ ସାଙ୍ଗରେ ମାହୁନ୍ତ ବି ଥିଲା। କିନ୍ତୁ ରାସ୍ତାରେ ଏମିତି ଏକ ଘଟଣା ଘଟିଲା ଯେ, ଶାନ୍ତ ପୋଷା ହାତୀଟି ହଠାତ୍‌ କ୍ରୋଧିତ ହୋଇଯାଇଥିଲା। ସେହି କ୍ରୋଧର ଫଳ ଭୋଗିଲା ଜଣେ ଯୁବକ। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଆମ୍ବେଡ୍‌କରନଗର ଜିଲା ଆକ୍‌ବରପୁର ଥାନା ଅଞ୍ଚଳରେ। ରାସ୍ତାରେ ଯାଉଥିବା ହାତୀଟି ସହ ନଖରାମି କରିବସିଲେ ଯୁବକ ଜଣକ। ବୃଜେଶ ଓରଫ ପପ୍ପନ ନାମକ ଏହି ୩୫ ବର୍ଷ ବୟସ୍କ ଯୁବକ ତାଙ୍କର ଜଣେ ବନ୍ଧୁଙ୍କ ସହ ବାଇକ୍‌ରେ ବଜାର ଯାଉଥାଆନ୍ତି। ଆଗରୁ ହାତୀ ଆସୁଥିବା ଦେଖି କୌତୂହଳବଶତଃ ସେମାନେ ସେଠାରେ ଅଟକିଲେ। ବୃଜେଶଙ୍କୁ କି ଦୁର୍ବୁଦ୍ଧି ଦିଶିଲା କେଜାଣି ସେ ହାତୀ ନିକଟକୁ ଯାଇ ତା’ର ଗୋଡ଼ରେ ହାତ ମାରିଲେ। ହେଲେ ହାତୀଟି କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲା। ପୁଣି ଯୁବକ ଜଣକ ଆଉଥରେ ସେହି ସମାନ ଢଙ୍ଗରେ ହାତୀକୁ ଛୁଇଁବାରୁ ରାଗିଯାଇଥିଲା ଏହି ଶାନ୍ତ ଜୀବଟି। ତା’ପରେ ଯୁବକଙ୍କୁ ଶୁଣ୍ଢରେ ଟେକିନେଇ ତଳେ ପିଟିଦେଇଥିଲା। ଏତିକିରେ ହାତୀର ରାଗ ଶାନ୍ତ ହୋଇ ନ ଥିଲା। ତଳେ ଅଚେତ ହୋଇ ପଡିଥିବା ଯୁବକଙ୍କ ଛାତିରେ ଗୋଡ଼ ରଖି ଦଳିଦେଇଥିଲା ହାତୀ। ଏହା ଦେଖି ମାହୁନ୍ତ ହାତୀଟିକୁ ଆୟତ୍ତକୁ ଆଣିବା ସକାଶେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଶେଷରେ ମାହୁନ୍ତ ଜୀବନ ବିକଳରେ ସେଠାରୁ ଦୌଡି ପଳାଇ ଯାଇଥିଲା। ଏକ ଶାନ୍ତ ଜୀବକୁ ଚିଡାଇଦେଲେ ପରିସ୍ଥିତି ଯେ କେତେ ଭୟଙ୍କର ହୁଏ, ତାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଚାଲିଛି।
All Right Reserved By

ସମ୍ପାଦକୀୟ |

ବାକ୍‌ ସ୍ବାଧୀନତା

ବାକ୍‌ ସ୍ବାଧୀନତା

ଆକାର ପଟେଲ

ଆକ୍ରମଣାତ୍ମକ ବକ୍ତବ୍ୟକୁ ନେଇ ପ୍ରତିକ୍ରିୟାହୀନ ରହୁଥିବା ଦେଶଗୁଡ଼ିକ ପ୍ରାୟତଃ ଉନ୍ନତି କରିବାର ସମ୍ଭାବନା ଅଧିକ ଥାଏ। ପ୍ରତିବର୍ଷ ମାନବ ସ୍ବାଧୀନତା ସୂଚକାଙ୍କ (ହ୍ୟୁମାନ୍‌ ଫ୍ରିଡମ୍‌ ଇଣ୍ଡେକ୍ସ)ର ଆକଳନ କରୁଥିବା କାଟୋ ଇନ୍‌ଷ୍ଟିଚ୍ୟୁଟ୍‌ ଏ ଦିଗରେ ସବୁଠୁ ମୁକ୍ତ ବା ସ୍ବାଧୀନ ଦେଶରୂପେ ସ୍ବିଜରଲାଣ୍ଡ, ନ୍ୟୁଜିଲାଣ୍ଡ, ଫିନ୍‌ଲାଣ୍ଡ, ନର୍‌ଓ୍ବେ, ଡେନ୍‌ମାର୍କ, ନେଦରଲାଣ୍ଡ ଓ ଇଂଲଣ୍ଡକୁ ବିବେଚନା କରିଛି। 

ଯେବେ ହିସାବ ମାଗିବେ ଈଶ୍ୱର

ଯେବେ ହିସାବ ମାଗିବେ ଈଶ୍ୱର

ପ୍ରକାଶ ତ୍ରିପାଠୀ

ବିଳାସପୂର୍ଣ୍ଣ ସ୍କୋଡା କାରଟିଏ ଗୁରୁଗାଓଁସ୍ଥିତ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଦ ଆର୍ଥ ସାଭିୟର୍ସ ଫାଉଣ୍ଡେଶନ’ ସମ୍ମୁଖରେ ଅଟକିଲା। କାରରୁ ଓହ୍ଲାଇଲେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଓ ତାଙ୍କ ମା’।

ଅର୍ଥନୀତିର ଦିଗ୍‌ଦର୍ଶକ

ଅର୍ଥନୀତିର ଦିଗ୍‌ଦର୍ଶକ

ଭାରତୀୟ ଅର୍ଥନୀତିକୁ ଦିଗ୍‌ଦର୍ଶନ ଦେବାରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ)ଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ଏହି ପଦବୀରେ ଅବସ୍ଥାପିତ ବ୍ୟକ୍ତି ଅର୍ଥ, ବେପାର ବାଣିଜ୍ୟ  ଏବଂ ଅର୍ଥନୈତିକ ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ସରକାରଙ୍କୁ ଉପଦେଶ ଦେଇଥାଆନ୍ତି।

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ କେବଳ ସ୍ତ୍ରୀମାନେ ନିର୍ଯାତିତ ହୁଅନ୍ତି ନାହିଁ ବରଂ କେତେକ ସ୍ତ୍ରୀ ମଧ୍ୟ ତାଙ୍କ ସ୍ବାମୀଙ୍କୁ ନିର୍ଯାତନା ଦେଇଥାଆନ୍ତି। ଏଥିପାଇଁ ଆମ ଓଡିଶାରେ ମହିଳା କମିଶନ୍‌ ଭଳି ପୁରୁଷ କମିଶନ୍‌ ଗଠନ ପାଇଁ କେତେକ ବ୍ୟକ୍ତି ଓ ସଂଗଠନ ଦାବି କରି ଆସୁଛନ୍ତି। ନିର୍ଯାତିତ ମହିଳାଙ୍କ ସ୍ବର ସମସ୍ତଙ୍କୁ ଶୁଭୁଥିବା ବେଳେ ସ୍ତ୍ରୀ ନିର୍ଯାତିତ ସ୍ବାମୀଙ୍କ ସ୍ବର ପବନରେ ମିଳାଇଯାଏ।  ନିର୍ଯାତିତ ପୁରୁଷ ନିଜ ମନକଥା କେବଳ ମନରେ ହିଁ ମାରିଥାଏ। 

ସ୍ବଚ୍ଛତା ଭେଳିକି

ସ୍ବଚ୍ଛତା ଭେଳିକି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ ଅଧିକାଂଶ କେନ୍ଦ୍ର ସରକାରୀ ଓ୍ବେବ୍‌ସାଇଟ୍‌ ନିଜ ଆଡ଼ୁ ଜନସୂଚନା ପ୍ରକାଶ କରୁନାହାନ୍ତି, ଯାହା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନୁଯାୟୀ ଏକ ବାଧ୍ୟତାମୂଳକ ବ୍ୟବସ୍ଥା। ସିଆଇସିଙ୍କ ଏହି ଅଧ୍ୟୟନରୁ ସ୍ବତଃ ପ୍ରମାଣିତ ଯେ, ସ୍ବଚ୍ଛତା କଥା ମୁହଁରେ କହୁଥିଲେ ମଧ୍ୟ ମୋଦି ସରକାର ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ସାଧାରଣରେ ଯେଉଁ ଅଭିଯୋଗ ଆସୁଛି, ତାହା ସତ୍ୟ। ପୂର୍ବତନ ମୁଖ୍ୟ ସୂଚନା କମିଶନର ଏ.ଏନ୍‌. ତିଓ୍ବାରୀ ଓ...

ଆସ, ସଫଳତାର କାହାଣୀ କହିବା

ଆସ, ସଫଳତାର କାହାଣୀ କହିବା

ସୌମ୍ୟା ପରିଡ଼ା 

କିଛିଦିନ ତଳେ ‘ମୁଲକ୍‌’ ନାମକ ହିନ୍ଦୀ ଫିଲ୍ମଟିଏ ରିଲିଜ୍‌ ହୋଇଥିଲା। ସେ ଫିଲ୍ମର ଶେଷଭାଗ ଆଡ଼କୁ ଜଣେ ଜଜ୍‌ ଗୋଟିଏ କେସ୍‌ର ଶୁଣାଣି କରି କହିଥିଲେ, ଯଦି ଜାତି, ଧମର୍ର୍, ମନ୍ଦିର-ମସଜିଦ୍‌ କି ଅପାରଗପଣ ଆଦି କଥାକୁ ଉଠାଇ କେହି ତମକୁ ଭାଗଭାଗ କରିବାକୁ ଚେଷ୍ଟା କରୁଛି, ତା’ହେଲେ ଜାଣିବ ନିର୍ବାଚନ ପାଖେଇ ଆସିଲା। କଥାରେ ଅଛି ‘ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା’। ହେଲେ ଆମ ଶିଙ୍ଗ କିନ୍ତୁ ସବୁବେଳେ ଫଟା। କାରଣ ଆମ ହିସାବରେ ଆମେ ସବ୍‌ଜାନ୍‌ତା। ନିଜେ କିଛି କାମ କରିବା ...

କାମିନୀ କାଞ୍ଚନ

କାମିନୀ କାଞ୍ଚନ

ଶିବରାମ ଶତପଥୀ

ପୃଥିବୀରେ ଆବହମାନ କାଳରୁ ଆଜିଯାଏ ଯେତେ ମହାସମର ସଂଘଟିତ ହୋଇଛି, ସବୁରି ମୂଳରେ ନିହିତ କାମିନୀ ଅଥବା କାଞ୍ଚନ। ଅପ୍‌ସରା ତିଳୋତ୍ତମାଙ୍କୁ ପତ୍ନୀ ରୂପେ ପାଇବା ପାଇଁ ଦୁଇ ଅଜେୟ ଭାଇ ସୁନ୍ଦ, ଉପସୁନ୍ଦ ପରସ୍ପର ମରାମରି ହୋଇ ମଲେ। ଶୁମ୍ଭନିଶୁମ୍ଭ, ମହିଷାସୁର, ଜଳନ୍ଧର ଆଦି ଅପରାଜେୟ ଦୈତ୍ୟ ପାର୍ବତୀଙ୍କ ରୂପଗୁଣରେ ମୁଗ୍ଧହୋଇ ତାଙ୍କୁ ପାଇବା ପାଇଁ ଯୁଦ୍ଧ କରି ପ୍ରାଣ ହରାଇଲେ। ସୀତାଙ୍କ ଯୋଗୁ ସ୍ବର୍ଣ୍ଣମୟୀ ଲଙ୍କାପୁରୀ ଦଗ୍ଧ ଓ ପରେ ପ୍ରବଳ ପରାକ୍ରମୀ ରାବଣର ବଧ ସମ୍ଭବ ହୋଇପାରିଥିଲା। ରୂପସୀ ରାଣୀ ହେଲେନ୍‌ଙ୍କ ହେତୁ ଟ୍ରୟନଗରୀ ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା। ପୁରାଣ ଓ ଇତିହାସରେ ଏ...

ଏଇ ଭାରତରେ

ଏଇ ଭାରତରେ


ଦେଶରେ ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ବାଦବିବାଦ ଲାଗି ରହିଛି। କେତେକ ସ୍ଥାନରେ ଧର୍ମୀୟ ବିଦ୍ୱେଷ ଦେଖାଦେବା ସହିତ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିହେଉଛି। ଏଥିପାଇଁ ଦେଶରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି ହେଉଥିବା ଅନେକ ଉଦାହରଣ ଅଛି।  କିନ୍ତୁ ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ହିନ୍ଦୁ ବନ୍ଧୁଙ୍କ ମୃତ୍ୟୁରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରିବା ଏକ ନିଆରା ଘଟଣା। ଏପରି ଏକ ...

 ଆଜିର ଅର୍ଥନୀତି/ରେପୋ ଅପରିବର୍ତ୍ତିତ

ଆଜିର ଅର୍ଥନୀତି/ରେପୋ ଅପରିବର୍ତ୍ତିତ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ହାର ୬.୫ ଓ ରିଭର୍ସ ରେପୋ ହାର ୬.୨ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି। କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ହ୍ରାସ ବା ବୃଦ୍ଧି କରିନାହାନ୍ତି। ମୁଦ୍ରାସ୍ଫୀତି ହ୍ରାସ ପାଇବା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ଅନେକ ଅର୍ଥନୈତିକ ବିଶ୍ଳେଷକ ଏହା ହିଁ ଆଶା କରିଥିଲେ। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଖୁସି କରିଛି, କାରଣ ରେପୋ ହାର ବୃଦ୍ଧି ପାଇଥିଲେ ବ୍ୟାଙ୍କଗୁଡ଼ିକୁ ଅଧିକ ଋଣ ପ୍ରଦାନ କରିବାରେ ଅସୁବିଧା ହୋଇଥାନ୍ତା। ତେବେ ରିଜର୍ଭ ବ୍ୟାଙ୍କ ଏପରି ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା ଏବଂ ...

 ନାମ୍ବି: ଆଉ ଜଣେ ଗାଲିଲିଓ

ନାମ୍ବି: ଆଉ ଜଣେ ଗାଲିଲିଓ

ଡ. ରମେଶ ଚନ୍ଦ୍ର ପରିଡ଼ା 

ବୈଜ୍ଞାନିକମାନେ ହିଁ ଏ ଯୁଗର ଋଷି। ସେମାନଙ୍କ ପାଇଁ ଆମେ ଆଜି ସ୍ବାବଲମ୍ବୀ ହୋଇପାରିଛୁ ଖାଦ୍ୟ ଓ ସ୍ବାସ୍ଥ୍ୟଠାରୁ ଆରମ୍ଭକରି ପ୍ରତିରକ୍ଷା, ମହାକାଶ ବା ପରମାଣୁ ଗବେଷଣା ଅଥବା କୃତ୍ରିମ ମେଧା ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରରେ। ତେବେ ଏଠାରେ ସେମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ତାଙ୍କ ଅବଦାନର ଅନୁରୂପ ନୁହେଁ। କାରଣ ସେମାନଙ୍କର ନ ଥାଏ ପ୍ରଶାସନିକ କିମ୍ବା ରାଜନୈତିକ ଶକ୍ତି ଅଥବା ଅର୍ଥବଳ। ସେଥିପାଇଁ ତାଙ୍କୁ ଅନେକ ସମୟରେ ଅବିଚାରର ଶିକାର ହେବାକୁ ପଡ଼େ ଏବଂ ନିଜର ନିର୍ଭୀକତା ଓ ନିରପେକ୍ଷତା ପାଇଁ ମୂଲ୍ୟ ଦେବାକୁ ପଡ଼େ। ଇତିହାସରେ ଗାଲିଲିଓ ଯୁଗରୁ ରହି ଆସିଥିବା ଭୁରି ଭୁରି ଉଦାହରଣ ମଧ୍ୟରୁ ସଦ୍ୟତମ ହେଲେ ନାମ୍ବି ...

 ଟେକାଟିଏ ମାରିଲେ ପଥରଟିଏ ଅଛି

ଟେକାଟିଏ ମାରିଲେ ପଥରଟିଏ ଅଛି

ଡ. ସିଦ୍ଧାର୍ଥ କାନୁନ୍‌ଗୋ

କୌଣସି ଲୋକ ଅନ୍ୟ ପ୍ରତି ଜାଣିଶୁଣି ଅନ୍ୟାୟ କରୁଥିଲେ, ସଚେତନ ଲୋକ ତାକୁ ସତର୍କ କରାଇ କହନ୍ତି- ବାବୁ! ଟେକାଟିଏ ମାଇଲେ ପଥରଟିଏ ଅଛି। ବିଜ୍ଞାନ ମତରେ ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ଅଛି। ଆମେ ଭଲ କର୍ମ କଲେ ତା’ର ଯେପରି ସୁଫଳ ଅଛି, କୁକର୍ମ କଲେ ତା’ର ପ୍ରତିଫଳ ମଧ୍ୟ ପାଇବା। ଏ ଜନ୍ମରେ ନ ହେଲେ ମଧ୍ୟ ଆରଜନ୍ମରେ ଆମେ କରୁଥିବା ପା...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନର ଇଣ୍ଟରନେଟ୍‌ ଯୁଗରେ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବସା ବାନ୍ଧି ରହିଛି। ଏହାକୁ ଦୂର କରିବା ଏତେ ସହଜ ନୁହେଁ। କିନ୍ତୁ ଏଥିପାଇଁ ଯେ କ୍ଷତି ସହିବାକୁ ପଡେ ଏହା ମଣିଷ ଜାଣିପାରେ ନାହିଁ। ଜଣେ ଏଡ୍‌ସ ଆକ୍ରାନ୍ତ ମହିଳା ହ୍ରଦରେ ବୁଡି ଆତ୍ମହତ୍ୟା କରିବା ପରେ  ହ୍ରଦର ସବୁତକ ପାଣି ଶୁଖାଇବା ଉଦ୍ୟମରେ ଅଛନ୍ତି ଗଁା ଲୋକେ। କାରଣ ଏହି ପାଣି କେହି ବ୍ୟବହା...